spot_img
Home Blog Page 2165

ରାଜ୍ଯରେ ଅଦିନିଆ ଲଗାଣ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ଯରେ ଅଦିନିଆ ଲଗାଣ ବର୍ଷା। ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଝାଡ଼ଖଣ୍ଡରୁ ଓଡ଼ିଶା ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳ ଯାଏ ଏକ ନିମ୍ନଚାପ ଲମ୍ବିଛି। ତା ସହିତ ଗୁରୁଚାପ ବଳୟ କ୍ରମାଗତ ଭାବରେ ତିନିରୁ ଚାରି ଦିନ ଧରି ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି।  ବାୟୁମଣ୍ଡଳର ମଧ୍ୟ ଭାଗରୁ ଉପରି ଭାଗ ଯାଏଁ ନିମ୍ନଚାପରେଖା ଓଡ଼ିଶାରେ ସକ୍ରିୟ ହେବାର ସମ୍ଭାବନା ରହିଛି। ତିନୋଟି ପାଣିପାଗର ନିୟାମକ ପ୍ରଭାବରେ ରାଜ୍ଯରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି ।

ଆଜି ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ରହିପାରେ। କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ କୁଆପଥର ବର୍ଷା  ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପାଇଁ ସତର୍କ ରହିବାକୁ  ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ତେବେ ୨୨ ତାରିଖ ଠାରୁ ତାପମାତ୍ରା ଧିରେଧିରେ ବୃଦ୍ଧି ହେବାର ସମ୍ଭାବନା ରହିଛି।

ରଣଦୀପଙ୍କ ବଡି ଟ୍ରାନ୍ସଫର୍ମେସନ, ଫ୍ୟାନ୍ସ କହିଲେ ଏମିତି…

ମୁମ୍ବାଇ: ଅଭିନେତା ରଣଦୀପ ହୁଡା ଫିଲ୍ମ ‘ବୀର ସାବରକର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫ୍ୟାନ୍ସମାନେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସମୟରେ ରଣଦୀପ ହୁଡା ନିଜର ବଡି ଟ୍ରାନ୍ସଫର୍ମେସନର ଝଲକ ଦେଖାଇଛନ୍ତି। ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଖୁବଶୀଘ୍ର ବଲିଉଡ ଅଭିନେତା ରଣଦୀପ ହୁଡା ଫିଲ୍ମ ‘ବୀର ସାବରକର’ ସହ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଏହି ଫିଲ୍ମ ସହ ଅଭିନେତା ନିର୍ଦ୍ଦେଶନାରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ ରଣଦୀପ ହୁଡା ନିଜ ବଡି ଟ୍ରାନ୍ସଫର୍ମେସନର ଝଲକ ଦେଖାଇଛନ୍ତି । ସେ ଏହି ଫିଲ୍ମ ପାଇଁ ୨୬ କିଲୋ ଓଜନ କମାଇଛନ୍ତି । ଯାହାର ଝଲକ ସେ ସୋସିଆଲ ମିଡିଆରେ ଦେଖାଇଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରଣଦୀପ ନିଜ ଇନଷ୍ଟାଗ୍ରାମରେ ନିଜ ବଡି ଟ୍ରାନ୍ସଫର୍ମେସନର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଦର୍ପଣ ଆଗରେ ସେଲ୍ଫି ନେଉଥିବାର ନଜର ଆସିଥିବା ବେଳେ ନିଜର ଓଜନ କମାଇ ଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, କଳା ପାଣି । ସୂଚନା ଥାଉକି, ଏହି ଲୁକ ସହ ସେ ଲୋକଙ୍କୁ କହିଛନ୍ତି ଯେ କଳା ପାଣିରେ ଦଣ୍ଡ ସମୟରେ ସାବରକର ଅବସ୍ଥା ଏହିପରି ହୋଇଯାଇଥିଲା । ଏହିପରି ଦେଖାଯିବା ପାଇଁ ଅଭିନେତା ଓଜନ ହ୍ରାସ କରିଥିଲେ । ଏହି ଲୁକ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଫିଦା ହୋଇଛନ୍ତି । ଅନେକ ଫ୍ୟାନ୍ସ ଅଭିନେତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

ସାବରକରଙ୍କ ଭଳି ଦେଖାଯିବା ପାଇଁ ରଣଦୀପ ୨୬ କିଲୋ ଓଜନ ହ୍ରାସ କରିଛନ୍ତି ଏବଂ ଚାରିମାସ ପର୍ଯ୍ୟନ୍ତ କେବଳ କ୍ଷୀର ଏବଂ ଖଜରା ଖାଇଛନ୍ତି । ନିକଟରେ ଫିଲ୍ମର ନିର୍ମାତା ଏହା ପ୍ରକାଶ କରିଥିଲେ । ସେ କହିଥିଲେ, ଫିଲ୍ମର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ସେ ଚାରି ମାସ ପାଇଁ ଗୋଟିଏ ଗ୍ଲାସ୍ କ୍ଷୀର ଏବଂ ଖଜରା ଖାଇ ରହିଥିଲେ । କେବଳ ଏତିକି ନୁହେଁ, ସେ ସାବରକର ଭଳି ଦେଖାଯିବା ପାଇଁ ତାଙ୍କ ମୁଣ୍ଡର କେଶ ମଧ୍ୟ ବଢାଇଥିଲେ । ‘ସ୍ବତନ୍ତ୍ର ବୀର ସାବରକର’ ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ବିନାୟକ ଦାମୋଦର ସାବରକରଙ୍କ ବାୟୋପିକ ଅଟେ । ସେ ଜଣେ ବିପ୍ଳବୀ, ସାମାଜିକ ସଂସ୍କାରକ ତଥା ରାଜନେତା ଥିଲେ । ଏହି ଫିଲ୍ମରେ ଦାମୋଦର ସାବରକରଙ୍କ ଭୂମିକାରେ ରଣଦୀପ ଅଭିନୟ କରିବା ସହ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ଏହି ଫିଲ୍ମ ସହ ରଣଦୀପ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ରଣଦୀପଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିଆଲଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ।

ଅଧିକ ସମୟ ଉପାସ ରହିଲେ ବଢିଥାଏ ହୃଦରୋଗ ଆଶଙ୍କା !

ନୂଆଦିଲ୍ଲୀ: ଅଧିକ ସମୟ ଧରି ଉପାସ ରହିଲେ ବଢିବ ହୃଦରୋଗ। ଅନେକ ଲୋକ ପତଳା ହେବା ପାଇଁ ଅଧିକ ସମୟ ଉପାସ ରହୁଥିବା ଦେଖିବାକୁ ମିଳେ। କିନ୍ତୁ ଏକ ଗବେଷଣା ଅନୁଯାୟୀ ଅଧିକ ସମୟ ଉପାସ ରହିଲେ ହୃଦରୋଗ ହେବାର ୯୧ ପ୍ରତିଶତ ସମ୍ଭାବନା ରହିଛି। ଆମେରିକାର ହାର୍ଟ ଆସୋସିଏନ ପକ୍ଷରୁ ଗବେଷଣା ପରେ ଏଭଳି ଏକ ରିପୋର୍ଟ ପ୍ରକାଶ କରାଯାଇଛି।

ଓଜନ କମାଇବାକୁ ଦିନରେ ଅଧିକ ସମୟ ଉପାସ ରହି କମ ଖାଉଥିବା ଲୋକଙ୍କୁ ନେଇ ଏକ ଷ୍ଟଡି କରାଯାଇଥିଲା । ଯେଉଁଥିରେ ସେମାନଙ୍କର ହୃଦରୋଗ ହେବା ଭଳି ସମ୍ଭାବନା ଅଧିକ ଦେଖାଯାଇଥିଲା। ବର୍ତ୍ତମାନ ସମୟରେ ଅନେକ ଲୋକ ଜୀବନ ଶୈଳୀରେ ପରିବର୍ତ୍ତନ କଲେଣି। ମୋଟାପଣ କମାଇବା ପାଇଁ ଲୋକ ସଂଘର୍ଷ କରୁଛନ୍ତି । ଏଭଳି କ୍ଷେତ୍ରରେ ଅଧିକ ସମୟ ଉପବାସ ରହିବାକୁ ଏକମାତ୍ର ରାସ୍ତା ବୋଲି ଭାବି ଦିଅନ୍ତି ଲୋକେ। ଯାହା ହୃଦରୋଗ ଭଳି ସମସ୍ୟା ବଢାଏ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ୮ ଘଣ୍ଟାରେ ଥରେ ଖାଉଥିବା ଲୋକଙ୍କ କ୍ଷେତ୍ରରେ ହୃଦରୋଗ ଭଳି ସମସ୍ୟା ଦେଖାଯିବ ବୋଲି ଗବେଷଣାରେ କୁହାଯାଇଛି।

ଇଣ୍ଟର୍ମିଟେଣ୍ଟ ଫାଷ୍ଟିଂ କରିବା କ୍ୟାଲୋରୀ ଗ୍ରହଣକୁ ହ୍ରାସ କରିବାର ଏକ ମାଧ୍ୟମ ହୋଇଥାଏ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାନବ ମେଟାବୋଲିଜିମର ପ୍ରଫେସର କିଟ୍ ଫ୍ରେନ୍ ବ୍ରିଟେନର ବିଜ୍ଞାନ ମିଡିଆ କେନ୍ଦ୍ରକୁ ଦେଇଥିବା ବିବୃତ୍ତିରେ ଏହା କହିଛନ୍ତି । “ଏହି ଅଭ୍ୟାସର ପ୍ରଭାବ ଉପରେ ଆମକୁ ଦୀର୍ଘମିଆଦି ଅଧ୍ୟୟନର ଆବଶ୍ୟକତା ରହିଛି । ଏହି ରିପୋର୍ଟରେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ମିଳି ନାହିଁ ।”

ସାଂଘାଇ ଜିଆଓ ଟୋଙ୍ଗ ୟୁନିଭରସିଟି ସ୍କୁଲ ଅଫ୍ ମେଡିସିନର ଭିକ୍ଟର ଜୋଙ୍ଗଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀମାନେ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣର ଜାତୀୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଗବେଷଣାରେ ଅନ୍ତର୍ଭୁକ୍ତ ପ୍ରାୟ ୨୦,୦୦୦ ଲୋକଙ୍କର ତଥ୍ୟ ବିଶ୍ଳେଷଣ କରିଥିଲେ। ଏହି ଅଧ୍ୟୟନରେ ୨୦୦୩ରୁ ୨୦୧୯ ପର୍ଯ୍ୟନ୍ତ ମୃତ୍ୟୁ ତଥ୍ୟ ବ୍ୟବହାର କରାଯାଇଥିଲା।

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଛାଡ଼ିଲେ ଅଧିରାଜ। କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ। କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଧିରାଜ ପାଣିଗ୍ରାହୀ। ଏହାସହ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ନେଇ ପିସିସି ସଭାପତିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର। ଦୀର୍ଘ ୨୫ ବର୍ଷ ଧରି କଂଗ୍ରେସ ଦଳରେ ଥିଲେ ଅଧିରାଜ ପାଣିଗ୍ରାହୀ। ଖଡ଼ିଆଳର ବିଧାୟକ ହେଉଛନ୍ତି ଅଧିରାଜ ପାଣିଗ୍ରାହୀ।

ନବୀନ ନିବାସରେ ନେତାଙ୍କୁ ନବୀନଙ୍କ ଟିପ୍ସ, ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି

ଭୁବନେଶ୍ବର: ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି । ନବୀନ ନିବାସରେ ନିର୍ବାଚନୀ ଏକ୍ସରସାଇଜ ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀର ତୃଣମୂଳ ସ୍ତରରେ ଲୋକାଭିମୁଖୀ ଯୋଜନା ନେଇ ଲୋକଙ୍କ ସହ ଯୋଡ଼ି ହେବାକୁ ନେତାଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ବିଜେଡିର ବଡ଼ ବିଜୟ ନେଇ ବିଭିନ୍ନ ସର୍ଭେ ରିପୋର୍ଟ ଆସିବା ପରେ ଗ୍ରାଉଣ୍ଡରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଯୋଦ୍ଧାଙ୍କୁ ପ୍ରସ୍ତୁତ କରୁଛି ଦଳ। ଦୁଇ ବିରୋଧୀ କିନ୍ତୁ ନିର୍ବାଚନ ପ୍ରସ୍ତୁତିରେ ପଛରେ ପଡ଼ିଯାଇଛନ୍ତି ।

ବିଜେଡିର ଯୋଦ୍ଧା ପ୍ରସ୍ତୁତ । ନବୀନ ନିବାସରେ ନେତାଙ୍କୁ ନବୀନଙ୍କ ଟିପ୍ସ । ନିର୍ବାଚନମଣ୍ଡଳୀରେ ଅଧିକ ଶକ୍ତିଶାଳୀ କର ସଂଗଠନ । ରେକର୍ଡ ବିଜୟ ପାଇଁ ସମରସଜ୍ଜା। ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ବହୁଛି ବିଜେଡି ହାଓ୍ବା । ଉଭୟ ବିଧାନସଭା ଓ ଲୋକସଭାରେ ଦଳ ରେକର୍ଡ ସଂଖ୍ୟକ ଆସନ ଜିତିବାକୁ ଆରମ୍ଭ କରିଛ ସମରସଜ୍ଜା । ଶ୍ରୀକ୍ଷେତ୍ର ପାଇଁ ବିଜେଡି ଯୋଦ୍ଧା ପ୍ରସ୍ତୁତ କରିଛି । ତୃଣମୂଳ ସ୍ତରରୁ ସଂଗଠନ ଶକ୍ତି ବୃଦ୍ଧି ସହ ବିକାଶମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ପର୍ଯ୍ୟାୟକ୍ରମେ ଅନ୍ୟ ସଂସଦୀୟ କ୍ଷେତ୍ର ପାଇଁ ଯୋଦ୍ଧା ପ୍ରସ୍ତୁତ କରିବ ବିଜେଡି। ଲୋକଙ୍କୁ ବିକଶିତ ଓଡ଼ିଶା ଗଠନ ସମ୍ପର୍କରେ ଜଣାଇବା ସହ ନିର୍ବାଚନ ଏକ୍ସରସାଇଜ ଆରମ୍ଭ କରିଛି ଦଳ। ପୂର୍ବରୁ ଶଙ୍ଖ ଭବନରେ ପ୍ରଶିକ୍ଷଣ ନେଇଥିବା ୪ଲକ୍ଷ ଯୋଦ୍ଧାଙ୍କୁ ବିଜେଡି ୨୧ଟି ସଂଦୀୟ କ୍ଷେତ୍ରରେ ଦାୟିତ୍ବ ବଣ୍ଟନ କରି ନିର୍ବାଚନୀ କାମ ଆରମ୍ଭ କରିଦେଇଛି। ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯେଉଁସବୁ ଯୋଜନା କରିଛନ୍ତି, ତାହା ଦଳକୁ ବଡ଼ ବିଜୟ ଦେବ ବୋଲି ବିଧାୟକ କହିଛନ୍ତି ।

ଏଥର ବିଜେଡି ପୁଣି କ୍ଷମତା ଦଖଲ କରିବା ସହ ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ରେକର୍ଡ କରିବେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟ ଆସିଛି । ବିଜେଡି ମଧ୍ୟ ନିର୍ବାଚନ ଘୋଷଣା ପୂର୍ବରୁ ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ ଦଖଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ନିର୍ବାଚନ ଘୋଷଣା ପରେ ଦଳ ଲୋକଙ୍କ ପାଖକୁ ଯିବାର ଅଭିଯାନକୁ ଅଧିକ କ୍ରୀୟାଶୀଳ କରିଛି । ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛି । କଂଗ୍ରେସ କିନ୍ତୁ ଆଗୁଆ ଟିକେଟ ବଣ୍ଟନରେ ଫେଲ୍ ମାରିବା ପରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଣି ନିର୍ବାଚନୀ ମାହୋଲ ସୃଷ୍ଟି କରିବାକୁ ଯୋଜନା କରିଛି । ବରିଷ୍ଠ ରାଜନୈତିକ ସମୀକ୍ଷକ କହିଛନ୍ତି,  ଏଯାଏଁ ବିଜେପି ଓ କଂଗ୍ରେସ ନିର୍ବାଚନୀ ପ୍ରସ୍ତୁତି କରିନାହାନ୍ତି କି ଲୋକଙ୍କ ପାଖକୁ ଯାଇନାହାନ୍ତି । ବିଜେଡି କିନ୍ତୁ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରି ଲୋକଙ୍କ ପାଖକୁ ଯାଉଛି ।

ନିର୍ବାଚନ ଫଳାଫଳର ସବୁ ରେକର୍ଡ ଭାଙ୍ଗିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ମଧ୍ଯ ଲମ୍ବା ସମୟ ଓ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନ ବଜାୟ ରଖିବେ। ଏଥିପାଇଁ ସଂସଦୀୟ କ୍ଷେତ୍ରରୁ ବିଜୟ ଅଭିଯାନ ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି ।

କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ମାନସମନ୍ଥନ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ଅନୁଷ୍ଠିତ ହୋଇଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ଓ  ଜିଲ୍ଲା ସଭାପତିଙ୍କ ସହିତ ଜରୁରୀ କାଳୀନ ବୈଠକ କରାଯାଇଛି । ଯଦିଓ ଦଳ CECକୁ ସବୁ କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପଠାଇ ଦେଇଛି ତାପୂର୍ବରୁ ଯୋଗ୍ୟ ଓ ଜିତିବା ପ୍ରାର୍ଥୀଙ୍କ ଉପରେ ଚାଲିଛି ଆଲୋଚନା ।  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଗମନ ଇନ ଚାର୍ଜ ପ୍ରବୀଣ ପାଠକ ମିଳିତ ଯୋଗଦେଇଥିଲେ । ଆଗକୁ ଦଳ କେଉଁଠି ପ୍ରାର୍ଥୀ ବଦଳାଇବ ଓ କେଉଁ ସ୍ଥାନରେ କଂଗ୍ରେସ ଅଛି ମଜବୁତ୍ ସେ ନେଇ ଆଲୋଚନା ହୋଇଛି ।

ଏନଡିଏ ମେଣ୍ଟରେ ଏମଏନଏସ୍ ମୁଖ୍ୟ ରାଜ ଠାକରେ ମିଶିବା ନେଇ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ବଡ଼ ହଲଚଲ। ପରିବାର ମଧ୍ଯରେ ହେବ ଲଢେଇ। ଏନଡିଏ ମେଣ୍ଟରେ ଏମଏନଏସ୍ ମୁଖ୍ୟ ରାଜ ଠାକରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ରାଜ ଠାକରେ।  ସିଟ୍ ଭାଗବଣ୍ଟାକୁ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ତେବେ ଏନଡିଏରେ ମିଶିବା ନେଇ ବିଧିବଦ୍ଧ ଘୋଷଣା ବାକି ରହିଛି। MNS ସହ ବିଜେପିର ମେଣ୍ଟ ପରେ ସମୀକରଣକୁ ନେଇ ଆଲୋଚନା ଚାଲିଛି। ଦିନେରୁ ଦୁଇ ଦିନ ମଧ୍ୟରେ ସିନ୍ଧେ ପକ୍ଷ ଶିବସେନା ପ୍ରାର୍ଥୀ ତାଲିକା ଜାରି କରିପାରେ। ସେପଟେ ବିହାରରେ ମଧ୍ୟ ପରିବାର ରାଜନୀତି ଚର୍ଚ୍ଚା ଲାଗି ରହିଛି। ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏଲଜେପି ନେତା ପଶୁପତି ପାରସ। ଆସନ ବଣ୍ଟନରେ ଅବହେଳା ନେଇ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି ବୋଲି କହିଛନ୍ତି ପଶୁପତି ପାରସ। ବିହାରରେ ଆସନ ଭାଗବଣ୍ଟା ନେଇ ଗତ ଗତକାଲି ଏନଡିଏର ଆସନ ଘୋଷଣା ହୋଇଥିଲା।

ଏଥିରେ ଚିରାଗ ପାସୱାନଙ୍କ ଏଲଜେପିକୁ ୫ ଆସନ ମିଳିଛି। ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ଦାଦା ପଶୁପତି ସୋରେନ। ପଶୁପତି ପାରସଙ୍କ ଦଳକୁ ଗୋଟିଏ ବି ସିଟ୍ ଦେଇନି ଏନଡିଏ। ଆସନ ନମିଳିଲେ ସେ ମନ୍ତ୍ରୀପଦ ଛାଡିବେ ବୋଲି ଘୋଷଣା କରିଥିଲେ। ଆଉ ଘୋଷଣା ମୁତାବକ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେପଟେ ବିଜେପିରେ ସାମିଲ ହେଲେ ଜେଏମଏମ ନେତା ସୀତା ସୋରନ। ଆଜି ଜେଏମଏମରୁ ଇସ୍ତଫା ଦେଇ ସେ ଆଜି ହିଁ ବିଜେପିରେ ଯୋଗ ଦେଇଛନ୍ତି। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା କହିଛନ୍ତି ସୀତା ସୋରେନ। ଦଳ ଛାଡିବା ସହ ପରିବାର ସହ ସମ୍ପର୍କ ଛିନ୍ନ କରିଛନ୍ତି ସୀତା ସୋରେନ। ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ହେଉଛନ୍ତି ସୀତା ସୋରେନ। ଦଳରେ ଅବହେଳା ପ୍ରଦର୍ଶନ କରାଯାଉଥିବା ନେଇ ସେ ଅଭିଯୋଗ କରି ଆସୁଥିଲେ। ସ୍ଵାମୀ ଦୁର୍ଗା ସୋରେନଙ୍କ ମୃତ୍ଯୁ ପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସେ କହିଛନ୍ତି। ଇସ୍ତଫା ଦେବା ଛଡା ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା ବୋଲି କହିଛନ୍ତି ସୀତା ସୋରେନ।

ଓଡିଶା ମୁହାଁ ବାହାର ରାଜ୍ୟର ବାଘ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ମୁହାଁ ବାହାର ରାଜ୍ୟର ବାଘ। କର୍ଣ୍ଣାଟକ, ମହାରାଷ୍ଟ୍ର ପରେ ଏବେ ମଧ୍ୟପ୍ରଦେଶର ବାଘ ଓଡ଼ିଶାରେ ଦେଖାଯିବା ଏକ ଶୁଭ ଲକ୍ଷଣ। ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି ପାଉଥିବା କଥା ରାଜ୍ୟର ନିଜସ୍ୱ ବାଘ ଗଣନାରୁ ସ୍ପଷ୍ଟ ହୋଇଛି। ଏବେ ଅନ୍ୟ ରାଜ୍ୟର ବାଘ ଓଡ଼ିଶାରେ ବିଚରଣ ଘଟଣାକୁ ବନବିଭାଗ ସକାରାତ୍ମକ ଭାବେ ନେଇଛି। ଏଥିଲାଗି ବାଘଙ୍କ ଖାଦ୍ୟ ପାଇଁ ହରୀଣ, ସମ୍ବର, ବାରହା ଭଳି ଜୀବଙ୍କୁ ଜଙ୍ଗଲରେ ସୁରକ୍ଷିତ ରଖିବାକୁ ବନ ବିଭାଗ କଡା ପଦକ୍ଷେପ ନେଉଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ କଡ଼ା ସୁରକ୍ଷା ଯୋଗୁଁ ବାଘ ଶିକାରୀ ଏବେ କୁଳଡିହା ଜଙ୍ଗଲରେ ମାତିଛନ୍ତି। ଗତକାଲି ଶିକାରୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଏବେ ବନ ବିଭାଗ ପକ୍ଷରୁ କୁଳଡିହାରେ କମ୍ବିଂ ଅପରେସନ ଆରମ୍ଭ ହୋଇଛି।

କୁଲଡିହା ଅଭୟାରଣ୍ୟରେ ଶିକାରୀ-ବନ କର୍ମଚାରୀ ମୁହାଁମୁହିଁ। ଦୁଇ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ। ଶିକାରୀ ଆକ୍ରମଣରେ ୨ କର୍ମଚାରୀ ଆହତ ହୋଇଛନ୍ତି। ଉଭୟ କର୍ମଚାରୀଙ୍କୁ  କଟକ ଏସସିବିରେ ଭର୍ତି କରାଯାଇଛି। ଅନ୍ୟ ଶିକାରୀଙ୍କୁ ଧରିବାକୁ ବନବିଭାଗର ଚାଲିଛି କମ୍ବିଂ। ରାଜ୍ୟ ପୋଲିସ, ପୂର୍ବତନ ସୈନିକଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ୱାଡ୍ କରିବେ ତନାଘନା। ଶିମିଳିପାଳ ଭଳି କୁଲଡିହା ଜଙ୍ଗଲକୁ ଶିକାରୀମୁକ୍ତ କରିବାକୁ ପ୍ରୟାସ। ଘଟଣାସ୍ଥଳରେ ଉଚ୍ଚସ୍ତରୀୟ ଟିମ ପହଞ୍ଚି ତନାଘନା ଚଳାଇଛନ୍ତି। ବର୍ଷାଋତୁ ଆସିବା ଯାଏଁ ଶିକାରୀଙ୍କ ଗତିବିଧି ବୃଦ୍ଧି ସମ୍ଭାବନା ରହିଛି। ଏମାନଙ୍କୁ ସାବାଡ଼ କରିବାକୁ ବନବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ପିସିସିଏଫ କହିଥିବାବେଳେ  ବିଶେଷଜ୍ଞ ଏହାକୁ ସ୍ୱାଗତ କରିଛନ୍ତି।

ରାଜ୍ୟରେ ବାଘ ସଂଖ୍ୟା ବଢିବା ସହିତ ଅନ୍ୟ ରାଜ୍ୟର ବାଘ ଓଡିଶା ମୁହାଁ ହେଉଛନ୍ତି। କର୍ଣ୍ଣାଟକ, ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶ ସଞ୍ଜୟ-ଡୁବ୍ରି ଅଭୟାରଣ୍ୟରୁ ଗୋଟିଏ ବାଘ ସୁନ୍ଦରଗଡର ବଣାଇ ଜଙ୍ଗଲରେ ଦେଖିବାକୁ ମିଳିଛି। ନିଜର ସ୍ୱତନ୍ତ୍ର ଅଞ୍ଚଳ ପାଇଁ ମଧ୍ୟପ୍ରଦେଶ ବାଘ ଏତେଗୁଡ଼େ ବାଟ ଅତିକ୍ରମ କରି ଓଡିଶା ଆସିଥିବା କଥା ଏନଟିସିଏ ଏବଂ ରାଜ୍ୟ ବନ ବିଭାଗ କହିଛି। ଓଡିଶା ଜଙ୍ଗଲରେ ବାଘ ଶିକାରୀଙ୍କ ଉପରେ ନଜର ସହ ଜଙ୍ଗଲ ସୁରକ୍ଷା ପାଇଁ ବନ କର୍ମଚାରୀଙ୍କୁ ବନ୍ଧୁକ ଚଳାଇବା ଅନୁମତି ମିଳିଛି। ଏହାକୁ ବିଶେଷଜ୍ଞ ସ୍ୱାଗତ କରିଥିବା ବେଳେ ବାଘର ଚିହ୍ନଟ ପ୍ରକ୍ରିୟାକୁ ନେଇ ଭିନ୍ନ ମତ ରଖିଛନ୍ତି ବ୍ୟାଘ୍ର ବିଶେଷଜ୍ଞ।

ରାଜ୍ୟର ନିଜସ୍ୱ ବାଘ ଗଣନା ରିପୋର୍ଟରେ ଓଡ଼ିଶାରେ ବାଘ ସଂଖ୍ୟା ୩୦ ଥିବାବେଳେ ୮ଟି ବାଘଛୁଆ ଥିବା ଜଣାପଡିଛି। ମେ ମାସରୁ ରାଜ୍ୟର ନିଜସ୍ୱ କଲରାପତରିଆ ବାଘ ଗଣନା କରାଯିବ। ଏଭଳି ସ୍ଥିତିରେ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସହିତ ଶିକାରୀଙ୍କୁ ଧରପଗଡ଼ ଅଭିଯାନ ପାଇଁ ବନ ବିଭାଗର ସ୍ୱତନ୍ତ୍ର ଯୋଜନା ସ୍ୱାଗତଯୋଗ୍ୟ।

ଶ୍ରୀମନ୍ଦିରରେ ପାଳିତ ହେଲା ଫାଲଗୁନ ଶୁକ୍ଳ ଦଶମୀ, ୪ ଦିନ ଧରି ପାଳିତ ହେବ ଦୋଳ ଉତ୍ସବ

ପୁରୀ: ମଙ୍ଗଳବାର ଫାଲଗୁନ ଶୁକ୍ଳ ଦଶମୀ ବା ଫଗୁ ଦଶମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠାରୁ ଦୋଳୋତ୍ସବର ପ୍ରାରମ୍ଭ ହୋଇଥିବା ବେଳେ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ହେବ ଉତ୍ସବ । ଆସନ୍ତାକାଲି ଠାରୁ ଶ୍ରୀଜୀଉମାନଙ୍କର ୪ ଦିନ ଧରି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଚାଚେରୀ ବେଶ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଶ୍ରୀଜିଉଙ୍କ ଫଗୁ ଦଶମୀ । ଶ୍ରୀମନ୍ଦିରରେ ପାଳିତ ହେଲା ଫାଲଗୁନ ଶୁକ୍ଳ ଦଶମୀ। ୪ ଦିନ ଧରି ପାଳିତ ହେବ ଦୋଳ ଉତ୍ସବ । ଚଳିତ ବର୍ଷ ଅଧିକ ଏକ ଦିନ ମଳ ପଡ଼ୁଥିବାରୁ ମହାପ୍ରଭୁଙ୍କର ୪ ଦିନଧରି ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଚାଚେରୀ ବେଶ । ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ୩ ବାଡ଼ରେ ତିନି ଠାକୁରଙ୍କର ମଇଲମ କରାଯାଇ ନାଲି ଲୁଗା ଲାଗି ହୋଇଥିବା ବେଳେ ସର୍ବାଙ୍ଗ ହୋଇ ଚାଚେରୀ ବେଶ କରାଯିବ । ଏହି ଚାଚେରୀ ବେଶ ପରେ ଚାଚେରୀ ଭୋଗ ହୋଇ ଅନ୍ୟାନ୍ୟ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଏବଂ ଭୂଦେବୀ ମହାଜନ ସେବକମାନଙ୍କ ଦ୍ବାରା ଜୟବିଜୟ ଦ୍ଵାର ଲଣ୍ଡାବର୍ତ୍ତକୁ ଆସିବେ । ପରେ ମୁଦିରସ୍ତ ସେବକ ଫଗୁ ଚନ୍ଦନ ମୁଣି ପ୍ରସାଦ ଲାଗି କରିବା ସହ ବନ୍ଦାପନା ଓ ଆଲଟ ଚାମର ସେବା ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଏହି ବିଶେଷ ନୀତି ସହ ଶ୍ରୀକ୍ଷେତ୍ରରେ ଆରମ୍ଭ ହୁଏ ଦୋଳଉତ୍ସବ।

ହିନ୍ଦୁ ରୀତିନୀତି ଓ ଉତ୍କଳୀୟ ପରମ୍ପରାରେ ଦୋଳଉତ୍ସଭ ସମୟରେ ପୁରପଲ୍ଲୀ ହୋଇଥାଏ ଉତ୍ସବ ମୁଖର । ଫଗୁ ଦଶମୀ ଠାରୁ ଆରମ୍ଭ ହୋଇଥାଏ ପାରମ୍ପରିକ ଅବିରରେ ରଙ୍ଗ ଖେଳ। ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ସମୟରେ ମହାବାହୁଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି । ଦର୍ଶନ ସହ ଭକ୍ତି ଅର୍ଘ୍ୟ ପ୍ରଦାନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଭକ୍ତ।

ସମ୍ବଲପୁର ସହରରେ ଚିନ୍ତା ବଢାଇଲାଣି ଟ୍ରାଫିକ ସମସ୍ୟା

ସମ୍ବଲପୁର: ସମ୍ବଲପୁର ସହରରେ ଚିନ୍ତା ବଢାଇଲାଣି ଟ୍ରାଫିକ ସମସ୍ୟା। ସକାଳ ୯ ଟା ହୋଇଗଲେ ବିଭିନ୍ନ ଛକ ମାନଙ୍କରେ ଦେଖିବାକୁ ମିଳୁଛି ନାହିନଥିବା ଭିଡ। ବିଶେଷ କରି ସହର ଦେଇ ଯାଇଥିବା ମୁମ୍ବାଇ କୋଲକାତା ଜାତୀୟ ରାଜପଥ ଯୋଗୁ ପ୍ରାୟ ପ୍ରତ୍ୟକ ଦିନ ଗୁର୍ଘଟଣା ଘଟୁଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କାରିଛନ୍ତି ସହରବାସୀ।

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଯାଉଛି ଜୀବନ। ସମ୍ବଲପୁର ସହର ଦେଇ ଯାଇଥିବା ମୁମ୍ବାଇ କୋଲକତା ଜାତୀୟ ରାଜପଥ ୬ରେ ପ୍ରତିଦିନ ଘଟୁଛି ଦୁର୍ଘଟଣା । କେତେବେଳେ ଟ୍ରକ ଧକ୍କାଦେଇ ବାଇକକୁ ଘୋଷାଡି ନେଉଛି ତ ଆଉ କେତେବେଳେ ଦୁର୍ଘଟଣାରେ ଅଟୋ ଭାଙ୍ଗି ଚୁରମାର ହେଉଛି । NHAI କତୃପକ୍ଷ କିନ୍ତୁ ସବୁ ଦେଖି ପଦକ୍ଷେପ ନନେଇ ଚୁପ୍ ବସିଥିବା  କହିଛନ୍ତି ସହରବାସୀ । ସେପଟେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ଟ୍ରାଫିକ ବ୍ୟବସ୍ଥାକୁ ସଜାଡି ପାରୁନି ସମ୍ବଲପୁର ପୋଲିସ ।

ଟିକେ ଭଲଭାବେ ନଜର ପକାନ୍ତୁ ଏହି ଟ୍ରାଫିକ ଭିଡ ଉପରେ । ଏହା  ହେଉଛି ସହରର ବ୍ୟସ୍ତ ବହୁଳ ଅଇଁଠାପାଲି ଛକ ଏବଂ ବରେଇପାଲି ଛକ । ଯେଉଁଠି ରାସ୍ତା ପାର ହେବାକୁ ହେଲେ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସାମାନ୍ଯ ଅସାବଧାନତା ହେଲେ କେଉଁ ମୁହୁତ୍ତରେ ଜୀବନ ଚାଲିଯାଇପାରେ । ଭିଡ ଛକ ମାନଙ୍କରେ ଜଣେ କିମ୍ବା ଦୁଇଜଣ ଟ୍ରାଫିକ ପୋଲିସ ରହୁଛନ୍ତି, ଯାହାଫଳରେ ଭିଡକୁ ନିୟନ୍ତ୍ରଣ ହୋଇ ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଉଠିଛି ଦାବି ।