ଭୁବନେଶ୍ବର: ରାଜଧାନୀରେ ବୋମାମାଡ଼ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ଅଞ୍ଚଳରେ ବୋମାମାଡ଼ । ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିଥିବା ସୂଚନା । ଏକ କଳା ରଙ୍ଗର ବାଇକରେ ଆସି ବୋମା ପକାଇଲେ ଦୁର୍ବୃତ୍ତ । ଏକ କାର କ୍ଷତିଗସ୍ତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାରେ ଛାନବିନ କରିଛି । ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।
ଚାଲିଥିଲା ବାହାଘର, ଉଠାଇ ନେଲା ପୋଲିସ
ଭୁବନେଶ୍ବର: ଚାଲିଥିଲା ବାହାଘର, ଆଉ ମାତ୍ର କେହି ମିନିଟ ରେ ପଡିଥାନ୍ତା ହାତ ଗଣ୍ଠି. କିନ୍ତୁ ପରିସ୍ଥିତି ଏମିତି ହେଲା ବାହା ବେଦୀରୁ ବରକୁ ଉଠାଇନେଲା ପୋଲିସ. ଏଭଳି ଘଟଣା ଖୋଦ ଘଟିଛି ଭୁବନେଶ୍ୱର ରେ. ବର ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଅଂଚର ଜିତେନ୍ଦ୍ର ସ୍ୱାଇଁ. ଜିତେନ୍ଦ୍ର 2013 ମସିହା ରେ କଲିକତାର ରମା ସ୍ୱାଇଁ ଙ୍କୁ ପ୍ରଥେମେ ୨୦୧୩ ମସିହା ରେ ପ୍ରେମ କରି କୋର୍ଟ ରେ ବିବାହ କରିଥିଲେ. କିଛି ବର୍ଷ ରହିବା ପରେ 2019 ପରଠାରୁ ଜିତେନ୍ଦ୍ର ରମା କୁ ଛାଡି ଆଉ ଧରା ଛୁଆଁ ଦେଉ ନଥିଲା. ଏହା ପରେ ଆଜି କୌଣସି ବିଶେଷ ସୂତ୍ରରୁ ପ୍ରଥମ ସ୍ତ୍ରୀ ଖବର ପାଇଥିଲେ ଯେ ସେ ପ୍ରଥମ ସ୍ତ୍ରୀ କୁ ନ ଜଣାଇ ଦ୍ଵିତୀୟ ବିବାହ ଭୁବନେଶ୍ୱର ରେ ଏକ ମନ୍ଦିରରେ କରୁଛନ୍ତୁ. ଗତ କାଲିଠାରୁ ରମା ଭୁବନେଶ୍ୱର ଆସି କେତେଜଣ ମାନବାଧିକାର ମହିଳା କର୍ମୀ ଙ୍କ ସହଯୋଗ ରେ ଜିତେନ୍ଦ୍ର କୁ ଖୋଜୁଥିଲେ . ଏହା ପରେ ଆଜି ରାଜଭବନ ପଛପଟେ ଏକ ରାଧାକୃଷ୍ଣ ମନ୍ଦିର ରେ ଜିତେନ୍ଦ୍ର ଦ୍ଵିତୀୟ ବିବାହ କରୁଥିବା ଖବର ପାଇଁ ସିଧା ବାହା ବେଦିରେ ପହଂଚି ବିବାହ କୁ ବନ କରିବାକୁ କହିଥିଲା. ଏହା ପରେ କ୍ୟାପିଟାଲ ପୋଲିସ କୁ ଖବର ଦେବା ପରେ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ସ୍ୱାମୀ ଜିତେନ୍ଦ୍ରକୁ ଉଠାଇ ଆଣିଲା ପୋଲିସ..ବର୍ତମାନ ବର ଜିତେନ୍ଦ୍ର କୁ କ୍ୟାପିଟାଲ ପୋଲିସ ଅଟକ ରଖି ପଚରା ଉଚରା କରୁଛି ପୋଲିସ. ବିବାହ ପାଇଁ ସବୁ ଡକ୍ୟୁମେଣ୍ଟ କୁ ପ୍ରଥମ ସ୍ତ୍ରୀ ପୋଲିସ କୁ ହସ୍ତାନ୍ତର କରିବା ପରେ ନ୍ୟାୟ ପାଇଁ ଥାନାରେ ଅଭିଯୋଗ କରି ବସିଛି ରମା.ସେପଟେ ବର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।
ରାଜଯୋଗ ମାଧ୍ୟମରେ ମଣିଷ ନିଜର ଆତ୍ମାକୁ ସଶକ୍ତ କରି ପାରିବ
କଟକ: ସେବା, ସମାଜକୁ ସଶକ୍ତ, ନିଜର ପରିବର୍ତ୍ତନରେ ବିଶ୍ୱ ପରିବର୍ତ୍ତନର କାମ ବ୍ରହ୍ମମାକୁମାରୀ ସଂଗଠନ ଖୁବ ସୁନ୍ଦର ଭାବରେ କରୁଛି । ସବୁ ପ୍ରକାର ଅଶାନ୍ତ ବାତାବରଣ ଭିତରେ ନିଜକୁ କିଭଳି ଶାନ୍ତ କରି ରଖିହେବ, ସେହି ଜ୍ଞାନ ଦେଉଛି ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବବିଦ୍ଯାଳୟ । କଟକ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକରୁ ୧୯୭୩ ମସିହାରେ ଆରମ୍ଭ ହୋଇଥିବା ଏହି ସେବାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆଧ୍ୟାତ୍ମିକ ସେବାର ଆବଶ୍ୟକତା, ପ୍ରସଙ୍ଗିକତା ଓ ମହତ୍ୱ ଉପରେ ଆଲୋକପାତ କରିଛନ୍ତି । ରାଜଯୋଗ ମାଧ୍ୟମରେ ମଣିଷ ନିଜର ଆତ୍ମାକୁ ସଶକ୍ତ କରି ପାରିବ ଓ ଆଜିକାର ଅଶାନ୍ତ ବାତାବରଣ ଭିତରେ ଆତ୍ମା ସଶକ୍ତ ହେଲେହିଁ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ହୋଇପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି । ବ୍ୟକ୍ତି ଚରିତ୍ର ପରିବର୍ତ୍ତନ କାମ ବ୍ରହ୍ମା କୁମାରୀ ସଂଗଠନ ବେଶ ପ୍ରଭାବଶାଳୀ ଢଙ୍ଗରେ କରିଛି । ଆଉ ଏହି ବ୍ୟକ୍ତି ଚରିତ୍ର ପରିବର୍ତ୍ତନ ହେଲେ, ସମାଜରେ, ରାଜ୍ୟରେ, ଦେଶରେ ଓ ବିଶ୍ୱରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ।
ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତୁଳସୀ ଯୋଗାଇବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ
ନନ୍ଦିଘୋଷ ବ୍ୟୁରୋ: ଶ୍ରୀଅଙ୍ଗକୁ ତୁଳସୀ ମହାଲକ୍ଷ୍ମୀଙ୍କ ପାଇଁ ପଦ୍ମ ଯୋଗାଇବ ଓୟୁଏଟି । ପାରମ୍ପରିକ ବନସ୍ପତିର ଔଷଧୀୟ ଗୁଣ ଓ ଉପଯୋଗିତା ଉପରେ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳାରେ ବୃକ୍ଷଲତାର ଉପଯୋଗିତା ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ଭୁବନେଶ୍ବରରେ ଥିବା ଓୟୁଏଟିର ୧୦୦ ଏକର ପରିମିତ ଭାଟିକାରେ ୧୦୦ ପ୍ରକାର ଔଷଧୀୟ ଗୁଳ୍ମ ଓ ବୃକ୍ଷଲତା ଚାଷ କରାଯାଉଛି । ଆଗାମୀ ଦିନରେ ଆୟୁର୍ବିଜ୍ଞାନରେ ଶରୀରର ବିଭିନ୍ନ ରୋଗ ପାଇଁ ଔଷଧୀୟ ବୃକ୍ଷଲତା ପରୀକ୍ଷାମୂଳକ ଭାବେ ପ୍ରକ୍ରିୟା କରି ଔଷଧ ପାଇଁ କଞ୍ଚାମାଲ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।
ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତୁଳସୀ ଯୋଗାଇବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ । ଖାଲିସେତିକି ନୁହେଁ ଶ୍ରୀମନ୍ଦିରରେ ବିରାଜମାନ ମହାଲକ୍ଷ୍ମୀଙ୍କ ପାଇଁ ଓୟୁଏଟି ପ୍ରସ୍ତୁତ କରୁଛି ପଦ୍ମପୋଖରୀ । ସାକ୍ଷୀଗୋପାଳ ସ୍ଥିତ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ରରେ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଚାଲିଛି ଜମି ପ୍ରସ୍ତୁତି ।
ଗୁଳୁଚି, ଘି କୁଆଁରି, ଅଶୋକ, ପାନଗଛ, ସର୍ପଗନ୍ଧା । ଏସବୁ ଆୟୁର୍ବିଜ୍ଞାନର ମହୌଷଧୀ । ଶରୀରକୁ ସୁସ୍ଥ ରଖିବା ପାଇଁ ଏବେ ପ୍ରାକୃତିକ ଉପଚାର ଉପରେ ଲୋକଙ୍କ ଆଗ୍ରହ । ଭୁବନେଶ୍ବରରେ ଏପରି ଅର୍ଗାନିକ ପଦ୍ଧତିରେ ଔଷଧୀୟ ବୃକ୍ଷ, ଲତା ଓ ଗୁଳ୍ମ ଉତ୍ପାଦନ କରୁଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓୟୁଏଟି । ବରମୁଣ୍ଡା ସ୍ଥିତ ୧୦୦ ଏକର ପରିମିତ ସ୍ଥାନରେ ଓୟୁଏଟି ଉତ୍ପାଦନ କରୁଛି ୧୦୦ ପ୍ରକାର ଔଷଧୀୟ ଗୁଳ୍ଣ ଓ ଲତା ଭରା ଓୟୁଏଟି ଭାଟିକା ।
ଆଧୁନିକ ଚିକିତ୍ସା ବିଜ୍ଞାନ ଯେତେ ଉନ୍ନତ ହେଲେ ବି ଆୟୁର୍ବେଦ ଚିକିତ୍ସା ଓ ପାରମ୍ପରିକ ବୃକ୍ଷ ଲତାରୁ ମିଳୁଥିବା ଔଷଧୀୟ ଗୁଣର ଉପଯୋଗିତା ଏବେ ବି ପ୍ରାସଙ୍ଗିକ ରଖୁଛି । କୃତ୍ରିମ ରସାୟନ ମୁକ୍ତି ଔଷଧ ପ୍ରସ୍ତୁତି ଉପରେ ଏବେ ଗବେଷକ ଅଧିକ ଗୁରୁତ୍ବ ଦେଇଛନ୍ତି । ବିନା ପାର୍ଶ୍ବ ପ୍ରତିକ୍ରିୟାରେ ବୃକ୍ଷଲତାଙ୍କଠାରୁ ମିଳୁଥିବା ଅର୍କ, ରସ ଓ ପତ୍ରରେ ବିଭିନ୍ନ ଔଷଧ ପ୍ରସ୍ତୁତ କରାଯାଉଛି । ଓଡ଼ିଶାର ବିଭିନ୍ନ ପାହାଡ଼, ପର୍ବତ ଅଞ୍ଚଳରୁ ଔଷଧୀୟ ବୃକ୍ଷ, ଗୁଳ୍ମ ସଂଗ୍ରହ କରାଯାଇ ଭୁବନେଶ୍ବରରେ ଚାରା ଓ ପ୍ଲାଣ୍ଟେସନ୍ କରାଯାଇଛି । ସରକାରଙ୍କୁ ଆଗାମୀ ଦିନରେ ଆୟୁର୍ବିଜ୍ଞାନରେ ବିଭିନ୍ନ ଔଷଧ ପ୍ରସ୍ତୁତି ନେଇ କଞ୍ଚାମାଲ ଯୋଗାଇବାକୁ ଓୟୁଏଟି ଲକ୍ଷ୍ୟ ରଖିଛି । ସଚେତନତା ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ।
ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସରକାରଙ୍କ ନିଜସ୍ବ ବାଘ ଗଣନା ସରିବା ପରେ ଆସନ୍ତା ମେ ମାସରୁ ହେବ ରାଜ୍ୟ ସରକାରଙ୍କ ନିଜସ୍ଵ କଲରାପତରିଆ ବାଘ ଗଣନା । ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର । ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟାକୁ ନେଇ ଏନଟିସିଏ ରିପୋର୍ଟ ସହ ଏକମତ ହୋଇପାରିନି ବନ ବିଭାଗ । ସେଥିପାଇଁ ନିଜସ୍ବ ଗଣନା କରିବାକୁ ନିଷ୍ପତି ନେଇଛନ୍ତି ସରକାର ।
ଆସନ୍ତା ମେ ମାସରୁ ରାଜ୍ଯରେ ଲିଓପାର୍ଡ ସେନସସ। ଏକ ସଙ୍ଗେ ହେବ ହାତୀ ଗଣନା ଓ କଲରାପତରିଆ ବାଘ ଗଣନା। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, NTCA ରିପୋର୍ଟକୁ ତର୍ଜମା କରାଯାଉଛି । ତେବେ ସେଥିରେ ଥିବା କିଛି ତ୍ରୁଟିକୁ ରାଜ୍ଯ ସ୍ତରରେ ସଂଶୋଧନ କରାଯିବ। ପ୍ରଥମତଃ ଏହା NTCAର ଏକ ଆକଳନ ରିପୋର୍ଟ । ଦ୍ଵିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଇଥିଲେ । ତେବେ ୨୦୧୮ ଆକଳନ ବେଳେ ୧୪ ଜାଗାରେ କ୍ୟାମେରା ଲାଗିଥିଲା, ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ । ୨୦୨୨ରେ ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର । କ୍ୟାମେରା ଜରିଆରେ NTCA କଳରପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ, କିନ୍ତୁ ସେମାନେ ବହୁତ କମ ଅଞ୍ଚଳ କ୍ୟାମେରା କଭର କରିଥିବାରୁ ଆକଳନ ନେଇ ସହମତ ହୋଇପାରିନାହିଁ ବନ ବିଭାଗ।
ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ – NTCAର ସଦ୍ୟତମ ଷ୍ଟାଟସ୍ ଅଫ ଲିଓପାର୍ଡସ୍ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟ କହୁଛି, ୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି । ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ରେ ୧୨ ହଜାର ୮୫୨ ତୁଳନାରେ ୨୦୨୨ରେ ୧୩ ହଜାର ୮୭୪କୁ ବୃଦ୍ଧି ଘଟିଛି । ସେଣ୍ଟ୍ରାଲ ଇଣ୍ଡିଆ ଆଣ୍ଡ ଇଷ୍ଟର୍ଣ୍ଣ ଘାଟସ୍ ଲ୍ୟାଣ୍ଡସ୍କେପରେ ଓଡ଼ିଶା ସମେତ ଛତିଶଗଡ ଓ ତେଲଙ୍ଗାନାରେ ବାଘ ସଂଖ୍ୟା ଖସିବା ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି । ତେବେ ଏହି ରିପୋର୍ଟକୁ ନେଇ ବନ ବିଭାଗର ଭିନ୍ନମତ ଥିବା ବେଳେ ଏନଟିସିଏର ଗଣନା ପଦ୍ଧତିକୁ ଠିକ୍ ବୋଲି କହିଛନ୍ତି ବ୍ୟାଘ୍ର ବିଶେଷଜ୍ଞ ତଥା ଏନଟିସିଏର ପୂର୍ବତନ ଅଧିକାରୀ । କଲରାପତରିଆ ବାଘ ଜଙ୍ଗଲରେ ଖାଦ୍ଯଶୃଙ୍ଖଳକୁ ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବାରୁ ଏମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବା ଜରୁରୀ ।

