spot_img
Home Blog Page 2175

ପୂରଣ ହେଲା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ଵପ୍ନ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେଲା ପୂରଣ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାର ଲୋକାର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିଲା ବୈପ୍ଲବିକ ପରିବର୍ତ୍ତନ । ଚିକିତ୍ସାଳୟରେ ଅତ୍ଯାଧୁନିକ ଚିକିତ୍ସା ସୁବିଧା ପାଇବେ ରୋଗୀ । ଫଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲାରେ ଆଉ ଏକ ବିକାଶର ଫର୍ଦ ଯୋଡି ହୋଇଯାଇଛି ।

ପୂରଣ ହେଲା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ଵପ୍ନ। ସ୍ଵାସ୍ଥ୍ଯସେବା କ୍ଷେତ୍ରରେ ଆସିଲା ବୈପ୍ଲବିକ ପରିବର୍ତ୍ତନ । ନିର୍ମାଣ ହୋଇଛି ମୁଖ୍ଯ ଚିକିତ୍ସାଳୟର ନୂତନ କୋଠା । ସୃଷ୍ଟି କରୁଛି ବେସରକାରୀ ଚିକିତ୍ସାଳୟର ଭ୍ରମ । ମୁଖ୍ଯମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶର୍ଯ୍ଯା ବିଶିଷ୍ଟ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି । ଏଠାରେ ମିଳିବ ଅତ୍ଯାଧୁନିକ ଚିକିତ୍ସା ସୁବିଧା । ବିଗତ ଦିନରେ ୧୨୦ଶଯ୍ୟା ବିଶିଷ୍ଟ ବେଡ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ନୂତନ କୋଠା ନିର୍ମାଣ ଓ ଶର୍ଯ୍ଯା ସଂଖ୍ଯା ୩ଶହକୁ ବୃଦ୍ଧି ପରେ ସ୍ଥାନୀୟ ଲୋକମାନେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ପ୍ରଦାନ କରିଛନ୍ତି ।

ଏଠାରେ ଅତ୍ଯାଧୁନିକ ଚିକିତ୍ସା ସିଟି ସ୍କାନ ,ଡାଏଲେସିସ ,ଡିଆଇସି, ଏନଆରସି ,ସେଣ୍ଟ୍ରାଲ ଲାବ, ସେଣ୍ଟ୍ରାଲ ଡାଇଗ୍ନୋଷ୍ଟିକ ୟୁନିଟ ଓ ସ୍ୱତନ୍ତ୍ର ଇନଫେକସନ୍ ୟୁନିଟ ଆଦି ରହିଛି । ବିଶେଷ କରି ରୋଗୀଙ୍କ ସଂପର୍କୀୟ ମାନଙ୍କ ପାଇଁ ୬୦ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ନିର୍ମାଣ ହୋଇଛି । ଏହି କୋଠାଟି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷଙ୍କ ତତ୍ୱାବଧାନରେ ଲୋକାର୍ପଣ ହୋଇପାରିଛି ବୋଲି ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଫେମିନା ମିସ୍ ଇଣ୍ଡିଆ ତ୍ରିପୁରା ୨୦୧୭ ବିଜେତା ରିଙ୍କି ଚକମାଙ୍କ କ୍ୟାନ୍ସରରେ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ମଡେଲିଂ ଜଗତ ପାଇଁ ଦୁଃଖ ଖବର। ଫେମିନା ମିସ୍ ଇଣ୍ଡିଆ ତ୍ରିପୁରା ୨୦୧୭ ବିଜେତା ରିଙ୍କି ଚକମାଙ୍କ କ୍ୟାନ୍ସରରେ ପରଲୋକ  ଘଟିଛି। ୨୦୨୨ରେ ତାଙ୍କୁ ମେଲିଗନେଣ୍ଟ ଫାଇଲୋଡସ୍ ଟ୍ୟୁମର ଥିବା ଜଣା ପଡ଼ିଥିଲା । ଏହପରେ ସେ ସର୍ଜରୀ କରିଥିଲେ। ସର୍ଜରୀ ସତ୍ତ୍ବେ କ୍ୟାନସର ତାଙ୍କ ମସ୍ତିଷ୍କରେ ବ୍ୟାପିଯାଇଥିଲା। ଫଳରେ ତାଙ୍କୁ ବ୍ରେନ ଟ୍ୟୁମର ମଧ୍ୟ ହୋଇଯାଇଥିଲା। ଆଜି ୨୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କ୍ୟାନସର ସହ ୨ ବର୍ଷର ସଂଘର୍ଷ ପରେ ଶେଷରେ ହାରିଗଲେ ରିଙ୍କି ଚକମା। କେମୋ ସହିନପାରି ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି। ୨୨ ଫେବୃଆରୀରେ ତାଙ୍କୁ ଦିଲ୍ଲୀ ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠରେ ଆଇସିୟୁରେ ଭେଣ୍ଟିଲେଟର ଭିତରେ ରଖାଯାଇଥିଲା। ସେତେବେଳେ ତାଙ୍କର ମସ୍ତିଷ୍କ କାମକରୁନଥିବା କୁହାଯାଇଥିଲା। ଗତ ମାସରେ ଚିକିତ୍ସା ପାଇଁ ସୋସିଆଲ ମିଡ଼ିଆରେ ସହାୟତା ପାଇଁ ଅନୁରୋଧ କରିଥିଲେ ରିଙ୍କି। ଇନଷ୍ଟାଗ୍ରାମରେ ତାଙ୍କର ଚ୍ୟାଲେଞ୍ଜିଂ ଜନି ସମ୍ପର୍କରେ ଜଣାଇଥିଲେ।

ଆସନ୍ତା ୫ ତାରିଖରୁ ମାଲକାନଗିରିରୁ ଉଡ଼ିବ ବିମାନ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିବ ବିମାନ । ଏନେଇ ସୂଚନା ଦେଲେ ଏୟାର ୱାନ ବିମାନ ଅଧିକାରୀ । ଆଜି ପୁଣି ଥରେ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । ଏୟାର୍‌ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଆଭିଏସନ ଆଡଭାଇଜର  ସୁରେଶ ଚନ୍ଦ୍ର ହୋତା, କ୍ୟାପଟେନ ସବାରିଷ ଏସ କୁମାର, ଏୟାର୍‌ପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଏୟାର୍ ୱାନ ବିମାନ ମ୍ୟାନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନ୍ ୱେ ଓ ଟର୍ମିନାଲ୍ ତଦାରଖ କରିଥିଲେ । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବଶୀଘ୍ର ଏଠାରୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ।

 

ଓ୍ବାସିମ ଆକ୍ରାମ କହିଲେ କରାଚିରେ କାହିଁକି PSL ଦେଖନ୍ତିନି ଦର୍ଶକ ?

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପାକିସ୍ତାନୀ ଅଧିନାୟକ ତଥା ଦକ୍ଷ ବୋଲର ଓ୍ବାସିମ ଆକ୍ରାମ କହିଲେ କରାଚିରେ PSL ଦେଖିବାକୁ ଦର୍ଶକ କାହିଁକି ଷ୍ଟାଡିୟମକୁ ଯାଆନ୍ତି ନାହିଁ । ଏକ ଭିଡିଓ ମାଧ୍ୟମରେ ଏଭଳି କହିଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ପ୍ରିମିୟର ଲିଗକୁ ନେଇ ସବୁବେଳେ ପାକିସ୍ତାନୀ ପ୍ରଶଂସକମାନେ ବଡ଼ ଯୁକ୍ତି ବାଢ଼ି ଆସୁଥିବାବେଳେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ନଜରକୁ ଆସୁଛି । ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ପ୍ରଶଂସକମାନେ ଏହାକୁ ବଡ଼ ଲିଗ ବୋଲି କହୁଥିବାବେଳେ ନିକଟରେ ଖେଳାଯାଇଥିବା କରାଚି କିଙ୍ଗ ଏବଂ କ୍ବେଟା ମ୍ୟାଚରେ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ କମ ସଂଖ୍ୟକ ଦର୍ଶକ ଷ୍ଟାଡିୟମକୁ ଆସିଥିବା ଦେଖିବାକୁ ମିଳିଥିଲା । ଗ୍ୟାଲେରୀ ପୁରା ଖାଲି ଖାଲି ଲାଗୁଥିଲା । ତେବେ ଏହାକୁ ନେଇ ଓ୍ବାସିମ ଆକ୍ରାମ କହିଛନ୍ତି କି, କରାଚିରେ ଟ୍ରାଫିକ୍ ସମସ୍ୟା ପାଇଁ ଦର୍ଶକେ ଷ୍ଟାଡିୟମରେ ପହଞ୍ଚି ପାରିନଥାନ୍ତି । ଯେଉଁ କାରଣରୁ ଷ୍ଟାଡିୟମ ଖାଲି ପଡ଼ିଥାଏ । ଏପିରିକି ଆକ୍ରାମ ମଧ୍ୟ ମ୍ୟାଚ ଦେଖିପାରିନଥିବା କହିଛନ୍ତି । ୩ ଘଣ୍ଟା ଟ୍ରାଫିକରେ ଫସିଥିବା କାରଣରୁ କରାଚି ମ୍ୟାଚ ଦେଖି ପାରିନଥିଲେ । ସେପଟେ କରାଚି କିଙ୍ଗର ପ୍ରଦର୍ଶନ ମଧ୍ୟ ଦର୍ଶକଙ୍କ ଉପରେ ପ୍ରଭାବ ପକାଉଛି । ଟ୍ରାଫିକ ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା କହିଛନ୍ତି ଓ୍ବାସିମ ଆକ୍ରାମ ।

 

ଅନନ୍ତ-ରାଧିକାଙ୍କ ପ୍ରି ଓ୍ବେଡିଙ୍ଗରେ ଅତିଥୀଙ୍କ ପାଇଁ ରହିଛି ଏହି ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ରିଲାଏନ୍ସ ଗୃପର ମୁଖ୍ୟ ତଥା ଭାରତର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ରାଧିକା ମର୍ଚାଣ୍ଡଙ୍କ ପ୍ରି- ଓ୍ବେଡିଂ ରାଜକୀୟ ଢ଼ଙ୍ଗରେ କରାଯାଇଛି । କ୍ରିକେଟର, ସିନେଷ୍ଟାର, ରାଜନେତାଙ୍କ ସହ ବିଦେଶରୁ ମଧ୍ୟ ବହୁ ଅତିଥୀମାନେ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ଅତିଥୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବାବେଳେ ଆଜିଠାରୁ  ଗୁଜୁରାଟର ଜାମନଗରରେ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏବଂ ପ୍ରି- ଓ୍ବେଡିଂ ଉତ୍ସବ ଚାଲିବ । ଅତିଥୀଙ୍କ ପାଇଁ ଗ୍ରୀନରୁମ କରାଯାଇଥିବାବେଳେ ବିଦେଶୀ ଫୁଲରେ ମଧ୍ୟ ଏହାକୁ ସଜା ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନର ଖାଦ୍ୟ ଅତିଥୀଙ୍କ ପାଇଁ ପରସାଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏଠାରେ କଡ଼ା ସୁରକ୍ଷା ଦିଆଯାଇଥିବାବେଳେ ବହୁ ସୁରକ୍ଷା କର୍ମୀ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଅତିଥୀଙ୍କ ପାଇଁ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ରଖାଯାଇଥିବାବେଳେ ନାଚ ଗୀତ ସାଙ୍ଗକୁ ସଙ୍ଗୀତ ଗାନ କରାଯଯାଉଛି ।

 

ଛାତ୍ରଛାତ୍ରୀଙ୍କୁ ଦିଆଯିବ ହିଟୱେଭ ମୁକାବିଲା ଟିପ୍ସ

ଭୁବନେଶ୍ବର: ରାଜ୍ଯରେ ବଢୁଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ହିଟ୍ ୱେଭ ମୁକାବିଲା ଟିପ୍ସ । ଗଣଶିକ୍ଷା ବିଭାଗ ଏ ନେଇ ସବୁ ଜିଲ୍ଲାପାଳ, ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ସବୁ ଶିକ୍ଷାନୁଷ୍ଠାନ ପାଇଁ ମଧ୍ଯ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ । ପାନୀୟ ଜଳ ଓ ORS ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେବା ସହିତ ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯାଇଛି । ସ୍କୁଲ, କଲେଜ ଯିବା ବେଳେ ପାଣି ବୋତଲ ନେବାକୁ ପରାମର୍ଶ ରହିଛି । ଏଥିପାଇଁ ଅଭିଭାବକ ସଚେତନ ରହିବାକୁ ନିବେଦନ କରାଯାଇଛି ।

ଇଶାନ- ଶ୍ରେୟସଙ୍କ ଘଟଣାରେ ମୁହଁ ଖୋଲିଲେ ରିଦ୍ଧିମାନ

ନନ୍ଦିଘୋଷ ବ୍ୟୁରୋ: ବିସିସିଆଇ ନିକଟରେ ଘୋଷଣା କରିଥିବା ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଛନ୍ତି ଇଶାନ କିଶାନ ଏବଂ ଶ୍ରେୟସ ଆୟାର । ସେମାନେ ରଣଜୀ ଖେଳିବାକୁ ମନା କରିବା ପରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଦୀର୍ଘଦିନ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହା ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି, ରଣଜୀ ଖେଳିବାକୁ ସେମାନଙ୍କୁ କାହିଁକି ଦବରଦସ୍ତି କରାଯାଉଛି । ଯଦି ଜଣେ ଖେଳାଳି ଚାହୁଁନି ତାଙ୍କୁ କାହିଁକି ଜବରଦସ୍ତି କରାଯାଉଛି । ଯଦିଓ ପ୍ରଥମ ଶ୍ରେଣୀ କ୍ରିକେଟ ଜଣେ ଖେଳାଳିଙ୍କ କ୍ୟାରିୟରରେ ବହୁତ ପ୍ରଭାବ ପକାଇଥାଏ । ତଥାପି ତାହା ତାଙ୍କ ବ୍ୟକ୍ତିଗତ ବ୍ୟାପାର ।

ଶାହା ଉଦାହରଣ ଦେଇ କହିଛନ୍ତି କି, ମୁଁ ଯେତେବେଳେ ଫିଟ୍ ରହେ ସେତେବେଳେ ପ୍ରତ୍ୟେକ ମ୍ୟାଚକୁ ଗୁରୁତ୍ବ ଦିଏ । ସେ କ୍ଲବ ମ୍ୟାଚ ହେଉ ବା ଅଫିସ କିମ୍ବା ଆନ୍ତର୍ଜାତୀୟ ମ୍ୟାଚ୍ । ତେବେ କିଏ କେଉଁ ମ୍ୟାଚକୁ କେଉଁଭଳି ଭାବେ ତାହା ତାଙ୍କ ଉପରେ ନିର୍ଭର କରେ । କିନ୍ତୁ ପ୍ରତ୍ୟେକ ମ୍ୟାଚକୁ ଗୁରୁତ୍ବର ସହ ନେବା ଉଚିତ । ଯାହାକି କ୍ୟାରିୟରରେ ବହୁ ଉପରକୁ ନେବାରେ ସହାୟକ ହେବ । କହି ରଖୁଛୁ କି, ଓ୍ବେଷ୍ଟବେଙ୍ଗଲ ପାଇଁ ଏବେ ଘରୋଇ କ୍ରିକେଟ ଖେଳୁଛନ୍ତି ରିଦ୍ଧିମାନ ଶାହା । ସେ ଆଇପିଏଲରେ ଗୁଜୁରାଟ ପକ୍ଷରୁ ଖେଳୁଥିବାବେଳେ ପୂର୍ବରୁ ପଞ୍ଜାବ, କୋଲକାତା ପକ୍ଷରୁ ମଧ୍ୟ ଖେଳିସାରିଛନ୍ତ । ପାଳି ଆରମ୍ଭରୁ ବଡ଼ ବଡ଼ ସଟ ଖେଳିବାରେ ମଧ୍ୟ ମାହିର ଶାହା ।

ଆଜି ୧୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି

ଭୁବନେଶ୍ୱର: ଅଧ୍ଯାପକ, ଅଫିସର ଓ ଷ୍ଟାଫ ନିଯୁକ୍ତି । ଆଜି ୧୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଯେଉଁଥିରେ ରହିଛନ୍ତି ୯୭୭ ଅଧ୍ଯାପକ, ୮୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଫିସର, ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକ ସଂପର୍କର ୩୧ ଜଣ କର୍ମଚାରୀ । ନିଜ ନିଜ ଚାକିରି କ୍ଷେତ୍ରରେ 5T ଉପକ୍ରମରେ ଲୋକଙ୍କ ସେବା କରିବାକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ନୂଆ ଅଧ୍ଯାପକ ଓ ଅଫିସରଙ୍କ ପ୍ରତିଭା, ପ୍ରତିଶ୍ରୁତି ଓ କଠିନ ପରିଶ୍ରମ ନିଜ ଚାକିରି କ୍ଷେତ୍ରରେ ଅଧିକ ଫଳବତୀ ହୋଇପାରିବ।

5T ଉପକ୍ରମରେ ସରକାର ସବୁ କ୍ଷେତ୍ରରେ ବିକାଶ କାମକୁ ଆଗେଇ ନେଉଛନ୍ତି । 5T ଉପକ୍ରମ ଦ୍ବାରା ଉନ୍ନତିମୂଳକ ପ୍ରକଳ୍ପ ସ୍ବଚ୍ଛତାର ସହ କରାଯାଉଛି। ପ୍ରତ୍ଯେକ କ୍ଷେତ୍ରରେ ସମସ୍ତଙ୍କୁ ଏହା ସଶକ୍ତ କରିବା ଉପାନ୍ତରେ ଥିବା ଶେଷ ଲୋକ ପାଖରେ ସରକାର ପହଞ୍ଚିପାରିଛନ୍ତି । ତେଣୁ ନିଷ୍ଠାର ସହ କାମ କରି ରାଜ୍ଯର ଉନ୍ନତିରେ ଭାଗୀଦାର ହେବାକୁ ମୁଖ୍ଯମନ୍ତ୍ରୀ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ୬ କଂଗ୍ରେସ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ହିମାଚଳ ରାଜନୀତିରେ ତେଜିଲା ବିବାଦ। ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ୬ କଂଗ୍ରେସ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ଯାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଛନ୍ତି ୬ ବିଧାୟକ। କଂଗ୍ରେସର ୬ ବିଧାୟକ ସୁଧୀର ଶର୍ମା, ରବି ଠାକୁର, ରାଜିନ୍ଦର ରାଣା, ଇନ୍ଦର ଦତ୍ତ ଲଖନପାଲ, ଚେତନ୍ଯ ଶର୍ମା ଓ ଦେବିନ୍ଦର କୁମାର ଭୁଟ୍ଟୋଙ୍କୁ ଦଳ ବିରୋଧୀ କାର୍ଯ୍ୟଲାଗି ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି।

ନିକଟରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପକୁ ଉଲ୍ଲଂଘନ କରି ବିରୋଧୀ ସଦସ୍ଯଙ୍କୁ ଦେଇଥିଲେ ଭୋଟ। ଆର୍ଥିକ ବିଲ୍ ଆଗତବେଳେ ମଧ୍ଯ କଂଗ୍ରେସ ସଦସ୍ୟ ଗୃହରେ ଅନୁପସ୍ଥିତ ଥିଲେ। ଏହାକୁ ନେଇ ବାଚସ୍ପତି କୁଲଦୀପ ସିଂ ୬ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଦଳ ମଧ୍ଯରେ ଥିବା ବିଧିବ୍ୟବସ୍ଥାକୁ ଉଲ୍ଲଂଘନ କରି କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକ।

ଏହା ପୂର୍ବରୁ ଗତକାଲି କଂଗ୍ରେସର ୬ ବିଦ୍ରୋହୀ ନିଷ୍କାଷିତ ବିଧାୟକଙ୍କ ସହ ଆଲୋଚନା କରିଥିଲେ ଦଳର ବରିଷ୍ଠ ନେତା। ବିଦ୍ରୋହୀ ୬ କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ସେମାନଙ୍କୁ ଉତ୍ତର ରଖିବାକୁ ସମୟ ଦିଆଯାଇନଥିଲା ବୋଲି ବିଦ୍ରୋହୀଙ୍କ ପକ୍ଷ ଓକିଲ କହିଛନ୍ତି। ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ହିମାଚଳପ୍ରଦେଶରେ ଧରମଶାଳା, ଲାହୋଲ, ସ୍ପିତି, ସୁଜନପୁର, ଗାଗ୍ରେଟ ଏବଂ କୁଟଲେହର ବିଧାୟକ ପଦ ଖାଲି ହୋଇଛି। ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ହିମାଚଳ ପ୍ରଦେଶ ବିଧାନସଭାରେ ମୋଟ ଆସନ ସଂଖ୍ଯା ୬୮ ରୁ ୬୨କୁ ଖସି ଆସିଛି। ସେହିପରେ କଂଗ୍ରେସ ବିଧାୟକଙ୍କ ସଂଖ୍ଯା ୪୦ରୁ ୩୪କୁ ଖସିଛି। ବିଜେପି ବିଧାୟକଙ୍କ ସଂଖ୍ଯା ୨୫ ରହିଛି। କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ମଧ୍ଯ ସରକାର ପ୍ରତି କୌଣସି ବିପଦ ନଥିବା କହିଛନ୍ତି ଦଳର ବରିଷ୍ଠ ନେତା।

ମୃତ୍ଯୁ ପରେ ବି ଅମର: ନିଜେ ଦୁନିଆ ଛାଡ଼ିଗଲେ, କିନ୍ତୁ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲେ

ବ୍ୟୁରୋ ରିପୋର୍ଟ: ନିଜେ ଦୁନିଆ ଛାଡ଼ିଗଲେ, କିନ୍ତୁ ଅନ୍ୟ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲେ । କେନ୍ଦ୍ରାପଡ଼ା ଡିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗାଁର ଯୁକ୍ତଦୁଇ ଛାତ୍ର ଶ୍ରୀଓମ୍ ଶିବୁଙ୍କ ବ୍ରେନ୍ ଡେଡ୍ ପରେ ତାଙ୍କର ଦୁଇଟି ଯାକ କିଡନୀ ଦାନ କରିଛନ୍ତି ପରିବାର। ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହୋଇ ଦେଢ଼ ମାସ ଧରି କଟକ ଏସସିବିରେ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶ୍ରୀଓମ ଶିବୁଙ୍କର ବ୍ରେନ୍ ଡେଡ୍ ହୋଇ ଯାଇଥିଲା। ଏହାପରେ ତାଙ୍କ ବାପା, ମାଆ ଓ ପରିବାର ଲୋକ ଶ୍ରୀଓମ ଶିବୁଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ମୂତ୍ରରୋଗ ଶଲ୍ୟ ଚିକିତ୍ସା ଓ ବୃକକ୍ ପ୍ରତିରୋପଣ ବିଭାଗରେ ତାଙ୍କର ଦୁଇଟି କିଡନୀକୁ ସଫଳତାର ସହ ବାହାର କରାଯାଇ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ ପାଇଁ ବ୍ୟବସ୍ଥା କରାଯାଇଛି । ଗୋଟିଏ  କିଡିନୀ କଟକ ଏସସିବି ମେଡିକାଲ ଏବଂ ଆଉ ଗୋଟିଏ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି ।

ଅନ୍ୟପଟେ କଟକ ବଡ଼ ମେଡିକାଲରେ ନିଶ୍ଚିନ୍ତକୋଇଲି ବଡ଼କ୍ଷୀର ଗ୍ରାମର ମଳୟ କୁମାର ସାମଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଥିଲା। ତାଙ୍କ ପରିବାର ସଦସ୍ୟ ମଳୟଙ୍କ ଚକ୍ଷୁଦାନ ପାଇଁ ଆଇବ୍ୟାଙ୍କ୍ ସହିତ ଯୋଗାଯୋଗ କରିଥିଲେ। ମଳୟଙ୍କ  ଚକ୍ଷୁଦାନ କରାଯାଇଛି। ମଳୟ ସିନା ଆରପାରିକୁ ଚାଲିଗଲେ, ହେଲେ ତାଙ୍କ ଆଖିରେ ଆଉ ଦୁଇଜଣ ଦୃଷ୍ଟିହୀନ ଦୁନିଆ ଦେଖିପାରିବେ। ଏଥିପାଇଁ ସମସ୍ତେ ମଳୟଙ୍କ ପରିବାରକୁ ପ୍ରଶଂସା କରିଛନ୍ତି।