spot_img
Home Blog Page 2178

ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ଚ୍ଯାନେଲରେ ବଢୁଛି AIର ପ୍ରଭାବ

ଭୁବନେଶ୍ୱର : କେବଳ ଆଞ୍ଚଳିକ ଚାନେଲ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ଚ୍ଯାନେଲରେ ବଢୁଛି ଆର୍ଟିଫିସିଆଲ ଇଣ୍ଟେଲିଜନେସର ପ୍ରଭାବ। ଯଦିଓ ସୃଜନଶୀଳତା କ୍ଷେତ୍ରରେ ଏଆଇ ମୁକାବିଲା କରିପାରିବନି ତଥାପି ଏହାର ଗୁରୁତ୍ବ ବଢିଛି। ତେବେ ଆଗକୁ ଏଆଇ ପ୍ରାୟ ୫୦ ଭାଗ ଚାକିରି ନେବ ବୋଲି କହିଛନ୍ତି ବିଶିଷ୍ଟ ଗଣମାଧ୍ଯମ ବ୍ଯକ୍ତିତ୍ବ ଶିରୀନ ସେଠୀ। ଜାତି ନନ୍ଦିଘୋଷ କନକ୍ଲେଭ ଅବସରରେ ଟେଲିଭିଜନ ନ୍ଯୁଜରୁମ୍ ଉପରେ ଏଆଇ ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଶିରୀନ କହିଛନ୍ତି- ମଣିଷ ପରି ଏଆଇର ସ୍ବର ନହେଲେ ବି ଏହା ଏକ ବିକଳ୍ପ ସାଜିଲାଣି। ବର୍ତ୍ତମାନ ଏଆଇ ସାରା ଇଣ୍ଟରଭ୍ଯୁକୁ ଟାଇମଲାଇନ ସହ ଟ୍ରାନ୍ସକ୍ରିପସନ କରି ଦେଇଦେଇପାରୁଛି। ଏଆଇ ଜରିଆରେ ଭଏସ କ୍ଲୋନିଂ ସମ୍ଭବ ହୋଇପାରୁଛି।  ବର୍ତ୍ତମାନ ନ୍ୟୁଜରୁମରେ ଏଆଇର ବ୍ଯବହାର  ଚାଲିଛି।

ଆଙ୍କରମାନେ ବାସ୍ତବ ଘଟଣାବଳୀକୁ ସୃଜନାତ୍ମକ ଢଙ୍ଗରେ ପ୍ରକାଶ କରିବା ଇମୋସନ ପ୍ରୟୋଗ କରିପାରିବେ ମାତ୍ର ଏଆଇ କ୍ଷେତ୍ରରେ ଏହା ସମ୍ଭବ ହେବନାହିଁ। ୨୦୨୪ ନିର୍ବାଚନରେ ବହୁ ଚାନେଲ ଏଆଇ ବ୍ଯବହାର କରିବେ। ମାତ୍ର ୩୦ ସେକେଣ୍ଡ ମଧ୍ୟରେ ନିର୍ବାଚନ ଫଳାଫଳ ସଂକ୍ରାନ୍ତ ସୂଚନା ମିଳିପାରିବ। ଏହା ଦ୍ବାରା ଜବ ଉପରେ ବ୍ଯାପକ ପ୍ରଭାବ ପକାଇବ। ପୂର୍ବେ ସର୍ଭର ବ୍ଯବହାର ହେଉଥିଲା। ବର୍ତ୍ତମାନ କ୍ଲାଉଡ କମ୍ପ୍ଯୁଟିଂ ଆସିଛି। ସାରା ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପର୍କରେ ବିତର୍କ ହେବା ଜରୁରୀ ବୋଲି ସେ କହିଛନ୍ତି।

ଜାତି ନନ୍ଦିଘୋଷ କନକ୍ଲେଭରେ ଓଡ଼ିଶା ଲାଗି ନୂଆ ଭିଜନ

ଭୁବନେଶ୍ୱର : ଜାତି ନନ୍ଦିଘୋଷ କନକ୍ଲେଭରେ ଓଡ଼ିଶା ଲାଗି ନୂଆ ଭିଜନ। ରାଜ୍ଯର ବିକାଶ, ରୋଡମ୍ଯାପ, ନୂଆ ଆହ୍ବାନ ନେଇ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ କନକ୍ଲେଭ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡକ୍ଟର ସନ୍ଦୀପ କୁମାର ରାଉତ ଓ ସାଥୀଙ୍କ ଦ୍ବାରା ତାଳବାଦ୍ଯ ସଂଗୀତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ। ପରେ ମୁଖ୍ଯଅତିଥି ତଥା ଏକାମ୍ର ପ୍ରକଳ୍ପ ପରାମର୍ଶଦାତା ଓ ଆଦିତ୍ଯ ବିର୍ଲା ଗ୍ରୁପର ପୂର୍ବତନ ଗ୍ଲୋବାଲ ସିଇଓ ଡକ୍ଟର ସନ୍ତୃପ୍ତ ମିଶ୍ର, ରାଜ୍ଯସଭା ସାଂସଦ ତଥା ନନ୍ଦିଘୋଷ ଟିଭି ଓ ସକାଳ ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ, ମିଡିଆ ଏଣ୍ଟରପ୍ରିନୁର ଶିରେନ ସେଠୀ, ଅଭିନେତ୍ରୀ ରେବତୀ, ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନୱର, ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ ସକାଳ ସମ୍ପାଦକ ଡକ୍ଟର ଉମାକାନ୍ତ ମିଶ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କନକ୍ଲେଭକୁ ଉଦଘାଟନ କରିଥିଲେ।

ସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ- ଗତ ୪ ବର୍ଷରେ ନନ୍ଦିଘୋଷ ଓ ସକାଳ ଶୈଶବରୁ ଯୌବନପ୍ରାପ୍ତି ହୋଇଛି। ଖୁବ୍ କମ୍ ସମୟ ମଧ୍ୟରେ ନନ୍ଦିଘୋଷ ଟିଭି ନିଜର ଦର୍ଶକୀୟ ଆଦୃତି ଲାଭ କରିଛି। ସେହିପରି ସକାଳ ଖବରକାଗଜ ମଧ୍ଯ ରାଜ୍ଯର ପାଠକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି। ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନୱର ଓ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସିଇଓ ସୁବ୍ରତ ଦାସ ଓ ସମ୍ପାଦକ ଉମାକାନ୍ତ ମିଶ୍ରଙ୍କ ସମେତ ଅନ୍ଯାନ୍ଯ କର୍ମକର୍ତ୍ତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ସାଂସଦ।

ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟର ସହର ବିକାଶ ଇତିହାସରେ ସୃଷ୍ଟି ହୋଇଛି ନୂଆ ମାଇଲଷ୍ଟୋନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5T ଉପକ୍ରମରେ ସହରବାସୀଙ୍କ ପାଇଁ ଅନେକ ସୁବିଧା ଯଥା ପିଇବା ପାଣି, ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ, ପେଭର ରୋଡ, ସ୍ବେରେଜ୍ ଓ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 5T ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଏସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧ ହଜାର ୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏଥି ସହିତ ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ ହୋଇଛି । ଏହା ଦ୍ୱାରା ୨ ଲକ୍ଷ ପରିବାର ଉପକୃତ ହେବେ। ଏଥି ସହିତ ୨୬ଟି ସହର ବସ୍ତିମୁକ୍ତ ହୋଇଛି। ସହରର ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ସବୁ ମୌଳିକ ସୁବିଧା ସୁଯୋଗ ପାଇବେ। ରାଜ୍ୟର  ଡ୍ରିଙ୍କ ଫ୍ରମ୍  ଟ୍ଯାପ୍ କାର୍ଯ୍ୟକ୍ରମ ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସାରା ଦେଶ ପାଇଁ ଏକ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ବ୍ରହ୍ମପୁର ସହରର ସବୁ ପରିବାର ଆଜିଠୁ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ଯାପ୍ ସୁବିଧା ପାଇଛନ୍ତି। ଏହା ସହିତ ରାଜ୍ୟର ୮ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ଯାପ୍  ସୁବିଧା ମିଳିଛି । ରାଜ୍ୟରେ ବିଶ୍ବ ସ୍ତରୀୟ ଜନସ୍ବାସ୍ଥ୍ଯ ବିକାଶରେ ଏହା ଏକ ବଡ଼ ପଦକ୍ଷେପ ।

ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାନ୍ଧିଜୀଙ୍କ ଭାଷାରେ ଏହା ସ୍ୱାଧୀନତାଠାରୁ ମଧ୍ୟ ଅଧିକ ଜରୁରୀ। ଆଜି କଟକ ଓ ଭୁବନେଶ୍ୱର ପାଇଁ Odisha Integrated Sanitation Improvient Project ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ପାଇଁ ଜାଇକା ସହାୟତାରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ସହର ସହିତ ଅନେକ ସହରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ୨.୬୫ ଲକ୍ଷ ବାସିନ୍ଦା ଉପକୃତ ହେବେ। ଏଥି ସହିତ ଉନ୍ନତି ଓ ମୁକ୍ତା ଯୋଜନାରେ ବିଭିନ୍ନ ସହରରେ ୩୬୯୯ଟି ନୂଆ ପେଭର ଏବଂ ୬୯୬୧ଟି Civic Amenities Project ଉତ୍ସର୍ଗ କରାଗଲା। ମୁକ୍ତା ଯୋଜନାର କାର୍ଯ୍ୟକାରିତା ଉପରେ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ମୁକ୍ତା ଯୋଜନାରେ ସବୁକାମ ମା’ ମାନଙ୍କ ଦ୍ୱାରା କରାଯାଉଛି ଏବଂ ଭଲ ଭାବରେ ମଧ୍ୟ ଏହିସବୁ କାମ ମା’ ମାନେ ତୁଲାଉଛନ୍ତି।

ଏହି ଆବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪ଟି ସହରରେ ୧୧୬୪ କୋଟି ଟଙ୍କା ମୂଲ୍ୟର ୨୭ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥି ଭାଥନନ୍ ପ୍ରମୁଖ ଯୋଗଦେଇଥିଲେ।

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତି, ୮ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଶେଷ । ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର । ୫୦୪ ଅଙ୍ଗନୱାଡ଼ି ସୁପରଭାଇଜର ନିୟମିତ ହେଲେ । ଗାଁ ଓ ଆଦିବାସୀ ଅଞ୍ଚଳର ଶିକ୍ଷିତ ମହିଳାମାନେ କାମ କରିବେ । ସେହିପରି ସ୍ୱାସ୍ଥ୍ୟ ବିଭାଗର ୬ଟି ପ୍ରସ୍ତାବ ଉପରେ ମଞ୍ଜୁରୀ । ୬ପାରା ମେଡିକାଲ କ୍ୟାଡର ରୁଲର ପରିବର୍ତ୍ତନ । ନର୍ସଂ ଅଫିସର, ଲାବ ଟେକ୍ନିସିଆନଙ୍କ ପଦୋନ୍ନତି ।

5ଟି ବ୍ୟବସ୍ତାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ତେଣୁ ଆହୁରି ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁଣାତ୍ମକ ସେବା ମିଳିବ ସେଥିପାଇଁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଠନ ହେବ ରାଜ୍ୟ ଜଳ ଓ ସୂଚନା ବିଜ୍ଞାନ କେନ୍ଦ୍ର ।

କମିଶନରେଟ ପୋଲିସ ହାତରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : ପୋଲିସ ଜାଲରେ ଗଞ୍ଜାମ ଗ୍ୟାଙ୍ଗ । କମିଶନରେଟ ପୋଲିସ ହାତରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ପୋଲିସ ଗିରଫ କରିଛି । ୪ ଟି ଗାଡ଼ି ସହ ବ୍ୟାପକ ପରିମାଣର ଚୋରି ସୁନା, ରୂପା ଅଳଙ୍କାର ଜବତ ହୋଇଛି । ଲୁଟେରା ମାନଙ୍କ ନିକଟରୁ କେଜିଏ ରୂପା ଅଳଙ୍କାର, ସୁନା, ୩ ଲକ୍ଷ ୨୦ ହାଜର ଟଙ୍କା ଜବତ କରାଯାଇଛି । ଏମାନେ ଭୁବନେଶ୍ବରରୁ ଲୁଟ କରୁଥିଲେ ପରେ ଚୋରି ଟଙ୍କା ଧରି ଛତିଶଗଡ, ମୁମ୍ବାଇ ପଳାଉଥିଲେ । ସେଠାରେ ଅୟସ କରି ଚୋରି ଟଙ୍କା ଉଡାଉଥିଲେ ।

ଗାଡ଼କଣ ସ୍ପେସ ଟାଉନ ଆପର୍ଟମେଣ୍ଟ ଲୁଟ ସହ ଲକ୍ଷ୍ମୀସାଗର, ଇନଫୋସିଟି, ତମାଣ୍ଡୋ, ଏୟାରଫିଲଡ଼, ଭରତପୁର ଥାନାରେ ଏମାନଙ୍କ ନାଁରେ କେସ ଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତମାନେ ହେଲେ ହିଂଜିଳିକାଟୁର ବାବୁ ଦଳେଇ, ଗଞ୍ଜାମ କୋଟିନାଡ଼ାର ସନ୍ତୋଷ ଦାସ, ବିଷ୍ଣୁ ପ୍ରଧାନ, ପ୍ରଶାନ୍ତ ବେହେରା, ବୁଲୁ ପାତ୍ର, ଗାଙ୍ଗପୁରର ଗିରିଶ ନାୟକ, ଛତ୍ରପୁରର ରଞ୍ଜନ ରାଉଳ, ପୋଲସରାର ମୃତ୍ୟୁଞ୍ଜୟ ସାହୁ ଓ କୋଟିନାଡ଼ାର ଅମିତ ଜେନା ।ଆବଶ୍ୟକସ୍ଥଳେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା

ଭୁବନେଶ୍ୱର : ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା। କ୍ୟାପିଟାଲ ଥାନା ବାପୁଜିନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ତାଙ୍କ ଘର ବାଲେଶ୍ଵର ଜଳେଶ୍ବର ରେ ବୋଲି ଜଣାପଡିଛି। ଶିଶୁଭବନ ଛକ ନିକଟରେ ସେ ଭଡାରେ ରହୁଥିଲେ । ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏ ନେଇ ଗତକାଲି ରାତିରେ ଥାନାରେ ଅଭିଯୋଗ କରିଥିଲେ । କୁଞ୍ଜବିହାରି ଙ୍କର ବାପୁଜିନଗର ରେ ଏକ ମୋବାଇଲ ମରାମତି ଦୋକାନ ରହିଛି । ଗତକାଲି ସନ୍ଧ୍ୟା ୭ ଟା ରେ ସ୍ୱାମୀଙ୍କ ଦୋକାନ କୁ ଯାଇଥିଲେ। ଫେରିବା ବେଳେ ଜଣେ ଦୁର୍ବୁର୍ତ୍ତ ତାଙ୍କୁ ପିଛା କରି ଅଟକାଇଥିଲେ । କୌଣସି କଥାକୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା।

ଏହାପରେ ଅତର୍କିତ ଭାବେ ଯୁବକ ଜଣଙ୍କ ଛୁରାମାଡ଼ କରିଥିବା ଜଣାପଡ଼ିଛି । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ମହିଳା ଜଣଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରେମ ପାଇଁ ଏଭଳି ଚରମ ନିଷ୍ପତ୍ତି ନିଆଯାଇଥିବା ପୋଲିସ ଜାଣିବାକୁ ପାଇଛି । ସିସିଟିଭି ଆଧାର ରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

ଅଙ୍ଗନବାଡି କର୍ମୀଙ୍କ ବଢିଲା ଦରମା, ମାସିକ ପାଇବେ ୧୦ ହଜାର ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଅଙ୍ଗନବାଡି କର୍ମୀଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ  କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଅଙ୍ଗନବାଡି କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ନୂତନ ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ  ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହେଲା । ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଗଲା। ଏହି ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଚଳିତ ଫେବୃଆରୀ ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। Maharashtra's Anganwadi Workers Have Had It With the Government's Apathy

ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪ – ଚାରି ମାସର  ବର୍ଦ୍ଧିତ ବକେୟା ରାଶି  ମାର୍ଚ୍ଚ 5   ତାରିଖ  ରୁ  10   ତାରିଖ  ମଧ୍ୟରେ  ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ସେହିପରି ଅଙ୍ଗନବାଡି କର୍ମଚାରୀଙ୍କ EXIT POLICY (ସେବା ନିବୃତ୍ତି) ରେ ପାଉଥିବା ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଏହା ୦୧.୦୪.୨୦୨୪ ଠାରୁ ଲାଗୁହେବ। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ପାଉଥିବା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ। ମିନି ଅଙ୍ଗନବାଡି କର୍ମୀମାନେ ୩୦ ହଜାର ଟଙ୍କା ପରିବର୍ତ୍ତେ ୭୫ ହଜାର ଟଙ୍କା ପାଇବେ ଓ ଅଙ୍ଗନବାଡି ସହାୟିକାମାନେ ୨୦ ହଜାର ଟଙ୍କା ପରିବର୍ତ୍ତେ ୫୦ ହଜାର ଟଙ୍କା ପାଇବେ। ସେହିପରି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ୨ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ସୁବିଧା ମଧ୍ୟ ୦୧.୦୪.୨୦୨୪ରୁ ଲାଗୁ ହେବ।

ସରକାର ଓ ଲୋକଙ୍କ ମଧ୍ଯରେ କଳାତ୍ମକ, ବୌଦ୍ଧିକ ସୁସଂପର୍କ ଭାଷାକୁ ଆଗକୁ ନେବ

ଭୁବନେଶ୍ୱର : ଭାଷା ସରକାରଙ୍କର ନୁହେଁ । ଭାଷା କ୍ଷମତାର ନୁହେଁ । ଭାଷା ଏକ ଜନସମଦାୟର ଓ ମଣିଷମାନଙ୍କର । ଆମେ ସମସ୍ତେ ସବୁବେଳେ ଭାଷାର ସରକାରୀକରଣ ଉପରେ ଗୁରୁତ୍ବ ଦେଇଆସୁଛେ । ଏଥିରେ କେବଳ ସରକାରଙ୍କ କିଛି ମାତ୍ରାରେ ଭୂମିକା ରହିଛି । ସରକାର ଓ ଲୋକଙ୍କ ମଧ୍ଯରେ କଳାତ୍ମକ, ବୌଦ୍ଧିକ ସୁସଂପର୍କ ନରହିଲେ ଭାଷାର ସ୍ପଷ୍ଟ ଦୃଶ୍ଯମାନତା ଅସ୍ପଷ୍ଟ ହୋଇଯିବ । ଜାତି ନନ୍ଦିଘୋଷ କନକ୍ଲେଭରେ ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରାର ଜୟଯାତ୍ରାର ଏକ ଆଲୋଚନା ଉପରେ ଓଡ଼ିଆ ଭାଷା ପ୍ରତି ଆହ୍ବାନ କଣ ରହିଛିର ଉତ୍ତରରେ ଏହା କହିଛନ୍ତି ବିଶିଷ୍ଟ ସଂସ୍କୃତି ଗବେଷକ, ଚିନ୍ତାନାୟକ ଡ. ଗୌରାଙ୍ଗ ଚରଣ ଦାସ । ଭାଷାର ରୂପରେଖ କଣ ହୋଇପାରିବ ସେଥିପାଇଁ ୧୯୦୪ରେ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଦ୍ବାରା ଲିଖିତ ପ୍ରବନ୍ଧ ବିଶୁଦ୍ଧ ଭାଷାରେ ଉଲ୍ଲେଖ ରହିଛି । ୩୦ରୁ ୪୦ ବର୍ଷ ଧରି ଭାଷା ଗବେଷଣା ଦିଗରେ କାମ ଧୀମେଇ ଯାଇଛି । ତେଣୁ ଗବେଷଣା ନହେଲେ କେମିତି ଏକ ଦୃରଦୃଷ୍ଟି ସମ୍ପନ୍ନ ଭବିଷ୍ଯତ ତିଆରି କରିପାରିବା ବୋଲି ପ୍ରଶ୍ନ କରିଛନ୍ତି ଡ. ଗୌରାଙ୍ଗ ଚରଣ ଦାସ ।

ସେହିଭଳି ପରମ୍ପରା ଗୋଟିଏ ପ୍ରବାହ । ତାହା ବଦଳିବା ଲାଗି ବାଧ୍ଯ । ଆମ ସମସ୍ତଙ୍କୁ ବଦଳିବାକୁ ବାଧ୍ଯ । ନବଦଳିଲେ ବଂଚିପାରିବାନି । ତେଣୁ ସଂସ୍କୃତିର ରାଜନୀତିକରଣ ନହେଉ । ପରିବର୍ତ୍ତିତ ସାଂସ୍କୃତିକ ପରିମଣ୍ଡଳ ଯୋଗୁଁ ଆମେ ଆମ ସଂସ୍କୃତି ପ୍ରତି ବିମୁଖ ହେଉଛେ । ତେଣୁ ସଂସ୍କୃତିକୁ ବୁଝିପାରିଲେ ସଭ୍ଯତା ଓ ନୂଆ ପରମ୍ପରା ତିଆରି କରିପାରିବା ବୋଲି କହିଛନ୍ତି ଡ. ଗୌରାଙ୍ଗ ଚରଣ ଦାସ । ତେବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ସର୍ବାଙ୍ଗ ରୂପାନ୍ତରଣ ହୋଇଛି । ଶିକ୍ଷା, ସ୍ବାସ୍ଥ୍ଯ, ସଂସ୍କୃତି ଭାଷା ସବୁସ୍ତରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ନବୀନ । ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଛି, ଭାଷା ଏକାଡେମୀ ପ୍ରତିଷ୍ଠା ହୋଇଛି । ନୂଆ-ଓ କାର୍ଯ୍ଯକ୍ରମ ଦ୍ବାରା ଭବିଷ୍ଯତ ପିଢି ଜାଣିପାରିବ ଭାଷାର ଉନ୍ନତି କାହା ସମୟରେ ହୋଇପାରିଥିଲା ବୋଲି କହିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ।

ସେହିପରି ପ୍ଯାନେଲରେ ଉପସ୍ଥିତ ଥିବା ବିଶିଷ୍ଟ ସଂଗୀତଜ୍ଞ ତଥା କଣ୍ଠଶିଳ୍ପୀ ତାନସେନ ସିଂ ମଧ୍ଯ ଏହା ଉପରେ ନିଜର ମତ ରଖିଥିଲେ । ସେତେବେଳେ ସଂଗୀତର ଭାଷାରେ ଶାଳୀନତା ଥିଲା ଓ ଜୋଶ ଥିଲା । ଏବେ ଗୋଟିଏ ଗୀତରେ ଚାରିଟି ଭାଷାର ସମ୍ମିଶ୍ରଣ ଦେଖିବାକୁ ମିଳୁଛି । ଶୁଦ୍ଧ ଓଡ଼ିଆ ଭାଷାର ପ୍ରୟୋଗ ହେଉନାହିଁ । ତେଣୁ ଏପରି ଏକ ସମୟରେ ନିଃସ୍ବାର୍ଥପର ଓ ସଂକଳ୍ପିତ ଭାବନା ନେଇ ଆଗକୁ ବଢିଲେ ଓଡିଆ ଭାଷାର ସୁରକ୍ଷା ହୋଇପାରିବ । ସୁନେଲି ଭବିଷ୍ଯତ ଆସିପାରିବ ।

ତଡାଖିଆ ନେତାଙ୍କୁ କୋଳେଇ ନେଇ ଖୁସି ହେଉଛି ରାଜ୍ୟ ବିଜେପି : ଲେନିନ ମହାନ୍ତି

ଭୁବନେଶ୍ୱର : ପ୍ରେସମିଟ୍ କରି ଓଡ଼ିଶା ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଅପରାଧ ପାଇଁ ଲୋକ ଅତିଷ୍ଟ ଥିଲେ । ଜଣେ ଜନବିରୋଧି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ନିଲମ୍ବିତ କଲେ । ସେହି ଲୋକଙ୍କୁ ଆଜି ରାଜ୍ୟ ବିଜେପି ଆପଣେଇନେଉଛି । ଯେଉଁ ଲୋକ ଗାଡି ଚଢେଇ ଦେଉଛି, ଗୁଣ୍ଡାଗର୍ଦ୍ଦି କରୁଛି ସେହି ଲୋକଙ୍କୁ ରାଜ୍ୟ ବିଜେପି ଆପଣେଇନେଉଛି କେମିତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରଶାନ୍ତ ଜଗଦ୍ଦେବ୍ ଯେତେବେଳେ ମାତାଲ ଅବସ୍ତାରେ ଗାଡି ଚଢାଇ ମାରିବାକୁ ଯାଉଥିଲେ ସେତେବେଳେ ଓଡ଼ିଶା ବିଜେପିର ନେତାମାନେ ଭାରି ଜୋରରେ ଗଳାଫଟାଇ ଚିତ୍କାର କରୁଥିଲେ । ଦିନେ ଯେଉଁମାନେ ଗଳାଫଟାଇ କହୁଥିଲେ ଏହି ଲୋକ ମାତାଲ, ଅପରାଧି କିନ୍ତୁ ଆଜି ସେହି ଦଳର ଉତ୍ତରୀୟ ପକାଇ କୋଳେଇ ନେବାପାଇଁ ସେହି ନେତାମାନେ ବ୍ୟାକୁଳ ହେଉଥିଲେ । କିନ୍ତୁ ଆଜି ରାଜ୍ୟ ବିଜେପିର ନେତାନେତ୍ରୀମାନେ କର୍ମୀଙ୍କୁ କଣ ଉତ୍ତରଦେବେ ।  ଆପଣ ଭାବନ୍ତୁ ବିଜୁ ଜନତା

ଦଳ ବା ରାଜ୍ୟ ସରକାର ଅପରାଧିକ ମାମଲାକୁ ଗୁରୁତ୍ୱ ଦିଅନ୍ତି ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିତ କରିଥିଲେ । କିନ୍ତୁ ଓଡ଼ିଶା ବିଜେପି ଆଜି ହସି ହସି ସେହି ଜନବିରୋଧି ଲୋକଙ୍କୁ କେମିତି କୋଳେଇ ନେଲା ? ଯେଉଁ ମାନେ ଅପରାଧି ଜନ ବିରୋଧି ଯେଉଁ ମାନଙ୍କୁ ବିଜେଡି ବହିଷ୍କାର କରୁଛି ସେହି ଲୋକଙ୍କୁ ଆପଣେଇ ନେଉଛି ଓଡ଼ିଶା ବିଜେପି କିନ୍ତୁ କାହିଁକି ହଠାତ ଏମିତି ମତ ବଦଳିଲା ରାଜ୍ୟ ବିଜେପିର । ସବୁଠୁ ଅଧିକ ଚିନ୍ତିତଥିବେ ପୃଥିବୀରାଜ ହରିଚନ୍ଦନ କାରଣ ଅତି ଲଜ୍ୟାଜନକ ପରାସ୍ତ କରିଥିଲେ । ପ୍ରଶାନ୍ତ ଜଗଦ୍ଦେବ ଜେତେବେଳେ ଅପରାଧ ଘଟାଇଥିଲେ ସେତେବେଳେ ପୃଥିବୀରାଜ ଭାରି ଚିତ୍କାର କରୁଥିଲେର କିନ୍ତୁ ଆଜି ଚୁପ କାହିଁକି । ଓଡ଼ିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ବିଫଳ ତେଣୁ ତଡାଖିଆ ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । ଏ ଯେଉଁ ଡବଲ ଷ୍ଟାଣ୍ଡାଡ କଥାବାର୍ତ୍ତା ଏବେ ସାମ୍ନାକୁ ଆସିଲା ।

ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ସୂଚନା ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଓ  କଲେଜ କ୍ୟାମ୍ପସର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୂଚନା ବ୍ୟାନର ଲଗାଇବେ। ଏହା ସହ ଛାତ୍ର ଅଭିଯୋଗ ନିୟମାବଳୀ- ୨୧୨୩ ବିଷୟରେ ୱେବସାଇଟ୍ ଓ ବୁଲେଟିନରେ ବିବରଣୀ ପ୍ରକାଶ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ -ୟୁଜିସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଫେବୃଆରୀ ୫ ତାରିଖରେ ବିଶ୍ୱବିଦ୍ୟାଳୟ କୁଳପତି ଓ ଓମ୍ବୁଡସମାନଙ୍କ ସହ ୟୁଜିସି ଅଧ୍ୟକ୍ଷ ମମିଦାଲା ଜଗଦେଶ କୁମାର ବୈଠକ କରି ଏହି ନିୟମର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ ବ୍ୟବସ୍ଥାଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେହିପରି ଓମ୍ବୁଡସମାନ ଓ କୁଳପତିମାନେ ପର୍ଯ୍ୟାୟକ୍ରମେ ଏନେଇ ବୈଠକ କରିବେ। ନିୟମ କାର୍ଯ୍ୟକାରିତାର ସମୀକ୍ଷା  କରାଯିବ। ଏଥିପାଇଁ ନିୟମିତ ଯୋଗାଯୋଗ ଓ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। BJB opens, parents wary - Telegraph India

ପ୍ରତ୍ୟେକ ସେମିଷ୍ଟର ଆରମ୍ଭରେ ବା ୬ ମାସରେ ଓମ୍ବୁଡସମାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଠକ ବସିବ। ଏହା ଖୋଲା ସଂଳାପକୁ ସୁଗମ କରିବ, ଚିନ୍ତାଧାରାକୁ ଫଳପ୍ରଦ ଭାବରେ ସମାଧାନ କରିବ ଏବଂ ନିୟମାବଳୀ ଧାର୍ଯ୍ୟ ଅନୁଯାୟୀ କାର୍ଯ୍ୟ କରିବା ନିଶ୍ଚିତ କରିବ | ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗତବର୍ଷ ଏପ୍ରିଲ ମାସରେ ୟୁଜିସି  କହିଥିଲେ  ଏବଂ ଓମ୍ବୁଡ୍ସମ୍ଯାନ ନିଯୁକ୍ତ କରିଥିଲେ । ଯେଉଁମାନେ ପରୀକ୍ଷା, ଫି, କ୍ୟାମ୍ପସ୍ ରିଗିଂ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଛାତ୍ରମାନଙ୍କୁ ସାହାଯ୍ୟ କରିବେ। ପିଲାମାନଙ୍କ ଉଚ୍ଚଶିକ୍ଷାରେ ସହାୟତା ପାଇଁ ଯୁଗାନ୍ତକାରୀ ନୂଆ ଓ ବୃତ୍ତି ଦିଆଯାଉଛି। ଆସନ୍ତା ୫ ବର୍ଷ ଭିତରେ ୫ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।