spot_img
Home Blog Page 2186

ଆଜି ବିଶ୍ବ କିଡନୀ ଦିବସ, ଏହି ସବୁ ଜିନିଷ କିଡନୀକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ

ବ୍ୟୁରୋ ରିପୋର୍ଟ: ଆଜି ବିଶ୍ବ କିଡନୀ ଦିବସ। ବିଶ୍ୱରେ ମଧୁମେହ ପରି ବଢୁଛି କିଡ଼ନୀ ରୋଗ । ପ୍ରତି ୧୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ କିଡନୀ ରୋଗୀ ଚିହ୍ନଟ ହେଉଛନ୍ତି। ସମସ୍ତେ ଚାହାନ୍ତି ଯେ କିଡନୀ ସାରା ଜୀବନ ସୁସ୍ଥ ରହୁ ବୋଲି ଯଦି କିଛି ଉପାୟ ଆପଣ ଆପଣାଇବେ ତେବେ ଆପଣ ସୁସ୍ଥ ରହିବା ସହ ଆପଣଙ୍କ କିଡନି ବି ସୁସ୍ଥ ରହିବ। ଆସନ୍ତୁ ଜାଣିବା ସେମିତି କିଛି ତଥ୍ୟ ଉପରେ।

ଡାକ୍ତରଙ୍କ କହିବା ଅନୁଯାୟୀ,  ଆମର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ କିଡନୀ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ । ଏହା ବ୍ୟତୀତ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି କେତେକ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ କିଡନୀକୁ ଖରାପ କରିପାରେ ।

କିଡନୀକୁ ସୁସ୍ଥ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାଣି ହୋଇଥାଏ। ଯଦି ଆପଣ କମ୍ ପାଣି ପିଅନ୍ତି, ତେବେ ଏହା କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ବଢାଇଥାଏ । ଆପଣ ଦିନସାରା ପର୍ଯ୍ୟାପ୍ତ ପରିମାଣର ଜଳ କିମ୍ବା ସୁସ୍ଥ ତରଳ ପଦାର୍ଥ ଖାଇବା ଉଚିତ। ଶରୀରକୁ ଭଲ ଭାବରେ ହାଇଡ୍ରେଟ୍ ରଖିବା ଦ୍ୱାରା କିଡନୀ ଶରୀରରୁ ଅଧିକ ସୋଡିୟମ୍ ଏବଂ ବିଷାକ୍ତ ପଦାର୍ଥ ସଫା କରିବାରେ ସାହାଯ୍ୟ କରିଥାଏ । ତେବେ କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ପ୍ରଚୁର ପାଣି ପିଇବା ସର୍ବୋତ୍ତମ ଉପାୟ ବୋଲି ବିବେଚନା କରାଯାଏ । ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ।

ବିଶେଷ କରି ବ୍ଲଡ ପ୍ରେସର ଉପରେ ଆପଣ ଧ୍ୟାନ ଦେବା ଉଚିତ। ସାଧାରଣତଃ, ସାମାନ୍ୟ ବ୍ଲଡ ପ୍ରେସର ୧୨୦ ରୁ ୮୦ ମଧ୍ୟରେ ରହିଥାଏ। ଯଦି ରକ୍ତ ଚାପ ୧୪୦ କିମ୍ବା ୯୦ରୁ ଅଧିକ ହୋଇଯାଏ ତେବେ ଆପଣଙ୍କୁ ଏନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବା ଉଚିତ।

ଯଦି ଆପଣ ଚାହାଁନ୍ତି, ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ତେବେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ।

ମୁଖ୍ୟତଃ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଖରେ କିଡନୀ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ। ଧୂମପାନ କରୁଥିବା ଲୋକଙ୍କ କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଦ୍ୱିଗୁଣିତ ହୋଇଥାଏ। ତେବେ ଏଥିପାଇଁ ଧୂମପାନଠାରୁ ସବୁବେଳେ ଦୂରରେ ରହିବା ଉଚିତ ।

ପ୍ରାୟତଃ, ୪୦ ବର୍ଷ ବୟସ ଅତିକ୍ରମ କଲାପରେ ନିୟମିତ ଭାବରେ ଆପଣଙ୍କୁ କିଡନୀର ଯାଞ୍ଚ କରିବା ଜରୁରୀ ଅଟେ। କାରଣ, କିଛି ଲୋକଙ୍କ ମଧ୍ୟରେ ଏନେଇ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନଥାଏ ଏବଂ ଯେତେବେଳେ ଏହା ଜଣାପଡି ଥାଏ ସେତେବେଳେ ବହୁତ ବିଳମ୍ବ ହୋଇ ଯାଇଥାଏ।

ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ, ରାଫା ସୀମାନ୍ତ ସହାୟତା କେନ୍ଦ୍ର ଉପରେ ଆଇଡିଏଫ ଯବାନଙ୍କ ଆକ୍ରମଣ

ବ୍ୟୁରୋ ରିପୋର୍ଟ: ରମଜାନ ମାସରେ ମଧ୍ୟ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା। ଗତକାଲି ଗାଜାର ରାଫା ସୀମାନ୍ତ ସହାୟତା କେନ୍ଦ୍ର ଉପରେ ହମଲା କରିଥିଲା ଇସ୍ରାଏଲ। ଏଥିରେ ୧୨ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ରାଫାରେ ଥିବା ଜାତିସଂଘର ସହାୟତା କେନ୍ଦ୍ର ଉପରେ ହୋଇଥିଲା ଆକ୍ରମଣ। ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି। ସେହିପରି ୱେଷ୍ଟବ୍ଯାଙ୍କ୍ ଅଞ୍ଚଳରେ ମଧ୍ୟ ଇସ୍ରାଏଲ ସେନା ଜୋରଦାର ସୈନ୍ୟ ଅଭିଯାନ ଜାରି ରଖିଛି। ସେଠାରେ ୨ ଶିଶୁଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ଯୁ ହୋଇଛି।

ଲେବାନନ ଉପରେ ମଧ୍ଯ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି। ଏଥିରେ ହିଜବୁଲ୍ଲାର ୨ ସଦସ୍ୟଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଲଗାତର ଦୁଇ ଦିନ ଧରି ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୭୩ ହଜାରରୁ ଅଧିକ ଆହତ ହୋଇଛନ୍ତି।

ହମାସ ଆକ୍ରମଣରେ ଇସ୍ରାଏଲର ୧୧ଶହ ୩୯ ଜଣଙ୍କର ମୃତ୍ଯୁ ହୋଇଥିଲା । ଏହାପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ। ହମାସ ଆତଙ୍କଙ୍କ ପାଖରେ ଏବେବି ଅନେକ ଇସ୍ରାଏଲ ପଣବନ୍ଦୀ ରହିଛନ୍ତି। ସେମାନଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି କହିଛି ଇସ୍ରାଏଲ।

ଏମଏସପି ଗ୍ଯାରେଣ୍ଟି ନେଇ ଦିଲ୍ଲୀରେ ଅନ୍ନଦାତାଙ୍କ ଆନ୍ଦୋଳନ, ଆଜି ଚାଷୀଙ୍କ ମହାପଞ୍ଚାୟତ

ନୂଆଦିଲ୍ଲୀ:  ଦିଲ୍ଲୀରେ ଆଜି ଚାଷୀଙ୍କ ମହାପଞ୍ଚାୟତ। ୫ ହଜାର ଚାଷୀଙ୍କୁ ନେଇ ଏହି ମହାପଞ୍ଚାୟତ ସମାରୋହ। ଏମଏସପି ଗ୍ଯାରେଣ୍ଟି ନେଇ ଆନ୍ଦୋଳନରତ ଚାଷୀ ଏହି ମହାପଞ୍ଚାୟତ ଡାକରା ଦେଇଛନ୍ତି। ସଂଯୁକ୍ତ ମୋର୍ଚ୍ଚାର ଏହି ଚାଷୀ ମହାପଞ୍ଚାୟତକୁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି। ତେବେ ମହାପଞ୍ଚାୟତ ସମାବେଶ ଲାଗି ସର୍ତ୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ।

ଦିଲ୍ଲୀ ପୋଲିସର ସର୍ତ୍ତମୂଳକ ଅନୁମତି ହେଉଛି ଚାଷୀଙ୍କ ମହାପଞ୍ଚାୟତରେ ୫ ହଜାରରୁ ଅଧିକ ଚାଷୀଙ୍କ ସମାଗମ ଲାଗି ଅନୁମତି। ଏହି ସମାଗମ ସ୍ଥଳକୁ କେହି ଟ୍ରାକ୍ଟର କିମ୍ବା ଟ୍ରକ ଧରି ଆସିବେ ନାହିଁ। ସମାଗମ ସରିବା ପରେ ଚାଷୀ ପୁଣିଥରେ ଦିଲ୍ଲୀରୁ ନିଜ ନିଜ ଘରକୁ ଫେରିଯିବେ। ମହାପଞ୍ଚାୟସ୍ଥଳରେ ଚାଷୀ ନିଜ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ରଖିପାରିବେମନି। ଦିନ ୧୧ଟାରୁ ଆରମ୍ଭ ହୋଇ ଏହି ମହାପଞ୍ଚାୟତ ଅପରାହ୍ନ ୨ଟାରେ ଶେଷ ହେବ। ଏହି ସବୁ ସର୍ତ୍ତ ରକି ମହାପଞ୍ଚାୟତକୁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ। ଦିଲ୍ଲୀର ରାମଲୀଳା ମୈଇଦାନରେ ଏହି ମହାପଞ୍ଚାୟତ ଲାଗି ଅନୁମତି ମିଳିଛି।

ସେପଟେ ଚାଷୀଙ୍କ ଏହି ମହାପଞ୍ଚାୟତରେ ଯୋଗ ଦେବାକୁ ହଜାର ହଜାର ସଂଖ୍ୟାରେ ଚାଷୀ ବାହାରିଛନ୍ତି। ୧ ହଜାରରୁ ଅଧିକ ବସରେ ଚାଷୀ ଏହି ମହାପଞ୍ଚାୟତରେ ଯୋଗ ଦେବାକୁ ବାହାରିଛନ୍ତି। ଏମଏସପି ଗ୍ଯାରେଣ୍ଟି ନେଇ ଆନ୍ଦୋଳନ ଜାରି ରଖିଛି ସଂଯୁକ୍ତ କିଶାନ ମୋର୍ଚ୍ଚା।

ଭୁବନେଶ୍ବର କପିଳେଶ୍ବର ମନ୍ଦିରର ବିକାଶର ଅନୁଧ୍ଯାନ କଲେ 5T ଅଧ୍ଯକ୍ଷ

ଭୁବନେଶ୍ବର: ଭୋରରୁ ରୂପାନ୍ତରଣ ସମୀକ୍ଷା। ମାଆ ବରୁଣେଇ ମନ୍ଦିରରେ ରୂପାନ୍ତରଣ ସମୀକ୍ଷା ପରେ ଭୁବନେଶ୍ବର କପିଳେଶ୍ବର ମନ୍ଦିରରେ ପହଞ୍ଚିଥିଲେ କାର୍ତ୍ତିକ ପାଣ୍ଡିଆନ। ସକାଳ ୬ଟା ୨୦ରେ  ମନ୍ଦିରରେ ପହଞ୍ଚି ବାବାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହାପରେ ବରିଷ୍ଠ ଅଧିକାରୀଙ୍କ ସହ ମନ୍ଦିରର ନବକଳେବର ନେଇ ଆଲୋଚନା କରିଥିଲେ । ବେଢା ପରିକ୍ରମା କରି କଣ ଆବଶ୍ଯକତା ରହିଛି ସେନେଇ ନିଜେ ଅନୁଧ୍ଯାନ କରିଥିଲେ। ମନ୍ଦିର ଚାରିପାଖେ ଚାଲିଚାଲି ପ୍ରତି ସମସ୍ଯାକୁ ବୁଲି ଦେଖିଥିଲେ । ରୂପାନ୍ତରଣରେ ଭକ୍ତଙ୍କ ସୁବିଧା ଓ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଐତିହ୍ଯ ଓ ସଂସ୍କୃତିର ସୁରକ୍ଷାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ନିକଟସ୍ଥ ପୁଷ୍କରିଣୀର ବିକାଶ ସହ ସାମଗ୍ରିକ ଉନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ।

ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ଅଭିଯୋଗ ଶୁଣିବା ସହ ସେହିଠାରେ ହିଁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ 5T ଅଧ୍ଯକ୍ଷ। ମନ୍ଦିରରେ ନୀତିକାନ୍ତି କିପରି ସୁରୁଖୁରୁରେ ହେବ ଏବଂ ଏଥିପାଇଁ କିପରି ଅର୍ଥର ଅଭାବ ରହିବନାହିଁ ସେନେଇ ବ୍ଯବସ୍ଥା ହେବ। ଆସନ୍ତା ୫୦ ବର୍ଷ ପାଇଁ ଯେପରି କୌଣସି ଅଭାବ ରହିବନି ସେନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ସରକାର ଉପରେ ନିର୍ଭର ନକରି ମନ୍ଦିର ଉତ୍ସରୁ ଅର୍ଥ ସଂଗ୍ରହ ପାଇଁ ଚାରିପାଖର ଉନ୍ନତିକରଣ କରାଯିବ। ଦୋକାନ ଗୃହ ଆଦି ନିର୍ମାଣ କରାଯାଇ ସେହି ଅର୍ଥରୁ ହିଁ ମନ୍ଦିରର ଆବଶ୍ଯକତା ପୂରଣ କରାଯିବ। ରାଜ୍ଯର ବିଭିନ୍ନ ସ୍ଥାନରେ ଠାକୁରଙ୍କର ଜମି ରହିଥିବାବେଳେ ଏହାକୁ ମନ୍ଦିର ଅଧୀନକୁ ଆଣିବାକୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ। ପାଣ୍ଡିଆନଙ୍କ ସମୀକ୍ଷା ସମୟରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣାଙ୍କ ସହ ଉପଜିଲ୍ଲାପାଳ, ସ୍ଥାନୀୟ କର୍ପୋରେଟର ଓ ଅନ୍ଯ ଅଧିକାରୀ ଉପସ୍ଥିତ ଥିଲେ ।

ଭୋରରୁ ରୂପାନ୍ତରଣ ସମୀକ୍ଷା, ଖୋର୍ଦ୍ଧା ବରୁଣେଇ ପୀଠରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

ଖୋର୍ଦ୍ଧା: ସୂର୍ଯ୍ୟ ଉଦୟ ହେବା ଆଗରୁ ଓଡ଼ିଶା ସମୃଦ୍ଧିର ସମୀକ୍ଷା। ଭୋରରୁ ଗ୍ରାଉଣ୍ଡରେ ପହଞ୍ଚି ବିକାଶର ଅନିୁଧ୍ଯାନ କଲେ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୋର ସାଢେ ୫ଟାରେ ଖୋର୍ଦ୍ଧାର ମାଆ ବରୁଣେଇ ମନ୍ଦିରରେ ପହଞ୍ଚିଥିଲେ ଫାଇଭ-ଟି ଅଧ୍ଯକ୍ଷ। ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା କରିଥିଲେ। ଏହାପରେ ମନ୍ଦିରର ରୂପାନ୍ତରଣ ନେଇ ବରିଷ୍ଠ ଅଧିକାରୀ ଏବଂ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ।

ଭକ୍ତଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବା ସହ ମନ୍ଦିରର ଉନ୍ନତିକରଣ ପାଇଁ ଟିକିନିଖି ଭାବେ ଅନୁଧ୍ଯାନ କରିଛନ୍ତି ପାଣ୍ଡିଆନ। ମନ୍ଦିର ଚାରିପାଖ ବୁଲି ଦେଖିବା ସହ କିଭଳି ଉନ୍ନତିକରଣ କାର୍ଯ୍ୟ କରାଯାଉଛି ସେନେଇ ସମୀକ୍ଷା କରିଥିଲେ। ପୀଠରେ ଥିବା ସୀତା କୁଣ୍ଡ, ବରୁଣେଇ ପାହାଡ଼ ଶିଖରକୁ ଯିବା ପାଇଁ ରାସ୍ତା, ରୋପୱେ ଇତ୍ୟାଦି କାର୍ଯ୍ୟର ଅନୁଧ୍ଯାନ କରିଥିଲେ।

ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ଯମନ୍ତ୍ରୀ ଅନୁମୋଦନ କରିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଗୁଣାବତ୍ତାକୁ ଆଧାର କରି କାମ ସାରିବାକୁ ଫାଇଭ-ଟି ଅଧ୍ଯକ୍ଷ ନିର୍ଦ୍ଦେଶ ଦେଇଥିଲେ। ଫାଇଭ-ଟି ଅଧ୍ଯକ୍ଷଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଓ ଅନ୍ଯ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ ।

୫ ବର୍ଷ ପରେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ

ଭୁବନେଶ୍ବର: ୫ ବର୍ଷ ପରେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଦାସ ଓରଫ୍ ଭୋଇକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଦୀପ ବେହେରା । ଏହାସହ ପୀଡିତା ଜଣେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ଭରଣ ପୋଷଣ ପାଇଁ ବ୍ଯବସ୍ଥା ଜିଲ୍ଲା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯  ଡିସେମ୍ବର ୧୯ ତାରିଖରେ ବାଲିପାଟଣା ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ପିଡିତା ମୁକ ଓ ବଧିର ହୋଇଥିବାରୁ ମାମଲା ଲଢିବା ବେଶ ଚ୍ୟାଲେଞ୍ଜିଂ ଥିଲା । ସେ କଥା କହି ପାରୁ ନଥିଲେ ମଧ୍ୟ ଠାରରେ ବିଚାରପତିଙ୍କ ସମ୍ମୁଖରେ ବୟାନ ଦେଇଥିଲା । ପୀଡିତାଙ୍କ ପକ୍ରଷରୁ ସରକାରୀ ଓକିଲ ଡଃ ସୁରେଶ କୁମାର ବାରିକ ମାମଲା ପରିଚାଳନା କରିଥିଲେ । ପିଡିତାଙ୍କ ବୟାନ ଓ ସମସ୍ତ ତଥ୍ୟକୁ ଭିତିକରି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ ଆଜି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ଏଣିକି ଫିଲ୍ମ ରିଭିୟୁ ଉପରେ ଲାଗିବ ଅଙ୍କୁଶ

ନନ୍ଦିଘୋଷ ବ୍ୟୁରୋ: ଏଣିକି ଫିଲ୍ମ ରିଭିୟୁ ଉପରେ ଲାଗିବ ଅଙ୍କୁଶ । ଫିଲ୍ମ ରିଲିଜର ୪୮ ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ରିଭ୍ୟୁ ରିଲିଜ୍ । ସୋସିଆଲି ମିଡିଆରେ ମଧ୍ୟ ପକାଇ ହେବନି ରିଭ୍ୟୁର ପୋଷ୍ଟ । ରିଲିଜର ୪୮ ଘଣ୍ଟା ପରେ କରିହେବ ଫିଲ୍ଣ ରିଭ୍ୟୁ । କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆମିକସକ୍ୟୁରୀଙ୍କ ସୁପାରିସ୍ ପରେ କୋର୍ଟଙ୍କ ନିଷ୍ପତ୍ତି । ପକ୍ଷପାତିତା କରି ଅନେକ ସମୟରେ ରିଭ୍ୟୁ ହେଉଥିବାରୁ ମାର୍ଗଦର୍ଶିକା ଆସିବ । ଫିଲ୍ମ ରିଲିଜ ପରେ ଏହାକୁ ନେଇ ଆସିଯାଉଛି ନକାରାତ୍ମକ ଟିପ୍ପଣୀ । ନକାରାତ୍ମକ ରିଭ୍ୟୁ ଫିଲ୍ମ କଲେକସନକୁ ପ୍ରଭାବିତ କରୁଛି । ପ୍ରଯୋଜକ ପ୍ରଥମ ଦିନରୁ ରିଭ୍ୟୁ କାରଣରୁ ହରାଉଛନ୍ତି ବଡ଼ ଅର୍ଥ । ଜଷ୍ଟିସ୍ ଦେବାନ ରାମଚନ୍ଦ୍ରନ୍ ଏ ନେଇ ଏକ ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ସେବାୟତ

ପୁରୀ: ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ସେବାୟତ । ସହାୟତା ରାଶି ବୃଦ୍ଧି କରିଥିବାରୁ ଜଣାଇଲେ ଧନ୍ଯବାଦ । ଗତକାଲି ଶ୍ରୀମନ୍ଦିର ସେବାୟତଙ୍କ ସ୍ୱାସ୍ଥ୍ୟ ବୀମା ରାଶିକୁ 2 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି କରିବା ସହ ସେବାୟତ ପରିବାରର ପିଲାମାନଙ୍କ ଉଚ୍ଚଶିକ୍ଷା ବାବଦରେ ସହାୟତା ଯୋଗାଇବା ପାଇଁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟେକ ତତ୍ୱବଧାନରେ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରିବା ସହ ଧନ୍ଯବାଦ ଜଣାଇଛନ୍ତି ସେବାୟତ । ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି ମାନେ ଆଜି ଏ ନେଇ ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଜୟପୁରରେ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ  ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି । ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି । ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି । ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ 5T ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି ।

ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ । ଦକ୍ଷିଣ ଓଡିଶାରେ କ୍ରୀଡାର ବିକାଶ ପାଇଁ ଏହି କମ୍ପ୍ଲେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ । ଏହାଦ୍ୱାରା ଓଡିଶା ଆଜି ସାରା ବିଶ୍ୱରେ କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି । ଏହି ସବୁ ଇନ୍‌ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡା ସଂସ୍କୃତିକୁ ଆହୁରି ଆଗକୁ ନେବ । ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅବସରରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ, ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗୁଡିକ ଓଡିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି । ଏହା ରାଜ୍ୟବାସୀଙ୍କ ସମ୍ପତ୍ତି । ଏଗୁଡିକୁ ସଠିକ୍‌ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

 

ଦୁବାଇରେ ଚମକିବ ଓଡିଆ ଜନଜାତି ଶିଳ୍ପୀଙ୍କ ପେଣ୍ଟିଂ

ନନ୍ଦିଘୋଷ ବ୍ୟୁରୋ: ଦୁବାଇରେ ଚମକିବ ଓଡିଆ ଜନଜାତି ଶିଳ୍ପୀଙ୍କ ପେଣ୍ଟିଂ । ବିଦେଶ ମାଟିରେ ପ୍ରଥମ ଥର ପାଇଁ ରାଜ୍ଯ ସରକାରଙ୍କ ଓଡିଆ ଭାଷା ସାହିତ୍ଯ ଏବଂ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ଏକ ପ୍ରଦର୍ଶନୀ ଆୟୋଜନ କରୁଛି । ଏଥିରେ ଓଡିଆ ଜନଜାତିର ବଛା ବଛା ୧୫ ଜଣ ଚିତ୍ରଶିଳ୍ପୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ରଙ୍ଗତୁଳୀ ଧରି ଚିତ୍ର ଆଙ୍କିବାରେ ସମସ୍ତେ ନିମଗ୍ନ । ଯାହା ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦଘାଟନ ହେବ । ପେଣ୍ଟିଂରେ ସଉରା, ସାନ୍ତାଳୀ, କୋହ୍ଲ, କନ୍ଧ ଏବଂ ପରଜା ଆଦିବାସୀଙ୍କ ଜୀବନ ଓ ଜୀବିକା ନିଖୁଣ ଭାବେ ଫୁଟାଇବାକୁ ଚାଲିଛି ପ୍ରୟାସ । ଏହି ଉଦଘାଟନୀ ଉତ୍ସବ ଦୁବାଇର ହୟାତ ପ୍ଲେସ ଦୁବାଇ ଏଆଇ ରିଗ୍ଗାରେ ଉଦଘାଟିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତର କନସୁଲ୍ ଜେନେରାଲ୍ ସତୀଶ କୁମାର ଶିବମ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମକୁ ଏକାଡେମୀ ସଚିବ ପଞ୍ଚାନନ ସାମଲ ପରିଚାଳନା କରୁଛନ୍ତି ।