spot_img
Home Blog Page 2187

ଢେଙ୍କାନାଳରେ ଏକାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ବଡ଼ ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ଢେଙ୍କାନାଳର ଏକାଧିକ ଆଗଧାଡ଼ିର ନେତାଙ୍କ ସହ ହଜାର ହଜାର ବିଜେପି କର୍ମୀ । ସାଂସଦ ସସ୍ମିତ ପାତ୍ର, ବିଧାୟକ ସୁଧିର ସାମଲଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ହୋଇଛନ୍ତି ସାମିଲ । ସୂଚନା ଅନୁସାରେ ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ରରୁ ଅନେକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଢେଙ୍କାନାଳ ବିଜେଡି ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଓ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ  ନେତା ସାମିଲ ହୋଇଛନ୍ତି । ଜିଲ୍ଲା ସ୍ତରରେ ବିଜେପିର ଅନେକ ପଦାଧିକାରୀ, ମଣ୍ଡଳ ସଭାପତି, ଅନେକ ସରପଞ୍ଚ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର । ଏହି ଅବସରରେ ଉପସ୍ଥିତ ଥିଲେ ରାଜ୍ଯସଭା ସାଂସଦ ସୁଲତା ଦେଓ।

ସୁନ୍ଦରଗଡ଼ ମଇଦାନରେ ଦିଲୀପ ତିର୍କୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ମଇଦାନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡ଼ ଦିଲୀପ ତିର୍କି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡ଼ି ପଦ୍ମଶ୍ରୀ ଡ଼ ଦିଲୀପ ତିର୍କି ଙ୍କୁ ପ୍ରାର୍ଥୀ କରିଛି । ନାମ ଘୋଷଣା ପରେ ଆଜି ସୁନ୍ଦରଗଡ଼ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଦିଲୀପ ତିର୍କି। ପ୍ରଥମେ ସୁନ୍ଦରଗଡ଼ ସେଣ୍ଟ ମ୍ୟାରୀ ଚର୍ଚ୍ଚକୁ ଯାଇ ପ୍ରଭୁଙ୍କ ଆରାଧନା କରିବା ସହ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହିତ ବ୍ରାହ୍ମଣ ପଡ଼ା ସ୍ଥିତ ମାଆ ମଙ୍ଗଳା ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଲୋକଙ୍କ ପାଖକୁ ଯାଇ ସୁନ୍ଦରଗଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଜନ ସମ୍ପର୍କରେ ଅବଗତ କରାଇଛନ୍ତି । ଆଗମୀ ଦିନରେ ସୁନ୍ଦରଗଡ଼କୁ କିଭଳି ବିକାଶର ଶିଖରରେ ପହଞ୍ଚାଯିବ ସେ ଦିଗରେ ସୁନ୍ଦରଗଡ଼ ବାସୀଙ୍କର ସହଯୋଗ କାମନା କରିଛନ୍ତି ।

ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ୱର : ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ୨୦୧୯ ରେ ବିଜେପି ଟିକେଟରୁ ଲଢି ବିଧାୟକ ହୋଇଥିଲେ । ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ଛାଡିବା ପରେ ବିଧାୟକ ସୁକାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ଦଳରେ ନୀତିନୈତିକତା ବୋଲି କିଛି ନାହିଁ । ଦଳରେ ଅଣଦେଖା କରାଯିବାରୁ ଦଳ ଛାଡିଲି । ସୁକାନ୍ତ ପୂର୍ବରୁ ଅର୍ଥାତ ୨୦୧୪ରେ ବିଜେଡିରୁ ନୀଳଗିରି ବିଧାୟକ ହୋଇଥିଲେ । ପରେ ସେ ପୁଣି ୨୦୧୯ରେ ବିଜେପିରେ ଯୋଗଦେଇ ବିଧାୟକ ହୋଇଥିଲେ । ବର୍ତ୍ତମାନ ତାଙ୍କ ଇସ୍ତଫା ନିଶ୍ଚିତ ଭାବରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । କାରଣ ଉତ୍ତର ଓଡ଼ିଶାରେ ବିଜେପିକୁ ବାଏ ବାଏ କାରିବା ଦଳ ପ୍ରତି ଏହା ବେସ ପ୍ରଭାବ ପକାଉଛି । ଠିକ ନିର୍ବାଚନ ବୈତରଣୀ ପାର ହେବା ବେଳେ ନୌକା ଛାଡିଦେଉଛନ୍ତି ନାଉରି ।

ସରକାରଙ୍କ ଯୋଜନା ସମ୍ପର୍କରେ ଭୋଟରଙ୍କୁ ବୁଝାଇବେ ବିଜେଡି ଯୁବ ନେତା

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ। ଶଙ୍ଖ ଭବନରେ ବୈଠକ ଆରମ୍ଭ ହୋଇଛି । ରାଜ୍ଯ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବେ ବିଜେଡି ଯୁବ ନେତା ଓ କର୍ମୀ। ଫୋକସରେ ରହିବେ ନୂଆ ଭୋଟର। ଦଳର ଭୋଟ ବ୍ୟାଙ୍କ୍ ସୁଦୃଢ଼ କରିବାକୁ ଯୁବ କର୍ମୀଙ୍କୁ  ବିଜେଡି ତାଲିମ ଦେଉଛି । ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ଉପଦେଷ୍ଟା ତଥା ବିଧାୟକ ପ୍ରଣବ ବଳବନ୍ତରାୟ  ପ୍ରମୁଖ ବିଜେଡି କର୍ମୀଙ୍କୁ ତାଲିମ ଦେଉଛନ୍ତି। କିଛି ଦିନ ତଳେ ଛାତ୍ର ବିଜେଡି କର୍ମୀଙ୍କୁ ଦଳ ଟ୍ରେନିଂ ଦେଇଥିଲା।

ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର ସିଂ ଭୋଇ । ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଥିଲେ ସୁରେନ୍ଦ୍ର । ସାଂସଦ ସସ୍ମିତ ପାତ୍ର, ବିଧାୟକ ଟୁକୁନି ସାହୁ ଏବଂ ଅଧିରାଜ ପାଣୀଗ୍ରାହୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହେବା ସହ ସେ କହିୁଛନ୍ତି ମୁଖ୍ୟମନ୍ତ୍ରୀ ମୋତେ ଦଳରେ ସାମିଲ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଛି ଏବଂ 5t ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।  ଆଜି ସାରା ରଜ୍ୟରେ ବିକାଶର ସ୍ପର୍ଶ ଲାଗିଛି । ଉପାନ୍ତରୁ ଉପକୂଳ ସବୁଠି ରୁପାନ୍ତରଣ ଦେଖିବାକୁ ମିଳୁଛି । ଏହି ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁଁ ବିଧିବଧ ଭାବରେ କଂଗ୍ରେସ ଦଳକୁ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛି । ସାରା ରାଜ୍ୟରେ ଯେଉଁ ନୂଆ ଓଡ଼ିଶା ନବୀନ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ସେହି କାର୍ଯ୍ୟରେ ମୁଁ ନିଜକୁ ସାମିଲ କରିବା ସହ ମୋର ହଜାର ହଜାର ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିହାରରେ ଆଜି ଘୋଷଣା ହୋଇପାରେ ବିରୋଧି ମହାମେଣ୍ଟ ସିଟ୍ ବଣ୍ଟନ

ନନ୍ଦିଘୋଷ ବ୍ୟୁରୋ : ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଆରମ୍ଭ ହୋଇଛି ଏବଂ ବିହାରରେ ବିରୋଧୀ ଦଳ ଦ୍ୱାରା ଆସନ ବାଣ୍ଟିବାର ସୂତ୍ର କ’ଣ ରହିବ ତାକୁ ନେଇ ଚର୍ଚ୍ଚା ? ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା ହୋଇନାହିଁ । ବର୍ତ୍ତମାନ ସୂଚନା ମିଳୁଛି ମହାଗଠବନ୍ଧନ ସିଟ୍ ବାଣ୍ଟିବା ସୂତ୍ର ଉପରେ ସହମତି ପ୍ରକାଶ ପାଇଛି ଏବଂ ଆଜି ଏହା ଘୋଷଣା କରାଯାଇପାରେ । ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) କାର୍ଯ୍ୟାଳୟରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆଜି ସିଟ୍ ବଣ୍ଟନ ଘୋଷଣା କରାଯାଇପାରେ। ଆରଜେଡି ସହିତ କଂଗ୍ରେସ ଏବଂ ବାମପନ୍ଥୀ ଦଳର ନେତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିବେ । ସିଟ୍ ବଣ୍ଟା ହେଲେ କଂଗ୍ରେସ ନା ଲାଲୁ କିଏ ଅଧିକ ପାଇବ ତାକୁ ନେଇ ମଧ୍ୟ ଚର୍ଚ୍ଚା ?

ସିଟ୍ ବଣ୍ଟନ ପାଇଁ ସୂତ୍ର କ’ଣ ହେବ?

ସୂଚସୂ ଅନୁସାରେ, ବିରୋଧୀ ଦଳ ସହମତ ହୋଇଥିବା ସୂତ୍ର ଅନୁଯାୟୀ, ଆରଜେଡି ବିହାରର ୨୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ଦଳ ପଡୋଶୀ ଝାଡଖଣ୍ଡର ପାଲାମୁ ଏବଂ ଚାଟାର ଆସନରୁ ପ୍ରାର୍ଥୀ ମଧ୍ୟ ଦେବ। ବିହାରରେ କଂଗ୍ରେସ ୯ଟି ଆସନ ଏବଂ ବାମପନ୍ଥୀ ପା୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ କାଟିହର, କିଶାନଗଞ୍ଜ, ପାଟନା ସାହେବ, ସାସରାମ, ଭାଗଲପୁର, ବେଟିୟା, ମୁଜାଫରପୁର, ସାମସ୍ତିପୁର ଏବଂ ମହାରାଜଗଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ ଦେବେ। CPIMLକୁ କରକାଟ, ଆରାହ ଏବଂ ନାଲନ୍ଦା ଆସନ ଦିଆଯାଇଥିବା ବେଳେ ସିପିଆଇ ବେଗୁସଗୁରାଇରୁ ପ୍ରାର୍ଥୀ ଏବଂ ଖାଗରିଆରୁ ସିପିଏମ୍ ପ୍ରାର୍ଥୀ କରିବ।

ମା ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଲେ ପ୍ରଣବ

ସମ୍ବଲପୁର : ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେଠାରେ ପହଂଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା କରିବା ପରେ ଆଜି ସମ୍ବଲପୁରକୁ ପ୍ରଥମ ଗସ୍ତ କରିଥିବାରୁ ନେତା କର୍ମୀ ବେସ ଉତ୍ସାହିତ। ସମ୍ବଲପୁରରେ ପହଂଚିବା ପରେ ସମ୍ବଲପୁରବାସୀଙ୍କ ପାଦ ତଳେ ମତମସ୍ତକ ହୋଇଥିଲେ ପ୍ରଣବ । ଏବଂ ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ଗୋଟି ମୁଦ୍ଦା ବିକାଶ ବିକାଶ ବିକାଶ । ସମ୍ବଲପୁର ମାଟିକୁ ବିକଶିତ କରିବା ପାଇଁ ମୋ କାନ୍ଧରେ ସମ୍ବଲପୁର ଭାର ଦେଇଛନ୍ତି । ବାପାଙ୍କର କର୍ମଭୁମି ଥିବାରୁ ମୁଁ ଆଜି ମୋ ଘରେ ରହିଥିବା ପରି ମନେ ହେଉଛି । ସମ୍ବଲପୁରରେ ଆଜି ପ୍ରଣବଙ୍କୁ କୋଳେଇ ନେଇଥିଲେ ମା ମାନେ । କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ଯୁବକମାନେ ନିଜର ଅତି ପ୍ରିୟ ବବି ଭାଇଙ୍କୁ ବେସ ଧୁମଧାମରେ ସ୍ୱାଗତ କରିଥିଲେ । ପ୍ରଥମେ ସକାଳୁ ସକାଳୁ ରେଢ଼ାଖୋଲରେ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଏବଂ ସେଠାରେ ପହଂଚି ଭୀମ ଭୋଇ ଛକଠାରେ  ଭୀମଭୋଇ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି

କେନ୍ଦୁଝର : ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ମଧ୍ୟ ରାତ୍ରରେ ହୁଣ୍ଡି ତାଡି ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୃର୍ବୁତ୍ତ। ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଥିବା ବେଲେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇଛନ୍ତି।  ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇନଥିଲା। ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି। ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ମାନଙ୍କ ଅବହେଳା ଯୋଗୁଁ ହୁଣ୍ଡିରୁ ଚୋରି ହେବା ସହ ପୂର୍ବରୁ ମନ୍ଦିର ପରିସର ଭିତରୁ ଚନ୍ଦନ ଗଛ କାଟି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପହଣ୍ଡିଆ ସେବକ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଖରା ବର୍ଷା

ଭୁବନେଶ୍ୱର : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଖରା ବର୍ଷାର ଖେଳ । ଉତ୍ତର ଉପକୂଳ ଓଡିଶାରେ ପ୍ରଚଣ୍ଡ ବଜ୍ରପାତ ସାଙ୍ଗକୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ ପଶ୍ଚିମାଝଡ ପ୍ରଭାବରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ପବନ ନେଇ ବାଲେଶ୍ବର, ମୟୂରଭଞ୍ଜ , କେନ୍ଦୁଝର , ସୁନ୍ଦରଗଡ ଏବଂ ଯାଜପୁର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ଝଡପବନ ହେବାର ଆକଳନ କରାଯାଇଛି । ସେହିଭଳି ୩୦ , ୩୧, ଏପ୍ରିଲ ୧ ଏବଂ ୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବଜ୍ରପାତ ଜନିତ ବର୍ଷା ପବନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର। କେବଳ ଉତ୍ତର ଉପକୂଳ ଓଡ଼ିଶାକୁ ଛାଡିଦେଲେ ବାକି ଓଡିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆସନ୍ତା ଦୁଇ ଦିନ ମଧ୍ୟରେ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ଯୋଗୁଁ ସ୍ଵାଭାବିକ ଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ଯନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶାର କାଁ ଭାଁ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ଅଧିକାଂଶ ଜିଲ୍ଲାରେ ତାତି ବଢିବ। ୩୦ ତାରିଖରେ ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ, ମାଲକାନଗିରି, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ରାୟଗଡା ଏବଂ ଗଜପତିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି। ୩ ତାରିଖ ପରେ ପୁଣି ତାତି ବଢିବାର ସମ୍ଭାବନା ରହିଛି।

ଗ୍ଯାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ଦେହାନ୍ତ ପରେ ଉତ୍ତରପ୍ରଦେଶରେ ୧୪୪ ଧାରା

ଉତ୍ତରପ୍ରଦେଶ : ଗ୍ଯାଙ୍ଗଷ୍ଟର ତଥା ରାଜନେତା ମୁଖତାର ଅନସାରୀଙ୍କ ଦେହାନ୍ତ। ହୃଦଘାତରେ ତାଙ୍କର ମୃତ୍ଯୁ ଘଟିଥିବା ସୂଚନା ମିଳିଛି। ଜେଲରେ ତାଙ୍କ ସ୍ବାସ୍ଥ୍ଯାବସ୍ଥାରେ ସମସ୍ୟା ଉପୁଜିବା ପରେ ତାଙ୍କୁ ବାନ୍ଦା ମେଡିକାଲ କଲେଜକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ଯୁ ଘଟିଛି। ସେପଟେ ଭାଇଙ୍କୁ ବାନ୍ଦା ଜେଲରେ ଖାଦ୍ଯରେ ବିଷ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ଭାଇ ଅଫଜଲ ଆନସାରୀ। ଗତ ମାର୍ଚ୍ଚ ୧୯ ଓ ମାର୍ଚ୍ଚ ୨୨ରେ ତାଙ୍କୁ ବିଷ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ ଭାଇ ତଥା ଘାଜିପୁର ଏମପି ଅଫଜଲ। ବିଗତ ୨୦୦୫ରୁ ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ତାଙ୍କ ନାମରେ ୬୦ରୁ ଅଧିକ ମାମଲା ରହିଛି। ୮ଟି ମାମଲାରେ ତାଙ୍କୁ ସଜା ମିଳିଛି। ମୁଖତାରଙ୍କ ମୃତ୍ଯୁ ପରେ ବାନ୍ଦାରେ ୧୪୪ ଧାରା ଜାରି। ଲକ୍ଷ୍ମୌ, ଘାଜିପୁର ଓ ମାଉରେ ଆଲର୍ଟ ଜାରି ହୋଇଛି।