spot_img
Home Blog Page 2190

ଓଡ଼ିଶାରେ ପ୍ରଥମ: ଅବସର ଦିନ ପ୍ରଧାନଶିକ୍ଷକଙ୍କୁ ମିଳିଲା ପେନସନ

ପଟ୍ଟାମୁଣ୍ଡାଇ: ଅବସର ଦିନ ଲାଗୁ ହେଲା ପେନସନ୍ ସୁବିଧା । ଯାହା ଓଡ଼ିଶାରେ ପ୍ରଥମ । ଅବସର ମାତ୍ରେ ପେନସନ୍ ସହ ସବୁ ସୁବିଧା ମିଳିବା ବ୍ୟବସ୍ଥା କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ୟୁପି ସ୍କୁଲର ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତି ଅବସର ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କର ଅବସର କାଳୀନ ସୁବିଧା ପାଇଛନ୍ତି ।

ପୂର୍ବରୁ ଅବସର ନେବା ପରେ ବର୍ଷ ବର୍ଷ ଧରି ପେନସନ ପାଇଁ ଅଫିସକୁ ଦୌଡ଼ିବାକୁ ପଡୁଥିଲା । ହେଲେ 5T ଅଧୀନକୁ ଆସିବା ପରେ ବଦଳିଛି ସ୍ଥିତି । ବିଧୁଭୂଷଣଙ୍କୁ ଅବସର ନେବା ଦିନ ପେନସନ ସହ ଅବସର କାଳୀନ ଛୁଟି ବାବଦ ଅର୍ଥ, ଜିଆରଏସ ଭଳି ସବୁଧା ଦେବାର ବ୍ୟବସ୍ଥା କରିଛି ଶିକ୍ଷା ବିଭାଗ । ଏହା କେବଳ 5T ଯୋଗୁଁ ସମ୍ଭବ ହୋଇଛି । ଏଣିକି ସବୁ କର୍ମଚାରୀଙ୍କୁ ଏମିତି ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଅବସର ନେବାର ୬ ମାସ ପୂର୍ବରୁ ସେମାନଙ୍କର କାଗଜପତ୍ର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସରକାରୀ କର୍ମଚାରୀ ପ୍ରଥମ ମାସରୁ ହିଁ ପେନସନ ପାଇପାରିବେ ।

ଗଛ କାଟି ବନ୍ଧାହେଲେ ବିଜେପି ସାଂସଦଙ୍କ ଭାଇ

କର୍ଣ୍ଣାଟକ: ପୁଣି ଚର୍ଚ୍ଚାରେ ବିଜେପି ବିଧାୟକ ମହୀଶୂର-କୋଦାଗୁ ବିଜେପି ସାଂସଦ ପ୍ରତାପ ସିହ୍ମା । ପାର୍ଲାମେଣ୍ଟ ଭିତରକୁ ପଶିଥିବା ଯୁବକଙ୍କୁ ପାସ ଦେଇ ବିବାଦରେ ଥିବା ବେଳେ, ଏବେ ନିଜ ଭାଇଙ୍କୁ ନେଇ ଚର୍ଚ୍ଚା । ମନଇଚ୍ଛା ଗଛ କାଟିବା ଅଭିଯୋଗରେ ପ୍ରତାପଙ୍କ ଭାଇ ବିକ୍ରମ ସିହ୍ନାଙ୍କୁ ଗିରଫ କରିଛି କର୍ଣ୍ଣାଟକ ଜଙ୍ଗଲ ବିଭାଗର ସଂଗଠିତ ଅପରାଧ ନିରୋଧୀ ସ୍କ୍ବାଡ ।

କର୍ଣ୍ଣାଟକର ହାସନ ଜିଲ୍ଲା ଅନ୍ତର୍ଗତ ବେଲୁର ତାଲକ ଅଞ୍ଚଳର ନାନ୍ଦାଗୋନ୍ଦାନାହିଲିରେ ଥିବା ଏକ ସରକାରୀ ଜମିରୁ ୧୨୬ଟି ଗଛ କାଟିଥିଲେ ବିକ୍ରମ । ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରି ଜେରା କରାଯାଉଛି । ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଇଲେକ୍ଟ୍ରୋନିକ ସର୍ଭେଲାନସ ଜରିଆରେ ବିକ୍ରମଙ୍କୁ ଠାବ କରାଯାଇଥିଲା ।

ଜାନୁଆରୀ ୩ରେ ଲୋୟର ସୁକତେଲ ପ୍ରକଳ୍ପର ଲୋକାର୍ପଣ

ବଲାଙ୍ଗୀର: ସାକାର ହେବାକୁ ଯାଉଛି ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ଆସନ୍ତା ୩ ତାରିଖରେ ଲୋକାର୍ପିତ ହେବ ବଲାଙ୍ଗୀରର ଲାଇଫ ଲାଇନ କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର କରିବେ ଲୋକାର୍ପଣ । ପ୍ରକଳ୍ପ ଦ୍ବାରା ୫୦ଟି ପଞ୍ଚାୟତର ୨୦୬ଟି ଗାଁର ଲୋକେ ହେବେ ଉପକୃତ ।

ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୪୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ । ଏହାସହ ୭୦ ହଜାରରୁ ଅଧିକ ଲୋକ ପିଇବା ପାଣିର ସୁବିଧା ପାଇବେ । ଏହି ପ୍ରକଳ୍ପ ଦ୍ବାରା ଏକ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି ୫ ହଜାର ୨୫୯ କୋଟି ଟଙ୍କା । ଜଳସେଚନ ଓ ପାନୀୟଜଳ ପାଇଁ ଏହି ପ୍ରକଳ୍ପ ହେବ ପ୍ରମୁଖ ବରଦାନ । 5T ଅଧୀନରେ କାମ ତ୍ୱରିତ ହୋଇ ଶେଷ ହେବାକୁ ବସିଛି ।

୨୦୨୩ର ଶେଷ ଦିନ, ରାଜଧାନୀରେ ଅଦିନିଆ ଛାଡ଼ଖାଇ

ଭୁବନେଶ୍ବର: ଆଜି ୨୦୨୩ ଡିସେମ୍ବର ୩୧ ତାରିଖ । ଅର୍ଥାତ ୨୦୨୩ର ଶେଷ ଦିନ । କିଛି ଘଣ୍ଟା ପରେ ୨୦୨୪କୁ ସ୍ବାଗତ କରିବେ ଲୋକେ । ତେବେ ୨୩ର ଶେଷ ଦିନରେ ଆମିଷ ବଜାରରେ ଲାଗିଛି ଲୋକଙ୍କ ଭିଡ଼ । ଏମିତି ଲାଗୁଛି ଅଦିନିଆ ଛାଡ଼ଖାଇ ପାଳୁଛନ୍ତି ରାଜଧାନୀବାସୀ । କିଏ ଘରକୁ ମାଛ, ମାଂସ ବୋହି ନେଉଛି ତ କିଏ ଭୋଜି କରିବାକୁ ବଜାରରେ ଲଗାଇଛି ଆମିଷ ନେବାକୁ ଲାଇନ୍ ।

ନୂଆବର୍ଷର ଆରମ୍ଭକୁ ନିଜ ମନମୁତାବ ଭାବେ ସ୍ବାଗତ କରିବେ । ଏହି ଦିନରେ କିଏ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ମନସ୍ଥ କରିଛି, ତ ଆଉ କେହି ବିଭିନ୍ନ ପର୍ଯ୍ୟଟନସ୍ଥଳରେ ସାଙ୍ଗସାଥୀ ବା ପରିବାର ସହ ସମୟ ବିତାଇବେ । କିନ୍ତୁ ନୂଆବର୍ଷ ଉପଲକ୍ଷେ ପ୍ରଥମ ଚଏସ୍‌‌ ଥାଏ ଭୋଜି । ପ୍ରାୟ ପ୍ରତିବର୍ଷ ବାର ସାଙ୍ଗକୁ ତାଳ ଦେଇ ପଡ଼ିଥାଏ ବଡ଼ଦିନ ଏବଂ ନୂଆବର୍ଷ । ହେଲେ ଚଳିତ ବର୍ଷ ସୋମବାରରେ ପଡ଼ିଛି ନୂଆବର୍ଷ । ତଥାପି ଆମିଷ ଖାଉଥିବା ଲୋକଙ୍କ ଖୁସି ବା ଉତ୍କଣ୍ଠା କମିନି । କାରଣ ପୂର୍ବଦିନ ଅର୍ଥାତ୍‌ ଆଜି‌ ରବିବାର ଥିବାରୁ ଜମିବ ଭୋଜିର ଆସର । ସହରର ପ୍ରମୁଖ ମାର୍କେଟ୍‌‌ ୪ ନମ୍ବର ଆମିଷ ମାର୍କେଟ, ୧ ନମ୍ବର ମାଛ ମାର୍କେଟ୍‌‌, ବଡ଼ଗଡ଼ ମାଛ ମାର୍କେଟ୍‌‌, ଡମଣା ମାଛ ମାର୍କେଟ୍‌‌, ଡମଣା ଆଦି ଆମିଷ ମାର୍କେଟରେ ଭିଡ଼ ଲାଗିଛି । ମଟନ ୮ ଶହ, ଦେଶୀ ଚିକେନ ୪୫୦, ପାମ୍ପ୍ଲେଟ ୮୫୦ରୁ ହଜାରେ ୫୦, ଖଈଙ୍ଗା ୪୫୦, କଙ୍କଡା ୧୩ ଶହରୁ୨୫ ଶହ, ଭେକ୍ଟି ୮ ଶହ, ଚିଙ୍ଗୁଡ଼ି ୫ ଶହରୁ ୨୨ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।

ତେବେ କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶାରେ ସମାନ ସ୍ଥିତି । ବିଭିନ୍ନ ବଜାରରେ ଆମିଷ ଦୋକାନ ପାଖରେ ଲାଗିଛି ଲୋକଙ୍କ ଗହଳି ।

ଗର୍ଭବତୀ କରାଇଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା, ନୂଆ ଚାକିରିକୁ ନେଇ ପୋଲିସ ଚକିତ

ପାଟନା:  All India pregnant job ନାଁରେ ନୂଆ ଚାକିରି ।  ଗର୍ଭବତୀ କରାଇ ପାରିଲେ ଲକ୍ଷ ଲକ୍ଷ ଟଙ୍କା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲା ବିହାରର ନୱାଦାରୁ ସାମ୍ନାକୁ ଆସିଛି। ଏଠାରେ ଥିବା ସାଇବର ପୋଲିସ ଷ୍ଟେଶନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ଯାହା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ପ୍ରତାରଣା କରୁଥିଲା।  ଲୋକଙ୍କୁ ଅଫର୍ ଦେଉଥିଲେ ଯେ, ସେମାନଙ୍କୁ ନିଃସନ୍ତାନ ମହିଳାଙ୍କୁ ଗର୍ଭଧାରଣ କରିବାକୁ ପଡିବ । ଏହାର ପ୍ରତିବଦଳରେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯିବ। ଏହି ସିଣ୍ଡିକେଟର ନେଟୱର୍କ ସାରା ଦେଶରେ ବ୍ୟାପିଛି  । ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଅଭିଯୁକ୍ତଙ୍କ ବିରୋଧରେ ନୱାଦା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳରେ ପୋଲିସ ଚଢାଉ କରି ଘଟଣାସ୍ଥଳରୁ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।  ସେମାନଙ୍କଠାରୁ ୯ ଟି ମୋବାଇଲ୍ ସହ ଗୋଟିଏ ପ୍ରିଣ୍ଟର ମିଳିଛି ।

All India pregnant job (Baby birth service) ନାମରେ ଟଙ୍କା ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଲୋକଙ୍କୁ ଠକୁଥିଲା ବୋଲି ପୋଲିସ କହିଛି ।     ପୋଲିସକୁ ପୂର୍ବରୁ ସୂଚନା ମିଳିବା ପରେ ସେ ଚଢାଉ କରିଥିଲା । All India pregnant job ନାମରେ ଲୋକଙ୍କୁ ଫାଶରେ ପକାଇ ସେମାନଙ୍କ ଠାରୁ ପଞ୍ଜିକରଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ବହୁ ଟଙ୍କା ମିଳିବ ବୋଲି ପୁରୁଷମାନଙ୍କୁ ଅପରାଧୀମାନେ କହିଥିଲେ । ସେମାନଙ୍କୁ ଏପରି କହି ନିଜ ପୁରୁଷମାନଙ୍କୁ ଆଡକୁ ଆକର୍ଷିତ କରୁଥିଲେ । ପ୍ରଥମେ ସେମାନଙ୍କ ଠାରୁ ୭୯୯ ଟଙ୍କା ନିଆଯାଉଥିଲା । ପରେ ସିକ୍ୟୁରିଟି ମନି ବାବଦକୁ ୫ ହଜାରରୁ ୨୦ ହଜାରକୁ ମଧ୍ୟରେ ଟଙ୍କା ମଗାଯାଉଥିଲା ।

ନଓ୍ବାଦା ପୋଲିସ ଏସଆଇଟି ମୁନ୍ନା କୁମାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରିଥିଲା । ପୋଲିସ କହିଛି ଯେ, ମୁନ୍ନା ଏହି ସମଗ୍ର ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଥିଲା ।  ପୋଲିସ ଏହି ରାକେଟର ୮ଜଣଙ୍କୁ ଗିରଫ କରିଥିବାବେଳେ ୧୨ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି ।

ଏହି ପ୍ରସଙ୍ଗରେ ଡିଏସପି କଲ୍ୟାଣ ଆନନ୍ଦ କହିଛନ୍ତି, ଏହି ସାଇବର ସିଣ୍ଡିକେଟ୍ ସାରା ଦେଶରେ ବ୍ୟାପିଛି । ଗିରଫ ଲୋକଙ୍କ ନିକଟରୁ ନଅଟି ସ୍ମାର୍ଟଫୋନ୍ ଏବଂ ଗୋଟିଏ  ପ୍ରିଣ୍ଟର୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ  ।

୨୩ରେ ରାଜ୍ୟ ଭିଜିଲାନ୍ସକୁ ବଡ଼ ସଫଳତା: ୧୬୬ ଅଧିକାରୀ ଗିରଫ, ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ବର: ୨୦୨୩ରେ ରାଜ୍ୟ ଭିଜିଲାନ୍ସର ସଫଳତା । ଚଳିତବର୍ଷ ୨୬୫ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୬୬ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ଗିରଫ । ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ । ଲାଞ୍ଚ ନେବା ବେଳେ ୯୮ଟି ଘଟଣା ଧରାଯାଇଛି । ୧୦୯ ଜଣ ସରକାରୀ ଅଧିକାରଙ୍କ ସମେତ ୧୨୩ ଜଣ ଧରା ପଡ଼ିଛନ୍ତି । ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ୨ଟି ନଗଦ ଅର୍ଥ ଜବତ ମାମଲା ଏହି ବର୍ଷ ହୋଇଛି । ଲାଞ୍ଚ ନିଆଯାଉଥିବାବେଳେ ସର୍ବାଧିକ ୧୨ ଲକ୍ଷ ଟଙ୍କା ଜବତ ହୋଇଛି । ବେନାମୀ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନିଆଯାଉଥିବା ବେଳେ ଧରାପଡିଥିଲା କାରନାମା ।

ଚଳିତବର୍ଷ ୫୮ ଜଣ କ୍ଲାସ-୧ ଅଫିସରଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ୨୬ ଜଣ କ୍ଲାସ-୧, ୩୨ ଜଣ କ୍ଲାସ-୨ ଅଧିକାରୀ ଗିରଫ ହୋଇଛନ୍ତି । ସେହିପରି ୮୫ କ୍ଲାସ-୩, ୬ ଜଣ କ୍ଲାସ-୪ କର୍ମଚାରୀ ଗିରଫ ହୋଇଛନ୍ତି । ଭିଜିଲାନ୍ସ ପକ୍ଷରୁ ୪୭୮ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ୬୮୪ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ସଂକ୍ରାନ୍ତ ୮୫ଟି ମାମଲାରେ ୩୬ ଦମ୍ପତି ସହଅଭିଯୁକ୍ତ ରହିଛନ୍ତି । ୧୫୩ ପ୍ରତିଶତ ହାରରେ ୪୦୬ଟି ମାମଲାର ତଦନ୍ତ ଶେଷ ହୋଇଛି । ମାମଲାର ତଦନ୍ତ ଶେଷ କରିବାରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଭିଜିଲାନ୍ସ ।

ଦୋଷୀ ସାବ୍ୟସ୍ତ ଘଟଣା ୧୨୪ଟି ହୋଇଥିବାବେଳେ ଏହି ହାର ୫୦ ପ୍ରତିଶତ ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୬୬ ପ୍ରତିଶତ ରହିଛି । ୪୧ ହଜାର ୪୪ ସରକାରୀ କର୍ମଚାରୀଙ୍କ ଲାଗି ଭିଜିଲାନ୍ସ କ୍ଲିୟରାନ୍ସ ମିଳିଛି । ଭିଜିଲାନ୍ସ ଏକାଡେମୀରେ ଏକ ହଜାର ୧୧୩ ସର୍ବଭାରତୀୟ ଅଧିକାରୀଙ୍କ ସହ ରାଜ୍ୟ ସରକାରୀ ଅଫିସର, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତିଙ୍କୁ ତାଲିମ ଦିଆଯାଇଛି ।

ଚର୍ଚ୍ଚାରେ ଦିଲ୍ଲୀ ପୋଲିସ୍ ର ଟ୍ବିଟ୍ : ଫିଲ୍ମ ନାଁ ନେଇ ଅମାନିଆଙ୍କୁ ସାବାଡ୍ କରିବାକୁ ଚେତାବନୀ

ନୂଆଦିଲ୍ଲୀ: ବର୍ଷର ଶେଷ ସଂଧ୍ୟାରେ ମସ୍ତି ମେ ରହନା କା କିନ୍ତୁ ଜରା ହଟକେ ଜରା ବଚକେ ଯଦି ଆନିମଲ୍ ହୋଇ ବବାଲ୍ ଏବଂ ନନ୍ ଷ୍ଚପ୍ ଧୁମ୍ ମଚେଇବେ ତ ଯଦି ଏମିତି ନ ହେଉ ୨୦୨୪ର ପ୍ରଥମ ଦିନ ନିଜର ‘ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ବଦଳରେ  ଇଣ୍ଡିଆନ୍ ପୋଲିସ୍ ଫୋର୍ସ ସହ ନୂଆବର୍ଷ ସେଲିବ୍ରେଟ୍ କରିବେ । ଏଭଳି କିଛି ନିଆରା ଢଙ୍ଗରେ ବଲିଉଡ୍ ଫିଲ୍ମର ଟାଇଟଲ୍ ଦେଇ ଦିଲ୍ଲୀ ପୋଲିସ୍  ଦିଲ୍ଲୀର ଜନସାଧାରଣଙ୍କୁ ସନ୍ଦେଶ ଦେଇଛି  । ରାତି ପାହିଲେ ନୂଆବର୍ଷ । ଆଜି ସଂନ୍ଧ୍ୟାରେ ଲୋକମାନେ ୨୦୨୩ କୁ ବିଦାୟ ଦେବା ପାଇଁ  ଏବଂ ୨୦୨୪ କୁ ସ୍ବାଗତ କରିବା ପାଇଁ ହୋଟେଲ୍ , ରେଷ୍ଟୋରାଣ୍ଟ ଏବଂ ବାର୍ ରେ ଏକାଠି ହେବେ । ଖାଦ୍ୟ ଖାଇବେ, ମଜାମସ୍ତି କରିବେ , ନୃତ୍ୟ ଏବଂ ସଂଗୀତ ଉପଭୋଗ କରିବେ ।

ତେବେ ଏଥିପାଇଁ ଜନସାଧାରଣଙ୍କୁ ଚେତାଇଦେବା ପାଇଁ  ଦିଲ୍ଲୀ ପୋଲିସ୍  ଟ୍ବିଟରରେ ନିଜର ଅଫିସିଆଲ୍ ସାଇଟରେ ଏକ ପୋଷ୍ଟ ସେୟାର କରିଛି  । ଆଜି ଦେଶର ପୋଲିସ୍ ଫୋର୍ସ ଭିଡ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା କୁ ପରିଚାଳନା କରିବା ପାଇଁ କଡାକଡି ବ୍ୟବସ୍ଥା କରାଯାଇଛି  । ଦେଶର ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷର ଶେଷ ସଂନ୍ଧ୍ୟାରେ ସେଲିବ୍ରେସନ୍  ପାଇଁ ବିଭିନ୍ନ ଜାଗାରେ ଏକାଠି ହେବେ ଲୋକେ  । ଆଜି ରାତି ୯ଟାରୁ ୧ ଜାନୁୟାରୀ ର ସକାଳ ପର୍ଯ୍ୟନ୍ତ ରାଜୀବ ଛକ ମେଟ୍ରୋ ଷ୍ଚେସନ୍ ର ସମସ୍ତ ପ୍ରସ୍ଥାନ ଗେଟ୍ ବନ୍ଦ ରହିବ  । ଦିଲ୍ଲୀ ପୋଲିସ୍ ଆଜିର ସୁରକ୍ଷା ବ୍ୟବସ୍ଥା ପାଇଁ ୨୫୦ ଟି ଟିମ୍ ନିୟୋଜିତ କରିଛି  । ଏବଂ ଦିଲ୍ଲୀ ପୋଲିସ୍ କହିଛି ଯେ, ଲୋକମାନେ ମଦ ପିଇ ମାତାଲ୍ ହୁଅନ୍ତୁ ନାହିଁ କି ରାସ୍ତାରେ କିଛି ଷ୍ଟଣ୍ଡ କରନ୍ତୁ ନାହିଁ  ।

 

 

ପାକିସ୍ତାନ ନିର୍ବାଚନରେ କାହିଁକି ପ୍ରତିଦ୍ୱନ୍ଦ୍ୱିତା କରିବେ ଟ୍ରାନ୍ସଜେଣ୍ଡର ସୋବିୟା ଖାନ୍ ?

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ବିଶେଷ କରି ଖାଇବର ପାଖ୍ଟନଖୱା ପ୍ରଦେଶରେ ଚଳପ୍ରଚଳ କରିବା ସହଜ ହୁଏ ନାହିଁ । ଯେଉଁଠାରେ ସମ୍ପ୍ରଦାୟର ସଦସ୍ୟଙ୍କ ପ୍ରତି ହିଂସା ଦେଖିବାକୁ ମିଳିଥିଲା । ପାକିସ୍ତାନରେ ହେବାକୁ ଥିବା ନିର୍ବାଚନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଏହାର ନେତା ହେଉଛନ୍ତି ଟ୍ରାନ୍ସମୋମ୍ୟାନ୍ ସୋବିୟା ଖାନ୍ | ଦୀର୍ଘ ଦିନ ଧରି ତାଙ୍କ ସମ୍ପ୍ରଦାୟ ପାଇଁ ଆନ୍ଦୋଳନ କରୁଥିବା ସୋବିଆ ଆଗାମୀ ନିର୍ବାଚନରେ ​​ପ୍ରାର୍ଥୀ ହୋଇଛନ୍ତି। ବହୁ ସଂଘର୍ଷ ପରେ ସେ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିଛନ୍ତି। ସୋବିୟା ଜଣେ ସ୍ନାତକ ଏବଂ ଦୀର୍ଘ ଦିନ ଧରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଆନ୍ଦୋଳନ କରିଆସୁଥିଲେ | ପାକିସ୍ତାନର ଅନେକ ଲୋକ ତାଙ୍କ ନିର୍ବାଚନ ଉପରେ ନଜର ରଖିଛନ୍ତି କାରଣ ତାଙ୍କର ବିଜୟ ସମାଜକୁ ଏକ ବଡ଼ ବାର୍ତ୍ତା ଦେବ | ପେଶୱାରର ବାସିନ୍ଦା ସୋବିୟା ତାଙ୍କ ନିର୍ବାଚନମଣ୍ଡଳୀ PK-84 ରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାରେ ପ୍ରଥମ ଟ୍ରାନ୍ସଜେଣ୍ଡର । ସେ ପ୍ରାଦେଶିକ ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୋବିୟା କହିଛନ୍ତି ଯେ ଯଦି ସେ ନିର୍ବାଚନରେ ​​ଜିତନ୍ତି, ତେବେ ସେ ସେହି ମହିଳାମାନଙ୍କ ପାଇଁ ନଗଦ ଅର୍ଥ ବ୍ୟବସ୍ଥା କରିବେ ଯେଉଁମାନେ ଜୀବିକା ନିର୍ବାହ ପାଇଁ ଘରୋଇ କାମ କରନ୍ତି, ଯାହାଫଳରେ ସେମାନେ ଘରେ ବସି ପିଲାମାନଙ୍କୁ ବିନା ଚିନ୍ତାରେ ବଢାଇ ପାରିବେ। ବିଶେଷ କରି ତାଙ୍କ ସମ୍ପ୍ରଦାୟ ପାଇଁ କାର୍ଯ୍ୟ କରିବାକୁ ସେ ପ୍ରତିଶୃତି ଦେଇଛନ୍ତି। Meet Sobia Khan, transperson, contesting Feb 8 polls from Peshawar

ସ୍ନାତକ ହାସଲ କରିବା ପରେ ମଧ୍ୟ ବେକାରି ଥିଲେ ସୋବିୟା

ସୂଚନା ଅନୁସାରେ ସୋବିୟା କହିଛନ୍ତି ଯେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସର୍ତ୍ତ୍ୱେ ସେ ଦୀର୍ଘ ଦିନ ଧରି ବେକାର ରହିଆସିଛନ୍ତି ଏବଂ ସମାଜରେ ଗ୍ରହଣୀୟ ହେବା ପାଇଁ ସଂଘର୍ଷ କରୁଛନ୍ତି। ସୋବିଆ ଖାଇବର ପାଖ୍ଟନଖୱାଙ୍କର ପ୍ରଥମ ଟ୍ରାନ୍ସଜେଣ୍ଡର ରେଡିଓ ଜକି ହେବାର ରେକର୍ଡ ରଖିଛି | ସେ କହିଛନ୍ତି ଯେ ସରକାରଙ୍କୁ ବହୁତ ଧ୍ୟାନ ଦେବା ଆବଶ୍ୟକ। ଟ୍ରାନ୍ସପର୍ସନକୁ ବିଭିନ୍ନ ବିଭାଗରେ ଅନ୍ତର୍ଭୁକ୍ତ କରି ନିଯୁକ୍ତ କରାଯିବା ଉଚିତ୍ | କାରଣ କୌଣସି ଟ୍ରାନ୍ସଜେଣ୍ଡର କାମ ପାଇପାରୁନାହାଁନ୍ତି | ଯଦି ସେମାନଙ୍କର ଚାକିରୀ ନାହିଁ ତେବେ ସେମାନେ କିପରି ବଞ୍ଚିବେ ? ସୋବିୟା ମଧ୍ୟ ତାଙ୍କ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବା ପାଇଁ ପେଶୱାର ହାଇକୋର୍ଟରେ ଏକ ମାମଲା ଦାୟର କରି ପାକିସ୍ତାନର ଜାତୀୟ ତଥା ପ୍ରାଦେଶିକ ବିଧାନସଭାରେ ସଂରକ୍ଷିତ ଆସନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ପୃଥକ ପ୍ରତିନିଧିତ୍ତ୍ୱ ଦାବି କରିଛନ୍ତି। ସୋବିୟା କହିଛନ୍ତି ଯେ ଯଦି ସେମାନେ ଆମସହ ସାଧାରଣ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ଅନ୍ୟ ପ୍ରାର୍ଥୀଙ୍କ ବିପକ୍ଷରେ ଆମେ କିପରି ଜିତିବୁ । ଆମ ସମ୍ପ୍ରଦାୟ ପାଇଁ ସିଟ୍ ସଂରକ୍ଷଣ କରିବା ଜରୁରୀ ଅଟେ | ସୋବିୟା କହିଛନ୍ତି ଯେ ତାଙ୍କ ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁଙ୍କ ପାଇଁ ଜାତୀୟ ତଥା ପ୍ରାଦେଶିକ ସଭାରେ ସିଟ୍ ସଂରକ୍ଷିତ ରହିଛି। ସେହିପରି ସେମାନଙ୍କର ସମ୍ପ୍ରଦାୟ ମଧ୍ୟ ଦୁର୍ବଳ ଏବଂ ସଂଖ୍ୟାଲଘୁ, ତେଣୁ ସେମାନେ ମଧ୍ୟ ଆସନ ପାଇବା ଉଚିତ୍ |

ଉତ୍ତର ଭାରତରେ ଭୟଙ୍କର କୁହୁଡି, ଲୋକେ ହେଉଛନ୍ତି କଲବଲ

ନୂଆଦିଲ୍ଲୀ : ଘନ କୁହୁଡ଼ି ବଳୟରେ ସାରା ଦିଲ୍ଲୀ । ରାତି ପାହିଲେ ନବବର୍ଷ ପାଳନ ଲାଗି ଦିଲ୍ଲୀବାସୀ ପ୍ରସ୍ତୁତି ହେବାକୁ ଯାଉଥିବାବେଳେ ଘନକୁହୁଡିମୟ ପରିବେଶ ବାଧା ସୃଷ୍ଟି କରିଛି । କେବଳ ଦିଲ୍ଲୀ ନୁହେଁ ସାରା ଉତ୍ତର ଭାରତରେ ଜାରି ରହିଛି କୁହୁଡିରାଜ୍ । ଘନ କୁହୁଡି ଯୋଗୁ ଦିଲ୍ଲୀରେ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶରେ ସ୍ଥିତି ବିଷମ ହୋଇଛି । ଆସନ୍ତା 4 ତାରିଖ ଯାଏ ଏହି ସ୍ଥିତି ଲାଗି ରହିବ ବୋଲି ଆଶଙ୍କା କରାଯାଉଛି । ଆସାମ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଭିଜିବିଲିଟ ରେଞ୍ଜ ମାତ୍ର 15 ମିଟର ରହିଛି । ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟର ଅନେକ ସ୍ଥାନରେ ଭିଜିବିଲିଟି ରେଞ୍ଜ 50 ମିଟର ରହିଛି । ଘନକୁହୁଡି ସହ ପ୍ରବଳ ଶୀତ ଜନଜୀବନକୁ ବିପର୍ଯ୍ୟସ୍ତ କରିଛି । Delhi-NCR Air Pollution: Overall air quality falls, expected to deteriorate  further from Sunday | India News – India TV

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭିଜିବିଲିଟି ରେଞ୍ଜ 800 ମିଟର ରହିଛି । ଜାନୁଆରୀ 4 ଯାଏ ଏପରି ସ୍ଥିତି ଜାରି ରହିବ ବୋଲି କହିଛି ଆଇଏମଡି । ଉତ୍ତରଭାରତରେ ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ପାଇଥିବା ସୂଚନା ମିଳିଛି । ସେପଟେ ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ର କେତେକ ସ୍ଥାନ ଏବଂ ଦକ୍ଷିଣ ଭାରତର ତାମିଲନାଡୁ, କେରଳ ଆଦି ରାଜ୍ଯରେ ଆସନ୍ତା 1ରୁ 3 ତାରିଖ ଯାଏ ବର୍ଷା ହେବା ସମ୍ଭାବନା ରହିଛି ବୋଲି କହିଛି ଆଇଏମଡି ।

ବିସ୍ଫୋରଣରେ ଥରିବ କି ମାୟାନଗରୀ ମୁମ୍ବାଇ, ଆସିଲା ଧମକ !

ମୁମ୍ବାଇ : ଆର୍ଥିକ ରାଜଧାନୀ ମୁମ୍ବାଇରେ ବୋମା ଆତଙ୍କ । ନବବର୍ଷ ପାଳନ ଅବକାଶରେ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଧମକ ପରେ ସହରରେ ଖେଳିଛି ଆତଙ୍କ । ବୋମା ବିସ୍ଫୋରଣ ନେଇ ଜଣେ ଅଜଣା ବ୍ୟକ୍ତି ଧମକ ଦେବା ପରେ ମୁମ୍ବାଇ ପୋଲିସ ଆଲର୍ଟରେ ରହିଛି । ଗତକାଲି ସନ୍ଧ୍ୟା ୬ଟାରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜଣା ବ୍ୟକ୍ତି ବୋମା ବିସ୍ଫୋରଣ ଧମକ ଦେବା ପରେ ମହାନଗରୀର ପୋଲିସ ହୋଇଥିଲା ସତର୍କ । Mumbai Police on high alert after bomb threat call amid New Year  celebrations - BusinessToday

ପୋଲିସ ସୂଚନା ଅନୁସାରେ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ବ୍ୟକ୍ତି ଫୋନ କରିବା ସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିବ ବୋଲି କହି ଫୋନ କାଟି ଦେଇଥିଲା । ଫୋନ କଲ୍ ପାଇବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ମାତ୍ର ସେପରି କୌଣସି ସାମଗ୍ରୀ ପୋଲିସ ପାଇ ନଥିଲା । ଏହା ସତ୍ତ୍ବେ ସାରା ସହରରେ ପୋଲିସ ପକ୍ଷରୁ ନିରାପତ୍ତା କଡାକଡି କରାଯାଇଛି ।