spot_img
Home Blog Page 2212

ଶିଳ୍ପ କ୍ଷେତ୍ରରେ ଲେଖାଗଲା ନୂଆ ପରିଚୟ, ଚୌଦ୍ବାରରେ ଓ୍ବେଲପସନ ଲୁଗା କାରଖାନାର ଶିଳାନ୍ୟାସ

ଚୌଦ୍ବାର: ପୂର୍ବ ଗୌରବ ଫେରି ପାଇବ ଚୌଦ୍ବାର। ସାରା ଓଡ଼ିଶା ପାଇଁ ଶିଳ୍ପ କ୍ଷେତ୍ରରେ ଲେଖାଗଲା ନୂଆ ପରିଚୟ। ଚୌଦ୍ବାରରେ ଓ୍ବେଲପସନ ଲୁଗା କାରଖାନାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ବିଶ୍ବସ୍ତରୀୟ କମ୍ପାନୀ ଓଡ଼ିଶାକୁ ଆସିବା ଖୁସିର କଥା।

ୱେଲପସନ ଲୁଗା କାରଖାନା ପାଇଁ ଶୁଭ ଦେଇ ମୁଁ ବହୁତ ଖୁସି । ସମସ୍ତଙ୍କ ସହଯୋଗରେ ଓଡିଶା ସାରା ବିଶ୍ବରେ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ସୁନାମ ଆଣିବ। ଚୌଦ୍ବାରରେ ବିଜୁ ବାବୁ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ। ଆଜି ପୁଣି ଶିଳ୍ପ କ୍ଷେତ୍ରରେ ଏକ ନୂଆ ପରିଚୟ ଦେଖାଦେଲା। ଆଜି ୩ ହଜାର କୋଟି ଟଙ୍କାର ଲୁଗା କାରଖାନାର ଶିଳାନ୍ୟାସ ହୋଇଛି।

ଏହାଦ୍ବାରା ୧୦ ହଜାର ଯୁବକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଲୁଗା କାରଖାନା ହେଲେ କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା ଓ ଗଜପତି ଜିଲ୍ଲାର କପା ଚାଷୀ ଲାଭବାନ ହେବେ। ଖାସ କରି ମା ମା’ନେ ସ୍ବାବଲମ୍ବୀ ହେବା ସହ ସୁବିଧା ପାଇବେ। ମା’ ମାନଙ୍କ ଦକ୍ଷତା ବିକାଶ କରାଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏଭଳି ଏକ କଡ଼ କମ୍ପାନୀ ଓଡ଼ିଶାକୁ ଆସିବା ଏକ ଗୌରବ କଥା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ବିକାଶ ଦିଗରେ ଏହା ନୂଆ ପରିଚୟ ସୃଷ୍ଟି କରିବ। ଏଠାରେ ଲୁଗା କାରଖାନା ହେଲେ ଓଡ଼ିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ସାରା ବିଶ୍ବରେ ସୁନା ଅର୍ଜନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଶିଳାନ୍ୟାସ ଅବସରରେ ବଡ଼ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ। ଏଠାରେ କମ୍ପାନୀ ହେଲେ, ଯେଉଁ ୬୫୦ ଲୋକଙ୍କ ଘରର ସମସ୍ୟା ଥିଲା ତାର ସମାଧାନ କରାଯିବ। ଏହି ପରିବାରର ଘର ପାଇଁ ଯାହା ଟଙ୍କା ଦରକାର, ତାହା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ। ଏହି ଅବସରରେ ଜନ ସାଧାରଣଙ୍କୁ ୫ଟି ପ୍ରଶ୍ନ ପଚାରିଥିଲେ କାର୍ତ୍ତିକୁ ପାଣ୍ଡିଆନ୍। ମଧୁବାବୁ ଭତ୍ତା, ଗର୍ଭ ବତୀ ମା’ ମାନଙ୍କୁ ମମତା ଯୋଜନା ମିଳୁଥିବା ଲାଭ, ଲକ୍ଷ୍ମୀ ଯୋଜନା, କଳାକାର ଭତ୍ତା ବୃଦ୍ଧି, କଲେଜ ବା ପିଲାଙ୍କ ଲାଗି ନୂଆ-ଓ ସ୍କଲାରସିପ୍ ବାବଦରେ ସୂଚନା ଦେଇଥିଲେ 5T ଅଧ୍ୟକ୍ଷ। ନୂଆ-ଓ ସ୍କଲାରସିପ୍ ଜରିଆରେ ଛାତ୍ରଙ୍କ ଲାଗି ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ବିଜେପି ସାଂସଦ ଅପରାଜିତାଙ୍କୁ ବିରୋଧ କଲେ ନିଜ ଦଳର ସଭ୍ଯ ଓ କର୍ମକର୍ତ୍ତା

0

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧ ବଢୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବେଗୁନିଆ- ବୋଲଗଡ଼ରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ବେଗୁନିଆ- ବୋଲଗଡ଼ରେ ସକ୍ରିୟ ବିଜେପି ସଭ୍ୟମାନେ ଏକାଠି ହୋଇ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହ ତାଙ୍କ ଦ୍ଵାରା ମନୋନୀତ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିଛନ୍ତି।

ଦଳୀୟ କର୍ମୀ ସମ୍ମିଳନୀରେ ଅପରାଜିତାଙ୍କ ବିରୋଧରେ ସମସ୍ତେ ସ୍ଲୋଗାନ ଦେଇଥିଲେ। ଅପରାଜିତା ହାୟ ହାୟ। ଅପରାଜିତା ତୁମ ମନମୁଖୀ କାମ ଚଳିବ ନାହିଁ। ଆଗାମୀ ନିର୍ବାଚନରେ ବେଗୁନିଆ ବୋଲଗଡ଼ବାସୀ ଜବାବ ଦେବେ ବୋଲି ସ୍ଲୋଗାନ ଦିଆଯାଇଥିଲା। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ନିର୍ବାଚନମଣ୍ଡଳୀରୁ ତୀବ୍ର ବିରୋଧ କରାଯାଉଛି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧ ଆହୁରି ବଢୁଛି ବିରୋଧ । ଆଗାମୀ ଦିନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିବାକୁ ତାଙ୍କ ଦଳର କର୍ମୀମାନେ ଜୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ତିନିଦିନିଆ ଓଡିଶା ଗସ୍ତରେ ECI, କଳା ଟଙ୍କା ଏବଂ ମଦର ବ୍ୟବହାର ରୋକିବାକୁ ଗୁରୁତ୍ବ

ଭୁବନେଶ୍ବର: ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ କଳା ଟଙ୍କା ଏବଂ ମଦର ବ୍ୟବହାର ରୋକିବାକୁ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ। ଆୟକର ବିଭାଗ ଓ ଅବକାରୀ ବିଭାଗ ସହ ନିର୍ବାଚନ ଆୟୋଗ ବୈଠକ କରିଛନ୍ତି ।

ବିଏସଫ ଅଧିକାରୀ, ରିଜର୍ଭ ବ୍ୟାଙ୍କ ଅଧିକାରୀ, ପୋଷ୍ଟାଲ ଅଧିକାରୀ, ବିମାନ ବନ୍ଦର ନିର୍ଦ୍ଦେଶକ, ପିସିସିଏଫଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଅଛନ୍ତି । ଏହା ପରେ ଆଉ ଏକ ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜିଙ୍କ ଭଳି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ କୁମାର।

ଗତକାଲି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଆଲୋଚନା କରିଥିଲେ। ସେପଟେ EVM, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ବି ସମୀକ୍ଷା କରିବେ ଇସିଆଇ ।

ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବଡ ଅଘଟଣ, ଖସିପଡିଲା ସେଡ୍‌ ୮ ଆହତ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବଡ ଅଘଟଣ  । ଷ୍ଟାଡିୟମର ଗେଟ ନମ୍ବର ୨ର ଏଣ୍ଟ୍ରି ଗେଟରେ ଏକ ସେଡ୍‌ ଭାଙ୍ଗି ପଡିଛି  । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି  । ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି  । ଭଗ୍ନାବଶେଷ ହଟାଇବା ପାଇଁ କ୍ରେନର ସାହାଯ୍ୟ ନିଆଯାଉଛି  ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  । ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି  । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଗେଟ ନମ୍ବର ୨ରେ କାମ ଚାଲିଥିଲା  । ସେତେବେଳେ ସେଠାରେ କିଛି ଶ୍ରମିକ ବସି ଖାଉଥିଲେ  । ହଠାତ୍‌ ଷ୍ଟାଡିୟମର ସେଡ୍‌ ଖସିପଡିବାରୁ ଅଧିକାଂଶ ସେଡ୍‌ ତଳେ ଚାପି ହୋଇ ରହିଛନ୍ତି  ।

କେବେ ରିଲିଜ ହେବ ପଞ୍ଚାୟତ ୩ ? ଖୁଲାସା କଲେ ରଘୁବୀର ସିଂ ଯାଦବ

ମୁମ୍ବାଇ: କେବେ ରିଲିଜ ହେବ ପଞ୍ଚାୟତ ୩ ? ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ସଂଶୟ ବଢିବାରେ ଲାଗିଛି  । ୱେବସିରିଜ ପଞ୍ଚାୟତର ସିଜିନ ୩ ଦେଖିବାକୁ ଚାତକ ଭଳି ଚାହିଁରହିଛନ୍ତି ଦର୍ଶକ  । ଏହାରି ମଧ୍ୟରେ ୱେବସିରିଜରେ ସରପଞ୍ଚଙ୍କ ସ୍ବାମୀ ଭୂମିକାରେ ନଜର ଆସିଥିବା ରଘୁବୀର ସିଂ ଯାଦବ ଆଗ୍ରାରେ ପହଞ୍ଚିଛନ୍ତି  । ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଆଗ୍ରା ଆସିଛନ୍ତି  । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ୩କୁ ନେଇ ଏକ ବଡ ଖୁଲାସା କରିଛନ୍ତି  ।

ଆଗ୍ରାରେ ରଙ୍ଗଲୋକ ସାଂସ୍କୃତିକ ସଂସ୍ଥାର ତତ୍ତ୍ବାବଧାନରେ ନାଟକ ପ୍ରଶିକ୍ଷଣ କର୍ମଶାଳା ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ ହୋଇଯାଇଛି  । ଗତ ୧୨ ବର୍ଷ ଧରି ସହରରେ ରଙ୍ଗମଞ୍ଚ ସ୍ଥାପିତ କରାଯିବ  । ଏହି ପ୍ରୟାସକୁ ନଜରରେ ରଖି ଦେଶର ଲୋକପ୍ରିୟ ପଞ୍ଚାୟତ କଳାକାର ରଘୁବୀର ସିମ ଯାଦବ କର୍ମଶାଳାକୁ ନିର୍ଦ୍ଦେଶନା ଦେବା ପାଇଁ ପହଞ୍ଚିଛନ୍ତି ।

ୱେବସିରିଜ ପଞ୍ଚାୟତ ୩ର ରିଲିଜିଂ ଡେଟ୍‌ ସମ୍ବନ୍ଧରେ ତାଙ୍କୁ ପଚରା ଯାଇଥିଲା  । କିନ୍ତୁ ରିଲିଜ ତାରିଖ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି  । ପରୋକ୍ଷରେ ସେ କହିଛନ୍ତି ଯେ ସୁଟିଂ ସରିଗଲାଣି  । ଏବେ ଏଡିଟିଂ ଚାଲିଛି  । ଅର୍ଥାତ ଖୁବଶୀଘ୍ର ପଞ୍ଚାୟତ ୩ ରିଲିଜ ହୋଇପାରେ  ।

ଋଷର ବିରୋଧୀ ଦଳ ନେତା ଆଲେକ୍ସିଙ୍କ ସନ୍ଦେହଜନକ ମୃତ୍ୟୁ, ବାଇଡେନ କହିଲେ ପୁଟିନ ଦାୟୀ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରମୁଖ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁକୁ ନେଇ ବଢ଼ିଲା ବିବାଦ । ଜେଲରେ ତାଙ୍କର ମୃତ୍ୟୁକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତାଙ୍କୁ ମିଳିଥିବା ୧୯ ବର୍ଷ ଜେଲଦଣ୍ଡାଦେଶକୁ ନେଇ ପୁଟିନଙ୍କୁ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ସମେତ ଅନେକ ମାନବାଧିକାର ସଂଗଠନ ସମାଲୋଚନା କରିଆସୁଥିଲେ ।

ନିଜ ଓକିଲଙ୍କ ଜରିଆରେ ଆଲେକ୍ସି ନିୟମିତ ବିଭିନ୍ନ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଆସୁଥିଲେ । ପ୍ରଥମେ ତାଙ୍କୁ ମସ୍କୋ ନିକଟସ୍ଥ ଏକ ଜେଲରେ ରଖାଯାଇଥିବାବେଳେ ପରେ ତାଙ୍କୁ ମସ୍କୋ ଠାରୁ ୨ ହଜାର କିଲୋମିଟର ଦୂର ସାଇବେରିଆ ଅନ୍ତର୍ଗତ ଆଇକେ-3 ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ ୧୬ ତାରିଖରେ ଜେଲରେ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଲେକ୍ସି ଚାଲୁଚାଲୁ ହଠାତ ଅସୁସ୍ଥ ହୋଇଥିଲେ ଏବଂ ଚିକିତ୍ସା ସତ୍ତ୍ବେ ସେ ବଞ୍ଚିପାରିଲେ ନାହିଁ ବୋଲି ସରକାରୀ ଭାବେ କୁହାଯାଇଥିଲା । ତେବେ ମୃତ୍ୟୁ ସମ୍ପର୍କରେ କିଛି ସୂଚନା ଦିଆଯାଇ ନଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପ୍ରେସ ସଚିବ ।

ଋଷରେ ଦୁର୍ନୀତି ବିରୋଧରେ ସର୍ବଦା ସ୍ବରଉତ୍ତୋଳନ କରିଆସୁଥିଲେ ୪୭ ବର୍ଷୀୟ ଆଲେକ୍ସି । ଗତ 2021ରେ ସେ ଜର୍ମାନୀରୁ ସ୍ବଦେଶ ଫେରିବା ପରେ ତାଙ୍କୁ ଜେଲରେ ଭର୍ତ୍ତି କରିଦିଆଯାଇଥିଲା । ସ୍ନାୟୁକୁ ନଷ୍ଟ କରୁଥିବା ଏକ ଗ୍ୟାସ ନୋଭିଚୋକ ଜରିଆରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ ଚିକିତ୍ସା ଲାଗି ଜର୍ମାନୀ ଯାଇଥିଲେ । ସେପଟେ ଆଲେକ୍ସିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ସେ କହିଛନ୍ତି ଆଲେକ୍ସିଙ୍କ ମୃତ୍ୟୁ ତାଙ୍କ ଲାଗି ଆଶ୍ଚର୍ଯ୍ୟଜନକ ନୁହେଁ । ଦୁର୍ନୀତି, ହିଂସା ବିରୋଧରେ ଆଲେକ୍ସି ଲଢୁଥିଲେ । ତାଙ୍କ ମୃତ୍ୟୁ ଲାଗି ପୁଟିନ ହିଁ ଦାୟୀ ବୋଲି କହିଛନ୍ତି ବାଇଡେନ । ବଡ଼କଥା ହେଉଛି 2021 ଜୁନରେ ଜେନେଭରେ ଆଲେକ୍ସିଙ୍କ ସମ୍ପର୍କରେ ପୁଟିନଙ୍କୁ ବାଇଡେନ କହିଥିଲେ- ଯଦି ଆଲେକ୍ସିଙ୍କ ମୃତ୍ୟୁ ଘଟେ ତେବେ ତାହା ପୁଟିନଙ୍କ ଲାଗି କ୍ଷତିର କାରଣ ହେବ । ସେପଟେ ପୁଟିନଙ୍କ ଲାଗି ଦଣ୍ଡ ଦାବି କରିଛନ୍ତି ପତ୍ନୀ ୟୁଲିଆ ନାଭାଲନାୟା।

ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ସହିପାରିଲେନି, ଝୁଲି ପଡିଲେ ପୁଅ

ବଲାଙ୍ଗୀର: ଗ୍ୟାସ ସିଲିଣ୍ଡର ଫାଟି ପରିବାରର ୪ ଜଣଙ୍କ ମୃତ୍ୟୁ ପରେ ୧୯ ବର୍ଷୀୟ ପୁଅର ଆତ୍ମହତ୍ୟା। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବେଲପଡ଼ା ଥାନା କାନୁଟ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଆତ୍ମହତ୍ଯା କରିଥିବା ମୃତକ ହେଲେ ଦ୍ରୋଣ ମହାକୁର । ଗତ ୧୦ ତାରିଖରେ ମାଳତୀ ମହାକୁରଙ୍କ ଘରର ଗ୍ୟାସ ସିଲିଣ୍ଡର୍ ଫାଟିଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିଲା ।

୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୬ ତାରିଖରେ ମାଳତୀ ମହାକୁରଙ୍କୁ ମିଶାଇ ୩ ଜଣ ପ୍ରାଣ ହରାଇଥିଲେ । ଏଥିରେ ମିୟମ୍ରାଣ ହୋଇ ମୃତ ମାଳତୀଙ୍କ ପୁଅ ଦ୍ରୋଣ ମହାକୁର ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ୩ ଜଣଙ୍କ ମୃତଦେହ ଘରକୁ ଆସି ଥିବା ବେଳେ ମାଳତୀ ମହାକୁରଙ୍କ ଶବ ଘରେ ପହଞ୍ଚି ନଥିବା ସୂଚନା ମିଳିଛି ।

ଖଣ୍ଡଗିରି ପାଦଦେଶରେ ଆଧ୍ୟାତ୍ମିକ ପରିବେଶ, ଭିଡ ଜମାଇଲେଣି ବାବା

0

ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହୋଇଛି କୁମ୍ଭମେଳା। ଜାଗମରା ନାଗାମଠରୁ ବାହାରିଛି ଅନନ୍ତ କେଶରୀଙ୍କ ଯାତ୍ରା। ବୁଲିବୁଲି ରାଣୀ ହଂସପୁର ଯାତ୍ରା କରିବେ ଅନନ୍ତ କେଶରୀ। କିମ୍ବଦନ୍ତୀ ଅନୁସାରେ ୧୯୧୨ ମସିହା ପୂର୍ବରୁ ଖଣ୍ଡଗିରି ପାହାଡ଼ ଉପରେ ବିରାଜମାନ ଥିଲେ ପ୍ରଭୁ ଅନନ୍ତ କେଶରୀ। କିନ୍ତୁ ୧୯୧୨ ମସିହା ପରେ ତାଙ୍କୁ ଜାଗମରା ନାଗା ମଠରେ ଅବସ୍ଥାପିତ କରାଯାଇଥିଲା ।

ସେବେଠାରୁ ପ୍ରଭୁ ଅନନ୍ତ କେଶରୀ ବିରାଟ ପଟୁଆରରେ ବାଜା, ବାଣ ସହିତ ଜାଗମରା ନାଗା ମଠରୁ ଉଦୟଗିରି ହଂସପୁରକୁ ପାହାଡ଼ରେ ଥିବା ରାଣୀ ହଂସପୁର ଯାତ୍ରା କରିଥାନ୍ତି। ପରମ୍ପରା ଅନୁସାରେ ଅନନ୍ତ କେଶରୀ କୌଣସି ଛାତ ବା ଛାମୁଣ୍ଡିଆ ତଳେ ଯାଆନ୍ତି ନାହିଁ। ଫଳରେ ତାଙ୍କୁ ଖଣ୍ଡଗିରି ବ୍ରିଜ୍ ତଳେ ନିଆଯାଏ ନାହିଁ। ଅନନ୍ତ କେଶରୀଙ୍କ ପଟୁଆର ଖଣ୍ଡଗିରି ଥାନା ସମ୍ମୁଖ ଜାତୀୟ ରାଜପଥ ପାର ହୋଇଥାନ୍ତି।

ଅନନ୍ତ କେଶରୀ ଉଦୟଗିରି ପାହାଡ଼କୁ ଯାତ୍ରା କରିବା ସହିତ ସେଠାରେ ଥିବା ଲଳିତା କୁଣ୍ଡରେ ଚାପ ଖେଳିବା ପରେ ମଧ୍ୟରାତ୍ରରେ ଠାକୁର ନିଜ ମଠକୁ ଫେରିଥାନ୍ତି। ରାଣୀହଂସପୁରକୁ ଯାତ୍ରା ସମୟରେ ପଟୁଆର ଯାଇଥାଏ ମାତ୍ର ଫେରିବା ସମୟରେ ସାଙ୍ଗରେ ପଟୁଆର ଫେରି ନ ଥାଏ  । ପ୍ରତ୍ୟାବର୍ତ୍ତନକୁ ସମ୍ପୂର୍ଣ୍ଣ ଗୋପନୀୟ ବୋଲି କୁହାଯାଏ। ଅନନ୍ତ କେଶରୀଙ୍କ ଯାତ୍ରା ସମାଗମ ହେଉଥିବା ବେଳେ ରଙ୍ଗ ବେରଙ୍ଗର ଆତସବାଜି ପ୍ରଦର୍ଶନ ହୋଇଥିଲା।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲୋଡିବେ ଆସ୍ଥା ଭୋଟ୍

0

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ ମଧ୍ୟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲୋଡିବେ ଆସ୍ଥାଭୋଟ । ଆପ୍ ବିଧାୟକଙ୍କୁ ନେବା ଲାଗି ବିଜେପି ଉଦ୍ୟମ କରୁଥିବା ଅଭିଯୋଗ କରିଆସୁଥିବା କେଜ୍ରିଓ୍ବାଲ ଲୋଡିବେ ଆସ୍ଥା ଭୋଟ । ବିଧାନସଭାରେ ନିଜ ଶକ୍ତି ପ୍ରଦର୍ଶନ କରିବେ କେଜ୍ରିଓ୍ବାଲ । ସେପଟେ ୫ ଥର ସମନ ସତ୍ତ୍ବେ କାହିଁକି ଇଡିରେ ହାଜର ହେଲେନି ସେ ନେଇ ରାଉସ ଆଭେନ୍ୟୁ କୋର୍ଟରେ ଉତ୍ତର ରଖିଛନ୍ତି କେଜ୍ରିୱାଲ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ରେ ହେବ।

ଦିଲ୍ଲୀ ମଦନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ଜାରି କରି ଆସୁଥିବାବେଳେ ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇସାରିଛି । ଆସନ୍ତା ୧୯ ତାରିଖରେ ହାଜର ହେବା ଲାଗି କେଜ୍ରିଓ୍ବାଲଙ୍କୁ ଷଷ୍ଠ ସମନ ଜାରି କରିସାରିଛି ଇଡି। ପୂର୍ବରୁ କେଜ୍ରିଓ୍ବାଲ କହିଥିଲେ ତାଙ୍କ ଦଳର ଦୁଇ ଜଣ ବିଧାୟକଙ୍କୁ ବିଜେପି ନେଇଯିବା ଲାଗି ଉଦ୍ୟମ କରୁଛି ବୋଲି ସେହି ବିଧାୟକମାନେ ତାଙ୍କ ନିକଟରେ ସୂଚନା ଦେଇଥିଲେ।

ବିଜେପିରେ ଯୋଗଦେବା ଲାଗି ୨୧ ଜଣ ବିଧାୟକ କୁଆଡେ ସହମତି ପ୍ରକାଶ କରିଛନ୍ତି ଏବଂ ସେମାନଙ୍କୁ ୨୫ କୋଟି ଟଙ୍କା ଯଚାଯାଇଛି ବୋଲି ସେହି ୨ ବିଧାୟକ ସୂଚନା ଦେଇଥିଲେ ବୋଲି କହିଛନ୍ତି କେଜ୍ରିଓ୍ବାଲ । ଦ୍ବିତୀୟ ଥର ଲାଗି କେଜ୍ରିଓ୍ବାଲ ଆସ୍ଥା ଭୋଟ ଚାହିଁଛନ୍ତି । ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ରହିଛନ୍ତି ୬୨ ବିଧାୟକ । ସେପଟେ ବିଭିନ୍ନ ମାମଲାରେ ଆଜି କୋର୍ଟରେ ହାଜର ହେବେ କେଜ୍ରିଓ୍ବାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଓ ସତ୍ୟେନ୍ଦ୍ର ଜୈନ । କେଜ୍ରିଓ୍ବାଲ, ସିସୋଦିଆ ଓ ସଞ୍ଜୟ ମଦ ନୀତି ମାମଲାରେ ଏବଂ ୧ କୋଟି ୪୭ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଠୁଳ ମାମଲାରେ ସତ୍ୟେନ୍ଦ୍ର ହାଜର ହେବେ ।

ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ପୁରୀ: ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ। ମନ୍ଦିର ପରିସରରେ ପ୍ରାୟ ୪୫ ମିନିଟ ରହିବା ପରେ ବାହାରକୁ ଆସିଥିଲେ। ପରେ ଶ୍ରୀମନ୍ଦିର ପ୍ରରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିଥିଲେ 5T ଅଧ୍ୟକ୍ଷ।

ଏହି ସମୟରେ ଶୁଭେଚ୍ଛୁଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ୍। ରାଜ୍ୟସଭା ସାଂସଦ ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସାଙ୍ଗରେ ରହିଥିଲେ। ପ୍ରଦୀକ୍ଷଣ ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ 5T ଅଧ୍ୟକ୍ଷ ।