spot_img
Home Blog Page 2222

୨୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ବିଶ୍ବକପ ଫାଇନାଲରେ ଭେଟିବ ଭାରତ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ରବିବାର କ୍ରିକେଟ ବିଶ୍ବକପ ଗ୍ରାଣ୍ଡ ଫିନାଲେ  । ୨୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ବିଶ୍ବକପ ଫାଇନାଲରେ ଭେଟିବ ଭାରତ । ୨୦୦୩ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବିଶ୍ବକପ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ  । ହେଲେ ଭାରତୀୟ ବୋଲରଙ୍କ ଖରାପ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ 359 ରନର ବିଶାଳ ସ୍କୋର କରିଥିଲା  । ଫଳରେ ଭାରତକୁ ଫାଇନାଲରେ ପରାସ୍ତ ହେବାକୁ ପଡ଼ିଥିଲା । ସେହି ବିଶ୍ବକପର ଲିଗ୍ ମ୍ୟାଚରେ ମଧ୍ୟ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ  । ମାତ୍ର ୧୨୫ ରନରେ ଅଲଆଉଟ ହୋଇ ୯ ଓ୍ବିକେଟରେ ମ୍ୟାଚ ହାରିଥିଲା ଇଣ୍ଡିଆ । ୨୦ ବର୍ଷ ପରେ ଭାରତ- ଅଷ୍ଟ୍ରେଲିଆ ଏଥର ଫାଇନାଲରେ ମୁହାଁମୁହିଁ ହେଉଛନ୍ତି  । IND vs AUS: India's Playing XI For Australia Warm Up Match In ICC T20 World  Cup 2022

ତେବେ ଚଳିତ ବିଶ୍ବକପ  ଲିଗରେ ଅଷ୍ଟ୍ରେଲିଆକୁ ଶୋଚନୀୟ ଭାବେ ପରାସ୍ତ କରିଛି ଭାରତ । ୧୯୯ ରନର ବ୍ୟବଧାନରେ ଟିମ କଙ୍ଗାରୁ ପରାଜିତ ହୋଇଛି । ଅର୍ଥାତ ଯେପରି ୨୦୦୩ ଲିଗରେ କମ ରନରେ ଭାରତକୁ ଅଷ୍ଟ୍ରେଲିଆ ଅଲଆଉଟ କରିଥିଲା ଏଥର ସେହିଭଳି ଭାବେ ଅଷ୍ଟ୍ରେଲିଆ ପରାସ୍ତ ହୋଇଛି । ତେଣୁ ଆଶା କରାଯାଉଛି ଫାଇନାଲରେ ଭାରତ ବଡ଼ ସ୍କୋର କରି ଅଷ୍ଟ୍ରେଲିଆକୁ ହରାଇବ  । ସେପଟେ ବିଶ୍ବକପ ଫାଇନାଲ ପୂର୍ବରୁ ଏୟାର ଶୋ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍  । ଫାଇନାଲ୍ ମ୍ୟାଚ ଆରମ୍ଭ ହେବାର ଆଗରୁ ୧୦ ମିନିଟ୍ ପାଇଁ ଏୟାର ଶୋ କରାଯିବ  ।

ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ଚାଲିଛି ନିର୍ବାଚନ, ଛତିଶଗଡରେ ୭୦ ଆସନରେ ପଡ଼ୁଛି ଭୋଟ୍

ନନ୍ଦିଘୋଷ ବ୍ୟୁରୋ : ଭୋଟ ଦେଉଛି ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ଚାଲିଛି ନିର୍ବାଚନ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନରେ ଗୋଟିଏ ଦିନରେ  ଭୋଟିଂ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ପ୍ରାୟ ୫ କୋଟି ୬୦ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ଲକ୍ଷ ୩୬ ହଜାର ଯୁବ ଭୋଟର । ବୁଧନି ଆସନରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଲଢୁଥିବାବେଳେ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତ ବିକ୍ରମ ମସ୍ତାଲ । ଛିନ୍ଦଓ୍ବାଡାରେ କମଲନାଥଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ବିବେକ ବଣ୍ଟି ସାହୁ । ଦିମାନି ଆସନରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଅଛନ୍ତି ମଇଦାନରେ । Chhattisgarh Election Phase 2 voting: Check key candidates, constituencies  and poll issues | Mint

ଅନ୍ୟପଟେ ଛତିଶଗଡରେ ଅବଶିଷ୍ଟ ୭୦ ଆସନ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ୨୨ଟି ଜିଲ୍ଲାରେ ୧୮ ହଜାର ୮୩୩ ବୁଥରେ ମତଦାନ କରୁଛନ୍ତି ୧ କୋଟି ୬୩ ଲକ୍ଷ ୧୪ ହଜାରରୁ ଅଧିକ ଭୋଟର । ୭୦ ଆସନ ଲାଗି ଅଛନ୍ତି ୮୨୭ ପୁରୁଷ ଓ ୧୩୦ ମହିଳା ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ  ବିଜେପିର ୭୦, କଂଗ୍ରେସର ୭୦, ଆପର ୪୩, ଜନତା କଂଗ୍ରେସ ଛତିଶଗଡର ୬୨, ହମାର ରାଜ୍ ପାର୍ଟିର ୩୩ ପ୍ରାର୍ଥୀ ରହିଛନ୍ତି । ସେହିପରି ବିଏସପିର ୪୩ ଓ ଗୋନ୍ଦଓ୍ବାନା ଗଣତନ୍ତ୍ର ପାର୍ଟିର ୨୬ ପ୍ରାର୍ଥୀ ଅଛନ୍ତି । ପାଟନ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିର୍ବାଚନ ଲଢୁଥିବାବେଳେ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂଦେଓ ଅମ୍ବିକାପୁରରୁ ଲଢୁଛନ୍ତି । ବାଚସ୍ପତି ଚରଣଦାସ ମହାନ୍ତ ଶକ୍ତି ଆସନରୁ ଲଢୁଥିବାବେଳେ ରାଜ୍ୟର ୮ ଜଣ ମନ୍ତ୍ରୀ ପ୍ରତିଦ୍ବନ୍ଦ୍ବିତାରେ ରହିଛନ୍ତି । ସେହିପରି ଦୁର୍ଗ ରୁରାଲରୁ ତାମରଧ୍ବଜ ସାହୁ, ସାଜା ଆସନରୁ ରବୀନ୍ଦ୍ର ଚୌବେ ନିର୍ବାଚନ ଲଢୁଛନ୍ତି ।

ଆଜିଠୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ । ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟକୁ ଟେକ୍ନିକାଲ କମିଟି ଓ ପରିଚାଳନା କମିଟି ସେବାୟତ ସଦସ୍ୟ ତଦାରଖ କରିବେ । ମରାମତି ପାଇଁ ଏଏସଆଇକୁ ଏନଓସି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ନହେବ ସେ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ନାଟମଣ୍ଡପର ଗୋଟିଏ ବିମରେ ଫାଟ ଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଆଉ କେଉଁ ବିମରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କହିଛି ଏଏସାଆଇ । ଏବେ କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତ ଏବଂ ହବିଷ୍ୟାଳୀଙ୍କ ସମାଗମ ହେଉଛି । ତେଣୁ କାର୍ତ୍ତିକ ମାସ ପରେ ନାଟ ମଣ୍ଡପ ମରାମତି କରିବାକୁ ଏଏସାଆଇକୁ ଆହୁରି ପର୍ଯ୍ୟାପ୍ତ ସମୟ ଦିଆଯିବ ।

ସେହିପରି ଜରାଜୀର୍ଣ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ରତ୍ନପଲଙ୍କର ମରାମତି ସହ ତିନୋଟି ନୂତନ ସେଟ ମଧ୍ୟ ନିର୍ମାଣ କରାଯିବ । ଏଥିପାଇଁ ମଧ୍ୟ ଆଜିଠୁ କାର୍ଯ୍ୟ ଆରମ୍ଭ ହେଉଛି  । ରତ୍ନପଲଙ୍କ ପାଇଁ ଆବଶ୍ୟକ ରୂପା ଜଣେ ଦାତା ଦେଇଥିବାବେଳେ ଏହାକୁ ପ୍ରସ୍ତୁତ କରାଯାଇ ରଖାଯାଇଛି । ରତ୍ନ ପଲଙ୍କ ନିର୍ମାଣ ହେବା ପରେ ଏହି ରୁପାକୁ ସେଥିରେ ଆଚ୍ଛାଦିତ କରାଯିବ । ଓଡ଼ିଆ ନୂଆ ବର୍ଷରେ ନୂଆ ରତ୍ନ ପଲଙ୍କରେ ମହାପ୍ରଭୁ ଶୟନ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ସେହିପରି ଠାକୁରଙ୍କ ପ୍ରଭା କାର୍ଯ୍ୟ ମଧ୍ୟ ଆଜିଠୁ ଆରମ୍ଭ କରାଯାଉଛି  ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ମିଧିଲିର ରୂପନେଲା ଗଭୀର ଅବପାତ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ମିଧିଲିର ରୂପନେଲା ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୨୦ କିମି ବେଗରେ ଗତି କରୁଛି  । ପାରାଦୀପର ଦକ୍ଷିଣରେ ୧୯୦କିମି ଦୂରରେ ରହିଛି ବାତ୍ୟା ମିଧିଲି । ଏହା ଏବେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରୁଛି  । ମଧ୍ୟରାତ୍ରୀ ପରେ ବାଂଲାଦେଶର ମୋଙ୍ଗଳା ଓ ଖେପୁପଡା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ  । ଝଟକା ପବନ ଘଣ୍ଟାପ୍ରତି ୮୦ କିଲୋମିଟ ରହିପାରେ  । ତେବେ ଓଡ଼ିଶା ଉପରେ ପଡିବନି ବାତ୍ୟାର ପ୍ରଭାବ । କେବଳ ଜଗତସିଂହପୁର ଓ କେନ୍ଦ୍ରାପଡାରେ ବର୍ଷା ନେଇ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । ଏହି ଦୁଇ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । Cyclone Midhili to make landfall along Bangladesh Coast in early hours of  November 18

ବାତ୍ୟା ପ୍ରଭାବରେ ରାଜ୍ୟରେ ପବନର ବେଗ  ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ । ପୁରୀ, ଜଗସିଂହପୁର,କେନ୍ଦ୍ରାପଡା, ଖୋର୍ଦ୍ଧା, କଟକରେ  କାଲି ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହେବାର ସମ୍ଭାବନା ରହିଛି । ସେପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ କାଲି ଯାଏଁ ସମୁଦ୍ର ବାରଣ କରାଯାଇଛି  । ତେବେ ୧୯ ପରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର  ଆକଳନ କରିଛି । ବର୍ଷା ସମୟରେ ଅମଳ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି  ।

‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମ ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଏସସିଏସଟିଆରଟିଆଇ ପରିସରରେ ଗୁରୁବାରଠାରୁ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଯୁବ ଚିତ୍ରଶିଳ୍ପୀ ଭାଗନେଇ ସେମାନଙ୍କ ସର୍ଜନାତ୍ମକ ପ୍ରତିଭା ଦେଖାଉଛନ୍ତି । ଏହି କର୍ମଶାଳା ଓ ପ୍ରଦର୍ଶନୀକୁ ଅନୁସୂଚିତ ଜନଜାତି, ଜାତି, ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଉଦଘାଟନ କରିଥିଲେ। ସେ କହିଥିଲେ, ‘‘ଜନଜାତି ଚିତ୍ରକଳାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ପିଢ଼ିର ଶିଳ୍ପୀମାନେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଭାବେ ପ୍ରସାର କରୁଛନ୍ତି। ଜନଜାତି ଚିତ୍ରକଳାର ସଂରକ୍ଷଣ ଓ ଅଧିକ ପ୍ରସାର ନିମନ୍ତେ ଏହାକୁ ସ୍ୱତନ୍ତ୍ର ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବା ଦରକାର ଫଳରେ ଜନଜାତିଙ୍କ ଉପରେ ଗବେଷଣା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ।’’ ଏହିଭଳି ପ୍ରଦର୍ଶନୀ ଓଡ଼ିଶାର ଜନଜାତୀୟ ଚିତ୍ରକଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇ ପାରିବ ବୋଲି ସେ କହିଥିଲେ। ଭୁବନେଶ୍ୱରସ୍ଥିତ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ସହଭାଗିତାରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଶିଳ୍ପୀ ଭାଗନେଇ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତିା ଏଥିରେ ଜନଜାତିଙ୍କ ଜୀବନୀ, କଳା ଓ ସଂସ୍କୃତି ଆଦି ଉପରେ ନିଖୁଣ ଚିତ୍ର ଦେଖିବାକୁ ମିଳୁଛି। IIT Gandhinagar hosts a unique travelling tribal art exhibition of women  tribal artists | IITGN News

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ‘‘ଜନଜାତି ଚିତ୍ରକଳାକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନୀ, ସଂସ୍କୃତି ଓ ଐତିହ୍ୟର ପ୍ରତିଛବି ଦେଖିବାକୁ ମିଳୁଛି।’’ ଏହି କାର୍ଯ୍ୟକ୍ରମରେ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଅଧ୍ୟାପକ ମାନସ କୁମାର ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କ ସହ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପରବର୍ତ୍ତି ସମୟରେ ରାଜ୍ୟ ଜନଜାତି ସଂଗ୍ରହଳୟରେ ସଂରକ୍ଷିତ ହୋଇ ରହିବ। କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ଓଏସଡି ସମରେନ୍ଦ୍ର ଭୂତିଆ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ଜନଜାତୀୟ ଗୋରବ ଦିବସ କାର୍ଯ୍ୟକ୍ରମ ନଭେମ୍ବର ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଓଡ଼ିଶାର ଆଦିବାସୀ କଳା ଓ କଳାକୃତିର ଲାଇଭ୍ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି ଆୟୋଜନ କରାଯାଉଛି। ଭୁବନେଶ୍ୱର ସିଆରପିଏଫ୍ ଛକ ନିକଟରେ ଥିବା ରାଜ୍ୟ ଜନଜାତି ସଂଗ୍ରହଳୟରେ ଆଦିବାସୀଙ୍କ ଜୀବନ, ଜୀବିକା, ପୋଷାକ, ଅଳଙ୍କାର, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଦି ସଂରକ୍ଷିତ ହୋଇ ରହିଛି। ତେଣୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଗବେଷକ ଏବଂ ସାଧାରଣ ଲୋକମାନେ ଏହି ସଂଗ୍ରହାଳୟ ପରିଦର୍ଶନ କରିବାକୁ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଏହି ସଂଗ୍ରହାଳୟ ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହୁଛି।

ଶିଶୁ କର୍କଟ ରୋଗ ସଚେତନ କରିବା ସହ କର୍କଟ ମୁକ୍ତ ଭାରତ ଗଠନ ପାଇଁ କ୍ରାନ୍ତି ଅନୁଷ୍ଠାନର ନିବେଦନ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମା ନଗରସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ  ସହ ଚିଲଡ୍ରେନ ଫେଷ୍ଟିଭାଲ -୨୦୨୩ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହର ପାଳିତ ହୋଇ ଯାଇଛି।  ସମସ୍ତ ଅତିଥି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟଅତିଥି ରୁପେ ଯୋଗ ଦେଇ କୁନି କୁନି ପିଲା ମାନଙ୍କୁ ଆଜିରଦିନର ମହତ୍ତ୍ଵ ସହ ଜଙ୍କ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ବିଶାଖାପାଟଣା ସ୍ଥିତ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ରେଡିଏସନ ଓଙ୍କୋଲଜୀ ଡାକ୍ତର କାହୁଁ ଚରଣ ପାତ୍ର, ଭୁବନେଶ୍ୱରସ୍ଥିତ ୟୁଆଇଏସ କ୍ୟାନ୍ସର ଫାଉଣ୍ଡେସନ ଓ ଚାରିଟେବଲ ଟ୍ରଷ୍ଟ ର ଚେୟାରମେନ ଶ୍ରୀ ରାଧାକୃଷ୍ଣ ଦାସ, ଏସ.ଏମ.ଆଇ.ଟିର ସଭାପତି ଡ. ଭଗବାନ ଗନ୍ତାୟତ, ଏମ.କେ.ସି.ଜି ମେଡ଼ିକାଲ କଲେଜ ଓ ହସପିଟାଲ ର ବରିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର ପ୍ରସାଦ ବେହେରା ଓ ସିମ୍ଏ ଧର୍ମେନ୍ଦ୍ର ପାଢୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିଭାବକ ଓ ବିଦ୍ୟାର୍ଥୀ ମାନକୁ ଶିଶୁ ଦିବସ ଉଦ୍ଦେଶ୍ୟ ସହ ଶିଶୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ। ଡାକ୍ତର ପାତ୍ର ଶିଶୁ କର୍କଟ ରୋଗ ଉପରେ ସମସ୍ତଙ୍କୁ ସଚେତନ କରିବା ସହ ତାର ଲକ୍ଷଣ ,କାରଣ ଓ ପ୍ରତିକାରଣ ବିଷୟରେ ଅବଗତ କରାଇ ଥିଲେ।

କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଦର୍ଶକଙ୍କୁ ଶିଶୁ କର୍କଟ ଉପରେ ସଚେତନ କରି କର୍କଟ ମୁକ୍ତ ଭାରତ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାର, କିଡଜୀ ସ୍କୁଲ,ସନ୍ ରାଇଜ କିଡ୍ ସ୍ ପ୍ଲେ ସ୍କୁଲ, ଲିଟଲ ସ୍କଲାର ସ୍କୁଲ , କିଡ୍ସସ ପ୍ଲାନେଟ ପ୍ଲେ ସ୍କୁଲ, ହେଭେନ୍ ଗାର୍ଡେନ ପ୍ଲେ ସ୍କୁଲ ଓ ନବଜୀବନ ଆଶ୍ରମ ପିଲା ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାର ଚିନ୍ମୟାନନ୍ଦଙ୍କ ଚଡ଼େୟା ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନଛୁଆଁ ହୋଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ସାତ ଶହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାସହ କୃତି ଛାତ୍ରଛାତ୍ରୀ ମାନକୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯକ୍ରମକୁଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଦଳଗତ ନୃତ୍ୟ ପ୍ରତିଯୋଗିତାରେ ସନ୍ ରାଇଜ କିଡସ ପ୍ଲେ ସ୍କୁଲ, କିଡଜି ଓ ଲିଟ୍ଟଲ୍ ସ୍କୋଲର ସ୍କୁଲ୍ କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯକ୍ରମକୁ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ସହଯୋଗର ହାତ ବଢ଼ାଇଥିଲେ।

କାର୍ଯ୍ୟକ୍ରମରେ ଦେବରାଜ ରାଉତ ଓ ଶୁଭ୍ରାଂଶି ଉଦଘୋଷକ ଦାୟୀତ୍ଵ ତୁଲାଇଥିବାବେଲେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ,ସଞ୍ଜୟ କୁମାର ରଥ,ସରୋଜ କୁମାର ସାହୁ, ଅନିଲ କୁମାର ସେଠୀ, ମାନସ ରଞ୍ଜନ ରଥ, ଡି.ଦିଲେଶ,ମାଧବ ପାତ୍ର,ଅରୁଣ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, କଲ୍ୟାଣୀ ମହାନ୍ତି,ପରମାନନ୍ଦ ପଣ୍ଡା, ରାମଚନ୍ଦ୍ର ସାହୁ, ରାଜାରାମ ପାଢୀ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ଏଥିରେ କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକ ସଂର୍ପକ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଉତ୍କଳ ପ୍ରସଙ୍ଗର ସମ୍ପାଦିକା କସ୍ତୁରୀ ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଓଡିଶା ଲାଇଭର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ ଯୋଗ ଦେଇଥିଲେ । ଏ ଅବସରରେ ଗଣତନ୍ତ୍ରକୁ ସୁଦୃଢ ଓ ସ୍କକ୍ରିୟ କରିବାରେ ଗଣତନ୍ତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ଏବଂ ଏଆଇକୁ ବ୍ୟବହାର ଉପରେ ମତ ରଖିଥିଲେ ମନ୍ତ୍ରୀ । ପୂର୍ବରୁ ଲୋକ କାମ କରୁ ଥିଲେ , ଆଜି ମେସିନ କାମ କରୁଛି। ଆଜିର ବିଜ୍ଞାନ ଯୁଗରେ ଟେକନଲୋଜି ବ୍ୟବହାର କରାଯାଉଛି । ତାକୁ ସଠିକ ଢଙ୍ଗରେ ବ୍ୟବହାର କରିବାକୁ କହିଛନ୍ତି  ।

କୃତ୍ରିମ ବୁଦ୍ଧିମତା ଉପରେ ସମ୍ପୃର୍ଣ୍ଣ ନିର୍ଭରଶୀଳ ନହୋଇ ନିଜସ୍ବ ଚିନ୍ତାଚେତନାକୁ ସମାନ୍ତରଳ ଭାବରେ ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ନୀଳାମ୍ବର ରଥ କହିଛିନ୍ତି ।ଏଥି ସହିତ ଗଣମାଧ୍ୟମର ପ୍ରତିନିଧି ମାନେ ମହିଳା ଓ ଶିଶୁ ସମ୍ପର୍କିତ ଖବର ପରିବେଷଣ ବେଳେ ବିଶେଷ ଯତ୍ନବାନ ହେବା ଉଚିତ ।  ଗଣତନ୍ତ୍ରକୁ ଛାଡି ଅନ୍ୟ କୌଣସି ତନ୍ତ୍ର ଭାରତବର୍ଷରେ ତିଷ୍ଟି ପାରିବ ନାହିଁ ବୋଲି ରାଜ୍ୟସ୍ତରୀୟ ପ୍ରେସ ଦିବସରେ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ କହିଥିଲେ । ଆଜିର ପ୍ରସଙ୍ଗରେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳର ଭାଗ ନେଇଥିବା ବକ୍ରୃତା ପ୍ରତିଯୋଗିତାରେ ୬ ଜଣ ଛାତ୍ରଛାତ୍ରୀଙ୍କୁ  ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା । ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବା ପେପର ମ୍ୟାନ ଇଣ୍ଡିଆ ଭାବରେ ପରିଚିତ ଶଶାଙ୍ଗ ସେଖର ଦାଶଙ୍କୁ ସମ୍ମାନିତ କରାଯାଇଥିଲା ।

ପ୍ରତ୍ୟେକ ପିଲାଙ୍କୁ ମିଳିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ସହ ଉଦ୍‌ଯାପିତ ହେଲା ‘ସୁରଭି’

ଭୁବନେଶ୍ବର : ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା (Innovation) ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ  କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର। ନିଜର ସାମର୍ଥ୍ୟକୁ  ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର। ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ। ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍  ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ତୁମେ ଏବେ କାହା ଠାରୁ କମ୍‌ ନୁହଁ। ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୋର ପୁରା ବିଶ୍ବାସ, ତୁମର ଭବିଷ୍ୟତ ଖୁବ ଉଜ୍ଜଳ ହେବ। ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ।” ‘ସୁରଭି’ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଏକ ଖୁବ ସୁନ୍ଦର ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲାମାନେ ଆସି ଏଠାରେ ଏକାଠି ହୋଇଛନ୍ତି।  ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି। ନୂଆ ସାଙ୍ଗସାଥୀ ମଧ୍ୟ ପାଇଛନ୍ତି । ଏଠାରୁ ମିଳିଥିବା ଅଭିଜ୍ଞତା ସାରା ଜୀବନ ପାଇଁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ । ପୁରସ୍କାର ପାଇଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏ ବର୍ଷ ୩୫୪୯ ଜଣ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ପାଇଲେ। ଏହି ବୃତ୍ତି ରାଶି ଅନଲାଇନ୍ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ପଠା ଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ରାଜ୍ୟସ୍ତରରେ ଶ୍ରେଷ୍ଠ ପାଞ୍ଚଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ଏହି ପାଞ୍ଚ ଜଣ ହେଲେ ବାଲେଶ୍ୱର ଏସ୍.ବି.ଏସ୍ ନିଖିରେଶ୍ୱର ନୋଡାଲ ହାଇସ୍କୁଲର ଶୁଭସ୍ମିତା ଦାସ, ବରଗଡ କାମଗାଁ ସରକାରୀ ନୋଡାଲ ହାଇସ୍କୁଲର ନୈନା ପ୍ରଧାନ, ଯାଜପୁର ଅରେଇ ବରୁଣେଶ୍ୱର ହାଇସ୍କୁଲର ପ୍ରଭାସିନୀ ମିଶ୍ର, ମୟୁରଭଞ୍ଜ ଗଡିଆ ଚିନ୍ତାମଣୀ ନୋଡାଲ ବିଦ୍ୟାପୀଠର ଶୁଭଙ୍କର ପଟବନ୍ଧ ଏବଂ ବାଲେଶ୍ୱର ବନବିଷ୍ଣୁପୁର ହାଇସ୍କୁଲର ଦିବ୍ୟାଶା ପଲେଇ। ଏଥି ସହିତ ମୁଖ୍ୟମନ୍ତ୍ରୀ ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯଥା- କେନ୍ଦ୍ରାପଡାର ଉମାକାନ୍ତ ଦାଶ, ସୁନ୍ଦରଗଡର ରଶ୍ମି ମାହାଳି ଓ ସମ୍ବଲପୁରର ପୂର୍ଣ୍ଣିମା ଭୁଏଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍ ବୁକ୍ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାମାନଙ୍କୁ ଗୁରୁତ୍ୱ ଦିଅନ୍ତି। ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ 5T ସ୍କୁଲ ରୂପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ତୁମମାନଙ୍କ ପାଇଁ ଯେଉଁ ଚିନ୍ତାଧାରା ଅଛି ତାକୁ ସଫଳ କରିବା ପାଇଁ ତୁମେମାନେ ପ୍ରତିବଦ୍ଧ ହୁଅ ବୋଲି ସେ କହିଥିଲେ। ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବିଧାୟକ ଶ୍ରୀ ସୁଶାନ୍ତ ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ରାଜ୍ୟରେ ପିଲାମାନଙ୍କ ଶିକ୍ଷା ପାଇଁ ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି ହୋଇ ପାରିଛି। ଆଜିର ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍ମାର୍ଟନେସ୍ ହିଁ 5T ସ୍କୁଲ ରୂପାନ୍ତରଣର ସଫଳତା ଦର୍ଶାଉଛି।  ଶିକ୍ଷା, କ୍ରୀଡା ସହିତ କଳା ସଂସ୍କୃତି କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ମିଳିଛି ତାହା ଦ୍ୱାରା ଆମ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରି ଦେଶ ବିଦେଶରେ ସୁନାମ କରି ଓଡିଶା ପାଇଁ ଗୌରବ ଆଣିବେ ବୋଲି ସେମାନେ କହିଥିଲେ। ବିଭାଗୀୟ ସଚିବ ଅଶ୍ୱଥି ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଧନ୍ୟବାଦ ଅର୍ପଣ କରିଥିଲେ।

ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱକପ -୨୦୨୩ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରିଛି | ଏହା ସହ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ମ୍ୟାଚରେ ସେ ଟିମ୍ ଇଣ୍ଡିଆ ସହିତ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ୨୧୨ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ୪୭.୨ ଓଭରରେ ୭ ୱିକେଟ୍ ହରାଇ ୨୧୩ ରନ୍ ଲକ୍ଷ୍ୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ଚାରିଜଣ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ (୦୩), ଟେମ୍ବା ବାଭୁମା (୦), ରାସି ଭାନ୍ ଡେର୍ ଡୁସେନ୍ (୦୬) ଏବଂ ଆଡେନ ମାର୍କ୍ରାମ (୧୦) ୧୨ ଓଭରରେ ପାଭିଲିୟନରେ ପହଞ୍ଚି ଚାରି ୱିକେଟ୍ ପାଇଁ ୨୪ ରନ୍ ସ୍କୋର ଛାଡିଥିଲେ। ମିଚେଲ ଷ୍ଟାର୍କ ଏବଂ ଜୋସ୍ ହାଜଲେଉଡ୍ ସମ୍ପୂର୍ଣ୍ଣ ଫାଇଦା ଉଠାଇ ପ୍ରାରମ୍ଭିକ ୱିକେଟ୍ ନେଇଥିଲେ। ତା’ପରେ ବର୍ଷା ବ୍ୟାଘାତ ହେତୁ ୪୦ ମିନିଟର ବିରତି ହୋଇଥିଲା ଯେତେବେଳେ ଦକ୍ଷିଣ ଆଫ୍ରିକାର ସ୍କୋର ୧୪ ଓଭରରେ ଚାରି ୱିକେଟ୍ ପାଇଁ ୪୪ ରନ୍ ଥିଲା। କିନ୍ତୁ ଏହା ପରେ ଡେଭିଡ ମିଲର ନିଜର ଷଷ୍ଠ ODI ଶତକ ୧୧୬ ବଲରେ ଆଠ ଚାରି ଏବଂ ପାଞ୍ଚ ଛକା ସହ ସ୍କୋର କରିଥିଲେ। ବିଶ୍ୱକପ୍ ନକ୍ଆଉଟ୍ ମ୍ୟାଚ୍ ରେ ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ଶତାବ୍ଦୀ ଥିଲା | ମିଲର ଟର୍ନିଂ ପିଚରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲେ ଏବଂ ସେ ଆଦାମ ଜାମ୍ପାଙ୍କ ବଲ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବା ପରି ମନେ ହେଉଥିଲା ଯେଉଁ କାରଣରୁ ଅଷ୍ଟ୍ରେଲୀୟ ବୋଲର ତାଙ୍କ ସାତ ଓଭରରେ ୫୫ ରନ୍ ଦେଇଥିଲେ। ମିଲର୍ ବର୍ଗ ଲେଗରେ ପ୍ୟାଟ୍ କମିନ୍ସଙ୍କ ଉପରେ ୯୪ ମିଟର ଛକା ମାରି ନିଜର ଖେଳ ସମାପ୍ତ କରିଥିଲେ |South Africa vs Australia LIVE: World Cup latest score and updates as  Maxwell falls to put Aussies five down | The Independent

ପଞ୍ଚମ ୱିକେଟ୍ ପାଇଁ ହେନ୍ରିଚ୍ କ୍ଲାସେନ୍ (୪୭ ରନ୍) ସହ ମିଲରଙ୍କ ୯୫ ରନ୍ ଭାଗିଦାରୀ ଦକ୍ଷିଣ ଆଫ୍ରିକାକୁ କିଛି ମାତ୍ରାରେ ଆରାମ ଦେଇଥିଲା କିନ୍ତୁ ପରେ ଅଫ୍ ସ୍ପିନର ଟ୍ରାଭିସ୍ ହେଡେନ ଦୁଇଟି ବଲରେ ଦୁଇଟି ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ଆଶା ଦେଇଥିଲେ। ପରେ ଜେରାଲ୍ଡ କୋଟଜି (୧୯) ମିଲରଙ୍କୁ ସମର୍ଥନ କରିଥିଲେ ଏବଂ ଉଭୟ ସପ୍ତମ ୱିକେଟ୍ ପାଇଁ ୫୩ ରନ୍ ଭାଗିଦାରୀ କରିଥିଲେ। କିନ୍ତୁ କୋଟଜୀଙ୍କୁ କମିନ୍ସଙ୍କ ବଲରେ ୱିକେଟ୍ ରକ୍ଷକ ଜୋସ୍ ଇଂଲିସ୍ ଧରିଥିଲେ। ଯଦିଓ ରିପ୍ଲାଏ ଦର୍ଶାଇଛି ଯେ ବଲ୍ ତାଙ୍କ କାନ୍ଧରେ ବାଜିଛି କିନ୍ତୁ ସେ କୌଣସି ସମୀକ୍ଷା କରିନାହାଁନ୍ତି। ତା’ପରେ ମିଲର ମଧ୍ୟ ୪୮ ତମ ଓଭରରେ ଆଉଟ୍ ହୋଇଥିଲେ।

ୱାରରୁମରେ ପରିଣତ ହୋଇଛି ଗାଜାର ହସ୍ପିଟାଲ

ନନ୍ଦିଘୋଷ ବ୍ୟୁରୋ : ୱାରରୁମରେ ପରିଣତ ହୋଇଛି ଗାଜାର ହସ୍ପିଟାଲ  । ଗାଜାର ସର୍ବବୃହତ ଅଲ ଶିଫା ହସ୍ପିଟାଲରୁ ମିଳିଛି ହମାସର କମାଣ୍ଡ ସେଣ୍ଟର ଓ ବିପୁଳ ଅସ୍ତ୍ରଶସ୍ତ୍ର । ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଚାଲିଥିବା ରେଡରେ ଏହି ସୂଚନା ମିଳିଛି । ଏହି କାରଣ ଯୋଗୁ ହସ୍ପିଟାଲକୁ ଆଇଡିଏଫ ପ୍ରମୁଖ ଟାର୍ଗେଟ କରିଛି । ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜରିଆରେ କରିଛନ୍ତି ଘେରାବନ୍ଦୀ । ହସ୍ପିଟାଲ ପରିସରରେ ରହିଥିବା ଏକ କୋଠାରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଗୋଳାବାରୁଦ, ସୈନ୍ୟଙ୍କୁ ସୁରକ୍ଷା ଦେବାରେ ବ୍ୟବହୃତ ହେଉଥିବା ଜ୍ୟାକେଟ ଆଦି ଜବତ କରାଯାଇଛି । ଏହି  କୋଠାରେ ହମାସର କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିବାେଳେ ବିଭିନ୍ନ ପ୍ରଯୁକ୍ତିଗତ ଯନ୍ତ୍ରପାତି ରହିଥିଲା । ହସ୍ପିଟାଲ ଉପରେ ହୋଇଥିବା ରେଡକୁ ବି ସମର୍ଥନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାାହୁ । ବର୍ତ୍ତମାନ ସୁଦ୍ଧା 11 ହଜାର 500 ପାଲେଷ୍ଟିନୀୟଙ୍କ ମୃତ୍ଯୁ ଘଟିଲାଣି ବୋଲି କହିଛି ହମାସ ।Israel Seizes Gaza Hospital That Became Symbol of the War Itself - The New York Times

ସେପଟେ ହସ୍ପିଟାଲ ଉପରେ ଆକ୍ରମଣ ଲାଗି ଆମେରିକା ସବୁଜ ସଙ୍କେତ ଦେଇଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆମେରିକା ନିରାପତ୍ତା ପରିଷଦ ମୁଖପାତ୍ର ଜନ କିର୍ବି । ସେପଟେ ଗାଜାରେ ମାନବିକ ସହାୟତା ଲାଗି ଅସ୍ତ୍ରବିରତି ସଂକ୍ରାନ୍ତ ଏକ ପ୍ରସ୍ତାବ ଜାତିସଂଘରେ ହୋଇଛି ଗୃହୀତ । ତେଣେ ହମାସର ଜଣେ ତୁଙ୍ଗ କମାଣ୍ଡର ଇସମାଇଲ ହେନିୟେଙ୍କ ଘରକୁ ଉଡାଇଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ବିଭିନ୍ନ ଦେଶ ପକ୍ଷରୁ ତାଙ୍କୁ ସ୍ବୀକୃତି ଦିଆଯାଇଥିଲା ।