spot_img
Home Blog Page 2224

ଶିଶୁ କର୍କଟ ରୋଗ ସଚେତନ କରିବା ସହ କର୍କଟ ମୁକ୍ତ ଭାରତ ଗଠନ ପାଇଁ କ୍ରାନ୍ତି ଅନୁଷ୍ଠାନର ନିବେଦନ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମା ନଗରସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ  ସହ ଚିଲଡ୍ରେନ ଫେଷ୍ଟିଭାଲ -୨୦୨୩ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହର ପାଳିତ ହୋଇ ଯାଇଛି।  ସମସ୍ତ ଅତିଥି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟଅତିଥି ରୁପେ ଯୋଗ ଦେଇ କୁନି କୁନି ପିଲା ମାନଙ୍କୁ ଆଜିରଦିନର ମହତ୍ତ୍ଵ ସହ ଜଙ୍କ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ବିଶାଖାପାଟଣା ସ୍ଥିତ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ରେଡିଏସନ ଓଙ୍କୋଲଜୀ ଡାକ୍ତର କାହୁଁ ଚରଣ ପାତ୍ର, ଭୁବନେଶ୍ୱରସ୍ଥିତ ୟୁଆଇଏସ କ୍ୟାନ୍ସର ଫାଉଣ୍ଡେସନ ଓ ଚାରିଟେବଲ ଟ୍ରଷ୍ଟ ର ଚେୟାରମେନ ଶ୍ରୀ ରାଧାକୃଷ୍ଣ ଦାସ, ଏସ.ଏମ.ଆଇ.ଟିର ସଭାପତି ଡ. ଭଗବାନ ଗନ୍ତାୟତ, ଏମ.କେ.ସି.ଜି ମେଡ଼ିକାଲ କଲେଜ ଓ ହସପିଟାଲ ର ବରିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର ପ୍ରସାଦ ବେହେରା ଓ ସିମ୍ଏ ଧର୍ମେନ୍ଦ୍ର ପାଢୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିଭାବକ ଓ ବିଦ୍ୟାର୍ଥୀ ମାନକୁ ଶିଶୁ ଦିବସ ଉଦ୍ଦେଶ୍ୟ ସହ ଶିଶୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ। ଡାକ୍ତର ପାତ୍ର ଶିଶୁ କର୍କଟ ରୋଗ ଉପରେ ସମସ୍ତଙ୍କୁ ସଚେତନ କରିବା ସହ ତାର ଲକ୍ଷଣ ,କାରଣ ଓ ପ୍ରତିକାରଣ ବିଷୟରେ ଅବଗତ କରାଇ ଥିଲେ।

କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଦର୍ଶକଙ୍କୁ ଶିଶୁ କର୍କଟ ଉପରେ ସଚେତନ କରି କର୍କଟ ମୁକ୍ତ ଭାରତ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାର, କିଡଜୀ ସ୍କୁଲ,ସନ୍ ରାଇଜ କିଡ୍ ସ୍ ପ୍ଲେ ସ୍କୁଲ, ଲିଟଲ ସ୍କଲାର ସ୍କୁଲ , କିଡ୍ସସ ପ୍ଲାନେଟ ପ୍ଲେ ସ୍କୁଲ, ହେଭେନ୍ ଗାର୍ଡେନ ପ୍ଲେ ସ୍କୁଲ ଓ ନବଜୀବନ ଆଶ୍ରମ ପିଲା ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାର ଚିନ୍ମୟାନନ୍ଦଙ୍କ ଚଡ଼େୟା ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନଛୁଆଁ ହୋଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ସାତ ଶହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାସହ କୃତି ଛାତ୍ରଛାତ୍ରୀ ମାନକୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯକ୍ରମକୁଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଦଳଗତ ନୃତ୍ୟ ପ୍ରତିଯୋଗିତାରେ ସନ୍ ରାଇଜ କିଡସ ପ୍ଲେ ସ୍କୁଲ, କିଡଜି ଓ ଲିଟ୍ଟଲ୍ ସ୍କୋଲର ସ୍କୁଲ୍ କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯକ୍ରମକୁ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ସହଯୋଗର ହାତ ବଢ଼ାଇଥିଲେ।

କାର୍ଯ୍ୟକ୍ରମରେ ଦେବରାଜ ରାଉତ ଓ ଶୁଭ୍ରାଂଶି ଉଦଘୋଷକ ଦାୟୀତ୍ଵ ତୁଲାଇଥିବାବେଲେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ,ସଞ୍ଜୟ କୁମାର ରଥ,ସରୋଜ କୁମାର ସାହୁ, ଅନିଲ କୁମାର ସେଠୀ, ମାନସ ରଞ୍ଜନ ରଥ, ଡି.ଦିଲେଶ,ମାଧବ ପାତ୍ର,ଅରୁଣ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, କଲ୍ୟାଣୀ ମହାନ୍ତି,ପରମାନନ୍ଦ ପଣ୍ଡା, ରାମଚନ୍ଦ୍ର ସାହୁ, ରାଜାରାମ ପାଢୀ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ଏଥିରେ କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକ ସଂର୍ପକ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଉତ୍କଳ ପ୍ରସଙ୍ଗର ସମ୍ପାଦିକା କସ୍ତୁରୀ ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଓଡିଶା ଲାଇଭର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ ଯୋଗ ଦେଇଥିଲେ । ଏ ଅବସରରେ ଗଣତନ୍ତ୍ରକୁ ସୁଦୃଢ ଓ ସ୍କକ୍ରିୟ କରିବାରେ ଗଣତନ୍ତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ଏବଂ ଏଆଇକୁ ବ୍ୟବହାର ଉପରେ ମତ ରଖିଥିଲେ ମନ୍ତ୍ରୀ । ପୂର୍ବରୁ ଲୋକ କାମ କରୁ ଥିଲେ , ଆଜି ମେସିନ କାମ କରୁଛି। ଆଜିର ବିଜ୍ଞାନ ଯୁଗରେ ଟେକନଲୋଜି ବ୍ୟବହାର କରାଯାଉଛି । ତାକୁ ସଠିକ ଢଙ୍ଗରେ ବ୍ୟବହାର କରିବାକୁ କହିଛନ୍ତି  ।

କୃତ୍ରିମ ବୁଦ୍ଧିମତା ଉପରେ ସମ୍ପୃର୍ଣ୍ଣ ନିର୍ଭରଶୀଳ ନହୋଇ ନିଜସ୍ବ ଚିନ୍ତାଚେତନାକୁ ସମାନ୍ତରଳ ଭାବରେ ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ନୀଳାମ୍ବର ରଥ କହିଛିନ୍ତି ।ଏଥି ସହିତ ଗଣମାଧ୍ୟମର ପ୍ରତିନିଧି ମାନେ ମହିଳା ଓ ଶିଶୁ ସମ୍ପର୍କିତ ଖବର ପରିବେଷଣ ବେଳେ ବିଶେଷ ଯତ୍ନବାନ ହେବା ଉଚିତ ।  ଗଣତନ୍ତ୍ରକୁ ଛାଡି ଅନ୍ୟ କୌଣସି ତନ୍ତ୍ର ଭାରତବର୍ଷରେ ତିଷ୍ଟି ପାରିବ ନାହିଁ ବୋଲି ରାଜ୍ୟସ୍ତରୀୟ ପ୍ରେସ ଦିବସରେ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ କହିଥିଲେ । ଆଜିର ପ୍ରସଙ୍ଗରେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳର ଭାଗ ନେଇଥିବା ବକ୍ରୃତା ପ୍ରତିଯୋଗିତାରେ ୬ ଜଣ ଛାତ୍ରଛାତ୍ରୀଙ୍କୁ  ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା । ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବା ପେପର ମ୍ୟାନ ଇଣ୍ଡିଆ ଭାବରେ ପରିଚିତ ଶଶାଙ୍ଗ ସେଖର ଦାଶଙ୍କୁ ସମ୍ମାନିତ କରାଯାଇଥିଲା ।

ପ୍ରତ୍ୟେକ ପିଲାଙ୍କୁ ମିଳିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ସହ ଉଦ୍‌ଯାପିତ ହେଲା ‘ସୁରଭି’

ଭୁବନେଶ୍ବର : ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସ୍ଥାନୀୟ ୟୁନିଟ-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କହିଥିଲେ ଯେ ଆମ ପିଲାମାନଙ୍କ ଭିତରେ ଅସୀମ ପ୍ରତିଭା ରହିଛି । ପାଠ ସହିତ ନାଚ, ଗୀତ, କ୍ରୀଡା, କଳା, ଅଭିନବ ବୈଜ୍ଞାନିକ ଚିନ୍ତାଧାରା (Innovation) ସବୁ କ୍ଷେତ୍ରରେ ଆମ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଅଛି । ଆଗକୁ ବଢିବା ପାଇଁ  କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର। ନିଜର ସାମର୍ଥ୍ୟକୁ  ବିଶ୍ୱ ସ୍ତରକୁ ନେବା ପାଇଁ ଚେଷ୍ଟା କର। ଦେଖିବ, ତୁମେ ଅସୀମିତ ସଫଳତା ପାଇ ସାରା ଦେଶରେ, ବିଶ୍ବରେ ସୁନାମ ଅର୍ଜନ କରିବ। ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍  ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ତୁମେ ଏବେ କାହା ଠାରୁ କମ୍‌ ନୁହଁ। ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୋର ପୁରା ବିଶ୍ବାସ, ତୁମର ଭବିଷ୍ୟତ ଖୁବ ଉଜ୍ଜଳ ହେବ। ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ।” ‘ସୁରଭି’ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଏକ ଖୁବ ସୁନ୍ଦର ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲାମାନେ ଆସି ଏଠାରେ ଏକାଠି ହୋଇଛନ୍ତି।  ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି। ନୂଆ ସାଙ୍ଗସାଥୀ ମଧ୍ୟ ପାଇଛନ୍ତି । ଏଠାରୁ ମିଳିଥିବା ଅଭିଜ୍ଞତା ସାରା ଜୀବନ ପାଇଁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ । ପୁରସ୍କାର ପାଇଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏ ବର୍ଷ ୩୫୪୯ ଜଣ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ପାଇଲେ। ଏହି ବୃତ୍ତି ରାଶି ଅନଲାଇନ୍ ଜରିଆରେ ସେମାନଙ୍କ ଆକାଉଣ୍ଟକୁ ପଠା ଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ରାଜ୍ୟସ୍ତରରେ ଶ୍ରେଷ୍ଠ ପାଞ୍ଚଜଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ଏହି ପାଞ୍ଚ ଜଣ ହେଲେ ବାଲେଶ୍ୱର ଏସ୍.ବି.ଏସ୍ ନିଖିରେଶ୍ୱର ନୋଡାଲ ହାଇସ୍କୁଲର ଶୁଭସ୍ମିତା ଦାସ, ବରଗଡ କାମଗାଁ ସରକାରୀ ନୋଡାଲ ହାଇସ୍କୁଲର ନୈନା ପ୍ରଧାନ, ଯାଜପୁର ଅରେଇ ବରୁଣେଶ୍ୱର ହାଇସ୍କୁଲର ପ୍ରଭାସିନୀ ମିଶ୍ର, ମୟୁରଭଞ୍ଜ ଗଡିଆ ଚିନ୍ତାମଣୀ ନୋଡାଲ ବିଦ୍ୟାପୀଠର ଶୁଭଙ୍କର ପଟବନ୍ଧ ଏବଂ ବାଲେଶ୍ୱର ବନବିଷ୍ଣୁପୁର ହାଇସ୍କୁଲର ଦିବ୍ୟାଶା ପଲେଇ। ଏଥି ସହିତ ମୁଖ୍ୟମନ୍ତ୍ରୀ ୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯଥା- କେନ୍ଦ୍ରାପଡାର ଉମାକାନ୍ତ ଦାଶ, ସୁନ୍ଦରଗଡର ରଶ୍ମି ମାହାଳି ଓ ସମ୍ବଲପୁରର ପୂର୍ଣ୍ଣିମା ଭୁଏଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍ ବୁକ୍ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାମାନଙ୍କୁ ଗୁରୁତ୍ୱ ଦିଅନ୍ତି। ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ 5T ସ୍କୁଲ ରୂପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ତୁମମାନଙ୍କ ପାଇଁ ଯେଉଁ ଚିନ୍ତାଧାରା ଅଛି ତାକୁ ସଫଳ କରିବା ପାଇଁ ତୁମେମାନେ ପ୍ରତିବଦ୍ଧ ହୁଅ ବୋଲି ସେ କହିଥିଲେ। ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବିଧାୟକ ଶ୍ରୀ ସୁଶାନ୍ତ ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ରାଜ୍ୟରେ ପିଲାମାନଙ୍କ ଶିକ୍ଷା ପାଇଁ ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି ହୋଇ ପାରିଛି। ଆଜିର ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍ମାର୍ଟନେସ୍ ହିଁ 5T ସ୍କୁଲ ରୂପାନ୍ତରଣର ସଫଳତା ଦର୍ଶାଉଛି।  ଶିକ୍ଷା, କ୍ରୀଡା ସହିତ କଳା ସଂସ୍କୃତି କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ମିଳିଛି ତାହା ଦ୍ୱାରା ଆମ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରି ଦେଶ ବିଦେଶରେ ସୁନାମ କରି ଓଡିଶା ପାଇଁ ଗୌରବ ଆଣିବେ ବୋଲି ସେମାନେ କହିଥିଲେ। ବିଭାଗୀୟ ସଚିବ ଅଶ୍ୱଥି ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଧନ୍ୟବାଦ ଅର୍ପଣ କରିଥିଲେ।

ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱକପ -୨୦୨୩ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରିଛି | ଏହା ସହ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ମ୍ୟାଚରେ ସେ ଟିମ୍ ଇଣ୍ଡିଆ ସହିତ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ୨୧୨ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ୪୭.୨ ଓଭରରେ ୭ ୱିକେଟ୍ ହରାଇ ୨୧୩ ରନ୍ ଲକ୍ଷ୍ୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ଚାରିଜଣ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ (୦୩), ଟେମ୍ବା ବାଭୁମା (୦), ରାସି ଭାନ୍ ଡେର୍ ଡୁସେନ୍ (୦୬) ଏବଂ ଆଡେନ ମାର୍କ୍ରାମ (୧୦) ୧୨ ଓଭରରେ ପାଭିଲିୟନରେ ପହଞ୍ଚି ଚାରି ୱିକେଟ୍ ପାଇଁ ୨୪ ରନ୍ ସ୍କୋର ଛାଡିଥିଲେ। ମିଚେଲ ଷ୍ଟାର୍କ ଏବଂ ଜୋସ୍ ହାଜଲେଉଡ୍ ସମ୍ପୂର୍ଣ୍ଣ ଫାଇଦା ଉଠାଇ ପ୍ରାରମ୍ଭିକ ୱିକେଟ୍ ନେଇଥିଲେ। ତା’ପରେ ବର୍ଷା ବ୍ୟାଘାତ ହେତୁ ୪୦ ମିନିଟର ବିରତି ହୋଇଥିଲା ଯେତେବେଳେ ଦକ୍ଷିଣ ଆଫ୍ରିକାର ସ୍କୋର ୧୪ ଓଭରରେ ଚାରି ୱିକେଟ୍ ପାଇଁ ୪୪ ରନ୍ ଥିଲା। କିନ୍ତୁ ଏହା ପରେ ଡେଭିଡ ମିଲର ନିଜର ଷଷ୍ଠ ODI ଶତକ ୧୧୬ ବଲରେ ଆଠ ଚାରି ଏବଂ ପାଞ୍ଚ ଛକା ସହ ସ୍କୋର କରିଥିଲେ। ବିଶ୍ୱକପ୍ ନକ୍ଆଉଟ୍ ମ୍ୟାଚ୍ ରେ ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ଶତାବ୍ଦୀ ଥିଲା | ମିଲର ଟର୍ନିଂ ପିଚରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲେ ଏବଂ ସେ ଆଦାମ ଜାମ୍ପାଙ୍କ ବଲ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବା ପରି ମନେ ହେଉଥିଲା ଯେଉଁ କାରଣରୁ ଅଷ୍ଟ୍ରେଲୀୟ ବୋଲର ତାଙ୍କ ସାତ ଓଭରରେ ୫୫ ରନ୍ ଦେଇଥିଲେ। ମିଲର୍ ବର୍ଗ ଲେଗରେ ପ୍ୟାଟ୍ କମିନ୍ସଙ୍କ ଉପରେ ୯୪ ମିଟର ଛକା ମାରି ନିଜର ଖେଳ ସମାପ୍ତ କରିଥିଲେ |South Africa vs Australia LIVE: World Cup latest score and updates as  Maxwell falls to put Aussies five down | The Independent

ପଞ୍ଚମ ୱିକେଟ୍ ପାଇଁ ହେନ୍ରିଚ୍ କ୍ଲାସେନ୍ (୪୭ ରନ୍) ସହ ମିଲରଙ୍କ ୯୫ ରନ୍ ଭାଗିଦାରୀ ଦକ୍ଷିଣ ଆଫ୍ରିକାକୁ କିଛି ମାତ୍ରାରେ ଆରାମ ଦେଇଥିଲା କିନ୍ତୁ ପରେ ଅଫ୍ ସ୍ପିନର ଟ୍ରାଭିସ୍ ହେଡେନ ଦୁଇଟି ବଲରେ ଦୁଇଟି ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ଆଶା ଦେଇଥିଲେ। ପରେ ଜେରାଲ୍ଡ କୋଟଜି (୧୯) ମିଲରଙ୍କୁ ସମର୍ଥନ କରିଥିଲେ ଏବଂ ଉଭୟ ସପ୍ତମ ୱିକେଟ୍ ପାଇଁ ୫୩ ରନ୍ ଭାଗିଦାରୀ କରିଥିଲେ। କିନ୍ତୁ କୋଟଜୀଙ୍କୁ କମିନ୍ସଙ୍କ ବଲରେ ୱିକେଟ୍ ରକ୍ଷକ ଜୋସ୍ ଇଂଲିସ୍ ଧରିଥିଲେ। ଯଦିଓ ରିପ୍ଲାଏ ଦର୍ଶାଇଛି ଯେ ବଲ୍ ତାଙ୍କ କାନ୍ଧରେ ବାଜିଛି କିନ୍ତୁ ସେ କୌଣସି ସମୀକ୍ଷା କରିନାହାଁନ୍ତି। ତା’ପରେ ମିଲର ମଧ୍ୟ ୪୮ ତମ ଓଭରରେ ଆଉଟ୍ ହୋଇଥିଲେ।

ୱାରରୁମରେ ପରିଣତ ହୋଇଛି ଗାଜାର ହସ୍ପିଟାଲ

ନନ୍ଦିଘୋଷ ବ୍ୟୁରୋ : ୱାରରୁମରେ ପରିଣତ ହୋଇଛି ଗାଜାର ହସ୍ପିଟାଲ  । ଗାଜାର ସର୍ବବୃହତ ଅଲ ଶିଫା ହସ୍ପିଟାଲରୁ ମିଳିଛି ହମାସର କମାଣ୍ଡ ସେଣ୍ଟର ଓ ବିପୁଳ ଅସ୍ତ୍ରଶସ୍ତ୍ର । ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଚାଲିଥିବା ରେଡରେ ଏହି ସୂଚନା ମିଳିଛି । ଏହି କାରଣ ଯୋଗୁ ହସ୍ପିଟାଲକୁ ଆଇଡିଏଫ ପ୍ରମୁଖ ଟାର୍ଗେଟ କରିଛି । ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜରିଆରେ କରିଛନ୍ତି ଘେରାବନ୍ଦୀ । ହସ୍ପିଟାଲ ପରିସରରେ ରହିଥିବା ଏକ କୋଠାରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଗୋଳାବାରୁଦ, ସୈନ୍ୟଙ୍କୁ ସୁରକ୍ଷା ଦେବାରେ ବ୍ୟବହୃତ ହେଉଥିବା ଜ୍ୟାକେଟ ଆଦି ଜବତ କରାଯାଇଛି । ଏହି  କୋଠାରେ ହମାସର କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିବାେଳେ ବିଭିନ୍ନ ପ୍ରଯୁକ୍ତିଗତ ଯନ୍ତ୍ରପାତି ରହିଥିଲା । ହସ୍ପିଟାଲ ଉପରେ ହୋଇଥିବା ରେଡକୁ ବି ସମର୍ଥନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାାହୁ । ବର୍ତ୍ତମାନ ସୁଦ୍ଧା 11 ହଜାର 500 ପାଲେଷ୍ଟିନୀୟଙ୍କ ମୃତ୍ଯୁ ଘଟିଲାଣି ବୋଲି କହିଛି ହମାସ ।Israel Seizes Gaza Hospital That Became Symbol of the War Itself - The New York Times

ସେପଟେ ହସ୍ପିଟାଲ ଉପରେ ଆକ୍ରମଣ ଲାଗି ଆମେରିକା ସବୁଜ ସଙ୍କେତ ଦେଇଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆମେରିକା ନିରାପତ୍ତା ପରିଷଦ ମୁଖପାତ୍ର ଜନ କିର୍ବି । ସେପଟେ ଗାଜାରେ ମାନବିକ ସହାୟତା ଲାଗି ଅସ୍ତ୍ରବିରତି ସଂକ୍ରାନ୍ତ ଏକ ପ୍ରସ୍ତାବ ଜାତିସଂଘରେ ହୋଇଛି ଗୃହୀତ । ତେଣେ ହମାସର ଜଣେ ତୁଙ୍ଗ କମାଣ୍ଡର ଇସମାଇଲ ହେନିୟେଙ୍କ ଘରକୁ ଉଡାଇଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ବିଭିନ୍ନ ଦେଶ ପକ୍ଷରୁ ତାଙ୍କୁ ସ୍ବୀକୃତି ଦିଆଯାଇଥିଲା ।

ଉଦଯାପିତ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର : ତିନି ଦିନ ଧରି ଚାଲିଥିବା ଶିଶୁ ମହୋତ୍ସବ ସୁରଭି ଉଦଯାପିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର, ନିଜର ସାମର୍ଥ୍ୟକୁ ବିଶ୍ୱସ୍ତରକୁ ନେବା ପାଇଁ ଉଦ୍ୟମ କଲେ ହିଁ ଅସୀମ ସଫଳତା ମିଳିବ। ପିଲାଙ୍କ ଭବିଷ୍ୟତ ଖୁବ ଉଜ୍ଜ୍ବଳ ହେବ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ତାଙ୍କ ସାଥିରେ ରହିଛି ଓ ରହିବ ବୋଲି ନବୀନ କହିଛନ୍ତି। ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ରୂପାନ୍ତରର ଯୁଗ ପିଲାଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି । ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି । ସ୍କୁଲର ପରିବେଶ ମଧ୍ୟ ବେଶ୍ ସୁନ୍ଦର ହୋଇଯାଇଛି । ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି । ପିଲାମାନେ ଏବେ କାହା ଠାରୁ କମ୍ ନୁହେଁ । ସୁରଭିରେ ମିଳିଥିବା ଅଭିଜ୍ଞତା ସାରା ଜୀବନ ପିଲାମାନଙ୍କୁ ପ୍ରେରଣା ଦେଇ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ୩ହଜାର ୫୪୯ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର ଦିଆଯାଇଛି । ଏଥିରେ ପ୍ରତ୍ୟେକ ପିଲାଙ୍କୁ ୫ହଜାର ଟଙ୍କାର ଏକକାଳୀନ ବୃତ୍ତି ଦିଆଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପିଲାମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ରାଜ୍ୟସ୍ତରରେ ପ୍ରଥମ ପାଞ୍ଚଜଣକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ୩ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସୁରଭି ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ କଫି ଟେବୁଲ୍ ବୁକ୍ ଏବଂ ଏକ ନିୟୁଜ ଲେଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ତତ୍ପରତା

ପୁରି : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଦେଇଥିବା ଟାର୍ଗେଟ ପୂରଣ କରିବା ନେଇ ତତ୍ପରତା ପ୍ରକାଶ ପାଇଛି  । ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଫାଇଭ-ଟି ଅଧ୍ଯକ୍ଷ ନିର୍ଦ୍ଦେଶ ଦେଇଛନ୍ତି  । ତଦନୁଯାୟୀ ପ୍ରକଳ୍ପ କାମ ଅଗ୍ରଗତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ  ।

କେତେ କାମ ହୋଇଛି ଓ କେତେ ବାକି ଅଛି ତାହାର ଅପଡେଟ ନେଇଛନ୍ତି ବରିଷ୍ଠ ଅଧିକାରୀ । କିଭଳି ଯୁଦ୍ଧକାଳୀନ ଭିତ୍ତିରେ କାମ କରି ଟାର୍ଗେଟ ସମୟରେ ଶେଷ କରାଯିବ ସେନେଇ ଆଲୋଚନା କରାଯାଇଛି ।

ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗତକାଲି ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ  । ମନ୍ଦିର ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିବାକୁ କୋର୍ଟ କହିଥିଲେ  । ଏନେଇ ଆଜି ଶ୍ରୀମଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି ।ଶ୍ରୀମନ୍ଦିର ଭିତରେ ଏଏସଆଇ ମରାମତି  କାର୍ଯ୍ୟ କରିବା ନେଇ ବୈଠକରେ ଆଲୋଚନା କରାଯାଉଛି । ବର୍ତମାନ ମହାକାର୍ତିକ ମାସ ଚାଲିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ଼ ଯୋଗୁଁ ଶ୍ରୀମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ କିପରି କରାଯିବ ସେନେଇ ଆଜି ଏହି ବୈଠକ ଆଲୋଚନା କରାଯିବ ।

ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ଛତିଶା ନିଯୋଗ ସଦସ୍ୟ,ପାଳିଆ ସେବାୟତ ଉପସ୍ଥିତି ରହିଛନ୍ତି। ବୈଠକରେ ବିଶେଷ ଭାବରେ ମରାମତି କାର୍ଯ୍ୟ କିଭଳି କରାଯିବ, ସେହି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ  ଆଲୋଚନା କରାଯାଉଛି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ କାହିଁକି ନଥିଲା ସିଟ୍ ?

ଯାଜପୁର : ଯାଜପୁରରେ ଏକ ଦୁର୍ଘଟଣାଗ୍ରସ୍ତ ବସକୁ ନେଇ ଚର୍ଚ୍ଚା  । ବସରେ ସିଟ ନାହିଁ କିନ୍ତୁ କାହିଁକି ରାସ୍ତାରେ ଗଡୁଥିଲା ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି  । ଏ ନେଇ ବସ ବିରୋଧରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି  । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ଗତ ୧୨ ତାରିଖ ରାତିରେ ଏହି ବସ ସହ ବୋଲେରୋର ଧକ୍କା ହୋଇଥିଲା  । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିଲେ  । ବସଟି ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ ନେଉଳପୁରଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା  । ଧର୍ମଶାଳା ପୋଲିସ ଉଭୟ ଗାଡିକୁ ଜବତ କରିଥିଲା  । ହେଲେ ଦୁର୍ଘଟଣା ଗ୍ରସ୍ତ ଶନିଦେବ ବସକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି  । ବସ ବାହାରେ ଟୁଟୁ ଏସି ଲକଜୁରିଅସ ଲେଖା ହୋଇଥିବା ବେଳେ ବସରେ ଯାତ୍ରୀ ବସିବା ପାଇଁ କୌଣସି ସିଟ ନାହିଁ  ।

ବିନା ସିଟରେ କୌଣସି ଯାତ୍ରୀ ନଥାଇ ବସଟି କେଉଁ ଉଦେଶ୍ୟ ରେ ରାସ୍ତାରେ ଯାତାୟାତ କରୁଥିଲା ତାକୁ ନେଇ ସନ୍ଦେହ ବଢବାରେ ଲାଗିଛି । ବସଟି ଭଦ୍ରକ ଅଂଚଳର ଅଞ୍ଜୁମ ଏରୋ ଵାନୋଙ୍କ ନାମରେ ରହିଥିବା ବେଳେ ଦୁର୍ଘଟଣା ଦିନରୁ ହିଁ ଡ୍ରାଇଭର ଫେରାର ହୋଇ ଯାଇଛି  । ଖୁବ ଶୀଘ୍ର ବସ ମାଲିକଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି  । ବସ ବିରୋଧରେ ମାମଲା ରୁଜୁ କରି ଧର୍ମଶାଳା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି  । ଏ ନେଇ ଧର୍ମଶାଳା ଥାନା ଅଧିକାରୀ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି  ।

 

ପଞ୍ଚମ ଦିନରେ ଟନେଲରେ ଫସିରହିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ଲାଗି ଉଦ୍ୟମ ଜାରି

ନନ୍ଦିଘୋଷ ବ୍ୟୁରୋ : ପଞ୍ଚମ ଦିନରେ ଟନେଲ ରେସ୍କ୍ଯୁ ଅପରେସନ । ଫସିରହିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ଲାଗି ଅବିରତ ଉଦ୍ଯମ ଜାରି ରହିଛି । ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ସେପଟେ ଅପରେସନ କାର୍ଯ୍ୟରେ ସାମିଲ ହେବା ଲାଗି ଥାଇଲାଣ୍ଡର ଏକ କମ୍ପାନୀକୁ ଅନୁମତି ଦେଇଛି ପ୍ରଶାସନ । ସେହିପରି ନରେଓ୍ବେର ଏକ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସମ୍ଭାବନା ରହିଛି । ଯଦି ସମ୍ଭବ ହୁଏ ତେବେ ଖୁବ ଶୀଘ୍ର ଏହି ଦୁଇ ବିଦେଶୀ ଟିମ୍ ଅପରେସନରେ ସାମିଲ ହେବା ସମ୍ଭାବନା ରହିଛି । ଗତ ୨୦୧୮ରେ ଏକ ପାଣି ଭର୍ତ୍ତି ଗୁମ୍ଫାରୁ ପିଲାମାନଙ୍କୁ ଉଦ୍ଧାର କରିବାରେ ଏହି କମ୍ପାନୀ ସଫଳ ହୋଇଥିଲା । ଥାମ୍ ଲୁଆଙ୍କ କେଭ୍ କମ୍ପ୍ଲେକ୍ସରେ ଫସିଯାଇଥିବା ୧୨ ଜଣ ଜୁନିଅର ଫୁଟବଲ ଟିମ ସଦସ୍ଯଙ୍କୁ ଉଦ୍ଧାର କରିଥିଲା ଏହି ଟିମ୍ । ୨୦୧୮ ଜୁନ ୨୩ରେ ଖେଳାଳିମାନେ ଗୁମ୍ଫାକୁ ପଶିଯାଇଥିଲେ ବି ସେମାନେ ପଦାକୁ ଆସିପାରି ନଥିଲେ । ସେମାନେ ସମସ୍ତେ ପ୍ରାଣ ହରାଇଛନ୍ତି ବୋଲି ବିଶ୍ବାସ କରାଯାଉଥିଲା । ତେବେ ରେସ୍କ୍ଯୁ ଅପରେସନର ୧୦ ହଜାର ଥାଇଲାଣ୍ଡ ଓ ବିଦେଶୀ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଦୀର୍ଘ ୧୮ ଦିନର କଷ୍ଟସାଧ୍ଯ ମିଶନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।Uttarkashi Tunnel Rescue Operation Day 5: 40 workers still trapped; CM  Dhami takes stock of situation. Top 10 updates | Mint

ସେପଟେ ଉତ୍ତରକାଶୀ ଅପରେସନ ଲାଗି ଦିଲ୍ଲୀରୁ 3ଟି ବାୟୁସେନା ଟ୍ରାନସପୋର୍ଟ ଏୟାରକ୍ରାଫ୍ଟ ଜରିଆରେ ଏକ ହେଭି ଡ୍ରିଲିଂ ମେସିନ ଅଣାଯାଇଛି । ଟନେଲଠାରୁ ୩୦ କିଲୋମିଟର ଦୂର ଚିନ୍ୟାଲିସୌର ବିମାନବନ୍ଦରରେ ଆମେରିକୀୟ ମେସିନ ରଖାଯାଇଛି । ଏହାକୁ ଟନେଲ ନିକଟକୁ ନିଆଯିବା ପରେ ଅପରେସନ ଆରମ୍ଭ ହେବ । ଏହି ମେସିନ ଜରିଆରେ ୯୦୦ ମିଲିମିଟର ବ୍ଯାସ ବିଶିଷ୍ଟ ଏକ ଷ୍ଟିଲ ପାଇପ ପ୍ରବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ରେସ୍କ୍ୟୁ ଅପରେସନ ବିଳମ୍ବିତ ହେଉଥିବା ପ୍ରତିବାଦରେ ଟନେଲ ନିକଟରେ ପ୍ରତିବାଦ କରାଯାଇଛି । ଘଟଣାସ୍ଥଳରେ ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ରୁହେଲା ଉପସ୍ଥିତ ରହି ଉଦ୍ଧାର କାର୍ଯ୍ଯ ଅନୁଧ୍ଯାନ କରୁଛନ୍ତି ।