spot_img
Home Blog Page 2228

ପ୍ରେକ୍ଷାଳୟକୁ ଆସିଲା  ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି

ବ୍ୟୁରୋ ରିପୋର୍ଟ :  ପ୍ରେକ୍ଷାଳୟକୁ ଆସିଲା  ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି । ଫିଲ୍ମରେ ଶାହାରୁଖ ଖାନଙ୍କ ଦମଦାର ଆକ୍ଟିଙ୍ଗ୍ ସାଙ୍ଗକୁ ଚମତ୍କାର ଅଭିନୟ ଦର୍ଶକଙ୍କୁ ବିମୋହିତ କରିଛି। ଫିଲ୍ମ ରିଲିଜ ହେବା କ୍ଷଣିହିଁ ଦର୍ଶକଙ୍କର ଜବରଦସ୍ତ ରେସ୍ପନ୍ସ ଦେଖିବାକୁ ମିଳିଛି। ସିନେମାରେ ଶାହରୁଖ ଖାନଙ୍କ ବ୍ୟତୀତ ତାପସୀ ପୁନ୍ନୁ, ବିକି କୌଶଲ ଏବଂ ବୋମାନ ଏକାନୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ଫାଷ୍ଟ ଡେ ଫାଷ୍ଟ ସୋରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସପ୍ସ ଦେଖିବାକୁ ମିଳିଛି। ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ କରାଯାଇଥିଲା। ବୁଧବାର ପାଇଁ ସିନେମା ‘ଡଙ୍କି’ର ପ୍ରାୟ ୪ଲକ୍ଷ ଟିକେଟ ଆଡଭାନ୍ସ ବୁକିଂରେ ହୋଇଛି । ୧୨କୋଟି ଟଙ୍କାର ଟିକେଟ ବିକ୍ରି ସରିଥିବା ନେଇ ସୂଚନା ମିଳିଛି। ଷ୍ଟୋରିରେ ଭରପୁର ମାତ୍ରାରେ ଇମୋସନ ସହିତ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରୁଛି।

ରାଜକୁମାର ହିରାନୀ ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ ଚକ୍ରବର୍ତୀ । ତିନି ମାସରେ ବକ୍ସ ଅଫିସରେ ପୁଣି ଧମାକା କରିବ ଶାହାରୁଖ୍ ଖାନଙ୍କ ଡଙ୍କି ଫିଲ୍ମ । ପ୍ରଥମେ ପଠାନ, ପରେ ଜୱାନ ଓ ଆଉ ଏବେ ଡଙ୍କି ।  ଫିଲ୍ମ ଆରମ୍ଭରୁ ସିନେମା ହଲରେ ଖଚାଖଚ ଭିଡ ସାଙ୍ଗକୁ ଦର୍ଶକ ସିନେମା ହଲ୍ ବାହାରେ ବାଣ ଫୁଟାଇ ନାଚୁଥିବା ଦେଖିବାକୁ ମିଳୁଛି। ସେଥିରୁ ଅନୁମାନ କରାଯାଉଛି ପଠାନ ଓ ଯବାନ ପରେ ଡଙ୍କିବି ଧୂମ ମଚାଇବ।

ମୋରମ ଚାଲାଣ ବେଳେ ଟ୍ରକ ଓଲଟି ଡ୍ରାଇଭର ମୃତ

ଗଞ୍ଜାମ: ବେଆଇନ ଭାବେ ମୋରମ ଚାଲାଣ ବେଳେ ଟ୍ରକ ଓଲଟି ଡ୍ରାଇଭର ମୃତ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣା ପାହାଡ଼ରୁ ଟ୍ରକଟି ଓଲଟି ପଡ଼ିଲା । ତହସିଲଦାରଙ୍କ ବିନା ପରିମିଶନରେ ଏହି ପାହାଡ଼ରୁ ବେଆଇନ ଭାବେ ମୋରମ ଚାଲଣ ହେଉଥିଲା ।  ଆଜି ସକାଳୁ ମୋରମ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସେପଟେ ବେଆଇନ ମୋରମ ଚାଲାଣ ବନ୍ଦ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ଯାଜପୁର ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା

ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା । ଜଣେ ମୃତ, ୪ ଗୁରୁତର। ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ରଥିଆ ନିକଟରେ ଦୁର୍ଘଟଣା। ପ୍ରଥମେ ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରଲରକୁ ପଛ ପଟୁ ଆଇଚର ଗାଡ଼ି ଧକ୍କା ଦେଇଥିଲା। ପରେ ଆଇଚର ପଛ ପଟେ ପିଟି ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲା ପିକଅପ୍‌ ଭ୍ୟାନ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଆହତଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

ସଂସଦ ଭିତରେ ଧୂଆଁ ଛାଡ଼ିବା ମାମଲା: କର୍ଣ୍ଣାଟକର ଜଣେ ଅଭିଯୁକ୍ତ ଅଟକ

କର୍ଣ୍ଣାଟକ : ସଂସଦ ଭିତରେ ଧୂଆଁ ଛାଡ଼ିବା ମାମଲା। କର୍ଣ୍ଣାଟକର ବାଗଲକୋଟର ଜଣେ ଅବସରପ୍ରାପ୍ତ ପୋଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ପୁଅ ସାଇକ୍ରିଷ୍ଣା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ। ସଂସଦ ହଙ୍ଗାମା ଘଟଣାରେ ମନୋରଞ୍ଜନ ସମେତ ୪ଜଣଙ୍କ ବିରୋଧରେ ଆତଙ୍କବାଦୀ ନିରୋଧ ଆଇନ, ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ,  ବେଙ୍ଗାଳୁରୁର ଏକ ଇଞ୍ଜିନିୟରିଂ କଲେଜରେ ମନୋରଞ୍ଜନ ଓ ସାଇକ୍ରିଷ୍ଣା କ୍ଲାସମେଟ ଥିଲେ। ଗତକାଲି ବାଗଲକୋଟ ସ୍ଥିତ ଘରୁ ସାଇକ୍ରିଷ୍ଣାକୁ ଅଟକ ରଖିଥିଲା ପୋଲିସ। ଦିଲ୍ଲୀ ଅଣାଯିବା ପରେ ସାଇକ୍ରିଷ୍ଣାକୁ ଅଧିକ ଜେରା କରାଯିବ।

ଅନ୍ୟପଟେ,  ଆଉ ଜଣେ ଯୁବକକୁ ଉତ୍ତରପ୍ରଦେଶର ଜଲାଉନରେ ଅଟକ ରଖାଯାଇଛି। ଅଟକ ଯୁବକର ନାଁ ହେଉଛି ଅତୁଲ କୁଲଖରେସ୍ଥା । ଅତୁଲର ଅନ୍ୟରାମ ବଚ୍ଚା। ତାର ଅତୀତର କୌଣସି ଆପରାଧିକ ରେକର୍ଡ ନାହିଁ କିମ୍ବା କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ। ତେବେ ଛାତ୍ର ଜୀବନରେ ସେ ସହିଦ ଭଗତ ସିଂଙ୍କ ଆଦର୍ଶରେ ଅନୁପ୍ରାଣୀତ ଥିଲା ବୋଲି ସୂଚନା ମିଳିଛି। ତେବେ  ସଂସଦରେ ପ୍ରବେଶ କରିଥିବା ଯୁବକମାନଙ୍କ ସହ ଅତୁଲ ଫେସବୁକରେ ଚାଟିଂ କରୁଥିଲା । ସେ କୃଷକ ଆନ୍ଦୋଳନ ସହ ବି ସମ୍ପୃକ୍ତ ଥିବା ଜଣାପଡିଛି। ଅତୁଲ ବିବାହିତ ଓ ତାର ୨ ପୁଅ ଓ ଜଣେ ଝିଅ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ପାର୍ଲାମେଣ୍ଟ ହଙ୍ଗାମା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମନୋରଞ୍ଜନ ଡି, ସାଗର ଶର୍ମା, ଅମୋଲ ସିନ୍ଦେ ଓ ନୀଲମ ଆଜାଦ । ସେମାନଙ୍କ ଏହି କାର୍ଯ୍ୟ ପଛରେ ଲଳିତ ଝା ଓ ମହେଶ କୁମାଓ୍ବାତ ପ୍ରେରଣାଦାୟକ ସାଜିଥିଲେ ।

 

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

ନୟାଗଡ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୪ ଗୁରୁତର । ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ଖରଡାପିଟା ଘାଟି ନିକଟରେ ଦୁର୍ଘଟଣା। ଟ୍ରଲର ପଛକୁ ଧକ୍କା ଦେଲା ଯାତ୍ରୀବାହି ଟ୍ରାଭେଲର। ମୃତକ ଜଣଙ୍କ ହେଲେ ତ୍ରିଲୋଚନ ରାଉତ।

ଘଟଣା ସ୍ଥଳରେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥି ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରିଲ୍ସ ନିଶା ହେଲା କାଳ, ଟ୍ରେନ୍ ଧକ୍କାରେ ୩ ନାବାଳକ ମୃତ

ପଶ୍ଚିମବଙ୍ଗ: ରିଲ୍ସ ନିଶା ହେଲା କାଳ। ଟ୍ରେନ ଲାଇନରେ ଠିଆ ହୋଇ ରିଲ୍ସ କରୁଥିବା ବେଳେ ଚାଲିଗଲା ୩ ଜୀବନ। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଅଘଟଣ। ଟ୍ରେନ ଲାଇନରେ ଠିଆହୋଇ ୫ ଜଣ ଛାତ୍ର ଭିଡ଼ିଓ ଶୁଟ କରୁଥିଲେ।  ଦ୍ରୁତ ଗତିରେ ଆସୁଥିବା ଟ୍ରେନ ଧକ୍କା ଦେବାରୁ ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ୩ ଛାତ୍ର ସହ ଗୁରୁତର ୨ ଛାତ୍ରଙ୍କୁ ନିକଟରେ ଥିବା ହସ୍ପିଟାଲରେ ପହଞ୍ଚାଇଥିଲା। ମୃତ ଓ ଗୁରୁତର ସମସ୍ତ ଆହତ ଇଂଲିଶ ମହାପଡା ଗାଁର ହୋଇଥିବା ସୂଚନା। ଏନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ପୂର୍ବାଞ୍ଚଳ ରେଳ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ସୁଜନିପାରା ଏବଂ ଆହିରନ ଷ୍ଟେଶନ ମଧ୍ୟରେ ନଦୀ ଉପରେ ଥିବା ରେଳ ଟ୍ରାକ ବ୍ରିଜ ଉପରେ ୭ ଜଣ ନାବାଳକ ରିଲ୍ସ କରୁଥିବା ବେଳେ ଏହି ସମୟରେ ଟ୍ରେନ ନମ୍ବର ୧୩୦୫୩ ହାୱଡା-ରାଧିକାପୁର କୁଲିକ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଆସୁଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ନଦୀକୁ ଡେଇଁ ପଡିଥିବା ବେଳେ ଅନ୍ୟ ପାଞ୍ଚଜଣଙ୍କୁ ଟ୍ରେନ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି।

ନିଜ ଜୀବନକୁ ବିପଦରେ ପକାଇ ରେଳ ଟ୍ରାକରେ ରିଲ ତିଆରି କରିବା ଭୁଲ୍। ଏହି କାରଣରୁ ଅନେକ ଦୁର୍ଘଟଣା ଅତୀତରେ ମଧ୍ୟ ଘଟିଛି।

ଖସୁଛି ପାରଦ, ବଢ଼ୁଛି ଶୀତ । ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା  

ଭୁବନେଶ୍ୱର : ଓଡ଼ିଶାରେ ବଢ଼ୁଛି ଶୀତ ପ୍ରକୋପ। ଆଜି ଭୁବନେଶ୍ବରରେ ୧୨ ଡିଗ୍ରୀ ଛୁଇଁଲା ପାରଦ । ଗତ ୨୪ ଘଣ୍ଟାରେ  ଜି.ଉଦୟଗିଗିରରେ ତାପମାତ୍ରା ୪ ଡିଗ୍ରୀ ଛୁଇଁଥିବା ବେଳେ ମୟୁରଭଞ୍ଜର ବାରାକାମୁଡାରେ ଶୂନ ଡିଗ୍ରୀ ଛୁଇଁଛି । ରାଜ୍ୟରେ ବିଭିନ୍ନ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁରେ ଲୋକେ ସେକି ହେଉଛନ୍ତି ତ ଆଉ କେହି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଛନ୍ତି।

ଶୀତସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଗାତାର ୧୦ ଡିଗ୍ରୀ ତଳେ ରହୁଛି ପାରଦ  । କିଛି ସ୍ଥାନରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି  । ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ଲଗାତାର ହ୍ରାସ ପାଉଛି।

ଭିଜିଲାନ୍ସ ଜାଲରେ ଚିଫ୍ ସିଭିଲ୍ ସପ୍ଲାଏ ଅଫିସର

ଭୁବନେଶ୍ୱର : ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରଶାନ୍ତଙ୍କ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଥିବା ଘର ଓ ଅଫିସ୍‌ ସମେତ ୮ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ସୁନାଅଳଙ୍କାର ମଧ୍ୟ ଜବତ କରାଯାଇଛି।

ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ପ୍ଲଟ ନମ୍ବର ୧୪୮୫, ତିନି ମହଲା ଘର, ବ୍ରହ୍ମପୁର ନୀଳାଚଳ ହାଇଟ ସ୍ଥିତ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁର ସ୍ଥିତ ବିଲ୍ଡିଂ, ଲକ୍ଷ୍ମୀସାଗରରେ ଥିବା ଆପାର୍ଟମେଣ୍ଟ, ଅଫିସ, ବ୍ରହ୍ମପୁର ବୈଦନାଥପୁର ସ୍ଥିତ ପୈତୃକ ଘର, ଭୁବନେଶ୍ୱର ୟୁନିଟ ୩ ସ୍ଥିତ ବାସଭବନରେ ଚାଲିଛି ରେଡ଼ ।

ନିଆଁ ପୋଇଁବା ବେଳେ ମହିଳା ଗୁରୁତର

ଢେଙ୍କାନାଳ : ଶୀତ ପ୍ରକୋପରୁ ରକ୍ଷା ପାଇବାକୁ ନିଆଁ ପୋଇଁବା ବେଳେ ଅଘଟଣ । ନିଆଁ ପୋଇଁବା ବେଳେ ମହିଳା ଗୁରୁତର। ଗୁରୁତର ଅବସ୍ଥାରେ ଢେଙ୍କାନାଳ ହସ୍ପିଟାଲକୁ ସ୍ଥାନାନ୍ତର। ମହାବିରୋଡ଼ ଚାଉଳିଆଝରଣ ଗାଁରେ ନିଆଁ ପୋଇଁବା ବେଳେ ମହିଳାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କାମାକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଗୁରୁତର ମହିଳା ଜଣକ ଚାଉଳିଆଝରଣ ଗାଁର ଗୌରୀ ସୋରେନ। ଭୋର ସମୟରୁ ଘର ପାଖରେ ନିଆଁ ଜାଳି ପୋହିଁ ହେଉଥିବା ବେଳେ ଅସାବଧାନତା କାରଣରୁ ଲୁଗାରେ ନିଆଁ ଲାଗି ଯାଇଥିଲା ।

ଜଳିଗଲା ଏକର ଏକର ଚାଷ ଜମିର ଧାନ କଳେଇ

 

ଖୋର୍ଦ୍ଧା : ପୋଡି ଜଳିଗଲା ଏକର ଏକର ଚାଷ ଜମିର ଧାନ କଳେଇ। ଟାଙ୍ଗୀ ରମ୍ଭାବେଲି ଗାଁରେ ଚାଷ ଜମିରେ ନିଆଁ ଲଗାଇ ଦେବାରୁ ପୋଡି ଯାଇଛି । ପାଖା ପାଖି ୧୦ ଲକ୍ଷ ଟଙ୍କାରୁ ଅଧିକ ଧାନ କଳେଇ ପୋଡି ଜଳି ଯାଇଛି। ମୁଲିଆ ମିଳୁନଥିବାରୁ ଚାଷୀ ମାନେ ଧାନ କାଟି ସାରି ନିଜ ଚାଷ ଜମିରେ ଧାନ କଳେଇ ଗଦା ମାରି ରଖିଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।