spot_img
Home Blog Page 2235

୧୬ ମାସ ପରେ ସେୟାର ବଜାରରେ ଆତଙ୍କ,ଗୋଟିଏ ଦିନରେ ୧୬ଶହ ପଏଣ୍ଟ ହ୍ରାସ

ନନ୍ଦିଘୋଷ ବ୍ୟୁରୋ: ବୁଧବାର ଦିନ ଭାରତୀୟ ସେୟାର ବଜାରରେ ଆତଙ୍କ ସୃଷ୍ଟି ହୋଇଥିଲା । ବିଏସଇ ସେନସେକ୍ସ ଓ ନିଫ୍ଟିରେ ବ୍ୟାପକ ହ୍ରାସ ଯୋଗୁ ନିବେଶକ ବଡ଼ଧରଣର  ପୁଂଜି ହରାଇଛନ୍ତି ।  ବିଏସଇ ସୂଚକାଙ୍କରେ ୧୬ ମାସର ସବୁଠାରୁ ବଡ଼ ଅବନତି ଦେଖିବାକୁ ମିଳିଛି । ବିଦେଶୀ ବଜାରର ନକାରାତ୍ମକ ସଙ୍କେତ ପ୍ରଭାବରେ  BSE ସେନସେକ୍ସ ୧,୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ଯାହା ୧୬ ମାସରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ ।

ଆଜି ସେନସେକ୍ସ ୧୬୨୮ ପଏଣ୍ଟ ବା ୨.୨୩ ପ୍ରତିଶତ ହ୍ରାସ ସହିତ ୭୧,୫୦୦.୭୬ରେ ବନ୍ଦ ହୋଇଛି ।  ୧୬ ମାସ ମଧ୍ୟରେ ସେନସେକ୍ସରେ  ଏହା ହେଉଛି ଗୋଟିଏ ଦିନରେ ସବୁଠାରୁ ବଡ  ପତନ ।ଏହାପୂର୍ବରୁ ଜୁନ୍ ୧୩, ୨୦୨୨ ରେ ସେନ୍ସେକ୍ସ ୨.୬୮ ପ୍ରତିଶତ ହ୍ରାସ ପାଇଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ- ନିଫ୍ଟି ମଧ୍ୟ ୪୬୦ ପଏଣ୍ଟ ବା ୨.୦୯ ପ୍ରତିଶତ ହ୍ରାସ ସହିତ ୨୧,୫୭୧.୯୫ ପଏଣ୍ଟରେ ବନ୍ଦ ହୋଇଛି । ବିଏସଇ ଓ ନିଫ୍ଟିର ଏହି ପତନ ପଛରେ ବିଦେଶୀ ବଜାର ପ୍ରଭାବ ସହିତ ଏଚଡିଏଫସି ସେୟାର ମୂଲ୍ୟରେ ହ୍ରାସକୁ ମଧ୍ଯ ଦାୟୀ କରାଯାଉଛି । ଏଚଏଫଡିସି ବ୍ୟାଙ୍କର ତ୍ରୈୟମାସିକ ଫଳାଫଳ ଗତକାଲି ଆସିଥିଲା ।

ଫଳାଫଳ ଆଶାନୁପରକ ଥିବାରୁ ବଜାର ଏଭଳି ପ୍ରତିକ୍ରିୟା ଦେଖାଇଥିଲା । କାରଣ ବଜାର ଖୋଲିବା ସହିତ ଏଚଏଫଡିସି ସେୟାର ବିକ୍ରି ଜୋର ଧରିଥିଲା ।  HDFC ବ୍ୟାଙ୍କର ସେୟାରରେ ମୁଲ୍ୟରେ ୮.୫ ପ୍ରତିଶତ ହ୍ରାସ ପାଇଛି, ଯାହା ତିନି ବର୍ଷ ମଧ୍ୟରେ ଏହାର ଖରାପ ପ୍ରଦର୍ଶନ ।  ମାର୍ଚ୍ଚ ୨୦୨୨ ପରେ ଏହା ହେଉଛି ସବୁଠାରୁ ବଡ ହ୍ରାସ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ ଏବଂ ଏୟୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ସେୟାର ମୂଲ୍ୟରେ ଦୁଇରୁ ଚାରି ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ସେନ୍ସେକ୍ସରେ ହ୍ରାସ ହେତୁ ନିବେଶକମାନେ ପ୍ରାୟ ୪.୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର କ୍ୟାପ୍ ୪.୬୯ ଲକ୍ଷ କୋଟି ହ୍ରାସ ପାଇ ୩୭୦.୨୫ ଲକ୍ଷ କୋଟିରେ ପହଞ୍ଚିଛି ଯାହା ପୂର୍ବ ଟ୍ରେଡିଂ ସେସନରେ  ୩୭୪.୯୫ ଲକ୍ଷ କୋଟି ଥିଲା।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯୋଜନା କରୁଛନ୍ତି ସୀମା ହାଇଦର, କହିଲେ..

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରୁ ନେପାଳ ଦେଇ ଭାରତରେ ଆସି ରହିଥିବା ସୀମା ହାଇଦର ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ । ତେବେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ତେବେ ଏହି ଅବସରରେ ଯୋଗଦେବାକୁ ଯୋଜନା କରୁଛନ୍ତି ସୀମା ହାଇଦର । ସଚିନ ଏବଂ ସୀମା ଏହି ଉତ୍ସବରେ ଯୋଗ ଦେବାକୁ ଚାହୁଁଥିବା ତାଙ୍କ ଓକିଲ ଏପି ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ସୀମାଙ୍କ ଗ୍ରେଟର ନେଇଡ଼ା ସ୍ଥିତ ଘରେ ସୁନ୍ଦରାକାଣ୍ଡର ଆୟୋଜନ କରାଯାଇଛି । ତେବେ ୨୨ ଜାନୁଆରୀରେ ଚାଲି ଚାଲି ଅଯୋଧ୍ୟା ଯିବାକୁ ଯୋଜନା କରିଥିବା କହିଛନ୍ତି । ଏହାର ପରମିଶନ ପାଇଁ ଆମେ ଆବେଦନ ମଧ୍ୟ କରିଛୁ । ପ୍ରଥମେ ସଙ୍ଗମ ଏହାପରେ କାଶୀବିଶ୍ବନାଥ ଯିବୁ ଏବଂ ପରେ ଶ୍ରୀରାମଙ୍କ ଦର୍ଶନ କରିବୁ ବୋଲି କହିଛନ୍ତି ।

ସେପଟେ ସୀମା କହିଛନ୍ତି କି, ସନାତନ ଧର୍ମ ହେଉଛି ଶ୍ରେଷ୍ଠ ଧର୍ମ । ମୁଁ ଭଗବାନ କୃଷ୍ଣ ଏବଂ ରାମଙ୍କର ଜଣେ ବଡ଼ ଭକ୍ତ । ଏପରିକି ସେ ପିଆଜ ରସୁଣ ମଧ୍ୟ ଛାଡ଼ି ଦେଇଥିବା କହିଛନ୍ତି । ୟୁପି ଏଟିଏସ ପକ୍ଷରୁ ସୀମା ଏବଂ ସଚିନଙ୍କ ଯାଞ୍ଚ କରାଯାଇଛି । ଅନେକଥର ସେମାନଙ୍କୁ ନୋଟିସ ହୋଇଥିବାବେଳେ ଯାଞ୍ଚ ମଧ୍ୟ କରାଯାଇଛି । ମାତ୍ର କୌଣସି ସନ୍ଦିଗ୍ଧ ସାମଗ୍ରୀ କିମ୍ବା କୌଣସି ସନ୍ଦେହ ମଧ୍ୟ ହୋଇନାହିଁ । ଉଭୟ ସାଙ୍ଗ ହୋଇ ରହିଥିବାବେଳେ କେବଳ ୟୁଟ୍ୟୁବରୁ ରୋଜଗାର କରି ପରିବାର ଚଳାନ୍ତି । ସୀମାଙ୍କୁ ବିବାହ କରିବା ପରେ ସଚିନଙ୍କୁ କୌଣସି କାମ ମିଳୁନାହିଁ । ଏଣୁ କେବଳ ୟୁଟ୍ୟୁବରେ ଭିଡିଓ କରି ସେମାନେ ରୋଜଗାର କରି ପରିବାର ଚଳାଉଛନ୍ତି । ଏକ ମିଠା ଦୋକାନ କରିବାର ସ୍ବପ୍ନ ଅଛି ବୋଲି କହିଛନ୍ତି ସଚିନ ।

ସାଂସଦ ମହୁଆ ମୈତ୍ରଙ୍କୁ ନୋଟିସ, ‘ତୁରନ୍ତ ଖାଲି କର ସରକାରୀ ଘର

ନନ୍ଦିଘୋଷ ବ୍ୟୁରୋ: ତୃଣମୂଳ କଂଗ୍ରେସ ନେତା ମହୁଆ ମୈତ୍ରଙ୍କୁ ନେଇ ଥମୁନି ଅଡୁଆ। ପ୍ରଶ୍ନ ପଚାରିବାକୁ ନେଇ ଲାଞ୍ଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବାପରେ ଏବେ ତାଙ୍କୁ ଦିଲ୍ଲୀରେ ଥିବା ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ ନୋଟିସ ଜାରି ହୋଇଛି । ଟିଏମସି ନେତା ମହୁଆ ମୈତ୍ରଙ୍କୁ ପ୍ରଥମେ ସରକାରୀ ବଂଗଳା ଖାଲି କରିବାକୁ କୁହାଯାଇଥିଲା। ଏହାପରେ ୮ ଜାନୁଆରୀରେ ତାଙ୍କୁ ନୋଟିସ ଜାରି କରି ୩ ଦିନରେ ଘର ଖାଲି କରିବାକୁ ନିର୍ଦ୍ଦେଶ ସହ ବଙ୍ଗଳା ଖାଲି ନକରିବାର କାରଣ ଦର୍ଶାଇବାକୁ କୁହାଯାଇଥିଲା। ଏହାପରେ ଗତକାଲି ମଙ୍ଗଳବାର ମହୁଆ ମୈତ୍ରଙ୍କୁ ପୁଣି ଏକ ନୋଟିସ ଜାରି କରାଯାଇଛି। ଏଥିରେ ସେ ରହୁଥିବା ସରକାରୀ ଘର ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯଆଇଛି। ସାଂସଦ ହେବା ପରେ ଦିଲ୍ଲୀରେ ଏହି ବଂଗଳା ତାଙ୍କୁ ଆବଣ୍ଟିତ କରାଯାଇଥିଲା। କିନ୍ତୁ ସାଂସଦ ପଦ ଯିବା ପରେ ତାଙ୍କୁ ମିଳିଥିବା ସରକାରୀ ବାସଭବନ ଆବଣ୍ଟନକୁ ମଧ୍ୟ ରଦ୍ଦ କରାଯାଇଛି। ଗତ ଡିସେମ୍ବର ୮ ତାରିଖରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ମହଙ୍ଗା ଉପହାର ଗ୍ରହଣ କରି ସଂସଦର ୱେବସାଇଟ୍ ୟୁଜର ଆଇଡି ଏବଂ ପାରୱାର୍ଡ ପ୍ରଘଟ କରିଥିବା ଯୋଗୁଁ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଥିଲା।

ଠାକୁରଙ୍କୁ ବି ଛାଡ଼ିଲେନି, ଜାଗୁଳାଇ ଗ୍ରାମ ଦେବତୀ ମନ୍ଦିରରୁ ଚୋରି

ଭୁବନେଶ୍ବର: ଭୁବନେଶ୍ୱରର ମଞ୍ଚେଶ୍ବର ଜାଗୁଳାଇ ଗ୍ରାମ ଦେବତୀ ମନ୍ଦିରରୁ ଚୋରି । ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ଜିନିଷ ଲୁଟି ନେଇଛନ୍ତି ଲୁଟେରା ।ଗତକାଲି ବିଳମ୍ବିତ ରାତିରେ ମାଙ୍କୁ ପିନ୍ଧାଯାଇଥିବା ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଲୁଟେରା । ମାଙ୍କ ଆଖି ତାଡି ରୂପାର ଆଖି ,ମୁକୁଟ ଓ ପିତଳ ସାମଗ୍ରୀ ଲୁଟି ନେଇଛନ୍ତି । ତିନି ଲୁଟେରାଙ୍କ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

ସ୍ତ୍ରୀକୁ ହତ୍ୟା କରିବା ପରେ ୬ ଖଣ୍ଡ କରି ବ୍ୟାଗରେ ନେଇ ଫିଙ୍ଗି ଦେଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ବିଭତ୍ସ ହତ୍ୟାକାଣ୍ଡ ପଶ୍ଚିମବଙ୍ଗରେ ରିପିଟ୍ । ସ୍ତ୍ରୀକୁ ହତ୍ୟା କରିବା ପରେ ୬ ଖଣ୍ଡ କରି ହାଣି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲା ସ୍ବାମୀ । କୋଲକାତା ଉତ୍ତର ୨୪ ପରଗଣା ଜିଲ୍ଲା ମଧ୍ୟମ ଥାନା ଯୋଜରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ବାମୀ ନୁରଉଦ୍ଦିନ ମଣ୍ଡଳ ସ୍ତ୍ରୀ ସାୟରା ବାନୁ ନିଖୋଜ ଅଛି ବୋଲି  ଥାନାରେ ଲିଖିତ ଅଭିଯୋଗ କରିଥିଲା । ସ୍ବାମୀର ଅଭିଯୋଗ ପରେ ପୋଲିସ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ସାୟରା ବାନୁର ପତ୍ତା ମିଳିନଥିଲା । ତେବେ ପୋଲିସ ଉଦ୍ଦିନ ମଣ୍ଡଳକୁ ଡାକି ପତ୍ନୀ ବିଷୟରେ ପଚାରିବାରୁ ସେ ସବୁବେଳେ ମିଛ କହି ଆସୁଥିଲା । କିନ୍ତୁ ଆଜି ହଠାତ୍ ନୁରଉଦ୍ଦିନ ପୋଲିସ ଆଗରେ ସବୁ ସତକଥା ମାନିଥିଲା । କହିଥିଲା  ଘରେ ଥିବା ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ଛଅ ଖଣ୍ଡ କରିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ବ୍ୟାଗରେ ଭର୍ତ୍ତି କରି ଏକ କେନାଲରେ ଫିଙ୍ଗି ଦେଇଥିଲା । ସନ୍ଦେହ ନହେବା ପାଇଁ ମିଛ ଏତଲା ଦାୟର କରିଥିଲା ଅଭିଯୁକ୍ତ ନୁରଉଦ୍ଦିନ ମଣ୍ଡଳ । ତେବେ ଏହି ହତ୍ୟାକାଣ୍ଡରେ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ଏ ନେଇ ପୋଲିସ ତଦନ୍ତ ଚଳାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେଲା AI

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ସିସିଟିଭି ସହ ଲିଙ୍କ୍ ହୋଇଛି AI । ଫେସରିଡିଂ ବ୍ୟବସ୍ଥାରେ ହାର୍ଡକୋର୍ ଅପରାଧୀଙ୍କୁ ଚିହ୍ନଟ କରାଯିବ । AI ବ୍ୟବସ୍ଥାରେ ଅପରାଧୀଙ୍କୁ ଚିହ୍ନଟ ସହ ଟ୍ରାକ୍ ମଧ୍ୟ କରାଯିବ । ପୁରୀରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି । ୮୦ପ୍ଲାଟୁନ୍ ଫୋର୍ସ ସହ ସାଢେ ୩ଶହରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହୋଇଥିଲେ । କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ପୁରୀ ଏସପି କନଓ୍ବର ବିଶାଲ ସିଂ ପ୍ରତ୍ୟକ୍ଷ ତତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂରା ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ଯେମିତି ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ସବୁ ବନ୍ଦୋବସ୍ତ କରାଯାଇଥିଲା । ବ୍ୟାରିକେଡିଂ କରାଯିବା ସହ ଦର୍ଶନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଥିବା ନେଇ ସୂଚନା ଦେଇଥିଲେ ପୋଲିସ ଡିଜି ।

ପରିକ୍ରମା ପ୍ରକଳ୍ପ ଉଦଘାଟନ ନେଇ ସାରା ରାଜ୍ୟ ଉତ୍ସବମୁଖର

ଭୁବନେଶ୍ବର: ବିଶ୍ବ ଦେଖିଲା ବିଶ୍ବନିୟନ୍ତାଙ୍କ ପରିକ୍ରମା ପ୍ରକଳ୍ପ । ପ୍ରକଳ୍ପ ଉଦଘାଟନ ନେଇ ସାରା ରାଜ୍ୟ ଉତ୍ସବମୁଖର । ଭବ୍ୟ ଉତ୍ସବରେ ସାମିଲ ହୋଇଛନ୍ତି କୋଟି କୋଟି ଓଡ଼ିଆ । ପୁରପଲ୍ଲୀରୁ ସହର ସାରା ଜନତା ହୋଇଛନ୍ତି ଏକାକାର ।  ଦର୍ଶନ, ଧର୍ମ ଓ ଜ୍ଞାନର ତ୍ରିବେଣୀ ଉତ୍ସବରେ ଲୀନ ହୋଇଛନ୍ତି କୋଟି କୋଟି ଭକ୍ତ । ପବିତ୍ର ଧାମରେ ଭକ୍ତଙ୍କ ଦର୍ଶନ ସୁଗମ ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ନେଇ ଶତମୁଖ ହୋଇଛନ୍ତି ଶ୍ରଦ୍ଧାଳୁ । ରାଜ୍ୟର ସମସ୍ତ ଅଞ୍ଚଳରେ ଏଲଇଡି ଜରିଆରେ ଏହି ମହାଉତ୍ସବରେ ସାମିଲ ହୋଇଥିଲେ ଶ୍ରଦ୍ଧାଳୁ । ବାଲେଶ୍ବର ହେଉ କି ଜୟପୁର, କଟକ ହେଉ କି ଭୁବନେଶ୍ବର । ସବୁଠି ଭକ୍ତଙ୍କ ଆବିଳତା । ଭକ୍ତିଭାବରେ ବନ୍ଧା ହୋଇଥିଲେ ଭକ୍ତ । କେଉଁଠି ଭୋଗ ବ୍ୟବସ୍ଥା ତ କେଉଁଠି ଭକ୍ତଙ୍କ ମଧ୍ୟରେ ଅଦମ୍ୟ ଉତ୍ସାବ । ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବା ସହ ପରିକ୍ରମା ପ୍ରକଳ୍ପ ପରି ଏକ ଐତିହ୍ୟସମ୍ପନ୍ନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବା ସହ ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଭକ୍ତ ।

କାନଭାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯାହା ସ୍ଥାନ ପାଇଛି, ତାକୁ କାନଭାସରେ ଆଙ୍କିଛନ୍ତି ଚିତ୍ରଶିଳ୍ପୀ। ପୁରୀ ଶ୍ରୀମନ୍ଦିର ପରମ୍ପରା, ଐତିହ୍ୟ, ସଂସ୍କୃତିକୁ ରଙ୍ଗ ତୁଳୀରେ ବଖାଣିଛନ୍ତି। ପ୍ରତିଟି ଚିତ୍ରରେ ଦିଶୁଛି ଜଗନ୍ନାଥ ସଂସ୍କୃତିର ଝଲକ। କେଉଁଠି ଯଜ୍ଞ ମଣ୍ଡପରେ ଯଜ୍ଞର ଦୃଶ୍ୟ ତ କେଉଁଠି ସ୍ପଷ୍ଟ ଦିଶୁଛି ମଠ ମନ୍ଦିର। ପୁଣି ଦାସିଆ ବାଉରୀ ଜଗନ୍ନାଥଙ୍କ ପାଖକୁ ନଡ଼ିଆ ନେଇ ଆସିବାର ଚିତ୍ର କରୁଛି ଭାବବିହ୍ବଳ। ଶ୍ରୀମନ୍ଦିର ପରିକ୍ରମା ବୁଲି ଆସୁଥିବା ଶ୍ରଦ୍ଧାଳୁ ଚିତ୍ରକଳାରୁ ଶ୍ରୀଜଗନ୍ନାଥ ସଂସ୍କୃତି ସଂପର୍କରେ ଜାଣି ପାରୁଛନ୍ତି । ମଠ ମନ୍ଦିରର ମାହାତ୍ମ୍ୟ ଜାଣି ହେଉଛି। ଚିତ୍ର ପ୍ରଦର୍ଶନୀ ବି ସେଇ କାଳିଆ ଠାକୁରଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଥିବା ଚିତ୍ରଶିଳ୍ପୀ କହିଛନ୍ତି । ଯେଉଁ ଚିତ୍ର ପ୍ରଦର୍ଶନୀ ପାଇଁ ୧୫ଦିନ ସମୟ ଲାଗେ ମାତ୍ର ୪ରୁ ୫ଘଣ୍ଟା ଭିତରେ ରାଜ୍ୟର ୨୦ଜଣ ଚିତ୍ରଶିଳ୍ପୀ ତାକୁ ସମ୍ଭବ କରିଛନ୍ତି। ଆଉ ଏସବୁ କାଳିଆ ସାଆନ୍ତଙ୍କ ପାଇଁ ସମ୍ଭବ ହୋଇଥିବା କହିଛନ୍ତି।

ପରିକ୍ରମା ମାର୍ଗରେ ବୁଲିଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ଚାରିପାଖରେ ପ୍ରଦକ୍ଷିଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିକ୍ରମା ମାର୍ଗରେ ଦୀର୍ଘ ୧ କିଲୋମିଟରରୁ ଅଧିକ ବାଟ ଚାଲିଲେ।  ଅରୁଣ ସ୍ତମ୍ଭ ନିକଟରେ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ, 5T ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ସେବାୟତମାନେ ମଧ୍ୟ ରହିଥିଲେ । ଜଗନ୍ନାଥ ଭାବ ପ୍ରେମରେ ନିମଗ୍ନ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଭାବର ଲୁହ ବୋହି ଆସିଥିବା ଦେଖିବାକୁ ମିଳିଥିଲା । ଏହାସହ ଐତିହାସିକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିକ୍ରମା ଫଳକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳକ ଉନ୍ମୋଚନ ସହ ପୂରଣ ହୋଇଛି ଦୀର୍ଘ ଶତାବ୍ଦୀର ଆଶା ଆକାଂକ୍ଷା । ଏହି ପ୍ରକଳ୍ପ ଏବେ ଶ୍ରୀଜିଉଙ୍କ ଦର୍ଶନର ଦେବ ଅନନ୍ୟ ଅନୁଭୂତି ।

୩ ଦିନର ମହାଯଜ୍ଞ ପରେ ଲୋକାର୍ପିତ ହୋଇଛି ପରିକ୍ରମା ପ୍ରକଳ୍ପ । ପୌଷ ସପ୍ତମୀରେ ଲେଖାଯାଇଛି ନୂଆ ଅଧ୍ୟାୟ । ଏଥିସହ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ମାର୍ଗ । ଏହାଦ୍ବାରା ଜଗନ୍ନାଥ ଦର୍ଶନ ସହ ପ୍ରଦକ୍ଷିଣ ସହଜ ହେବ । ଲୋକାର୍ପଣ ଉତ୍ସବରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଇଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଥିଲା ।

ଯଜ୍ଞରେ ପୂର୍ଣ୍ଣାହୁତି ପରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ । ନାମ ସଙ୍କୀର୍ତ୍ତନରେ ଫାଟି ପଡ଼ିଥିଲା ବଡ଼ ଦାଣ୍ଡ । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବକୁ ସଦା ସ୍ମରଣୀୟ ରଖିବା ଭଳି ଭବ୍ୟ ଆୟୋଜନ କରାଯାଇଥିଲା । ମନ୍ତ୍ରଧ୍ବନିରେ ମୁଖରିତ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର । ନାମ ସଂକୀର୍ତ୍ତନ ସହ ଭାବଭକ୍ତିରେ ଉଚ୍ଛୁଳି ପଡିଥିଲା ଶଙ୍ଖକ୍ଷେତ୍ର । ଚାରିଦ୍ବାରରେ ଗୁଞ୍ଜରିତ ହୋଇଥିଲା ବେଦଧ୍ବନି । ପରିକ୍ରମା ମାର୍ଗରେ ହୋଇଥିଲା ନାମ ସଂକୀର୍ତ୍ତନ । ଶେଷରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏକ୍ସରେ ଟ୍ରେଣ୍ଡ କରିଛି #SRIJAGANNATHAPARIKRAMA

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ସହ ସାରା ରାଜ୍ୟ ହୋଇଛି ଜଗନ୍ନାଥମୟ । ସୋସିଆଲ୍ ମିଡିଆରେ ମଧ୍ୟ ଲୋକେ କାଳିଆ ସାଆନ୍ତଙ୍କ ଭକ୍ତି ଭାବରେ ତଲ୍ଲୀନ ହୋଇଛନ୍ତି । ଏକ୍ସରେ ଟ୍ରେଣ୍ଡ କରିଛି #SRIJAGANNATHAPARIKRAMA । ସୋସିଆଲ୍ ମିଡିଆରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିପୁତ ପ୍ରଣାମ ଜଣାଉଛନ୍ତି ।

ସୂଚନା ଥାଉକି, ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପ । ଐତିହାସିକ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିକ୍ରମା ଫଳକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳକ ଉନ୍ମୋଚନ ସହ ପୂରଣ ହୋଇଛି ଦୀର୍ଘ ଶତାବ୍ଦୀର ଆଶା ଆକାଂକ୍ଷା । ଏହି ପ୍ରକଳ୍ପ ଏବେ ଶ୍ରୀଜିଉଙ୍କ ଦର୍ଶନର ଦେବ ଅନନ୍ୟ ଅନୁଭୂତି । ୩ ଦିନର ମହାଯଜ୍ଞ ପରେ ଲୋକାର୍ପିତ ହୋଇଛି ପରିକ୍ରମା ପ୍ରକଳ୍ପ । ପୌଷ ସପ୍ତମୀରେ ଲେଖାଯାଇଛି ନୂଆ ଅଧ୍ୟାୟ । ଏଥିସହ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ପରିକ୍ରମା ମାର୍ଗ । ଏହାଦ୍ବାରା ଜଗନ୍ନାଥ ଦର୍ଶନ ସହ ପ୍ରଦକ୍ଷିଣ ସହଜ ହେବ । ଲୋକାର୍ପଣ ଉତ୍ସବରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ । ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଇଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଥିଲା । ଯଜ୍ଞରେ ପୂର୍ଣ୍ଣାହୁତି ପରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ ।