spot_img
Home Blog Page 2237

ବଳଦେବଜୀଉଙ୍କୁ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କେନ୍ଦ୍ରାପଡା: ବଳଦେବଜୀଉ ମନ୍ଦିରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଠାକୁରଙ୍କୁ ଦର୍ଶନ କରିବା ସହ ମନ୍ଦିରର ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ମନ୍ଦିରର ଉନ୍ନତିକରଣ କାମ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ, ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଅଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ ସେ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କେମିତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରୋଲ ମଡେଲ ପାଲଟିଛି ସେନେଇ ଲୋକଙ୍କୁ କହିଥିଲେ। କେନ୍ଦ୍ରାପଡ଼ା ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଛି। ଆଉ ବିପର୍ଯ୍ୟୟ ମୁକାବିଲା କରି ସାରା ବିଶ୍ବରେ ଜାତିସଂଘରେ ସମ୍ମାନିତ ହୋଇଛି ଓଡ଼ିଶା। କେନ୍ଦ୍ରାପଡ଼ାର ବିକାଶ ଲାଗି ଯାହା ଆବଶ୍ୟକ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟର ରୂପାନ୍ତୀକରଣ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତୀକରଣ କରାଯାଇଛି । ଗ୍ରାମାଞ୍ଚଳରେ ଏବେ ସହରର ଘରୋଇ ସ୍କୁଲ ଭଳି ଉନ୍ନତ ଶିକ୍ଷା ପାଇ ପାରୁଛନ୍ତି ଛାତ୍ରଛାତ୍ରୀ। ଓଡ଼ିଶାରେ ୧୦ ହଜାର ଜଗନ୍ନାଥ ମନ୍ଦିରର ରୂପାନ୍ତୀକରଣ ହେଉଛି। ରାଜ୍ୟବାସୀଙ୍କ ହାତ ମୁଠାକୁ ମଜଭୁତ କରିବା ସହ ଓଡିଶାକୁ ସଶକ୍ତ ରାଜ୍ୟ ଭାବେ ଗଠନ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ। କେନ୍ଦ୍ରାପଡ଼ାର ବିକାଶ କଥା ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି। ଏବେ କେନ୍ଦ୍ରାପଡ଼ାବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି।

ଭାରତର ସବୁଠାରୁ ବଡ଼ ଇସ୍ପାତ କାରଖାନା କେନ୍ଦ୍ରାପଡ଼ାକୁ ଆସୁଛି। ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ଆସିଲେ କେନ୍ଦ୍ରାପଡ଼ାର ଚିତ୍ର ବଦଳିବ। କେନ୍ଦ୍ରାପଡ଼ାର ରୂପାନ୍ତୀକରଣ ହେବ। କେନ୍ଦ୍ରାପଡ଼ା ସାରା ଓଡ଼ିଶା ପାଇଁ ଅର୍ଥ ସହ ରୋଜଗାର ଯୋଗାଇବ। ୨୦ ହଜାରୁ ଅଧିକ ଯୁବକ ନିଯୁକ୍ତ ପାଇବେ। ଖାଦ୍ୟ ସୁରକ୍ଷାରେ ଓଡ଼ିଶା ବଳକା ଖାଦ୍ୟ ରାଜ୍ୟ ପାଲଟିଛି। ଏବେ ବାହାର ରାଜ୍ୟକୁ ଓଡ଼ିଶା ଖାଦ୍ୟ ପଠାଉଛି। ବିକାଶର ବାର୍ତ୍ତା ଦେଇ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପରିଚୟ ଦେଇଛନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।

ପ୍ରବଳ ବର୍ଷା ଯୋଗୁଁ ଧୋଇଗଲା ରେଲୱେ ଟ୍ରାକ୍, ଫସିଲେ ୫୦୦ ଯାତ୍ରୀ

ଚେନ୍ନାଇ: ତାମିଲନାଡୁର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଧୋଇଗଲା ରେଳ ଷ୍ଟେସନ। ଯାହାଫଳରେ ପ୍ରାୟ ୫୦୦ ଯାତ୍ରୀ ତାମିଲନାଡୁ ରେଳ ଷ୍ଟେସନରେ ଅଟକି ରହିଛନ୍ତି। ଯାତ୍ରୀମାନେ ତୁତିକୋରିନ ଜିଲ୍ଲାର ଶ୍ରୀଭେକୁନ୍ଟମରେ ଫସି ରହିଛନ୍ତି।

ରିପୋର୍ଟ ଅନୁସାରେ ଷ୍ଟେସନର ଚାରିପଟ ଜଳମଗ୍ନ ହୋଇପଡିଛି । ଟ୍ରାକ୍ ଗୁଡିକ କ୍ଷତିଗ୍ରସ୍ତ ହେବା ଯୋଗୁଁ ଟ୍ରେନ୍ ଚଳାଚଳ କରିପାରୁନାହିଁ। ପ୍ରବଳ ବର୍ଷା ହେତୁ ରେଳ ଟ୍ରାକ୍ ରେ କେବଳ ଲୁହା ରଡ ସହିତ ସିମେଣ୍ଟ ସ୍ଲାବ୍ ଦେଖାଯାଉଛି।

ଷ୍ଟେସନକୁ ଯାଉଥିବା ରାସ୍ତା କ୍ଷତିଗ୍ରସ୍ତ ହେବାଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରୁନାହିଁ । ଏହି ଟ୍ରେନ୍ ତିରୁଚେଣ୍ଡୁରରୁ ଚେନ୍ନାଇ ଯାଉଥିଲା। ଦକ୍ଷିଣ ରେଳବାଇର ବିବୃତ୍ତି ଅନୁଯାୟୀ,, “ଯାତ୍ରୀମାନେ ନିରାପଦରେ ଅଛନ୍ତି। ଏନଡିଆରଏଫ୍ ଟିମ୍ ଷ୍ଟେସନରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି।

ତେବେ ପ୍ରବଳ ବର୍ଷା ଯୋଗୁଁ କନ୍ୟାକୁମାରୀ, ଥୁଥୁକୁଡି, ତେନକାସୀ ଏବଂ ତିରୁନେଲଭେଲି ଆଦି ୪ ଦକ୍ଷିଣ ଜିଲ୍ଲାର ପ୍ରଭାବିତ ହୋଇଛି।

ଚୀନ କେବେ ଭୁଲିବନି ଗଲବାନର ଜବାବ: ପୂର୍ବତନ ସେନା ମୁଖ୍ୟ

ନୂଆଦିଲ୍ଲୀ: ଗଲବାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଉତ୍ତେଜନାକୁ କେବେ ଭୁଲି ହେବନି। ଏହି ଘଟଣାରେ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲେ। ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ତାଙ୍କ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ସି ଜିନପିଙ୍ଗ ଜୁନ୍ ୨୦୨୦ ମସିହା ଜୁନ୍ ୧୬ ତାରିଖକୁ କେବେବି ଭୁଲି ପାରିବେ ନାହିଁ । କାରଣ ଏହି ଦିନ ଚୀନ ସେନାକୁ ମୁହଁତୋଡ ଜବାବ ଦେଇଥିଲା ଭାରତୀୟ ସେନା । ଚୀନର ବିସ୍ତାରବାଦୀ ନୀତିକୁ ଦୃଢ ଭାବେ ପ୍ରତ୍ୟାଖାନ କରି ଦୃଢ ଜବାବ ଦେଇଥିଲା ଭାରତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନେପାଳ ଏବଂ ଭୁଟାନ ପରି ଛୋଟଛୋଟ ପଡ଼ୋଶୀମାନଙ୍କୁ ଚୀନ ବିସ୍ତାରବାଦୀ ନୀତି ଆପଣାଇ ଡରାଇବାରେ ଲାଗିଥାଏ ।

ନରୱଣେ ଙ୍କ କାର୍ଯ୍ୟକାଳ ସମୟରେ ଚୀନ୍ ଦ୍ୱାରା ଅନେକ ଥର ଅନୁପ୍ରବେଶ ପାଇଁ ଉଦ୍ୟମ ହୋଇଥିଲା। ଏହି କାରଣରୁ ପୂର୍ବତନ ମୁଖ୍ୟ ଜେନେରାଲ ନରୱଣେଙ୍କ ଅଧିକାଂଶ କାର୍ଯ୍ୟକାଳ ସୀମା ବିବାଦର ମୁକାବିଲା ମଧ୍ୟରେ ଗତି କରିଥିଲା । ସେ ସୀମା ଅଞ୍ଚଳରେ ଅନେକ ବଡ଼ ପରିବର୍ତ୍ତନ କରିଥିଲେ। ତାଙ୍କ ସମୟରେ ସୀମା ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

 

ପୁଣି ଦୁଲୁକିବ ରାଜଧାନୀ, ଝୁମିବେ ଜନତା

ଭୁବନେଶ୍ୱର: ଚଳିତ ବର୍ଷର ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପଥୋତ୍ସବ। ଦୁଲୁକିବ ରାଜଧାନୀ, ଝୁମିବେ ଜନତା। ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ରାଜଧାନୀବାସିନ୍ଦା। ମାଷ୍ଟର କ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ  ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଞ୍ଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ଵିତୀୟ ମଞ୍ଚ ନିର୍ମାଣ ହେବାକୁ  ବୈଠକରେ ନିଷ୍ପତି ହୋଇଛି।

ଚଳିତ ବର୍ଷ ୩ଗୋଟି ଜୋନ୍‌ରେ ଏହି ପଥୋତ୍ସବ ଅନୁଷ୍ଠିତ ହେବ। ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍‌ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍‌ଜି ଏଥିରେ ଅଂଶ ଗ୍ରହଣ କରିବେ।

ବିଗତ ବର୍ଷଗୁଡିକ ଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥୋତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ବିଶେଷ କରି ଓଡ଼ିଆ ଭାଷା ସଂସ୍କୃତି ଧ୍ୟାନ ଦିଆଯିବାର ଲକ୍ଷ୍ୟ ରଖିଚି ବିଏମସି। ଏହି ପଥୋତ୍ସବକୁ ସୂଚାରରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନରେ ପଥଉତ୍ସବ ଅନୁଷ୍ଠିତ ହେବ। ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍‌ରେ ଅନୁଷ୍ଠିତ ହେବ।

ସଂସଦର ସୁରକ୍ଷା ତ୍ରୁଟି, ଆଉ ୩୩ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ନେଇ ହୋହଲ୍ଲା ପ୍ରସଙ୍ଗ । ଆଉ ୩୩ ଲୋକସଭା ସାଂସଦ ହେଲେ ସସପେଣ୍ଡ । ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଚଳିତ ଶୀତ ଅଧିବେଶନର ଅବଶିଷ୍ଟ ଦିନଗୁଡିକ ଲାଗି ଏହି ସାଂସଦମାନଙ୍କୁ ସସପେଣ୍ଡ କରାଯାଇଛି । ଲୋକସଭାରେ ସୁରକ୍ଷା ତ୍ରୁଟି କାରଣକୁ ନେଇ ଗତ କିଛି ଦିନ ଧରି ଚାଲିଛି ବିରୋଧୀଙ୍କ ହଙ୍ଗାମା ।

ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ବିବୃତି ଦାବି କରି ସାଂସଦମାନେ ହଙ୍ଗାମା ଜାରି ରଖିଥିଲେ । ସସପେଣ୍ଡ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି କଲ୍ୟାଣ ବାନାର୍ଜୀ, ଏ. ରାଜା, ଦୟାନିଧି ମାରାନ, ଟି.ଆର. ବାଲୁଙ୍କ ସମେତ ୩୩ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ଗତ ୧୩ ତାରିଖରେ ଦୁଇ ଯୁବକ ସଂସଦ ଭିତରେ ପ୍ରବେଶ କରି ଧୂଆଁ ଛାଡିବା ପ୍ରସଙ୍ଗକୁ ନେଇ ତଥା ସଂସଦର ସୂରକ୍ଷା ତ୍ରୁଟି ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରୁଛନ୍ତି ।

ପୂର୍ବରୁ ୧୪ ସାଂସଦଙ୍କୁ ଲୋକସଭା ବାଚସ୍ପତି ସସପେଣ୍ଡ କରିଥିବାବେଳେ ସେମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

କେନ୍ଦ୍ରାପଡ଼ାରେ ବିକାଶର ସମୀକ୍ଷା କଲେ 5T ଅଧ୍ୟକ୍ଷ, କହିଲେ ପ୍ରତିଶ୍ରୁତି ପାଳନ ପାଇଁ ଚାଲିଛି କାମ

କେନ୍ଦ୍ରାପଡା: ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ରାଜନଗର ବ୍ଲକ କେରେଡାଗଡ଼ରେ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଜନତାଙ୍କୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।୬୦ ଦିନ ଭିତରେ ଆରମ୍ଭ ହେଲା ସେତୁ କାମ । ନିର୍ଦ୍ଧାରିତ ସମୟ ଆଗରୁ କାମ ସାରିବାକୁ ଲକ୍ଷ୍ୟ ରହିଛି ।

ସାତଭାୟା ପାଇଁ ୨୨.୫୦ କୋଟି ମଂଜୁର ହୋଇଛି । ବାୟାବାବା ମଠ ପାଇଁ ୪.୯୫ କୋଟି । ଜଗନ୍ନାଥ ମନ୍ଦିର ପାଇଁ ୩.୩ କୋଟି ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରୁ ୧୧.୭୫ କୋଟି ମଂଜୁର । ୬ ମାସରେ ରାଜନଗର ୧୩୫ କୋଟି ପାଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ୍‌ରେ ସ୍ପେଶାଲ କ୍ରାଇମ ୟୁନିଟ୍

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ସ୍ପେଶାଲ କ୍ରାଇମ ୟୁନିଟ । ନିଶା ବେପାରୀଙ୍କ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ । ଭୁବନେଶ୍ବର ସିଆରପି ଛକରୁ ୬୬୦ ଗ୍ରାମ ବ୍ରାଉନସୁଗର ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି । ସିଆରପି ଫ୍ଲାଏ ଓଭର ନିକଟରେ ଏକ ପିକ ଅପ ବୋଲେରୋ ସାହାଯ୍ୟରେ ସେମାନେ ବ୍ରାଉନସୁଗାର ଚାଲାଣ କରୁଥିଲେ । ମୁଖ୍ୟତଃ ଏମାନେ ମାଛ ବେପାର ଜରିଆରେ ପାଉଡର ଡିଲ କରୁଥିଲେ ।

ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ବିଭିନ୍ନ କ୍ଲବ ଓ ପବରେ ନିଶା ଡିଲ କରିବାର ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ । ମେ’ ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ସଫଳତାର ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଏ ପର୍ଯ୍ୟନ୍ତ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଚଳିତ ବର୍ଷ ଜବତ କରାଯାଇଛି । ୬୧ କେସ ଭୁବନେଶ୍ୱର ୟୁପିଡ଼ିରେ ରୁଜୁ କରାଯାଇଛି । ହ୍ବାଇଟ୍ ସ୍ପାଇଡର ଅପରେଶନକୁ ବ୍ୟାପକ କରାଯାଇଛି । ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ଲଢ଼େଇ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ଲଢ଼େଇ । T-35ର ଏକ ମହାବଳ ବାଘ ସହିତ T-31ର ବାଘର ଲଢ଼େଇ ହୋଇଛି । ମହାବଳ ବାଘର ମୁଣ୍ଡରେ ଏକ କଳାରଙ୍ଗର ଚିହ୍ନ ରହିଛି । ଜଙ୍ଗଲରେ ଆଧିପତ୍ୟ ବିସ୍ତାର ପାଇଁ ମହାବଳ ବାଘଙ୍କ ମଧ୍ୟରେ ହୁଏ ଲଢ଼େଇ । ନିଜସ୍ୱ ଅଞ୍ଚଳ ପାଇଁ ଲଢେଇ ହୋଇଥିବା କୁହାଯାଇଛି। ଶିମିଳିପାଳରେ ଦୁଇ ବାଘଙ୍କ ଲଢ଼େଇର ଦୃଶ୍ୟ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ୱିଟରେ ଛଡ଼ାଯାଇଛି। ସ୍ଥିତି ଉପରେ ନଜର ରଖାଯାଇଛି। ଶିମିଳିପାଳରେ ଏବେ ୩୫ମହାବଳ ଅଛନ୍ତି। ଏବେ ଚାଲିଥିବା ବାଘ ଗଣନା ବେଳେ କ୍ୟାମେରା ଟ୍ରାପରୁ ଏହା ଜଣାପଡ଼ିଥିବା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଜାନୁଆରୀ ୧୫ପରେ ରାଜ୍ୟର ବାଘ ଗଣନା ରିପୋର୍ଟ ଆସିଲେ ଚିତ୍ର ସ୍ପଷ୍ଟ ହେବ। । ବିଶ୍ବରେ ଏହି ବିରଳ କଳାବାଘ ସଂଖ୍ୟା ୧୦ । ସେଥିମଧ୍ୟରୁ ଶିମିଳିପାଳରେ ଅଛନ୍ତି ୨  ବିରଳ କଳାବାଘ ।

ଦୁଲୁକିବ ରାଜଧାନୀ, ଆସନ୍ତା ୨୪ ତାରିଖରୁ ପଥ ଉତ୍ସବ ଆରମ୍ଭ

ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଦୁଲୁକିବ ରାଜଧାନୀ, ଝୁମିବେ ଜନତା । ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ରାଜଧାନୀବାସିନ୍ଦା । ମାଷ୍ଟର କ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଂଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ଵିତୀୟ ମଂଚ ନିର୍ମାଣ ହେବାକୁ  ବୈଠକରେ ନିଷ୍ପତି ହୋଇଛି ।ଚଳିତ ବର୍ଷ ୩ଗୋଟି ଜୋନ୍‌ରେ ଏହି ପଥ ଉତ୍ସବ ଅନୁଷ୍ଠିତ ହେବ।

ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍‌ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍‌କି ଏଥିରେ ଅଂଶ ଗ୍ରହଣ କରିବେ । ବିଗତ ବର୍ଷଗୁଡିକ ଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ  ବିଶେଷ କରି ଓଡ଼ିଆ ଭାଷା ସଂସ୍କୃତି ଧ୍ୟାନ ଦିଆଯିବାର ଲକ୍ଷ୍ୟ ରଖିଚି ବିଏମ୍ସି । ଆସନ୍ତା ୨୪ ତାରିଖ ରବିବାର ଅର୍ଥାତ୍ ବଡଦିନ ପୂର୍ବରୁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହେବ । ଏହି ପଥୋତ୍ସବକୁ ସୂଚାରରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଜୋନରେ ପଥଉତ୍ସବ ଅନୁଷ୍ଠିତ ହେବ । ଏବଂ ଜାନୁଆରୀ ୭ ଏବଂ ୨୧ ତାରିଖରେ ଅନ୍ୟ ଦୁଇଟି ଜୋନ୍‌ରେ ଅନୁଷ୍ଠିତ ହେବ ।

ଏକ କେଜି ସୁନା ଏବଂ ୭ କିଲୋ ରୁପାରେ ତିଆରି ହୋଇଛି ରାମ ମନ୍ଦିରର ପାଦୁକା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଆସନ୍ତା ଜାନୁୟାରୀ ୨୨ ତାରିଖ ୨୦୨୪ରେ ପ୍ରତିଷ୍ଠା ହେବାକୁ ଯାଉଛି । ସାରା ଦେଶରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରାମ ମନ୍ଦିରରେ ରହିବାକୁ ଥିବା ରାମଙ୍କ ପାଦୁକା ଏକ କେଜି ସୁନା ଏବଂ ୭ କିଲୋ ରୁପାରେ ନିର୍ମାଣ କରାଯାଇଛି । ଯାହାକି ଏବେ ସାରା ଦେଶରେ ଭ୍ରମଣ କରାଯାଉଛି । ଜାନୁୟାରୀ ୧୯ ତାରିଖରେ ଏହା ଅଯୋଧ୍ୟାରେ ପହଞ୍ଚିବ। ତେବେ ଏହି ମୂଲବାନ ପାଦୁକାଟି ହାଇଦ୍ରାବାଦର ଶ୍ରୀଚାଲା ଶ୍ରୀନିବାସ ଶାସ୍ତ୍ରୀ ପ୍ରସ୍ତୁତ କରିଛନ୍ତି । ଗତ ରବିବାର ଏହି ପାଦୁକା ରାମେଶ୍ବର ଧାମରୁ ଅହମ୍ମଦାବାଦ ଅଣାଯାଇଥିଲା । ପ୍ରଥମେ ଏହି ପାଦୁକାକୁ ତିରୁପତିଙ୍କ ମନ୍ଦିରକୁ ନିଆଯାଇଥିବାବେଳେ ଏହାପରେ ଦ୍ବାରିକା ଏବଂ ବଦ୍ରିନାଥ ଧାମକୁ ନିଆଯିବ । ସେପଟେ ରାମ ମନ୍ଦିରର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଡିସେମ୍ବର ଶେଷସୁଦ୍ଧା କାମ ସରିବା ପାଇଁ ଯୋଜନା କରାଯାଇଛି । ଏଥିପାଇଁ ଜୋରଦାର କାମ ଚାଲୁଥିବାବେଳେ ଭକ୍ତଙ୍କ ଭାବାବେଗ ମଧ୍ୟ ବଢ଼ିବାରେ ଲାଗିଛି । ଶ୍ରୀରାମଙ୍କ ଏହି ମୂଲ୍ୟବାନ ପାଦୁକା ଦେଖିବା ପାଇଁ ଭକ୍ତମାନେ ଚାହିଁ ରହିଛନ୍ତି ।