spot_img
Home Blog Page 2242

ଡକ୍ଟର ବି.ଆର. ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଡକ୍ଟର ବାବା  ସାହେବ  ଭୀମରାଓ  ଆମ୍ବେଦକରଙ୍କ  ନାମରେ  ନାମିତ ହେବ ଭୁବନେଶ୍ବର  ବରମୁଣ୍ଡା  ବସଷ୍ଟାଣ୍ଡ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବେଦକରଙ୍କ  ଜୀବନ ଓ  ଆଦର୍ଶକୁ  ନେଇ କରାଯିବ ସ୍ଵତନ୍ତ୍ର ଗ୍ୟାଲେରୀ। ଭାରତୀୟ  ସମ୍ବିଧାନର ଜନକ ତଥା  ସାମାଜିକ  ନ୍ୟାୟର  ମହାନ୍ ପ୍ରବକ୍ତା  ଡକ୍ଟର ଆମ୍ବେଦକର । ଏନେଇ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ ଆମ୍ବେଦକରଙ୍କ ନାମରେ  ନାମିତ ହେବ। ଆଜି  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ଏହା  ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି । ଏବେ  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ  ଭୀମ ରାଓ ଆମ୍ବେଦକର ବସ  ଟର୍ମିନାଲ ଭାବରେ  ପରିଚିତ  ହେବ। ଡକ୍ଟର  ଆମ୍ବେଦକର  ଜଣେ  ଦୂରଦର୍ଶୀ ନେତା  ଓ ସମର୍ପିତ  ସମାଜ  ସଂସ୍କାରକ  ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦଳିତ ନିଷ୍ପେଶିତଙ୍କ  ପାଇଁ  ସେ  ଥିଲେ  ଆଶାର  ଆଲୋକ । ଏକ ନ୍ୟାୟ ପୂର୍ଣ  ସମାଜ  ଗଠନ ପାଇଁ  ସେ  ସାରା ଜୀବନ  କାମ  କରିଯାଇଛନ୍ତି । ଦେଶ ଗଠନରେ ତାଙ୍କର  ମହାନ୍  ଅବଦାନ  ଓ  ଆଦର୍ଶ ବିଷୟରେ  ଜନସାଧାରଣ ଙ୍କୁ  ସଚେତନ କରିବା  ପାଇଁ  ଡକ୍ଟର ବାବାସାହେବ ଆମ୍ବେଦକର  ବସଷ୍ଟାଣ୍ଡରେ ୯୦୦  ବର୍ଗ ଫୁଟ  ଅଞ୍ଚଳରେ  ଏକ  ସ୍ଵତନ୍ତ୍ର  ଗ୍ୟାଲେରୀ  ନିର୍ମାଣ  କରାଯିବ। ଡିଜିଟାଲ  ଜ୍ଞାନକୌଶଳ  ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ  ଜୀବନୀ ଓ  ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ  କରାଯିବ। ଭାରତୀୟ  ସମ୍ବିଧାନର  ଏକ  ନକଲ  ସହିତ  ବାବା ସାହେବ ଦ୍ଵାରା  ବ୍ୟବହୃତ  ବିଭିନ୍ନ  ଜିନିଷ  ମଧ୍ଯ ଏଠାରେ  ପ୍ରଦର୍ଶିତ ହେବ ।

 

ନିର୍ବାଚନରେ ଶିଶୁଙ୍କ ବ୍ୟବହାରକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନରେ ଶିଶୁଙ୍କ ବ୍ୟବହାରକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି କରିଛନ୍ତି । ଏ ଦିଗରେ କମିଶନ ଶୁନ୍ୟ ସହନଶିଳତା ନୀତି ଆପଣାଇବା ସହ ଗାଇଡଲାଇନର ଉଲଂଘନ କରାଗଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ସମୟରେ କୈଣସି ପ୍ରକାର ସ୍ଲୋଗାନ, କ୍ୟାମ୍ପେନ ରାଲି କିମ୍ବା ନିର୍ବାଚନୀ ସଭାରେ ଶିଶୁଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ । ଏନେଇ ରାଜନୈତିକ ଦଳ, ନେତୃତ୍ବ ଓ ପ୍ରାର୍ଥୀମାନେ ସର୍ତକ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚାର ସମୟରେ ପ୍ରାର୍ଥୀମାନେ କୋଳରେ କିମ୍ବା ନିଜ ଗାଡିରେ ପିଲାଙ୍କୁ ନେଇପାରିବେ ନାହିଁ । କୌଣସି ରାଜନୈତିକ କ୍ୟାମ୍ପେନରେ ଶିଶୁଙ୍କୁ ପ୍ରତିକ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଗତ ୨୦୧୪ ଅଗଷ୍ଠ ମାସରେ ବମ୍ବେ ହାଇକୋର୍ଟ ଦେଇଥିବା ଏକ ରାୟ ଆଧାରରେ ନାବାଳକ ଶିଶୁଙ୍କୁ ରାଜନୈତିକ କ୍ୟାମ୍ପେନରେ ବ୍ୟବହାର କରିବା ନେଇ ଏଭଳି କଟକଣା ଜାରି କରାଯାଇଛି । କମିଶନ ସବୁ ନିର୍ବାଚନ ଅଧିକାରୀଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣି ଅଫିସର ମାନେ ବ୍ୟକ୍ତିଗତ ଭାବେ ଏହି ଗାଇଡଲାଇର ଅନୁପାଳନକୁ ସୁନିଶ୍ଚିତ କରିବେ ।

ମ୍ୟାଚ୍ ବିଜୟ ପରେ ମଧ୍ୟ ରାଗିଲେ ଦ୍ରାବିଡ୍, ଖେଳାଳିଙ୍କୁ ଦେଲେ ଏଭଳି ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଭାରତ ଜିତିବା ସହ ସିରିଜକୁ ୧-୧ରେ ବରାବର କରିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ ଭାରତ-ଇଂଲଣ୍ଡ । ପ୍ରଥମ ୨ଟି ମ୍ୟାଚ ପାଇଁ ଦଳ ଘୋଷଣା ହୋଇଥିଲା । ଏବେ ବାକି ୩ ମ୍ୟାଚ ପାଇଁ ଦଳ ଘୋଷଣା ହୋଇନାହିଁ । ଏଣୁ ଏହି ତିନି ମ୍ୟାଚରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ହେଉଛି । ବିଜୟ ପରେ ମଧ୍ୟ ଦ୍ରାବିଡ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି । ଯୁବ ଖେଳାଳିଙ୍କୁ କହିଛନ୍ତି କି, ଯେଭଳି ସେମାନେ ବାକି ୩ ଟେଷ୍ଟ ପାଇଁ ସିଲେକ୍ସନ ହୁଅନ୍ତି । ସେପଟେ ବିଜୟ ପରେ ଅନୁଷ୍ଠିତ ହୋଇଥିବା ପ୍ରେସମିଟରେ ଗଣମାଧ୍ୟମ ପ୍ରତିନିଧିମାନେ ଇଶାନଙ୍କ ବିଷୟରେ ପଚାରିଥିଲେ । ଦଳକୁ ସେ ପୁଣିଥରେ ଫେରିବେ କି? ଏହାର ଉତ୍ତରରେ ଦ୍ରାବିଡ କହିଥିଲେ କି, ସେ ଦଳକୁ ଫେରିବା ପାଇଁ ହେଲେ ପ୍ରଥମେ ଘରୋଇ କ୍ରିକେଟରେ ପରୀକ୍ଷା ଦେବାକୁ ପଡ଼ିବ । ବିସିସିଆଇ ତାଙ୍କ ଉପରେ ନଜର ରଖିଛି । ସେ ଛୁଟି ମାଗିଥିଲେ ତାଙ୍କୁ ଦିଆ ହୋଇଛି । ମାତ୍ର ଯଦି ସେ ଦଳକୁ ଫେରିବାକୁ ଚାହିଁବେ ତାହେଲେ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ ।

ଏବେ ରଜଜୀ ଟ୍ରଫି ଚାଲିଥିବାବେଳେ ଇଶାନ ଝାଡ଼ଖଣ୍ଡ ପକ୍ଷରୁ କୌଣସି ମ୍ୟାଚ ଖେଳିନାହାନ୍ତି । ପୂର୍ବରୁ ମଧ୍ୟ ସମାନ କଥା କହିଥିଲେ ଦ୍ରାବିଡ । ତେବେ ଇଶାନ କଣ ପୁଣିଥରେ ରଣଜୀ ଖେଳିବେ କି? ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । କହି ରଖୁଛୁ କି, ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ପୂର୍ବରୁ ନିମ ନାମକୁ ପ୍ରତ୍ୟାହାର କରିଥିଲେ ଇଶାନ । ବାରମ୍ବାର ଦଳରେ ସ୍ଥାନ ପାଉଥିଲେ ସୁଦ୍ଧା ଖେଳିବାର ସୁଯୋଗ ନମିଳିବାରୁ ସେ ଜାଣିଶୁଣି ଫେରିଆସିଥିଲେ ବୋଲି କୁହାଯାଉଛି । ଯାହାକୁ ନେଇ ଦ୍ରାବିଡ ତାଙ୍କ ଉପରେ ରାଗିଥିଲେ । ନିକଟରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ତାଙ୍କୁ ଟିମରେ ସାମିଲ କରାଯାଇନଥିଲା ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ନିର୍ମାଣ ହେବ ୩ଟି ବିଜୁସେତୁ

ଢ଼େଙ୍କାନାଳ: ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ନିର୍ମାଣ ହେବ ୩ଟି ବିଜୁସେତୁ । ୧୧ କୋଟି ଟଙ୍କା ବ୍ୟୟରେ ୩ଟି ପଞ୍ଚାୟତରେ ଏସବୁ ସେତୁ ନିର୍ମାଣ ହେବ। ଏଥିପାଇଁ ଶିଳାନ୍ଯାସ କରାଯାଇଛି। ସେତୁ ନିର୍ମାଣ ଫଳରେ ଗମନାଗମନରେ ସୁବିଧା ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

ପ୍ରତିଶ୍ରୁତି ପୂରଣ କଲେ ରାଜ୍ୟ ସରକାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୩ଟି ପଞ୍ଚାୟତରେ ନିର୍ମାଣ ହେବ ୩ଟି ବିଜୁସେତୁ। ବାରୁଆ ପଞ୍ଚାୟତର ଧନେଇନାଳୀ ନାଳ, ଗଡ଼ ନୃସିଂହପ୍ରସାଦ ପଞ୍ଚାୟତର ମୁରୁଗା ନାଳ ଏବଂ ମହୁଲପାଳ ପଞ୍ଚାୟତର ରଙ୍ଗମାଟିଆ ନାଳ ଉପରେ ବିଜୁୃସେତୁ ନିର୍ମାଣ ହେବ । ଏଥିପାଇଁ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶିଳାନ୍ଯାସ କରିଛନ୍ତି । ୩ଟି ସେତୁ ପାଇଁ ୧୧ କୋଟି ଟଙ୍କା ବ୍ଯୟ ଅଟକଳ କରାଯାଇଛି ।

୧ ବର୍ଷ ମଧ୍ଯରେ ସେତୁ ନିର୍ମାଣ ଶେଷ କରିବାକୁ ଲକ୍ଷ୍ଯ ରଖାଯାଇଛି। ପୂର୍ବରୁ ସେତୁ ନଥିବାରୁ ଗମନାଗମନ ପାଇଁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅଧିକାଂଶ ଚାଷୀଙ୍କ  ଚାଷଜମି ନାଳ ଆରପଟେ ଥିବାରୁ ବର୍ଷାଦିନେ ନାଳରେ ପାଣି ଆସିଲେ ଜମିକୁ ଯିବା ଆସିବା ପାଇଁ ଅସୁବିଧା ହେଉଥିଲା । ଏବେ ସମସ୍ଯା ସମାଧାନ ହେବାକୁ ଯାଉଛି । ସେତୁ ନିର୍ମାଣ ହେଲେ ଗମନାଗମନ ସୁଗମ ହେବା ସହ ଅଞ୍ଚଳର ବିକାଶ ବିକାଶ ହେବ। ଏଥିପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଅଞ୍ଚଳବାସୀ କୃୃତଜ୍ଞତା ଓ  ଧନ୍ଯବାଦ ଜଣାଇଛନ୍ତି ।

ଜେଲରେ ୬୩ ଜଣ କଏଦୀ ଏଡସ ସଂକ୍ରମିତ

ନନ୍ଦିଘୋଷ ବ୍ୟୁରୋ:  ଉତ୍ତରପ୍ରଦେଶ ଲକ୍ଷ୍ନୌ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଲକ୍ଷ୍ମୌ ଜିଲ୍ଲା ଜେଲରୁ ୬୩ ଜଣ କଏଦୀ ଏଚଆଇଭି ସଂକ୍ରମିତ ବା ଏଡସରେ ପୀଡିତ ଥିବା ଜଣାପଡ଼ିଛି। ଲକ୍ଷ୍ମୌ ଜିଲ୍ଲା ଜେଲର ଅଧ୍ୟକ୍ଷକ ଆଶିଷ ତିୱାରୀଙ୍କ ସୂଚନା ଅନୁସାରେ, ଜେଲକୁ ଯେଉଁ କଏଦୀମାନେ ନୂଆ ଆସିଥାଆନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ଏହି ପରୀକ୍ଷା ମଧ୍ୟରେ ଏଚଆଇଭି ପରୀକ୍ଷା ବି କରାଯାଇଥାଏ। ଯାହାର ଟେଷ୍ଟିଂ କିଟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଉପଲବ୍ଧ କରାଯାଇଥାଏ।କିନ୍ତୁ ୨୦୨୩ ଅଗଷ୍ଟ ପରେ ଟେଷ୍ଟିଂ କିଟ ଶେଷ ହୋଇଯାଇଥିଲା।  ଯେଉଁ କାରଣରୁ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ଜେଲକୁ ଆସିଥିବା

ନୂଆ କଏଦୀଙ୍କ ଏଚଆଇଭି ପରୀକ୍ଷା ହୋଇ ପାରି ନଥିଲା। ଏହାପରେ ଡିସେମ୍ବର ମାସ‌ରେ ବଡ଼ କ୍ୟାମ୍ପର ଆୟୋଜନ କରାଯାଇ କଏଦୀଙ୍କ ଏଚଆଇଭି ପରୀକ୍ଷା କରାଯାଇଥିଲା।  ଏଥିରେ ଲକ୍ଷ୍ମୌ ଜେଲର ୩୬ଜଣ କଏଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ପରେ ଆଉ ୨୭ ଜଣ ପଜିଟଭ୍ ଥିବା ଜଣାପଡ଼ିଲା। ଏମିତି ମୋଟ୍ ୬୩ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଚଆଇଭି ସଂକ୍ରମିତ ଚିହ୍ନଟ କଏଦୀଙ୍କ ମଧ୍ୟରୁ ଅଧିକାଂଶ କଏଦୀ  ନିଶା ଓ ସିରିଞ୍ଜ ମାଧ୍ୟମରେ ନିଶା କରୁଥିବା ଜଣାପଡ଼ିଛି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କଏଦୀଙ୍କ ତୁରନ୍ତ ଚିକିତ୍ସା କରାଯାଇ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଏ ସମସ୍ତ କଏଦୀ କିଭଳି ଏଚ୍‌ଆଇଭିରେ ସଂକ୍ରମିତ ହେଲେ ସେ ନେଇ ଯାଞ୍ଚ ଚାଲିଛି।

ମାନବ ଆଗରୁ ରୋବଟକୁ ମହାକାଶରେ ପହଞ୍ଚାଇବ ଇସ୍ରୋ

ନନ୍ଦିଘୋଷ ବ୍ୟୁରୋ: ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବାବେଳେ ଭାରତୀୟଙ୍କ ଗର୍ବର ବିଷୟ ପାଲଟିଛି । ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଇସ୍ରୋର ଆଗାମୀ ମିଶନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଇସ୍ରୋ ପକ୍ଷରୁ ମହାକାଶର ଅନ୍ତରୀକ୍ଷକୁ ପ୍ରଥମ ମହିଳା ରୋବଟ ଯିବ । ଏହି ମହିଳା ରୋବଟର ନାମ ହେଉଛି ଭେମମିତ୍ର । ଏହି ମହିଳା ରୋବଟକୁ ପଠାଇବା ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହି ଭୋମମିତ୍ର ଦୁଇଟି ଅର୍ଥରୁ ଆସିଛି । ଗୋଟିଏ ହେଉଛି ଭୋମ ଏବଂ ଅନ୍ୟଟି ମିତ୍ର । ଭୋମର ଅର୍ଥ ହେଉଛି ସ୍ପେସ ଏବଂ ମିତ୍ରର ଅର୍ଥ ହେଉଛି ବନ୍ଧୁ । ଏହାର ଅର୍ଥ ହେଉଛି ମହାକାଶର ବନ୍ଧୁ ।

ସେପଟେ ଇସ୍ରୋର ଗଗନଯାନ ମିଶନକୁ ନେଇ ଯଦି କହିବା ତାହେଲେ ଏହା ହେଉଛି ପ୍ରଥମ ମାନବକୃତ୍ୟ ମିଶନ । ଏହି ରୋବଟକୁ ମଣିଷର ରୂପ ଦିଆଯାଇଛି । ଏହି ରୋବଟର ଅଙ୍ଗ ପ୍ରତ୍ୟଙ୍ଗ ଅବିକଳ ମଣିଷ ଭଳି ହୋଇଛି । ପ୍ରଥମ ରୋବଟ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ମହାକାଶଚାରମାନେ ଯିବେ । ଏହି ରୋବଟଟି ଅପଡେଟ ଭର୍ସନ ହୋଇଥିବାବେଳେ ସମସ୍ତ ପ୍ରଶ୍ନର ଉତ୍ତର ଦେବାର ସକ୍ଷମ ମଧ୍ୟ ରହିଛି । ଏହା ବୈଜ୍ଞାନିକଙ୍କ ସହ କଥାବାର୍ତ୍ତା କରିବା ସହ ଅପଡେଟ ମଧ୍ୟ ଦେବ ।

ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ଆର ପିନିତୀଙ୍କ ବିରୋଧରେ ଚାର୍ଜସିଟ୍

ନନ୍ଦିଘୋଷ ବ୍ୟୁରୋ: ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲାରେ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି । ଆଉ ଏହି ଚାର୍ଜସିଟ୍ ଦାଖଲ ହୋଇଛି ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ଆର ପିନିତୀଙ୍କ ବିରୋଧରେ । ଏହି ଚର୍ଚ୍ଚିତ ୟୁଟ୍ୟୁବର ଜଣଙ୍କ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ନା ଦୀପ୍ତି ଆର ପିନିତୀ । ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟୋଜିତ ବୋଲି ଦୀପ୍ତି ଆର ପିନିତୀ ଦାବି କରିଛନ୍ତି । ଆଉ ସେ ଏକ ଦସ୍ତାବିଜ ଦେଖାଇଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ସୁପ୍ରିମକୋର୍ଟଙ୍କ ସମ୍ବନ୍ଧୀୟ ଦସ୍ତାବିଜ ରହିଥିଲା । ଏହି ମାମଲାରେ ଭାରତ ଏବଂ ୟୁଏଇ ସରକାର ମଧ୍ୟରେ ଭିତିରିଆ ବୁଝମଣା ରହିଛି । ଏବଂ ଏହି ମୃତ୍ୟୁର ଅସଲ ଉଦ୍ଦେଶ୍ୟକୁ ଚପାଇ ଦିଆଯାଉଛି ବୋଲି ଦାବି କରିଥିଲେ ୟୁଟ୍ୟୁବର ଜଣଙ୍କ । ଏହାକୁ ନେଇ ମୁମ୍ବାଇର ଆଇନଜୀବୀ ଚାନ୍ଦନି ଶାହ ଗତବର୍ଷ ଆପତି କରିଥିଲେ । ଆଇନଜୀବୀ ଜଣଙ୍କ ୟୁଟ୍ୟୁବର ଦୀପ୍ତୀ ଏବଂ ତାଙ୍କ ଆଇନଜୀବୀ ଭାରତ ସୁରେଶ କାମାଥଙ୍କ ନାମରେ ଅଭିଯୋଗ କରିଥିଲେ । ପରେ ସିବିଆଇ ଉଭୟଙ୍କ ନାମରେ ମାମଲା ରୁଜୁ କରିଛି ।

ସିବିଆଇ ହୃଦବୋଧ କରିଛି ଯେ ଶ୍ରୀଦେବୀ ମୃତ୍ୟୁ ମାମଲାରେ ଦୀପ୍ତୀ ଯେଉଁ ଦସ୍ତାବିଜ ଦର୍ଶାଇଛନ୍ତି ତାହା ନକଲି ଅର୍ଥାତ୍ ଜାଲ୍ । ହେଲେ ଦୀପ୍ତୀ ଜାତୀୟ ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସିବିଆଇ ତାଙ୍କ ବୟାନ ରେକର୍ଡ କରି ନାହିଁ । ଚାର୍ଜସିଟକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଚାର୍ଜଫ୍ରେମ୍ ବେଳେ ସେ କୋର୍ଟଙ୍କୁ ଆବଶ୍ୟକ ପ୍ରମାଣ ଦେବେ ବୋଲି କହିଛନ୍ତି । ଯେଉଁ ସରକାର ବିରୋଧରେ ଅଭିଯୋଗ ଆସିଛି ତାକୁ ସୁରକ୍ଷା ଦେବାକୁ ଯାଇ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି ବୋଲି ଦୀପ୍ତୀ ଅଭିଯୋଗ କରିଛନ୍ତି । ଏହି ମାମଲାରେ ସିବିଆଇ ଗତବର୍ଷ ଡିସେମ୍ବର ୨ରେ ରେ ରେଡ୍ କରିଥିଲା । ୟୁଟ୍ୟୁବର ଦୀପ୍ତୀଙ୍କ ବାସଭବନରେ ଚଢାଉ କରି ମୋବାଇଲ୍ ଏବଂ ଲାପଟପ୍ ଜବତ କରିଥିଲା ।

ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ । ଏହାପୂର୍ବରୁ ବିଜେଡିର ବିଧାୟକ ବୈଠକ ଅନୁଷ୍ଠିତ ହୋଇଛି । ସକାଳ ସାଢେ ୧୦ଟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ସ୍ବଳ୍ପ ଓ ଗୁରୁତ୍ବପୂର୍ଣଣ ଅଧିବେଶନ ହୋଇଥିବାରୁ ଏଥିରେ ସମସ୍ତେ ଉପସ୍ଥିତ ରହିାକୁ ମୁଖ୍ଯମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହ  ଓଡ଼ିଶାର ବିକାଶ, ବିଶ୍ବ ଓଡ଼ିଆ ସମ୍ମିଳନୀକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବା ଏବଂ ବିରୋଧୀଙ୍କ ପ୍ରଶ୍ନର ସଠିକ ଢଙ୍ଗରେ ମୁକାବିଲା କରାଯିବାକୁ ବୈଠକରେ ଆଲୋଚନା କରିଯାଇଛି ।

ପ୍ରେମରେ ତିନୋଟି ମନ୍ଦିର ମିଳିଗଲେ ଆଉ କିଛି ଦରକାର ନାହିଁ,ଜ୍ଞାନବାପୀ ଓ ମଥୁରା ଇଦଦଗାହକୁ ନେଇ କିଏ କହିଲେ ଏମିତି ?

ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ଭିଡ଼ ଜମୁଛି । ନିକଟରେ ଜ୍ଞାନବାପୀ ମାମଲାରେ ମଧ୍ୟ ହିନ୍ଦୁ ପକ୍ଷଙ୍କ ବିଜୟ ହୋଇଛି । ଏବେ ଜ୍ଞାନବାପୀ ଓ ମଥୁରା ଇଦଦଗାହକୁ ନେଇ ଗରମାଗରମ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏଭଳି ଏକ ସମୟରେ ରାମ ଜନ୍ମୋଭୂମି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ କହିଛନ୍ତି କି ଏହି ତିନୋଟି ମନ୍ଦିର ମିଳିଗଲେ ଆଉ କିଛି ଦରକାର ନାହିଁ । ଆମେ ସବୁକିଛି ଭୁଲିଯିବୁ । ତେବେ ଏହି ତିନି ମନ୍ଦିର ହେଲା ରାମ ଜନ୍ମଭୂମି, ଜ୍ଞାନବାପୀ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମି । ସେ ପ୍ରେସମିଟରେ କହିଛନ୍ତି କି, ଏହି ତିନି ମନ୍ଦିର ଆମକୁ ମିଳିଗଲେ ଆଉ କୌଣସି ମନ୍ଦିରର ଦରକାର ନାହିଁ । ଏହାସହ ସେ କହିଛନ୍ତି କି, ଆମେ ଭବିଷ୍ୟତକୁ ନେଇ ବଞ୍ଚିବାକୁ ପଡ଼ିବ । ଏଣୁ ଅତୀତକୁ ଭୁଲି ଦେଶର ଭବିଷ୍ୟତ ଭଲ ହେବା ଆବଶ୍ୟକ ।

ତିନୋଟି ଯାକ ମନ୍ଦିର ନିର୍ମାଣ ହେବାର ସ୍ଥାନ ଭିନ୍ନ ରହିଥିବାରୁ ଲୋକଙ୍କ ବୁଝାମଣା ମଧ୍ୟ ଭିନ୍ନ ରହିଛି । ଏଣୁ କୌଣସି ପ୍ରକାର ଅଶାନ୍ତି ନହୋଇ ଶାନ୍ତିରେ ପ୍ରତିଷ୍ଠା ହେଲେ ଭଲ ହେବ । ଜ୍ଞାନବାପୀ ମାମଲାରେ ବିବାଦ ଲାଗି ରହିଥିବାବେଳେ ହିନ୍ଦିପକ୍ଷଙ୍କ ବିଜୟ ହୋଇଛି । ଏଠାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷ ଦାବି କରିଛନ୍ତି । ଏହା ଉପରେ ମସଜିଦ ନିର୍ମାଣ କରାଯାଇଥିବା ଦାବି କରାଯାଉଛି । ତେବେ ହିନ୍ଦୁପକ୍ଷଙ୍କ ବିଜୟ ହେବା ପରେ ଏବେ ବିପକ୍ଷ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।

 

ଏହି ୧୨ ଆପ୍ ଆପଣଙ୍କ ବ୍ୟାଙ୍କ ଖାତାରୁ କରିବେ ଚୋରି,ତୁରନ୍ତ କରନ୍ତୁ ଡିଲିଟ୍

ନନ୍ଦିଘୋଷ ବ୍ୟୁରୋ: ମୋବାଇଲ ଏବେ ଏମିତି ହୋଇଯାଇଛି କି, ପିଲାଙ୍କଠାରୁ ବୟସ୍କ ସମସ୍ତେ ଏହା ବିନା ଚଳିପାରୁନାହାନ୍ତି । ତେବେ ମୋବାଇଲ ବ୍ୟବହାର ବେଳେ ସତର୍କତାର ସହ ଆପଗୁଡ଼ିକର ବ୍ୟବହାର କରିବା ଆବଶ୍ୟକ । ଏନେଇ ଅନେକଥର ସାଇବର ଏକ୍ସପର୍ଟମାନେ ମଧ୍ୟ କହିଛନ୍ତି । ଏବେ ଯେଉଁଭଳି ଭାବରେ ସାଇବର ଠକମାନେ ମାତିଛନ୍ତି କ୍ଷଣିକଣେ ଆପଣଙ୍କ ଆକାଉଣ୍ଟକୁ ଶୂନ ବନାଇଦେବେ । ତେବେ ପ୍ଲେଷ୍ଟୋରରେ ଅନେକ ଆପ ରହିଥିବାବେଳେ କିଛି ଏଭଳି ଆପ ରହିଛି ଯାହାକୁ ଇନଷ୍ଟଲ କଲେ ଆପଣଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ସେମାନେ ଖାଲି କରିଦେବେ । ଏଣୁ ଏହିସବୁ ଆପଠାରୁ ଦୂରେଇ ରୁହନ୍ତୁ । ଏବଂ ଯଦି ଆପଣଙ୍କ ମୋବାଇଲରେ ଏହି ଆପ ଭୁଲରେ ମଧ୍ୟ ରହିଛି ସେଗୁଡ଼ିକ ଡିଲିଟ କରିଦିଅନ୍ତୁ । ଗୁଗଲ ପକ୍ଷରୁ ଏଭଳି ୧୨ ଆପକୁ ଚିହ୍ନଟ କରାଯାଇଛି । ଯାହାକୁ vauraSPY ବୋଲି କୁହାଯାଏ । ଯଦିଓ ଗୁଗଲ ପ୍ଲେଷ୍ଟୋରରୁ ଏହି ଆପ ଗୁଡିକ ହଟାଯାଇଛି ତଥପି ଆପଣଙ୍କର କିମ୍ବା ପରିବାରର କାହା ମୋବାଇଲରେ ରହିଥିବ ତାହେଲେ ଶୀଘ୍ର ଡିଲେଟ କରିଦିଅନ୍ତୁ । ତେବେ ଆସନ୍ତୁ ଜାଣିବା କି, ଏହି ଆପଗଡ଼ିକ ସବୁ କଣ ।

  • Rafaqat
  • Privee Talk
  • MeetMe
  • Lets’s Chat
  • Quick Chat
  • Chit Chat
  • Hello Chat
  • YahooTalk
  • TiTalk
  • Nidus
  • Glowchat
  • WaveChat