spot_img
Home Blog Page 2287

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଚାନ୍ଦିପୁର ଆଇଟିଆରରୁ ୩ ମାସ ବନ୍ଦ ରହିବ ମିଜାଇଲ ପରୀକ୍ଷଣ

ବାଲେଶ୍ବର: ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଚାନ୍ଦିପୁରର ଆଇଟିଆର ରୁ ୩ ମାସ ବନ୍ଦ ରହିବ ମିଜାଇଲ ପରୀକ୍ଷଣ । ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଚ ଓଡ଼ିଶା ଉପକୂଳକୁ ଆସିଥାନ୍ତି । ଜାନୁଆରୀରୁ ମେ ଯାଏଁ ଅଣ୍ଡାଦାନ ପ୍ରକ୍ରିୟା ଜୋରଦାର ହୋଇଥାଏ । ବିଲୁପ୍ତ ପ୍ରାୟ ଅଲିଭ ରିଡ଼ଲେ କଇଁଚଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଅେନକ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ଅଲିଭ ରିଡ଼ଲେ କଇଁଚ ପ୍ରଜନନ ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଗହୀରମଥା ସବୁଠୁ ନିରାପଦ ସ୍ଥାନ ।

ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଚ ସେମାନଙ୍କ ବହଶବୃଦ୍ଧି ପାଇଁ ଓଡ଼ିଶା ଉପକୂଳକୁ ବାଛିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ବାଲେଶ୍ବରରୁ କେନ୍ଦ୍ରାପଡ଼ା, ଜଗତସିଂହୁପରରୁ ଗଞ୍ଜାମ ଯାଏଁ ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମତ୍ସଜୀବୀମାନଙ୍କୁ ମାଛଧରା ପାଇଁ ବାରଣ କରାଯାଇଥିବା ବେଳେ ସେମାନଙ୍କ ଜୀବନଜୀବିକା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚାନ୍ଦିପୁର ଅବଦୁଲ କାଲାମ ଦୀପରେ ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜରେ ଲାଇଟ୍ ଏବଂ ସାଉଣ୍ଡ କମ୍ କରିବାକୁ ମିଜାଇଲ୍ ଟେଷ୍ଟ ଜାନୁଆରୀରୁ ମାର୍ଚ୍ଚ ଯାଏଁ ବନ୍ଦ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହି ଅନୁସାରେ ଜଙ୍ଗଲ ବିଭାଗ ପକ୍ଷରୁ ସତର୍କ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମୁଦ୍ର କୁଳରେ ଲୋକଙ୍କ ଅଯଥା ଚଳପ୍ରଚଳ ଉପରେ ରୋକ୍ ଲଗାଯାଇଛି । ଅଲିଡ଼ ରିଡ଼ଲେଙ୍କ ସଂଖ୍ୟା ଦିନକ ଦିନ କମୁଥିବା ବେଳେ ଓଡ଼ିଶା ଉପକୂଳରେ ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଅଣ୍ଡାଦାନ କରିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ପରିବେଶବିତ୍ ।

ଫେରି ପାଇଲେ ହଜିଲା ଜିନିଷ

ଭୁବନେଶ୍ବର: ଲୁଟ ବାଇକ, ମୋବାଇଲ ଲୋକଙ୍କୁ ଫେରାଇଲା କମିଶନରେଟ ପୋଲିସ । ୨୭ ମଟର ସାଇକେଲ ଓ ୮୧ ମୋବାଇଲ ପ୍ରକୃତ ମାଲିକଙ୍କୁ ଫେରସ୍ତ । ଖଣ୍ଡଗିରି, କ୍ୟାପିଟାଲ ହସପିଟାଲ, ସହିଦନଗର, ତମାଣ୍ଡୋ ଅଞ୍ଚଳରୁ ଏସବୁ ଚୋରି ହୋଇଥିଲା । ଗାଡ଼ିଗୁଡ଼ିକ ଜବତ ପରେ ହସ୍ତାନ୍ତର କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ଅବସରରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ । ଚୋରି ହୋଇଥିବା ବୁଲେଟ ଫେରି ପାଇଲେ ଲୋକ । କିଛିଦିନ ତଳେ ବୁଲେଟ ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା ଖଣ୍ଡଗିରି ପୋଲିସ । ୨୦୨୨ ରେ ୧୨୫୦ ଚୋରି ମୋବାଇଲ ଫେରି ପାଇଥିଲା କମିଶନରେଟ ପୋଲିସ । ୨୦୨୩ ରେ ଏଯାବତ ୯୮୪ ଟି ମୋବାଇଲ ଉଦ୍ଧାର କରାଯାଇଥିବାବେଳେ ଚୋରି ହୋଇଥିବା ୩୨୪ ମଟର ସାଇକେଲ ଚଳିତ ବର୍ଷ ଉଦ୍ଧାର କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ ।

ଚିନ୍ତା ବଢ଼ାଇଲାଣି ରସୁଣ ଦର, ଦିନକରେ ବଢ଼ିଲା..

ଭୁବନେଶ୍ବର: ପିଆଜ ପରେ ଏବେ କନ୍ଦାଇଲା ରସୁଣ । ଗୋଟିଏ ଦିନରେ କିଲୋଗ୍ରାମ ପିଛା ଶହେ ଟଙ୍କା ବୃଦ୍ଧି ହୋଇଛି ରସୁଣ ଦର । ଗତକାଲି କିଲୋଗ୍ରାମ ୧୨୦ରୁ ୧୪୦ରେ ବିକ୍ରି ହେଉଥିଲା ରସୁଣ । ବର୍ଷା ପାଇଁ ନାସିକ ଓ ମହାରାଷ୍ଟ୍ରରୁ ଆସିପାରୁନି ମାଲ । ଅଳ୍ପଦିନ ଭିତରେ ସ୍ଥିତିରେ ସୁଧାର ହେବ କହିଲେ ବ୍ୟବସାୟୀ ।

ପୁଣି ଖାଉଟିଙ୍କ ଉପରେ ମହଙ୍ଗାମାଡ଼ । ପିଆଜ ପରେ ଏଵେ କନ୍ଦାଇଲା ରସୁଣ । ଗୋଟିଏ ଦିନରେ କିଲୋଗ୍ରାମ ପିଛା ଦର ୧୦୦ ଟଙ୍କା ବୃଦ୍ଧି । ଗତକାଲି ୧୨୦ରୁ ୧୪୦ ବିକ୍ରି ହେଉଥିବା ରସୁଣ ଆଜି ବଜାରରେ ୨୮୦ରୁର ୩ ଶହ ଟଙ୍କାରେ ପହଞ୍ଚିଛି । ବର୍ଷା ଯୋଗୁ ନାସିକ ଓ ମହାରାଷ୍ଟ୍ରରୁ ଆମଦାନୀ କମିଥିବାରୁ ହଠାତ ଦରବୃଦ୍ଧି ହୋଇଥିବା କହିଛନ୍ତି ବ୍ୟବସାୟୀ । ଭୁବନେଶ୍ୱର ଏକ ନମ୍ବର ମାର୍କେଟକୁ ୧୦ ଚକିଆ ଟ୍ରକ ୧୦ଗାଡି ଆସୁଥିବା ବେଳେ ଏଵେ ମାତ୍ର୪ଟି ଆସୁଛି । ଯାହାଦ୍ୱାରା ଗ୍ରାହକଙ୍କ ଆବଶ୍ୟକୀୟ ଅନୁଯାୟୀ ମାର୍କେଟରେ ରସୁଣ ଅଭାବ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ ।

ରସୁଣ ଦରବୃଦ୍ଧି ନେଇ ଚିନ୍ତାରେ ଖାଉଟି । ଯିଏ କିଲେ ନେଉଥିଲା ସେ ଏଵେ ଶହେ ଗ୍ରାମ ନେବାକୁ ବାଧ୍ୟ ହେଉଛି । ହଟାତ କିଲୋଗ୍ରାମ ପିଛା ଶହେ ଟଙ୍କା ବଢିବାଦ୍ବାରା ବ୍ୟବସାୟୀ ବି କ୍ଷତିଗ୍ରସ୍ତ ହୋଇଛନ୍ତି । ପିଆଜ ଦରରେ ନିୟନ୍ତ୍ରଣ ଆସିବା ପରେ ରସୁଣ ଦର ଏଭଳି ହଟାତ ବୃଦ୍ଧି ସମସ୍ତଙ୍କୁ ଚିନ୍ତା ବଢ଼ାଇଛି । ସବୁ ରୋଷେଇ ପାଇଁ ପିଆଜ ସହ ରସୁଣର ଆବଶ୍ୟକତା ରହିଛି । ତେଣୁ କିଏ ୨୫୦ ଗ୍ରାମ ତ କିଏ ୧୦୦ ଗ୍ରାମ କିଣି କାମ ଚଳାଉଥିବା କହିଛନ୍ତି । ପିଆଜ ପରେ ଏଵେ ରୋଷେଇ ଘରେ ରସୁଣର ଅଭାବ ତରକାରୀକୁ ପାଣିଚିଆ କରିଛି । ତେବେ ବର୍ଷା କମିବା ପରେ ମାସେ ଭିତରେ ରସୁଣ ଦରରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ଓ ଖାଉଟି ।

ଦକ୍ଷିଣଆଫ୍ରିକା ମ୍ୟାଚ ପୂର୍ବରୁ ଆସିଲା ବଡ଼ ଖବର, ରିଙ୍କୁଙ୍କୁ କାମୁଡ଼ିଛି ମାଙ୍କଡ଼!

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବାକୁ ଯାଉଛି ଭାରତ । ଦିନିକିଆ,ଟି-୨୦ ଏବଂ ଟେଷ୍ଟ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଟିମ ଇଣ୍ଡିଆ । ଦଳ ନିକଟରେ ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ପରାସ୍ତ କରିଥିବେଳେ ଏବେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ଲକ୍ଷ୍ୟରେ ଭାରତ। ତେବେ ଏହାରି ଭିତରେ ଏକ ଖବର ସାମନାକୁ ଆସିଛି । ଭାରତୀୟ କ୍ରିକେଟ ଦଳର ଭେଟେରାନ ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହଙ୍କୁ ମାଙ୍କଡ଼ କାମୁଡ଼ିଥିବା କୁହାଯାଇଛି । ରିଙ୍କୁ ଏକ ଭିଡିଓ କରୁଥିଲେ । ଯେଉଁଥିରେ ସେ ରାହୁଲ ଦ୍ରାବିନଙ୍କୁ ପ୍ରଂଶସା କରୁଥିଲେ । ଆଉ ତାଙ୍କ କୋଚିଂରେ ଖେଳିବାର ସୁଯୋଗ ମିଳିଥିବାରୁ ଭାଗ୍ୟବାନ ବୋଲି କହୁଥିଲେ । ଏପରି ସମୟରେ ଗିଲ ପଛପଟୁ ଆସି କହିଥିଲେ କି, ତାଙ୍କୁ ମାଙ୍କଡ଼ କାମୁଡ଼ିଛି । ତେବେ ଏଥିରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୫ ନମ୍ବରରେ ବ୍ୟାଟିଂ କରୁଥିବା ରିଙ୍କୁ ଦମଦାର ଫର୍ମରେ ନଜର ଆସୁଥିବାବେଳେ ଜଣେ ଶ୍ରେଷ୍ଠ ଫିନିସରଭାବେ ନିଜର ଦାୟିତ୍ବ ସୁଚାରୁ ରୂପେ ତୁଲାଉଛନ୍ତି । ଏଣୁ ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଭଲ ପ୍ରଦର୍ଶନ କରିବେ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।

 

ଓକିଲଙ୍କୁ ନୂଆ ପରିଚୟ ଦେଇଛି ଚାଷ

ସୁବର୍ଣ୍ଣପୁର: ପେଶାରେ ଓକିଲ କିନ୍ତୁ ନିଶା ତାଙ୍କର ଚାଷ କରିବା । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଜୀବନଦାଦର ଗାଁ ର ନାରାୟଣ ଭୋଇ l ପିଲାଟି ଦିନରୁ ଚାଷ ପ୍ରତି ଥିଲା ତାଙ୍କର ଆଗ୍ରହ l ମାଛ ଚାଷ ସହ ପନିପରିବା ଏବଂ ବତକ ଚାଷ କରି ସେ ସୃଷ୍ଟି କରିଛନ୍ତି ଉଦାହରଣ । ପେଶାରେ ଜଣେ ଓକିଲ କିନ୍ତୁ ନିଶା ତାଙ୍କର ଚାଷ । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଜୀବନ ଦାଦର ଗାଁର ନାରାୟଣ ଭୋଇ ଚାଷ କରି ଚର୍ଚ୍ଚାରେ । ଜୈବିକ ପଦ୍ଧତିରେ ଧାନ ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବଳ ଧାନ ଚାଷ ନୁହେଁ, ମାଛ, କୁକୁଡା ବତକ ଚାଷ ବି କରିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାରେ କୃଷି ,ମତ୍ସ୍ୟ ବିଭାଗ ପକ୍ଷରୁ ତାଲିମ ନେଇ ସେ ନିଜ ଫାର୍ମରେ ମାଛ ସହ ପନିପରିବା ଚାଷ କରିଛନ୍ତି । ଚାଷ କାର୍ଯ୍ୟରେ ତାଙ୍କ ପତ୍ନୀ ଧରିତ୍ରୀ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ।

ଜିଲ୍ଲା କୃଷି ଉଦ୍ୟାନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ନାରାୟଣକୁ ଜଳସେଚନ ସହ ଚାରା ଯୋଗାଇ ଦିଆଯାଉଛି। ଫଳରେ ଧାନ ଫସଲ ସାଙ୍ଗକୁ ସୁରୁଖୁରରେ ହୋଇପାରିଛି ମାଛ ଚାଷ। ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ୨ଜଣଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ନାରାୟଣ । ଚାଷ କରି ସେ ନିଜର ଆର୍ଥିକ ଅବସ୍ଥା ମଜବୁତ କରିବା ସହ ଅଞ୍ଚଳରେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି ।

 

କ୍ରିକେଟ ବ୍ୟାଟକୁ ଆଙ୍ଗୁଳିରେ ବାଲାନ୍ସ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କଲେ ଟିଟିଲାଗଡ଼ର କାହ୍ନୁ ଭୋଇ

ଟିଟିଲାଗଡ଼: କ୍ରିକେଟ ବ୍ୟାଟକୁ ଆଙ୍ଗୁଳିରେ ବାଲାନ୍ସ କରି ସୃଷ୍ଟିକଲେ ରେକର୍ଡ । ଟିଟିଲାଗଡର କାହ୍ନୁ ଭୋଇ ୩ ଘଣ୍ଟା ୧୭ ମିନିଟ୍ ବ୍ୟାଟକୁ ନିଜ ଆଙ୍ଗୁଠିରେ ବାଲାନ୍ସ କରି ରଖିଥିଲେ । ଯେଉଁଥିପାଇଁ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ରେକର୍ଡ ଫେ କାହ୍ନୁଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ ।

କଥାରେ ଅଛି ଉଦ୍ୟମେ ସର୍ବ ସିଦ୍ଧି, ଯଦି ମଣିଷ କିଛି କରିବାକୁ ନିଶ୍ଚିତ କରିନିଏ ତାହା କିପରି ଓ କେଉଁ ଉପାୟରେ ମଧ୍ୟ  ହାସଲ କରିଥାଏ । ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ। ଟିଟିଲାଗଡ ମୁନସିପାଲିଟି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା Guinness World Records ପାଇଁ ଏକ ପ୍ରଚେଷ୍ଟା । ଟିଟିଲାଗଡ କୁରଶୁଡର କାହ୍ନୁ ଭୋଇ ଆଙ୍ଗୁଳିରେ ବ୍ୟାଟ୍ ରଖି ରେକର୍ଡ ସୃଷ୍ଟି କରିଛନ୍ତି। ଗତ ବର୍ଷ ଛତାକୁ ଆଙ୍ଗୁଳିରେ ବାଲାନ୍ସ କରି Guinness World Recordsରେ ସ୍ଥାନ ପାଇଥିଲେ ।

ଏହା ପୂର୍ବରୁ କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ବାଲେନ୍ସ କରି ରଖିବାର ରେକର୍ଡ ଥିଲା ରାଜସ୍ଥାନର ଆର୍ଯ୍ୟନ୍ ଶର୍ମାଙ୍କ ନାଁରେ। ଆର୍ଯ୍ୟନ ଶର୍ମା ଦୀର୍ଘ ୧ ଘଣ୍ଟା ୧୬ ମିନିଟ କାଳ ବ୍ୟାଟ୍ ବାଲାନ୍ସ କରି ରେକର୍ଡରେ ସ୍ଥାନ ପାଇଥିଲେ । କାହ୍ନୁ ୩ ଘଣ୍ଟା ୧୭ ସେକେଣ୍ଡ ବ୍ୟାଟକୁ ନିଜ ଆଙ୍ଗୁଠିରେ ବାଲାନ୍ସ କରି ରଖିଥିଲେ। ବ୍ୟବହାର ହୋଇଥିବା ବ୍ୟାଟ୍ ୧ କିଲୋ ୬୨ ଗ୍ରାମର ଥିଲା ।

ଟେଷ୍ଟି ଟେଷ୍ଟି ମିଶନ ଶକ୍ତି ପିଜ୍ଜା, ମହିଳାଙ୍କୁ ଦେଉଛି ଭଲ ରୋଜଗାର

ଆସିକା: ମିଶନ ଶକ୍ତି କରିଛି ମହିଳାଙ୍କୁ ସ୍ୱାବଲମ୍ବୀ। ମିଶନ ଶକ୍ତି କ୍ୟାଫେରେ ସୁସ୍ବାଦୁ ଖାଦ୍ୟ କରି ମହିଳା କରୁଛନ୍ତି ରୋଜଗାର । ପିଜ୍ଜା ସହ ହେଉଛି ଚା ଏବଂ କଫି । ଗଞ୍ଜାମ ଶେରଗଡ଼ର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଚଳାଉଛନ୍ତି  କ୍ୟାଫେ। ଗ୍ରାମାଞ୍ଚଳର ମାଆ ମାନଙ୍କୁ ମିଶନ ଶକ୍ତି କରିଛି ସ୍ୱାବଲମ୍ବୀ । ନୂଆ କିଛି କରିବାର ଦେଇଛି ସୁଯୋଗ । ଗଞ୍ଜାମ ଶେରଗଡ଼ ବ୍ଲକର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମିଶନ ଶକ୍ତି କ୍ୟାଫେରୁ କରିଛନ୍ତି ରୋଜଗାର। ପିଜାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ରସ୍ତୁତ କରୁଛନ୍ତି। ଭଳିକି ଭଳି ଖାଦ୍ୟ ସାଙ୍ଗକୁ ଚା ,କଫି ବି ହେଉଛି। ଉନ୍ନତ ମାନର ଖାଦ୍ୟ ପରସୁଥିବାରୁ କ୍ୟାଫେରେ ଳାଗୁଛି ଗ୍ରାହକଙ୍କ ଗହଳି ।  କିଏ ସାଙ୍ଗ ସାଥୀ ତ କିଏ ପରିବାର ସହ ଯାଉଛି କ୍ୟାଫେ । ସଫା ସୁତରା ପରିବେଶ କରୁଛି ଆକର୍ଷିତ ।

୫ ଜଣ ମିଶନ ଶକ୍ତି ମହିଳା ମାନେ ପ୍ରଥମେ ରୋଷେଇ ଓ କାଫେ ପରିଚାଳନା ପାଇଁ ପ୍ରଶିକ୍ଷଣ ନେଇଥିଲେ  । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାଫେ ଉଦଘାଟନ କରାଯିବ ପରେ ଏଥିରେ ଯୋଡି ହୋଇଥିଲେ। ରାଜ୍ୟ ସରକାର ମିଶନ ଶକ୍ତି ମହିଳାଙ୍କୁ ସର୍ବାଧିକ ଗୁରୁତ୍ବ ଦେଇଥିବା ବେଳେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ନୂଆକରି ମିଶନ ଶକ୍ତି କାଫେ ଆରମ୍ଭ ହୋଇଥିବାରୁ ପ୍ରତିଦିନ ୩ରୁ ୪ ହଜାର ଟଙ୍କାର ଖାଦ୍ୟ ସାମଗ୍ରୀ ବିକ୍ରୀ ହେଉଥିବା କହିଛନ୍ତି ମହିଳା । ଆଗକୁ ବ୍ୟବସାୟ ବୃଦ୍ଧି ହେବ ବୋଲି ମହିଳା ସଦସ୍ୟାଙ୍କ ଆଶା।

ଭୁବନେଶ୍ବରରେ ଭିଣ୍ଟେଜ୍ କାର ମେଳା ଉଦଘାଟିତ

ଭୁବନେଶ୍ବର: ଭୁବନେଶ୍ୱରରେ ପ୍ରଥମ କରି ଓଡିଶା କନକର୍ସ ଡି ଏଲିଗାନ୍ସ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ଏହି ପ୍ରଥମ ଧରଣର ଭିଣ୍ଟେଜ ଓ କ୍ଳାସିକ କାର ପ୍ରଦାର୍ଶନୀ ଆୟୋଜିତ ହୋଇଛି । ପ୍ରଦର୍ଶନୀରେ ଭାରତର ପ୍ରାୟ ୭ ଟି ରାଜ୍ୟରୁ ୫୨ରୁ ଅଧିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଓ ସରଂକ୍ଷିତ କାରକୁ ପ୍ରଦର୍ଶିତ କରାଯାଇଛି ।ଏଠାରେ ପ୍ରଦର୍ଶିତ କାର ମଧ୍ୟରେ ବେଞ୍ଚ ମୋଟର ୱାଗନାର ୧୮୮୬ ପ୍ରତିକୃତି ସମେତ ୧୯୩୪ର ରୋଲସ ରଏସ,୧୯୨୯ର ବ୍ଲୁରାତି ଟିଏସଏସ ଗ୍ରାଣ୍ଡ ପିକ୍ସ, ୧୯୩୨ର ଫର୍ଚ୍ଚ ଭି ସମେତ ସ୍ୱାଧୀନତା ପୂର୍ବର ବହୁ କାର ପ୍ରଦର୍ଶିତ ହୋଇଛି । କାର୍ଯ୍ୟକ୍ରମରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାଶ ଯୋଗ ଦେଇଥିଲେ ।

ଦୁଷ୍କର୍ମକାରୀ ଅଜାକୁ ୨୦ ବର୍ଷ ସଜା

କଟକ: ଦୁଷ୍କର୍ମକାରୀ ଅଜାକୁ ସଜା । ୨୦୧୯ ମସିହାରେ ମଧୁପାଟଣା ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲା । ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ ଶୁଣାଇଲେ କଟକ ଫାଷ୍ଟ ଟ୍ରାକ ଅଦାଲତ । ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟ ପୀଡିତାର ଅଜା ଗୋପାଳ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ହଜାର ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି  । ଏଥି ସହିତ ପୀଡିତାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣରୁ ୩ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସେ ପାକିସ୍ତାନୀ ଏଜେଣ୍ଟ ନୁହେଁ ତ? ଜାଣନ୍ତୁ ଅଞ୍ଜୁଙ୍କୁ କାହିଁକି କହିଲେ ପାକିସ୍ତାନରୁ ଆସିଥିବା ସୀମା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ଅଞ୍ଜୁ ସୋସିଆଲ ମିଡିଆ ହେଉ ବା ଗଣମାଧ୍ୟମ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପାକିସ୍ତାନରୁ ଫେରିଥିବା ଭାରତୀୟ ମହିଳା ଅଞ୍ଜୁ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କୁ ଛାଡ଼ି ଭାରତ ଫେରିଥିବାବେଳେ ସେ ଏଠାରେ ରହିବେ କି ପୁଣିଥରେ ଫେରିଯିବେ ତାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ହରିୟାଣା ପୋଲିସ ତାଙ୍କୁ ପଚରା ଉଚରା କରିଥିବାବେଳେ ଅଞ୍ଜୁଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ସୀମା ହାଇଦର । ସେ କହିଛନ୍ତି କି, ଅଞ୍ଜୁ ପାକିସ୍ତାନୀ ଏଜେଣ୍ଟ ହୋଇ ଫେରିନାହାନ୍ତି ତ? ଭାରତ ଭଳି ସୁନ୍ଦର ଦେଶକୁ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ ପୁଣିଥରେ ଭାରତକୁ ଫେରିବା ପଛରେ କିଛି କାରଣ ରହିନାହିଁ ତ?

ସେପଟେ ପାକିସ୍ତାନରୁ ଫେରିବା ପରେ ହରିୟାଣା ପୋଲିସ ହେପାଜତରେ ରହିଥିଲେ । ତାଙ୍କୁ ୧୨ଟି ପ୍ରଶ୍ନ ପଚରା ଯାଇଥିବାବେଳେ ସେ ନିଜର ଉତ୍ତର ରଖିଛନ୍ତି । ସେପଟେ ଧର୍ମ ପରିବର୍ତ୍ତନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜୁ । ସେ କହିଛନ୍ତି କି, ମୁଁ ଜନ୍ମରୁ ଖ୍ରୀଷ୍ଟିଆନ । ପାକିସ୍ତାନ ଯାଇ ସେଠାରେ ଧର୍ମ ପରିବର୍ତ୍ତନ କରିଛି । ଆଉ ମୋତେ ହିନ୍ଦୁ ଧର୍ମକୁ ନେଇ ଯେଉଁ ପ୍ରଶ୍ନ କରାଯାଉଛି ମୁଁ କିଛି କହିପାରିବି ନାହିଁ । ମୋର ହିନ୍ଦୁ ଧର୍ମ ସମ୍ପର୍କରେ କୌଣସି ଜ୍ଞାନ ନାହିଁ ।