spot_img
Home Blog Page 2290

କେରଳ ସିରିଜ ବିସ୍ଫୋରଣରେ ଅଭିଯୁକ୍ତ ଡୋମିନିକ୍ ମାର୍ଟିନର ଦୁବାଇ ଲିଙ୍କ

ନନ୍ଦିଘୋଷ ବ୍ୟୁରୋ : କେରଳ ସିରିଜ ବିସ୍ଫୋରଣରେ ୩ ମୃତ ,୫୦ଆହତ । ପୋଲିସ ପାଖରେ ସରେଣ୍ଡର କଲା ଦୋଷୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଡାକିଛନ୍ତି ସର୍ବଦଳୀୟ ବୈଠକ  । ରବିବାକ ଦିନ କେରଳ କଲାମାସେରୀ କନଭେନସନ ହଲରେ ସିରିଜ ବିସ୍ଫୋରଣ ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି  । ପ୍ରାର୍ଥନା ସଭା ଆରମ୍ଭ ହେବା ପୂର୍ବରୁ କିଛି ମିନିଟ୍ ମଧ୍ୟରେ ଲଗାତର ୩ଥର ବିସ୍ଫାରଣ ହୋଇଛି । ଏନେଇ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜରନ ସୋମବାର ଦିନ ସକାଳ ୧୦ଟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି  । ଏଥିରେ ସବୁ ଦଳର ପ୍ରତିନିଧି ମାନେ ଯୋଗ ଦେବେ । ସେପଟେ ଏନସିପିର ପ୍ରମୁଖ ନେତା ଶରଦ ପାୱାର ପ୍ରାର୍ଥନା ସଭାରେ ସିରିଜ ବିସ୍ଫୋରଣକୁ ନିନ୍ଦନୀୟ ଓ ଚିନ୍ତାଶୀଳ ବ୍ୟାପାର ବୋଲି କହିଛନ୍ତି ।ସେପଟେ ବିସ୍ଫୋରଣର କିଛି ଘଣ୍ଟା ପରେ ୪୮ ବର୍ଷିୟ ଡୋମିନିକ ମାର୍ଟିନ ଏହି ବିସ୍ଫୋରଣ ଘଟାଇଥିବା ନେଇ ପୋଲିସ ପାଖରେ ସରେଣ୍ଡର କରିଛନ୍ତି।  ଗତକାଲି ସକାଳେ କେରଳର କୋଚିରେ ଘଟିଥିବା ସିରିଏଲ ବ୍ଲାଷ୍ଟ ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ଅଭିଯୁକ୍ତ ଡୋମିନିକ୍ ମାର୍ଟିନଙ୍କ ପରିଚୟ ଅନୁସନ୍ଧାନରେ କରୁଛି । ବିସ୍ଫୋରଣର ଅଭିଯୁକ୍ତ ଡୋମିନିକ୍ ମାର୍ଟିନଙ୍କ ଦୁବାଇ ସଂଯୋଗ ସାମ୍ନାକୁ ଆସିଛି ।କେରଳ ବିସ୍ଫୋରଣରେ ବଡ ଖୁଲାସା, ଅଭିଯୁକ୍ତ ଡୋମିନିକ୍ ମାର୍ଟିନଙ୍କ ଦୁବାଇ ସଂଯୋଗ ପ୍ରକାଶ ପାଇଛି

ପଚରାଉଚୁରା କରିବା ସମୟରେ  ଏହା ଜଣାପଡିଥିଲା ​​ଯେ ଡୋମିନିକ୍ ମାର୍ଟିନ ଦୁବାଇରେ ବହୁ ବର୍ଷ ରହିଆସୁଥିଲେ। ସେ ଦୁବାଇରେ ବୈଦ୍ୟୁତିକ ବ୍ୟକ୍ତି ଭାବରେ କାର୍ଯ୍ୟ କରିଛି। ଇଲେକ୍ଟ୍ରିକ୍ ସର୍କିଟ୍ ତିଆରି କରିବା ବିଷୟରେ ଡୋମିନିକଙ୍କର ସମ୍ପୂର୍ଣ୍ଣ ଜ୍ଞାନ ଥିଲା | ପ୍ରାୟ ୨ ମାସ ପୂର୍ବରୁ ଡୋମିନିକ୍ ମାର୍ଟିନ ଭାରତ ଫେରିଥିଲେ। କୁହାଯାଉଛି ଯେ ଡୋମିନିକ୍ ଦୁବାଇରେ ପ୍ରାୟ ୧୫ ବର୍ଷ ରହିଆସିଛନ୍ତି। ସେ ଭାରତକୁ ଫେରି ଇଂରାଜୀ ପାଠ୍ୟକ୍ରମ ଶିକ୍ଷା ଦେଉଥିଲେ ଏବଂ ଗତ କିଛି ବର୍ଷ ଧରି ଥାମନ ଅଞ୍ଚଳରେ ଥିବା ଏକ ଭଡା ଘରେ ରହୁଥିଲେ। ଡୋମିନିକ୍ ତାଙ୍କ ପତ୍ନୀ, ଝିଅ ଏବଂ ଗୋଟିଏ ପୁଅ ବଞ୍ଚିଛନ୍ତି। ତାଙ୍କ ପତ୍ନୀ ଏବଂ ଝିଅ ଘରେ ମଧ୍ୟ ଉପସ୍ଥିତ ଥିବାବେଳେ ପୁଅ ବ୍ରିଟେନରେ ପଢୁଛି । ତାଙ୍କ ଝିଅ ଏକ ଆଇଟି ଫାର୍ମରେ କାମ କରନ୍ତି |

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ପୁରୀରେ ପହଞ୍ଚି ସେ ପୁରୀ ରାଜଭବନକୁ ଯାଇଥିଲେ । ସକାଳୁ ସକାଳୁ ସେ ମହୋଦଧିକୁ ଯାଇ ସୂର୍ଯ୍ୟଉଦୟ ଦର୍ଶନ କରିଛନ୍ତି । ପରେ ପୁରୀ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆଜି ସଂଧ୍ୟାରେ ରାଜଭବନରେ ବିଶ୍ରାମ ନେବେ । ଆସନ୍ତାକାଲି ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି । ମଙ୍ଗଳବାର ସକାଳ ୧୧.୪୫ ରେ ରାଜ ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଦାଶ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପ୍ରାର୍ଥନା କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ଶପଥ ଗ୍ରହଣ ସମାରୋହରେ ଦାଶଙ୍କ ପରିବାର ସଦସ୍ୟ, ଅନେକ ବରିଷ୍ଠ ନେତା ଏବଂ ରାଜ୍ୟ କ୍ୟାବିନେଟର ସଦସ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି। ଅକ୍ଟୋବର ୧୮ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାଶଙ୍କୁ ୨୬ ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ । ଏହାପୂର୍ବରୁ ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ।

 

ଆମ ଆଦମି ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ଦିଲ୍ଲୀ : ଆମ ଆଦମି ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ବଢିଲା ଅଡୁଆ  । ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି  । ଫଳରେ ମନୀଶ ସିସୋଦିଆଙ୍କୁ ଆହୁରି ୬ ମାସ ଜେଲରେ ରହିବାକୁ ପଡିବ  । ଦିଲ୍ଲୀ ମଦ ନୀତି ମାମଲାରେ ସୁପ୍ରମକୋର୍ଟ ମନୀଶଙ୍କୁ ଜାମିନ ଦେବାକୁ ମନା କରିଛନ୍ତି  । ମଦ ନୀତି ମାମଲାରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ମାମଲା ରହିଛି। ଆସନ୍ତା ୬ରୁ ୮ ମାସ ମଧ୍ୟରେ  ମାମଲାର ଶୁଣାଣି ଶେଷ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ  । ଦିଲ୍ଲୀ ମଦ ନୀତି ଭ୍ରଷ୍ଟାଚାର ମାମଲାରେ ୩୩୮ କୋଟି ହେରଫେର ହୋଇଥିବା ଅଭିଯୋଗ ପ୍ରମାଣିତ ହେଉଛି ।

ଆସନ୍ତା ୬ରୁ ୮ ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ ନହେଲେ ସିସୋଦିଆ ପୁଣିଥରେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ କୋର୍ଟରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ପର୍ଯ୍ୟାପ୍ତ ଉତ୍ତର ରଖି ପାରିନାହାନ୍ତି ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ  ।

ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କୁ ପଠାଇଲେ ନବୀନ

ଭୁବନେଶ୍ୱର : ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶର ଭିଜୟାନଗରାମ ଜିଲ୍ଲାର ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ କହିଛନ୍ତି । ବିଶାଖାପାଟନମ୍-ରାୟାଗଡା ଯାତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମ୍-ପାଲାସା ଯାତ୍ରୀଙ୍କୁ ପଛପଟୁ ଧକ୍କା ଦେବା ପରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। “ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶର ଗତକାଲିର ଘଟିଥିବା ଟ୍ରେନ୍ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ମନ୍ତ୍ରୀଙ୍କ ସହ ଅଛନ୍ତି ବୋଲି ସିଏମଓ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏହି ସମୟରେ ରାଜ୍ୟ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା AFO ଜେପୋରର ନେତୃତ୍ୱରେ ଦୁର୍ଘଟଣା ସ୍ଥଳକୁ ଏକ ଟିମ୍ ଏବଂ ସାମଗ୍ରୀ ପଠାଇଛି। ଏହି ଟିମ୍ ପ୍ଲାଜ୍ମା କଟର, କମ୍ବୋ ଟୁଲ୍ସ, ଏକ ଉଦ୍ଧାର ଲାଇନ, ଆଇଟି ଲାଇଟ୍ ଏବଂ ଅନ୍ୟାନ୍ୟ ସହିତ ସଜ୍ଜିତ ହୋଇଛି |

ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଆହ୍ବାନ

ଭୁବନେଶ୍ୱର : ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୩ ପାଳନ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଆହ୍ବାନ ଦେଇଛନ୍ତି । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବିଦା କରିଛନ୍ତି ।  ଦୁର୍ନୀତି ପାଇଁ କିଛି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ମୋ ସରକାର ଜରିଆରେ ଲୋକଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ  । ସାରା ଦେଶରେ ଓଡ଼ିଶା ଭିଜିଲାନ୍ସ ୧ ନମ୍ବର ସ୍ଥାନରେ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକାଶ କରିଥିଲେ । ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ୱନ୍ତ ଜେଠଓ୍ୱା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଛି । ବହୁ ଦୁର୍ନୀତି ମାମଲାର ପର୍ଦ୍ଦାଫାସ୍‌ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୭୭ପ୍ରତିଶତ ସଫଳତା ମିଳିଛି । ସବୁ ଭିଜିଲାନ୍ସ କୋର୍ଟକୁ ଡିଜିଟାଇଜେସନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱକୁ ପ୍ରଶଂସା କରିଥିଲେ ଭିଜିଲାନ୍ସ ଡିଜି । କହିଥିଲେ,  ଦୁର୍ନୀତି ହେଉଛି କର୍କଟ ସଦୃଶ । ଏହାର ସଫଳ ଚିକିତ୍ସା ଦରକାର । ନୂଆ ଓଡ଼ିଶା ସ୍ୱପ୍ନକୁ ସଫଳ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ କାମ କରିବ  । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ,  ଦୁର୍ନୀତି ବିରୋଧରେ ଓଡ଼ିଶା ସରକାର ଲଢ଼େଇ ଜାରି ରଖିଛନ୍ତି  । ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସର କାମ ପ୍ରଶଂସନୀୟ । ଏହି ଅବସରରେ କମ୍ପ୍ୟୁଟର ବେସଡ ତଦନ୍ତର ଶୁଭାରମ୍ଭ  ହୋଇଛି । ରାଉରକେଲା ଓ ବାଲେଶ୍ୱର ଭିଜିଲାନ୍ସ ଅଫିସ ଲୋକାର୍ପଣ ସହିତ କଟକ ଭିଜିଲାନ୍ସ ଡିଭିଜନକୁ ଶ୍ରେଷ୍ଠ ଡିଭିଜନ ଭାବେ ସମ୍ମାନିତ କରାଯାଇଛି ।

ଟ୍ରେନ୍ ଦୁର୍ଘଟଣାରେ ଏଯାଏ ୧୪ ଜଣଙ୍କର ମୃତ୍ୟୁ ହୋଇଛି ସେଥିରୁ ୧୧ଜଣଙ୍କର ପରିଚୟ ମିଳିଛି

ବିଜୟନଗରମ୍ : ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୧୪ ମୃତକଙ୍କ ମଧ୍ୟରେ ୩ ଜଣ ରେଳ କର୍ମଚାରୀ ଅଛନ୍ତି । ମୃତକଙ୍କ ମଧ୍ୟରୁ ଏଯାଏ ୧୧ ଜଣଙ୍କର ମିଳିଛି ପରିଚୟ । ସେହପରି ଅନ୍ୟ ୩ ଯାତ୍ରୀଙ୍କର ଏଯାଏଁ ମିଳିନି ପରିଚୟ । ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ଜଣାପଡିଛି । ଡାକ୍ତରଖାନାରେ ୨୯ ଜଣଙ୍କର ଚାଲିଛି ଚିକିତ୍ସା । ମୃତକ ୧୧ ଜଣ ହେଉଛନ୍ତି ବିଜୟନଗରମର କାଞ୍ଚୁ ବାରକି, ଶ୍ରୀକାକୁଲମର ଗିଡିଜଳ ଲକ୍ଷ୍ମୀ, ବିଜୟନଗରମର କରନମ ଆପଲାନାଇଡୁ, ବିଜୟନଗରମର ଚାଲା ସତୀଶଙ୍କ ମୃତ୍ୟୁ ହୋଇଛି । ସେହିପରି ଲୋକୋ ପାଇଲଟ ଏସ.ଏମ.ଏସ ରାଓ, ଗ୍ୟାଙ୍ଗ ମ୍ୟାନ ଚିନ୍ତଲା କ୍ରିଷ୍ଣମନାଇଡୁ, ବିଜୟନଗରମର ପିଲା ନାଗରାଜୁ, ପାସେଞ୍ଜର ଗାର୍ଡ ଏମ. ଶ୍ରୀନିବାସ, ଶ୍ରୀକାକୁଲମର ଟେଙ୍କଲା ସୁଗୁନାମା, ଚେରୁପାଲ୍ଲୀର ରେଡ୍ଡି ସିତମ ନାଇଡୁ ଓ ବିଜୟନଗରମର ମାଜି ରାମୁଙ୍କ ମୃତ୍ୟୁ ହୋଇଛି ।ଅନ୍ୟପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ । ରେଳଧାରଣାରୁ ହଟାଯାଉଛି ଦୁର୍ଘଟଣାଗ୍ରସ୍ତ ବଗି ।

ଏନେଇ ବିଜୟନଗରମ୍ ଯୁଗ୍ମ ଜିଲ୍ଲାପାଳ କେ. ମୟୂର ଅଶୋକ ସୂଚନା ଦେଇଛନ୍ତି । ସିନାଲ ଓଭରସୁଟରୁ ଦୁର୍ଘଟଣା ଘଟିଥିବା ସିପିଆରଓ ସୂଚନା ଦେଇଛନ୍ତି । ଟ୍ରେନ୍ ଦୁର୍ଘଟଣା ପରେ ୪୫ଟି ଟ୍ରେନ୍ ବାତିଲ ହୋଇଛି । ୨୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ ହୋଇଥିବା ବେଳେ, ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି ବୋଲି ପୂର୍ବତଟ ରେଳ ବାଇ ସିପିଆରଓ ସୂଚନା ଦେଇଛନ୍ତି । ବିଶାଖାପାଟନା ପଲାସା ପାସେଞ୍ଜର ଟ୍ରେନର ୧୧ଟି କୋଚକୁ ପରବର୍ତ୍ତୀ ଷ୍ଟେସନ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି । ସେହିପରି ବିଶାଖାପାଟଣା ରାୟଗଡା ପାସେଞ୍ଜର ଟ୍ରେନର ୯ଟି ବଗିକୁ ପୂର୍ବ ଷ୍ଟେସନ କଣ୍ଟକପାଲିକୁ ଅଣାଯାଇଛି ।

ହମାସ ଆତଙ୍କୀ ଶିବିର ମଧ୍ୟରେ ରହିଛି ଏକାଧିକ ଟନେଲ ଓ ସୁଡ଼ଙ୍ଗ

ନନ୍ଦିଘୋଷ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ୩୫୦ ଟାର୍ଗେଟ୍ । ହମାସ ଆତଙ୍କୀ ଶିବିର ମଧ୍ୟରେ ରହିଛି ଏକାଧିକ ଟନେଲ ଓ ସୁଡ଼ଙ୍ଗ। ଗୋଟି ଗୋଟି କରି ଆତଙ୍କୀ ଟାର୍ଗେଟକୁ ମାଟିରେ ମିଶାଉଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ । ଗାଜାରେ ଇସ୍ରାଏଲର ଚାଲିଛି ଗ୍ରାଉଣ୍ଡ ଅପରେସନ। ଜଳ, ସ୍ଥଳ ଏବଂ ଆକାଶ ସବୁଆଡୁ ଆତଙ୍କୀ ଉପରେ ବର୍ଷୁଛି ବୋମା । ଧ୍ବଂସ ସ୍ତୁପରେ ପରିଣତ ହୋଇଛି ଉତ୍ତର ଗାଜା । ଆଗକୁ ଆହୁରି ଜୋରଦାର ହେବ ଲଢେଇ । ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ । ସେ କହିଥିଲେ, ଦେଶବାସୀଙ୍କ ସୁରକ୍ଷା ପାଇଁ ଏ ଲଢେଇ । ଦେଶବାସୀଙ୍କ ଲାଗି ଏବେ ପରୀକ୍ଷାର ମୁହୂର୍ତ୍ତ । କେମିତି ଅନ୍ତ ହେବ ଏଥିରେ କୌଣସି ସନ୍ଦେହ ନାହିଁ । ଗାଜା-ଇସ୍ରାଏଲ ଯୁଦ୍ଧ ୨୩ ଦିନରେ ପହଞ୍ଚିଛି ।For Israeli forces, the enemy lurks underground in Gaza - India Today

ବନ୍ଧକଙ୍କୁ ଛାଡିବାକୁ ଇସ୍ରାଏଲକୁ ପ୍ରସ୍ତାବ ଦେଇଛନ୍ତି ହମାସ ଆତଙ୍କୀ । ଇସ୍ରାଏଲରେ ଥିବା ସମସ୍ତ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କଲେ ପଣବନ୍ଦୀଙ୍କୁ ଖଲାସ କରିବାକୁ ପ୍ରତିଶ୍ରୁତି ଦେଇଛି ହମାସ । ଯୁଦ୍ଧର ଘମାଘୋଟ ମଧ୍ୟରେ ଗାଜାବାସୀଙ୍କୁ ଦକ୍ଷିଣ ଅଂଚଳକୁ ଯିବାକୁ ନିର୍ଦ୍ଦେଶ ଦେଉଛି ଇସ୍ରାଏଲ ସେନା। ଶନିବାର ଗାଜାରେ ମୋବାଇଲ  ଓ ଇଣ୍ଟରନେଟ୍ ସେବା ପୁରା ବନ୍ଦ ହୋଇଯାଇଥିଲା ।

ମନିଷ ସିସୋଦିଆଙ୍କ ଭାଗ୍ୟ କଣ ହେବ ଜେଲରେ ରହିବେ ନା ଜାମିନ ମିଳିବ ?

ଦିଲ୍ଲୀ : କଣ ହେବ ମନିଷ ସିସୋଦିଆଙ୍କ ଭାଗ୍ୟ । ଜେଲରେ ରହିବେ ନା ଜାମିନ ମିଳିବ । ତଥାକଥିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନର ଆଜି ରାୟ ଆସିବ । ବିଚାରପତି ସଞ୍ଜିବ ଖାନ୍ନା ଓ ଏସବିଏନ ଭଟ୍ଟି ମାମଲାର ରାୟ ଶୁଣାଇବେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଟଙ୍କା କାରବାର ମାମଲାରେ ଏବେ ଜେଲରେ ଅଛନ୍ତି ମନିସ ସିସୋଦିଆ । ତଳ କୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ମନିଶ ।

କୋର୍ଟ ମାମଲାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ । ୧୭ ଅକ୍ଟୋବରରେ ମାମଲାର ଶୁଣାଣି ହୋଇଥିଲା । ଟଙ୍କା ନେଣଦେଣରେ ମନିଷଙ୍କର କୌଣସି ସମ୍ପୃକ୍ତି ଥିବା ତଦନ୍ତକାରୀ ସଂସ୍ଥା ପାଖରେ ପ୍ରମାଣ ନାହିଁ ବୋଲି ମନିଷଙ୍କ ଓକିଲ ଯୁକ୍ତି ରଖିଥିଲେ । ସୁପ୍ରିମକୋର୍ଟ ମଧ୍ୟ ଏହି ତଦନ୍ତକାରୀ ସଂସ୍ଥାଙ୍କୁ ଏନେଇ ପ୍ରଶ୍ନ କରିଥିଲେ ।

ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇ ତରଫରୁ ବାତିଲ ଏବଂ ଆଂଶିକ ବାତିଲ ହୋଇଥିବା ଟ୍ରେନ ସମ୍ପର୍କରେ ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ : ରବିବାର ଦିନ ହାଓ୍ଡା-ଚେନ୍ନାଇ ମେନ୍ ଲାଇନର ଇକୋଆର ୱାଲ୍ଟେୟାର ଡିଭିଜନର ମୁଖ୍ୟ ଲାଇନରେ କାଣ୍ଟାକାପାଲି ଆଲାମଣ୍ଡା ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣା ହେତୁ ସୋମବାର ଭାରତୀୟ ରେଳବାଇ ଅନେକ ଯାତ୍ରୀବାହୀ ଟ୍ରେନକୁ ବାତିଲ କରି ଦେଇଛି। ଏହି ଟ୍ରେନଗୁଡିକ ମଧ୍ୟରୁ ଅନେକ ଓଡିଶା ଦେଇ ଯାଇଥାଏ | ସେଗୁଡ଼ିକ ହେଉଛି…

ଜାଣନ୍ତୁ ବାତିଲ୍ ହୋଇଥିବା ଟ୍ରେନ୍ :

  • 10.2023 ରେ ପାଲାସା ଠାରୁ 08531 ପାଲାସା-ବିଶାଖାପାଟନମ୍ ସ୍ପେଶାଲ୍ |
  • 18518 ବିଶାଖାପାଟନମ୍ ରୁ 10.2023 ରେ ବିଶାଖାପାଟନମ୍-କୋରବା ଏକ୍ସପ୍ରେସ୍ |
  • 10.2023 ରେ ପାଲାସା ଠାରୁ 08531 ପାଲାସା-ବିଶାଖାପାଟନମ୍ ସ୍ପେଶାଲ୍ |
  • 10.2023 ରେ ବିଶାଖାପାଟନମ୍ ରୁ 22810 ବିଶାଖାପାଟନମ୍-ପାରାଦୀପ ଏକ୍ସପ୍ରେସ |
  • 10.2023 ରେ ପାରାଦୀପରୁ 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ |
  • 18517 30.10.2023 ରେ କୋରବା ଠାରୁ କୋରବା-ବିଶାଖାପାଟନମ୍ ଏକ୍ସପ୍ରେସ୍ |
  • 10.2023 ରେ 08503 ରାୟଗଡା-ବିଶାଖାପାଟନମ୍ ଯାତ୍ରୀ |
  • 07469 30.10.2023 ରେ ଭିଜିଆନଗରାମରୁ ଭିଜିଆନଗରାମ-ବିଶାଖାପାଟନମ୍ ସ୍ପେଶାଲ୍ |
  • 10.2023 ରେ ବିଶାଖାପାଟନମ୍ ରୁ 08522 ବିଶାଖାପାଟନମ୍-ଗୁନୁପୁର ସ୍ପେଶାଲ୍ |
  • 10.2023 ରେ ଗୁନୁପୁରରୁ 08521 ଗୁନୁପୁର-ବିଶାଖାପାଟନମ୍ ସ୍ପେଶାଲ୍ |
  • 08527 ରାୟପୁର- 10.2023 ରେ ରାୟପୁର ଛାଡି ବିଶାଖାପାଟନମ୍ ଯାତ୍ରୀ ବାତିଲ୍ ହୋଇଛି |
  • 08528 ବିଶାଖାପାଟନମ୍- 10.2023 ରେ ବିଶାଖାପାଟନମ୍ ଛାଡୁଥିବା ରାୟପୁର ଯାତ୍ରୀ ବାତିଲ୍ ହୋଇଛି |
  • 860 MGR ଚେନ୍ନାଇ ସେଣ୍ଟ୍ରାଲ୍-ପୁରୀ ଏକ୍ସପ୍ରେସ 30.10.2023 ରେ MGR ଚେନ୍ନାଇ ସେଣ୍ଟ୍ରାଲ ଛାଡିବା ବାତିଲ ହୋଇଛି |
  • 17244 ରାୟାଗଡା-ଗୁଣ୍ଟୁର ଏକ୍ସପ୍ରେସ 10.2023 ରେ ରାୟାଗଡା ଛାଡିବା ବାତିଲ ହେବ |
  • 17240 ବିଶାଖାପାଟନମ୍-ଗୁଣ୍ଟୁର-ଏକ୍ସପ୍ରେସ 10.2023 ରେ ବିଶାଖାପାଟନମ୍ ଛାଡିବ |
  • 22819 ଭୁବନେଶ୍ୱର – 10.2023 ରେ ଭୁବନେଶ୍ୱରରୁ ବିଶାଖାପାଟନମ୍ ଇଣ୍ଟରସିଟି ଏକ୍ସପ୍ରେସ ବାତିଲ ହୋଇଛି |
  • 22820 ବିଶାଖାପାଟନମ୍- 10.2023 ରେ ବିଶାଖାପାଟନମ୍ ଛାଡି ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ବାତିଲ୍ ହୋଇଛି |
  • 07470 ବିଶାଖାପାଟନମ୍-ପାଲାସା ଯାତ୍ରୀ 10.2023 ରେ ବିଶାଖାପାଟନମ୍ ଛାଡିଥିବା ବାତିଲ୍ ହେବ |
  • 07471 ପାଲାସା-ବିଶାଖାପାଟନମ୍ ଯାତ୍ରୀ 10.2023 ରେ ପାଲାସା ଛାଡିଛନ୍ତି।
  • 08583 ବିଶାଖାପାଟନମ୍-ତିରୁପତି ବିଶାଖାପାଟନମ୍ ଛାଡି 10.2023 ରେ ବାତିଲ୍ ହେବ |
  • 08584 ତିରୁପତି-ବିଶାଖାପାଟନମ୍ ଏକ୍ସପ୍ରେସ 10.2023 ରେ ତିରୁପତି ଛାଡିବା ବାତିଲ ହେବ |
  • 18525 ବ୍ରହ୍ମପୁର- 10.2023 ରେ ବ୍ରହ୍ମପୁର ଛାଡି ବିଶାଖାପାଟନମ୍ ଏକ୍ସପ୍ରେସ ବାତିଲ ହେବ |
  • 18526 ବିଶାଖାପାଟନମ୍-ବ୍ରହ୍ମପୁର ଏକ୍ସପ୍ରେସ 10.2023 ରେ ବିଶାଖାପାଟନମ୍ ଛାଡିବା ବାତିଲ୍ ହେବ |

କେଉଁ ଟ୍ରେନ ଆଂଶିକ ବାତିଲ୍ ହୋଇଛି :

  • 85.2023 ରେ ପୁରୀରୁ 22859 ପୁରୀ-ଚେନ୍ନାଇ ଏକ୍ସପ୍ରେସ ପାଲାସା ପର୍ଯ୍ୟନ୍ତ ଚାଲିବ ଏବଂ ପୁରୀକୁ ପାସେଞ୍ଜର ସ୍ପେଶାଲ ଭାବରେ ଫେରିବ |
  • ୟେସନ୍ତପୁରରୁ 22884 ୟେସନ୍ତପୁର-ପୁରୀ ଏକ୍ସପ୍ରେସ 10.2023 ରେ ବିଶାଖାପାଟନମ୍ ପର୍ଯ୍ୟନ୍ତ ଚାଲିବ ଏବଂ ବିଶାଖାପାଟନମ୍ ଠାରୁ ପୁରୀ ପର୍ଯ୍ୟନ୍ତ ବାତିଲ୍ ରହିବ |
  • ତିରୁପତିରୁ 22880 ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ 10.2023 ବିଶାଖାପାଟନମ୍ ପର୍ଯ୍ୟନ୍ତ ଚାଲିବ ଏବଂ ବିଶାଖାପାଟନମ୍ ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ୍ ରହିବ |
  • 10.2023 ରେ ସମ୍ବଲପୁରରୁ 20809 ସମ୍ବଲପୁର-ନନ୍ଦେଡ୍ ଏକ୍ସପ୍ରେସ ଭିଜିଆନଗରାମ ପର୍ଯ୍ୟନ୍ତ ଚାଲିବ ଏବଂ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ସମ୍ବଲପୁରକୁ ଫେରିବ |
  • 10.2023 ରେ ପୁରୀରୁ 17479 ପୁରୀ-ତିରୁପତି ଏକ୍ସପ୍ରେସ ବାଲୁଗାଓଁ ପର୍ଯ୍ୟନ୍ତ ଚାଲିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ପୁରୀକୁ ଫେରିବ |
  • 11019 CST ମୁମ୍ବାଇ- ଭୁବନେଶ୍ୱର କୋନାର୍କ ଏକ୍ସପ୍ରେସ 10.2023 ରେ CST ମୁମ୍ବାଇ ଛାଡି ବିଶାଖାପାଟନମରେ ସ୍ୱଳ୍ପକାଳୀନ ଅଟେ |
  • 11020 ଭୁବନେଶ୍ୱର- CST ମୁମ୍ବାଇ ବିଶାଖାପାଟନମରେ CST ମୁମ୍ବାଇରୁ ଆରମ୍ଭ ହେବ |

କେଉଁ ଟ୍ରେନର ହୋଇଛି ଦିଗ ପରିବର୍ତ୍ତନ:

  • 10.2023 ରେ ଧାନବାଡରୁ 13351 ଧନବାଦ୍-ଆଲେପ୍ପି ଏକ୍ସପ୍ରେସ har ାରସୁଗୁଡା-ରାୟପୁର-ନାଗପୁର-ବିଜୟୱାଡା ଦେଇ ଚାଲିବ |
  • 10.2023 ରେ ହାଟିଆରୁ 12835 ହାଟିଆ-ବାଙ୍ଗାଲୋର ଏକ୍ସପ୍ରେସ har ାରସୁଗୁଡା-ରାୟପୁର-ନାଗପୁର-ବିଜୟୱାଡା ଦେଇ ଚାଲିବ |
  • ଚେନ୍ନାଇରୁ 22808 ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ 10.2023 ରେ ଥାଡି-ବିଜୟୱାଡା-ନାଗପୁର-ରାୟପୁର-har ାରସୁଗୁଡା-ଖରାଗପୁର ଦେଇ ଚାଲିବ |
  • 18046 ହାଇଦ୍ରାବାଦ-ହାଓ୍ East ାର ପୂର୍ବ ତଟ ଏକ୍ସପ୍ରେସ 10.2023 ରେ ଅନାକାପାଲେ- ବିଜୟୱାଡା-ନାଗପୁର-ରାୟପୁର-har ାରସୁଗୁଡା-ଖରାଗପୁର ଦେଇ ଚାଲିବ |
  • 10.2023 ରେ ତ୍ରିଭାନ୍ଦ୍ରମରୁ 22641 ତ୍ରିଭାନ୍ଦ୍ରମ-ଶାଲିମାର ଏକ୍ସପ୍ରେସ ନରସିପାଟନମ୍- ବିଜୟୱାଡା-ନାଗପୁର-ରାୟପୁର-har ାରସୁଗୁଡା-ଖରାଗପୁର ଦେଇ ଚାଲିବ |
  • 10.2023 ରେ ଅଗରତାଲା ଠାରୁ 12504 ଅଗରତାଲା-ବାଙ୍ଗାଲୋର ଏକ୍ସପ୍ରେସ ଭିଜିଆନଗରାମ-ଟିଟିଲାଗଡ-ରାୟପୁର-ନାଗପୁର-ବିଜୟୱାଡା ଦେଇ ଚାଲିବ |
  • 18045 29.10.2023 ରେ ଶାଲିମାରରୁ 18045 ଶଲିମାର-ହାଇଦ୍ରାବାଦ ପୂର୍ବ ତଟ ଏକ୍ସପ୍ରେସ ଭିଜିଆନଗରାମ-ଟିଟିଲାଗଡ-ରାୟପୁର-ନାଗପୁର-କାଜିପେଟ ଦେଇ ଚାଲିବ |
  • 85.2023 ରେ ସାଣ୍ଟ୍ରାଗାଚିରୁ 22855 ସାନ୍ତ୍ରାଗାଜୀ-ଟିଟୁପାଟି ଏକ୍ସପ୍ରେସ
  • 10.2023 ରେ ଶାଲିମାରରୁ 12841 ଶାଲିମାର-ଚେନ୍ନାଇ କରୋମାଣ୍ଡାଲ ଏକ୍ସପ୍ରେସ ଭିଜିଆନଗରାମ-ଟିଟିଲାଗଡ-ରାୟପୁର-ନାଗପୁର-କାଜିପେଟ-ବିଜୟୱାଡା ଦେଇ ଚାଲିବ |
  • 10.2023 ରେ ଚେନ୍ନାଇରୁ 12842 ଚେନ୍ନାଇ-ଶଲିମର କରୋମାଣ୍ଡାଲ ଏକ୍ସପ୍ରେସ ବିଶାଖାପାଟନମ୍-ବିଜୟୱାଡା-ନାଗପୁର-ରାୟପୁର-har ାରସୁଗୁଡା-ଖରାଗପୁର ଦେଇ ଚାଲିବ |
  • 12842 MGR ଚେନ୍ନାଇ ସେଣ୍ଟ୍ରାଲ- ଶାଲିମାର କରୋମାଣ୍ଡେଲ ଏକ୍ସପ୍ରେସ 10.2023 ର 07.00 ଘଣ୍ଟାରେ MGR ଚେନ୍ନାଇ ସେଣ୍ଟ୍ରାଲ ଛାଡିବାକୁ ସ୍ଥିର ହୋଇଛି।
  • 13352 ଆଲାପୁଜା-ଧାନବାଡ ବୋକାରୋ ଏକ୍ସପ୍ରେସ 10.2023 ର 06.00 ଘଣ୍ଟାରେ ଆଲାପୁଜା ଛାଡିବାକୁ ସ୍ଥିର ହୋଇଛି 30.10.2023 ର 09.00 ଘଣ୍ଟା ମଧ୍ୟରେ ଆଲାପୁଜା ଛାଡିବାକୁ ପୁନ uled ସ୍ଥିର ହୋଇଛି।

 

ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଅମରାବତୀ :  ଭିଜୟାନଗରମ ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ଯାତ୍ରୀଙ୍କ ସମ୍ପର୍କୀୟଙ୍କ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ପ୍ରତ୍ୟେକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ସେ ରାଜ୍ୟର ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଅନ୍ୟ ରାଜ୍ୟରୁ ମୃତକଙ୍କ ପରିବାର ପାଇଁ ସେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବାବେଳେ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଭିଜୟାନଗରମ ଜିଲ୍ଲାର କାନ୍ତକପାଲ୍ଲୀରେ ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥାହୋଇଛନ୍ତି ।Andhra Pradesh trains accident LIVE Updates: 18 trains cancelled, several  diverted after accident | Mint

ମୁଖ୍ୟମନ୍ତ୍ରୀ ତାଙ୍କୁ କହିଛନ୍ତି ଯେ ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଛି ଏବଂ ଶିକ୍ଷା ମନ୍ତ୍ରୀ ବି ସତ୍ୟନାରାୟଣ, ଜିଲ୍ଲା କଲେକ୍ଟର ତଥା ପୋଲିସ ଅଧୀକ୍ଷକ ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ସେ ଆହୁରି ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ କହିଛନ୍ତି ଯେ ଆହତଙ୍କ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ ଭିଜୟାନଗରମ ନିକଟରେ ଥିବା ରାୟାଗଡା ବନ୍ଧା ଯାତ୍ରୀବାହୀ ଟ୍ରେନର ଚଳାଚଳ ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ରିଲିଫ କାର୍ଯ୍ୟ ସଂଯୋଜନା ଏବଂ ପରିଚାଳନା କରିବାକୁ ମେଡିକାଲ ଏବଂ ସ୍ୱାସ୍ଥ୍ୟ, ରାଜସ୍ୱ, ପୋଲିସ ଏବଂ ଅନ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।