spot_img
Home Blog Page 2296

ପାକିସ୍ତାନ ଇରାନ ବିରୋଧରେ କରିଥିବା ଅପରେସନର ନାମ କାହିଁକି ‘ମାର୍ଗ ବାର୍ ସରମାଚର’ରଖିଛି ?

ଇରାନର ସର୍ଜିକାଲ ଷ୍ଟ୍ରାଇକର ଜବାବ ପାକିସ୍ତାନ ଦେଇଛି । ଇରାନୀ ସୀମା  ଭିତରେ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ବାୟୁସେନା ପାଲଟା ଆକ୍ରମଣ କରିଛି । ମଙ୍ଗଳବାର ପାକିସ୍ତାନ ସୀମା ଭିତରେ ଇରାନର ଆକ୍ରମଣ ପରେ ଏହି ପଦକ୍ଷେପ ନିଆଯାଇଛି। ଗୁରୁବାର ସକାଳେ ପାକିସ୍ତାନ ଏହି ଆକ୍ରମଣ କରିଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆର ପରିସ୍ଥିତି ପୂର୍ବରୁ ତିକ୍ତ ହୋଇପଡ଼ିଛି ଏବଂ ଏହି ଆକ୍ରମଣ ସୁରକ୍ଷା ଚିନ୍ତାକୁ ଆହୁରି ବଢାଇଦେଇଛି । ପାକିସ୍ତାନ ଦ୍ୱାରା ନିଆଯାଇଥିବା ଏହି ସାମରିକ କାର୍ଯ୍ୟାନୁଷ୍ଠାନର ନାମ ଅପରେସନ୍ ‘ମାର୍ଗ ବାର୍ ସରମାଚର’ରଖାଯାଇଥିଲା। ଏହି କୋଡେନାମ ସ୍ଥିର କରିବା ପଛରେ ଏକ ବିଶେଷ କାରଣ ରହିଛି । ଆସନ୍ତୁ ଜାଣିବା କଣ ପାଇଁ ପାକିସ୍ତାନ ଏହି  ଅପରେସନର ନାମ ‘ମାର୍ଗ ବାର୍ ସରମାଚର’ରଖିଥିଲା ।

ମାର୍ଗ ବାର୍ ସରମାଚରର ଅର୍ଥ କ’ଣ?

ମାର୍ଗ ବାର୍ ସରମାଚରରେ ବାକ୍ୟରେ ‘ମାର୍ ବାର୍’ ଅର୍ଥ ହେଉଛି ‘ଯେପର୍ଯ୍ୟନ୍ତ କାହାକୁ ଶେଷ କରା ନଯାଇଛି ’ । ସରମାଚରର ଅର୍ଥ ସାହସୀ, ବିଦ୍ରୋହୀ, ଗରିଲା, ସ୍ୱାଧୀନତା ସଂଗ୍ରାମୀ। “ସରମାଚର” ଅର୍ଥ ବାଲୁଚ ଭାଷାରେ ହୋଉଛି ଯୋଦ୍ଧା  ଏବଂ ପାକିସ୍ତାନ-ଇରାନ ସୀମାରେ ସକ୍ରୀୟ ଥିବା  ସଶସ୍ତ୍ର ଗୋଷ୍ଠୀ ନିଜ ସଦସ୍ୟଙ୍କ ପାଇଁ ଏହି ଶବ୍ଦ ବ୍ୟବହାର କରିଥାନ୍ତି । ତେଣୁ ମାର୍ ବାର୍ ସରମାଚରର ଅର୍ଥ ହେଉଛି ସରମାଚରର ବିନାଶ ବା ଯୋଦ୍ଧାଙ୍କ ବିନାଶ ।

କେଉଁ ଦେଶରେ ଏହି ବାକ୍ୟାଂଶ ଅଧିକ ବ୍ୟବହୃତ ହୁଏ?

ତେବେ ଇରାନ, ଆଫଗାନିସ୍ତାନ, ଲେବାନନ୍, ୟେମେନ, ଇରାକ ଏବଂ ପାକିସ୍ଥାନରେ ‘ମାର୍ ବାର୍’ ବାକ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ପ୍ରଥମ ସର୍ବୋଚ୍ଚ ନେତା ରୁହୁଲ୍ଲା ଖୋମେନି ଏହି ଶବ୍ଦକୁ ଲୋକପ୍ରିୟ କରିଥିଲେ।

ସରମାଚାରା ଉପରେ ପାକିସ୍ତାନ କ’ଣ କହିଲା?

ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସମଗ୍ର ବିଶ୍ୱକୁ କହିଛି ଯେ ‘ଆଜି ସକାଳେ ପାକିସ୍ତାନ ଇରାନର ସିସ୍ତାନ-ଓ-ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଟାର୍ଗେଟ ଉପରେ ନିର୍ଦ୍ଦିଷ୍ଟ ଭାବରେ ସାମରିକ ଆକ୍ରମଣ ଆରମ୍ଭ କରିଛି। ଏହି ଗୁପ୍ତ ଅପରେସନ ସମୟରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାର କୋଡ୍ ନାମ ଥିଲା ‘ମାର୍ଗ୍ ବାର୍ ସରମାଚର୍’ । ପାକିସ୍ତାନ ଆହୁରି ମଧ୍ୟ କହିଛି ଯେ ଗତ କିଛି ବର୍ଷ ଭିତରେ ଇରାନରେ ସକ୍ରୀୟ ଥିବା ବଲୁଚ ଆତଙ୍କବାଦୀ ବାବଦରେ ଆମେ ବାରମ୍ବାର ତେହେରାନକୁ ଅବଗତ କରାଇଛି । ଏନେଇ ଆମେ ଇରାନକୁ ବଳିଷ୍ଠ ପ୍ରମାଣ ସହିତ ଡୋଜେୟର ମଧ୍ଯ ଦେଇଥିଲୁ । କିନ୍ତୁ ଇରାନ ଏନେଇ କୌଣସି ବଳିଷ୍ଟ ପଦକ୍ଷେପ ନେଇ ନାହିଁ । ଏହି କାରଣରୁ ଆତଙ୍କବାଦୀମାନେ ନିର୍ଭୟରେ ପାକିସ୍ତାନରେ ହିଂସାକାଣ୍ଡ ଭିଆଉଛନ୍ତି । ଏହି ଆତଙ୍କବାଦୀଙ୍କ ଆଡ୍ଡା ବାବଦରେ ନିର୍ଦ୍ଧିଷ୍ଟ ଓ ନିର୍ଭରଯୋଗ୍ୟ ସୂଚନା ମିଳିବା ପରେ ପାକିସ୍ତାନୀ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ପାକିସ୍ତାନ କହିଛି ।

ଆକ୍ରମଣ ପରେ ମଧ୍ୟ ଇରାନ ସହିତ ସମ୍ପର୍କରେ ସନ୍ତୁଳନ ବଜାୟ ରଖିବାକୁ ପ୍ରୟାସ

ପାକିସ୍ତାନ କହିଛି ଯେ,ଇରାନର ସାର୍ବଭୋମତ୍ୱ ଓ  ଅଖଣ୍ଡତାକୁ ଆମେ ପୂର୍ଣ୍ଣ ସମ୍ମାନ କରୁ । ଆଜି ହୋଇଥିବା ଏହି ଆକ୍ରମଣର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପାକିସ୍ତାନର ନିଜର ସୁରକ୍ଷା ତଥା ଜାତୀୟ ସ୍ୱାର୍ଥର ରକ୍ଷା । ନିଜ ସ୍ୱାର୍ଥ ସହିତ ଆମେ ସାଲିସ କରିପାରିବୁ ନାହିଁ । ପାକିସ୍ତାନର ଲୋକମାନଙ୍କ ମନରେ ଇରାନବାସୀଙ୍କ ପ୍ରତି ବହୁତ ସମ୍ମାନ ଓ ସ୍ନେହ ରହିଛି । ଆତଙ୍କବାଦର ମୁକାବିଲା ପାଇଁ ଆମେ ପାରସ୍ପାରିକ ସହଯୋଗରେ ବିଶ୍ୱାସ କରୁ ।

ପୁରୀକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଜଗନ୍ନାଥ ଦର୍ଶନ ହେବ ଆହୁରି ସହଜ । ସୁଦୁର ସୁନ୍ଦରଗଡ଼ ହେଉ କି ସୀମାନ୍ତ ନୂଆପଡ଼ା, ଯାତ୍ରୀମାନେ ପୁରୀକୁ ଆରାମଦାୟକ ଯାତାୟତ କରିବାର ସୁବିଧା ପାଇବେ । ତାହା ପୁଣି ସୁଲଭ ମୂଲ୍ୟରେ । କାରଣ ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ୍  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଏକ୍ସପ୍ରେସକୁ ଫ୍ଲାଗଅଫ୍ କରି ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଛି ବିଳାସପୂର୍ଣ୍ଣ ବସ୍ । ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ାଇବାକୁ ନିଷ୍ପତ୍ତି ହୋଇଛି ।

ବଲାଙ୍ଗୀର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ପରି ୧୨ଟି ଜିଲ୍ଲାର ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ବସ୍ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରୁଟ୍ ଚାର୍ଟ ବି ସ୍ଥିର ହୋଇ ସାରିଛି । ବସ୍ ଯେଉଁ ଜିଲ୍ଲାରୁ ବି ଆସିଲେ, ଭୁବନେଶ୍ବରର ଦେଇ ପୁରୀ ଯିବ । ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିବାବେଳେ ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଆଗ୍ରହଣ ରହିଛି । ଯେଉଁଥିପାଇଁ ଜଗନ୍ନାଥ ଏକ୍ସପ୍ରେସ ସହାୟ ସାଜିବ । ଯାହାକୁ ନେଇ ସାରା ରାଜ୍ୟର ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଛି ।

୧୬ ବର୍ଷରୁ କମ୍‌ ବୟସ ପିଲାଙ୍କୁ ନେଇପାରିବେନି କୋଚିଂ ସେଣ୍ଟର

ନନ୍ଦିଘୋଷ ବ୍ୟୁରୋ: କୋଚିଂ ସେଣ୍ଟର ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ । ୧୬ ବର୍ଷରୁ କମ୍‌ ବୟସ ପିଲାଙ୍କୁ ନେଇପାରିବେନି କୋଚିଂ ସେଣ୍ଟର । ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ପିଲା କୋଚିଂ ସେଣ୍ଟର ଯାଇପାରିବ । ଗ୍ରାଜୁଏସନଠାରୁ କମ୍‌ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି । ଭଲ ରାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେବାକୁ ମନା ।

ପୁଣି ଚର୍ଚ୍ଚାରେ ଉଦୟନିଧିଙ୍କ ବୟାନ, ରାମ ମନ୍ଦିରକୁ ନେଇ କହିଲେ ଏମିତି କଥା

ଚେନ୍ନାଇ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ବିରୋଧୀମାନେ ଏହାକୁ ନେଇ ବିରୋଧ କରୁଥିବା ଦେଖିବାକୁ ମିଳିଛି । ରାଜନୀତି ପାଇଁ ସରକାର ଏଭଳି କରୁଥିବା କିଛି ବିରୋଧୀମାନେ ମଧ୍ୟ କହୁଛନ୍ତି । ତେବେ ଏହି କ୍ରମେରେ ପୁଣିଥରେ ସାମିଲ ହୋଇଛନ୍ତି ଉଦୟନିଧୀ ଷ୍ଟାଲିନ୍ ।ରାମ ମନ୍ଦିରକୁ ନେଇ ପୁଣିଥରେ ଦେଲେ ବିବାଦୀୟ ବୟାନ। କହିଲେ ମସଜିଦ୍ ଭାଙ୍ଗି ନିର୍ମାଣ ହୋଇଥିବା ମନ୍ଦିରକୁ ଆମର ସମର୍ଥନ ନାହିଁ । ଆମ ଦଳ କୌଣସି ମନ୍ଦିରକୁ ବିରୋଧ ନାହିଁ । ମାତ୍ର ମସଜିଦକୁ ଭାଙ୍ଗି ତିଆରି କରାଯାଉଥିବା ମନ୍ଦିରକୁ ଆମର ସମର୍ଥନ ନାହିଁ । ଆମ ନେତାମାନେ ପୂର୍ବରୁ ମଧ୍ୟ କହିଛନ୍ତି କି, ଧର୍ମ ଏବଂ ରାଜନୀତିକୁ ମିଶାଅ ନାହିଁ ।

ସେପଟେ ଏହା ପୂର୍ବରୁ ମଧ୍ୟ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ଷ୍ଟାଲିନ୍ । ସନାତନ ଧର୍ମକୁ ଏକ ବ୍ୟାଧି ବୋଲି କହିଥିଲେ । ସନାତନ ଧର୍ମ ହେଉଛି ମ୍ୟାଲେରିଆ, ଡେଙ୍ଗୁ ସହ ସମାନ ବୋଲି କହିଥିଲେ । ସେପଟେ ଏହି ବିବାଦୀୟ ବୟାନ ପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା ମାଗିବାକୁ କୁହାଯାଇଥିଲା । ମାତ୍ର ସେ କେବେ ମଧ୍ୟ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା । ଗଣମାଧ୍ୟମରେ ହେଡଲାଇନ ମଧ୍ୟ ପାଲଟିଥିଲା ।

ଢେଙ୍କାନାଳ କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଢେଙ୍କାନାଳ: ଢେଙ୍କାନାଳ କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଡୁବୁରି ଅଞ୍ଚଳରୁ ଏକ କୋଇଲା ଟ୍ରେନ୍ ତାଳଚେର ଆସୁଥିବା ବେଳେ କମଳାଙ୍ଗ ଷ୍ଟେସନରୁ କିଛି ଦୂର ଅତିକ୍ରମ କରିବା ପରେ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ରେଲୱେ ବିଭାଗର ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମଃ ପର୍ଯ୍ୟାୟରେ ଟ୍ରେନ୍ ଚଳାଚଳ ଯେପରି ସ୍ଵାଭାବିକ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏଥିସହିତ ଟ୍ରେନ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ରେଳ ବିଭାଗ ।

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ ସହ ୬ ସହଯୋଗୀ ଗିରଫ

କଟକ: କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ ଓ ତାର ୬ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସକିଲ ଓ ସହଯୋଗୀମାନେ କଟକ ସଦର ଅଂଚଳରେ ଏକ ସ୍ଥାନରେ ଏକାଠି ହୋଇ ବଡ ଧରଣର ଅପରାଧ କରିବା ପାଇଁ ଯୋଜନା କରୁଥିଲେ । ଏ ସଂପର୍କରେ ଖବର ପାଇ ପୋଲିସ ସେଠାରେ ଚଢାଉ କରି ସକିଲ ଓ 6 ସହଯୋଗୀଙ୍କୁ ଗିରଫ କରିଥିଲା। ପୋଲିସ ତିନୋଟି ଦାମୀ ଗାଡି , 2  ବନ୍ଧୁକ, 7 ଗୁଳି, 9 ମୋବାଇଲ,  ଦୁଇଟି ଖଣ୍ଡା ଜବତ କରିଛି। ସକିଲ ନାମରେ 40 ଟି ମାମଲା ଥିବା ବେଳେ ଅନ୍ଯ ମାନଙ୍କ ନାଁରେ ଏକାଧିକ ମାମଲା ରହିଛି । କିଛି ମାସ ତଳେ କଟକ ପୋଲିସ ସକିଲକୁ ତଡିପାର କରାଇଥିଲା।

ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ବର: ଧରାହେଲା ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ । ରାଜଧାନୀର ବିଭିନ୍ନ ଆପାର୍ଟମେଂଟରୁ ହୋଇଥିବା ସିରିଜ ଲୁଟ ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ । ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ । ରାଜଧାନୀର ପାଞ୍ଚଟି ଆପାର୍ଟମେଣ୍ଟରେ ୧୨ ଫ୍ଲାଟ୍ ରୁ ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ । ଏମାନେ ଚନ୍ଦକା ଥାନା ଅଞ୍ଚଳ ଆପାର୍ଟମେଣ୍ଟ, ଇନ୍ଫୋସିଟ ଥାନା ଅଞ୍ଚଳ ରାଜ ବାଟିକା, ଭରତପୁର ଥାନା ଅଞ୍ଚଳରେ ଥିବା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଲୁଟ୍‌ କରିଥିଲେ । ଲୁଟେରା ଗ୍ୟାଙ୍ଗ ବାହାର ରାଜ୍ୟର । ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ମିଳିଥିବା ଭିଜୁଆଲ ଅନୁସାରେ କିଛି ଦିନ ତଳେ ସର୍ବସାଧାରଣରେ ଫଟୋ ଜାରି କରିଥିଲା କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ପ୍ରକଳ୍ପ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଧିରାଜ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅଧିରାଜ ଯୋଗ ଦେବା ପରେ କଂଗ୍ରେସରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଦଳ ମତ ନିର୍ବିଶେଷରେ ଏଭଳି କାର୍ଯ୍ୟରେ ସମସ୍ତେ ସାମିଲ ହେବା କଥା ବୋଲି କହିଥିଲେ ଅଧିରାଜ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି, ଏ ଖବର ପିସିସି ସଭାପତି ଓ ପ୍ରଭାରୀଙ୍କ ପାଖେ ପହଞ୍ଚିଛି । ଅନ୍ୟପଟେ ସୁରଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି ଅଧିରାଜ । ଅଧିରାଜ କହିଛନ୍ତି ଯେ, ଦଳ ତରଫରୁ କେବେ କୁହାଯାଇ ନଥିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନ ଯିବା ପାଇଁ । ପ୍ରକଳ୍ପକୁ ବିରୋଧ ପାଇଁ କଂଗ୍ରେସ କେବେ କହିନି । ତେଣୁ ଏଭଳି ଏକ ଐତିହାସିକ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସେ କୌଣସି ଦଳୀୟ ଶୃଙ୍ଖଳା ଭଙ୍ଗ କରିନାହାନ୍ତି ବୋଲି କହିଛନ୍ତି ଅଧିରାଜ।

ମହଙ୍ଗା ପଡ଼ିଲା ଚୋରି କରିବା, ଚଳନ୍ତା ଟ୍ରେନରେ ଝୁଲି ରହିଲା ଲୁଟେରା

ପାଟନା: ଚୋରକୁ ମିଳିଲା ପାନେ। ନିର୍ଦ୍ଧୁମ ଛେଚା ଖାଇଲା, ଚଳନ୍ତା ଟ୍ରେନରେ ଝୁଲି ରହିଲା । ବିହାରର ଭଗଲପୁର ରେଲଓ୍ବେ ଷ୍ଟେସନରୁ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଜଣେ ଚୋର ଟ୍ରେନରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ମୋବାଇଲ ଚୋରି କରି ନେଉଥିଲା । ଚୋରର ଦୁର୍ଭାଗ୍ୟକୁ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲା । ମହିଳା ଜଣକ ଚୋରକୁ ଧରିବା ସହ ଝରକା ପଟେ ମୋବାଇଲ ନେବାକୁ ଚେଷ୍ଟା କରୁଥିବାବେଳେ aହିଳା ଜଣକ ଚୋରର ହାତକୁ ଧରି ପକାଇଥିଲେ । ଠିକ ଏହି ସମୟରେ ଟ୍ରେନ ଛାଡ଼ି ଦେଇଥିଲା । ଝୁଲନ୍ତା ଅବସ୍ଥାରେ ରହିଥିବା ଚୋର ଜୋରରେ ଚିତ୍କାର କରି କହିଥିଲା କି, ମୋତେ ଛାଡ଼ ନାହିଁ । ଜୋରରେ ମୋ ହାତକୁ ଧରିଥାଅ । ନହେଲେ ମୁଁ ମରିଯିବି । ସେପଟେ ଚୋରଟି ୫ କିଲୋମିଟର ଝୁଲି ରହିବା ପରେ ଟ୍ରେନ ଅଟକିଥିଲା । ଲୋକେ ଚୋର ଉତ୍ତମ ମଧ୍ୟମ କି ବୋହେ ମାଡ଼ ମାରିଥିଲେ । ପରେ ଚୋରର ପୁଅ ଲୋକଙ୍କ ଗୋଡ଼ ହାତ ଧରି ନେହୁରା ହେବାପରେ ଛାଡ଼ିଥିଲେ । ମାତ୍ର ଚୋରଟି ଏଭଳି ଝୁଲି ରହିଥିବାରୁ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ସୁପର ଓଭରରେ ନବିଙ୍କ ଉପରେ କାହିଁକି ରାଗିଲେ ରୋହିତ?

ବାଙ୍ଗାଲୋର: ବୁଧବାର ଭାରତ ଏବଂ ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ହିଟମ୍ୟାନ ରୋହିତ ଶର୍ମା ରାଗ ମୁଡରେ ନଜର ଆସିଥିଲେ । ଯାହାକୁ ନେଇ ଏବଂ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସୁପର ଓଭରରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଶେଷ ବଲରେ ମୁକେଶ କୁମାରଙ୍କ ବଲକୁ ନବି ମାରିବା ପାଇଁ ଘୁରାଇଥିଲେ । ମାତ୍ର ବ୍ୟାଟରେ ବଲ ସଂଯୋଗ ହୋଇନଥିଲା । ମାତ୍ର ବାଇ ରନ ପାଇଁ ଦୌଡ଼ିଥିଲେ ନବି । ଓ୍ବିକେଟ କିପର ସଞ୍ଜୁ ସାମସନ ଆଉଟ ପାଇଁ ବଲ ଫୋପାଡ଼ୁଥିବାବେଳେ ନବିଙ୍କ ଗୋଡ଼ରେ ବଲ ବାଜିଥିଲା । ମାତ୍ର ୧ ରନ ହେବା ବଦଳରେ ୩ ରନ ନେଇଥିଲେ ଆଫଗାନିସ୍ତାନ ଖେଳାଳି । ତେବେ ନବିଙ୍କ ଗୋଡ଼ରେ ବଲ ବାଜିଥିବାବେଳେ ରୋହିତ ରାଗି ଯାଇଥିଲେ । ସେ ପିଚରେ ଦୌଡ଼ିଥିବାକୁ ନେଇ ରାଗି ଯାଇଥିଲେ । ସେପଟେ କୋହଲିଙ୍କ ପାଖରେ ବଲ ପହଞ୍ଚିଥିବାବେଳେ ସେ ମଧ୍ୟ ରାଗ ମୁଡରେ ନଜର ଆସିଥିଲେ । କ୍ୟାମେରା ମ୍ୟାନ ଉଭୟ ଭେଟେରାନ ଖେଳାଳିଙ୍କ ମଧ୍ୟ ଦେଖାଇଥିଲେ ।

ସୁପର ଓଭରରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬ ରନ ସଂଗ୍ରହ କରିଥିଲା । ରୋହିତଙ୍କ ରାଗ ପରେ ରାହୁଲ ଦ୍ରାବିଡ ଯାଇ ଆଫଗାନିସ୍ତାନ ଖେଳାଳିଙ୍କ ସହ କଥା ହୋଇଥିଲେ । ବୁଝାଇବା ସହ ଖେଳ ଆରମ୍ଭ ହୋଇଥିଲା । ତେବେ ଭାରତ ମଧ୍ୟ ସେହି ୧୬ ରନ କରିଥିବାବେଳେ ପୁଣିଥରେ ସୁପର ଓଭର ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ଦେଇଥିବା ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିବାକୁ ଯାଇ ଆଫଗାନିସ୍ତାନ ମାତ୍ର ୧ ରନରେ ୨ଟି ଓ୍ବିକେଟ ହରାଇଛି । ରବି ବିଷ୍ଣୋଇ ୨ଟି ଓ୍ବିକେଟ ହରାଇଥିଲେ ।