spot_img
Home Blog Page 2298

ରାଜ୍ୟ କଂଗ୍ରେସକୁ ଭରସା ଯୁବ ଚେହେରା, ଏହି ରଣକୌଶଳ ସହ ମଇଦାନକୁ ଓହ୍ଲାଇପାରେ ଦଳ

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ଭରସା ଯୁବ ଚେହେରା । ବାରମ୍ବାର ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ନମିଳିପାରେ କଂଗ୍ରେସ । ୮୦ ପ୍ରତିଶତ ଯୁବ ନେତୃତ୍ବଙ୍କୁ ୨୪ ମଇଦାନରେ ଓହ୍ଲାଇବା ପାଇଁ ଦଳ କସରତ ଆରମ୍ଭ କରିଛି । କଂଗ୍ରେସ ଶାସିତ ରାଜ୍ୟରେ ଦଳର ପରାଜୟ ପରେ ଓଡ଼ିଶା କଂଗ୍ରେସ ପାଇଁ ମଙ୍ଗୁଆଳ ଏପରି ଚିନ୍ତା କରିଛନ୍ତି । ନିର୍ବାଚନ ଓ ସ୍କ୍ରିନିଂ କମିଟି ଏହା ଉପରେ ନିଷ୍ପତ୍ତି ନେବ ବୋଲି ପିସିସି ସଭାପତି କହିଛନ୍ତି । ସେପଟେ ନିଜ ଭିତରେ ଲଢ଼େଇ ଯୋଗୁ କଂଗ୍ରେସ ହାରୁଛି ବୋଲି ବରିଷ୍ଠ ବିଧାୟକମାନେ ମତ ଦେଇଛନ୍ତି ।

୨୪ ପାଇଁ କଂଗ୍ରେସର ଚେହେରା ଚିନ୍ତା । ବାରମ୍ବାର ପରାଜିତ ନେତାଙ୍କୁ ମିଳିବନି ଟିକେଟ୍‌ । ଯୁବ ଓ ମହିଳା ନେତୃତ୍ବଙ୍କୁ ଫୋକସ୍‌ । ତାରା- ସୁରଙ୍କ ଦାବି ଉପରେ ଶରତଙ୍କ ଭିନ୍ନମତ । ୨୦୧୯ରେ ରାଜ୍ୟରେ କଂଗ୍ରେସର ଭୋଟ୍‌ ହାର ଥିଲା ୧୬ ଦଶମିକ ୧୨ ପ୍ରତିଶତ । ଗତ ପଞ୍ଚାୟତ ନିର୍ବାଚନରେ ୧୩ ଦଶମିକ ୫୭ ପ୍ରତିଶତକୁ କମିଲା । ପୌର ଓ ୮ଟି ଉପନିର୍ବାଚନରେ ଦଳର ଭୋଟ୍‌ ହାର ଥିଲା ଅତି ନଗଣ୍ୟ । ଏଭଳି ସ୍ଥିତିରେ ଓଡ଼ିଶା କଂଗ୍ରେସ ୨୦୨୪ ନିର୍ବାଚନ ସାମ୍ନା କରିବାକୁ ଯାଉଛି ।

ଗୋଷ୍ଠୀ କନ୍ଦଳ ଭିତରେ ଛନ୍ଦି ହୋଇପଡ଼ିଥିବା ରାଜ୍ୟ କଂଗ୍ରେସ ଏବେ ଯୁବ ନେତୃତ୍ବଙ୍କୁ ନେଇ ଆଗକୁ ଯିବାକୁ ଆରମ୍ଭ କରିଛି କସରତ । ଗ୍ରାଉଣ୍ଡରେ କାମ କରୁଥିବା ଯୁବ ନେତୃତ୍ବଙ୍କୁ ଦଳ ୨୪ରେ ଚେହେରା କରିବାକୁ ରଣନୀତି କରୁଛି । ବାରମ୍ବାର ନିର୍ବାଚନ ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ଟିକେଟ୍‌ ନଦେବାକୁ ଦୁଇ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ ଦାବି କରିଛନ୍ତି  । ଅଧିକ ଯୁବ ନେତୃତ୍ବଙ୍କୁ ଟିକେଟ୍‌ ନଦେଲେ କଂଗ୍ରେସ ସ୍ଥିତିରେ ଉନ୍ନତି ହେବ ନାହିଁ ବୋଲି ଉଭୟ କହିଛନ୍ତି ।

ବାରମ୍ବାର ନିର୍ବାଚନ ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ଟିକେଟ ନଦେବା ପାଇଁ ଦଳ ଭିତରେ ଦାବି ଉଠିବା ପରେ ପିସିସି ସଭାପତି ଚିନ୍ତାରେ ପଡ଼ିଛନ୍ତି । ଜିତିବା କ୍ଷମତା ଥିବା ନେତାଙ୍କୁ ଟିକେଟ୍‌ ଦେବାରେ ପ୍ରାଧାନ୍ୟ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି । ଏନେଇ କଂଗ୍ରେସ ନିର୍ବାଚନ ଓ ସ୍କ୍ରିନିଂ କମିଟି ନିଷ୍ପତ୍ତି ନେବ । ୨୩ ବର୍ଷ କ୍ଷମତା ବାହାରେ ଥିବା ରାଜ୍ୟ କଂଗ୍ରେସ ୨୪ ନିର୍ବାଚନକୁ ନେଇ ଅଙ୍କ କଷୁଛି । ଟିକେଟ୍‌ ପାଇବା ପାଇଁ କିଏ ଯୋଗ୍ୟ, ତାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ନୂଆ କଳି । ଯାହାକି ଦଳର ୯ରୁ ୯୦ ମିଶନକୁ ପାଣିଚିଆ କରିଦେଇଛି ।

ମାହାଙ୍ଗାରେ ଭାଗବତ ମେଳଣ, ଜାଣନ୍ତୁ ଏହି ଅନନ୍ୟ ପରମ୍ପରା ସମ୍ପର୍କରେ ଅଜଣା କଥା

କଟକ : ଦୋଳ ମେଳଣ କଥା ଆପଣମାନେ ଶୁଣିଥିବେ। ହେଲେ କଟକ ମାହାଙ୍ଗା ଅଞ୍ଚଳରେ କାହିଁ କେଉଁ କାଳରୁ ପାଳନ ହେଇ ଆସୁଛି ଭାଗବତ ମେଳଣ। ବିମାନରେ ବିଜେ ହୋଇଥାନ୍ତି ପ୍ରଭୁ ଜଗନ୍ନାଥ। ଆଉ ଜଗନ୍ନାଥଙ୍କ ପଛରେ ଭାଗବତ ପୋଥି। ଘଣ୍ଟ ଘଣ୍ଟା ଖୋଳ ସଂକୀର୍ତ୍ତନରେ ଉଛୁଳି ଉଠେ ମେଳଣ ପଡିଆ। ପିଠାପଣା ସହ ଅତିଥିରେ ପୁରୀ ଉଠିଥାଏ ଗାଁ। ରଙ୍ଗବେରଙ୍ଗର ଆତସବାଜିରେ ଝଲସି ଯାଏ ପରିବେଶ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଅଷ୍ଟମୀ ପର ପର୍ଯ୍ୟନ୍ତ ଚାଲେ ଏହି ମେଲଣ। ବିମାନରେ ଭାଗବତ ଥିବାରୁ ଏହାକୁ ଭାଗବତ ବିମାନ କୁହାଯାଏ। ପ୍ରତିଦିନ ଏହି ବିମାନ ସବୁ ଘର ଘର ବୁଲି ଗାଁରେ ଭୋଗ ଖାଇବା ପରେ ସନ୍ଧ୍ୟାରେ ମେଳଣ ପଡ଼ିଆକୁ ଯାଆନ୍ତି।

ଭାଗବତର ପ୍ରଚାର ପ୍ରସାର ସହ ଭାଇଚାରାର ଏକ ସମୃଦ୍ଧ ପରମ୍ପରା ତିଆରି କରିବା ଏହାର ବିଶେଷତ୍ବ। ଗୋଟିଏ ଗାଁରେ ମେଳଣ ସାରିଲେ ପୁଣି ଆର ଗାଁରେ ସେହି ସମାନ ପରମ୍ପରା ବହନ କରି ଭାଗବତ ମେଳଣ ଅନୁଷ୍ଠିତ ହୁଏ। ଗାଁ ଗାଁ ଘର ଘର ବୁଲି ଭୋଗ ଖାଇବା, ଏକାଠି ଭଜନ ସଂକୀର୍ତ୍ତନ କରିବା, ଭାବବତ ଶୁଣିବା, ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ରାତିସାରା ମେଳଣରେ ସାମିଲ ହେବା ପରସ୍ପରକୁ ସ୍ନେହ ଶ୍ରଦ୍ଧା ଶିଖାଇବା ସହ ସାମାଜିକ ବନ୍ଧନକୁ ଆହୁରି ସୁଦୃଢ଼ କରେ।

NMIMS ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା ବିକାଶର ନୂତନ ଯୁଗ । ଓଡ଼ିଶାରେ ଖୋଲିବ ଅନ୍ତର୍ଜାତୀୟମାନର ବିଶ୍ବବିଦ୍ୟାଳୟ NMIMS । ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଇନଫୋଭ୍ୟାଲିଠାରେ ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡ଼ିଜ୍ ବା NMIMS ବିଶ୍ବବିଦ୍ୟାଳୟ ବର୍ଷକ ମଧ୍ୟରେ ପାଠପଢା ଆରମ୍ଭ କରିବ । ଯୁବ ଗୋଷ୍ଠୀ ଆମ ଶକ୍ତି ଏବଂ ଭବିଷ୍ୟତ । ଏହି ଅନ୍ତର୍ଜାତିୟମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଶ୍ବବିଦ୍ୟାଳୟ NMIMS ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ରଖିଛି । ଉଚ୍ଚ ଶିକ୍ଷା କ୍ଷେତ୍ରାରେ  NMIMS ଶିକ୍ଷାନୁଷ୍ଠାନ ଗୁରୁତ୍ବ ରହିବ । ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରକୁ ବିଶ୍ବସ୍ତରୀୟ କରିବାରେ ସହଯୋଗ କରିବ  NMIMS  ବୋଲି ନବୀନ କହିଛନ୍ତି । NMIMS ପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀ ଭିଲେପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ବା ଏସଭିକେଏମ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇସାରିଛି । ଏନେଇ  ଏସଭିକେଏମ  ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । NMIMS ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଜଟଣୀର ଗୌଡକାଶିପୁରଠାରେ ୪୦ ଏକର ଜମି ଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି । ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ୩୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ।

କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର  ପର୍ଯ୍ୟନ୍ତ ଶିକ୍ଷାଦାନ ହେବ । SVKM ପକ୍ଷରୁ ୪୦୦କୋଟିର ପୁଞ୍ଜି ବିନିଯୋଗ ହେବ । ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସଭିକେଏମ୍ ବହନ କରିବ । ଜଟଣୀରେ ବିଶ୍ବସ୍ତରର ଶିକ୍ଷାନୁଷ୍ଠାନ ହେବାକୁ ଥିବାରୁ ଏଥିପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ ।

ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ। ଟନେଲ ନୁହେଁ, ହେବ ସେଡ୍ ବ୍ୟବସ୍ଥା

ପୁରୀ : ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କୁ ମିଳିବ ସର୍ବୋତ୍ତମ ସୁବିଧା। ଟନେଲ ନୁହେଁ, ଭକ୍ତଙ୍କ ପାଇଁ ନିର୍ମାଣ ହେବ ସେଡ୍। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ଦାଣ୍ଡରେ ଟେନ୍ସିଲ ଫାବ୍ରିକ ଶୀତତାପ ନିୟନ୍ତ୍ରିତ ସେଡେଡ ଚଲାପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମରିଚିକୋଟ ଛକ ଠାରୁ ପାପୁଡ଼ିଆ ମଠ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ଖାଲି କରାଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ୮୪ ମିଟର ଲମ୍ବର ଏହି ଚଲାପଥ ୧୨ ମିଟର ଚଉଡା ରହିବା ସହିତ ଏଥିରେ ୧୦ଟି ଧାଡି ରହିବ। ପ୍ରତି ଧାଡିରେ ଭକ୍ତଙ୍କ ସୁବିଧାକୁ ନଜରରେ ରଖି ବସିବାର ବ୍ୟବସ୍ଥା ସହ ପିଇବା ପାଣି, ଆଲୋକ ତଥା ଶୀତତାପ ବ୍ୟବସ୍ଥା ରହିବ। ସାଧାରଣ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିସ୍ଥାପିତ ହୋଇଥିବା ଉଠାଦୋକାନୀ ମାନେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

ଯାତ୍ରୀ ଓ ଗମନା ଗମନ ସୁବିଧା ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏପରି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି। ବ୍ୟାରିକେଡ ତୁଳନାରେ ସେଡ଼ରେ ରହିବ ଅନେକ ସୁବିଧା। ଯାହାକୁ ନେଇ ପର୍ଯ୍ୟଟକ ସ୍ବାଗତ କରିବା ସହ ଏପରି ଏକ ଅଭିନବ ପରିକଳ୍ପନାକୁ ପ୍ରଶଂସା କରିଛନ୍ତି। ତେବେ ଏହି ନୂତନ ସେଡ଼ ନିର୍ମାଣ ଦ୍ୱାରା ବଡ଼ଦାଣ୍ଡ ପାର୍ଶ୍ଵରେ ଥିବା ଦୋକାନୀ ଯେପରି ବିଶେଷ ପ୍ରଭାବିତ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଛି।

ଶ୍ରୀକ୍ଷେତ୍ରର ବିକାଶ ତଥା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଏହି ଶୀତତାପ ସେଡେଡ଼ ଚଲାପଥ ବଡଦାଣ୍ଡର ଡ୍ରେନ ଠାରୁ ପ୍ରାୟ ୫ମିଟର ପରେ ନିର୍ମାଣ ହେଉଛି ।

 

ଫାଷ୍ଟଫୁଡ୍ ଯୁଗରେ ବଢୁଛି ପାରମ୍ପରିକ ଖାଦ୍ୟର ଚାହିଦା

ବାଲେଶ୍ବର : ଫାଷ୍ଟଫୁଡ୍ ଯୁଗରେ ବଢୁଛି ପାରମ୍ପରିକ ଖାଦ୍ୟର ଚାହିଦା। ମିଲେଟ୍ ପିଠାଠୁ ଆରମ୍ଭ କରି ଚଟପଟା ଖାଦ୍ୟ ପର୍ଯ୍ୟନ୍ତ। ସୁସ୍ବାଦୁ ଖାଦ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି ପ୍ରତିଯୋଗୀ।

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସ୍ୱାଦିଷ୍ଟ ଖାଦ୍ୟର ପସରା। ଦହିବରା, ଚାଟ, ଇଡଲି, ଚକୁଳି ପିଠା ସହିତ ଆଳୁଦମ୍। ମିଲେଟର କେକ୍ ବି ହୋଇଛି ସାମିଲ୍। ଫକୀରମୋହନ ଜୁନିଅର ମହାବିଦ୍ୟାଳୟ ଶିକ୍ଷାର୍ଥୀ ମାନେ ମିଶି ଆୟୋଜନ କରିଛନ୍ତି ଫୁଡ୍ ଫେଷ୍ଟିଭାଲ୍। କଲେଜ ପରିସରରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମାନେ ସାମିଲ ହୋଇଥିଲେ । ଫୁଡ ଫେଷ୍ଟାଭାଲର ମଜା ନେଉଥିଲେ ଶିକ୍ଷକ ଶିକ୍ଷୟତ୍ରି ।

ଯୁବ ମହୋତ୍ସବ ବାଲେଶ୍ବର ସ୍ନୋଫେଷ୍ଟରେ ମଧ୍ୟ ସମାନ ଚିତ୍ର। ମହିଳା ମାନଙ୍କ ଦ୍ଵାରା ପୋଡ଼ ପିଠା, ମଣ୍ଡା ପିଠା, ଚକୁଳି, ଆରିସା, ହଳଦୀ ପତ୍ର ପିଠା, ଲାଉ ପିଠା, ଚିତଉ ପିଠା ପ୍ରସ୍ତୁତ କରଯାଇ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଯେଉଁ ପ୍ରତିଯୋଗୀ ମାନେ ପାରମ୍ପରିକ ଖାଦ୍ୟ ସୁସ୍ୱାଦୁ ଏବଂ ସୁନ୍ଦର ଭାବେ କରିପାରିଛନ୍ତି ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି। ଏହାସହ ଫୁଡ୍ ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ ପାଲଟିଛି ମିଲେଟ ଖାଦ୍ୟ। ମିଲେଟରେ ପିଠାକୁ ମଧ୍ୟ ଲୋକେ ବେଶ୍ ପସନ୍ଦ କରିଛନ୍ତି। ୩୦ଜଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରିତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

 

୧୫ ଏକର ଜମିରେ ଫଳିଛି ସୁନାର ଫସଲ

ସୁନ୍ଦରଗଡ : ସବୁଜ କ୍ଷେତରେ ଫଳିଛି ସୁନାର ଫସଲ। ଲହଡି ଭାଙ୍ଗୁଛି କେଣ୍ଡା କେଣ୍ଡା ଶୁଆଁ । ସୁନ୍ଦରଗଡ ବାଲିଶଙ୍କରା ତଳସରା ଗାଁର ମହିଳା ଚାଷୀ ସରିତା ସାହୁଙ୍କ ଉଦ୍ୟମରେ ହୋଇଛି ଚାଷ। ଅନ୍ୟ ଜମିରେ ଚାଷ କରି ଫଳାଇଛନ୍ତି ସୁନାର ଫସଲ। ଅନ୍ୟ ଚାଷୀଙ୍କୁ ବୁଝାଇ ୭ ଜଣ ଚାଷୀଙ୍କର ୧୫ଏକର ପଡିଆରେ ଶୁଆଁ ଚାଷ କରିଥିଲେ ସରିତା। ଦୀର୍ଘ ଦିନରୁ ଲୁପ୍ତ ହୋଇଥିବା ଏହି ଫସଲକୁ ସହଜରେ କେହି ଚାଷୀ ଚାଷ କରିବାକୁ ମଙ୍ଗୁନଥିବା ବେଳେ ମହିଳା ହୋଇ ସେ ଏପରି ପଦକ୍ଷେପ ନେଇଥିଲେ। ଅନ୍ୟଙ୍କ ଜମିରେ ଭାଗ ଚାଷ କରି ସେ ସଫଳତାର ସହ ଫଳାଇ ପାରିଛନ୍ତି ଏହି ପୁଷ୍ଟିଶସ୍ୟ। ଚଳିତ ବର୍ଷ ଏହି ଚାଷରୁ ୩ ଲକ୍ଷରୁ ଅଧିକ ଆୟ କରିଛନ୍ତି ସରିତା।

ଶୁଆଁ ଚାଷ ପ୍ରତି ସରିତାଙ୍କ ମୋନବଳ ଦେଖି କୃଷି ବିଭାଗ, ମିଲେଟ ମିଶନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ପକ୍ଷରୁ ତାଙ୍କୁ ଯୋଗାଇ ଦିଆଯାଇଛି ବୈଷୟିକ ଜ୍ଞାନ କୌଶଳ ଏବଂ ଚାଷ କରିବା ପାଇଁ ଯନ୍ତ୍ରାଂଶ । ବର୍ତ୍ତମାନ ସୁଦ୍ଧା ସରକାର ଏହି ଶୁଆଁର ଏମଏସପି ଧାର୍ଯ୍ୟ କରିନଥିବା ବେଳେ ଖୋଲା ବଜାରରେ ଏହା ୫୧ ଟଙ୍କା ଦରରେ ବିକ୍ରି ହେଉଛି। ସରିତାଙ୍କ ଶୁଆଁ ଚାଷ ଅନ୍ୟ ମହିଳାଙ୍କୁ ପ୍ରରଣା ଯୋଗାଇଛି ।

ବିଜୟ ପରେ ବି ଛିଣ୍ଡୁନି ଅଙ୍କକଷା, ଜାଣନ୍ତୁ ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ତିନି ରାଜ୍ୟରେ ସହଜ ବିଜୟ ହାସଲ କରିଛି ବିଜେପି ତଥାପି ବାଟ ସାରା କଣ୍ଟା । କିଏ ହେବେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଛିଣ୍ଡୁନି ଅଙ୍କକଷା । ଶୁଭିପାରେ ବିଦ୍ରୋହର ପଦଧ୍ବନି । ୩ ନୂଆମୁହଁଙ୍କ ହାତରେ ଶାସନ ଦେବା ଲାଗି ହାଇକମାଣ୍ଡ କରୁଛନ୍ତି ଯୋଜନା ।

୨୦୨୪କୁ ଫୋକସ । ୩ ନୂଆ ମୁହଁ ହେବେ ବିଜେପିଶାସିତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ।୪ ଦିନ ପରେ ବି ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହୋଇପାରୁନାହିଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା ।  ଦାବିଦାରଙ୍କ ସଂଖ୍ୟା ବଢିବା ସହ ବଢୁଛି ହାଇକମାଣ୍ଡଙ୍କ ଟେନସନ । ସେପଟେ ନିର୍ବାଚନରେ ବିଜୟୀ ହୋଇଥିବା ଏମପିଙ୍କ ମଧ୍ୟରୁ ୧୨ ଜଣ ବିଜେପି ସାଂସଦ ଦେଇଛନ୍ତି ଇସ୍ତଫା ।

ମଧ୍ୟପ୍ରଦେଶର ସ୍ଥିତି ସଂଗୀନ । ବିଦାୟୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ନେଇ ବଢୁଛି ସସପେନ୍ସ । ନୂଆମୁହଁକୁ ସିଏମ କରାଗଲେ ରାଜ୍ୟରେ ଦଳୀୟ ବିସ୍ଫୋରଣ ଯେ ନହେବ ତାହାକୁ ଏଡାଇ ଦିଆଯାଇପାରୁନାହିଁ ।

ରାଜସ୍ଥାନରେ ବସୁନ୍ଧରା ରାଜେ, କିରୋଡି ଲାଲ ମୀନା, ଦିୟା କୁମାରୀ, ବାବା ବାଲକନାଥଙ୍କ ମଧ୍ୟରୁ କିଏ ହେବେ ସିଏମ ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ସମ୍ଭବତଃ ୟୁପି ଢାଞ୍ଚାରେ ବାଲକନାଥ ପାଇପାରନ୍ତି କ୍ଷମତା । ଗତକାଲି ବସୁନ୍ଧରା କିଛି ବିଧାୟକଙ୍କୁ ନେଇ ବୈଠକ କରିବା ଦଳର ହାଇକମାଣ୍ଡଙ୍କ ଲାଗି ବଢାଇଛି ଚିନ୍ତା । ଛତିଶଗଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ନୂଆ ମୁହଁ ଅରୁଣ ସାଓ, ଗୋମତୀ ସାଏ ଓ ରେଣୁକା ସିଂ ଅଛନ୍ତି ଚର୍ଚ୍ଚାରେ । ପ୍ରଶାସକ ଓପି ଚୌଧୁରୀଙ୍କ ନାମକୁ ବି ଦିଆଯାଇପାରୁନି ବାଦ ।

୨୦୨୪କୁ ଫୋକସ । ୩ ନୂଆ ମୁହଁ ହେବେ ବିଜେପିଶାସିତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ୩ ଦିନ ପରେ ବି ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହୋଇପାରୁନାହିଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା ।  ଦାବିଦାରଙ୍କ ସଂଖ୍ୟା ବଢିବା ସହ ବଢୁଛି ହାଇକମାଣ୍ଡଙ୍କ ଟେନସନ । ସେପଟେ ନିର୍ବାଚନରେ ବିଜୟୀ ହୋଇଥିବା ଏମପିଙ୍କ ମଧ୍ୟରୁ ୧୨ ଜଣ ବିଜେପି ସାଂସଦ ଦେଇଛନ୍ତି ଇସ୍ତଫା ।

ମଧ୍ୟପ୍ରଦେଶର ସ୍ଥିତି ସଂଗୀନ । ବିଦାୟୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ନେଇ ବଢୁଛି ସସପେନ୍ସ । ନୂଆମୁହଁକୁ ସିଏମ କରାଗଲେ ରାଜ୍ୟରେ ଦଳୀୟ ବିସ୍ଫୋରଣ ଯେ ନହେବ ତାହାକୁ ଏଡାଇ ଦିଆଯାଇପାରୁନାହିଁ ।

ରାଜସ୍ଥାନରେ ବସୁନ୍ଧରା ରାଜେ, କିରୋଡି ଲାଲ ମୀନା, ଦିୟା କୁମାରୀ, ବାବା ବାଲକନାଥଙ୍କ ମଧ୍ୟରୁ କିଏ ହେବେ ସିଏମ ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ସମ୍ଭବତଃ ୟୁପି ଢାଞ୍ଚାରେ ବାଲକନାଥ ପାଇପାରନ୍ତି କ୍ଷମତା । ଗତକାଲି ବସୁନ୍ଧରା କିଛି ବିଧାୟକଙ୍କୁ ନେଇ ବୈଠକ କରିବା ଦଳର ହାଇକମାଣ୍ଡଙ୍କ ଲାଗି ବଢାଇଛି ଚିନ୍ତା । ଛତିଶଗଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ନୂଆ ମୁହଁ ଅରୁଣ ସାଓ, ଗୋମତୀ ସାଏ ଓ ରେଣୁକା ସିଂ ଅଛନ୍ତି ଚର୍ଚ୍ଚାରେ । ପ୍ରଶାସକ ଓପି ଚୌଧୁରୀଙ୍କ ନାମକୁ ବି ଦିଆଯାଇପାରୁନି ବାଦ ।

ସେପଟେ ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ  ଭେଟିଛନ୍ତି ତେଲଙ୍ଗାନା କଂଗ୍ରେସ ନେତା ତଥା ଭାବୀ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରେବନ୍ତ ଆଲୋଚନା କରିଥିବା ସୂଚନା ମିଳିଛି । ଆସନ୍ତାକାଲି ହାଇଦ୍ରାବାଦ ଏଲବି ଷ୍ଟାଡିୟମରେ ଶପଥଗ୍ରହଣ ଉତ୍ସବ ଲାଗି ଜୋରଦାର ପ୍ରସ୍ତୁତି ହୋଇଛି ।

ମିଜୋରାମରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଭ କରିବା ପରେ ଜୋରାମ ପିପୁଲସ ମୁଭମେଣ୍ଟ ନେତା ଲାଲଦୁହୋମା ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ କରିଛନ୍ତି ଦାବି ।

ଆଇପିଏଲ ୨୦୨୪ ନିଲାମୀରେ ଏହି ଖେଳାଳିଙ୍କ ଉପରେ ଲାଗିବ ବାଜି

ନୂଆଦିଲ୍ଲୀ: ଦୁବାଇରେ ଆରମ୍ଭ ହେବ ଆଇପିଏଲ ୨୦୨୪ ପାଇଁ ନିଲାମୀ । ଏଥରକ ବହୁ ଯୁବ ଖେଳାଳିମାନେ ଏହି ପ୍ରକ୍ରିୟାରେ ସାମିଲ ହେବେ । ନିକଟରେ ଦଳମାନେ କିଛି ଖେଳାଳିଙ୍କୁ ରିଲିଜ କରିଥିବାବେଳେ କିଛି ବଡ଼ ଖେଳାଳି ଏହି ତାଲିକାରେ ସାମିଲ ହୋଇଛନ୍ତି । ତେବେ ନିକଟରେ ଦିନିକିଆ  ବିଶ୍ବକପ ଯାଇଥିବା ଏହାକୁ ଦୃଷ୍ଟିରେ ରଖି କିଛି ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଇପିଏଲରେ ମୋଟା ଅଙ୍କରେ କିଣିପାରନ୍ତି ପ୍ରାଞ୍ଚାଇଜ୍ । ତେବେ ତିନିଜଣ ଖେଳାଳିଙ୍କ ଉପରେ ଅଧିକ ଟଙ୍କା ବର୍ଷା ହେବ ବୋଲି କୁହାଯାଉଛି ।

ରଚିନ ରବିନ୍ଦ୍ର: ନ୍ୟଜୁଲାଣ୍ଡର ଏହି ଯୁବ ଅଲରାଉଣ୍ଡ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲେ । ବ୍ୟାଟିଂ ଏବଂ ବୋଲିଂରେ ଧମାକାଦାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିବା ରାଚିନ ରବିନ୍ଦ୍ରଙ୍କ କିଣିବା ପାଇଁ ସବୁ ପ୍ରାଞ୍ଚାଇଜ୍ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ଟ୍ରାଭିସ୍ ହେଡ୍: ଅଷ୍ଟ୍ରେଲିଆର ଏହି ଧୂଆଧାର ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ବିଶ୍ବକପ ଫାଇନାଲରେ ଭାରତ ବିପକ୍ଷ ଶତକୀୟ ପାଳି ସମସ୍ତଙ୍କ ମନେଥିବା ନିଶ୍ଚୟ । ପ୍ରଥମରୁ ବୋଲରଙ୍କ ଉପରେ ଚାପ ପକାଇ ବଡ଼ ବଡ଼ ସଟ ଖେଳୁଥିବା ହେଡ ଏଥର ନିଲାମୀରେ ଅଧିକ ଟଙ୍କାରେ ବିକ୍ରି ହେବେ ବୋଲି କୁହାଯାଉଛି । ତେବେ ବୋଲିଂ କରିବା କ୍ଷମତା ମଧ୍ୟ ତାଙ୍କ ପାଖରେ ରହିଥିବାରୁ କିଣିବା ପାଇଁ ଟିମ ମାନଙ୍କ ମଧ୍ୟରେ ବାଜି ଲାଗିବ ନିଶ୍ଚିତ ।

ହସରଙ୍ଗା: ଶ୍ରୀଲଙ୍କାର ଏହି ସ୍ପିନରଙ୍କ ଗୁଗୁଲି ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାମାନେ ଧରାଶାୟୀ ହୋଇଛନ୍ତି । ବିଶ୍ବକପରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ । ଗତ ସିଜିନରେ ସେ ବାଙ୍ଗାଲୋର ପକ୍ଷରୁ ଖେଳିଥିବାବେଳେ ଦଳ ତାଙ୍କୁ ରିଲିଜ କରି ଦେଇଛି । ଏଥରକ ତାଙ୍କ ପ୍ରଦର୍ଶନକୁ ଦେଖି ପୁଣିଥରେ ଟିମମାନେ ବାଜି ଲଗାଇବେ ବୋଲି ଚର୍ଚ୍ଚା ହେଉଛି ।

ଟାଙ୍ଗୀରେ ଆରମ୍ଭ ହୋଇଛି ବାତ୍ୟା କ୍ଷୟକ୍ଷତି ଆକଳନ

ଖୋର୍ଦ୍ଧା : ବାତ୍ୟା ପ୍ରଭାବରେ ଓଡିଶାର ଚାଷୀକୁଳ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି । ଅମଳ ହେବାକୁ ଥିବା ଧାନ ଚାଷ ନଷ୍ଟ ହୋଇଛି। ବାତ୍ୟା ପ୍ରଭାବରେ ଧାନ ଚାଷ କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଆରମ୍ଭ ହୋଇଛି ଆକଳନ।

ଟାଙ୍ଗୀ ବ୍ଲକରେ କୃଷି ଅଧିକାରୀ ପହଁଚି ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ଟାଙ୍ଗୀର ବୋତଣ୍ଡା, ନିରାକାରପୁର, ବଡ଼ ପୋଖରୀଆ, ଆଦି ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ ହୋଇଛି। ଆଜିଠାରୁ ପାଗ ଟିକେ ଭଲ ଦେବାରୁ ଧାନ ଚାଷ ସେଭଳି କ୍ଷୟକ୍ଷତି ହେବନାହିଁ । ଯାହାର କ୍ଷତି ହେବ ସେହି ଚାଷୀଙ୍କୁ ରବି ଫସଲ ମାଧ୍ୟମରେ ସୁବିଧା ସୁଯୋଗ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

 

ପ୍ରକୃତ ଘଟଣା ଉପରେ ନିର୍ମିତ ୪ ଟି ୱେବ ସିରିଜ୍ ବର୍ତ୍ତମାନ  OTTରେ କମାଲ କରୁଛି

ନୂଆଦିଲ୍ଲୀ :  ଆଜିର ସମୟରେ ଲୋକମାନେ ମନୋରଞ୍ଜନ ପାଇଁ ଓଟିଟି ପ୍ଲାଟଫର୍ମକୁ ନିଜର ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି । ପ୍ରତିଦିନ ଦର୍ଶକମାନେ ୱେବ୍ ସିରିଜ୍ ଦେଖିବାକୁ ଭଲ ପାଇଥାନ୍ତି । ତେବେ OTTରେ ୫ଟି ଏଭଳି ୱେବ୍ ସିରିଜ୍ ଆସିଛି, ଯାହା ଲୋକପ୍ରିୟ ହେବା ସହ ସତ ଘଟଣା ଉପରେ ଆଧାରିତ। ତେବେ ଚାଲନ୍ତୁ ଜାଣିବା ଏହି ୱେବ୍ ସିରିଜ୍ ବିଷୟରେ।

ଦିଲ୍ଲୀ କ୍ରାଇମ : ରିଚ୍ଚି ମେହେତାଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହା ଏକ କ୍ରାଇମ୍ ଡ୍ରାମା ୱେବ୍ ସିରିଜ୍ । ଏହି ସିରିଜରେ ମୁଖ୍ୟ ଭୂମିକାରେ  ସେଫାଳୀ ସାହା, ରସିକା ଡୁଗଲ, ଆଦିଲ ହୁସେନ ଏବଂ ରାଜେଶ ତାଇଲାଙ୍ଗ ନଜର ଆସିଛନ୍ତି । ଏହାର ପ୍ରଥମ ସିଜିନ୍ ୨୦୧୨ରେ ଘଟିଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ହୋଇଥିବା ବେଳେ ଦ୍ୱିତୀୟ ସିଜିନ୍ ଚଡି ଗଞ୍ଜି ଗ୍ୟାଙ୍ଗ ଉପରେ ଆଧାରିତ ହୋଇଛି ।

ଖାକି : ବିହାର ଉପରେ ଆଧାରିତ ୱେବ୍ ସିରିଜ୍ ‘ଖାକି: ଦି  ବିହାର ଚାପ୍ଟର’ । ଏଥିରେ ମୁଖ୍ୟ ଭୂମିକାରେ  ନଜର ଆସିଛନ୍ତି ଅବିନାଶ ତିୱାରୀ, କରଣ ଠାକରେ, ଆଶୁତୋଷ ରାଣା, ନିକିତା ଦତ୍ତ, ରବି କିଶାନ, ଶ୍ରଦ୍ଧା ଦାସ ପ୍ରମୁଖ ନଜର ଆସିଛନ୍ତି ।

ସ୍କାମ୍ ୧୯୯୨; ଦି ହର୍ଷଦ ମେହ୍‌ତା ଷ୍ଟୋରି’ : ଏହି ସରିଜ୍ ହର୍ଷଦ ମେହତାଙ୍କ ବାସ୍ତବ ଜୀବନ ଉପରେ ନିର୍ମିତ । ଏଥିରେ ଅଭିନେତା ପ୍ରତୀକ ଗାନ୍ଧୀ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।