ଆରଡି : ଆରଡି ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କ ଅସମ୍ଭାଳ ଭିଡ । ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପସିଲେ ହଜାରହଜାର ଭକ୍ତ। ମନ୍ଦିର ପଶ୍ଚିମ ଦ୍ବାର ଓ ଦକ୍ଷିଣଦ୍ବାରରେ ଭକ୍ତଙ୍କ ଠେଲାପେଲା ଯୋଗୁଁ ୨୫ରୁ ଉର୍ଦ୍ଧ୍ୱ ଭକ୍ତ ଆହତ ହୋଇଛନ୍ତି । ସେପଟେ ପୀଠରେ ଟ୍ରାଫିକ ବ୍ୟବସ୍ଥା ଜାମ୍ ରହିଛି ।
ନ୍ୟୁୟିଅର ପାର୍ଟି ସାଜିଲା କାଳ , ଦୁର୍ଘଟଣାରେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ
ରାଞ୍ଚି : ନୂଆବର୍ଷରେ ବଡ଼ ଅଘଟଣ । ନ୍ୟୁୟିଅର ପାର୍ଟି ସାଜିଲା କାଳ । ପାର୍ଟି ସାରି ଫେରିଲା ବେଳେ ଜଗିବସିଥିଲା ମୃତ୍ୟୁ । ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦେଖିବା ପୂର୍ବରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ । ଝାରଖଣ୍ଡର ଜାମଶେଦପୁରରେ ଘଟିଛି ଏହି ଦୁଃଖଦ ଘଟଣା ।
ସୂଚନା ଅନୁଯାୟୀ, ନ୍ୟୁୟିଅର ପାର୍ଟି ସାରି ଫେରିଲା ବେଳେ ଏକ କାର ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତା କଡରେ ଥିବା ଡିଭାଇଡରେ ଧକ୍କା ହୋଇଥିଲା । ଏହା ପରେ ଏକ ଗଛ ସହ ପିଟି ହୋଇ ଗାଡି ଓଲଟି ପଡିଥିଲା । କାରରେ ମୋଟ୍ ୮ ଜଣ ଥିବା ବେଳେ ଘଟଣାସ୍ଥଳରେ ହିଁ ଗାଡିରେ ଥିବା ୬ ସାଙ୍ଗଙ୍କ ମୃତ୍ୟୁ ଘଟିଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଧକ୍କା ଏତେ ଜୋରରେ ଥିଲା ଯେ, ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ଠାରୁ ଦୁର୍ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରି ମୃତକଙ୍କ ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇଦିଆଯାଇଛି । ସେମାନେ କେଉଁ ସ୍ଥାନରୁ ଫେରୁଥିଲେ ତାହା ଜଣାପଡି ନାହିଁ ।
ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ହେଲା ନାମକରଣ
ସମ୍ବଲପୁର : ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ହେଲା ନାମକରଣ । ବୁର୍ଲା ଭୀମସାର ପକ୍ଷରୁ ଆଜି ଏକୋଇଶିଆରେ ଶିଶୁର ନାମକରଣ କରାଯାଇଛି ଏବଂ ଶିଶୁ କନ୍ୟାର ନାଁ ବିଜୟିନୀ ଦିଆଯାଇଛି । ଏବେ ଭୀମସାରରେ ଚିକିତ୍ସାଧୀନ ରହିଛି ଶିଶୁକନ୍ୟା ।
ଗତ ଡିସେମ୍ୱରରେ ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ସଂଘର୍ଷ ପରେ ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଥିଲା । ପରେ ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ପୂର୍ବରୁ ଶିଶୁର ଶରୀରରେ ଦେଖାଯାଇଥିବା ସମସ୍ତ ପ୍ରକାରର ସମସ୍ୟା ଏବେ ଦୂର ହୋଇଛି ।
ନୂଆବର୍ଷରେ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିଲା ନବ ନିର୍ମିତ ନୂଆ ରୂପା ପରଭା
ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିଲା ନବ ନିର୍ମିତ ନୂଆ ରୂପା ପରଭା । ନୂଆବର୍ଷରେ ଝଲସୁଛନ୍ତି ମା’ ସମଲେଇ । ଅନ୍ୟପଟେ ଆଜି ନୂଆ ବର୍ଷ ଆରମ୍ଭ ହୋଇଥିବାରୁ ମା’ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ନୂଆ ବର୍ଷକୁ ଆଖି ଅଗରେ ରଖି ଆଜି ଦିନ ତମାମ ଚାଲିବ ମା’ଙ୍କ ଦର୍ଶନ । ଏଥିପାଇଁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

