spot_img
Home Blog Page 2302

ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା, BMW ମାଗୁଥିଲେ ବର ଘର ଲୋକେ

ଥିରୁଅନନ୍ତପୁରମ: ଯୌତୁକ ଚାପରେ ଆତ୍ମହତ୍ୟା କରିଦେଲେ ଡାକ୍ତରୀ ଛାତ୍ରୀ । ପୁଅ ଘର ଦାବି କରୁଥିଲେ BMW କାର୍ । କେରଳରେ ଘଟିଛି ଏହି ଘଟଣା । ୨୬ ବର୍ଷୀୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ନେଇ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ତଦନ୍ତ ପାଇଁ ମହିଳା ଏବଂ ଶିଶୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମଙ୍ଗଳବାର ଛାତ୍ରୀ ଶାହାନାଙ୍କ ମୃତଦେହ ଥରୁଅନନ୍ତପୁରମ ସ୍ଥିତ ମେଡିକାଲ କଲେଜ ପାଖରେ ଥିବା ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି । ତାଙ୍କର ହେବାକୁ ଥିବା ଶ୍ବଶୂର ଘର ଲୋକେ ବହୁ ଅଧିକା ଯୌତୁକ ଦାବି କରୁଥିଲେ । ଛାତ୍ରୀଙ୍କ ଘର ଲୋକ ଏତେ ଦେଇ ପାରିବେ ନାହିଁ କହିବାକୁ ବାହାଘର ଭାଙ୍ଗି ଯାଇଥିଲା । ଏହା ପରେ ଶାହାନା ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।

ସୂଚନା ଅନୁସାରେ, ଛାତ୍ରୀଜଣଙ୍କ ସେହି ଅନୁଷ୍ଠାନର ଜଣେ ପିଜି ଛାତ୍ରଙ୍କୁ ଭଲ ପାଉ ଥିଲେ । ବାହାଘର ମଧ୍ୟ ଠିକ୍ ହୋଇଥିଲା । କିନ୍ତୁ ପୁଅ ଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ । ସୁନା, ଜମି ସହ BMW କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ମାଗୁଥିଲେ । ହେଲେ ତାଙ୍କ ପୁରୁଷ ବନ୍ଧୁ ଯୌତୁକ ନଦେଲେ ବିବାହ କରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ ।

ଶାହାନାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମାଆ ଆଉ ଶାହାନା ଦୁହେଁ ରୁହନ୍ତି । ତେବେ ଶାହାନାଙ୍କ ଆତ୍ମହତ୍ୟା ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ତାଙ୍କ ମାଆ ।

 

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୁଇଦିନରେ ଦୁଇଟି ଆନାକୋଣ୍ଡାଙ୍କ ମୃତ୍ୟୁ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୁଇଦିନରେ ଦୁଇଟି ଆନାକୋଣ୍ଡାର ମୃତ୍ୟୁ । ଗତକାଲି ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଥିବାବେଲେ ବିଳମ୍ବିତ ରାତିରେ ଆଉ ଗୋଟିଏ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ସରୀସୃପ ବିଭାଗରେ ୬୫ ନମ୍ବର ଖୁଆଡ଼ରେ ରହୁଥିବା ଆନାକୋଣ୍ଡାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତ ଆନାକୋଣ୍ଡାଟିର ବୟସ ୧୪ ମାସ ହେବ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ଲଗାତାର ଦୁଇଟି ଆନାକୋଣ୍ଡାର ମୃତ୍ୟୁ ପରେ ନନ୍ଦନକାନନରେ ଆନାକୋଣ୍ଡାର ସଂଖ୍ୟା ୮କୁ ଖସିଆସିଛି  ।

ପ୍ରବଳ ବର୍ଷାରେ ଶହଶହ ହେକ୍ଟର ଜମିରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଭୁବନେଶ୍ବର: ଆନ୍ଧ୍ର ଓ ତାମିଲନାଡ଼ୁରେ ତାଣ୍ଡବ ରଚିଲା,  ଓଡ଼ିଶାର ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଲା  । ବାତ୍ୟା ମିଗଜୋମ୍ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାରେ ବ୍ୟାପକ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି ।

ରାୟଗଡା ଜିଲ୍ଲାରେ ଲଗାଣ ବର୍ଷାରେ ଧାନ ସହିତ କପା, ମାଣ୍ଡିଆ ଆଦି ଫସଲ ନଷ୍ଟ ହୋଇଛି  । ଶହଶହ ହେକ୍ଟର ଜମିରେ ଅଦିନିଆ ବର୍ଷା ଫସଲ ଉଜାଡ଼ିଦେଇଛି  । ଜମିରେ ଅମଳ ଉପଯୋଗୀ ଧାନ ପାଣିରେ ବୁଡ଼ିଥିବାବେଳେ କପା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି  । ଫଳରେ ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । ତୁରନ୍ତ କ୍ଷୟକ୍ଷତିର ଆକଳନ ପାଇଁ ଏସଆରସି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ବର୍ଷା ଛାଡ଼ିବା ମାତ୍ରେ ତହସିଲଦାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ରିପୋର୍ଟ ପ୍ରଦାନ କରିବେ ବୋଲି ରାୟଗଡ଼ା ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି  ।

କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁ ପାହାଡ଼ରୁ ଧସିଛି ମାଟି ଅତଡ଼ା । ନାରାୟଣପାଟଣା ତଳଗୁମାଣ୍ଡି ରାସ୍ତାର ବୋରିପୁଟ ନିକଟରେ ପାହାଡ଼ରୁ ମାଟି ଓ ପଥର ଧସି ରାସ୍ତାରେ ପଡ଼ିଛି  । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ଉଭୟ ପାର୍ଶ୍ବରେ ଗାଡ଼ିମୋଟର ଅଟକି ରହିଛି  । ପ୍ରବଳ ବର୍ଷା ଯୋଗୁ ଗତକାଲି ରାତିରୁ ଏଭଳି ସ୍ଥିତି ଜାରି ରହିଛି  । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରୁ ମାଟି ଓ ପଥର ହଟାଇଛି  ।

କୁମ୍ଭୀର ସହ ସେଲଫି, ଭାଇରାଲ ହେଉଛି ଭିଡ଼ିଓ

କେନ୍ଦ୍ରାପଡ଼ା: କୁମ୍ଭୀର ସହ ସେଲଫି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । କେନ୍ଦ୍ରାପଡ଼ା ଜିଲ୍ଲା ଡଅଁରମୁଣ୍ଡ ଗାଁରେ ଯୁବକମାନେ ଏକ କୁମ୍ଭୀର ସହ ସେଲ୍ଫି ନେଉଥିବାର ଭିଡିଓ ଭାଇରାଲ ହେଉଛି । ବିପଦପୂର୍ଣ୍ଣ ଭାବେ ଜୀବନକୁ ବିପଦରେ ପକାଇ କୁମ୍ଭୀର ସହ ଭିଡିଓ କରି ମଜାନେଉଛନ୍ତି ଯୁବକ । କେନ୍ଦ୍ରାପଡ଼ାରେ ଅନେକ ସମୟରେ କୁମ୍ଭୀର ଆକ୍ରମଣରେ ଲୋକଙ୍କର ଜୀବନ ଯାଉଛି । ହେଲେ ଜଣେ ଯୁବକ ଏଭଳି ଭିଡିଓ କରି ବିପଦକୁ ଡାକି ଆଣୁଛନ୍ତି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏଭଳି ଭାବେ ଫଟୋ ବା ଭିଡିଓ ଉଠାଇବା ଜୀବନ ପ୍ରତି ବିପଦ । ଆପଣ ଏଭଳି ଦୁଃସାହସିକ କାର୍ଯ୍ୟ କରି ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ  ।

 

ରାଜଧାନୀରେ ରେକର୍ଡ କଲା ଚଳିତ ବର୍ଷ ଶୀତ, ଥରୁଛି ଓଡ଼ିଶା

ଭୁବନେଶ୍ବର: ଜାଡ ବଢାଇଲା ବାତ୍ୟା ମିଗଜୋମ । ଉପାନ୍ତରୁ ଉପକୂଳ ସବୁଠି କୋହଲା ପାଗ  । ରାଜଧାନୀରେ ରେକର୍ଡ କଲା ଚଳିତ ବର୍ଷ ଶୀତ  । ସ୍ବାଭାବିକଠାରୁ ୫ ଡିଗ୍ରୀ ଖସିଲା ପାରଦ  । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଶୀତୁଆ ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ଏହି ସମୟରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ କମ୍ ରହିବ  ।

ସେପଟେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ମିଗଜୋମ୍ । ଏହା ତେଲେଙ୍ଗାନା ଉପକୂଳରେ କେନ୍ଦ୍ରୀଭୁତ ଥିବା ବେଳେ ଆଜି ଲଘୁଚାପ ଭାବରେ ଛତିଶଗଡ ମୁହାଁ ହେବ । ପ୍ରଭାବରେ ଆଜି ବି ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଉପକୂଳରେ ପବନ ମଧ୍ୟ ବହିବ । ଟୁଇନ୍ ସିଟି କଟକ ଭୁବନେଶ୍ବରରେ ମାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି  । ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଆସନ୍ତାକାଲିଠୁ ପାଗ ବଦଳିବା ପରେ ତୁରନ୍ତ କ୍ଷୟକ୍ଷତିର ସମୀକ୍ଷା କରାଯିବ । ଫିଲ୍ଡ ଭିଜିଟ୍ କରି କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ୧୨ ତାରିଖ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ ମତ୍ସସଂପଦ ବିଭାଗ ମିଳିତ ଭାବରେ ସ୍ବତନ୍ତ୍ର ଫର୍ମାଟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ।

ବାତ୍ୟା ମିଗଜୋମ୍ ପ୍ରଭାବରେ ନୀଳଗିରିରେ ମଧ୍ୟ ବର୍ଷା ହୋଇଛି  । ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । କେଉଁଠି ବିଲରେ ଧାନ କଟା ହୋଇ ପଡ଼ିଥିବାବେଳେ ଆଉ କେଉଁଠି କଟାହେବା ଅପେକ୍ଷାରେ ରହିଛି  । ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି  । ଚାଷୀମାନେ ଧାନକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି  ।

ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବସୁନ୍ଧରା ରାଜେଙ୍କୁ ଡକରା ହୋଇଛି ଦିଲ୍ଲୀ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ରାଜସ୍ଥାନରେ ମଧ୍ୟ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ସସପେନ୍ସ ଲାଗି ରହିଛି । ଆଉ ତା ମଧ୍ୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦିଲ୍ଲୀ ଡକରା ହୋଇଛି । ସେ ଗତକାଲି ରାତିରେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଆଜି ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ସୋମବାର ଓ ମଙ୍ଗଳବାର ଦଳର ନବନିର୍ବାଚିତ ପ୍ରାୟ ୬୦ ଜଣ ବିଧାୟକ ବସୁନ୍ଧରା ରାଜେଙ୍କୁ ତାଙ୍କ ସିଭିଲ ଲାଇନ୍ସ ସ୍ଥିତ ବାସଭବନରେ ଭେଟିବା ପରେ ତାଙ୍କୁ ଦିଲ୍ଲୀ ଡକରା ହୋଇଥିବା କୁହାଯାଉଛି । ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ଦଳର ସଂସଦୀୟ ବୋର୍ଡ ସ୍ଥିର କରିବ । ତାପୂର୍ବରୁ ବିଧାୟକ ଦଳ ବୈଠକ ବସିବ । ଅନ୍ୟପକ୍ଷରେ ବିଧାୟକ ଦଳ ବୈଠକ କେବେ ବସିବ, ସେ ନେଇ ବିଜେପି ପକ୍ଷରୁ କିଛି ଘୋଷଣା କରାଯାଇ ନାହିଁ ।

ବସୁନ୍ଧରା ରାଜେ ପୂର୍ବରୁ ଦୁଇ ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ଏଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି । ୨୦୦ଟି ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାର ୧୯୯ଟି ଆସନରେ ନିର୍ବାଚନ ହୋଇଥିଲା । ୧୧୫ଟିରେ ବିଜେପି ଜିତିଥିବା ବେଳେ ସରକାରରେ ଥିବା କଂଗ୍ରେସ ୬୯ଟି ଆସନ ପାଇଛି ।  ମଧ୍ୟପ୍ରଦେଶରେ ମଧ୍ୟ ଶିବରାଜ ସିଂହ ଚୌହ୍ବାନଙ୍କ ସିଏମ ପଦରୁ ମୁକ୍ତ କରାଯାଇପାରେ  । ନୂଆ ଚେହେରା ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି ।

ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ବଗି ତଳେ ଲାଗିଛି ନିଆଁ

କଟକ: ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ  । ଭୁବନେଶ୍ବରରୁ ହାଓ୍ବଡ଼ା ଯାଉଥିବାବେଳେ କଟକ ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଛି  । ଗୋଟିଏ ବଗିର ତଳେ ନିଆଁ ଲାଗିଥିବା ସୂଚନା ମିଳିଛି  । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି  ।

ଓଡ଼ିଶାରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟମାନର ବିଶ୍ବବିଦ୍ୟାଳୟ NMIMS

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା ବିକାଶର ନୂତନ ଯୁଗ । ଓଡ଼ିଶାରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟମାନର ବିଶ୍ବବିଦ୍ୟାଳୟ NMIMS । ବିଶ୍ବବିଦ୍ୟାଳୟ ପାଇଁ ଆଜି ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖୋର୍ଦ୍ଧା ଇନଫୋ ଭ୍ୟାଲିଠାରେ NMIMS ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ।

ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ବା ଏସଭିକେଏମ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇସାରିଛି  । ଯାହାକି ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରକୁ ବିଶ୍ବସ୍ତରୀୟ କରିବାରେ ସହଯୋଗ ଯୋଗାଇବ  । ଏହି ଅନ୍ତର୍ଜାତିୟମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଜଟଣୀର ଗୌଡକାଶିପୁରଠାରେ ୪୦ ଏକର ଜମି ଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି  । ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ୩୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ।  କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର  ପର୍ଯ୍ୟନ୍ତ ଶିକ୍ଷାଦାନ ହେବ ।

ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ପ୍ରାରମ୍ଭିକ ଭାବେ ପ୍ରଥମ ୫ ବର୍ଷ ପାଇ ୪୦ ଏକର ଜମିର ଦେୟ ଭାବେ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ  । ଏହି ଅର୍ଥ ରାଶି ଉଚ୍ଚଶିକ୍ଷା ବିଭାଗ ଇଡ୍କୋକୁ ପ୍ରଦାନ କରିବ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସଭିକେଏମ୍ ବହନ କରିବ  । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣାଯାଇଛି  ।

ଆଜି ବି ଭିଜିବ ଓଡ଼ିଶା, ଏହି ସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ବର: ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ମିଗଜୋମ୍ । ଏହା ତେଲେଙ୍ଗାନା ଉପକୂଳରେ କେନ୍ଦ୍ରୀଭୁତ ଥିବା ବେଳେ ଆଜି ଲଘୁଚାପ ଭାବରେ ଛତିଶଗଡ ମୁହାଁ ହେବ । ପ୍ରଭାବରେ ଆଜି ବି ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଉପକୂଳରେ ପବନ ମଧ୍ୟ ବହିବ ।

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନିଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ସହ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଭଦ୍ରକରେ ବର୍ଷା ହେବ  । ଟୁଇନ୍ ସିଟି କଟକ ଭୁବନେଶ୍ବରରେ ମାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି  । ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି ।

ଆସନ୍ତାକାଲିଠୁ ପାଗ ବଦଳିବା ପରେ ତୁରନ୍ତ କ୍ଷୟକ୍ଷତିର ସମୀକ୍ଷା କରାଯିବ । ଫିଲ୍ଡ ଭିଜିଟ୍ କରି କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ୧୨ ତାରିଖ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ ମତ୍ସସଂପଦ ବିଭାଗ ମିଳିତ ଭାବରେ ସ୍ବତନ୍ତ୍ର ଫର୍ମାଟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ।

ଆଜିଠୁ ତେଲେଙ୍ଗାନାରେ ରେବନ୍ତ ସରକାର, ଶପଥ ନେବେ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ଆଜିଠୁ ତେଲେଙ୍ଗାନାରେ ରେବନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୫୪ ବର୍ଷୀୟ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ । ହାଇଦ୍ରାବାଦ ଏଲବି ଷ୍ଟାଡିୟମରେ ହେବ ଶପଥଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ, ସାଂସଦ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ବରିଷ୍ଠ କଂଗ୍ରେସ ନେତା ଯୋଗଦେଇପାରନ୍ତି ।

ରେବନ୍ତଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବା କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀମଣ୍ଡଳରେ ଦଳିତ ବର୍ଗରୁ ଜଣେ ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି  । ଗତକାଲି ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ ରେବନ୍ତ । ରେବନ୍ତ ରେଡି ତେଲେଙ୍ଗାନା ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ।

୨୦୨୧ରେ ତେଲେଙ୍ଗାନା ପିସିସି ଭାବେ ଦାୟିତ୍ବ ନେଇଥିଲେ । ଏହା ପୁର୍ବରୁ ସେ ତେଲୁଗୁ ଦେଶମ ପାର୍ଟିରେ ଥିଲେ । ଦୁଇ ଦୁଇ ଧର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି୍ ରେବନ୍ତ । ରାଜ୍ୟରେ କଂଗ୍ରେସର ବିପୁଳ ବିଜୟରେ ସମସ୍ତ କ୍ରେଡିଟ ରେବନ୍ତଙ୍କୁ ମିଳିଛି । ବିଆରଏସକୁ ଗାଦିଚ୍ୟୁତ କରିବାରେ ରେବନ୍ତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ନିଜର ଜବରଦସ୍ତ ପ୍ରଚାର ଲାଗି ସେ କଂଗ୍ରେସ ରାଜନୀତିରେ ବେଶ ପରିଚିତ ।