spot_img
Home Blog Page 2306

କୋର୍ଟରେ ଦାଖଲ ହେଲା ପାରାଦୀପ ଜାହାଜରୁ ଜବତ ‘କୋକେନ’

ପାରାଦୀପ : ପାରାଦୀପ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ମାମଲା । କୁଜଙ୍ଗ ଏନଡିପିଏସ କୋର୍ଟରେ ଦାଖଲ ହେଲା ଜବତ କୋକେନ। କଷ୍ଟମ୍ସ ବିଭାଗ ପକ୍ଷରୁ ଏହାକୁ କୋର୍ଟରେ ଦାଖଲ କରାଯାଇଛି  । କୋକେନର ପରୀକ୍ଷଣ ପାଇଁ ଏହାକୁ ଜାତୀୟ ଫୋରେନସିକ ଲ୍ୟାବକୁ ପଠାଯିବ । ସମସ୍ତ 22ଟି ପ୍ୟାକେଟରୁ ୫ ଗ୍ରାମ ଲେଖାଏଁ କଢାଯାଇ ପରୀକ୍ଷା ପାଇଁ ପଠାଯିବ। ଅବଶିଷ୍ଟ ସମସ୍ତ କୋକେନକୁ ସିଲ କରାଯାଇ କଷ୍ଟମ୍ସ ବିଭାଗ ଜିମାରେ ରଖାଯିବ । ପରବର୍ତ୍ତୀ ସମୟରେ ଏହାକୁ କୋର୍ଟରେ ଦାଖଲ କରାଯିବ । ଗତ ୩୦ ତାରିଖରେ ପାରାଦୀପ ପୋଲିସ ଇଣ୍ଡୋନେସିଆରୁ ଆସିଥିବା ଏମଭି- ଦେବୀ ପାନାମା ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ କରିଥିଲା ।  20 kg cocaine worth Rs 220 crore seized from cargo ship at Odisha's Paradip  Port | India News - The Indian Express

ପ୍ରଥମେ ପାରାଦୀପ ଡିଏସପି ସନ୍ତୋଷ ଜେନା ଓ ଜଟାଧାରୀ ମେରାଇନ ଥାନା ଆଇଆଇସି ମିଳିତ ଚଢାଉ କରି ୮ଟି ପ୍ୟାକେଟକୁ ଜବତ କରିଥିଲେ । ପରେ ସିଆଇଏସଏଫ, କଷ୍ଟମ୍ସ ଓ ଓଡିଶା ପୋଲିସ ସମେତ ଡଗ୍ ସ୍କ୍ବାର୍ଡର ମିଳିତ ଯାଞ୍ଚରେ ମିଳିଥିଲା ଧଳା ପାଉଡର ଥିବା ୨୨ଟି ପ୍ୟାକେଟ । ପରୀକ୍ଷା ନୀରୀକ୍ଷାରେ ଜଣା ପଡ଼ିଥିଲା ଏ ସବୁ ମାରାତ୍ମକ ନିଶାଦ୍ରବ୍ୟ କୋକେନ୍ ।କୋକେନ କେଉଁଠାରୁ ଆାସିଥିଲା, କେଉଁଠାକୁ ଯାଉଥିଲା ଓ ଓଡ଼ିଶାର କିଛି ଲିଙ୍କ ଅଛି କି ନାହିଁ, ଏ ସବୁ ଦିଗରେ ଚାଲିଛି ଖୋଳତାଡ ।

୨୦୨୪ରେ ସୁନା ଦର କେତେ ହେବ ? ଏହି କାରଣରୁ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ନନ୍ଦିଘୋଷ ବ୍ୟୁରୋ : ୨ ବର୍ଷର ମନ୍ଥରତା ପରେ ବଜାରରେ ସୁନାରେ ଏକ ଜବରଦସ୍ତ ବ୍ୟବସାୟ ଦେଖାଦେଇଛି | ଏହି ବର୍ଷ ସୁନା ରେକର୍ଡ ସ୍ତରରେ କାରବାର ହୋଇଛି | ସୁନା ଦର ୬୩,୦୦୦ ଟଙ୍କା ପର୍ଯ୍ୟନ୍ତ ଛୁଇଁ ପାରିଛି । ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ ବର୍ତ୍ତମାନ ସମୟରେ ସୁନା ମୂଲ୍ୟ ୬୨, ୨୬୬ ଟଙ୍କାରେ କାରବାର କରୁଛି । ଏବେ ପ୍ରଶ୍ନ ଉଠୁଛି ଯେ, ଏପରି ବୃଦ୍ଧି ପରେ ସୁନା ଦର ଆହୁରି ବୃଦ୍ଧି ପାଇବ କି ? ଅକ୍ଟୋବରରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ପରେ ସୁନା ଦର ପୁଣି ବଢୁଛି । ଏଥି ସହିତ, ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ଭବିଷ୍ୟତରେ ସୁନା ଦରରେ ମଧ୍ୟ ବୃଦ୍ଧି ଘଟିପାରେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।  Gold To Retain Its Glitter; May Touch Rs 60,000 Level In 2023

୨୦୨୪ରେ ସୁନା ଦର ବୃଦ୍ଧି ହେବ ନା ହ୍ରାସ ପାଇବ ?

ବିଶ୍ୱ ବଜାରରେ ସୁନା ମୂଲ୍ୟ ବୃଦ୍ଧି ପାଉଛି କାରଣ ଡଲାର ହ୍ରାସ ପାଇବାରେ ଲାଗିଛି, ବର୍ତ୍ତମାନ ଡଲାର ୩ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ଅଛି, ଯେଉଁଥିପାଇଁ ଅନ୍ୟ ବିଦେଶୀ ମୁଦ୍ରାରେ ସୁନା କିଣିବା ଶସ୍ତା ହୋଇଛି । ଭାରତରେ ୨୪କ୍ୟାରେଟ୍ ସୁନା ମୂଲ୍ୟ ବର୍ତ୍ତମାନ ୧୦ ଗ୍ରାମ ପିଛା ୬୨,୦୦୦ରୁ ଅଧିକ ମୂଲ୍ୟରେ ବ୍ୟବସାୟ କରୁଛି । ତଥାପି, ବିଭିନ୍ନ ସହରରେ ସୁନାର ମୂଲ୍ୟ ଏହାର ପାଖାପାଖି ହୋଇପାରେ | HDFC ସିକ୍ୟୁରିଟିଜ୍ ଅଫ୍ କମୋଡିଟି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି ଯେ ଦୀର୍ଘ ସମୟ ଧରି ସୁନା ଦର ବୃଦ୍ଧି ହେବାର ଆଶଙ୍କା ରହିଛି | ଅବଶ୍ୟ, ସାମ୍ପ୍ରତିକ ସ୍ତରରେ କିଛି ସମୟ ପର୍ଯ୍ୟନ୍ତ କମ ହୋଇପାରେ କିନ୍ତୁ ଦର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ଅଛି | ଅନୁଜ ଗୁପ୍ତାଙ୍କ କହିବା ଅନୁଯାୟୀ ଆସନ୍ତା ବର୍ଷ ସୁନା ମୂଲ୍ୟ ୬୫,୦୦୦ ରୁ ୬୭, ୦୦୦ ପର୍ଯ୍ୟନ୍ତ ବଢିପାରେ। ଏଭଳି ପରିସ୍ଥିତିରେ ସୁନା ସାମ୍ପ୍ରତିକ ସ୍ତରରୁ ଭଲ ରିଟର୍ନ ଦେଇପାରେ | ଅନୁଜ ଗୁପ୍ତା କହିଛନ୍ତି ଯେ ଡଲାର ସୂଚକାଙ୍କରେ ଦୁର୍ବଳତା ଏବଂ ଭୁ-ରାଜନୈତିକ ତିକ୍ତତା ହେତୁ ସୁନାକୁ ସମର୍ଥନ ମିଳିବ ଏବଂ ଏଥିରେ ଭଲ ଅଭିବୃଦ୍ଧି ହେବାର ଆଶା ରହିବ। ଏହା ବ୍ୟତୀତ ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଆସନ୍ତା ବର୍ଷ ଠାରୁ ସୁଧ ହାର ହ୍ରାସ କରିବ ବୋଲି ଆଶା କରାଯାଉଛି, ଏହି କାରଣ ମଧ୍ୟ ସୁନା ପାଇଁ ସକରାତ୍ମକ ହେବ।

‘ଘରେ ବସି ଚାକିରି’ ନାଁରେ ବଢୁଛି ଠକେଇ ମାମଲା, ଚେତାବନୀ ଦେଲେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ: ‘ଘରେ ବସି ଚାକିରି’ ନାଁରେ ବଢୁଛି ଠକେଇ ମାମଲା  । କେନ୍ଦ୍ର ସରକାର ଦେଲେ ଚେତାବନୀ  । ୧୦୦ରୁ ଅଧିକ ୱେବସାଇଟକୁ ବନ୍ଦ କରିଦିଆଯାଇଛି  । ଏହି ୱେବସାଇଟ ଅର୍ଗାନାଇଜଡ ଇନଭେଷ୍ଟମେଣ୍ଟ ଓ ଟାସ୍କ ବେସଡ ପାର୍ଟ ଟାଇମ ଜବ୍‌ ଫ୍ରଡ୍‌ କାମରେ ସମ୍ପୃକ୍ତ ଅଛି  । ଏହି ୱେବସାଉଟ ଗୁଡିକ ବେଆଇନ ପୁଞ୍ଜି ନିବେଶ ସମ୍ବନ୍ଧିତ ଅର୍ଥନୈତିକ ଅପରାଧରେ ସାମିଲ ଥିଲେ  । ଗୃହ ମନ୍ତ୍ରାଳୟ ଏକ ପ୍ରେସ ରିଲିଜ ଜାରି କରି କହିଛି ଯେ ଏଭଳି ୱେବସାଇଟ ବିଦେଶରୁ ପରିଚାଳନା କରାଯାଉଥିଲା  । ସେମାନେ ଡିଜିଟାଲ ଆଡଭରଟାଇଜମେଣ୍ଟ, ଚାଟ୍‌ ମେସେଞ୍ଜର ଭଡାରେ ଆଣି ବ୍ୟବହାର କରୁଥିଲେ  ।

କେନ୍ଦ୍ର କହିଛି କେମିତି ଏହି ସ୍କାମରୁ ବର୍ତ୍ତିପାରିବେ  । ଅଧିକ କମିଶନ ଦେଉଥିବା କୌଣସି ଅନଲାଇନ ଯୋଜନାରେ ଟଙ୍କା ଲଗାଇବା ପୂର୍ବରୁ ପ୍ରଥମେ ଏ ସମ୍ପର୍କରେ ବୁଝିନିଅନ୍ତୁ  । ଯଦି କେହି ଅଜ୍ଞାତ ବ୍ୟକ୍ତି ଆପଣଙ୍କ ହ୍ବାଟସଆପ ବା ଟେଲିଗ୍ରାମରେ ସମ୍ପର୍କ କରୁଛନ୍ତି ବିନା ଭେରିଫିକେସନରେ ଟଙ୍କା ନେଣଦେଣ କରିବା ଠୁ ବଞ୍ଚନ୍ତୁ । କେନ୍ଦ୍ର କହିଛି ଯେ ସବୁବେଳେ ୟୁପିଆଇ ଆପ୍‌ରେ ଦିଆଯାଇଥିବା ଦଶ ନମ୍ବର ବିଶିଷ୍ଟ ରିସିଭରର ନାମ ଭେରିଫାଏ କରିବା ଉଚିତ । ଯଦି ରିସିଭରର ନମ୍ବର ସନ୍ଦେହଜନକ ଲାଗୁଛି ତେବେ ନିଶ୍ଚିତ ହୋଇଯିବେ ଯେ ଏହା ସାଇବର ଠକର କରାମତି ।

ଅଜ୍ଞାତ ନମ୍ବର ବା ଆକାଉଣ୍ଟରେ ନେଣଦେଣ କରିବା ଠୁ ଦୂରେଇ ରୁହନ୍ତୁ । କାରଣ ଏହା ମନି ଲଣ୍ଡ୍ରିଂ ବା ଆତଙ୍କ ଫଣ୍ଡିଂରେ ସାମିଲ ହୋଇଥାଇପାରେ  । ଏଭଳି ଆକାଉଣ୍ଟକୁ ପୋଲିସ ବ୍ଲକ୍‌ କରିପାରେ ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ନେଇପାରେ  । ଠକ ବ୍ୟବହାର କରୁଥିବା ଫୋନ ନମ୍ବର ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲର ରିପୋର୍ଟ ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ www.cybercrime.gov.in  ରେ ବି ଅଭିଯୋଗ କରିପାରିବେ  ।

ମୋ ପିଲାଙ୍କୁ ହିନ୍ଦୁ ଧର୍ମରେ ପରିଣତ କରାଯାଉଛି, ପାକିସ୍ତାନ ସରକାର ସାହାଯ୍ୟ କରନ୍ତୁ : ସୀମା

ନନ୍ଦିଘୋଷ ବ୍ୟୁରୋ : କଥାରେ ଅଛି ପ୍ରେମ ଅନ୍ଧ, ପ୍ରେମର ନଥାଏ ଜାତି, ଧର୍ମ ଓ ବର୍ଣ୍ଣ । ଇତିହାସରେ ପ୍ରେମକୁ ନେଇ ଅନେକ ଉଦାହରଣ ଅଛି । କେବେ କେତେବେଳେ କାହା ସହ ପ୍ରେମ ହୁଏ ତାହା କାହାକୁ ଜଣା ନଥାଏ । ସେହିପରି ନିଜ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମାମଲାରେ ଏବେ ଆଉ ଏକ ନୂଆ ମୋଡ଼ ଆସିଛି । ସୀମା ହାୟଦରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ନିଜ ପିଲାମାନଙ୍କ ଫେରିବା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି । ଏବେ ସେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି । ଗୁଲାମ ହାଇଦର ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାମାନଙ୍କୁ ଧର୍ମରେ ପରିଣତ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଛି। ସେମାନଙ୍କ ପିଲାମାନଙ୍କୁ ପାକିସ୍ତାନକୁ ଫେରାଇ ଆଣିବାକୁ ସେମାନେ ପାକିସ୍ତାନ ସରକାରଙ୍କୁ ଦାବି କରିଛନ୍ତି। ଯେତେବେଳେ ସୀମା ଭାରତ ଆସିଲା, ସେତେବେଳେ ଗୁଲାମ ହାଇଦର ସାଉଦିରେ ଥିଲେ। କିନ୍ତୁ ଏବେ ସେ ତାଙ୍କ ମା ପାଇଁ ପାକିସ୍ତାନ ଫେରିଛନ୍ତି। ଖବର ଅନୁଯାୟୀ, ଗୁଲାମଙ୍କ ମା ଅସୁସ୍ଥ ହୋଇପଡିଛନ୍ତି । ଗୁଲାମ ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତାଙ୍କ ଓକିଲ କହିଛନ୍ତି ଯେ ସୁପ୍ରିମକୋର୍ଟ ଯିବା ପରେ ଆମେ ଭାରତୀୟ ହାଇ କମିଶନ ଏବଂ ସେଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଯିବୁ । ଭିଡିଓରେ ତାଙ୍କ ଓକିଲ ସୀମା ହାୟଦାରଙ୍କ ବିବାହ ପ୍ରମାଣପତ୍ର ମଧ୍ୟ ଦର୍ଶାଇଛନ୍ତି । ଏଥିରେ ଗୁଲାମଙ୍କ ଓକିଲ ଦାବି କରିଛନ୍ତି ଯେ ସୀମା ହାଇଦର ମିଛ କହୁଛନ୍ତି।  Is Seema Haider from the viral cross-border PUBG Love Story, worth the  hype? –Read details

‘ମୋର ପିଲାମାନେ ହିନ୍ଦୁ ଧର୍ମରେ ପରିଣତ ହେଉଛନ୍ତି’

ସୀମା ହାୟଦାରଙ୍କର ଚାରି ସନ୍ତାନ ଅଛନ୍ତି । ସେ ନିଜ ପ୍ରେମିକଙ୍କ ସହ ରହିବାକୁ ଚାରିଜଣଙ୍କ ସହ ଭାରତ ଆସିଥିଲେ। ଉଭୟ ସୀମା ଏବଂ ପିଲାମାନେ ଭିସା ବିନା ଭାରତ ଆସିଥିଲେ । ଏଭଳି ପରିସ୍ଥିତିରେ ଗୁଲାମ ସେମାନଙ୍କୁ ପାକିସ୍ତାନକୁ ଫେରାଇ ନେବାକୁ ବ୍ୟସ୍ତ ହେଉଛନ୍ତି । ବୁଧବାର ଏକ ଭିଡିଓରେ ଗୁଲାମ ହାଇଦର କହିଛନ୍ତି, ‘ମୁଁ ପାକିସ୍ତାନ ସରକାରଙ୍କୁ ମୋ ପିଲାମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରୁଛି। ସେମାନଙ୍କ ଧର୍ମକୁ ଜବରଦସ୍ତ ପରିବର୍ତ୍ତନ କରାଯାଉଛି। ଜଣେ ଭାରତୀୟ ଓକିଲ ପାକିସ୍ତାନକୁ ଚ୍ୟାଲେଞ୍ଜ କରୁଛନ୍ତି। ମୁଁ ମୋର ପିଲାମାନଙ୍କୁ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି।

ସଚିନ୍-ସୀମାର କାହାଣୀ କ’ଣ ଜାଣନ୍ତୁ ?

ପାକିସ୍ତାନର କରାଚି ନିବାସୀ ସୀମା ହାଇଦର ପବଜୀ ଖେଳିବାବେଳେ ନୋଏଡାରୁ ସଚିନ୍ କୁ ଭଲ ପାଉଥିଲେ। ସଚିନ୍ ଏବଂ ସୀମା ନେପାଳରେ ବିବାହ କରିଥିବା ଜଣାଯାଇଛି। ପରେ ସୀମା ତାଙ୍କ ପିଲାମାନଙ୍କ ସହ ନେପାଳ ଦେଇ ବେଆଇନ ଭାବେ ସଚିନଙ୍କ ଘରକୁ ଆସିଥିଲେ। ଯେତେବେଳେ ଭାରତରେ ସୀମାଙ୍କର ଉପସ୍ଥିତି ପ୍ରକାଶ ଜାଣିବାକୁ ମିଳିଲା, ତଦନ୍ତକାରୀ ସଂସ୍ଥା ମଧ୍ୟ ତାଙ୍କୁ ପଚରାଉଚରା କରିଥିଲେ। ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଥିଲେ। ଏଥିରେ ସେ କହିଛନ୍ତି ଯେ କେବଳ ସଚିନ ପିଲାମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଦେଇପାରିବେ ।

 

ରେଣୁକା ସିଂହ ହେବେ କି ଛତିଶଗଡର ମୁଖ୍ୟମନ୍ତ୍ରୀ ?

ନନ୍ଦିଘୋଷ ବ୍ୟୁରୋ : ଚଳିତ ବିଧାନସଭା ନିର୍ବାଚନରେ ଛତିଶଗଡରେ ବିଜେପି ସରକାରକୁ ଫେରିଛି । ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଛତିଶଗଡର ୯୦ଟି ଆସନରୁ ବିଜେପି ୫୪ଟି ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି ବିଜୟ ପରେ ମଧ୍ୟ ବିଜେପି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ । କିନ୍ତୁ ରେସ୍ ରେ ଅଛନ୍ତି ରମଣ ସିଂହ, ରେଣୁକା ସିଂହ, ଅରୁଣ ସାଓ, ବିଷ୍ଣୁ ଦେଓ ସାଇ ପ୍ରମୁଖ । ରେଣୁକା ସିଂହ ବିଜେପିର ମହିଳା ଓ ଆଦିବାସୀ ନେତ୍ରୀ । ତେଣୁ ତାଙ୍କୁ ଏଥର ମୁଖ୍ୟମନ୍ତ୍ରୀ କରିବା ନେଇ ଅଧିକ ଚର୍ଚ୍ଚା ହେଉଛି । ତେବେ ବିଜେପି ଚର୍ଚ୍ଚିତ ନେତାଙ୍କ ପରିବର୍ତ୍ତେ ଅନ୍ୟ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଜନତାଙ୍କୁ ଅତୀତରେ ଚକିତ କରିଥିଲା । ଠିକ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରେଣୁକା ସିଂଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ଝିଅ ଚାହୁଁଛନ୍ତି ସେ ଛତିଶଗଡର ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ମନ୍ତ୍ରୀ ରେଣୁକା ସିଂ କହିଛନ୍ତି ଯେ ମୋ ଝିଅ ମୋତେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି। ସେ ମୋ ଝିଅ ଏବଂ ମୁଁ ତା ମା, ଜଣେ ଝିଅ ହୋଇ ସେ ଏହି ଇଚ୍ଛା ପ୍ରକାଶ କରିଛି | ତେବେ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଅତିତରେ ଦେଇଛନ୍ତି, ସେ ସେହି ଦାୟିତ୍ ନିଷ୍ଠାର ସହ ପୂରଣ କରିଛନ୍ତି ।  ବର୍ତ୍ତମାନ ମଧ୍ୟ ଦଳ ଯାହା ଦାୟିତ୍ୱ ଦେବ ନିଷ୍ଠାର ସହିତ କରିବେ । Renuka Singh Saruta Latest News, Updates in Hindi | रेणुका सिंह सरुता के  समाचार और अपडेट - AajTak

କଥା ଛଳରେ ମନ୍ତ୍ରୀ ରେଣୁକା ସିଂହ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ଗଣମାଧ୍ୟମ ମାଧ୍ୟମରେ ସେ ଏହିସବୁ ଜାଣିବାକୁ ପାଉଛନ୍ତି | ସେ କହିଛନ୍ତି ଯେ ଦଳ ମୋତେ ଜିଲ୍ଲାରୁ କେନ୍ଦ୍ର ପର୍ଯ୍ୟନ୍ତ ଜଣେ ମନ୍ତ୍ରୀ ଏବଂ ସାଂସଦ କରିପାରିଛି, ଏଭଳି ପରିସ୍ଥିତିରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ନାହିଁ। ଆପଣଙ୍କୁ କହିରଖୁଛୁ ଯେ ଛତିଶଗଡର କୋରିଆ ଜିଲ୍ଲାର ଭରତପୁର-ସୋନହାଟ ଆସନରୁ କେନ୍ଦ୍ର ମନ୍ତ୍ରୀ ରେଣୁକା ସିଂହ ବିଜୟୀ ହୋଇଛନ୍ତି। ସମସ୍ତଙ୍କ ଆଖି ଏହି ଆସନ ଉପରେ ରହିଥିଲା । ଏଠାରେ ରେଣୁକା ସିଂହ କଂଗ୍ରେସର ଗୁଲାବ ସିଂହ କାମ୍ରୋଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଅନୁସୂଚିତ ଜନଜାତିଙ୍କ ପାଇଁ ଏହି ଆସନ ଏକ ସଂରକ୍ଷିତ ଆସନ | ୨୦୧୮ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଏହି ଆସନ ଜିତିଥିଲା। ବାସ୍ତବରେ, ଯେତେବେଳେ ସାମ୍ବାଦିକମାନେ କେନ୍ଦ୍ର ମନ୍ତ୍ରୀ ରେଣୁକା ସିଂହଙ୍କ ଝିଅ ମୋନିକା ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦ ବିଷୟରେ ପଚାରିଥିଲେ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବରେ ସେ କାହାକୁ ଦେଖିବାକୁ ଚାହାଁନ୍ତି ବୋଲି ପଚାରିଥିଲେ, ସେତେବେଳେ ଏହାର ଉତ୍ତରରେ ମୋନିକା ସିଂହ କହିଥିଲେ ଯେ ସେ ତାଙ୍କ ମା’ଙ୍କୁ ଦେଖିବାକୁ ଚାହୁଁଛନ୍ତି। ତାଙ୍କ ମା ସିଏମ୍ ହୁଅନ୍ତି | ସେ କହିଛନ୍ତି ଯେ ସେ ନିଜେ ଜଣେ ବିଜେପିର ସଦସ୍ୟ, ତେଣୁ ଜଣେ ଦଳର କର୍ମି ହୋଇଥିବାରୁ ସେ ଚାହୁଁଛନ୍ତି ଯେ ତାଙ୍କ ମା ମୁଖ୍ୟମନ୍ତ୍ରୀ ହୋଇ ଆଗକୁ ବଢନ୍ତୁ ।

ଏହି କାରଣରୁ ଋଷି କପୁର ଓ ନିତୁ ସିଂଙ୍କ ମିଳନ ଘଟିଥିଲା ? ଅର୍ଶଦ ୱାର୍ସି କହିଲେ ଏମିତି

0

ମୁମ୍ବାଇ: ଫିଲ୍ମ ଆନିମଲ ମୁକ୍ତିଲାଭ କରିବାର କିଛି ଦିନ ମଧ୍ୟରେ ଚଳଚ୍ଚିତ୍ରଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ସୋସିଆଲ ମିଡିଆରେ ଏହି ଫିଲ୍ମ ବିଷୟରେ ଅନେକ ଗୁଜବ ସୃଷ୍ଟି ହୋଇଛି। ଫିଲ୍ମ ବିଷୟରେ ଅନେକ ତାରକାଙ୍କ ପ୍ରତିକ୍ରିୟା ମଧ୍ୟ ସାମନାକୁ ଆସୁଛି  । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଅର୍ଶଦ ୱାର୍ସି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଫିଲ୍ମର ପ୍ରଶଂସା କରିଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଅର୍ଶଦ ୱାର୍ସି ଏକ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟରେ ଅର୍ଶଦ ୱାର୍ସି ଫିଲ୍ମ ‘ଆନିମଲ’ ଏବଂ ଏହାର ଅଭିନେତାମାନଙ୍କୁ ପ୍ରଶଂସା କରିଥିଲେ। ଏହା ସହିତ ସେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ରଣବୀର କପୁରଙ୍କ ବିଷୟରେ ମଧ୍ୟ କିଛି ବଡ କଥା କହିଛନ୍ତି। ଅର୍ଶଦ ଲେଖିଛନ୍ତି, “ମୁଁ ଭାବୁଛି ଋଷି କପୁର ଜୀ ଏବଂ ନୀତୁ କପୁର ଜୀଙ୍କ ସାକ୍ଷାତ ଏଥିପାଇଁ ଘଟିଥିଲା ​ଯେ, ଦୁନିଆକୁ ରଣବୀର କପୁରଙ୍କ ଆବଶ୍ୟକ ଥିଲା।” ଏହା ସହିତ ସେ ବବି ଦେଓଲ, ରଶ୍ମିକା ମନ୍ଦନା, ଅନିଲ କପୁରଙ୍କ ସମେତ ଆନିମଲ୍‌ ଟିମ୍‌କୁ ପ୍ରଶଂସା କରିଛନ୍ତି  । ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଫିଲ୍ମକୁ ମାଷ୍ଟରପିସ୍ ବୋଲି ଅର୍ଶଦ ୱାର୍ସି କହିଛନ୍ତି।

ତେଲୁଗୁ ବ୍ଲକବଷ୍ଟର ଅର୍ଜୁନ ରେଡ୍ଡୀ ଏବଂ ହିନ୍ଦୀ ରିମେକ କବୀର ସିଂଙ୍କ ପରେ ଏହା ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କର ତୃତୀୟ ଚଳଚ୍ଚିତ୍ର  । ଫିଲ୍ମରେ ରଣବୀର କପୁରଙ୍କ ଲୁକ୍ ଏବଂ ଆକ୍ସନକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଆହୁରି ମଧ୍ୟ, ବବି ଦେଓଲଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି ଦର୍ଶକ  ।

ପାଖାପାଖି ୫୦୦ କୋଟି

ଯଦିଓ ଫିଲ୍ମ ବିବାଦରେ ଅଛି ଭଲ ରୋଜଗାର ବି କରୁଛି । ଡିସେମ୍ବର 1 ରେ ରିଲିଜ ଆନିମଲ୍‌  କ୍ରମାଗତ ଭାବରେ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରୁଛି  । ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରାୟ 292.6 କୋଟି ଟଙ୍କା ବ୍ୟବସାୟ କରିଛି  । ଏହା ସହିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ପାଖାପାଖି ୫୦୦ କୋଟିରେ ପହଞ୍ଚିଛି।

୩୦ସେକେଣ୍ଡରେ ଧରାପଡିବେ ଲୁଟେରା ; ଲୁଟ୍ ହେବା ମାତ୍ରେ ହେବେ କାବୁ

ଭୁବନେଶ୍ୱର :  ଲୁଟେରାଙ୍କୁ ୩୦ସେକେଣ୍ଡରେ ଧରିବ ହ୍ୟାଣ୍ଡ ହେଲ୍ଡ ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟ ରିଡର୍। କ୍ରାଇମ ମିଟିଂରେ ଥାନାଧିକାରୀଙ୍କୁ ମେସିନ ଦେଲେ ଭୁବନେଶ୍ବର ଡିସିପି। ଏହାଦ୍ବାରା ଲୁଟ୍ ହେବା ମାତ୍ରେ କାବୁ ହେବେ ଲୁଟେରା। ମେସିନ ବ୍ୟବହାର ଦ୍ବାରା ଅପରାଧୀଙ୍କ ଟ୍ରାକ ରେକର୍ଡ ମଧ୍ୟ ବାହାରିପାରିବ।

ଗତ କିଛି ଦିନ ଧରି ଭୁବନେଶ୍ୱର ସହରରେ ବଢୁଥିବା ଲୁଟକୁ ଆଖିରେ ରଖି ଏଭଳି ନୂଆ ପ୍ଲାନ କରିଛି କମିଶନରେଟ ପୋଲିସ। ନୂଆବର୍ଷ ଓ ବଡ଼ଦିନକୁ ଦୃଷ୍ଟିରେ ରଖି କ୍ରାଇମ ଡିଟେକ୍ସନକୁ ବ୍ୟାପକ କରାଯାଇଛି। ସହରରେ ବଂଜାରା ବୁଲୁଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ସେହିପରି ଆପାର୍ଟମେଣ୍ଟଗୁଡ଼ିକୁ ଯାଇ ସୁରକ୍ଷା ସମ୍ପର୍କରେ ଆଲର୍ଟ କରିବେ ନିକଟସ୍ଥ ଥାନା ପୋଲିସ।

ଆଲକୋହଲ ଓ ଚିନିମିଶ୍ରିତ ମଦ୍ୟଜାତୀୟ ସାମଗ୍ରୀ ଉପରେ ବଢାଅ କର: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆହ୍ବାନ

ନୂଆଦିଲ୍ଲୀ : ଆଲକୋହଲ ଓ ଚିନିମିଶ୍ରିତ ମଦ୍ୟଜାତୀୟ ସାମଗ୍ରୀ ଉପରେ କର ବଢ଼ାଅ । ସମସ୍ତ ରାଷ୍ଟ୍ରଙ୍କୁ ଏହି ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏକ ପ୍ରେସ ବିଜ୍ଞପ୍ତିରେ ସଂଗଠନ କହିଛନ୍ତି, ପୃଥିବୀର ବହୁ କମ୍ ରାଷ୍ଟ୍ର ଏହି ପଦକ୍ଷେପ ନେଇଛନ୍ତି । ବିଶ୍ବରେ ଏହି ଧରଣର ସାମଗ୍ରୀ ଉପରେ କର ହାର ବହୁତ କମ୍ ରହିଛି । ଯଦି କର ହାର ବୃଦ୍ଧି କରାଯାଏ ତେବେ ଏହାର ସକାରାତ୍ମକ ପ୍ରଭାବ ଲୋକଙ୍କ ଉପରେ ପଡିବ ।

ସଂଗଠନ କହିଛି ମଦ୍ୟପାନ ଯୋଗୁ ପ୍ରତିବର୍ଷ ବିଶ୍ବରେ ୨୬ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି । ସେହିପରି ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇ ବାର୍ଷିକ ୮୦ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ । ଯଦି ମଦ ଓ ଚିନିମିଶ୍ରିତ ମଦ୍ୟ ମଦ୍ୟଜାତୀୟ ସାମଗ୍ରୀ ଉପରେ ଅଧିକ କର ଲାଗୁ କରାଯାଏ ତେବେ ଅନେକ ଲୋକଙ୍କ ଜୀବନ ରକ୍ଷା ପାଇପାରିବ । ସଂଗଠନ ପକ୍ଷରୁ କୁହାଯାଇଛି- ଏହି ଧରଣର ସାମଗ୍ରୀ ଉପରେ ୧୦୮ଟି ରାଷ୍ଟ୍ର ସାମାନ୍ୟ ଅଧିକ କର ଲାଗୁ କରିଛନ୍ତି । ସେହି ରାଷ୍ଟ୍ରଙ୍କ ମଧ୍ୟରୁ ଅର୍ଦ୍ଧାଧିକ ରାଷ୍ଟ୍ରରେ ପାଣି ଉପରେ କର ଲାଗୁ କରୁଛନ୍ତି ଯାହାକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେଇନାହିଁ ।

ଯଦି ଅସ୍ବାସ୍ଥ୍ୟକର ସାମଗ୍ରୀ ଉପରେ କର ଲାଗୁ କରାଯାଏ ତେବେ ସୁସ୍ଥ ଲୋକଙ୍କ ସଂଖ୍ଯା ଅଧିକ ହେବ । ଏହା ସହ ହିଂସା ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଏହା ସହାୟକ ହେବ ବୋଲି କହିଛନ୍ତି ସଂଗଠନର ହେଲଥ ପ୍ରମୋସନ ନିର୍ଦ୍ଦେଶକ ରୁଡିଗର କ୍ରେଚ । ବିଶ୍ବର 22ଟି ରାଷ୍ଟ୍ରରେ ମଦକୁ କରମୁକ୍ତ କରାଯାଇଥିବାବେଳେ ସର୍ବାଧିକ ବିକ୍ରି ହେଉଥିବା ମଦ ଉପରେ ୧୭.୨ ପ୍ରତିଶତ କର ଲାଗୁ କରାଯାଉଛି । ସେହିପରି ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍ପିରିଟି ଉପରେ 26.5 ପ୍ରତିଶତ କର ଲାଗୁ କରାଯାଇଛି ।

ଭାରତରେ ବଢୁଛି ଆତ୍ମହତ୍ୟା : ୨୦୧୯- ୨୦୨୧ରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :   ଭାରତରେ ବଢୁଛି ଆତ୍ମହତ୍ୟା । କେବଳ ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଏ. ନାରାୟଣସ୍ବାମୀ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ତଥ୍ୟକୁ ଆଧାର କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଦେଶରେ ସାମାଜିକ ବୈଷମ୍ୟ କାରଣରୁ ଏସସି ଓ ଏସଟି ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ମନ୍ତ୍ରୀ । ତେବେ ସାମାଜିକ ବୈଷମ୍ୟ କାରଣରୁ କେତେ ସଂଖ୍ୟକ ଏସସି ଓ ଏସଟି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ସେ ସମ୍ପର୍କରେ ସୂଚନା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ତଥ୍ୟ ଅନୁସାରେ ୨୦୧୯ରେ ୧୦ ହଜାର ୩୩୫, ୨୦୨୦ରେ ୧୨ ହଜାର ୫୨୬ ଓ ୨୦୨୧ରେ ୧୩ ହଜାର ୮୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସାମାଜିକ ବୈଷମ୍ୟ ରୋକିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାଉନସେଲିଂ ସେଲ ପ୍ରତିଷ୍ଠା ସହ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। । ଏକ ୧୪ ମାସର ଅନାକୋଣ୍ଡା ସାପର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ବର୍ତ୍ତମାନ ଆନାକୋଣ୍ଡାଙ୍କ ସଂଖ୍ୟା ୯କୁ ହ୍ରାସ ପାଇଥିବା ନେଇ ନନ୍ଦକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି  ।

କିଛି ଦିନ ହେବ ଆନାକୋଣ୍ଡାଟି ଅସୁସ୍ଥ ହୋଇ ପଡ଼ିଥିଲା। ପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ। ଗତକାଲିଠୁ ଆନାକୋଣ୍ଡାଟି ଖାଦ୍ୟ ଗ୍ରହଣ କରୁ ନଥିଲା। ଏହାସହ ବୁଲାବୁଲି କରି ନପାରି ଗୋଟିଏ ସ୍ଥାନରେ ପଡି ରହିଥିଲା। ଆଜି ସକାଳେ ଆନାକୋଣ୍ଡାଟିର ମୃତ୍ୟୁ ଘଟିଛି।