spot_img
Home Blog Page 2309

ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କଲା କେନ୍ଦ୍ର

ଅଟାୱା: କାନାଡାରେ ବାସ କରୁଥିବା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ୩୩ ବର୍ଷ ବୟସ୍କ ଲଖବୀର ଖଲିସ୍ତାନ ଗୋଷ୍ଠୀ ବାବର ଖଲାସା ଇଣ୍ଟରନ୍ଯାସନାଲ ବା ବିକେଆଇର ସଦସ୍ୟ । ଗତ ୨୦୨୧ରେ ମୋହାଲିରେ ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟରେ ହୋଇଥିବା ରକେଟ ହମଲା ଯୋଜନାର ସେ ଥିଲା ମାଷ୍ଟରମାଇଣ୍ଡ । ସେହିପରି ୨୦୨୨ ଡିସେମ୍ବରରେ ତର୍ନ ତରନର ସରହାଲି ପୋଲିସ ଷ୍ଟେସନରେ ହୋଇଥିବା ଆରପିଜି ଆକ୍ରମଣରେ ସେ ସାମିଲ ଥିଲା ।

ଲଖବୀର ପଞ୍ଜାବ ବାସିନ୍ଦା ହୋଇଥିଲେ ବି ସେ ଦୀର୍ଘ ଦିନ ଧରି କାନାଡାରେ ବସବାସ କରୁଛି । ଭାରତ ବିରୋଧରେ ଅନେକ ଷଡ଼ଯନ୍ତ୍ରରେ ସେ ସାମିଲ ଥିବା ଅଭିଯୋଗ ହୋଇଆସୁଛି । ଗତ ସେପ୍ଟେମ୍ବରରେ ଲଖବୀର ସହ ସମ୍ପର୍କିତ ଅପରାଧୀମାନଙ୍କୁ ଠାବ କରିବା ଲାଗି ପଞ୍ଜାବ ପୋଲିସ 48ଟି ସ୍ଥାନରେ ରେଡ୍ କରିଥିଲା । ଗତ ସେପ୍ଟେମ୍ବରରେ ଲାଣ୍ଡା ହାରିକେ ନାମରେ ଜଣେ ବ୍ୟକ୍ତି ଜଣେ ବ୍ୟବସାୟୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ମାଗିିବା ନେଇ ଅଭିଯୋଗ ହେବା ପରେ ବିଭିନ୍ନ ସ୍ଥାନରେ ରେଡ ହୋଇଥିଲା ।

୨୦୨୩ର ୧୨ଟି ବଡ ଚର୍ଚ୍ଚିତ ଘଟଣା

ନନ୍ଦିଘୋଷ ବ୍ୟୁରୋ: ୨୦୨୩ ଦେଶ ପାଇଁ ଏକ ଐତିହାସିକ ବର୍ଷ ଅଟେ । ଚଳିତ ବର୍ଷ ଭାରତ ଏଭଳି ଅନେକ ସଫଳତା ହାସଲ କରିଛି ଯାହା ଇତିହାସ ପୃଷ୍ଠାରେ ରେକର୍ଡ ସୃଷ୍ଟି କରିଛି । ସଫଳ ଚନ୍ଦ୍ରାୟାନ୍ ମିଶନ୍ , ଜି-୨୦ ସମ୍ମଳନୀରେ ଭାରତର ଅଧ୍ୟକ୍ଷତା ଏବଂ ଆଦିତ୍ୟ-ଏଲ୍ -୧ ମିଶନ୍ ଭାରତକୁ ବିଶ୍ବ ସ୍ତରରେ ଏକ ନୂଆ ପରିଚୟ ଦେଇଛି   । ଏହା ସହ ଭାରତର ନୂତନ ସଂସଦ ଭବନ, ସିଲ୍କୟାରା ଟନେଲ୍ ରେ ଫସିଥିବା ଲୋକଙ୍କୁ ଉଦ୍ଧାର ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତର ଯୋଗଦାନ ବେଶ୍ ଖାସ୍ ରହିଥିଲା । ତେବେ ଭାରତ ସାମ୍ନାରେ ବହୁତ କିଛି ଚ୍ୟାଲେଞ୍ଜ ମଧ୍ୟ ଆସିଥିଲା  । ବାଲେଶ୍ବର ଟ୍ରେନ୍ ଟ୍ରାଜେଡି, ମଣିପୁର ହିଂସା ଏବଂ ହିଂସା ସମୟରେ ଭାଇରାଲ୍ ହୋଇଥିବା ଭିଡିଓ ଦେଶକୁ ଚକିତ କରିଦେଇଥିଲା  ।  ତେବେ ଆସନ୍ତୁ ଜାଣିବା ଗତ ବାର ମାସରେ ଭାରତରେ ଘଟିଥିବା ମୁଖ୍ୟ ଘଟଣା ସବୁ କଣ ଥିଲା ।।

ଚଳିତ ବର୍ଷର ଆରମ୍ଭ ବିଷୟରେ ଯଦି ଆମେ  କହିବା ତେବେ ତାହା କିଛି ଖାସ୍ ନଥିଲା । କାରଣ ଭାରତର ବହୁ ପ୍ରତିଷ୍ଠିତ ମହିଳା କୁସ୍ତିଯୋଦ୍ଧା କୁସ୍ତି ମହାସଂଘର ପ୍ରମୁଖ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଯୌନ ଶୋଷଣ ମାମଲାରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ  ମୁଖ୍ୟ ଦାବି ଥିଲା ଯେ, ବ୍ରିଜ୍ ଭୂଷଣଙ୍କୁ ତାଙ୍କ ପଦରୁ ବହିଷ୍କୃତ କରାଯାଉ ଏବଂ ଘଟଣାର ଅଧିକ ତଦନ୍ତ ହେଉ  । ମାସ ସାରା ଏହି ଖବର ଚର୍ଚ୍ଚାରେ ରହିଥିଲା  ।

ତେବେ ଫେବୃଆରୀ ମାସରେ ଭାରତୀୟ ଦଳ ଆଇଆଇସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରି କ୍ରିକେଟ୍ ଜଗତରେ ନୂତନ ଇତିହାସ ରଚିଥିଲା। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ମୁହୂର୍ତ୍ତ ଥିଲା। ଅନ୍ୟପଟେ ଭାରତୀୟ ଟିମ୍ କ୍ରିକେଟ୍ ର ସମସ୍ତ ଫର୍ମାଟ୍ ରେ ଏକ ନମ୍ବର ଦଳ ହୋଇପାରିଥିଲା  ।

ମାର୍ଚ୍ଚ ମାସ ରାଜନୈତିକ କ୍ଷେତ୍ରରେ ବେଶ୍ ସରଗରମ ରହିଥିଲା । ତେବେ ପୂର୍ବାଞ୍ଚଳ ରାଜ୍ୟରେ ନିର୍ବାଚନ ଏବଂ ରାହୁଲ୍ ଗାନ୍ଧୀ ଲୋକସଭାରେ ଅଯୋଗ୍ୟ ଘୋଷିତ ହେବା ଖବର ଅନେକ ଖବରକାଗଜରେ ହେଡଲାଇନ ପାଲଟିଥିଲା ।

ଏପ୍ରିଲ୍ ରେ ଭାରତ ରେକର୍ଡ ସୃଷ୍ଟି କରିଥିଲା। ଭାରତ ଜନସଂଖ୍ୟା ରେ ଚୀନ୍ କୁ ପଛରେ ପକାଇ ଜନସଂଖ୍ୟା ବହୁଳ ରାଷ୍ଟ୍ରର ମାନ୍ୟତା ପାଇଥିଲା । ମିଳିତ ଜାତିସଂଘର ଆକଳନ ଅନୁଯାୟୀ ଆସନ୍ତା ତିନି ଦଶନ୍ଧି ରେ ଭାରତର ଜନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି  । କିନ୍ତୁ ପରେ ଏହା ଧୀରେ ଧୀରେ ହ୍ରାସ ପାଇବ  । ଏପ୍ରିଲ୍ ର ମଧ୍ୟ ଭାଗରେ ଗ୍ୟାଙ୍ଗଷ୍ଟର ନେତା ଅତିକ୍ ଅହମଦ୍ ଏବଂ ତାର ଭାଇ ଅସରଫ୍ କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା  ।  ବାସ୍ତବରେ ଉଭୟଙ୍କୁ ଗଣମାଧ୍ୟମ ସମ୍ମୁଖରେ ଲାଇଭ୍ ଗୁଳି କରି ହତ୍ୟା କରାଯାଇଥିଲା  । ଏହା ପରେ ଆଉ ଏକ ଖବର ମଧ୍ୟ ଚର୍ଚ୍ଚାରେ ରହିଥିଲା ଖଲିସ୍ତାନୀ ନେତା ଅମୃତପାଲ୍ ସିଂହକୁ ପୋଲିସ୍ ବାରମ୍ବାର ପିଛା କରିବା ପରେ ତାକୁ ଧରିବା ରେ ସଫଳ ହୋଇଥିଲା  । ଏବେ ଅମୃତପାଲ୍ କୁ ଜେଲ୍ ରେ ରଖାଯାଇଛି  ।

ମେ ମାସ ଦେଶ ପାଇଁ ବହୁତ ଚ୍ୟାଲେଞ୍ଜ ଭରା ରହିଥିଲା । ମାସଟି ଏକ ବିବାଦରୁ ଆରମ୍ଭ ହୋଇଥିଲା । ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଏକ ବଡ ଧରଣର ସଂଘର୍ଷ ହୋଇଥିଲା । ଯେଉଁଥିରେ କି ସମଗ୍ର ମଣିପୁର ନିଆଁ ଲାଗିବା , ଅପହରଣ , ହତ୍ୟା ଭଳି ଅପରାଧ ସହ ସଂଘର୍ଷ କରୁଥିଲା ।  ରାଜନୈତିକ ମଞ୍ଚରେ ମଧ୍ୟ  ଏହି ଘଟଣାକୁ ନେଇ ବିରୋଧୀ ଏବଂ ଶାସକ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଚାଲୁ ରହିଥିଲା । ଅବଶ୍ୟ ମାସର ଆରମ୍ଭ ଯେତେ ଖରାପରୁ ହୋଇଥିଲା ଶେଷ ବେଳକୁ ଭାରତ ତାର ନୂଆ ତଥା ଅତ୍ୟାଧୁନିକ ସଂସଦ ଭବନ ପାଇଥିଲା  ।  ୯୭୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସଂସଦ ଭବନ ଟି ମେ ୨୮ ତାରିଖରେ ଉଦଘାଟନ ହୋଇଥିଲା  ।

ଜୁନ୍ ଆରମ୍ଭ ଦେଶ ପାଇଁ ଅତି ହୃଦୟ ବିଦାରକ  ଥିଲା ।  ଜୁନ୍ ୨ରେ ଓଡିଶାରେ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ,ଏସଏମ୍ବିଟି ବାଙ୍ଗଲୋର୍ – ହାଓଡା ଏକ୍ସପ୍ରେସ୍ ଏବଂ ଏକ ମାଲଗାଡି ୩ଟି ଯାକ ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା  । ଯେଉଁଥିରେ କି ଶହ ଶହ ଲୋକ ପ୍ରାଣ ହରାଇଥିଲେ  । ସୂଚନା ଅନୁଯାୟୀ , ପ୍ରାୟ ୩୦୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ୮୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣା ଲୋକଙ୍କ ମନରେ ଏକ ଗଭୀର  ଛାପ ଛାଡି ଯାଇଛି  ।

ଜୁଲାଇ ମାସରେ ତିନୋଟି ପ୍ରମୁଖ ଘଟଣା ହେଡଲାଇନରେ ରହିଥିଲା  । ମଣିପୁରରେ ହୋଇଥିବା ହିଂସା କାରଣରୁ ପୁରା ରାଜ୍ୟରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା  । କିଛି ଦିନ ପରେ ମଣିପୁରରେ  ପୁଣି ଇଣ୍ଟରନେଟ୍ ସେବା ଚାଲିଥିଲା  । ଯାହା ପରେ ଏକ ଲଜ୍ଜାଜନକ ଭିଡିଓ ଭାଇରାଲ୍ ହୋଇଥିଲା  । ଯେଉଁଥିରେ କି ବହୁତ ସାରା ପୁରୁଷ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ବିଚ୍ ରାସ୍ତାରେ ନେଇ ବୁଲୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ସେହିପରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଭୁସ୍ଖଳନ ଏବଂ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଲା  । ଏହି ବିପର୍ଯ୍ୟୟ ଯୋଗୁଁ  ପର୍ଯ୍ୟଟନ ସ୍ଥଳୀ କୁହାଯାଉଥିବା ହିମାଚଳରେ ପ୍ରାୟ ୧୨,୦୦୦ କୋଟି ଟଙ୍କାର କ୍ଷତି ହୋଇଥିଲା  । ଏହି ଅଶାନ୍ତ ମାସରେ ଭାରତ ଏକ ଇତିହାସ ସୃଷ୍ଟି କରିଥିଲା  । ଭାରତ ଜୁଲାଇ ୧୪ରେ ଐତିହାସିକ ଚନ୍ଦ୍ରଯାନ ର ମିଶନ୍ ର ସଫଳ ଲଞ୍ଚ କରିଥିଲା  ।

ଅଗଷ୍ଟ ମାସ ଭାରତ ପାଇଁ ଏକ ଐତିହାସିକ ମାସ ବୋଲି ପ୍ରମାଣିତ ହୋଇଛି  । ଅଗଷ୍ଟ ୨୩ରେ ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିବାରେ  ଭାରତ ହେଲା ପ୍ରଥମ ଦେଶ  । ଏହି ଐତିହାସିକ ସଫଳତା ପରେ ସାରା ବିଶ୍ବରୁ  ଭାରତକୁ  ପ୍ରଶଂସା ସୁଅ ଛୁଟିଥିଲା  ।

ସେପ୍ଚେମ୍ବର ମାସରେ ସାରା ବିଶ୍ବରେ ନାଁ କମେଇଥିଲା ଭାରତ ।  ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା  । ଦେଶର ରାଜଧାନୀରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ବହୁ ଶକ୍ତିଶାଳୀ ବିଶ୍ବ ନେତା ଅଂଶଗ୍ରହଣ କରିଥିଲେ  ।

ଅକ୍ଟୋବରରେ ଜି-୨୦ର ସଫଳତା ପରେ ୧୩ ଏବଂ ୧୪ ଅକ୍ଟୋବରରେ ଭାରତରେ ପି-୨୦ ସମ୍ମିଳନୀ ଆୟୋଜିତ ହୋଇଥିଲା । ଦିଲ୍ଲୀର ଦ୍ବାରକା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ କନଭେସନ୍ ଏବଂ ଏକ୍ସପୋ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ମାସରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ମଧ୍ୟ  ଦେଇଥିଲେ । ସମଲିଙ୍ଗୀ ବିବାହ କୁ ସର୍ବସମ୍ମତି କ୍ରମେ ମନା କରି ଦେଇଥିଲେ ସୁପ୍ରିମକୋର୍ଟ ।

ନଭେମ୍ବର ମାସ ଅନେକ ଦିଗରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା  । ଯେତେବେଳେ ପୁରା ଦେଶ ଦିପାବଳୀ ପାଳନ କରୁଥିଲା ସେତେବେଳେ ୪୧ ଶ୍ରମିକ ଉତ୍ତରପ୍ରଦେଶର ସିଲ୍କାରା ଟନେଲ୍ ରେ ଫସି ଯାଇଥିଲେ  ।  ପ୍ରକୃତରେ ଏକ ପ୍ରକଳ୍ପ ରେ କାମ କରୁଥିବା ୪୧ ଜଣ ଶ୍ରମିକ ସବୁଦିନ ପରି ସେଦିନ ମଧ୍ୟ ଟନେଲ୍ ଭିତରକୁ କାମ ପାଇଁ  ଯାଇଥିଲେ କିନ୍ତୁ ସେଦିନ ଦୁର୍ଭାଗ୍ୟବଶତଃ ଟନେଲ୍ ରାସ୍ତାରେ ପାହାଡ ଧସିଯିବାରୁ ୪୧ ଜଣ ଶ୍ରମିକ ସେହି ଟନେଲ୍ ଭିତରେ ଫସି ଯାଇଥିଲେ  ।  ଦୀର୍ଘ ୧୭ ଦିନ ପରେ ଟନେଲ୍ ଭିତରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା   । କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହି ମାସ ଟି ଦୁଃଖଦାୟକ ଥିଲା  । ଓ୍ବାଲଡ୍ କପ୍ ସିରିଜ୍ ରେ ଭାରତ ଭଲ ସଫଳତା ହାସଲ କରିଥିଲା । କିନ୍ତୁ ନଭେମ୍ବର ୧୯ ଫାଇନାଲ୍ ରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ରେ ଭାରତର ପରାଜୟ ପରେ  ଦେଶର ୧୪୦ କୋଟି ଲୋକଙ୍କ ହୃଦୟ ଭାଙ୍ଗିଯାଇଥିଲା  ।

ଡିସେମ୍ବର ଆରମ୍ଭ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ମହତ୍ବପୂର୍ଣ୍ଣ ଥିଲା  । ଡିସେମ୍ବର ୩ରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ମିଜୋରାମରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା  । ଯେଉଁଥିରେ କି ୪ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ  ବିଜେପି ନିଜର ଦମଦାର ବିଜୟ ପ୍ରଦର୍ଶନ କରିଥିଲା  । ଅନ୍ୟପଟେ ଡିସେମ୍ବର ୧୧ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି  ।

ସେ କହିଛନ୍ତି ଯେ ,ଧାରା 370 ଏକ ସାମୟିକ ବ୍ୟବସ୍ଥା, ଯାହା ସମ୍ପୂର୍ଣ୍ଣ ସାମ୍ବିଧାନିକ । ଖୁବ ଶୀଘ୍ର ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା  ଦିଆଯିବା ଉଚିତ ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଡିସେମ୍ବର ମଧ୍ୟଭାଗରେ ସଂସଦ ଆକ୍ରମଣର ବାର୍ଷିକୀ ଅବସରରେ ଆଉ ଏକ ବଡ଼ ଘଟଣା ଘଟିଥିଲା।  ଲୋକସଭାର ଶୀତ ଅଧିବେଶନରେ କିଛି ଲୋକ ଭିତରକୁ ଡେଇଁପଡି ହଳଦିଆ ଧୂଆଁ ଛାଡିଥିଲେ। ତେବେ ଅଳ୍ପ ସମୟ ମଧ୍ୟରେ  ସ୍ଥିତି ନିୟନ୍ତ୍ରଣାଧୀନ ହୋଇଯାଇଥିଲା  ।  ଯାହା ପରେ ଅଭିଯୁକ୍ତମାନେ ସରକାର ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।   ଘଟଣାକୁ ନେଇ ବର୍ତ୍ତମାନ ଦିଲ୍ଲୀ ପୋଲିସ ଏବଂ ସ୍ପେଶାଲ ସେଲ ଏହି ଘଟଣାର ତୀକ୍ଷ୍ଣ ଅନୁସନ୍ଧାନ କରୁଛନ୍ତି।

 

 

 

ପାକିସ୍ତାନ କାମଚଳା ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ହେବନି ନୂଆବର୍ଷ ସେଲିବ୍ରେସନ

ଇସଲାମାବାଦ: ପାକିସ୍ତାନରେ ଚଳିତ ବର୍ଷ ପାଳନ ହେବ ନାହିଁ ନବବର୍ଷ । ସାରା ବିଶ୍ବ ନବବର୍ଷ ପାଳନ ଲାଗି ଉତ୍ସବମୁଖର ହୋଇଥିବାବେଳେ ପାକିସ୍ତାନରେ ଏହି ଉତ୍ସବ ପାଳନ ହେବ ନାହିଁ । ଏନେଇ ଘୋଷଣା କରିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନଓ୍ବରୁଲ ହକ କାକର । ପାଲେଷ୍ଟାଇନବାସୀଙ୍କୁ ସମର୍ଥନ ଜଣାଇ ନବବର୍ଷ ପାଳନ କରାଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି ।

ଏକ ବାର୍ତ୍ତାରେ ସେ କହିଛନ୍ତି- ପାଲେଷ୍ଟିନୀୟଙ୍କ ବିରୋଧରେ ଚାଲିଥିବା ଗଣହତ୍ୟାକୁ ତାଙ୍କ ଦେଶ ଓ ମୁସଲିମ ଭ୍ରାତୃତ୍ବବୋଧ ବିରୋଧ କରୁଛି । ବିଶେଷ କରି ଗାଜା ଓ ଓ୍ବେଷ୍ଟବ୍ୟାଙ୍କରେ ଚାଲିଥିବା ଶିଶୁ ସଂହାରକୁ ତାଙ୍କ ଦେଶ ବିରୋଧ କରୁଛି । ଗତ ଅକ୍ଟୋବର ୭ ପରଠାରୁ ୨୧ ହଜାର ପାଲେଷ୍ଟିନୀୟଙ୍କୁ ହତ୍ୟା କରାଗଲାଣି । ସେମାନଙ୍କ ମଧ୍ୟରେ ଅଛନ୍ତି ୯ ହଜାରରୁ ଅଧିକ ଶିଶୁ । ପାଲେଷ୍ଟିନୀୟଙ୍କୁ ସହାୟତା ଲାଗି ତାଙ୍କ ଦେଶ ରିଲିଫ ସାମଗ୍ରୀ ପଠାଇଥିବା କହିଛନ୍ତି କାକ୍କର ।

କାୟା ମେଲାଉଛି କୋରୋନା, ୭ ମାସର ରେକର୍ଡ ଭାଙ୍ଗି ପଜିଟିଭ ଛୁଇଁଲାଣି ୮୦୦

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୭୯୭ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଏବେ ସର୍ବମୋଟ ପଜିଟିଭ ସଂଖ୍ୟା ୪୦୯୧ରେ ପହଞ୍ଚିଛି  । ଚଳିତ ବର୍ଷ ମେ ୧୯ ପରେ ଦିନକରେ କୋରୋନା ଭାଇରସ ସଂକ୍ରମଣ ଏତେ ସଂଖ୍ୟାରେ ପହଞ୍ଚିଛି  । ୭ ମାସ ପରେ ଭାରତରେ ଦିନକରେ କୋଭିଡ ସଂଖ୍ୟା ପାଖାପାଖି ୮୦୦ ଛୁଇଁଛି  ।

ସେହିପରି ୨୪ ଘଣ୍ଟାରେ କୋରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି  । କେରଳରେ ୨, ମହାରାଷ୍ଟ୍ର, ପଣ୍ଡିଚେରୀ ଓ ତାମିଲନାଡୁରେ ୨୪ ଘଣ୍ଟା ମଧ୍ୟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି  ।

ଏହା ପୂର୍ବରୁ ଦେଶରେ ମେ ୧୯ରେ ୮୬୫ ନୂଆ କୋଭିଡ ମାମଲା ସାମନାକୁ ଆସିଥିଲା  । ଗତ ଡିସେମ୍ବର ୫ ପର୍ଯ୍ୟନ୍ତ ଦୈନିକ ମାମଲା ସଂଖ୍ୟା ଦୁଇ ଅଙ୍କରେ ରହିଥିଲା  ।

୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୪ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ସାଢେ ଚାରି କୋଟିରୁ ଅଧିକ ଲୋକେ କୋରୋନାରେ ସଂକ୍ରମିତ ହୋଇଥିରଲେ  । ସାଢେ ୫ ଲକ୍ଷରୁ ଅଧିକ କୋରୋନାରେ ପ୍ରାଣ ହରାଇଥିଲେ  । ସେପଟେ ଦେଶରେ କୋଭିଡ ୧୯ ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୨୨୦.୬୭ କୋଟି ଲୋକେ ଟୀକା ନେଇସାରିଛନ୍ତି  ।

୨୦୨୪ ନିର୍ବାଚନ: ସାଂସଦ ମାନସ ମଙ୍ଗରାଜଙ୍କୁ ପୁଣି ନୂଆ ଦାୟିତ୍ବ

ଭୁବନେଶ୍ବର: ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଦାୟିତ୍ବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଉଛନ୍ତି ।

ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର, ରେଙ୍ଗାଳି ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଗୌତମବୁଦ୍ଧ ଦାସଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି ।

କମ ଉପସ୍ଥାନ କାରଣରୁ ଆତ୍ମହତ୍ୟା କଲେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର

0

ବେଙ୍ଗାଲୁରୁ: କମ ଉପସ୍ଥାନ କାରଣରୁ ଝୁଲିପଡିଲେ ୨୨ ବର୍ଷୀୟ ଛାତ୍ର  । କମ ଉପସ୍ଥାନ କାରଣରୁ କଲେଜରୁ ନିଲମ୍ବିତ ହୋଇଥିଲେ ଛାତ୍ର  । ଏହାପରେ ସେ ଆତ୍ମହତ୍ୟା କରିଥିଲେ  । ମୃତ ଛାତ୍ର ଜଣକ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ହୋଇଥିବା ଜଣାପଡିଛି  । ସେ ହୋଟେଲ ମ୍ୟାନେଜମେଣ୍ଟର ପ୍ରଥମ ବର୍ଷର ଛାତ୍ର ଥିଲେ  । ତାଙ୍କ ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ ନୋଟ୍‌ ଜବତ କରିଛି ।

 

ଧାରା ୩୦୬ ଆଧାରରେ ପୋଲିସ ମାମଲା ରୁଜୁ କରିଛି  । ସେପଟେ କଲେଜ କର୍ତ୍ତୃପକ୍ଷଙ୍କୁ ପୋଲିସ ପଚରାଉଚୁରା କରିଛି  । କମ ଉପସ୍ଥାନ ନା ଏହା ପଛରେ ଆଉ କେଉଁ କାରଣ ରହିଛି ତାହାର ତଦନ୍ତ ଜାରି ରଖିଛି ପୋଲିସ  । ଦେଶରେ ଦିନକୁ ଦିନ ଛାତ୍ର ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବାବେଳେ ଯୁବପୀଢୀ କେମିତି ସଚେତନ ହେବେ ତାହା ଏବେ ମୁଣ୍ଡବ୍ୟଥା ସାଜିଛି  ।

ନୂଆବର୍ଷରେ ବନ୍ଦ ହେବନି ସେୟାର ମାର୍କେଟ, ବନ୍ଦ ରହିବ ବ୍ୟାଙ୍କ୍‌ !

ନନ୍ଦିଘୋଷ ବ୍ୟୁରୋ: ନୂତନ ବର୍ଷ ଆରମ୍ଭ ପାଇଁ କେବଳ କିଛି ଘଣ୍ଟା ବାକି ଅଛି  । ସୋମବାର ଠାରୁ ନୂଆ ବର୍ଷ ବିଷୟରେ ଅନେକ ପ୍ରକାରର ପ୍ରଶ୍ନ ଲୋକଙ୍କ ମନରେ ଅଛି  । ଲୋକଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଜାନୁଆରୀ ୧ ସୋମବାର ଦିନ ସାରା ଦେଶରେ ବ୍ୟାଙ୍କ ଏବଂ ସେୟାର ଖୋଲିବ କି ବନ୍ଦ ରହିବ। ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସମ୍ବନ୍ଧୀୟ କାମ ଅଛି ତେବେ ଆପଣ ଛୁଟିଦିନର ତାଲିକା ଦେଖିବା ପରେ ହିଁ ଘରୁ ବାହାରକୁ ଯିବା ଉଚିତ୍  ।

ବ୍ୟାଙ୍କଗୁଡ଼ିକରେ ଛୁଟିଦିନ 

୨୦୨୪ର ପ୍ରଥମ ଦିନ ସୋମବାର, ଜାନୁଆରୀ ୧ ରେ ଦେଶର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ  । ଏହି ଦିନ କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ଅଛି  । ଏହା ବ୍ୟତୀତ କେତେକ ବେସରକାରୀ କମ୍ପାନୀ ଏବଂ କେତେକ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ।

ସେୟାର ବଜାର ବନ୍ଦ ରହିବ କି?

ସୋମବାର, ନୂଆ ବର୍ଷର ପ୍ରଥମ ଦିନରେ ଷ୍ଟକ୍ ମାର୍କେଟରେ କୌଣସି ଛୁଟି ନାହିଁ । BSE ଏବଂ NSE ପୂର୍ବପରି କାର୍ଯ୍ୟ କରିବ | ଷ୍ଟକ୍ ମାର୍କେଟରେ କାରବାର ପୂର୍ବପରି ଘଟିବ  ।

ଆରବିଆଇ କହିଛି ଛୁଟି କେଉଁଠି?

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ହଲିଡେ କ୍ୟାଲେଣ୍ଡର ୨୦୨୪ ଅନୁଯାୟୀ, ଜାନୁୟାରୀ ୧, ୨୦୨୪ରେ ଆଇଜାଲ, ଚେନ୍ନାଇ ଏବଂ ଗ୍ୟାଙ୍ଗଟକରେ ବ୍ୟାଙ୍କଗୁଡିକ ଛୁଟିଦିନ ରହିବ । ସେହିଭଳି ଇମ୍ଫାଲ, ଇଟାନଗର, କୋହିମା ଏବଂ ସିଲଂରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକ ବିଷୟରେ କହିବାକୁ ଗଲେ, ୨୦୨୪ ବର୍ଷ ମଣିପୁର, ମେଘାଳୟ, ଆସାମ, ନାଗାଲାଣ୍ଡ, ସିକ୍କିମ୍ ଇତ୍ୟାଦିରେ ଏକ ସାଧାରଣ ଛୁଟିଦିନରୁ ଆରମ୍ଭ ହେଉଛି  । ୨୦୨୪ରେ ବ୍ୟାଙ୍କଗୁଡିକ ମୋଟ ୧୦ଦିନ ପାଇଁ ବନ୍ଦ ରହିବ ।

ଜାନୁଆରୀରେ ବ୍ୟାଙ୍କ ଛୁଟି 

ଜାନୁଆରୀରେ ନୂତନ ବର୍ଷ ପରେ କର୍ଣ୍ଣାଟକ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଅନେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଜାନୁଆରୀ ୧୫ ରେ ମକର ସଙ୍କ୍ରାନ୍ତି, ପୋଙ୍ଗଲ ଏବଂ ବିହୁ କାରଣରୁ ବ୍ୟାଙ୍କ ବନ୍ଦ ରହିବ। ସ୍ଥାନୀୟ ଛୁଟିଦିନ ହେତୁ ଚେନ୍ନାଇରେ ବ୍ୟାଙ୍କଗୁଡିକ ୧୬ ଓ ୧୭ ରେ ବନ୍ଦ ହୋଇଥିବାବେଳେ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଜୟନ୍ତୀ ଅବସରରେ ୧୭ ତାରିଖ ଦିନ ପଞ୍ଜାବରେ ବ୍ୟାଙ୍କ ବନ୍ଦ ରହିବ  ।

ଏହି କାରଣରୁ ଜାନୁଆରୀ ୧ରୁ ବନ୍ଦ ହେବ ଆପଣଙ୍କ UPI ଆଇଡି

ନୂଆଦିଲ୍ଲୀ: NPCI ର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜାନୁଆରୀ ୧ ରୁ କିଛି ଲୋକଙ୍କ UPI ID ବନ୍ଦ ହେବାକୁ ଯାଉଛି  । ପେଟିଏମ୍, ଫୋନ୍ ପେ ଏବଂ ଗୁଗୁଲ୍ ପେ ପରି ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ଆପ୍ ମଧ୍ୟ ଜାନୁଆରୀ ୧ ରୁ ଏହିପରି UPI ID କୁ ନିଷ୍କ୍ରିୟ କରିବ । ଗତ ଏକ ବର୍ଷ ମଧ୍ୟରେ ଯେଉଁ ଆକାଉଣ୍ଟରେ କୌଣସି ଟ୍ରାଞ୍ଜାକ୍ସନ ହୋଇନାହିଁ  ।

ବିମୁଦ୍ରୀକରଣ ପରେ UPI ପେମେଣ୍ଟରେ କାରବାର ବଢିବା ସହିତ ଦୈନନ୍ଦିନ ସାମଗ୍ରୀ କିଣିବା ଏବଂ ବିଲ୍ ପେମେଣ୍ଟ କରିବା ଅଧିକ ସହଜ ହୋଇଛି  । ତଥାପି ବହୁତ ଲୋକ ଅଛନ୍ତି ଯେଉଁମାନେ UPI ID ଇନଷ୍ଟଲ କରି UPIରେ କେବେ ଟ୍ରାଞ୍ଜାକ୍ସନ କରି ନାହାନ୍ତି  । NPCI ଅର୍ଥାତ୍ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶାବଳୀ ଅନୁସରଣ କରି ସମସ୍ତ ବ୍ୟାଙ୍କ ଏବେ ପେଟିଏମ୍, ଫୋନ୍ ପେ, ଗୁଗୁଲ୍ ପେ ଭଳି ୟୁପିଆଇ ଆଇଡିଗୁଡ଼ିକୁ ନିଷ୍କ୍ରିୟ କରିବ । ଯେଉଁଥିରେ ଗତ ଏକ ବର୍ଷ ମଧ୍ୟରେ କୌଣସି କାରବାର ହୋଇନାହିଁ।

ଆପଣଙ୍କର UPI ID ନିଷ୍କ୍ରିୟ କିମ୍ବା ଅବରୋଧ ହେବା ପୂର୍ବରୁ, ଆପଣଙ୍କୁ ପଞ୍ଜୀକୃତ ଇମେଲ୍ ID କିମ୍ବା ମୋବାଇଲ୍ ନମ୍ବରରେ ସୂଚନା ଦିଆଯିବ  ।

କିପରି ନିଷ୍କ୍ରିୟ ହେବନି UPI ID ?

ଯଦି ଆପଣ ମେସେଜ୍ କିମ୍ବା ଇମେଲ୍ ମାଧ୍ୟମରେ ଏପରି ସୂଚନା ପାଇଛନ୍ତି ତାହାଲେ ଆପଣଙ୍କୁ କେବଳ UPIରେ ଜୋରିମାନା ଦେବାକୁ ପଡିବନ  । ଏହା କରିବା ଦ୍ବାରା ଆପଣଙ୍କର UPI ID ଅବରୋଧ ହେବ ନାହିଁ  । ଯଦି ଆପଣ UPI ଦେୟ ଦିଅନ୍ତି ନାହିଁ ଏବଂ ଯଦି ଆପଣଙ୍କର UPI ID ଅବରୋଧିତ ହୁଏ, ତେବେ ଆପଣ ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି |

ଗୋପାଳପୁରରେ ମାଛଧରା ଡଙ୍ଗା ବୁଡି ଜଣେ ମତ୍ସ୍ୟଜୀବୀ ମୃତ, ୨ ଉଦ୍ଧାର

ଗୋପାଳପୁର: ଗଞ୍ଜାମ ଗୋପାଳପୁରରେ ମାଛଧରା ଡଙ୍ଗା ବୁଡି ଜଣେ ମତ୍ସ୍ୟଜୀବୀ ମୃତ। ଆଜି ଭୋରରୁ ୩ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡି ଆସିବାରୁ ଡଙ୍ଗାଟି ଓଲଟି ପଡିଥିଲା। ଡଙ୍ଗାରେ ଥିବା ଅନ୍ୟ ୨ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହେଲେ ବି. ବୈରାଗୀ୍ ।

ତାଙ୍କର ବୟସ ପାଖାପାଖି ୬୩ ବର୍ଷ ହେବ । ମତ୍ସ୍ୟଜୀବୀ ବି.ବୈରାଗୀ, ଏମ. ବାଲରlଜୁ ଓ ଏମ. ସିମୁଡୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡ଼ି ହାବୁଡରେ ପଡିଯାଇଥିଲେ । ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ି୍ଥିଲା । ୨ ଜଣ ପାଣିକୁ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ଡଙ୍ଗାଟି ପଡ଼ିଯାଇଥିଲା। ପରେ ସ୍ଥାନୀୟ ଅଂଚଳର ଲୋକେ ବୈରାଗୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ଘଟଣା, ଯାଞ୍ଚ କରୁଛନ୍ତି ଦଶ ଜଣିଆ ଟିମ୍‌

0

ରାୟଗଡ଼ା: ଚନ୍ଦ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଠାବ ଘଟଣା । କ୍ରାଇମବ୍ରାଞ୍ଚ ଟିମ୍ ଚନ୍ଦ୍ରପୁରରେ ପହଞ୍ଚି ଜୋରଦାର ତନାଘନା ଚଳାଇଛି । ଶବ ପଡିରହିଥିବା ସ୍ଥଳରେ ଯାଞ୍ଚ କରିବା ସହ ପାଖ ପଡୋଶୀଙ୍କୁ ପଚରା ଉଚରା କରୁଛି। ଲକ୍ଷ୍ମୀ ମାଝି ରହୁଥିବା ମାଁ ଗୃହରେ ମଧ୍ୟ ଯାଞ୍ଚ କରିଛି । କ୍ରାଇମବ୍ରାଞ୍ଚ ଡ଼ିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତ ଟିମ୍ ସହ ଷ୍ଟେଟ ଫରେନସିକ୍ ଲାବର ଦଶ ଜଣିଆ ଟିମ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି ।

ଏହା ସହ ରାୟଗଡା ଓ କୋରାପୁଟରୁ ମଧ୍ୟ ସାଇଣ୍ଟିଫିକ୍ ଟିମ ତଦନ୍ତରେ ସାମିଲ ହୋଇଛନ୍ତି । ସେପଟେ ଦାୟିତ୍ବରେ ଥିବା ଥାନାଅଧିକାରି ବଦଳିଛନ୍ତି। ନୀଳକଣ୍ଠ ବେହେରା ଚନ୍ଦ୍ରପୁର ଥାନା ଅଧିକାରି ଭାବେ ଯୋଗଦାନ କରି ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ମେଡିକାଲର କିଛି କର୍ମଚାରୀଙ୍କୁ ପଚରାଉଚୁରା କରିଥିବା ଜଣାପଡିଛି । ଲକ୍ଷ୍ମୀ ମାଝୀର ଶରୀରରୁ ଜବତ ହୋଇଥିବା ନଖ, ବାଳ, ରକ୍ତଛିଟା ନମୁନା ସଂଗ୍ରହ କରି ଫରେନସିକ୍ ଲାବକୁ ପଠାଇଛି।

ମାମଲାରେ ମହିଳାଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୋଗ ଆସିଥିବା ଆଲିସା ଏନଜିଓର ନିର୍ଦ୍ଦେଶକ। ଘଟଣାରେ ସମ୍ପୃକ୍ତିଙ୍କୁ ଅସ୍ବୀକାର କରିଛନ୍ତି ସଂସ୍ଥାର ନିର୍ଦ୍ଦେଶକ।