spot_img
Home Blog Page 2312

ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ, ଆଜି ହେବ ନିର୍ଣ୍ଣାୟକ ଲଢ଼େଇ

ରାଞ୍ଚି: ରୋମାଞ୍ଚକର ସ୍ଥିତିରେ ଭାରତ ଇଂଲଣ୍ଡ ରାଂଚି ଟେଷ୍ଟ। ଆଜି ଚତୁର୍ଥ ଦିନ ଭାରତ ପାଇଁ ହେବ ନିର୍ଣ୍ଣାୟକ । ୨-୧ରେ ସିରିଜ୍ ଆଗୁଆ ଥିବା ଭାରତ ପାଇଁ ସିରିଜ ବିଜୟର ରହିଛି ସୁଯୋଗ । ଭାରତ ଆଗରେ  ୧୯୨ ରନର ଟାର୍ଗେଟ ରହିଛି । ଭାରତ ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରଖିଥିବାବେଳେ ଗତକାଲି ଖେଳ ଶେଷ ପର୍ଯ୍ୟନ୍ତ କୌଣସି ୱିକେଟ ନହରାଇ ୪୦ ରନ କରିଥିଲା ।

ଅଧିନାୟକ ରୋହିତ ଶର୍ମା ୨୪ ଏବଂ ଯଶସ୍ଵୀ ଜୟଓ୍ବାଲ ୧୬ ରନ କରି କ୍ରିଜରେ ଅଛନ୍ତି। ଭାରତକୁ ଏହି ଟେଷ୍ଟ ଜିତିବାକୁ ହେଲେ ଆଉ ୧୫୨ ରନ କରିବାକୁ ପଡିବ। ଆଜିର ମ୍ଯାଚ ଜିତିଲେ ୫ ଟେଷ୍ଟ ମ୍ୟାଚ ବିଶିଷ୍ଟ  ସିରିଜ ବିଜୟୀ ହେବ ଟିମ ଇଣ୍ଡିଆ।  ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ଏବଂ ଦ୍ଵିତୀୟ ଇନିଂସରେ ୧୪୫ ରନ କରିଥିଲା।  ଟିମ ଇଣ୍ଡିଆ ସ୍ପିନର ଆର ଅଶ୍ଵୀନଙ୍କ ବୋଲିଂରେ ଧରାଶାୟୀ ହୋଇଯାଇଥିଲେ ବ୍ରିଟିଶ ଦଳ। ୫୧ ରନ ଦେଇ ୫ଟି ୱିକେଟ ନେଇଥିଲେ ଅଶ୍ଵୀନ। ସେହିପରି କୁଳଦୀପ ଯାଦବ ୨୨ ରନ ଦେଇ ୪ଟି ୱିକେଟ ନେଇଥିଲେ। ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା। ଭାରତ ପ୍ରଥମ ଇଂନିସରେ ୩୦୭ ରନ କରିଥିଲା। ଧ୍ରୁବ ଜୁରେଲ ୯୦ ରନ କରିଥିବାବେଳେ ଯଶସ୍ଵୀ ଜୟସ୍ଵାଲ ଦ୍ବିତୀୟ ସର୍ବାଧିକ ୭୩ ରନ କରିଥିଲେ। ଶୁବମନ ଗିଲ ୩୮ ଏବଂ କୁଲଦୀପ ଯାଦବ ୨୮ ରନ କରିଥିଲେ। ପ୍ରଥମ ଇଂନିସରେ ଇଂଲଣ୍ଡର ଶୋଏବ ବଶୀରଙ୍କୁ ସର୍ବାଧିକ ୫ ୱିକେଟ ମିଳିଥିଲା ।

ରାଜ୍ୟରେ କୋହଲା ପାଗ ଜାରି, ୨୯ ଯାଏ ରହିବ ଏମିତି ପାଗ

ଭୁବନେଶ୍ବର: ସାରା ରାଜ୍ୟରେ ଲାଗିରହିଛି କୋହଲା ପାଗ । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା । ଓଡ଼ିଶାର ସବୁଠି ଏଭଳି ପାଗ ଜାରି ରହିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଏକ ନିମ୍ନଚାପରେଖା ଛତିଶଗଡରୁ ବାହାରି କର୍ଣ୍ଣାଟକ ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା ବାୟୁ ପ୍ରବାହ ସାଙ୍ଗକୁ ନିମ୍ନ ଚାପରେଖା ସକ୍ରିୟ ରହିଛି । ଦୁଇଟି ନିମ୍ନଚାପରେଖା ପ୍ରଭାବରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ କାଲି ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ଷା ପ୍ରଭାବରେ ତାତିରେ ବ୍ରେକ୍ ଲାଗିବା ସହ ସ୍ବାଭାବିକ ଠାରୁ ୭ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ୨୯ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇପାରେ ।

ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ସୁବର୍ଣ୍ଣପୁରର ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ଯମନ୍ତ୍ରୀ । ବୀରମହାରାଜାପୁରରେ ବିଜ୍ଞାପିତ  ଅଞ୍ଚଳ ପରିଷଦ ଗଠନ କରାଯିବ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଘୋଷଣା  କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ୩୪ଟି ନୂଆ  ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନେଇ ଘୋଷଣା କରିଥିଲେ। ବୀରମହାରାଜପୁର ଏଥିରେ  ସାମିଲ ହେବାଦ୍ୱାରା ନୂଆ  ବିଜ୍ଞାପିତ ପରିଷଦ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ବୀରମହାରାଜପୁର ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ।

ରାଜ୍ଯରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ

ଭୁବନେଶ୍ବର: ରାଜ୍ଯରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ । ହେଲଥ ସିଷ୍ଟମ ଟ୍ରାନ୍ସଫର୍ମେସନ୍ ପ୍ଲାଟଫର୍ମ ବା ଏଚଏସଟିପି ସହ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ଯୋଜନା ହାତକୁ ନେଇଛନ୍ତି । ବିଦେଶକୁ ଷ୍ଟେଟ୍ ହେଲଥ ଆସ୍ୟୁରାନସ୍ ସୋସାଇଟି ପ୍ରତିନିଧିଙ୍କ ଏକ୍ସପୋଜର ଭିଜିଟ୍ ସହ କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାରକୁ ନୂଆରୂପ ଦିଆଯିବ।

ଷ୍ଟେଟ୍ ହେଲଥ ଆସ୍ୟୁରାନସ୍ ସୋସାଇଟି ପ୍ରତିନଧି ଥାଇଲାଣ୍ଡ ଯିବେ । ସ୍ବାସ୍ଥ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ୍ସପୋଜର ଭିଜିଟରେ ପଠାଯିବ । ସେଠାରେ ଆୟୋଜନ ହେବ ପିଏମଏସି -୨୦୨୪ । ପ୍ରତିନିଧିମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲିଙ୍ଗଗତ ସମାନତା ସମ୍ପର୍କରେ ପୋଷ୍ଟର ପ୍ରଦର୍ଶନ କରିବେ। ଯାହାର ଉପସ୍ଥାନ ଓ ଅନ୍ୟାନ୍ୟ ନେଟଓ୍ବର୍କିଂର ସୁବିଧା ଯୋଗାଇବ ହେଲଥ ସିଷ୍ଟମ ଟ୍ରାନସଫର୍ମେସନ୍ ପ୍ଲାଟଫର୍ମ ବା ଏଚଏସଟିପି। ସ୍ବାସ୍ଥ୍ୟ ବିଭାଗ ଓ ଏଚଏସଟିପି ମିଶି ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏଚଏସଟିପି ସହାୟତାରେ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ଆହୁରି ସୁଦୃଢ଼ କରାଯିବ। ଚିହ୍ନଟ ଜିଲ୍ଳାରେ ଜୁରୁରିକାଳୀନ ଓ ଟ୍ରମା କେୟାର ସେବା ବ୍ଯାପକ ହେବ। ଯାହାକୁ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମନିଟର କରିବେ। ଏଚଏସଟିପି ଓ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମିଳିତ ଭାବେ ଆବଶ୍ୟକତା ପୂରଣ କରିବେ। ଭେକ୍ଟର ବର୍ଣ୍ଣ ରୋଗର ଶୀଘ୍ର ସର୍ଭେଲାନସ୍, ଚିହ୍ନଟ ଓ ଚିକତ୍ସାକୁ ସୁଦୃଢ଼ କରାଯିବ। ଏଚଏସଟିପିର ବୈଷୟିକ ସହାୟତାରେ ଏ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମୁଖ୍ୟତଃ ବିନା ପ୍ରେସକ୍ରିପସନରେ ଔଷଧ ନଦେବା ନିୟମକୁ ତୃଣମୂଳ ସ୍ତରରେ କଡ଼ାକଡ଼ି କରାଯିବ ।

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରି କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାରକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନିଆଯିବ। କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାର ସୁଦୃଢ଼ ହେଲେ ସେକେଣ୍ଡାରୀ ଓ ଟର୍ସିଆରି ସ୍ତର ଉପରେ ଚାପ କମିବ। ଲୋକଙ୍କ ପାଖରେ ସହଜରେ ପହଞ୍ଚିବ ଚିକିତ୍ସା ସୁବିଧା ।

ରାଜ୍ୟର ଯୁବକଙ୍କ ପାଇଁ ଆସିବ ଯୁବ ବଜେଟ୍

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟର ଯୁବକଙ୍କ ପାଇଁ ଆସିବ ଯୁବ ବଜେଟ ବା ୟୁଥ ବଜେଟ। ୨୦୩୬କୁ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ। ୨୦୩୬ ବେଳକୁ ଓଡିଶାକୁ ଏକ ନୂଆ ଓ ସଶକ୍ତ ଓଡିଶା ଗଠନର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ଟାର୍ଗେଟ ଦେଇଛନ୍ତି। ବଳକା ଦୁଇ ବର୍ଷ ମଧ୍ୟରେ ଲକ୍ଷ୍ୟ ହାସଲରେ ତ୍ରୁଟି ବିଚ୍ୟୁତି ଥିଲେ ସୁଧୁରା ଯାଇପାରିବ। ଆସନ୍ତା ୧୦ ବର୍ଷ ମଧ୍ୟରେ ଓଡିଶାକୁ ସବୁ ଦିଗରୁ ସଶକ୍ତ କରାଯିବ। ଯେଉଁଥିରେ ଜଣେ ବ୍ୟକ୍ତି ଯାହା ସ୍ବପ୍ନ ଦେଖିବ ତାହାକୁ କିଭଳି ସାକାର କରାଯାଇପାରିବ ସେସବୁ ସମ୍ବଳ ଉପଲବ୍ଧ ହୋଇପାରୁଥିବ। ଏହାକୁ ରାଜ୍ୟର ସୁବର୍ଣ୍ଣ ଯୁଗ ବୋଲି କୁହାଯିବ। ଏହି ଲକ୍ଷ୍ୟ ହାସଲରେ ରାଜ୍ୟର ଯୁବକଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ।

ରାଜ୍ୟ ବଜେଟର ଏକ ବଡ ଭାଗ ଯୁବ ବିଜେଟ ପାଇଁ ବିନିଯୋଗ ହେବ। ଯାହାଦ୍ବାରା ଯୁବକଙ୍କ ସବୁ ସ୍ବପ୍ନକୁ ସାକାର କରିବେ ରାଜ୍ୟ ସରକାର। ଛାତ୍ରଛାତ୍ରୀମାନେ ଏହାଦ୍ବାରା ନିଜ ଭବିଷ୍ୟତ ପାଇଁ ବଡ ସ୍ବପ୍ନ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ନିଜର ପ୍ରତିଟି ଟର୍ମରେ କିଛି ନୂଆ କରିଛନ୍ତି। ସେ ଦାରିଦ୍ର୍ୟ ଦୁରୀକରଣ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଏକ ନୂଆ ଚିନ୍ତାଧାରା ସହ କାର୍ଯ୍ୟ କରିଥାନ୍ତି। ଏବେ ଯୁବ ବଜେଟ ଦ୍ବାରା ସାରା ବିଶ୍ବକୁ ମୁଖ୍ୟମନ୍ତ୍ରୀ ଦେଖାଇବେ ଯୁବ ଶକ୍ତିର ସାମର୍ଥ୍ୟ। ଯୁବ ଶକ୍ତିକୁ ସବୁ ପ୍ରକାର ସାମର୍ଥ୍ୟ ଯୋଗାଇବାକୁ ଏବେଠୁ ମୁଖ୍ୟମନ୍ତ୍ରୀ କାମ ଆରମ୍ଭ କରିଛନ୍ତି । ଯେଉଁଥିରେ ରାଜ୍ୟର ୬ହଜାର ୮୫୦ ହାଇସ୍କୁର ରୂପାନ୍ତରଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସରୁମ ସହ ଟେକ୍ନୋଲୋଜି ସହ ତାଳ ଦେଇ ଶିକ୍ଷା ଗ୍ରହଣର ମାଧ୍ୟମ ମିଳୁଛି । ଯୁବ ଶକ୍ତିକୁ ସ୍ବାବଲମ୍ବୀ କରିବା ସହ ନିଜର ସ୍ବପ୍ନକୁ ସାକାର କରିବାକୁ ବଳ ଯୋଗାଇବ ଯୁବ ବଜେଟ।

ବିଶ୍ବରେ ଚମକିବ ବାରବାଟୀ ଷ୍ଟାଡିୟମ

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । ଏଥିପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ଯ ସରକାର । ହେଲେ ଏହାକୁ ନେଇ ବିରୋଧୀ ଗୋଷ୍ଠୀ ଅପପ୍ରଚାର କରୁଛନ୍ତି । ଯାହାର ଉଚିତ ଜବାବ ଦେଇଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ରାଜ୍ଯ ସରକାର ସବୁ ଖେଳ ଭଳି କ୍ରିକେଟର ବିକାଶ ଚାହୁଁଛନ୍ତି । ରାଜ୍ୟ ତଥା କଟକ ପାଇଁ ଏତେ ବଡ ଯୋଜନା ହେଉଥିବାରୁ ଅଯଥା ବିବାଦ ନ କରି ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ବିଶ୍ବରେ ଚମକିବ ବାରବାଟୀ ଷ୍ଟାଡିୟମ । ପାଇବ ଓ୍ବାର୍ଲ୍ଡ କ୍ଲାସ କ୍ରିକେଟ ଫିଲ୍ଡର ମାନ୍ୟତା । ଆସନ୍ତା ତିନିବର୍ଷ ମଧ୍ୟରେ ବଦଳିବ ସମ୍ପୂର୍ଣ୍ଣ ରୂପରେଖ । ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ଯ ସରକାର । ହେଲେ କିଛି ନ୍ୟସ୍ତସ୍ୱାର୍ଥ ଲୋକ ଏହାକୁ ନେଇ ଅପପ୍ରଚାର କରି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସେମାନଙ୍କ ଉତ୍ତର ରଖିଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ପୁରା ଷ୍ଟାଡିୟମ ଭଙ୍ଗାଯିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ହରେକୃଷ୍ଣ ମହତାବ, ଭୈରବ ମହାନ୍ତିଙ୍କ ଉଦ୍ୟମରେ ଏକ ଟଙ୍କିଆ ଲଟେରୀ ଟଙ୍କାରୁ ୬୦ ଦଶକରେ ବାରବାଟୀ ଷ୍ଟାଡିୟମ ତିଆରି ହୋଇଥିଲା । ଗ୍ୟାଲେରୀ ସବୁ ୬୦ ବର୍ଷ ପୁରୁଣା । ତେଣୁ ଏହାକୁ ଆଗାମୀ ୫୦ ବର୍ଷ ପାଇଁ ଏକ ସୁନ୍ଦର ଷ୍ଟାଡିୟମ କରିବାକୁ ହେଲେ ପୁରୁଣା ଗ୍ୟାଲେରୀ ଭାଙ୍ଗି ଆମକୁ ନୂଆ ଗ୍ୟାଲେରୀ କରିବାକୁ ପଡିବ । ତେବେ ଯାଇ ଏହା ଉପରେ ୬୦ ହଜାର ବକେଟ୍ ସିଟ୍ ଓ ରୁପ୍ ଟପ୍ କରାଯାଇ ପାରିବ ବୋଲି କହିଛନ୍ତି ଆଶୀର୍ବାଦ ।

ବାରବାଟୀର ଐତିହ୍ୟ ବହନ କରୁଥିବା କ୍ଲକ ଟାୱାର, ହର୍ସ ଗେଟ, କ୍ଲବ ହାଉସ କାନ୍ଥରେ ଥିବା ସ୍ମୃତି ଓ ପେଣ୍ଟିଂକୁ ସଂପୂର୍ଣ୍ଣ ଅକ୍ଷୁର୍ଣ୍ଣ ରଖି କାମ କରାଯିବ । ତେଣୁ ୨୦ ରୁ ଅଧିକ ଅନ୍ତର୍ଜାତିକ ମ୍ୟାଚ, ୭ ଟି ଆଇପିଏଲ ମ୍ୟାଚ, ୨ ଟି ଟେଷ୍ଟ ମ୍ୟାଚର ସଫଳ ଆୟୋଜନ କରି  ବିଶ୍ବ କ୍ରୀଡାରେ କଟକ ତଥା ଓଡିଶାର ସୁନାମ ବଢାଇଥିବା ବାରବାଟୀ ପୁଣିଥରେ ବିଶ୍ବସ୍ତରରେ ନିଜର ଚମକ ଫେରି ପାଇବ । ରାଜ୍ୟ ତଥା କଟକ ପାଇଁ ଏତେ ବଡ ଯୋଜନା ହେଉଥିବାରୁ ଅଯଥା ବିବାଦ ନ କରି ସହଯୋଗ କରିବାକୁ ନିବେଦନ କରିଛନ୍ତି ଆଶୀର୍ବାଦ ।

ନବକଳେବର ପୂର୍ବରୁ ବୁଧବାର ସକାଳୁ ଷ୍ଟାଡିୟମ ବୁଲି ପୂରା ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୨୭ରେ ବାରବାଟୀ ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ,  5T ଅଧ୍ୟକ୍ଷ କାର୍ତ୍ତିକ,  ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା!

ରାଜନଗର: ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡାର ଗହୀରମଥା। ଏହି ସ୍ଥାନକୁ ସୁରକ୍ଷିତ ମନେକରି ପ୍ରତି ବର୍ଷ ହଜାର ହଜାର ମାଇଲ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ଛୁଟି ଆସନ୍ତି। ହେଲେ ଏବେ ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା। ଟ୍ରଲର ମାଡ ଓ ଜାଲରେ ଛନ୍ଦି ହୋଇ ପ୍ରାଣ ହରାଉଛନ୍ତି କଇଁଛ। ବର୍ତ୍ତମାନ ବେଆଇନ ଟ୍ରଲର ଚଳାଚଳ ବନ୍ଦ ରହିଥିବା ବେଳେ ବହୁ ସଂଖ୍ୟାରେ ଟ୍ରଲର ଜବତ କରାଯାଇଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।

ଭାରତର ସର୍ବବୃହତ ସାମୁଦ୍ରିକ ଅଭୟାରଣ୍ୟ ତଥା ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ ଗହୀରମଥା। ଏହି ସ୍ଥାନକୁ ସୁରକ୍ଷିତ ମନେକରି ପ୍ରତି ବର୍ଷ ହଜାର ହଜାର ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ଛୁଟି ଆସନ୍ତି । ହେଲେ ଏବେ ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା। ଗହିରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁ ଥିବାରୁ ମାଛ ମାଫିଆ ମାନେ କଡା କଟକଣା ସତ୍ୱେ ନିୟମକୁ ଫୁ –କରି ବେଆଇନ ଭାବେ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶକରି ମାଛ ମାରିଥାନ୍ତି । ଫଳରେ ଟ୍ରଲର ମାଡ ଏବଂ ଜାଲରେ ଛନ୍ଦିହୋଇ ହଜାର ହଜାର କଇଁଛ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି।

ଗହୀରମଥା ସମୁଦ୍ର କୂଳରେ ଶହ ଶହ ମଲା କଇଁଛ ମରିପଡିଥିବା ଓ ତାକୁ କାଉ କୁକୁର ଝୁଣୀ ଖାଉଥିବାର ଦୃଶ୍ୟ  ପ୍ରକୃତି ପ୍ରେମୀ ମାନଙ୍କୁ ବ୍ୟଥିତ କରୁଛି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କୁ ପଚାରିବାରୁ ଟ୍ରଲର ମାଡ ଓ ଜାଲରେ ଛନ୍ଦି ହୋଇ କଇଁଛ ମାନଙ୍କର ମୃତ୍ୟୁ ଘଟୁଥିବା ସେ ସ୍ଵୀକାର କରିଛନ୍ତି। ୧୧୪ଟି କଇଁଛ ପ୍ରାଣ ହରାଇଥିବା ସୂଚନା ରହିଛି। ବର୍ତ୍ତମାନ ବେଆଇନ ଟ୍ରଲର ଚଳାଚଳ ବନ୍ଦ ରହିଥିବା ବେଳେ ବହୁ ସଂଖ୍ୟାରେ ଟ୍ରଲର ଜବତ କରାଯାଇଥିବା ସେ କହିଛନ୍ତି।

ସରିଲା ଖଣ୍ଡଗିରି ମେଳା, କମୁନି ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଶେଷହେଲା ଖଣ୍ଡଗିରି ମେଳା । ନାଗା ବାବାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବାକୁ ଖଣ୍ଡଗିରି ଶ୍ରଦ୍ଧାଳୁଙ୍କ ଖଣ୍ଡଗିରିରେ ପ୍ରବଳ ଭିଡ଼ । ଦୀର୍ଘ ୯ ଧରି ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ଖଣ୍ଡଗିରି । ସାଧୁମାନେ ଧୂନି ଜାଳି ବିଶ୍ଵ ଶାନ୍ତି ପାଇଁ ଆହୁତି ଦେଉଥିଲେ । ଖଣ୍ଡଗିରି ପାଦ ଦେଶରେ ଚାଲି ଥିବା କୁମ୍ଭମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସାଧୁ ଓ ସନ୍ଥ ଯୋଗ ଦେଇଥିଲେ। ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସାଧୁ ସନ୍ଥମାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଖଣ୍ଡଗିରି ପାହାଡକୁ ଆସୁଥିଲେ ହଜାର ହଜାର ଭକ୍ତ । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ଉଜ୍ଜୟିନୀ ମହାକାଲ, ହରିଦ୍ଵାର, କେଦାର ନାଥ, କାଶ୍ମୀ, ମଥୁରା, ବୃନ୍ଦାବନ , ଡେରାଡୁନର ସାଧୁ ସନ୍ଥମାନେ ଏକାଠି ହୋଇଥିଲେ । ଆକର୍ଷଣ ସାଜିଥିଲେ ଶ୍ରୀଦିଗାମ୍ବର ବମବମ ପୁରୀ ମହାରାଜ, ଶ୍ରୀ ଦିଗାମ୍ବର ଫୈଜୀ ନାଗା ସ୍ବାମୀ, ଷ୍ଟାଣ୍ଡିଙ୍ଗ ବାବା, ରୁଦ୍ରାକ୍ଷ ବାବା। ଏବେ ମେଳା ସରିଛି ହେଲେ, ଭିଡ଼ ସରିନି । ଏବେ ବି ଲୋକମାନେ ଆସୁଛନ୍ତି ଅପେରା ଦେଖିବାକୁ । ପେଣ୍ଡାଲ ସମ୍ମୁଖରେ ପଡିଛି ଅନେକ ପସରା । କିଣା କିଣି ସାଙ୍ଗକୁ ଭଳିକି ଭଳି ଯାତ୍ରାକୁ ମନଭରି ଉପଭୋଗ କରୁଛନ୍ତି  ବିଭିନ୍ନ ସ୍ଥାନରୁ ଆସିଥିଲା ଲୋକ ।

ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାତି

ଭୁବନେଶ୍ବର: ଫେବ୍ରୁଆରୀରେ ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରୀ ଟପିଲାଣି । ଏପ୍ରିଲ-ମେ ବେଳକୁ ଆହରୁ ବଢିବ ୩ରୁ ୪ ଡିଗ୍ରୀ । ୨୦୨୩ ଥିଲା ସବୁଠୁ ଉତ୍ତପ୍ତ ବର୍ଷ । ବୈଜ୍ଞାନିକଙ୍କ ହିସାବ ଗତବର୍ଷର ତାତି ୧ ଲକ୍ଷ ବର୍ଷର ରେକର୍ଡ଼ ଭାଙ୍ଗିଥିଲା । ଚଳିତବର୍ଷ ରୌଦ୍ର ତାପ ଏତେ ହେବ ଯେ, ବିଗତ ବର୍ଷର ସବୁ ରେକର୍ଡ଼ ଭାଙ୍ଗିବ । ଏପରି ଆକଳନ କରିଛନ୍ତି ବୈଜ୍ଞାନିକ । ଘନ କ୍ରିଂକ୍ରିଟ୍ ଜଙ୍ଗଲ, ଜୈବ ଇନ୍ଧନ ଦ୍ବାରା ଗାଡି ଚଳାଚଳ, ବୃକ୍ଷ ଲତା ଆଦିରେ ଘନ ଧୂଳି ଆସ୍ତରଣ ବାୟୁମଣ୍ଡଳରେ ଅଙ୍ଗାରମାତ୍ରା ବୃଦ୍ଧି କରିବା ସହିତ ତାପମାତ୍ରା ବୃଦ୍ଧିରେ ସହାୟକ ହେବ । ଏହାସହିତ ଏବର୍ଷ ଏଲ୍ନିନୋର ପ୍ରଭାବ ଥିବାରୁ ପବନ ଚଳାଚଳ ସେତେଟା ହେବନି । ଯାହାଯୋଗୁ ଝାଞ୍ଜି ଖରା ବହିବା ସହିତ ଅସ୍ତବ୍ୟସ୍ତ ହେବ ଜୀବନ ।

ବିଜେପି ଛାଡ଼ି ବିଜେଡିରେ ମିଶିଲେ ୧୬ ସମିତିସଭ୍ୟ

ଭୁବନେଶ୍ବର: ଆକର୍ଷିତ କରୁଛି ବିକାଶମୁଳକ କାର୍ଯ୍ଯ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ଯକ୍ତିତ୍ବ । ବିଭିନ୍ନ ଦଳ ଛାଡ଼ି ବିଜେଡ଼ି ମୁହାଁ ନେତା । ରବିବାର ବିଜେପି ଛାଡି ବିଜେଡିରେ ମିଶିଲେ ଭବାନୀପାଟଣା ଅଧ୍ଯକ୍ଷ ପ୍ରଫୁଲ୍ଲ କୁମାର ସାହୁ ଓ ଉପାଧ୍ଯକ୍ଷ ପୁଷ୍ପାଞ୍ଜଳି ସାହୁ । ଅଧ୍ଯକ୍ଷ ଓ ଉପାଧ୍ଯକ୍ଷଙ୍କ ସହ ୧୬ ଜଣ ସମିତିସଭ୍ୟ ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ମିଶ୍ରଣ ଫଳରେ ଭବାନୀପାଟଣାରେ ଦଳ ଆହୁରି ମଜଭୁତ ହେବ ବୋଲି ଜିଲା ପର୍ଯ୍ୟବେକ୍ଷକ କହିଛନ୍ତି ।