spot_img
Home Blog Page 236

ମୁସଲିମ୍ ଅଭିନେତ୍ରୀ ଶୁଣୁଛନ୍ତି ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର

ନନ୍ଦିଘୋଷ ବ୍ୟୁରୋ :  ଜଣେ ଅଭିନେତାଙ୍କୁ ଅଭିନୟ ମାଧ୍ୟମରେ ଭିନ୍ନ ଭିନ୍ନ ଅଭିନୟ କରିବାକୁ ପଡୁଛି । କିନ୍ତୁ ଲୋକମାନେ ଧର୍ମ ନାମରେ ପିଲ୍ମଷ୍ଟାରମାନଙ୍କୁ ଟ୍ରୋଲ କରନ୍ତି । କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ୧୬ ବର୍ଷରୁ ଅଭିନୟ ଆରମ୍ଭ କରିଛନ୍ତି । ସେ ଆମେରିକାରେ ଏକ ମଡେଲରେ ମଧ୍ୟ କାମ କରିଛନ୍ତି । ୪୫ ବର୍ଷୀୟ ଏହି ଅଭିନେତ୍ରୀ ଜଣଙ୍କ ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ସହ କାମ କରିଛନ୍ତି ।

ଅଭିନେତ୍ରୀ ଜଣଙ୍କ ନିଜକୁ ଗ୍ଲୋବାଲ ସିଟିଜେନ ବୋଲି କହୁଛନ୍ତି । କାରଣ ତାଙ୍କ ବାପା-ମାଆ ଅଲଗା ଅଲଗା ଦେଶର ଅଟନ୍ତି । ସେ ରଣବୀର କପୁରଙ୍କ ଫିଲ୍ମରେ ଡେବ୍ୟୁ କରିଥିଲେ । ସେ ତାଙ୍କର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରି୍ଥିଲେ ।

ଯେଉଁ ଅଭିନେତ୍ରୀଙ୍କ କଥା ଆମେ କହୁଛୁ ସେ ହେଉଛନ୍ତି ନରଗିସ ଫାଖରୀ । ତାଙ୍କ ବାପା ଜଣେ ପାକିସ୍ତାନୀ । ତାଙ୍କୁ ଯେତେବେଳେ ୬ ବର୍ଷ ହୋଇଥିଲା ତାଙ୍କ ବାପା-ମାଆଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । କିଛି ଦିନ ପରେ ତାଙ୍କ ପିତାଙ୍କ ନିଧନ ହୋଇଥିଲା । ବର୍ତ୍ତମାନ ଅଭିନେତ୍ରୀ ଜଣଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳୁଛି । ସେ ଏ ପର୍ଯ୍ୟନ୍ତ ୧୬ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି । ଅଭିନେତ୍ରୀଙ୍କୁ ଶେଷଥର ପାଇଁ ହାଉସଫୁଲ ୫ରେ ଦେଖିବାକୁ ମିଳିଥିଲା । ସେ ଅନେକ ମ୍ୟୁଜିକ ଭିଡିଓ କରିସାରିଛନ୍ତି ।

ନରଗିସ ଫାଖରୀ ଗୋଟେ ସାକ୍ଷାତକାରରେ କହିଛନ୍ତି ତାଙ୍କୁ ଗାୟତ୍ରୀ ମନ୍ତ୍ର ଶୁଣିବାକୁ ଭଲ ଲାଗେ । ତାଙ୍କ କହିବାନୁସାରେ, ସେ ଗାୟତ୍ରୀମନ୍ତ୍ର ଶୁଣିଲେ ସେ ଭଲ ଅନୁଭବ କରନ୍ତି । ସେ ଅଧ୍ୟତ୍ମିକ ଅଟନ୍ତି । ଯେତେବଳେ ବି ଚିନ୍ତିତ ଥାନ୍ତି ସେତେବେଳେ ହନୁମାନ ଚାଳିଶା ଶୁଣିଥାନ୍ତି । ତାଙ୍କୁ ସବୁ ଧର୍ମ ବିଷୟରେ ଜାଣିବା ପାଇଁ ଭଲ ଲାଗେ ।

ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକ ମାରିବେ ଏହି ଭାରତୀୟ ଖେଳାଳି !

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଏସିଆ କପ । ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଭାରତ । ୟୁଏଇକୁ ୯ ଓ୍ବିକେଟରେ ପରାସ୍ତ କରି ବିଶାଳ ବିଜୟ ହାସଲ କରିଛି । ପରବର୍ତ୍ତୀ ମ୍ୟାଚ ଭାରତ ନିଜର ପାରିବାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚଟି ବେଶ ରୋମାଞ୍ଚକ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ସବୁବେଳେ ଭାରତ-ପାକିସ୍ତାନ ଦେଖିବା ଲାଗି ପ୍ରଶଂସକମାନେ ଭିଡ଼ ଜମାଇଥାନ୍ତି । ଆଉ ଏଥର ଏସିଆ କପରେ ପାକିସ୍ତାନକୁ ଭାରତ ପରାସ୍ତ କରିବ ବୋଲି ଭାରତୀୟ ପ୍ରଶଂସକମାନେ ଆଶା ରଖିଛନ୍ତି ।

କ୍ରିକେଟ ବିଶେଷଞ୍ଜମାନେ ଆଶା ରଖିଛନ୍ତି କି, ପାକିସ୍ତାନ ବିପକ୍ଷ ମ୍ୟାଚରେ ବଡ଼ ସ୍କୋର କରିବ ଭାରତ । ଆଉ ଯୁବ ଓପନର ଅଭିଶେକ ଶର୍ମା ଶତକ ହାସଲ କରିବେ । ୟୁଏଇ ବିପକ୍ଷ ମ୍ୟାଚରେ ଅଭିଶେକ ଶର୍ମା ଭଲ ଆରମ୍ଭ କରିଥିଲେ । ସେ ମାତ୍ର ୧୬ ବଲରୁ ୩୦ ରନ କରିଛନ୍ତି । ଟି-୨୦ରେ ୧୯୩.୫୦ ରହିଛି ଅଭିଶେକ ଶର୍ମାଙ୍କ ଷ୍ଟ୍ରାଇକ ରେଟ୍ । ଟି-୨୦ରେ ଦୁଇଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଅଭିଶେକ ଶର୍ମା । ପ୍ରଥମରୁ ଘାତକ ବ୍ୟାଟିଂ କରୁଥିବାବେଳେ ବିଶ୍ବର ବଡ଼ ବଡ଼ ବୋଲରମାନେ ମଧ୍ୟ ତାଙ୍କୁ ବୋଲିଂ କରିବା ପାଇଁ ଡରନ୍ତି । ୟୁଏଇ ବିପକ୍ଷ ମ୍ୟାଚର ପ୍ରଥମ ବଲରେ ଛକା ମାରି ଚର୍ଚ୍ଚାରେ ରହିଥିଲେ ଅଭିଶେକ ଶର୍ମା । ଯଦି ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିକ ସମୟ ପଡ଼ିଆରେ ରୁହନ୍ତି ତାହେଲେ ଶତକ ନିଶ୍ଚିତ ବୋଲି ପୂର୍ବତନ କ୍ରିକେଟରମାନ; ନିଜର ମତ ଦେଇଛନ୍ତି ।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା। ଉଟାହର ଓରେମରେ ଥିବା ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୩୧ ବର୍ଷର ଚାର୍ଲିଙ୍କ ବେକରେ ଗୁଳି ବାଜିଥିଲା। ବିଶ୍ୱବିଦ୍ୟାଳୟରେ ଏକ ବିଶାଳ ସମାବେଶରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ହୋଇଥିଲା ଫାୟାରିଂ। ସେ “ଆମେରିକୀୟ କମବ୍ୟାକ୍” ଏବଂ “ମୋତେ ଭୁଲ୍ ପ୍ରମାଣ କରନ୍ତୁ” ସ୍ଲୋଗାନ ଲେଖାଯାଇଥିବା ଏକ ଧଳା ତମ୍ବୁ ତଳେ ବସି ଭାଷଣ ଦେଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ହତ୍ୟାର କିଛି ମୁହୂର୍ତ୍ତ ପୂର୍ବରୁ, ଯୁବ ସଂଗଠନ ‘ଟର୍ନିଂ ପଏଣ୍ଟ USA ‘ର ସହ-ପ୍ରତିଷ୍ଠାତା କିର୍କ ଜଣେ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା। ବନ୍ଧୁକ ହିଂସାକୁ ନେଇ ଯୁକ୍ତିତର୍କ ହୋଇଥିଲା। ତା ପରେ ତାଙ୍କୁ ଗୁଳି ବାଜିଥିଲା । ଉଟାହ କଲେଜରେ କିର୍କଙ୍କ କାର୍ଯ୍ୟକ୍ରମ “ଦି ଆମେରିକୀୟ କମବ୍ୟାକ୍ ଟୁର୍”ର ଏକ ଅଂଶ ଥିଲା । କିର୍କଙ୍କ ସୁରକ୍ଷାରେ ତ୍ରୁଟି ଥିବାର ଅଭିଯୋଗ କରାଯାଇଛି। ସମାବେଶରେ ପ୍ରାୟ ୩ ହଜାର ଲୋକ ଉପସ୍ଥିତ ଥିଲେ।

୫ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

୫ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ଦେଶର ବିଭିନ୍ନ ରାଜ୍ୟରୁ ସେମାନଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ରାସାୟନିକ ଅସ୍ତ୍ର ନିର୍ମାଣରେ ପୋଖତ ଥିଲେ। ଖିଲାଫତ୍ ମଡେଲ ଆଧାରରେ ଯୁବମାନଙ୍କୁ ସଂଗଠନରେ ସାମିଲ କରିବାକୁ ଏମାନେ ଉଦ୍ୟମ ଚଳାଇଥିଲେ ବୋଲି ସୂଚନା ମିଳିଛି। ଭାରତରେ ଆଇଏସ୍ ଆତଙ୍କବାଦୀ ସଂଗଠନର ଶକ୍ତି ବୃଦ୍ଧି ପାଇଁ ଏମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। ୫ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଅସର ଦାନିସ୍‌, ଅଫତାବ ଓ ସୁଫିୟାନ୍। ଦାନିସକୁ ରାଞ୍ଜିର ଏକ ଲଜ୍ ରୁ ଗିରଫ କରାଯାଇଥିବା ବେଳେ ଅଫତାବ ଓ ସୁଫିୟାନକୁ ମୁମ୍ଵାଇରୁ ଗିରଫ କରାଯାଇଛି। ବାକି ଦୁଇ ଜଣଙ୍କ ପରିଚୟ ମିଳିିପାରିନି। ସେମାନଙ୍କ ମଧ୍ୟରୁ ଜଣକୁ ହାଇଦ୍ରାବାଦରୁ ଓ ଆର ଜଣକୁ ମଧ୍ୟପ୍ରଦେଶରୁ ଗିରଫ କରଯାଇଛି।ସେମାନଙ୍କ ପାଖରୁ ପିସ୍ତଲ, ବିଭିନ୍ନ ଡିଜିଟାଲ ଡିଭାଇସ୍‌ ଓ ରାସାୟନିକ ସାମଗ୍ରୀ ଜବତ କରାଯାଇଛି। ଜବତ ହୋଇଥିବା ରାସାୟନିକ ସାମଗ୍ରୀଗୁଡ଼ିକ ହେଲା ହାଇଡ୍ରୋକ୍ଲୋରିକ୍ ଏସିଡ୍‌, ନାଇଟ୍ରିକ୍ ଏସିଡ୍‌, ସୋଡିୟମ ବାଇକାର୍ବୋନେଟ, ସଲଫରା ପାଉଡର୍‌, ବଲ୍ ବିୟରିଂ ଓ ପିଏଚ୍ ଭ୍ୟାଲୁ ଚେକ୍ କରାଯାଉଥିବା ଯନ୍ତ୍ର ।

ଭାଇରାଲ କରିବା ପଡ଼ିଲା ମହଙ୍ଗା: ଗିରଫ ହେଲା ଅଭିଯୁକ୍ତ

ଛାତ୍ରନେତାଙ୍କ ଫେକ୍ ଆଇଡି କରି ସୋସିଆଲ ମିଡିଆରେ ଅଡିଓ ଭାଇରାଲ ଘଟଣା । ଗିରଫ ହେଲା ଅଭିଯୁକ୍ତ ଚଣ୍ଡୀ ପ୍ରସାଦ ମହାପାତ୍ର ଓରଫ ପପି। ଅଭିଯୁକ୍ତର ଘର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ। ଅଭିଯୋଗ ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୋଗକାରୀ ଛାତ୍ରନେତା ଜଣଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କର ଚରିତ୍ର ସଂହାର କରିଥିଲା। ସୋସିଆସ ମିଡିଆରେ ଫେକ ଆକାଉଣ୍ଟ ଖୋଲିବା ସହ କିଛି ମିଛ ଅଡିଓ ଏଡିଟ କରି ଭାଇରାଲ କରିବାକୁ ଚେଷ୍ଟା କରିଥିଲା। ଅଭିଯୋଗକାରୀଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ ହେଉଥିବାରୁ ସେ ଏହାକୁ ନେଇ ଆଇନର ଆଶ୍ରୟ ନେଇଥିଲେ। ସାଇବର ଥାନାରେ ଏତଲା ଦେଇଥିଲେ ଓ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତ ଜଣଙ୍କୁ କଳିଙ୍ଗ ନଗର ଅଞ୍ଚଳରୁ ଗିରଫ କରାଯାଇଛି। ପୋଲିସ ତାଠାରୁ କ୍ରାଇମରେ ବ୍ୟବହୃତ ଡିଜିଟାଲ ଡିଭାଇସ ଜବତ କରିଛି। ଆଇଟି ଆକ୍ଟ ମୁତାବକ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

ସରୁନି ସାର ସମସ୍ୟା: ସୋସାଇଟି ସାମ୍ନାରେ ପାଞ୍ଚ ଶହ ଚାଷୀଙ୍କ ଅହେତୁକ ଭିଡ଼

ସରୁନି ସାର ସମସ୍ୟା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ମାଣିକ୍ୟପୁର ସୋସାଇଟି ସାମ୍ନାରେ ଚାଷୀଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଛି । ତିନୋଟି ପଞ୍ଚାୟତର ପାଞ୍ଚ ଶହରୁ ଅଧିକ ଚାଷୀ ସକାଳୁ ଛିଡା ହୋଇଥିଲେ । ହେଲେ ଚାଷୀଙ୍କ ସଂଖ୍ୟା ତୁଳନାରେ ସୋସାଇଟିରେ କମ ସଂଖ୍ୟକ ପିଡ଼ିଆ ବସ୍ତା ଥିବାରୁ ଚାବି ପକାଇ ପଳାଇ ଯାଇଥିଲେ ଅଧିକାରୀ । ଶେଷରେ ଚାଷୀମାନେ ସୋସାଇଟି ଆଗରେ ଅପେକ୍ଷା କରି ରହିଥିଲେ । ଅନ୍ୟ କେତେକ ଚାଷୀ ନିରାଶ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଛି । ଏନେଇ ସୋସାଇଟି ସମ୍ମୁଖରେ ହୋ ହାଲ୍ଲା ପରିସ୍ଥିତି ଉପୁଜିଥିଲା ।

ଜଳପ୍ରପାତରେ ଭାସି ଯୁବକ ନିଖୋଜ ଘଟଣା: ଜାତୀୟ ରାଜପଥ ଅବରୋଧ କଲେ ପରିବାର ଲୋକେ

ଗୁଣ୍ଡିଚାଘାଗି ଜଳପ୍ରପାତରେ ଭାସି ଯୁବକ ନିଖୋଜ ଘଟଣା । ଜାତୀୟ ରାଜପଥ ଅବରୋଧ କଲେ ପରିବାର ଲୋକ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ସୋର ଥାନା ବର୍ତନା ଗ୍ରାମର ଦେବେଶ୍ ବେହେରା । ପରିବାର ଲୋକଙ୍କ ସହିତ ବୁଲିବାକୁ ଆସିଥିଲେ ଯୁବକ । ପ୍ରଥମେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ଗୁଣ୍ଡିଚାଘାଗି ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ଜଳପ୍ରପାତରେ ବୁଲିବା ସମୟରେ ଏକ ସ୍ରୋତରେ ଭାସି ଯାଇଥିଲେ । ନିଖୋଜ ଯୁବକକୁ ଉଦ୍ଧାର କରିବା ପାଇଁ ଚାରିଦିନ ହେବ ଘଟଗାଁ ଅଗ୍ନିଶମ ବିଭାଗ ପ୍ରଚେଷ୍ଟା ଜାରି ରଖିଛି । ଏହି ଉଦ୍ଧାର କାର୍ଯ୍ୟରେ ଆଜି ଦେବଗଡ଼ର ଓଡ୍ରାଫ୍ ଟିମ୍ ସାମିଲ ହୋଇଛି । ପୁଅକୁ ଉଦ୍ଧାର କରିବା ପାଇଁ ପରିବାର ଲୋକ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ଏହାସହ ଘଟଗାଁ ବାଇପାସ୍ ନିକଟ ୨୦ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ନିଖୋଜ ଯୁବକଙ୍କ ପରିବାର ଲୋକ ।

ରାଜ୍ୟରେ ଉତ୍କଟ ହେବାରେ ଲାଗିଛି ସାର ସଙ୍କଟ: ମୁଖ୍ୟମନ୍ତ୍ରୀ ଡାକିଲେ ବୈଠକ

ରାଜ୍ୟରେ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି ସାର ସଙ୍କଟ। ବିଭିନ୍ନ ଜିଲ୍ଲାରୁ ସାର ଅଭାବୀ ନେଇ ଆସୁଛି ସଙ୍ଗୀନ ଅଭିଯୋଗ। ଏହାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡ଼ାକିଛନ୍ତି ବଡ ବୈଠକ। ସାର ସଙ୍କଟରୁ କେମିତି ବାହାରି ହେବ ସେଥିପାଇଁ ବିଚାର ବିମର୍ଶ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଖାଦ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମତେ ଅନ୍ୟ ମନ୍ତ୍ରୀ ଉପସ୍ଥିତ ରହିବାକୁ ଥିବାବେଳେ ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ବୈଠକରେ ହେବେ ସାମିଲ। ଭିସିରେ ବୈଠକରେ ସାମିଲ ହେବେ ଜିଲ୍ଲାପାଳ।

ନେପାଳରେ ଚାଲିଥିବା ହିଂସାର ପ୍ରଭାବରେ ଭାରତ-ନେପାଳ ସୀମା ସମ୍ପୂର୍ଣ୍ଣ ସିଲ୍

ନେପାଳରେ ଚାଲିଥିବା ହିଂସାର ପ୍ରଭାବ ଭାରତରେ ଭାରତ-ନେପାଳ ସୀମା ସମ୍ପୂର୍ଣ୍ଣ ସିଲ୍ । ଭାରତରୁ ନେପାଳକୁ ମୈତ୍ରୀ ବସ୍ ସେବା ମଧ୍ୟ ବନ୍ଦ । ପ୍ରବଳ ଉତ୍ତେଜନାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି । ଗୁପ୍ତ ଭାବେ ବ୍ୟବହୃତ ପଥଗୁଡ଼ିକ ଉପରେ କଡ଼ା ନଜର । ହିଂସା ଯୋଗୁଁ ବ୍ୟବସାୟ ମଧ୍ୟ ସମ୍ପୂର୍ଣ୍ଣ ଠପ୍ । ଦୁଇ ଦେଶ ମଧ୍ୟରେ ବ୍ୟବସାୟ ବନ୍ଦ ରହିଛି । ଜେଲରୁ ପଳାୟନ କରୁଥିବା କଏଦୀଙ୍କ ଉପରେ ଫାୟାରିଂ ସୂଚନା । ନେପାଳ ସେନାର ଯବାନଙ୍କ ପକ୍ଷରୁ ଫାୟାରିଂ ସୂଚନା  । ଧରାପଡ଼ିଲେ ନେପାଳ ଜେଲରୁ ପଳାୟନ କରିଥିବା ୩୫ କଏଦୀ । ଏହି କଏଦୀଙ୍କ ମଧ୍ୟରୁ 22 ଜଣ ଉତ୍ତର ପ୍ରଦେଶର ଭାରତ-ନେପାଳ ସୀମାରେ, 10 ଜଣ ବିହାରରେ ଏବଂ ତିନି ଜଣ ପଶ୍ଚିମବଂଗରେ ଧରାପଡ଼ିଛନ୍ତି।

ନବୀନ ସରକାରର ବଡ଼ ସଫଳତା: ଓଡ଼ିଶାର ସର୍ବାଧିକ ପିଲା ପାଠ ପଢ଼ା ଜାରିରଖିଥିଲେ

ନବୀନ ପଟ୍ଟନାୟକ ସରକାର ସମୟରେ ଓଡ଼ିଶାର ଷ୍ଟୁଡେଣ୍ଟ ରିଟେନସନ୍ ହାର ଥିଲା ସର୍ବାଧିକ ୯୭ ପ୍ରତିଶତ। ୪ଟି ରାଜ୍ୟରେ ରାଇଟ୍ ଟୁ ଏଜୁକେସନ୍ ଆଇନରେ ସ୍କୁଲରେ ନାଁ ଲେଖାଇଥିବା ପିଲାଙ୍କ ମଧ୍ୟରୁ ସବୁଠୁ ଅଧିକ ପିଲା ପାଠ ପଢ଼ା ଜାରି ରଖିଥିଲେ ଓଡ଼ିଶାରେ। ଏହା ହେଉଛି ୨୦୨୩-୨୪ ର ତଥ୍ୟ। ଏହି ରିପୋର୍ଟ ପ୍ରକାଶ କରିଛି ଇନ୍ଦସ୍ ଆକ୍ସନ। ଏହି ରିପୋର୍ଟ ଅନୁସାରେ ରାଇଟ ଟୁ ଏଜୁକେସନ ଆଇନରେ ୪ଟି ରାଜ୍ୟରେ ନାଁ ଲେଖାଇଥିବା ପିଲାଙ୍କ ମଧ୍ୟରୁ ଓଡ଼ିଶାରେ ୯୭ ପ୍ରତିଶତ ପିଲା ପାଠପଢ଼ା ଜାରି ରଖିଥିଲେ। ଅର୍ଥାତ ମାତ୍ର ୩ ପ୍ରତିଶତ ପିଲା ପାଠ ଛାଡ଼ିଥିଲେ, ଯାହାକି ସର୍ଭେରେ ସାମିଲ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବନିମ୍ନ। 5T ପାଇଁ ଏହା ସମ୍ଭବ ହୋଇପାରିଥିଲା।

ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲା ଯେମିତି ଉଚ୍ଚମାନର ଶିକ୍ଷା ପାଇବେ, ସେଥିପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସେତେବେଳର ବିଜେଡି ସରକାର ଯେଉଁ ପ୍ରଚେଷ୍ଟା କରିଥିଲା, ତାର ଫଳସ୍ଵରୂପ ଏହି ସଫଳତା ମିଳିଛି। ପ୍ରଭାବଶାଳୀ ଭାବେ ରଣନୀତି କାର୍ଯ୍ୟକାରୀ କରିବା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଯେଉଁ ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରାଯାଇଥିଲା, ସେଥିପାଇଁ ଏହି ସଫଳତା ମିଳିଛି। ତତ୍କାଳୀନ ବିଜେଡି ସରକାର ସମୟରେ 5T ଜରିଆରେ ୭ ହଜାର ସରକାରୀ ସ୍କୁଲର ରୂପାନ୍ତରଣ ହୋଇଥିଲା। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଏହା ନୂଆ ଦିଗ ଦେଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି କରିଥିଲା ନୂଆ ସମ୍ଭାବନା। ନବୀନ ସରକାର ବିଶ୍ଵାସ କରନ୍ତି ଯେ, ଉତ୍ତମ ମାନର ଶିକ୍ଷା ଦ୍ଵାରା ପ୍ରତ୍ୟେକ ଶିଶୁକୁ ସଶକ୍ତ କଲେ ହିଁ ସମୃଦ୍ଧଶାଳୀ ନୂଆ ଓଡ଼ିଶା ଗଠନ ସମ୍ଭବ।

ଏହି ସଫଳତା ପଛରେ ରହିଛି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବାପା ମାଆ, ପ୍ରଶାସକଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଅବଦାନ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହାକୁ ନେଇ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁ କହିଛନ୍ତି, ୨୦୦୦ ରେ ଯେବେ ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନକୁ ଆସିଥିଲେ, ସେତେବେଳେ ଡ୍ରପଆଉଟ ସଂଖ୍ୟା ଅଧିକ ଥିଲା। ଦୀର୍ଘ ୨୪ ବର୍ଷ ହେବ ନବୀନ ପଟ୍ଟନାୟକ ଓଡ଼ିଶାକୁ ରୂପାନ୍ତର କରିବାରୁ ଆଜି ରିପୋର୍ଟ ଆସିଛି ଯେ 97% ପିଲା ସ୍କୁଲ ଯାଉଛନ୍ତି। ସେମାନଙ୍କ ପାଠପଢା ପ୍ରତି ଆଗ୍ରହ ଅଛି। ଏହାର କାରଣ ହେଉଛି ଯେବେ ଗରିବ ପିଲା ସ୍କୁଲ ଯାଉଛି, ତାକୁ ମଧ୍ୟାନ୍ନ ଭୋଜନ ମିଳୁଛି। ନବୀନ ଶାସନରେ ଗରିବ ଖାଦ୍ୟ ପାଇଛି। ଶିକ୍ଷାର ବାତାବରଣ ଓ ସୁରକ୍ଷିତ ପରିବେଶ ଦେଇଥିଲେ ନବୀନ ପଟ୍ଟନାୟକ। ସେଥିପାଇଁ ଡ୍ରପଆଉଟ କମିଛି। ଏହି ରିପୋର୍ଟ ଯୋଗୁଁ ଆଜି ଓଡ଼ିଶା ବିଶ୍ୱ ଦରବାରରେ ପ୍ରଶଂସିତ. ହେଲେ ଦୀର୍ଘ ୧୪ ମାସ ହେବ ଛାତ୍ରୀ ଅସୁରକ୍ଷିତ। ସରକାର ସୁଇଚ ଅଫ। ଆମ୍ବ ଟାକୁଆ ଖାଉଛନ୍ତି ଲୋକେ। ଅନାହାରରେ ମରୁଛନ୍ତି। ମଧ୍ୟାନ୍ନ ଭୋଜନ ଦୁର୍ନୀତି ହେଉଛି। ଯେଉଁ ଓଡ଼ିଶାକୁ ନବୀନ ପଟ୍ଟନାୟକ ଜିରୋରୁ ହିରୋ କରିଥିଲେ, ତାକୁ ବିଜେପି ସରକାର ବର୍ବାଦ ନ କରନ୍ତୁ।