spot_img
Home Blog Page 2364

ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ

ଜୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରି ’ପନୌତି’ ଶବ୍ଦ ବ୍ୟବହାର କରିବା । ଗୁରୁବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଇସି ପକ୍ଷରୁ ଏହି ନୋଟିସ ଜାରି କରାଯାଇଥିବାବେଳେ ଆସନ୍ତା ୨୫ ତାରିଖରେ ଯାଏ ସମୟ ଦିଆଯାଇଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜେନୖତିକ ଚର୍ଚ୍ଚା ।

ସୂଚନା ଥାଉକି, ରାଜସ୍ଥାନ ନିର୍ବାଚନ ରାଲିରେ ସମ୍ବେଧାନ ଦେବାବେଳେ ରାହୁଲ କହିଥିଲେ କି, ବିଶ୍ବକପ ଆମ ଦଳ ଜିତିଥାନ୍ତା । କିନ୍ତୁ ପନୌତି ହରାଇ ଦେଲା । ଯାହାକି ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ କରି କୁହାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ବୁଧବାର ନିର୍ବାଚନ ଆୟୋଗଙ୍କ ପାଖରେ ହାଜର ହୋଇଥିବାବେଳେ ଗୁରୁବାର ରାହୁଲଙ୍କୁ ନୋଟିସ ଜାରି କରାଯାଇଛି । ବିଶ୍ବକପରେ ଭାରତର ପରାଜୟକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବହୁ ଆକ୍ଷେପ କରାଯାଇଥିଲା । ଅଷ୍ଟ୍ରେଲିଆ ଭାରତକୁ ହରାଇଥିବାବେଳେ ପରାଜୟର କାରଣକୁ ନେଇ ଭିନ୍ନ ଭିନ୍ନ କେମଣ୍ଟମାନ ଦେଖିବାକୁ ମିଳିଥିଲା । ଏଭଳିକି ନରେନ୍ଦ୍ର ମୋଦି ଷ୍ଟାଡିୟମରେ କାହିଁକି ଖେଳାଗଲା ଏହାକୁ ନେଇ ପ୍ରଶ୍ନ ଉଠିଛି ।

 

 

 

 

ସ୍ତ୍ରୀ ଓ ଝିଅକୁ ମାରିବାକୁ ଘରେ ସାପ ଛାଡ଼ିଥିଲା ସ୍ବାମୀ

ଆସ୍କା: ସ୍ବାମୀ ରୂପରେ ସଇତାନ୍। ସ୍ତ୍ରୀ ଓ ଝିଅକୁ ମାରିବାକୁ ଘରେ ସାପ ଛାଡ଼ିଦେଲା ସ୍ବାମୀ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଢେଇବରଗାଁରେ ସlପ କାମୁଡ଼ାରେ ମାଆଝିଅଙ୍କ ମୃତ୍ୟୁର ଖିୁଲାସା କରିଛି ପୋଲିସ । ସ୍ତ୍ରୀ ଓ ଝିଅକୁ ମାରିବାକୁ ଖୋଦ୍ ସ୍ବାମୀ ହିଁ ରଚିଥିଲା ଷଡ଼ଯନ୍ତ୍ର । ଗତ ଅକ୍ଟୋବର ମାସରେ ଘଟିଥିଲା ଏହି ଅଭାବନୀୟ ଘଟଣା । କୋଳଥିଆ ନାଗସାପ କାମୁଡ଼ାରେ ମାଆଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ ପୋଲିସ ତଦନ୍ତ କରି ସତ ବାହାର କରିଛି । ମାଆଝିଅଙ୍କୁ ମାରିବାକୁ ସ୍ବାମୀ ଘରେ ସାପ ଛାଡିଥିଲା । ସେହି ସାପ କାମମୁଡ଼ାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।  ଅଭିଯୁକ୍ତ ସ୍ବାମୀ ଗଣେଶ ପାତ୍ରକୁ ଗିରଫ କରିଛି ପୋଲିସ । ଗଣେଶ ନାଗ ସାପକୁ ଘରେ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

 

ବାଲେଶ୍ବରରେ ମାରି ଉଦଳାରେ ପୋତିଦେଲେ ସୁପାରୀ କିଲର

ଉଦଳା: ବ୍ୟବସାୟିକ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା । ବାଲେଶ୍ବରରେ ମାରି ଉଦଳାରେ ପୋତିଦେଲେ ସୁପାରି କିଲର । ମୃତକ ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପଦ୍ମପୁର ଅଞ୍ଚଳର ଚିତ୍ତରଞ୍ଜନ ବେହେରା  । ଗତ ରବିବାର ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲେ । ଏନେଇ ବାଲେଶ୍ବର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ  । ଗତକାଲି କପ୍ତିପଦା ଥାନା ସମିବୃକ୍ଷ ନିକଟରୁ ମାଟିତଳୁ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୃତକଙ୍କ ହାତରେ ଥିବା ଟାଟୁରୁ ପରିଚୟ ମିଳିଥିଲା । ମାମଲାର ତଦନ୍ତ କରି ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି । ଦୁଇ ଅଭିଯୁକ୍ତ ହେଲେ ବାଲେଶ୍ବରର ପ୍ରଫୁଲ୍ଲ ବେହେରା ଓ ରେମୁଣାର ଜୟଚନ୍ଦ୍ର ସିଂ ।

ମୃତ ଚିତ୍ତରଞ୍ଜନ ଇଟା, ବାଲି, ଚିପ୍ସ ବ୍ୟବସାୟ କରୁଥିଲେ । ଅଭିଯୁକ୍ତ ପ୍ରଫୁଲ ବେହେରାଠୁ ଏକ ଟ୍ରକ କିଣିଥିଲେ ଚିତ୍ତରଞ୍ଜନ । ମାତ୍ର କାଗଜପତ୍ର ଚିତ୍ତରଞ୍ଜନଙ୍କ ନାଁରେ ହୋଇପାରିନଥିଲା । ବାରମ୍ବାର କହିବା ପରେ ମଧ୍ୟ ପ୍ରଫୁଲ କାଗଜପତ୍ର ଟ୍ରାନ୍ସଫର କରିନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ରାଗ ରଖି ପ୍ରଫୁଲ ଓ ଜୟଚନ୍ଦ୍ର କପ୍ତିପଦାର କିଛି ଅପରାଧୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିଲେ । ମର୍ଡର ପାଇଁ ୨୫ ହଜାର ଟଙ୍କା ଡିଲ୍ ହୋଇଥିବାବେଳେ ଅଗ୍ରୀମ ୫ ହଜାର ଟଙ୍କା ଦିଆଯାଇଥିଲା । ହତ୍ୟାକାରୀ ଚିତ୍ତରଞ୍ଜନଙ୍କୁ ବାଲେଶ୍ବରର ତାଙ୍କ ଘରୁ ଡାକିଆଣି ରାସ୍ତାରେ ହତ୍ୟା କରିଥିଲେ ।

ପରେ ଉଦଳା ନିକଟରେ ଏକ ବିଲ ଭିତରେ ଗାତ ଖୋଲି ପୋତିଦେଇଥିଲେ । ଶବ ଉପରେ ଲୁଣ ପକାଇବା ସହ କିଛି ଗୋରୁହାଡ଼ ପକାଇ ବିଭ୍ରାନ୍ତି କରିବାକୁ ଉଦ୍ୟମ କରିଥିଲେ । ପ୍ରମାଣ ନଷ୍ଟ ପାଇଁ ଏଭଳି କରାଯାଇଥିଲା  ବୋଲିଅଭିଯୁକ୍ତ ସ୍ବୀକାର କରିଛନ୍ତି । ହତ୍ୟା କରି ପୋତିବା ପରେ ଦୁଇ ଅଭିଯୁକ୍ତ ବାଲେଶ୍ବର ଯାଇ ଚିତ୍ତରଞ୍ଜନଙ୍କ ଘର ଆଗରେ ଥିବା ସିସିଟିଭି, କ୍ୟାମେରା, ହାର୍ଡଡିସ୍କ ଓ କମ୍ପ୍ୟୁଟର ଆଣି ପୋଖରୀରେ ଫୋପାଡି ଦେଇଥିଲେ । ମାମଲାରେ ଆଉ ଦୁଇ ଜଣଙ୍କର ସଂପୃକ୍ତି ଥିବା ଏସଡିପିଓ ସୂଚନା ଦେଇଛନ୍ତି ।

କ’ଣ ସେହି କୋଟିଏ ଟଙ୍କାର ପ୍ରଶ୍ନ? ଯାହାର ଉତ୍ତର ଦେଇପାରିଲେନି ଗୁଗୁଲ ବୟ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିଛି ’କୈନ ବନେଗା କୋରଡ଼ପତି’ର ଲାଟେଷ୍ଟ ଏପିସୋଡ୍। ଗୁଗୁଲ ବୟ ନାମରେ ଜଣାଶୁଣା ୮ ବର୍ଷୀୟ ବିରାଟ ଆୟର ଏହି ସୋ’ରେ ଭାଗ ନେଇଥିବାବେଳେ ଫଟଫଟ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ। ଯାହାକୁ ଦେଖି ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଚକିତ ହୋଇ ଯାଇଥିଲେ। ତେବେ କୋଟିଏ ଟଙ୍କାର ପ୍ରଶ୍ନରେ ହଡ଼ବଡ଼ ହୋଇଥିଲେ । ଆଉ ଏହି ଗୋଟିଏ ପ୍ରଶ୍ନର ସେ ଉତ୍ତର ଦେଇଥିଲେ କୋଟିଏ ଟଙ୍କା ପୁରସ୍କାର ପାଇଥାନ୍ତେ । ମାତ୍ର ଶେଷ ପ୍ରଶ୍ନର ଉତ୍ତର ଭୁଲ୍ ଦେଇଥିବାରୁ ୩ ଲକ୍ଷ ୨୦ ହଜାର ଟଙ୍କା ପାଇଛନ୍ତି ।

ବିରାଟଙ୍କୁ ପଚରା ଯାଇଥିବା ପ୍ରଶ୍ନଟି ଥିଲା ପିରିୟଡିକ ଟେବୁଲରେ ୯୬ ଏବଂ ୧୦୯ ପରମାଣୁ ସଂଖ୍ୟା ଥିବା ୨ଟି ନମ୍ବର ନାମରେ କଣ ବିଶେଷ ରହିଛି । ଏଥିରେ ତାଙ୍କୁ ୫ଟି ବିକଳ୍ପ ମଧ୍ୟ ଦିଆଯାଇଥିଲା । ମାତ୍ର ସେ ଏହି ପ୍ରଶ୍ନରେ ଘାବରେଇ ଯାଇ ଭୁଲ୍ ଉତ୍ତର ଦେଇଥିଲେ। ଯାହା ଫଳରେ ସେ ହାରି ଯାଇଥିଲେ । ତେବେ ଏହି ସୋ’ରେ ଭାଗ ନେଇଥିବା ବିରାଟ ଆୟାର କିଏ? ତାଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି?

ବିରାଟଙ୍କ ବୟସ ମାତ୍ର ୮ ବର୍ଷ । କିନ୍ତୁ ତାଙ୍କ ଜ୍ଞାନ ବଡ଼ ବଡ଼ ଲୋକଙ୍କୁ ମଧ୍ୟ ଚକିତ କରି ଦେଇଛି । ବିରାଟଙ୍କ ଘର ଛତିଶଗଡ଼ରେ ହୋଇଥିବାବେଳେ ୩୦ରୁ ଅଧିକ ପୁରସ୍କାର ପାଇଛନ୍ତି । କମ ବୟସରୁ ବଡ଼ ବଡ଼ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ପୁରସ୍କାର ଜିତିଛନ୍ତି । ଶିକ୍ଷକ ଏବଂ ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ପିଲାଟି ଦିନରୁ ହିଁ ତାଙ୍କର ଏଭଳି ପ୍ରଖର ଜ୍ଞାନ ରହିଛି । ଥରେ ଯେଉଁ କଥା ଶୁଣନ୍ତି କିମ୍ବା ପଢ଼ନ୍ତି ସେ ମନେ ରଖି ଦିଅନ୍ତି । ଯାହାକି ପ୍ରଥମରୁ ତାଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

ବିଶ୍ବକପ ପରେ ଟି-୨୦ ସିରିଜକୁ ନେଇ ପ୍ରଶ୍ନ ଉଠାଇଲେ ଅଷ୍ଟ୍ରେଲିୟ କ୍ରିକେଟର

ବିଶାଖାପାଟଣା: ଗୁରୁବାରଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ସିରିଜ। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜର ଆଜି ହେଉଛି ପ୍ରଥମ ମ୍ୟାଚ। ନିକଟରେ ବିଶ୍ବକପ ସରିଥିବାବେଳେ ସଙ୍ଗେ ସଙ୍ଗେ ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଷ୍ଟ୍ରେଲିୟ କ୍ରିକେଟର ଲାମ୍ବୃସେନ। ସେ ହକିଛନ୍ତି ସଙ୍ଗେ ସଙ୍ଗେ ସିରିଜ ଆରମ୍ଭ ହେବା ଆଶ୍ଚର୍ଯ୍ୟଜନକ। ଏହି ସରିଜକୁ ବୁଝିବା କଷ୍ଟସାଧ୍ୟ । ଏହାସହ ପାକିସ୍ତାନ ବିପକ୍ଷ ଟେଷ୍ଟ ସିଜିଜକୁ ନେଇ ମଧ୍ୟ ସେ କହିଛନ୍ତି କି, ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଆମ ପାଖରେ ୩ ସପ୍ତାହ ସମୟ ଅଛି। ସେତେବେଳକୁ ଆମେ ପ୍ରସ୍ତୁତ ହୋଇଥିବୁ।  କିନ୍ତୁ ବିଶ୍ବକପ ସରିବା ମାତ୍ର ସାଙ୍ଗେ ଟି-୨୦ ସିରିଜ୍ ଆମପାଇଁ କଷ୍ଟସାଧ୍ୟ ହୋଇଛି ।

ସୂଚନା ଥାଉକି, ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ଫାଇନାଲ ମୁକାବିଲା ଖେଳା ଯାଇଥିବାବେଳେ ଭାରତକୁ ହରାଇ ବିଶ୍ବକପ ବିଜେତା ବନିଛି କଙ୍ଗାରୁ ଦଳ। ଭାରତରେ ଘରୋଇ ଦଳକୁ ପରାଜିତ କରି ଷଷ୍ଠଥର ବିଶ୍ବକପ ଜିତିଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ପ୍ରଥମ ଟି-୨୦ ସିରିଜ ଖେଳିବାକୁ ଯାଉଛି । ଭାରତର ସିନିୟର ଖେଳାଳି ତଥା ବିରାଟ ଏବଂ ରୋହିତଙ୍କ ଭଳି ଖେଳାଳିମାନେ ବିଶ୍ରାମ ନେଇଛନ୍ତି । ସୂର୍ଯ୍ୟକୁମାର ଯାଜବଙ୍କ ଅଧିନାୟକତ୍ବରେ ଯୁବ ଦଳ ମଇଦାନକୁ ଓହ୍ଲାଉଥିବାବେଳେ ବିଜୟ ହୋଇ ଦିନିକିଆ ବିଶ୍ବକପର ବଦଲା ନେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

 

ଗାଜା ଉପରେ ଆକ୍ରମଣ ଜାରି ରହିବ : ନେତାନ୍ୟାହୁ

ନନ୍ଦିଘୋଷ ବ୍ୟୁରୋ : ହମାସ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଇସ୍ରାଏଲ ସ୍ପାଏ ଏଜେନ୍ସି ମୋସାଦକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ନିର୍ଦ୍ଦେଶ । ଗାଜା ବାହାରେ ନିଜର କାର୍ଯ୍ୟ ତୁଲାଉଥିବା ହମାସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଧରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନେତାନ୍ୟାହୁ । କତର ଓ ଲେବାନନ ରାଜଧାନୀ ବେରୁଟ ସମେତ ଅନ୍ୟାନ୍ୟ ସ୍ଥାନରେ ହମାସ ନେତା ଓ କର୍ମୀ ଲୁକ୍କାୟିତ ଭାବେ ରହି କାମ କରୁଥିବାରୁ ସେମାନଙ୍କୁ ଧରିବା ଲାଗି ମୋସାଦକୁ ଦିଆଯାଇଛି ନିର୍ଦ୍ଦେଶ । ପାଲେଷ୍ଟିନୀୟ ଆତଙ୍କବାଦୀ ଓ ଇରାନୀୟ ଆଣବିକ ବିଜ୍ଞାନୀଙ୍କୁ ହତ୍ୟା କରିବା କ୍ଷେତ୍ରରେ ମୋସାଦ ପ୍ରମୁଖ ଭୂମିକା ନେଇଥିବା ଅଭିଯୋଗ ହୋଇଆସିଛି ।

ସେପଟେ ଆସନ୍ତାକାଲିଠାରୁ ପଣବନ୍ଦୀ ଖଲାସ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେପଟେ ହମାସ କବଳରେ ଥିବା ୨୪୦ ପଣବନ୍ଦୀ ମୁକ୍ତ ନହେବା ଯାଏ ଗାଜା ଉପରେ ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ନେତାନ୍ୟାହୁ ।

ଚିନ୍ ରେ ନିମୋନିଆ ପରି ଏକ ସଂକ୍ରମଣ ବ୍ୟାପିବାରେ ଲାଗିଛି

ନନ୍ଦିଘୋଷ ବ୍ୟୁରୋ : ଚୀନରୁ ଜାତ କୋଭିଡ ସାରା ବିଶ୍ବକୁ ଧ୍ବସ୍ତବିଧ୍ବସ୍ତ କରିଥିବା ବେଳେ ଏବେ ଆଉ ଏକ ବିପଦ ଚିନ୍ତାର କାରଣ ହୋଇଛି । ଦେଶର ବହୁ ସ୍କୁଲରେ ନିମୋନିଆ ପରି ଏକ ସଂକ୍ରମଣ ବ୍ଯାପିବାରେ ଲାଗିଛି । ଦେଶରେ କୋଭିଡ ସଂକ୍ରମଣ ବିପଦ ନଟଳୁଣୁ ସନ୍ଦିଗ୍ଧ ନିମୋନିଆ ବିପଦ ଚିନ୍ତାର କାରଣ ହୋଇଛି । ସନ୍ଦିଗ୍ଧ ନିମୋନିଆ ପୀଡିତ ପିଲାଙ୍କୁ ବହୁ ସଂଖ୍ଯାରେ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବାବେଳେ ଦେଶରେ ଏକ ନୂଆ ସଂକଟ ସୃଷ୍ଟି ହୋଇଛି । ରାଜଧାନୀ ବେଜିଂ ଓ ଲିଓନିଙ୍ଗରେ ନିମୋନିଆ ତୀବ୍ର ବେଗରେ ପ୍ରସାରିତ ହେଉଛି । ଶହ ଶହ ଛାତ୍ରଛାତ୍ରୀ ଏହି ରୋଗରେ ସଂକ୍ରମିତ ହେବା ଦେଖାଯାଉଛି । ପିଲାମାନଙ୍କ ନିକଟରେ ଫୁସଫୁସ ସଂକ୍ରମଣ, ଅଧିକ ତାତି ରହୁଥିବା ଜ୍ବର ରହୁଛି । ତେବେ ନିମୋନିଆର ଅନ୍ୟତମ ଲକ୍ଷଣ କଫ ଓ ଶ୍ବାସଜନିତ ଯନ୍ତ୍ରଣା ପରିଲକ୍ଷିତ ହେଉନାହିଁ । ସେପଟେ ଏହି ସନ୍ଦିଗ୍ଧ ରୋଗକୁ ନେଇ ସତର୍କ କରାଇଛି ବିଶ୍ବରେ ମଣିଷ ଓ ପ୍ରାଣୀଙ୍କ କ୍ଷେତ୍ରରେ ଦେଖାଯାଉଥିବା ରୋଗଗୁଡିକ ଉପରେ ଦୃଷ୍ଟି ରଖୁଥିବା ସଂସ୍ଥା ପ୍ରୋମେଡ । Chinese hospitals swamped with severe child pneumonia cases — Radio Free Asia

ସଂସ୍ଥା କହିଛି ଚିହ୍ନଟ ହୋଇପାରି ନଥିବା ଏହି ସନ୍ଦିଗ୍ଧ ନିମୋନିଆ ମହାମାରୀ ସୃଷ୍ଟି କରିବା ଆଶଙ୍କା ରହିଛି । ଗତ 2019ରେ ବି କୋଭିଡକୁ ନେଇ ପ୍ରୋମେଡ ସଂସ୍ଥା ଆଲର୍ଟ ଜାରି କରିଥିଲା । ବିଶ୍ବ ସ୍ବାସ୍ଥ୍ଯ ସଂଗଠନର କର୍ମକର୍ତ୍ତା, ବୈଜ୍ଞାନିକ, ମେଡିକାଲ ବିଶେଷଜ୍ଞଙ୍କୁ ଏହି ସଂସ୍ଥା କୋଭିଡ ଏକ ମହାମାରୀ ହେବାକୁ ଯାଉଛି ବୋଲି ସତର୍କ କରାଇଥିଲା । ସଂସ୍ଥା କହିଛି- ସନ୍ଦିଗ୍ଧ ରୋଗ କେଉଁଠାରୁ ଉତ୍ପନ୍ନ ହୋଇଛି ତାହା ଜଣାପଡିନାହିଁ । ପିଲାଙ୍କୁ ଏହି ରୋଗ ତୁରନ୍ତ ଆକ୍ରମଣ କରୁଥିବା ସୂଚନା ମିଳିଛି । ତେଣେ ଏହି ରୋଗ ସମ୍ପର୍କରେ ଚୀନକୁ ସବିଶେଷ ବିବରଣୀ ମାଗିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ।

ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ । ଥରେ କି ଦୁଇ ଥର ନୁହେଁ, ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ । କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ଲୋମହର୍ଷକ ଘଟଣାର ସବିଶେଷ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଉତ୍ତରପୂର୍ବ ଦିଲ୍ଲୀର ଓ୍ବେଲକମ ଏରିଆରେ ଘଟିଥିବା ଏହି ଘଟଣାରେ ଜଣେ ୧୮ ବର୍ଷ ଯୁବକଙ୍କୁ ୬୦ ଥର ଛୁରୀ ଭୁସିଥିଲା ଜଣେ ୧୬ ବର୍ଷ ବୟସ୍କ ଯୁବକ । ମୃତ ଯୁବକଙ୍କଠାରୁ ୩୫୦ ଟଙ୍କା ଛଡାଇ ନେବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟା ପରେ ଶବକୁ ବି ଏକ ଗଳିକୁ ଅଭିଯୁକ୍ତ ଟାଣି ନେବାର ଭିଜୁଆଲ ହୋଇଛି କଏଦ । କେବଳ ଟଙ୍କା ଲୁଟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଟଙ୍କା ଛଡାଇବା ପରେ ପ୍ରଥମେ ଅଭିଯୁକ୍ତଜଣକ ମୃତକଙ୍କ ତଣ୍ଟି ଚିପିବା ପରେ ୬୦ ଥର ଛୁରୀ ଭୁସିଥିଲା । ସେଥିରୁ ଅଧିକାଂଶ ଥର ସେ ମୃତକଙ୍କ ବେକରେ ଛୁରୀ ଭୁସିଥିଲା । ହତ୍ୟା ପରେ ଅଭିଯୁକ୍ତଜଣକ ଶବକୁ ଗୋଇଠା ବି ମାରିଥିଲା ।

ପୋଲିସର କହିବା ଅନୁସାରେ ଏହି ଦୁଇ ଜଣ ଯୁବକ ପରସ୍ପରକୁ ଜାଣି ନଥିଲେ । କେବଳ ଟଙ୍କା ଛଡାଇବାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା । ପରେ ଅଭିଯୁକ୍ତଜଣକ ଏହି ନାରକୀୟ କାଣ୍ଡ ଘଟାଇଥିଲା । ଘଟଣା ଘଟିଛି ଗତ ମଙ୍ଗଳବାର ରାତି ୧୧ଟାରେ । ରାତି ୧୧ଟା ୧୫ରେ ପିସିଆର ନିକଟରେ ଏହି ହତ୍ୟାକାଣ୍ଡ ନେଇ ଖବର ପହଞ୍ଚିଥିଲା । ପୋଲିସ ଓ୍ବେଲକମ ଏରିଆର ଜନତା ମଜଦୂର କଲୋନିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବୋଲି କହିଛନ୍ତି ଡେପୁଟି ପୋଲିସ କମିଶନର ଜୟ ତିର୍କୀ । ଛୁରୀମାଡର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି । ଘଟଣାର ସିସିଟିଭି ଯାଞ୍ଚ ଚାଲିଛି ।

ଭିକ୍ଟୋରିଆ ଜାହାଜ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଏଥିରେ ରହିଛି ହେଲିପ୍ୟାଡ ସହିତ ସୁନାର ବାଥରୁମ୍

ନନ୍ଦିଘୋଷ ବ୍ୟୁରୋ : ଭିକ୍ଟୋରିଆ ନାମକ ଜାହାଜ ଭିତରେ ବେସ ବିଳାସପୂର୍ଣ୍ଣ ଜିବନ ବିତାନ୍ତି ପୁଟିନ୍ । ଏହି ଜାହାଜରେ ହେଲିପ୍ୟାଡ, ସୁନା ବାଥରୁମ୍ ଓ ବିଳାସପୂର୍ଣ୍ଣ କୋଠରି ଦେଖିବାକୁ ମିଳେ । ଗ୍ରୀଷ୍ମ ରୁତୁରେ ଯେତେବେଳେ ଅଧିକ ତାପମାତ୍ରା ଥାଏ ସେତବେଳେ ପୁଟିନ ତାଙ୍କର କୋର୍ଟ ରଖନ୍ତି ଏହି ଜାହାଜରେ । କୁହାଯାଏ ଯେ ଭିକ୍ଟୋରିଆରେ ପୁଟିନଙ୍କର କୌଣସି ଚିହ୍ନ ନାହିଁ କିନ୍ତୁ ଅନେକ ପ୍ରମାଣରୁ ଜଣାପଡିଛି ଯେ ଏହି ଜାହାଜ ଊଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର । ଏହା ସଂପୂର୍ଣ୍ଣ ସୁନାରେ ଆଛାଦିତ । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଜଡିତ ଦୁଇଟି ସୁପରହିଟ୍ ଇସ୍ତାନବୁଲକୁ ଟ୍ରାକ କରାଯାଇଛି । ଏହି ଦୁଇଟି ନୂତନ ନିର୍ମିତ ଜାହାଜର ମୂଲ୍ୟ ପ୍ରାୟ ୫୦ ନିୟୁତ ଡଲାରରୁ ଅଧିକ । ବାସ୍ତବରେ, ଏଗୁଡ଼ିକ ହେଉଛି ସୁପରହିଚ୍ ଯାହା ସମ୍ପୂର୍ଣ୍ଣ ବିଳାସପୂର୍ଣ୍ଣ | ସୂଚନା ଅନୁଯାୟୀ, ଜାହାଜ ଆନୁଷ୍ଠାନିକ ଭାବରେ ଜେନାଡି ଟିମଚେଙ୍କୋଙ୍କ ସହ ଜଡିତ କମ୍ପାନୀ ଗୁଡିକଡିରେ ପଞ୍ଜୀକୃତ ହୋଇଛି, ଯିଏ ଭ୍ଲାଦିମିର୍ ପୁଟିନଙ୍କ ଘନିଷ୍ଠ ବ୍ୟକ୍ତିଗତ ବନ୍ଧୁ। ୫୦ ମିଲିୟନ୍ ଡଲାରର ସୁପରହିଚ୍ କାଠ ଚଟାଣ ଏବଂ ଉଚ୍ଚ ଗୋଲାକାର ଛାତ ଅଛି | ‘ଭିକ୍ଟୋରିଆ’ ନାମକ ଜାହାଜରେ ଦୁଇଟି ମାଷ୍ଟର ବେଡରୁମ୍ ଅଛି | କୁହାଯାଏ ପୁଟିନଙ୍କ ଗର୍ଲଫ୍ରେଣ୍ଡ ଆଲିନା କାବାଭାଙ୍କର ୪୦ ବର୍ଷ ବୟସ୍କାଙ୍କର ଏହା ହେଉଛି ପ୍ରିୟ ଜାହାଜ | ପୁଟିନ ଏବଂ ଆଲିନା କାବାଭା ଗତ ୧୫ ବର୍ଷଧରି ଘନିଷ୍ଠ ହୋଇଥିବାର ଏକ ଗୁଜବ ମଧ୍ୟ ରହିଛି।Jachta Šeherezáda údajně patří Putinovi. Jak vypadá? - Aktuálně.cz

୨୩୩ ଫୁଟ ଲମ୍ବର ଭିକ୍ଟୋରିଆ ଭିତରେ ବହୁତ ବିଳାସପୂର୍ଣ୍ଣ | ପୁଟିନ ଗ୍ରୀଷ୍ମ ଋତୁରେ ତାଙ୍କ କୋର୍ଟ ରଖନ୍ତି | ଜାହାଜଟି ୨୮ଜଣଙ୍କୁ ନେଇପାରିବ, କିନ୍ତୁ ସାଧାରଣତ କେବଳ ୬ଜଣ ଯାତ୍ରୀ ଏବଂ ୧୫ ଜଣ କର୍ମଚାରୀଙ୍କ ସହିତ କାର୍ଯ୍ୟ କରିଥାଏ | କେବଳ ଏତିକି ନୁହେଁ, ଭିକ୍ଟୋରିଆରେ ୨୧୬ ହଜାର ରୁବେଲ (ପ୍ରାୟ ୨,୪୦୦ ଡଲାର) ମୂଲ୍ୟର ଟାୱେଲ ଏବଂ ୧୪୬ ହଜାର ରୁବେଲ (ପ୍ରାୟ ୧,୬୦୦ ଡଲାର) ମୂଲ୍ୟର ଏକ ଚେସ ସେଟ୍ ଅଛି, ଯାହା ଏହାକୁ ବିଳାସପୂର୍ଣ୍ଣ କରିଥାଏ | ବାଥରୁମରେ ମଧ୍ୟ ସୁନା ବ୍ୟବହାର କରାଯାଇଛି | କୁହାଯାଏ ଯେ ଭିକ୍ଟୋରିଆରେ ପୁଟିନଙ୍କ କୌଣସି ଚିତ୍ର ନାହିଁ, କିନ୍ତୁ ଅନେକ ପ୍ରମାଣରୁ ଜଣାପଡିଛି ଯେ ଏହି ଜାହାଜ ଋଷ ରାଷ୍ଟ୍ରପତିଙ୍କର ଅଟେ। ଏହି ସୁପରସୁହିଚ୍ ପ୍ରାୟ ସୁନାରେ ଆଚ୍ଛାଦିତ |

ଟାଇଗର-୩ର ଆୟ ହ୍ରାସ, ସଲମାନ ଖାନଙ୍କ ଫିଲ୍ମ ୩୦୦ କୋଟିରେ ପହଞ୍ଚିବ କି ନାହିଁ ସନ୍ଦେହ !

ନନ୍ଦିଘୋଷ ବ୍ୟୁରୋ : ସଲମାନ ଖାନଙ୍କ ଫିଲ୍ମ ଟାଇଗର-3୩ ୧୧ ଦିନର ବକ୍ସ ଅଫିସରେ ସଂଗ୍ରହର ଆକଳନ ପ୍ରକାଶ ପାଇଛି। ଚଳଚ୍ଚିତ୍ରର ରୋଜଗାରରେ କ୍ରମାଗତ ହ୍ରାସ ଘଟିଛି | ବିଶ୍ କପ୍ ହେତୁ ଫିଲ୍ମର ସଂଗ୍ରହ ଭଲ କାମ କରୁନଥିଲା ବୋଲି ବିଶ୍ୱାସ କରାଯାଉଥିଲା। ବିଶ୍ୱକପ୍ ସମାପ୍ତ ହୋଇଛି କିନ୍ତୁ ଚଳଚ୍ଚିତ୍ରର ସଂଗ୍ରହ ବୃଦ୍ଧି ପରିବର୍ତ୍ତେ ପ୍ରତିଦିନ ହ୍ରାସ ପାଉଛି | ରିଲିଜ୍ ହେବାର ୧୧ ଦିନରେ ଟାଇଗର ୩ର ଆୟ ସର୍ବନିମ୍ନ ହୋଇଛି | ସଲମାନ ଖାନଙ୍କ ଟାଇଗର-୩ ରୁ ପ୍ରଶଂସକମାନେ ବହୁତ ଆଶା କରିଥିଲେ। ଦିୱାଲୀ ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ଚମତ୍କାର ଆରମ୍ଭ ହୋଇଥିଲା। କିନ୍ତୁ ଏହା ପରେ ଫିଲ୍ମର ରୋଜଗାର ହ୍ରାସ ପାଉଥିବା ଜଣାପଡିଛି। ଚଳଚ୍ଚିତ୍ର ପାଇଁ ରୋଜଗାର ବଢିବା ପ୍ରାୟ ଅସମ୍ଭବ ହୋଇପଡିଛି | ବିଶ୍ୱକପ୍ ସମାପ୍ତ ହୋଇଛି | ବର୍ତ୍ତମାନ ସୁଦ୍ଧା କୌଣସି ବଡ ଫିଲ୍ମ ରିଲିଜ ହୋଇନାହିଁ | ଏହା ପରେ ମଧ୍ୟ ଟାଇଗର ୩ ୧୧ ଦିନରେ ମାତ୍ର ୫.୭୫ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ମକୁ ପଛକୁ ଠେଲି ଦେଉଛି ଏବଂ ଦର୍ଶାଉଛି ଯେ ଫିଲ୍ମଟି ୩୦୦ କୋଟିରେ ପହଞ୍ଚିବା କଷ୍ଟସାଧ୍ୟ ହୋଇପଡିଛି। Tiger 3 (2023) - Movie | Reviews, Cast & Release Date - BookMyShow

ଏପର୍ଯ୍ୟନ୍ତ ୨୫୦ କୋଟି ଟଙ୍କା ରୋଜଗାର କରିପାରି ନାହିଁ

ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ ଏପର୍ଯ୍ୟନ୍ତ ୨୫୦ କୋଟି ଟଙ୍କା ରୋଜଗାର କରିପାରି ନାହିଁ।  ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମଟି ୧୧ ଦିନରେ ମୋଟ ୨୪୯.୭୦ କୋଟି ଟଙ୍କା ଆୟ କରିଛି। ଏହି ସଂଗ୍ରହକୁ ଉପଯୁକ୍ତ କୁହାଯିବ | କାରଣ ୩୦୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ଭାରତରେ ୨୫୦ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନାହିଁ। ଏଭଳି ପରିସ୍ଥିତିରେ ଏହାକୁ ଶାହାରୁଖ ଖାନଙ୍କ ଯବାନ ଏବଂ ପଠାନ ଏବଂ ସନ୍ନି ଦେଓଲଙ୍କ ଗଦର-୨ ସହିତ ତୁଳନା କରିବା ଭୁଲ ହେବ। ଫିଲ୍ମ ବିଷୟରେ କହିବାକୁ ଗଲେ ମନୀଷ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡି ଏହି ଫିଲ୍ମରେ ନଜର ଆସିଛନ୍ତି। ଏହା ବ୍ୟତୀତ ସଲମାନଙ୍କ ଫିଲ୍ମରେ ଇମ୍ରାନ ହାଶମୀଙ୍କ ନକାରାତ୍ମକ ଭୂମିକା ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କର ଏକ ବିସ୍ତାରିତ କ୍ୟାମୋ ମଧ୍ୟ ରହିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର କ୍ୟାମୋ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଥିଲା।