spot_img
Home Blog Page 2366

୩ ଲିଟର ସାପ ବିଷ ନେଇ ଯାଉଥିଲେ, ଚଢ଼ାଉ କଲେ ବନ ବିଭାଗ

କୋଲକାତା: ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଆସନ ସୋଲ ସହରରେ ବନ ବିଭାଗ ଅଧିକାରୀଙ୍କ ପକ୍ଷରୁ ରେଡ । ରେଡରେ ୩ ଲିଟର ସାପ ବିଷ ଓ କ୍ରିସଟାଲ ନାମକ ନିଶା ସାମଗ୍ରୀ ସହ ୪ ଜଣଙ୍କୁ ଗିରଫ କରାଯାଇଛି  । କୌଣସି ସୂତ୍ରରୁ ଖବର ପାଇ ଆସନ ସୋଲ ବନ ବିଭାଗ ରେଞ୍ଜ  ଚିନାକୁଡି ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ ଏକ ଚାର ଚକିଆ ଯାନରେ କିଛି ନିଶା ସାମଗ୍ରୀ ନେଇ ଯାଉଥିବା ନେଇ ଜଣାପଡ଼ିଥିଲା। ଯାହା ପରେ ଚିନାକୁଡି ବନ ବିଭାଗ ଅଧିକାରୀ କାରଟିକୁ ଟ୍ରାକ କରି ଅଟକାଇଥିଲେ । ସେଥିରୁ ୩ ଲିଟର ସାପ ବିଷ ସହ କ୍ରିସଟାଲ ନାମକ ଧଳା ରଙ୍ଗର ନିଶା ସାମଗ୍ରୀ ଜବତ କରିଛନ୍ତି ।

ଯେଉଁ ବିଷର ଅନ୍ତରାଷ୍ଟ୍ରୀୟ ବଜାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ରହିଥିବା ବେଳେ କ୍ରିସଟାଲ ନାମକ ଧଳା ରଙ୍ଗର ନିଶାର ଆନୁମାନିକ ମୂଲ୍ୟ ୧ କୋଟି ରହିଛି  । ଏଥି ସହିତ ବନ ବିଭାଗ ଅଧିକାରୀ ୪ ଜଣ କୁ ଗିରଫ କରିଛି । ସେପଟେ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

BSKY ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେଲା ବିଏସକେୱାଇ ନବୀନ କାର୍ଡ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଡ ଜରିଆରେ ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ । ଅର୍ଥାଭାବରୁ ଯେପରି କେହି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହେବେ ସେଥିଲାଗି ଏହି ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଏହି ନୂଆ ଯୋଜନାରେ ସାମିଲ ହେବେ। ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର । ରାଜ୍ୟ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଏହି ସୁବିଧା ପାଇବେ ।

ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ। ସେମାନେ ନୂଆ BSKY-ନବୀନ କାର୍ଡ ପାଇବେ। ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ। ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ । ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା । ଯେଉଁଥିରେ ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି।

ମା‘ ମାଣିକେଶ୍ୱରୀଙ୍କ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ

କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା  ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସମୁଦାୟ ୫୦ଟି କଲେଜକୁ ନେଇ ତା.୦୧.୦୯.୨୦୨୦ ରିଖରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ ନଭେମ୍ବର ପହିଲା କଳାହାଣ୍ଡି ଗସ୍ତ ସମୟରେ ଏହି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀ  ଙ୍କ ନାମରେ ନାମିତ କରବା ପାଇଁ ଘୋଷଣା କରିଥିଲେ।

ସମ୍ବର୍ଦ୍ଧିତ ହେବେ ଉଦିୟମାନ ଖେଳାଳି, କାର୍ଯ୍ୟକ୍ରମ ଆୟୋଜନ କରିବ ଓସିଏ

କଟକ: ନୂତନ ବର୍ଷ ପୂର୍ବରୁ ସମ୍ବର୍ଦ୍ଧିତ ହେବେ କ୍ରୀଡ଼ାର ବିଭିନ୍ନ ବିଭାଗରେ ଉଦିୟମାନ ଖେଳାଳି। ଆସନ୍ତା ଡିସେମ୍ବର 31 ତାରିଖ ସନ୍ଧ୍ୟା ସମୟରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓସିଏ ରେ ଅନୁଷ୍ଠିତ ହେବ। ଏ ନେଇ ଆଜି ଓସିଏ କନ୍ଫରେନସ ହଲ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓସିଏ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ , କ୍ରିକେଟ ଗୁରୁ , ଉଭୟ ମହିଳା ଓ ପୁରୁଷ ବିଭାଗର ଏବର୍ଷର ଉଦିୟମାନ ଖେଳାଳି ଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ବିଶେଷ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯିବାର ରହିଛି।

ଏହା ସହ ଓସିଏ କ୍ଲବ ପକ୍ଷରୁ ଆୟୋଜିତ ଫ୍ୟାଶନ୍ ଶୋ, ଫ୍ୟାନ୍ସି ଡ୍ରେସ୍, କ୍ୟାରୋମ୍, ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍ ଏବଂ କ୍ରିକେଟ୍ ର ବିଜେତା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଚଳିତ ବର୍ଷର ର ଏହି ଶେଷଦିନ ରାତିରେ ଓସିଏ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ନୂଆ ବର୍ଷ କୁ ସ୍ୱାଗତ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଏହି କାର୍ଯ୍ୟକ୍ରମ ରେ ବଲିଉଡ଼ ଓ ଓଲିଉଡ ର ବହୁ କଳାକାର ମାନେ ନିଜ କଳା ପ୍ରଦର୍ଶନ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଡାକ୍ତରଙ୍କୁ ମାଡ଼ ଘଟଣା, ଅଭିଯୁକ୍ତ ଗିରଫ ନ ହେଲା ଯାଏ ଆନ୍ଦୋଳନ ଜାରି ରହିବ କହିଲେ ହାଉସ୍ ସର୍ଜନ

ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀ ସମ୍ପର୍କୀୟ ମାଡ ମାରିବା ଘଟଣା I ମାଡ଼ ପ୍ରତିବାଦରେ ହାଉସ ସର୍ଜନଙ୍କ ଆନ୍ଦୋଳନ ଜାରି I ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ  ହାଉସ ସର୍ଜନ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଗତକାଲି ମହିଳା ରୋଗୀଙ୍କ ସ୍ବାମୀ ଓ କିଛି ଯୁବକ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଡାକ୍ତର ବିଶ୍ବରଞ୍ଜନ ସ୍ବାଇଁ ମେଡିକାଲ କଲେଜ ହସ୍ପିଟାଲରୁ ଓପିଡି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଶାନ୍ତିପଡ଼ାରେ ତାଙ୍କୁ ଆକ୍ରମଣ ହୋଇଥିଲା I

କାଚ ବୋତଲ ଓ ଲୁହା ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ମେଡିକାଲରେ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା ।

ତାନସିଂ ନଦୀ ଘାଟରେ ଡ଼ଙ୍ଗା ବୁଡି ଘଟଣା, ମିଳିଲା ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ଜୟପୁର: ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନସିଂ ନଦୀ ଘାଟରେ ଡ଼ଙ୍ଗା ବୁଡି ୫ ମହିଳା ନିଖୋଜ ଘଟଣା । ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ତାନସିଂ ଗ୍ରାମର ୫୦ ବର୍ଷୀୟ ଲାଲମଣି ଶିଷା  l ସାଥିରେ ଥିଲେ ଶଶୀରେଖା ଅର୍ଲାବ ଏବଂ ତିନି ନାବାଳିକା ନବୀନା ଅର୍ଲାବ, ପୁଷ୍ପାଞ୍ଜଳି ଅର୍ଲାବ, କ୍ରାନ୍ତି ଶିଷା  । ସମସ୍ତେ  ପଡୋଶୀ ଆନ୍ଧ୍ର ର ବଡଲା ଗ୍ରାମ କୁ  ସମ୍ପର୍କୀୟ ଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ l ସନ୍ଧ୍ୟାରେ ଫେରୁଥିବା ବେଳେ ନଦୀ ଘାଟରେ ଘଟୁଆଳ ନଥିବା ଦେଖିବାକୁ ପାଇଥିଲେ l

କିନ୍ତୁ ଏକ ଦେଶୀ ଡ଼ଙ୍ଗା ଘାଟରେ ଥିବା ଦେଖି   ଦୁଇ ମହିଳା ଙ୍କ ସହ ତିନି ନାବାଳିକା ଡ଼ଙ୍ଗା ନେଇ ପାତାଳି  ନଦୀପାର ହେଉଥିଲେ  l ମଝି ନଈରେ ଡ଼ଙ୍ଗା ଭାରଶ୍ୟାମ ହରାଇ ବୁଡି ସମସ୍ତେ ନିଖୋଜ ହୋଇଯାଇଥିଲେ l  ଗ୍ରାମ ବାସୀ ପାଡୁଆ ପୋଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ କୋରାପୁଟ ଓଡ୍ରାଫ୍ଟ ଟିମ ଅଗ୍ନିଶମ, ନନ୍ଦପୁର ତହସିଲ ଦାର ଏବଂ  ପାଡୁଆ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି l

ଟ୍ରମ୍ପଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥିତ୍ବ ଉପରେ ରୋକ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଅଡୁଆ । ଟ୍ରମ୍ପଙ୍କ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥିତ୍ବ ଉପରେ ରୋକ୍ ଲଗାଇଛି ଆମେରିକାର ମାଇନେ ସିନେଟ । ଜାନୁଆରୀ ୨୦୨୧ କ୍ୟାପିଟଲ ହିଂସା ମାମଲାରେ ଗତ ୨୦ ତାରିଖରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ କୋଲରାଡୋ କୋର୍ଟ।

ମାଇନେ ସିନେଟ ସଚିବ ଶେନ୍ନା ବେଲୋସ କହିଛନ୍ତି- ଗତ ୨୦୨୧ ଜାନୁଆରୀ ୬ ହିଂସା ମାମଲାରେ ଟ୍ରମ୍ପଙ୍କ ପ୍ରମୁଖ ଭୂମିକା ଥିଲା ।  ଟ୍ରମ୍ପ ଯେଉଁ କାର୍ଯ୍ୟ କରିଥିଲେ ତାହାକୁ ଆମେରିକା ସମ୍ବିଧାନ ଗ୍ରହଣ କରିବ ନାହିଁ । ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ ଗତ ୨୦ ତାରିଖରେ ଟ୍ରମ୍ପଙ୍କ ବିରୋଧରେ ରାୟ ଦେଇଥିଲେ କୋଲରାଡୋ କୋର୍ଟ । ନିର୍ବାଚନ ଲଢ଼ିବାକୁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଆମେରିକା ଇତିହାସରେ ପ୍ରଥମ ଘଟଣା ।

କାନାଡାରେ ହିନ୍ଦୁ ବ୍ୟବସାୟଙ୍କ ଘର ଉପରକୁ ଆଖିବୁଜା ଗୁଳିମାଡ଼

ନନ୍ଦିଘୋଷ ବ୍ୟୁରୋ: କାନାଡାର ବ୍ରିଟିଶ କଲମ୍ବିଆରେ ଗୁଳିକାଣ୍ଡ । ଜଣେ ହିନ୍ଦୁ ବ୍ୟବସାୟଙ୍କ ଘର ଉପରକୁ ଆଖିବୁଜା ଗୁଳିମାଡ଼ । ବ୍ରିଟିଶ କଲମ୍ବିଆର ସୁରେରେ ଘଟିଛି ଘଟଣା । ଗୁଳିକାଣ୍ଡ ପରେ ପୋଲିସ ପକ୍ଷରୁ ଜାରି ରହିଛି ଛାନବିନ । ଗତ ଡିସେମ୍ବର ୨୭ରେ ୮୦ ଆଭେନ୍ୟୁରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସୁରେସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରର ସଭାପତି ସତୀଶ କୁମାରଙ୍କ ପୁଅଙ୍କ ଘର ଉପରକୁ ଗୁଳିମାଡ କରାଯାଇଛି । ଘଟଣାର ତଦନ୍ତ କରୁଛି ସୁରେ ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ । ତାଙ୍କ ଘର ଉପରକୁ ୧୪ ରାଉଣ୍ଡ ଗୁଳି ମରାଯାଇଥିବା କୁହାଯାଇଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।

ଖୁବ୍ ଶୀଘ୍ର କମିବ ପେଟ୍ରୋଲ ଓ ଡିଜେଲ ଦର, ସୂଚନା ଦେଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ ଦର । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତୈଳ ଦର ହ୍ରାସ ନେଇ ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି । ଦରହ୍ରାସ ସମ୍ପର୍କରେ ସୂଚନା ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦ ଟଙ୍କା କମିବ ବୋଲି ସୂଚନା ମିଳିଛି । ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସ ହୋଇଥିବାରୁ ଭାରତରେ ବି ତୈଳ ଦର କମିବ ।

ଗତ ମେ ୨୦୨୨ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲ ଉପରୁ ୬ଟଙ୍କା କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ କରିଥିଲେ । ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୬ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଦର ଅଛି ୮୯ ଟଙ୍କା ୬୨ ପଇସା । ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୬ ଟଙ୍କା ରହିଛି ।

ଇତିହାସ ରଚିବ ଇସ୍ରୋ, ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ L-1

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଜାନୁଆରୀ ୬ରେ ଇତିହାସ ରଚିବ ଇସ୍ରୋ । ଅପରାହ୍ଣ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରେରିତ ହୋଇଥିବା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ର ସଫଳତାକୁ ଅପେକ୍ଷା କରିଛି ସାରା ବିଶ୍ବ । ୬ଜାନୁଆରୀରେ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ  । ଗତ ୨ ସେପ୍ଟମ୍ବେରରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା । ଏଥିରେ ୬ଟି ପେଲୋଡ ବ୍ୟବହାର କରାଯାଇଥିଲା  । ଏହି ସମସ୍ତ ପେଲୋଡ ନିଜ ନିଜର ଭୂମିକା ସକ୍ରିୟ ଭାବେ ନିର୍ବାହ କରୁଥିବା ସୂଚନା ମିଳିଛି ।  ଏଲ ୱାନ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପରେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପାଖରେ ହେଉଥିବା ସମସ୍ତ ଘଟଣାବଳୀ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ ତଥ୍ୟ ପ୍ରଦାନ କରିବ  ।