spot_img
Home Blog Page 2371

ନିର୍ବାଚନ ଲଢ଼ିବେ କି ଧକଧକ ଗାର୍ଲ? ଜାଣନ୍ତୁ କଣ କହିଲେ ମାଧୁରୀ

ମୁମ୍ବାଇ: ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଚର୍ଚ୍ଚା ହୋଇଛି । ନିର୍ବାଚନ ଲଢ଼ିବେ ବଲିଉଡର ଧକଧକ ଗାର୍ଲ ମାଧୁରୀ ଦିକ୍ଷିତ। ନିକଟରେ ଏକ ଜାତୀୟ ଗଣମାଧ୍ୟମର ଟକ ସୋ’ ମାଧୁରୀ ଏବଂ ତାଙ୍କ ସ୍ବାମୀ ଯୋଗ ଦେଇଥିବାବେଳେ ୨୦୨୪ ନିର୍ବାଚନୀ ମଇଦାନରେ ପାଦ ଦେବେ କି ନାହିଁ? ,ଭଳି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସିଧାସଳଖ ମନା କରିଛନ୍ତି ମାଧୁରୀ । ସେ କହିଛନ୍ତି କି, ମୋର ନିର୍ବାଚନ ଲଢ଼ିବାର ନାହିଁ । ନିର୍ବାଚନ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ । ଏପରିକି ପ୍ରତି ନିର୍ବାଚନ ସମୟରେ ମଧ୍ୟ କିଛି ଦଳମାନେ ଲଢ଼ିବା ପାଇଁ ଅଫର ଦିଅନ୍ତି । ଅନେକ ବଡ଼ ବଡ଼ ଦଳ ପକ୍ଷରୁ ଅଫର ଦିଆଯାଇଥିଲେ ସୁଦ୍ଧା ମୁଁ କେବେ ରାଜି ହୋଇନାହିଁ । ସେପଟେ ମାଧୁରୀଙ୍କ ସ୍ବାମୀଙ୍କୁ ମଧ୍ୟ ସମାନ ପ୍ରଶ୍ନ କରାଯାଇଥିଲା । ସେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିଥିଲେ ଆମର ରାଜନୀତିରେ ପସିବାର ନାହିଁ । ତେବେ ସେ ଯାହାବି ହେଉ ପୂର୍ବରୁ ଅନେକ ବଡ଼ ବଡ଼ ଅଭିନେତାମାନେ ରାଜନୀତି ମଇଦାନରେ ପାଦ ଦେଇ ସଫଳ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଅନେକ ଅଭିନେତା ରାଜନେତା ପାଲଟିଛନ୍ତି । ଏଣୁ ନିର୍ବାଚନ ସମୟ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ ।

 

ଟୁରିଷ୍ଟ ବସକୁ ପିଟିଲା ଡ୍ରମ୍ଫର, ୨୦ ଆହତ

ଆନନ୍ଦପୁର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଭାଲୁକୁମା ନିକଟରେ ଡ୍ରମ୍ଫରକୁ ବାଡେଇଲା ଟୁରିଷ୍ଟ ବସ । ୨ ଗୁରୁତର ୨୦ରୁ ଅଧିକ ଆହତ । ସମସ୍ତେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ପିକନିକ ସାରି ସମ୍ବଲପୁରରୁ ସୋର ଫେରୁଥିଲେ ବ୍ରହ୍ମଶ୍ମି ଟିଉଟୋରିଆଲର ଛାତ୍ରଛାତ୍ରୀ ଓ ଶିକ୍ଷକ । ଫେରିବା ସମୟରେ ଭାଲୁକୁମା ଛକ ଠାରେ ଏକ ଟ୍ରକ୍ ପଛ ପଟେ ଧ୍କକା ଦେଲା ବସ୍ । ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବାବେଳେ ଡ୍ରାଇଭର ଓ ଜଣେ  ଶିକ୍ଷକ ଗୁରୁତର ରହିଛନ୍ତି । ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ଦକ୍ଷିଣଆଫ୍ରିକାରେ କୋହଲିଙ୍କ କୁନି ଫ୍ୟାନ, ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । ତେବେ ଏହି ସମୟରେ ବିରାଟଙ୍କ କୁନି ଫ୍ୟାନଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ୟୁଜର୍ସମାନେ ଏହାକୁ ଲାଇକ, କମେଣ୍ଟ କରିବା ସହ ସେୟାର କରୁଛନ୍ତି । କୁନି ପ୍ରଶଂସକ ଜଣକ କୋହଲିଙ୍କ ପାଖକୁ ଆସିଥିବାବେଳେ ଅଟୋଗ୍ରାଫ ନେଇଛନ୍ତି । ଏହାପରେ ସେ ଏକ ଫଟୋ ମଧ୍ୟ ଉଠାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, କୁନି ଫ୍ୟାନ ଦକ୍ଷିଣ ଆଫ୍ରିକାର ହୋଇଥିଲେ ସୁଦ୍ଧା ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ପ୍ରଶଂସକ । ଏଣୁ ଆରସିବି ଟିସାର୍ଟରେ ଅଟୋଗ୍ରାଫ ନେଇଛନ୍ତି । ବେଶ ଖୁସିର ସହ କୋହଲିଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ।

ବିଶ୍ବକପରେ କୋହଲି ମଇଦାନକୁ ଓହ୍ଲାଇଛନ୍ତି । ବିଶ୍ବକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜରେ କୋହଲି ଖେଳିନଥିବାବେଳେ ଟେଷ୍ଟରେ ଖେଳିଛନ୍ତି । ପ୍ରଥମ ପାଳିରେ ୩୮ ରନ କରିଛନ୍ତି କୋହଲି । ତେବେ ବିରାଟ ଦ୍ବିତୀୟ ପାଳିରେ କମାଲ କରିବେ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରିକେଟପ୍ରେମୀ । ଦ୍ବିତୀୟ ଦିନର ଖେଳ ଶେଷସୁଦ୍ଧା ଭାରତକୁ ୧୧ ରନର ଲିଡ୍ ଦେଇଛି ଦକ୍ଷିଣଆଫ୍ରିକା । ତେବେ ୫ ଓ୍ବିକେଟ ହରାଇ ଦକ୍ଷିଣଆଫ୍ରିକା ଖେଳୁଥିବାବେଳେ ଏକ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିବ ନିଶ୍ଚୟ ।

ନୂଆ ବର୍ଷରେ ରିଲିଜ ହେବ ଓଡ଼ିଆ ଫିଲ୍ମ ’ ସମୟ କହିବ କିଏ କାହାର’?

ଭୁବନେଶ୍ବର: ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ ସମୟ କହିବ କିଏ କାହାର । ଏହାପୂର୍ବରୁ ସିନେମାର ଅଡିଓ ରିଲିଜ୍ ହୋଇଯାଇଛି । ଅନନ୍ୟା ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ଏହି ସିନେମାଟି ପ୍ରସ୍ତୁତ ହେଉଥିବାବେଳେ ଏହାର ପ୍ରଯୋଜକ ରହିଛନ୍ତି ରମେଶ ସିଂ । ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବରିଷ୍ଠ ହାସ୍ୟ ଅଭିନେତା ବ୍ରଜ ସିଂ । ସିନେମାରେ ଅମ୍ଳାନ ଓ ଓମଙ୍କାର ଅଧିନାୟକ ଭୁମିକାରେ ରହିଥିବାବେଳେ ତୃପ୍ତି ଓ ସୋନମ ଅଭିନେତ୍ରୀ ଅଛନ୍ତି । ଦେବୁ ବ୍ରହ୍ମା,ପ୍ରଜ୍ଞା,ଅନବିନ୍ଦଙ୍କ ଭଳି ଅନେକ ହାସ୍ୟ ଅଭିନେତାଙ୍କ କମେଡି ଦର୍ଶକ ଉପଭୋଗ କରିପାରିବେ । ଜାନୁଆରୀ ପାଞ୍ଚ ତାରିଖରେ ଓଡ଼ିଶାର ସମସ୍ତ ହଲରେ ସିନେମା ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ଲକ୍ଷ୍ୟ ରଖିଛି ।

ଆଜିଠୁ ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ

ରାଉରକେଲା: ଏଣିକି ଦେଢ ଘଣ୍ଟାରେ ରାଉରକେଲାରୁ ଯାଇହେବ କୋଲକତା । ରାଜ୍ୟ ସରକାରଙ୍କ ସହଯୋଗରେ ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହେଵ । ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ବିମାନ ସେବା ମିଳିବ । ଆଲାଏନ୍ସ ଏୟାର ବିମାନସେବା ଯୋଗାଇଦେବ  । ଏହାଦ୍ବାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ । ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଯୋଗାଇ ଦେଇଛନ୍ତି ବିମାନ ସେବା । ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରାଯାଇଛି । ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି । ଏହାଦ୍ବାର ସହରର ବ୍ୟବସାୟୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ।

ରାଜଧାନୀରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ ଏନକାଉଣ୍ଟର

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ ଏନକାଉଣ୍ଟର । ଭୁବନେଶ୍ୱର କମିଶନରେଟ୍ ପୋଲିସ କଲା ଏନକାଉଣ୍ଟର । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ । ରଘୁ ନାମରେ ବିଭିନ୍ନ ଥାନାରେ ୧୫ ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି । ସେଥିମଧ୍ୟରୁ ବନ୍ଧୁକ  ମାମଲା ରହିଛି ୮ ଟି । ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ଵର୍ ଥାନା ପୋଲିସ ଓ ସ୍ପେସାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାହାର ସାଙ୍ଗ ପୁନିଆ ନାୟକ ଏକ କେଟିଏମ୍ ବାଇକରେ ଭୁବନେଶ୍ୱର ବାଲିଯାତ୍ରା ପଡିଆ ରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ଏମାନଙ୍କୁ ପୋଲିସ ଅଟକାଇବା ରୁ ହଠାତ୍ ରଘୁ ନିଜ ମାଉଜର ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିଲା ।

୩ ରାଉଣ୍ଡ ଗୁଳି ମାଡ କରିବା ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଲାଯାଇଥିଲା । ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ପଡ଼ି ଯାଇଥିଲା । ପୁନିଆ ଫେରାର ହୋଇଯାଇଥିଲା । ପୋଲିସ ରଘୁକୁ କାବୁ କରିଥିବା ବେଳେ ତା ନିକଟରୁ 7.5 mm ର ଏକ ପିସ୍ତଲ ଜବତ କରିଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

କ’ଣ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଯୋଜନା କରୁଛି ?

ଇସଲାମାବାଦ: ପାକିସ୍ତାନ ତିଆରି କରିଛି ନୂଆ ଏୟାର ଫିଲ୍ଡ । ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ଏହି ଏୟାରଫିଲ୍ଡ । ଭାରତ ସୀମା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ପାକିସ୍ତାନ ଏକ ନୂତନ ଏୟାର ଫିଲଡ୍ ତିଆରି କରିଛି । ଏୟାରଫିଲ୍ଡ୍ ର ଲାହୋର ନିକଟରେ ଅବସ୍ଥିତ ଅଛି । ବିମାନଘାଟୀରେ ଚୀନ ଠାରୁ ଆଣିଥିବା SH-15SP ହାଓ୍ବିଜର ତୋପକୁ ଲଗେଇଛି ।

ବର୍ତ୍ତମାନ ସୁଦ୍ଧା ଏହି ବିମାନଘାଟି ବେସାମରିକ ଉଡାଣ ପାଇଁ ବ୍ୟବହୃତ ହେବ କି ସୈନବାହିନୀ ଙ୍କ ବ୍ୟବହାରରେ ଲାଗିବ ତାହା ଜଣା ପଡି ନାହିଁ । ପାକିସ୍ତାନର ଏହି ଦୁଇଟି କାମ ଭାରତ ପାଇଁ ଚିନ୍ତାର ବିଷୟ ଅଟେ । ଏହା ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ । ପାକିସ୍ତାନର କୌଣସି ଅଧିକାରୀ ଏବଂ ସୈନବାହିନୀ ଏହି ବାବଦରେ କୌଣସି ବୟାନ୍ ଦେଇନାହାନ୍ତି । କିଛି ଲୋକଙ୍କ କହିବା ଅନୁସାରେ , ଏଠି ପାକିସ୍ତାନି ସୈନ୍ୟବାହିନୀଙ୍କ ବ୍ୟବହାର ପାଇଁ ପାଇଲଟ୍ ଟ୍ରେନିଂ ସ୍କୁଲ୍ ତିଆରି କରାଯାଉଛି ।

ଏହା ମଧ୍ୟ କୁହାଯାଉଛି କି, ଏହି ଏୟାରଫିଲ୍ଡ ର ବ୍ୟବହାର ହେଲିକପ୍ଟର , ଡ୍ରୋନ୍ ଏବଂ ଅନ୍ୟ ବିମାନ ଗୁଡିକର ଉଡାଣ ପାଇଁ କରାଯିବ । ସବୁଠାରୁ ଚିନ୍ତାର ବିଷୟ ଏହା କି ଏହି ଏୟାର ଫିଲ୍ଡ୍ ର ବ୍ୟବହାର ଚୀନ୍ ଏବଂ ତୁର୍କୀରୁ ଆସିଥିବା ଆକ୍ରମଣକାରୀ ଡ୍ରୋନ୍ ର ଉଡାଣ ପାଇଁ କରାଯାଇଛି । କାରଣ ଏହା ଭାରତୀୟ ସୀମା ଠାରୁ ୨୦ କିଲୋମିଟର ଦୂରରେ ଥିବାରୁ ଏଠାରୁ ଏହି ଡ୍ରୋନ୍ ଲଞ୍ଚ କରିବା ସହଜ ହେବ ।

ପାକିସ୍ତାନୀ ସେନା ନିଜର ୨୮ ଏବଂ ୩୨ତମ ଆର୍ଟିଲରୀ ରେଜିମେଣ୍ଟସ୍ କୁ ଚୀନ୍ ଠାରୁ ମଗେଇଥିବା ତୋପ ଦ୍ୱାରା ସଜିତ କରିଛି । ପାକିସ୍ତାନ ଚୀନ୍ ଠାରୁ SH-15 ତୋପ କିଣିଛି । ଚୀନ୍ ପାକିସ୍ତାନକୁ ଶସ୍ତା ଦାମରେ ତୋପ ଦେଇଛି । SH-15SP ହେଉଛି ଚୀନ୍ ଦ୍ବାରା ନିର୍ମିତ ଅତ୍ୟାଧୁନିକ ହାଓ୍ବିଜର ବନ୍ଧୁକ । ୨୦୧୯ ରେ ପାକିସ୍ତାନ ଚୀନ୍ କୁ ୨୩୬ଟି ବନ୍ଧୁକ ମାଗିଥିଲା । ବର୍ତ୍ତମାନ ପାକିସ୍ତାନ ପାଖରେ ୪୨ଟି ତୋପ ଅଛି । ଏହି ତୋପ ଗୁଡିକୁ ପାକିସ୍ତାନ ତାର ଆର୍ମି ଡେ ପରେଡ୍ ରେ ସାମିଲ୍ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଚୀନ୍ ର ଏହି ତୋପର ଓଜନ ୨୫ ଟନ୍ । ଯାହାର ଲମ୍ବ ୨୧.୪ ଫୁଟ୍ , ମୋଟେଇ ୮.୯ ଫୁଟ୍ ଏବଂ ଉଚ୍ଚତା ୧୧.୧୦ ଫୁଟ୍ । ଏହି ତୋପକୁ ଚଲେଇବା ପାଇଁ ୬ ଜଣ ଆବଶ୍ୟକ। ଏହା ୧୫୫*୫୨ କ୍ୟାଲିଭରି ର ତୋପ ଅଟେ । ଏହି ତୋପ ୯୦ କିଲୋମିଟର ପ୍ରତି ଘଣ୍ଟା ରେ ଚାଲିପାରେ

ବଢୁଛି ମେଟ୍ରୋ ଟ୍ରେନ୍ ଉତ୍ସାହ, ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ

0

ଭୁବନେଶ୍ବର: ବଢୁଛି ମେଟ୍ରୋ ଟ୍ରେନ୍ ଉତ୍ସାହ । ସିଏମସି ବୈଠକରେ ପ୍ରସ୍ତାବ ନେଇ ଆଲୋଚନା । ସିଏନବିଟି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି । ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । କଟକ ମେୟରଙ୍କ ଉପସ୍ଥିତିରେ ମେଟ୍ରୋ ଟ୍ରେନ ନେଇ ହୋଇଛି ସବିଶେଷ ଆଲୋଚନା । ଭୁବନେଶ୍ବରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ରାଜ୍ଯ ସରକାରଙ୍କ ସ୍ବପ୍ନର ମେଟ୍ରୋ ଟ୍ରେନ ପ୍ରକଳ୍ପ ଭବିଷ୍ୟତରେ ଗମନାଗମନ କ୍ଷେତ୍ରରେ ଲାଇଫଲାଇନ ପାଲଟିବ । ନୂଆବର୍ଷ ଆରମ୍ଭରୁ ମୁଖ୍ଯମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ତେବେ କାଠଯୋଡ଼ି ଉପରେ ଏକ ବ୍ରିଜ କରି ଏହାକୁ କଟକ ଭିତରକୁ ଆଣିବାକୁ ମୁଖ୍ଯମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

କାଠଯୋଡ଼ି ଉପରେ ଆଉ ଏକ ନୂଆ ବ୍ରିଜ ପାଇଁ ସରକାର ଅନୁମୋଦନ ଦେଇ ସାରିଛନ୍ତି । 216 କୋଟି ଟଙ୍କାରେ ହେବାକୁ ଥିବା ଏହି ବ୍ରିଜକୁ ଗୋଦାବରୀ ନଦୀ ଉପରେ ହୋଇଥିବା ବ୍ରିଜ ଭଳି କଲେ ଏଥିରେ ଟ୍ରେନ ଓ ଗାଡି ଉପର-ତଳ ହୋଇ ଯାଇ ପାରିବ । ତେଣୁ ଖୁବଶୀଘ୍ର ଏକ ନେଇ ଏକ ଡିପିଆର ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯିବ ବୋଲି ବରିଷ୍ଠ କର୍ପୋରେଟ କହିଛନ୍ତି ।

ରାଜ୍ଯ ସରକାରଙ୍କ ଶୁଭଦୃଷ୍ଟି କଟକ ସହର ଉପରେ କିଛିବର୍ଷ ହେବ ପଡିଥିବାରୁ ବଡ ବଡ ପ୍ରକଳ୍ପ କାମ ଚାଲିଛି । ତେଣୁ ଏଭଳି ପରିସ୍ଥିତିରେ ମେଟ୍ରୋ ଟ୍ରେନର ସଂପ୍ରସାରଣ ନେଇ ସମସ୍ତେ ଆଶା ରଖିଛନ୍ତି

ଟୁଇନ୍‌ ସିଟିକୁ ଜଗିବେ ୫୦ ପ୍ଳାଟୁନ ପୋଲିସ, ରାତି ସାଢେ ୧୨ଟା ଯାଏଁ ହୋଟେଲକୁ ଅନୁମତି

ଭୁବନେଶ୍ବର: ଆସୁଛି ନୂଆବର୍ଷ । ସେଲିବ୍ରେସନ୍ ମୋଡରେ ଟୁଇନ୍ସିଟି । କମିଶନରେଟ ପୋଲିସର ଆକ୍ସନପ୍ଲାନ୍ । ବିଶୃଙ୍ଖଳାକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ । ମଦ ପିଇ ଉତ୍ପାତ କଲେ ବାନ୍ଧିବ ସ୍ବତନ୍ତ୍ର ସ୍କ୍ବାଡ୍ । ରାତି ସାଢେ ୧୨ଟା ପର୍ଯ୍ୟନ୍ତ ନାଚଗୀତ ପାଇଁ ହୋଟେଲକୁ ଅନୁମତି । ଟୁଇନ୍ସିଟିକୁ ଜଗିବେ ୫୦ ପ୍ଳାଟୁନ୍ ପୋଲିସ୍ । ମିଡ୍ନାଇଟ୍ ପର୍ଯ୍ୟନ୍ତ ଖୁସିରେ ଖୁସିରେ ସମସ୍ତେ ଜିରୋନାଇଟ ଓ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟୁଇନ୍ସିଟିର ସବୁ ତାରକା ହୋଟେଲ ସମେତ ବଡ ବଡ ଆପାର୍ଟମେଣ୍ଟକୁ ରାତି ୧୨ଟା ୩୦ ପର୍ଯ୍ୟନ୍ତ ନାଚଗୀତ କରିବା ଅନୁମତି ପ୍ରଦାନ କରାଯାଇଛି । ସେଲିବ୍ରେସନ ସାରି ଶୃଙ୍ଖଳିତ ଭାବରେ ଘରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଅମାନିଆ ଏବଂ ରୋଡରୋମିଓଙ୍କୁ ସାବଧାନ୍ କରାଇଛନ୍ତି କମିଶନର ।

କଡା ସୁରକ୍ଷା ବ୍ୟବସ୍ଥା ସହ ନିୟମ ଅନୁସାରେ ଉତ୍ସବ ପାଳନ କରିବା ପାଇଁ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ତାରକା ହୋଟେଲ କର୍ମଚାରୀଙ୍କୁ ଡାକି ବୈଠକ କରିଛନ୍ତି । ବୈଠକରେ ହୋଟେଲ ଗୁଡିକର ବ୍ୟବସ୍ଥା ଓ ସୁରକ୍ଷା ନେଇ ଅବଗତ କରିଛନ୍ତି ହୋଟେଲିୟର । ସେଲିବ୍ରେସନ ବେଳେ ଯେମିତି କୌଣସି ସ୍ଥାନରେ ଗଣ୍ଡଗୋଳ ନ ହୁଏ ସେ ନେଇ ସଂପୂର୍ଣ୍ଣ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ । ବିଶେଷ କରି ପବ୍, ବାର, ତାରକା ହୋଟେଲ ସହ ବଡବଡ ଆପାର୍ଟମେଣ୍ଟ ଉପରେ ନଜର ରହିବ ବୋଲି କହିଛନ୍ତି ପୋଲିସ କମିଶନର ।

ବିଗତ ବର୍ଷ ଗୁଡିକରେ ମଦ୍ୟପାନ କରି ଘରକୁ ଫେରୁଥିବା ଲୋକଙ୍କୁ ପୋଲିସ ଅଟକ ରଖୁଥିଲା । କିନ୍ତୁ ଚଳିତ ବର୍ଷ ଅତ୍ୟଧିକ ମଦ୍ୟପାନ କରି ରଫ୍ ଡ୍ରାଇଭିଂ କଲେ ସାରା ରାତି ପୋଲିସ ଷ୍ଟେସନରେ କଟିବ ବୋଲି ଚେତାଇ ଦିଆଯାଇଛି ।

ଭାରତ ବିଶ୍ୱର ବଡ଼ ଇନୋଭେସନ କେନ୍ଦ୍ର ହୋଇପାରିବ: ଆକାଶ ଅମ୍ବାନୀ

0

ମୁମ୍ବାଇ: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ଯେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେ ସହ ମିଶି ଦେଶର ସର୍ବବୃହତ ଟେଲିକମ୍ କମ୍ପାନି ଜିଓ “ଭାରତ ଜିପିଟି” ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି । ଏଥି ସହିତ କମ୍ପାନି ମଧ୍ୟ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍ ଆରମ୍ଭ କରିବା ଦିଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ଆଇଆଇଟି-ବମ୍ବେର ବାର୍ଷିକ ଟେକ୍ ଫେଷ୍ଟରେ ଯୋଗ ଦେଇ ଆକାଶ ଅମ୍ବାନୀ ଏହା କହିଛନ୍ତି ।

କମ୍ପାନୀ ପାଇଁ ବିକାଶର ପରିବ୍ୟବସ୍ଥା ନିର୍ମାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ “ଜିଓ ୨.୦’ର ଭିଜନ ଉପରେ କାମ ଚାଲିଥିବା ସେ ପ୍ରକାଶ କରିଛନ୍ତି । ଜିଓ ପକ୍ଷରୁ ଆଇଆଇଟି ବମ୍ବେ ସହିତ ଏକ ଭାରତ ଜିପିଟି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଏକ ପ୍ରକଳ୍ପ ଉପରେ କାମ କରାଯାଉଥିବା ସୂଚନା ଦେବା ସହିତ ବର୍ତ୍ତମାନ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଏବଂ ଜେନେରେଟିଭ୍ ଏଆଇ ଉପରେ କାମ ଚାଲିଥିବା ସେ କହିଛନ୍ତି । ଏଆଇ ଅର୍ଥ ଆର୍ଟିଫିସିଆଲ ଇଂଟେଲିଜେନ୍ସ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଦେଶ ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ପ୍ଲାଟଫର୍ମ ନିର୍ମାଣ ଦିଗରେ ଜିଓ କାର୍ଯ୍ୟ କରୁଥିବା ପ୍ରକାଶ କରି ଏହି କ୍ଷେତ୍ରରେ କମ୍ପାନୀ ଗଣମାଧ୍ୟମ, ବାଣିଜ୍ୟ, ଯୋଗାଯୋଗ ଏବଂ ନୂଆ ଉପକରଣ ବା ଡିଭାଇସ ଉପରେ ମଧ୍ୟ କାର୍ଯ୍ୟ କରୁଥିବା ସେ କହିଛନ୍ତି ।

ଟିଭି ପାଇଁ ଜିଓ ନିଜର ଓଏସ୍ (ଅପରେଟିଂ ସିଷ୍ଟମ୍‌) ଉପରେ ବେଶ କିଛି ସମୟ ହେବ କାର୍ଯ୍ୟ କରୁଛି ଏବଂ ଏହାକୁ କିପରି ଶୁଭାରମ୍ଭ କରାଯିବ ସେ ନେଇ ଆମେ ବ୍ୟାପକ ଭାବରେ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି ।

ଅମ୍ବାନୀ ଭାରତକୁ ଆଗାମୀ ଦଶନ୍ଧି ପାଇଁ ସବୁଠାରୁ ବଡ଼ ଉଦ୍ଭାବନ ତଥା ନବସୃଜନ ବା ଇନୋଭେସନ କେନ୍ଦ୍ର ବୋଲି ଅଭିହିତ କରିବା ସହ ଦଶନ୍ଧି ଶେଷ ସୁଦ୍ଧା ଦେଶ ୫ ରୁ ୬ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି । ଆସନ୍ତା କିଛି ବର୍ଷରେ ଭାରତ ବିଶ୍ୱକୁ ସବୁଠାରୁ ଶ୍ରେଷ୍ଠ ସେବା ଓ ସବୁଠାରୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବାର କେନ୍ଦ୍ର ଭାବରେ ଉଭା ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

୨୦୨୪ ଅମ୍ବାନୀ ପରିବାର ପାଇଁ ଏକ ସ୍ୱତନ୍ତ୍ର ବର୍ଷ, କାରଣ ତାଙ୍କ ସାନ ଭାଇ ଅନନ୍ତ ଏହି ବର୍ଷ ବିବାହ କରିବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କମ୍ପାନି ୫ଜି ଘରୋଇ ନେଟୱାର୍କ ପ୍ରଦାନ କରିବାକୁ ବେଶ ଉତ୍ସାହିତ ଏବଂ ଯେକୌଣସି ଆକାରର ଉଦ୍ୟୋଗକୁ ଏହା ୫ଜି ଷ୍ଟାକ ପ୍ରଦାନ କରିବ । ଜିଓକୁ ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ୍ ବୋଲି ଅଭିହିତ କରି ସେ କହିଛନ୍ତି ଯେ ଯୁବ ଉଦ୍ୟୋଗୀମାନେ ବିଫଳ ହେବାକୁ ଭୟ ନ କରିବାର ଆବଶ୍ୟକତା ରହିଛି । ସେମାନଙ୍କୁ ସେ ସାମାଜିକ ଉନ୍ନତି ପାଇଁ କାମ କରିବାକୁ ଆହ୍ୱାନ ଦେବା ସହିତ ଜିଓ ସର୍ବଦା ଭବିଷ୍ୟତର ପ୍ରଯୁକ୍ତି ଉପରେ ନଜର ରଖିଛି ବୋଲି ସେ କହିଛନ୍ତି ।