ବ୍ରହ୍ମପୁର: ବ୍ରହ୍ମପୁର ଆଇଜର୍ ହଷ୍ଟେଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବ୍ରହ୍ମପୁର ସହର ଉପକଣ୍ଠ ଲାଉଡ଼ିଗାଁ ସ୍ଥିତ ଆଇଜର କ୍ୟାମ୍ପସ ହଷ୍ଟେଲ ପରିସରରୁ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ବାଲେଶ୍ଵର ଜିଲ୍ଲା ଡୁମାଡ଼ିହି ଗାଁର ସତ୍ୟ ମକର ମୁର୍ମୁ । ସେ ଚଳିତ ବର୍ଷ ଆଇଜରରେ ଆଡ଼ମିଶନ ନେଇଥିବା ବେଳେ ଗତ ୨୫ ଦିନ ହେଲା କ୍ୟାମ୍ପସକୁ ଆସିଥିଲେ। ଗତକାଲି ମଧ୍ୟାହ୍ନରେ କ୍ୟାମ୍ପସର ସଫେଇ କର୍ମଚାରୀ ଛାତ୍ରାବାସରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏକ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ସତ୍ୟ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ । ପୋଲିସ ପୁରା ଘଟଣାର ତଦନ୍ତ କରୁଛି ।
ଭୁବନେଶ୍ବର ରେଲୱେ ବସ୍ତିରେ ପୋଲିସର ଚଢ଼ାଉ
ଭୁବନେଶ୍ବର: ଭୁବନେଶ୍ବର ବଡଗଡ଼ ଥାନା ପୋଟଳ ବସ୍ତି ଜଗା ଦାଶ ହତ୍ୟା ମାମଲା। ରେଲୱେ ବସ୍ତିରେ ପୋଲିସର ଚଢ଼ାଉ । ଘର ବାହାରେ ପୋଲିସ, ଘର ଭିତରେ ହତ୍ୟା ଅଭିଯୁକ୍ତ । ରାତି ତମାମ ବସ୍ତିରେ ଚାଲିଲା ହାଇଡ୍ରାମା। ଅଭିଯୁକ୍ତକୁ ଧରିବା ପାଇଁ ଆସିଥିବା ବେଳେ ପୋଲିସକୁ ଘେରିଲେ ବସ୍ତି ବାସିନ୍ଦା । ଏଭଳି କିଛି ଘଟଣା ଘଟିଛି ବଡ଼ଗଡ଼ ଥାନା ଗୌତମ ନଗର ରେଲୱେ ବସ୍ତିରେ । ୬ ବର୍ଷ ତଳର ଜଗା ଦାଶ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅଭିଯୁକ୍ତ ରାମଚନ୍ଦ୍ର ଗୁରୁକୁ ଧରିବା ପାଇଁ ଯିବା ସମୟରେ ପୋଲିସକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ଭୋର ପର୍ଯ୍ୟନ୍ତ ଚାଲିଥିଲା ଡ୍ରାମା । ବଡଗଡ଼ ଥାନା ଏସଆଇ ସୁବ୍ରତ ଦାଶଙ୍କ ନେତୃତ୍ୱରେ ଏକ ଟିମ ଯାଇଥିଲା । ସେପଟ ପରିବାର ଲୋକ ଜାମିନ ହୋଇଥିବା କହି ପୋଲିସକୁ ଅଟକାଇ ଥିଲେ । ହେଲେ ପପୋଲିସ ଜାମିନ ପେପର ମାଗିବା ପରେ ପରିବାର ଲୋକ ଦେଖାଇ ନଥିଲେ । ହତ୍ୟା ମାମଲାରେ ରାମଚନ୍ଦ୍ରଙ୍କୁ ସଂପୃକ୍ତି ଥିବା ପୋଲିସ କହୁଥିବା ବେଳେ, ପରିବାର ଲୋକ ଏହାକୁ ଖଣ୍ଡନ କରିଛନ୍ତି ।
ଏସିଆନ ଗେମ୍ସ : ପଦକରେ ସେଞ୍ଚୁରୀ ମାରିଲା ଭାରତ
ନନ୍ଦିଘୋଷ ବ୍ୟୁରୋ: ଇତିହାସ ରଚିଲା ଭାରତ। ଏସିଆନ ଗେମସ୍ରେ ଭାରତର ଦମଦାର୍ ପ୍ରଦର୍ଶନ। ପଦକରେ ସେଞ୍ଚୁରୀ ମାରିଲା ଭାରତ। କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଛି। ଚାଇନିଜ୍ ତାଇପେଇ ଟିମକୁ ହରାଇ ମହିଳା ଭାରତୀୟ କବାଡି ଦଳ ଶତକୀୟ ପଦକ ଭେଟି ଦେଇଛନ୍ତି। ସେହିପରି ଉଭୟ ପୁରୁଷ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ମିଳିଛି। ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ ପଦକ ଜିତିଛନ୍ତି। ଏସିଆନ ଗେମ୍ସରେ ଆଜି ମେଡାଲ ପାଇଁ ଟକ୍କରର ଶେଷ ଦିନ ।
ଚାମ୍ପିଆନସିପର ୧୪ ଦିନରେ ଭାରତ ଏକାଧିକ ସ୍ବର୍ଣ୍ଣ ପଦକ ପାଇଁ ସଂଘର୍ଷ କରିବ । କିଛି ସମୟ ପରେ ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ । ରବିବାର ଏସିଆନ ଗେମ୍ସର ଶେଷ ଦିନ ହୋଇଥିବା ବେଳେ ଶନିବାର ମେଡାଲ ପାଇଁ ଟକ୍କରର ଶେଷ ଦିନ । ଭାରତ ଏଯାବତ ୨୫ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୩୫ଟି ରୌପ୍ୟ ଏବଂ ୪୦ଟି ବ୍ରୋଂଚ ପଦକ ଜିତି ସାରିଛି । ସେପଟେ କ୍ରିକେଟରେ ପୁରୁଷ ଦଳ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ପଦକ ଜିତିବା ଏକପ୍ରକାର ସ୍ପଷ୍ଠ ହୋଇସାରିଛି । ଭାରତ ୧୦୦ ପଦକ ପାଇଥିବାବେଳେ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।
ବିଶ୍ବକପରେ ଆଜି ଦୁଇଟି ମ୍ୟାଚ୍
ନୂଆଦିଲ୍ଲୀ: ଚାଲିଛି ବିଶ୍ବକପ ବିଶ୍ବଯୁଦ୍ଧ । ମହାସମରରେ ଶନିବାର ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ବାଂଲାଦେଶ ଆଫଗାନିସ୍ତାନକୁ ଭେଟିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଶ୍ରୀଲଙ୍କା । ଦୁଇଟିଯାକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖାଯାଉଛି । ବାଂଲାଦେଶ ଯେଭଳି ଫର୍ମରେ ରହିଛି ଆଫଗାନିସ୍ତାନ ମଧ୍ୟ ସମାନ ଫର୍ମରେ ରହିଛି । ପୂର୍ବରୁ ଏହି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୁଡ଼ିକ ଧମାକାଦାର ହୋଇଛି । ଉଭୟ ବିଜୟ ପାଇଁ କଡ଼ା ଟକ୍କର ଦେଇଥିବା ଦେଖିବାକୁ ମିଳିଥାଏ । ଅନ୍ୟପଟେ ଶ୍ରୀଲଙ୍କାକୁ ଭେଟିବ ଦକ୍ଷିଣଆାଫ୍ରିକା ।
କିଛି ପ୍ରମୁଖ ଖେଳାଳିଙ୍କ ବିନା ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିଶ୍ବକପ୍ରେ ଶନିବାର ଅଭିଯାନ ଆରମ୍ଭ କରିବେ। ଗତ କିଛି ଦିନ ଧରି ଦୁଇ ଦଳ ଆଘାତ ଜନିଜ ସମସ୍ୟା ଦେଇ ଗତି କରୁଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଅନରିକ୍ ନର୍ଖିୟା ଓ ସିସାନ୍ଦା ମଗଲା ଏହି ବିଶ୍ବକପ୍ରେ ଖେଳୁନାହାନ୍ତି। ଏମାନଙ୍କ ଅନୁପସ୍ଥିତିରେ କାଗି ସୋ ରବାଦା ଓ ଯୁବ ଖେଳାଳି ଗେରାଲ୍ଡ କୋଏତଜିଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିବ। ସ୍ପିନର କେଶବ ମହାରାଜ ଓ ତାବ୍ରାଇଜ୍ ସାମ୍ସି ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା ବେଳେ ଭାରତୀୟ ସ୍ଥିତି ଆହୁରି ଉନ୍ନତ ଖେଳ ଦେଖାଇବାକୁ ଦାୟିତ୍ବ ରହିବ। ଡେଭିଡ୍ ମିଲର ଓ ଅଧିନାୟକ ତେମ୍ବା ବଭୁମା ଏବେ ଭଲ ଲୟରେ ଅଛନ୍ତି।
ବିଶ୍ବକପ୍ରେ ଯଦିଓ ଦୁଇ ଦଳ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍ ଖେଳୁଛନ୍ତି, କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ବାଂଲାଦେଶ ଆଗରେ ରହିବ। ହେଲେ ଗତ କିଛି ବର୍ଷ ଧରି ଆଫଗାନିସ୍ତାନ ମଧ୍ୟ ବଡ଼ ବଡ଼ ଦଳମାନଙ୍କୁ ଟକ୍କର ଦେଉଥିବାରୁ ମ୍ୟାଚ୍ରେ ରୋମାଞ୍ଚ ଦେଖିବାକୁ ମିଳିବ। ବାଂଲାଦେଶ ଦଳରୁ ତମିମ ଇକବାଲ୍ଙ୍କୁ ବାଦ୍ ଦିଆଯିବା ପରଠୁ ସମସ୍ତଙ୍କ ନଜର ଶେଷ ବିଶ୍ବକପ୍ ଖେଳୁଥିବା ସାକିବ୍ ଅଲ୍ ହାସନଙ୍କ ଉପରେ ରହିବ। ସାକିବ୍ଙ୍କ ବ୍ୟତୀତ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ୍, ୱିକେଟକିପର ମୁସ୍ତାଫିକର ରହିମ, ଲିଟନ୍ ଦାସ, ମହମୁଦୁଲ୍ଲାଙ୍କ ପାଖରେ ଅଭିଜ୍ଞତା ରହିଥିବା ବେଳେ ନଜମୁଲ ସାଣ୍ଟୋ ବାଂଲାଦେଶର ସର୍ବାଧିକ ରନ୍ ସଂଗ୍ରହକାରୀ (୬୯୮) ଭାବେ ଲୟରେ ଅଛନ୍ତି। ତମିମଙ୍କ ବଦଳରେ ଲିଟନ୍ଙ୍କୁ ପାଳି ଆରମ୍ଭ କରିବାକୁ ଦାୟିତ୍ବ ମିଳିପାରେ।
ଆଜି ଜନ୍ମମାଟିରେ ପହଞ୍ଚିବ ବୀର ସହିଦଙ୍କ ପାର୍ଥିବ ଶରୀର
କାମାକ୍ଷାନଗର: ଝୁରୁଛି ଗାଁ ଦାଣ୍ଡ, ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର । ପୁଅକୁ ହରାଇ ଭାଙ୍ଗିପଡ଼ଛନ୍ତି ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପରିବାର । ଶନିବାର ଜନ୍ମମାଟିକୁ ଆସିବ ସିକ୍କିମ୍ ବନ୍ୟାରେ ସହିଦ ହୋଇଥିବା ସରୋଜଙ୍କ ପାର୍ଥିବ ଶରୀର । ଢେଙ୍କାନାଳ କାମାକ୍ଷାନଗର ଦିଘିରେ ତାଙ୍କ ଶେଷକୃତ୍ୟ କରାଯିବ । ଭୁବନେଶ୍ବର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଶୋଭାଯାତ୍ରାରେ ଜନ୍ମମାଟି କାମାକ୍ଷାନଗରର କେନ୍ଦୁଢିପକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତମ ସଂସ୍କାର କରାଯିବ । ଏଥିପାଇଁ ଗାଁ ଲୋକ ଓ ପ୍ରଶାସନ ପ୍ରସ୍ତୁତି କରିଛି । ସରୋଜଙ୍କ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି ।
ଚାରିଆଡେ କାନ୍ଦ ବୋବାଳି ସହିତ ରଡ଼ିରେ ଫାଟି ପଡୁଛି ପରିବେଶ । ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ । ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା ଘରକୁ ଫୋନ ଆସିଥିଲା । ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ । ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ ।
ଶେଷ ଦିନରେ ମେଡାଲ ଟକ୍କର
ଏସିଆନ ଗେମ୍ସରେ ଆଜି ମେଡାଲ ପାଇଁ ଟକ୍କରର ଶେଷ ଦିନ। ଚାମ୍ପିଆନସିପର ୧୪ ଦିନରେ ଭାରତ ଏକାଧିକ ସ୍ବର୍ଣ୍ଣ ପଦକ ପାଇଁ ସଂଘର୍ଷ କରିବ । ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ। ଏଥିସହ କବାଡିରେ ଭାରତ ଓ ଇରାନ ମଧ୍ୟରେ ଗୋଲ୍ଡ ମେଡାଲ ପାଇଁ ଟକ୍କର ହେବ। ମହିଳା ହକିରେ ବ୍ରୋଞ୍ଜ ମେଡାଲ ପାଇଁ ଖେଳିବେ ଭାରତ ଓ ଜାପାନ । ବ୍ୟାଡମିଣ୍ଟନ ମେନ୍ସ ଡବଲ୍ସରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଟକ୍କର ହେବ । ତୀରନ୍ଦାଜୀ ଓ ମହିଳା କବାଡିରେ ମଧ୍ୟ ଭାରତ ସ୍ବର୍ଣ୍ଣ ପଦକ ପାଇଁ ଖେଳିବ । ଆସନ୍ତାକାଲି ଏସିଆନ ଗେମ୍ସର ଶେଷ ଦିନ ହୋଇଥିବା ବେଳେ ଆଜି ମେଡାଲ ପାଇଁ ଟକ୍କରର ଶେଷ ଦିନ।
ଆଜି ସରିବ ଅବଧି
ନୂଆଦିଲ୍ଲୀ: ଶନିବାର ସରିଯିବ ୨୦୦୦ ଟଙ୍କିଆ ନୋଟ ବଦଳାଇବା ସମୟ ଅବଧି । କାଲିଠୁ ଆଉ କୌଣସି ବ୍ୟାଙ୍କ ବ୍ରାଂଚରେ ନୋଟକୁ ବଦଳାଯାଇପାରିବ ନାହିଁ। ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ନୋଟ ବଦଳାଇବାକୁ ସମୟ ସୀମା ଧାର୍ଯ୍ୟ କରିଥିଲେ ରିଜର୍ଭ ବ୍ୟାଙ୍କ । ପରେ ଏହାର ଅବଧି ଅକ୍ଟୋବର ୭କୁ ବୃଦ୍ଧି କରାଯାଇଥିଲା । ଆଜି ଶନିବାର ଥିବାରୁ ଅନେକ ବ୍ୟାଙ୍କରେ ଅଧା ଦିନ ଅଫିସ୍ କାର୍ଯ୍ୟ ରହିବ । ତେଣୁ ଗ୍ରାହକଙ୍କୁ ନୋଟ ବଦଳାଇବାକୁ କମ ସମୟ ମିଳିବ ।
ଯେଉଁମାନେ ଏହି ସମୟ ମଧ୍ୟରେ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ନୋଟ ଦାଖଲ କରିପାରିନାହାନ୍ତି ସେମାନେ ରିଜର୍ଭ ବ୍ୟାଙ୍କର ୧୯ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଅବଧି ପରେ ମଧ୍ୟ ନୋଟ ବଦଳାଇପାରିବେ । ୩୧ ମାର୍ଚ୍ଚ ସୁଦ୍ଧା ଦେଶରେ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଜାରରେ ମହଜୁଦ ଥିବା ବେଳେ ସେଥିମଧ୍ୟରୁ ୩. ୪୩ ଲକ୍ଷ କୋଟିର ନୋଟ ବ୍ୟାଙ୍କକୁ ଫେରସ୍ତ ହୋଇସାରିଛି । ଅର୍ଥାତ୍ ୦.୧୪ଲକ୍ଷ କୋଟି ଟଙ୍କାର ନୋଟ ବଜାରରେ ମହଜୁଦ ଅଛି। ୨୯ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୯୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ଫେରସ୍ତ ହୋଇସାରିଛି ।
ଏସିଆନ ଗେମ୍ସରେ ଚମକୁଛି ଭାରତ, ପଦକ ସଂଖ୍ୟା ୯୫ରେ ପହଞ୍ଚିଲା
ହାଙ୍ଗଝୋଉ: ଏସିଆନ ଗେମ୍ସରେ ଚମକୁଛି ଭାରତ। ପ୍ରଥମ ଥର ପାଇଁ ଭାରତକୁ ରେକର୍ଡ ମେଡାଲ। ପଦକ ସଂଖ୍ୟା ଏବେ ସୁଦ୍ଧା ୯୫ ହୋଇଥିବା ବେଳେ ୧୦୦ ଟପିବା ସୁନିଶ୍ଚିତ ହୋଇଛି। ଆସନ୍ତା କିଛି ଖେଳ ମେଡାଲ ପାଇଁ ଟକ୍କର ଦେବ ଭାରତ। ପୁରୁଷ କ୍ରିକେଟ, କବାଡି, ବ୍ୟାଡମିଣ୍ଟନରେ ମେଡାଲ ପାଇଁ ଟକ୍କର ଦେବ ଭାରତ। ଏଥିସହ ପ୍ରଥମ ଥର ପାଇଁ ଭାରତ ଏସିଆନ୍ ଗେମ୍ସରେ ୨୦ରୁ ଅଧିକ ସ୍ବର୍ଣ୍ଣ ପଦକ ଜିତିଛି।
ଭାରତ ପ୍ରଥମ ଥର ମେଡାଲରେ ସେଞ୍ଚୁରୀ ମାରିବାକୁ ଯାଉଛି। ଏସୀୟ କ୍ରୀଡ଼ାରେ କୁସ୍ତିର ମହିଳା ୬୨ କେଜି ଫ୍ରିଷ୍ଟାଇଲ ବର୍ଗରେ ସେମି ଫାଇନାଲରେ ହାରି ଯାଇଥିବା ସୋନମ ମଲ୍ଲିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମି ଫାଇନାଲରେ ହାରିବା ପରେ ସେ ବ୍ରୋଞ୍ଜ ପଦକ ପାଇଁ ଚୀନର ଜିଆ ଲଙ୍ଗଙ୍କ ସହିତ ଲଢ଼ିଥିଲେ । ସେ ୬-୪ରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ଜିତିଛନ୍ତି।
ସେହିଭଳି ତୀରନ୍ଦାଜୀରେ ଭାରତକୁ ମିଳିଛି ଆଉ ଏକ ପଦକ। ପୁରୁଷ ରିକର୍ଭ ଟିମ୍ ଇଭେଣ୍ଟରେ ଭାରତକୁ ମିଳିଛି ଏହି ପଦକ। ଏହି ଇଭେଣ୍ଟର ଫାଇନାଲରେ ଅତନୁ, ଧୀରଜ ଓ ତୁଷାରଙ୍କୁ ନେଇ ଗଠିତ ଟିମ୍ ଶକ୍ତିଶାଳୀ ଦକ୍ଷିଣ କୋରିଆ ଠାରୁ ୧-୫ରେ ହାରିଯାଇଥିଲା। ଫଳରେ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଟକରାରେ ଭାରତୀୟ ମହିଳା ଟିମକୁ ଐତିହାସିକ ବ୍ରୋଞ୍ଜ ପଦକ ମିଳିଛି। ସେମି ଫାଇନାଲରେ ଦଳ ଥାଇଲ୍ୟାଣ୍ଡଠାରୁ ପରାସ୍ତ ହୋଇଯିବାରୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କ୍ରିକେଟରେ ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ। ଭାରତ ଠାରୁ ସେମିରେ ହାରିଥିବା ବାଂଲାଦେଶ ସହ ପାକିସ୍ତାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ।
ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଦଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା
ଭୁବନେଶ୍ୱର: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ ।
ଆଜିର ସଫଳତା ପ୍ରମାଣ କରିଛି ଯେ, ହକି ଏବେବି ଭାରତର ପ୍ରମୁଖ କ୍ରୀଡା ଭାବେ ସ୍ଥାନ ବଜାୟ ରଖିଛି । ଓଡ଼ିଶାରେ ମଧ୍ୟ ହକି ପ୍ରତି ସମସ୍ତଙ୍କ ଭଲ ପାଇବା ରହିଛି । ଏହି ବିଜୟ ଆମ ସମସ୍ତଙ୍କ ମନରେ ଅବିସ୍ମରଣୀୟ ହୋଇ ରହିବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । 5T ସଚିବ ଭିକେ ପାଣ୍ଡିଆନ ଦଳକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ସ ଭଳି ଖେଳିଥିଲେ ଏବଂ ସେମାନେ ସ୍ୱର୍ଣ୍ଣ ପାଇଁ ହକଦାର ଥିଲେ ।
ସେହିପରି କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣା ମଧ୍ୟ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ, ଆଜି ଏସିଆନ ଗେମ୍ସରେ ଫାଇନାଲରେ ଜାପାନକୁ ୫-୧ ଗୋଲରେ ହରାଇ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ଜିତିଛି । ଏହି ବିଜୟ ସହ ଭାରତୀୟ ଦଳ ପାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ପ୍ରକାଶଥାଉକି, ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଟିମକୁ ସ୍ପୋନ୍ସର କରିଆସୁଛନ୍ତି । ସେହିପରି ଦୁଇଦୁଇଥର ବିଶ୍ୱକପର ଆୟୋଜନ କରି ହକିକୁ ଏକ ନୂଆ ସ୍ତରକୁ ନେବା ପାଇଁ ପ୍ରୟାସ କରିଥିଲେ ଓଡ଼ିଶା ସରକାର ।
ଭାରତର ସ୍ବର୍ଣ୍ଣିମ ବିଜୟ ପରେ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ଦିଲ୍ଲୀପ ତିର୍କୀ
ଭୁବନେଶ୍ୱର: ଭାରତର ସ୍ୱର୍ଣ୍ଣିମ ସଫଳତା ପଛରେ ରହିଛି ଓଡ଼ିଶାର ବିଶେଷ ଅବଦାନ। ହକିରେ ଗୋଲ୍ଡ ଜିତି ଇତିହାସ ରଚିବା ପରେ ଏଭଳି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ। ସ୍ୱର୍ଣ୍ଣିମ ବିଜୟ ପରେ ଦିଲ୍ଲୀପ କହିଛନ୍ତି ଭାରତର ପ୍ରଦର୍ଶନରେ ମୁଁ ବହୁତ ଖୁସି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଲ୍ଲୀପ କହିଛନ୍ତି ସ୍ୱର୍ଣ୍ଣ ସଫଳତା ପାଇଁ ରହିଛି ଓଡ଼ିଶାର ଅବଦାନ।
୨୦୧୮ରୁ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା। ଲଗାତର ଦୁଇ ଥର ହକି ବିଶ୍ବକପ୍ ଆୟୋଜନ କରି ସାରା ବିଶ୍ବରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ପ୍ରଥମଥର ପାଇଁ ସେମି ଫାଇନାଲରେ ପ୍ରବେଶ କରି ସଫଳତା ପାଇଥିଲା ମହିଳା ହକି ଦଳ। ହକିକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି।

