spot_img
Home Blog Page 2388

ଦିଲ୍ଲୀରେ ଆଜିଠାରୁ ଖୋଲିଲା ସ୍କୁଲ୍

ଦିଲ୍ଲୀ : ଦିଲ୍ଲୀରେ ଆଜିଠାରୁ ଖୋଲିଲା ବିଦ୍ୟାଳୟ। ପ୍ରାଥମିକ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ଏନେଇ ଦିଲ୍ଲୀ  ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ପରେ ସ୍କୁଲ ଖୋଲିଛି । ସ୍କୁଲ ଖୋଲାହେଲେ ମଧ୍ୟ ପାଠ ପଢା ବ୍ୟତୀତ ବାହାରେ ଖେଳକୁଦ ଉପରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି  । ଗମ୍ଭୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶୀତକାଳୀନ ଅବକାଶ ଚଳିତ ନଭେମ୍ବର ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା।

ପ୍ରଦୂଷଣ କମିଥିବାରୁ ଦିଲ୍ଲୀରେ ଶନିବାର ଠାରୁ ଜିଆରଏପି-୪ ନିୟମକୁ ହଟାଇ ଦିଆଯାଇଛି। କିନ୍ତୁ ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ସାଙ୍ଗକୁ ଟ୍ରକ ଚଳାଚଳ ଉପରେ ଏବେବି କଟକଣା ରହିଛି।  ଦିଲ୍ଲୀରେ ଆଜି ସକାଳୁ ବାୟୁର ଗୁଣବତ୍ତା ୩୧୦ ରହିଛି । ଯାହାକି ଖରାପ ଶ୍ରେଣୀରେ ଅଛି। ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଜିଆରଏପି-୩ର ସମସ୍ତ ନିୟମ ପାଳିବା ପାଇଁ କହିଛନ୍ତି ।

ବିଶାଖାପାଟଣାରେ ଭୟାବହ ଅଗ୍ନିକାଣ୍ଡ ୨୫ ମାଛଧରା ଡଙ୍ଗା ଜଳିପୋଡ଼ି ପାଉଁସ

ବିଶାଖାପାଟଣା : ବିଶାଖାପାଟଣାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୨୫ ମାଛଧରା ଡଙ୍ଗା। ବିଶାଖାପାଟଣଆରେ ଏକ ଜେଟିରେ ଗତକାଲି ରାତିରେ ଲାଗିଥିଲା ଭୟାବହ ଅଗ୍ନିକାଣ୍ଡ । ଗୋଟିଏ ମାଛଧରା ବୋଟରେ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ଗୋଟିଏ ବୋଟରୁ ଅନ୍ୟ ସବୁ ବୋଟକୁ ବ୍ୟାପି ଯାଇଥିଲା। ଭୟଙ୍କର ନିଆଁରେ ୨୫ଟି ମାଛଧରା ଡଙ୍ଗା ପୋଡ଼ି ଯାଇଛି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମବାହିନୀର ଏକାଧିକ ଟିମ । ତେବେ ନିଆଁକୁ ଦମକଳବାହିନୀ ଆୟତ୍ତ କରିପାରିନଥିଲେ । ଶେଷରେ ଭାରତୀୟ ନୌସେନାର ଏକ ଜାହାଜ ଆସି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷତି ଘଟିଛି । ଜଳି ଯାଇଥିବା ଗୋଟିଏ ଗୋଟିଏ ବୋଟର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । Fishing boat catches fire at Kakinada harbour

ସେହି ଅନୁସାରେ ମତ୍ସ୍ୟଜୀବୀଙ୍କୁ ପ୍ରାୟ ୪ରୁ ୫ କୋଟି ଟଙ୍କା କ୍ଷତି ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ମାଛଧରା ବୋଟରେ ଡିଜେଲ ଏବଂ ରନ୍ଧନ ଗ୍ୟାସ ଥିବାରୁ ନିଆଁକୁ ଆୟତ୍ତ କରିବାକୁ କଷ୍ଟକର ହୋଇଥିଲା । କିଛି ବୋଟରେ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । କିଛି ଦୁର୍ବୃତ୍ତ ମାଛଧରା ବୋଟରେ ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ ।

ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ

ଭୁବନେଶ୍ୱର : ଉପବାଚସ୍ପତି ନିର୍ବାଚନ ପାଇଁ ଦାଖଲ ହୋଇଛି ନାମାଙ୍କନ ପତ୍ର । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପଦ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭା ସଚିବଙ୍କ ନିକଟରେ ଦାଖଲ କରିଛନ୍ତି ନାମାଙ୍କନ ପତ୍ର । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପବାଚସ୍ପତି ପଦ । ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ । ନାମାଙ୍କନ ପତ୍ର ଭରିବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ସାଲୁଗା ପ୍ରଧାନ । ସେ କହିଥିଲେ ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ଯେଉଁ ଗୁରୁ ଦାୟିତ୍ୱ ମୋତେ ଦେଇଛନ୍ତି ତାହା ମୁଁ ସୁଚାରରୁପେ ତୁଲାଇବି । ସାଲୁଗା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ବେସ ଖୁସିଥିବା କହିଛନ୍ତି । ସୂଚନା ଅନୁସାରେ ନଭେମ୍ବର ୨୧ ତାରିଖ  ଅର୍ଥାତ ଆସନ୍ତାକାଲି ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବାନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଜରିଆରେ ସୂଚନା ଦିଆଯାଇଥିଲା । Odisha Assembly Monsoon Session From Today - Pragativadi

ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଏହି ପଦ। ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ କିଛି ଦିନ ତଳେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଥିଲେ। ସେ କହିଥିଲେ ଯେ ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି। ଆଖି ଆଗରେ ନିର୍ବାଚନ ଅଛି। ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି।

କାଳୀ ପୂଜା ସମୟରେ ଚୋରି କରୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭଦ୍ରକ : କାଳୀ ପୂଜା ସମୟରେ ଚୋରି କରୁଥିବା ଗ୍ୟାଙ୍ଗକୁ ଧରିଲା ସିମୁଳିଆ ପୋଲିସ । କାଳୀ ପୂଜା ଭିଡ଼ର ସୁଯୋଗ ନେଇ ଚୋର ଗ୍ୟାଙ୍ଗ ମୋବାଇଲ ଚୋରି କରି ଫେରାର ହେଉଥିଲେ । ଭଦ୍ରକ ଚରମ୍ପାରେ କାଳୀପୂଜା ଚାଲୁଥିବା ବେଳେ ଏହିପରି ଭାବେ ଅନେକ ଲୋକଙ୍କ ମୋବାଇଲ ଚୋରି ହୋଇଥିଲା  ସେ ବାବଦରେ ଭଦ୍ରକ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ସିମୁଳିଆ ଥାନା ଏଆଇସି ଖୋଳତାଡ କରି ମୋବାଇଲ ଖୋଜିଥିଲେ। ଚୋରମାନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥୁବାବେଳେ ଚୋରି ହୋଇଥିବା ମୋବାଇଲକୁ ନେବା ପାଇଁ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସୂଚନା ଅନୁଯାଇ ୨୬ଟି ମୋବାଇଲ ସିମୁଳିଆ ପୋଲିସ ଜବତ କରିଥିବାବେଳେ ସମସ୍ତ ଚୋରଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡ଼ିଛି | ଏହି ଚୋରମାଙ୍କ ମଧ୍ୟରେ ଅନେକ ଛୋଟ ଛୋଟ ପିଲା ଏବଂ ମହିଳା ମାନେ ଥିବାବେଳେ କିଛି ପୁରୁଷ ଲୋକ ଅନେକ ଗୁଡ଼ିଏ ମୋବାଇଲ୍ ନେଇ ଏବେବି ଫେରାର ଥିବା ଜଣା ପଡିଛି।

ଶୈଶବକୁ ସୁରକ୍ଷିତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ବିଭିନ୍ନ ପଦକ୍ଷେପ

ଭୁବନେଶ୍ୱର : ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ତେଣୁ ଶୈଶବକୁ ସୁରକ୍ଷିତ କରିବା ଦିଗରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ । ଏଥିପାଇଁ ପ୍ରତ୍ୟେକ ଜୀବନ ରକ୍ଷା ଦିଗରେ କ୍ରମାଗତ ଭାବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ପ୍ରଶଂସା କରି ଚାଲିଛନ୍ତି । ଓଡ଼ିଶାର ପଦକ୍ଷେପକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିବାରେ ଲାଗିଛି । ଏହି କ୍ରମରେ ନ୍ୟୁ ବର୍ଣ୍ଣ ଷ୍ଟାବିଲାଇଜେସନ୍ ୟୁନିଟ୍ ବା NISU ଜରିଆରେ ଗୁରୁତର ନବଜାତଙ୍କ ଜୀବନ ରକ୍ଷା କରିବାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି । ସେହିପରି ଏନଆଇଏସୟୁ ସଂକ୍ରାନ୍ତ ତଥ୍ୟ ପ୍ରଦାନରେ ମଧ୍ୟ ଓଡ଼ିଶା ଆଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଏନଆଇଏସୟୁ ବ୍ୟବହାର ନେଇ ଅନ୍ୟ ରାଜ୍ୟଙ୍କ ପାଇଁ ଓଡ଼ିଶା ଉଦାହରଣ ସୃଷ୍ଟି କରିବା ସହ ଶୂନ୍ୟ ଶିଶୁ ମୃତ୍ୟୁ ହାର ଲକ୍ଷ୍ୟ ହାସଲ କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ଅନୁପ୍ରାଣିତ କରିଛି । network Archives - Keeping Children Safe

ରାଜ୍ୟ ସରକାରଙ୍କ ଏହି ସଫଳତା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି । ମମତା ଯୋଜନାଠାରୁ ଆରମ୍ଭ କରି ଜନନୀ, ଶିଶୁ ସୁରକ୍ଷା ସହିତ ଏନଆଇଏସୟୁ ଭଳି ବ୍ୟବସ୍ଥା ଗୁରୁତର ଶିଶୁଙ୍କ ଜବୀନ ରକ୍ଷା କରିବାରେ ବେଶ୍ ସଫଳତା ମିଳିଛି । ୨୦୦୧ ବେଳକୁ ୯ ପ୍ରତିଶତ ନବଜାତ ମୃତ୍ୟୁବରଣ କରୁଥିଲେ । ୧ ହଜାର ଜୀବିତ ପ୍ରସବରେ ୯୩ ଜଣଙ୍କ ମୃତ୍ୟୁ ହେଉଥିଲା । ମାତ୍ର ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ ହାର ଆଶାତୀତ ଭାବେ ହ୍ରାସ ପାଇଛି। ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି ।

 

ଜୋରସୋରରେ ଆଗେଇ ଚାଲିଛି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର : ଜୋରସୋରରେ ଆଗେଇ ଚାଲିଛି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ । ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଆଜି ଦିଲ୍ଲୀ ମେଟ୍ରୋ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌‌ର ବରିଷ୍ଠ ଅଧିକାରୀ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମ୍‌‌ଓୟୁ ସ୍ବାକ୍ଷର ହେବ । ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ପ୍ରକଳ୍ପର ଟର୍ଣ୍ଣ-କି ପରାମର୍ଶଦାତା ରହିବେ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏବଂ ୪ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । Odisha Metro: DMRC Submits DPR for First Metro Rail Project in Odisha - Metro  Rail News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ଉପକ୍ରମରେ ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।  ଭୁବନେଶ୍ବର, ଖୋର୍ଦ୍ଧା, କଟକ ଓ ପୁରୀ ସହରର ଗମନାଗମନ ବ୍ୟବସ୍ଥାକୁ ନାଗରିକଙ୍କ ପାଇଁ ସହଜ, ସରଳ ଓ ସୁଗମ କରିବା ପାଇଁ ମେଟ୍ରୋ ରେଳ ବ୍ୟବସ୍ଥାର ଆବଶ୍ୟକତା ଥିବା ଅନୁଭବ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୬ କିଲୋମିଟର ମେଟ୍ରୋ ରେଳ ଯାତ୍ରାରେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆ ଛକ ସମେତ ମୋଟ୍‌‌ ୨୦ଟି ଷ୍ଟେସନ ନିର୍ମାଣ କରିବାକୁ ଯୋଜନା ରହିଛି ।

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ

ପୁରୀ : ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି |  ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । Srimandir Gurukul To Be Set Up, Servitors At Puri Lord Jagannath Temple To  Get Houses

କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିଛନ୍ତି |

ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା କୋଠାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ରହିବେ ବସ୍ତିବାସିନ୍ଦା । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ପଛପାଖେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ବିରାଟ କୋଠାକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ୨୬୦୦ ଘର ନିର୍ମାଣ କରାଯାଇଥିବା ବେଳେ ୮୦୦ଟି ଘରର କାମ ସଂପୂର୍ଣ୍ଣ ହୋଇଛି । ସେଥିମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ଘର ଆଲର୍ଟ କରାଯାଇଛି । ବିଭିନ୍ନ ବସ୍ତିରୁ ଉଛେଦ ହୋଇ ଟ୍ରାନଜିଟ ହାଉସରେ ରହୁଥିବା ବସ୍ତିବସିନ୍ଦାଙ୍କ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତି, ସରସ୍ବତୀ ବସ୍ତି, ଭେଙ୍କଟେଶ୍ବର ବସ୍ତି, ସାଲିଆସାହିର ଶକ୍ତି ବିହାରର ବସ୍ତିବସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ଆଜି ଅପରାହ୍ନରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆବାସ ଯୋଜନାରେ ବିଏମସି ହିତାଧିକାରୀଙ୍କୁ ଚୟନ କରୁଛି ।

ସେମାନଙ୍କ ପାଇଁ ବିଡିଏ ପକ୍ଷରୁ ଘର ପ୍ରଦାନ କରାଯାଉଛି । ଏହି ଘରେ ଗୋଟିଏ ପରିବାର ଚଳିବା ଭଳି ବ୍ୟବସ୍ଥା ରହିଛି। ଆପାର୍ଟମେଣ୍ଟରେ ଯେଉଭଳି ବ୍ୟବସ୍ଥା ରହିଥାଏ ବିଶେଷ କରି ସୋସାଇଟି, କମ୍ୟୁନିଟି ହଲ, ମାର୍କେଟ କମ୍ପ୍ଲେକ୍ସ ଆଦି ଏଥିରେ ରହିଛି । ଉତ୍କଳ ହସ୍ପିଟାଲ ସମେତ ଶାନ୍ତିପଲ୍ଲୀରେ ୫୬୦ ଘର ଏବଂ ସବୁଦ୍ଧିପୁରରେ ୨୯୬ଟି ଘର ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିବେ । ଲୋକାର୍ପଣ ପୂର୍ବରୁ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ , ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ ଏହାର ସମୀକ୍ଷା କରିଛନ୍ତି।

 

 

ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୫ଟି ସ୍ଥାନରେ ହେବ ଡ୍ରିଲିଂ

ଉତ୍ତରାଖଣ୍ଡ : ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୫ଟି ସ୍ଥାନରେ ହେବ ଡ୍ରିଲିଂ। ଉପର ପଟୁ ୧୨୦ ମିଟର ଉଚ୍ଚରୁ ଚାଲିଛି ଡ୍ରିଲିଂ । ଏହି ଅପରେସନକୁ SJVN ହାଇଡ୍ରୋ ଇଲେକଟ୍ରିକ୍ ପାୱାର ନାମକ କମ୍ପାନୀ ଚଳାଇଛି । ୧ ମିଟର ଓସାର ବିଶିଷ୍ଟ ସାଫ୍ଟରେ ଚାଲିଛି ଖନନ। ସେହିପରି ନବଯୁଗ ଇଂଜିନିୟରିଂ ପକ୍ଷରୁ ଆଗପଟୁ ଧସିଥିବା ଟନେଲ ଅଂଚଳରେ ଚାଲିଛି ଖୋଳାକାମ। ଧସିଥିବା ଟନେଲର ପଛପଟୁ ତେହରି ହାଇଡ୍ରୋ ଇଲେକଟ୍ରିକ୍ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ କରାଯିବ ଡ୍ରିଲିଂ । ବାରକୋଟ ପଟୁ ଏହି ଖନନ କାର୍ଯ୍ୟ ଚାଲିବ। ସେହିପରି ଓଏନଜିସି ପକ୍ଷରୁ ମଧ୍ୟ ସମାନ୍ତରାଳ ଭାବେ କରାଯିବ ଆଉ ଏକ ଉଦ୍ଧାରକାର୍ଯ୍ୟ। ସମାନ୍ତରାଳ ଭାବେ ବାମ କିମ୍ବା ଡାହାଣ ପଟୁ ଏହି ଡ୍ରିଲିଂ କରାଯିବ । ଡ୍ରିଲିଂ ଲାଗି ଇନ୍ଦୋରୁ ଆସିଥିଲା ଶକ୍ତିଶାଳୀ ଅଗନ ମେସିନର ଯନ୍ତ୍ରାଂଶ ।

ଟନେଲ ଧସିଥିବା ସ୍ଥାନରେ ଶକ୍ତିଶାଳୀ ମେସିନ୍ ପହଞ୍ଚାଇବାକୁ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ରୋଡ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଉଦ୍ଧାରକାର୍ଯ୍ୟରେ ଥାଇଲାଣ୍ଡ, ନରୱେ ଏବଂ ଅଷ୍ଟ୍ରେଲିଆର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଟିମ ତତ୍ତ୍ବାବଧାନରେ ଚାଲିଛି ରେସକ୍ୟୁ ଅପରେସନ ।

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟା ୩୦ ମିନିଟରେ ବୈଠକ ଅନୁଷ୍ଠିତ ହେବ  । ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । ନଭେମ୍ବର ୨୧ରୁ ଡିସେମ୍ବର ୩୦ ତାରିଖ ଯାଏ ବସିବାକୁ ଥିବା ଅଧିବେଶରେ ୩୦ଟି କାର୍ଯ୍ୟଦିବସ ରହିଛି । ସମସ୍ତଙ୍କ ସହଯୋଗରେ ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ ଗୃହ ଚଳାଇବା ପାଇଁ ବୈଠକରେ ଆଲୋଚନା ହେବ ।

ସେହିପରି ଉପବାଚସ୍ପତି ପଦ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରାଯିବ । ଦିନ ୧୨ଟା ଯାଏ ନାମାଙ୍କନ ପ୍ରକ୍ରିୟା ଜାରି ରହିବ । ୨୧ ତାରିଖ ଦିନ ସକାଳ ୯ଟା ୩୦ ମିନିଟରେ ଉପବାଚସ୍ପତି ନିର୍ବାଚନ ହେବ । ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ପଦଟି ଖାଲି ପଡ଼ିଛି ।