spot_img
Home Blog Page 2411

ଆଇପିଏଲ ଇତିହାସରେ ପାଟ୍ କମିନ୍ସ ମହଙ୍ଗା ଖେଳାଳି, ଜାଣନ୍ତୁ ଆଉ କେଉଁ ଖେଳାଳିଙ୍କୁ କିଏ କେତେ ଟଙ୍କାରେ କିଣିଲା

ଦୁବାଇ: ଆଇପିଏଲ ଇତିହାସରେ ମହଙ୍ଗା ଖେଳାଳି ହେଲେ ପାଟ୍ କମିନ୍ସ । ୨୦.୫୦ କୋଟି ଟଙ୍କାରେ କିଣିଲା ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲ ଇତିହାସରେ ଏତେ ଟଙ୍କାରେ କୌଣସି ଖେଳାଳି ବିକ୍ରି ହୋଇ ନଥିବାବେଳେ ପ୍ରଥମ ଖେଳାଳିଭାବେ ୨୦ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ସେପଟେ ଆଇପିଏଲ ନିଲାମୀ ଚାଲିଥିବାବେଳେ ସାର୍ଦ୍ଦୁଲ ଠାକୁରଙ୍କୁ ୪ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଛି । ନ୍ୟୁଜିଲାଣ୍ଡର ଦକ୍ଷ ଅଲରାଉଣ୍ଡର ରାଚିନ ରବିନ୍ଦ୍ରଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ କିଣିଥିବାବେଳେ ୧ କୋଟି ୮୦ ଲକ୍ଷ ଟଙ୍କାରେ ସେ କିଣି ହୋଇଛନ୍ତି । ସେହିପରି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କୁ ୬ କୋଟି ଟଙ୍କାରେ ହାଇଦ୍ରବାଦ କିଣିଛି । ଓ୍ବାନିନ୍ଦୁ ହସରଙ୍ଗାଙ୍କୁ ମଧ୍ୟ ସନ ରାଇଜର୍ସ କିଣିଥିବାବେଳେ ତାଙ୍କ ପ୍ରାଇସ ରହିଛି ୧.୫ କୋଟି । ହ୍ୟାରି ବ୍ରୁକଙ୍କୁ ୪ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ ।

କଙ୍ଗନା ଲଢ଼ିବେ ୨୦୨୪ ନିର୍ବାଚନ

ନୂଆଦିଲ୍ଲୀ: ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ୨୦୨୪ ନିର୍ବାଚନ ଲଢ଼ିବେ । କଙ୍ଗନାଙ୍କ ବାପା କହିଛନ୍ତି କି, ସେ ନିର୍ବାଚନ ଲଢ଼ିବ । ମାତ୍ର କେଉଁଠୁ ଲଢ଼ିବ ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର ସେ ବିଜେପି ଆସନରୁ ଲଢ଼ିବ ବୋଲି କହିଛନ୍ତି । କେନ୍ଦ୍ରୀୟ ନେତୃମଣ୍ଡଳୀ ଯେଉଁ ଆସନରେ ଟିକେଟ ଦେବେ ସେଠାରୁ ଲଢ଼ିବ ବୋଲି କହିଛନ୍ତି ଅମରଦୀପ । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିନଡ୍ଡାଙ୍କୁ ଭେଟିଥିଲେ କଙ୍ଗନା । ଯେଉଁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ କଙ୍ଗନା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚା ଉପରେ ଏକପ୍ରକାର ପରଦା ହଟିଛି ।

ସେପଟେ ଗତ ସପ୍ତାହରେ ହିମାଚଳ ପ୍ରବେଶର ବିଳାସପୁରରେ RSSର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମନାଲୀରେ କଙ୍ଗନା ରହୁଥିବାବେଳେ ମାଣ୍ଡିର ମୂଳ ବାସିନ୍ଦା । ତେବେ ସେ ଏଠାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏଯାବତ କଙ୍ଗନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୂର୍ବରୁ ଅନେକଥର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିବା କଙ୍ଗନା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା ।

ସିରିଜ୍ କାର ଦୁର୍ଘଟଣା, ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ବାଙ୍ଗାଲୋର ଏୟାରପୋର୍ଟ ରୋଡରେ ବ୍ୟାପକ କାର ଦୁର୍ଘଟଣା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନେକ କ୍ଷତିଗ୍ରସ୍ତ କାର ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ କୌଣସି ଲୋକଙ୍କ ମୃତ୍ୟୁ ନେଇ ସୂଚନା ମିଳିପାରିନାହିଁ । ଘଟଣାଟି ଚିକାଜିଲ୍ଲା ଟ୍ରାଫିକ ପୋଲିସ ରାସ୍ତାରେ ଲାଗିଥିବା ଭିଡକୁ ନିୟନ୍ତ୍ରଣ କରିଥିଲେ । ରିପୋର୍ଟ ମୁତାବକ  ରାସ୍ତାରେ ଭୀଷଣ ଘନକୁହୁଡି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି ।  ରାସ୍ତାରେ ଅଳ୍ପ ଦୃଶ୍ୟମାନ ହେଉଥିବାରୁ କାରଗୁଡିକ ଲଗାତର ଭାବରେ ଧକ୍କା ହୋଇଯାଇଛନ୍ତି । ଭିଡିଓଟି ଭାଇରାଲ ହେବା ଯଣି ଲୋକମାନେ ଏହାକୁ ପ୍ରଚୁର ମାତ୍ରାରେ ଲାଇକ ସେୟାର କରିଛନ୍ତି  ।ଏଥି ସହିତ କିଛି ଲୋକ ଏହି ଭିଡିଓରେ କମେଣ୍ଟ ମଧ୍ୟ କରିଛନ୍ତି । କିଛି ଜଣ ପରି ଘଟଣାରୁ ବଞ୍ଚିବାପାଇଁ ଲୋକଙ୍କୁ ଟିପ୍ସ ଦେବା ସହିତ କିଛି ଲୋକ ଏପରି ଦୁଁଖଦ ଘଟଣା ନିମନତେ ଦୁଃଖ ପ୍ରକାଶ କରିଛନ୍ତି ।

ଭାଲୁ ଆକ୍ରମଣରେ ୩ ଗୁରୁତର

ନୂଆପଡ଼ା: ନୂଆପଡ଼ା ସହରରେ ଭାଲୁ ଆକ୍ରମଣରେ ଦୁଇ ସଫେଇ କର୍ମଚାରୀଙ୍କ ସହ ମୋଟ୍ ୩ ମହିଳା ଗୁରୁତର । ମଙ୍ଗଳବାର ଭୋର୍‌ ସକାଳୁ ଭାଲୁ ଆକ୍ରମଣରେ ଦୁଇ ଜଣ ସଫେଇ କର୍ମଚାରୀଙ୍କ ସହ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଦୁଇ ଦିନ ହେଲା ନୂଆପଡ଼ା ସହରରେ ଏକ ଭାଲୁ ବୁଲୁଛି । ଆଜି ସକାଳେ ଏସପି ଅଫିସ ସମ୍ମୁଖ ସିଂ କଲୋନୀର ମୁଖୀ ମହାରଥା ଫୁଲ ତୋଳିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଭାଲୁକୁ ଘଉଡ଼ାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କରେ ଭାଲୁଟି ଏନଏସିର ଦୁଇ ସଫେଇ କର୍ମଚାରୀ ଗୀତ ନେତାମ ଓ ହୀନା ସୁନାନୀଙ୍କୁ ଆକ୍ରମଣ କରିଥିଲା । ନୂଆପଡ଼ା ସହରରେ ଭାଲୁ ପାଇଁ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି ।

ସଂସଦରେ ରେକର୍ଡ୍,୧୯୮୯ ପରେ ଗୋଟିଏ ଦିନରେ ନିଲମ୍ବିତ ହେଲେ ସର୍ବାଧିକ ସାଂସଦ !

ନୂଆଦିଲ୍ଲୀ: ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ପଡ଼ିଛି ମହଙ୍ଗା । ସଂସଦରେ ହୋହଲ୍ଲା କରିଥିବା ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ସାଂସଦ ସସପେଣ୍ଡରେ ସେଂଚୁରୀ ପାର। ସଂସଦରେ ନିଲମ୍ବିତ ବିରୋଧୀ ସାଂସଦଙ୍କ ସଂଖ୍ୟା ଶହେ ପାର କରିଛି । ମଙ୍ଗଳବାର ଆଉ ୪୯ ସାଂସଦ ନିଲମ୍ବିତ ହୋଇଛନ୍ତି । ସୋମବାର ସୁଦ୍ଧା ମୋଟ ୯୨ ସାଂସଦ ସସପେଣ୍ଡ ହୋଇଥିଲେ। ଆଜିର ନିଲମ୍ବିତ ସାଂସଦଙ୍କୁ ମିଶାଇ ମୋଟ ବିରୋଧୀଙ୍କ ୧୪୧ ସାଂସଦ ସସପେଣ୍ଡ ହୋଇସାରିଲେଣି। ୧୯୮୯ ମସିହାରେ ଗୋଟିଏ ଦିନରେ ୬୩ ଜଣ ସାଂସଦ ସସପେଣ୍ଡ ହୋଇଥିବାବେଳେ ସୋମବାର ଉଭୟ ଗୃହର ୯୨ ଜଣ ସାଂସଦ ନିଲମ୍ବନ ହୋଇଛନ୍ତି । ଯାହାକି ଏବେ ରେକର୍ଡ କରିଛି । ୩୪ ବର୍ଷର ରେକର୍ଡର ପୁନରାବୃର୍ତ୍ତି ହେବାକୁ ଯାଉଛି । ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା । ସେପଟେ ମନମୋହନ ସିଂଙ୍କ ସରକାର ସମୟରେ ମଧ୍ୟ ବହୁ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ମାତ୍ର ଏବେ ସାଂସଦଙ୍କୁ ନିଲମ୍ବନ କରିବାର ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି ଏବେ ମଧ୍ୟ ବିରୋଧୀ ସାଂସଦମାନେ ନାରାବାଜି ଜାରି ରଖିଥିବାବେଳେ ଆଗାମୀ ଦିନରେ ଆହୁରି ସସପେଣ୍ଡ ହେବାର ଆଶାଙ୍କା ରହିଛି ।

ସୂଚନା ଥାଉକି, ନିଲମ୍ବିତ ସାଂସଦଙ୍କ ମଧ୍ୟରେ ନ୍ୟାସନାସ କନଫରେନ୍ସ ସାଂସଦ ଫାରୁକ ଅବଦୁଲ୍ଲା, କଂଗ୍ରେସର ଶଶୀ ଥରୁର, କାର୍ତ୍ତି ଚିଦାମ୍ବରମ, ଏନସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ପ୍ରମୁଖ ନିଲମ୍ବିତ ହୋଇଛନ୍ତି । ଲୋକସଭା ସାଂସଦ ଓମ ବିର୍ଲା ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି । ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ତେଜୁଛି ବିରୋଧ। ଏହାକୁ ନେଇ ପାର୍ଲାମେଣ୍ଟର ଉଭୟ ଗୃହରେ ପ୍ରତିବାଦ ଜାରି ରଖିଛନ୍ତି ବିରୋଧୀ। ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ବିବୃତ୍ତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ସାଂସଦ । ଆଗକୁ ଶୀତକାଳୀନ ଅଧିବେଶନର ସମସ୍ତ କାର୍ଯ୍ୟ ଦିବସକୁ ବହିଷ୍କାର କରିବାକୁ ବିରୋଧୀ ସାଂସଦ ଯୋଜନା କରୁଥିବା ଜଣାପଡିଛି। ଦିନକରେ ଗତକାଲି ସର୍ବାଧିକ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ। ଗତ ସପ୍ତାହରେ ଆରମ୍ଭ ହୋଇଥିଲା ନିଲମ୍ବନର ଧାରା । ଗତ ସପ୍ତାହରେ ୧୩ ଜଣ ଲୋକସଭା ସାଂସଦଙ୍କ ସହ ଜଣେ ରାଜ୍ୟ ସଭା ସାଂସଦ ନିଲମ୍ବିତ ହୋଇଥିଲେ । ଗତକାଲି ଉଭୟ ଗୃହରୁ ୭୯ ସାଂସଦ ନିଲମ୍ବିତ ହୋଇଥିଲେ । ଆଜି ଏଥିରେ ଆଉ ୪୭ ସାଂସଦଙ୍କ ନାଁ ସାମିଲ ହୋଇଛି ।

କେରଳରେ ସଂକ୍ରମଣ ପରେ କରାଯିବ ସମୀକ୍ଷା

ଭୁବନେଶ୍ବର: ପୁଣି କଡ ଲେଉଟାଉଛି କୋଭିଡ । କେରଳରେ ସଂକ୍ରମଣ ବଢୁଥିବା ଦେଖି କେନ୍ଦ୍ର ସରକାର ଏକ ସମୀକ୍ଷା ବୈଠକ ଡକାଇଛନ୍ତି  । ରାଜ୍ୟମାନଙ୍କର ପ୍ରସ୍ତୁତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସମୀକ୍ଷା କରିବେ । ଡିସେମ୍ବର ପହିଲାରୁ ୧୭ ତାରିଖ ମଧ୍ୟରେ କେରଳରେ ୧୦ ଜଣଙ୍କର ମୃତ୍ୟ ହେବା ପରେ କେନ୍ଦ୍ର ସରକାର ତତ୍ପର ହୋଇଉଠିଛନ୍ତି । ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଗତକାଲି ଏ ନେଇ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି କେନ୍ଦ୍ର ସରକାର । ସେପଟେ କର୍ଣ୍ଣାଟକ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛି । କର୍ଣ୍ଣାଟକର କେରଳ ସୀମାରେ ରାଜ୍ୟ ସରକାର ଆଲର୍ଟ ଜାରି କରିଛନ୍ତି । କାଶ ଥଣ୍ଡା ହେଉଥିଲେ ୬୦ ବର୍ଷର ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । କେରଳର ସାବିରିମାଲାରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ଉପରେ ସତର୍କ ନଜର ରଖାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ମଧ୍ୟ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଟେଷ୍ଟ ପୁଣି ଆରମ୍ଭ କରିବା ସହ ମାକ୍ସ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋମର୍ବିଡ  ଓ ୬୦ରୁ ଅଧିକ ବୟସ୍କ ଲୋକମାନେ ଅଧିକ ସତର୍କ ରହିବାକୁ କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ବୟସ୍କ ବ୍ୟକ୍ତି ବର୍ତ୍ତମାନ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି। ଆଗକୁ ଖ୍ରୀଷ୍ଟମାସ୍, ନୂଆବର୍ଷ ଆସୁଥିବାରୁ ଗହଳିକୁ ଲକ୍ଷ୍ୟ ରଖି ସାବଧାନ ରହିବା ଆବଶ୍ୟକ । କ୍ୟାପିଟାଲ ହସ୍ପିଟାଲ କୋଭିଡ ମୁକାବିଲା ପାଇଁ ପୁଣି ଥରେ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।

 

ଜାଣନ୍ତୁ କେଉଁ ଦଳ କାହାକୁ କିଣିବାକୁ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ହେବ ନିଲାମୀ । କେଉଁ ଦଳ କାହାକୁ କିଣିବେ । କିଏ ଅଧିକ ଦାମରେ ବିକ୍ରି ହେବେ । ଏପରିକି ୧୦ ପ୍ରାଞ୍ଚାଇଜର ପ୍ଲାନ କ’ଣ? ଏଭଳି ଅନେକ କଥାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ବଡ଼ ବଡ଼ ଖେଳାଳିଙ୍କୁ ଟିମମାନେ ରିଲିଜ କରି ଦେଇଥିବାବେଳେ କିଛି ଖେଳାଳି ଅଧିକ ଟଙ୍କାରେ ବିକ୍ରି ହେବେ ବୋଲି କୁହାଯାଉଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ଟିମର କ’ଣ ରହିଛି ଷ୍ଟ୍ରାଟେଜି ।

ଚେନ୍ନାଇ ସୁପର କିଙ୍ଗ୍ସ: ସିଏସକେ ବେନ ଷ୍ଟୋକ୍ସଙ୍କ ଭଳି ଦକ୍ଷ ଅଲରାଉଣ୍ଡରଙ୍କୁ ରିଲିଜ କରିଥିବାବେଳେ ବିକଳ୍ପରେ ଜଣେ ବିଦେଶୀ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିବାର ଲକ୍ଷ୍ୟ ରଖିବ । ରଚିନ ରବିନ୍ଦ୍ରଙ୍କ ପାଇଁ ସିଏସକେ ବାଜି ଲଗାଇପାରେ । ସେପଟେ ଅମ୍ବାତି ରାୟୁଡ଼ୁଙ୍କୁ ଦଳ ଛାଡ଼ିଥିବାବେଳେ ତାଙ୍କ ସ୍ଥାନରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ କିଣିପାରେ ।

ଦିଲ୍ଲୀ କ୍ୟାପିଟାଲ୍ସ: ହର୍ଷଲ ପଟେଲ, ସାର୍ଦ୍ଧୁଲ ଠାକୁର, ହସରଙ୍ଗା ଏବଂ ଜୋସ ଇଂଲିସଙ୍କ ଭଳି ଖେଳାଳିଙ୍କ ଉପରେ ବାଜି ଲଗାଇପାରେ ଦିଲ୍ଲୀ କ୍ୟାପିଟାଲ୍ସ ।

ଗୁଜୁରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିବାବେଳେ ଦଳ ତାଙ୍କ ବଦଳରେ ଜଣେ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିବ । ସାର୍ଦ୍ଦୁଲ ଠାକୁର, ରାଚିନ ରବିନ୍ଦ୍ର ଏବଂ ହାରେଲ ମିଚେଲଙ୍କୁ ବିକଳ୍ପ କରିପାରେ ।

କୋଲକାତା ନାଇଟ ରାଇଡର୍ସ: କେକେଆରରେ ଦୃତ ବୋଲରଙ୍କ ମରୁଡ଼ି ଦେଖିବାକୁ ମିଳୁଛି । ତେଣୁ ଦଳ ଦୃତ ବୋଲର ଯେମିତିକି ପାଟ କମିନ୍ସ, ଷ୍ଟାର୍କ ଏବଂ ହର୍ଷଲ ପଟେଲଙ୍କ ଭଳି ଖେଳାଳିଙ୍କ କିଣିପାରେ ।

ଲକ୍ଷ୍ନୌ ସୁପରଜାଏଣ୍ଟ୍ସ: ଏଲଏସଜିରେ ମଧ୍ୟ ପେସର ବୋଲରଙ୍କ ଅଭାବ ରହିଥିବାବେଳେ ହାଜେଲ ହୁଡଙ୍କ ଭଳି ଦୃତ ବୋଲରଙ୍କୁ ଦଳରେ ସାମିଲ କରିପାରନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ: ଏବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ସନ୍ତୁଳିତ ଦଳ ରହିଥିବାବେଳେ ଜୋଫ୍ରା ଆଚରଙ୍କ ବଦଳରେ ଦଳ କାହାକୁ ସାମିଲ କରିବ ତାହା ଚର୍ଚ୍ଚାର ବିଷୟ ।

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର: କିଛି ସ୍ପିନର ଏବଂ ବୋଲରଙ୍କୁ ଦଳରେ ସାମିଲ କରିବାର ଲକ୍ଷ୍ୟ ରଖିଛି ।

ପଞ୍ଜାବ କିଙ୍ଗ୍ସ: ପଞ୍ଜାବ କିଙ୍ଗ୍ସ ଦଳରେ ଦୃତ ବୋଲରଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖିଛି ।

ରାଜସ୍ଥାନ ରୟାଲ୍ସ: ରାଜସ୍ଥାନ ରୟାଲ୍ସ ସବୁବେଳେ ପ୍ରଥମରୁ ଭଲ ପ୍ରଦର୍ଶନ କରୁଥିବାବେଳେ ଶେଷ ସମୟରେ ଖରାପ ପ୍ରଦର୍ଶନ କରିଥାଏ । ଏଣୁ ଏହାକୁ ଦୃଷ୍ଟିରେ ରଖି ଶକ୍ତିଶାଳି ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିବାର ଯୋଜନା ରଖିବ ନିଶ୍ଚୟ ।

ବାରିପଦାରେ 5T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ଦେଲେ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର

ବାରିପଦା: ବାରିପଦାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମୂୟଭଞ୍ଜରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉଦବୋଧନ । ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧକ୍ଷ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ସଫଳତାର ମନ୍ତ୍ର । ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳ ବ୍ୟକ୍ତିତ୍ବ ଗଠନରେ ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧକ୍ଷ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏହି ନୂଆ-ଓ କାର୍ଯ୍ୟକ୍ରମ କରାଯାଉଛି । ଆପଣମାନଙ୍କ ଭିତରେ ଯାହା ପ୍ରତିଭା ଅଛି ତାକୁ ବାହାର କରିବାକୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଛାତ୍ରମାନଙ୍କ ଜୀବନର ଏହା ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ । ଏଥିରେ ଛାତ୍ରଛାତ୍ରୀଙ୍କୁ ଶାରିରୀକ ସହ ମାନସିକ ଭାବେ ଫିଟ୍ ରହିବାକୁ ପଡିବ ।

ଏଥିଲାଗି ପାଠପଢା ସହ କୋ-କରିକୁଲାର ଆକ୍ଟିଭିଟିଜରେ ଭାଗନେଲେ ବ୍ୟକ୍ତିତ୍ବରେ ବିକାଶ ହେବ । ଜୀବନରେ ସଫଳ ହେବାକୁ ହେଲେ ପାଠ ସାଙ୍ଗକୁ ବ୍ୟକ୍ତିତ୍ବ ବିକାଶ କରିବାକୁ ପଡିବ । ସେହିପରି ଜୀବନରେ ଜିତିବା ଗୁରୁତ୍ବପୂର୍ଣ୍ଣ ଆବଶ୍ୟକ ନୁହେଁ, ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତ୍ବତ୍ବ, କଠିନ ପରିଶ୍ରମ, ଉନ୍ନତ ଚିନ୍ତାଧାରା ଓ ଆତ୍ମ ବିଶ୍ବାସ ବଢ଼ିବ । ସଫଳର ମୂଳ ଚାବିକାଠି ଆତ୍ମବିଶ୍ବାସ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ଆତ୍ମବିଶ୍ବାସର ଯାହାର ଅଧିକ ସେ ବହୁତ ଆଗକୁ ଯିବ । କଠିନ ପରିଶ୍ରମ କରିବେ, ବାପା ମାଆଙ୍କ ନାଁ ଉଜ୍ଜଳ କରିବେ, ଓଡ଼ିଶାର ନାଁ ଆଗକୁ ନେବେ । ଫିଟ୍ ରହିବାକୁ ପ୍ରତିଦିନ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ଏବେ ପ୍ରତିଯୋଗିତାର ଦୁନିଆ । ଯିଏ ଜିତିବ ସିଏ ଆଗକୁ ଯିବ । ସେଥିଲାଗି ଫିଜିକାଲ ଫିଟନେସ୍ ସହ ମାନସିକ ଭାବେ ଫିଟ୍ ରହିବା ମଧ୍ୟ ଜରୁରୀ ।

ଏଥିଲାଗି ଛାତ୍ରଛାତ୍ରୀଙ୍କୁ ଧ୍ୟାନ କରିବାକୁ କହିଛନ୍ତି ପାଣ୍ଡିଆନ୍ । ଶାରିରୀକ ଓ ମାନସିକ ଫି୍ଟ ରହିଲେ ସମସ୍ୟାକୁ ସହଜରେ ସମାଧାନ କରିବାକୁ ମିଳିବ ଆତ୍ମବିଶ୍ବାସ । ଏହାସହ ଛାତ୍ର ଜୀବନରେ ଉଚିତ୍ ସାଙ୍ଗ ବାଛିବାକୁ ଦେଇଛନ୍ତି ପରାମର୍ଶ । ଉଚିତ ସାଙ୍ଗ ସଠିକ ପରାମର୍ଶ ଦିଅନ୍ତି । ଯାହାକି ଆତ୍ମବିଶ୍ବାସ ବୃଦ୍ଧି କରିବାରେ ସହାୟକ ହେବ । ଆପଣ ସଫଳ ହେଲେ ଶିକ୍ଷକ ସବୁଠାରୁ ଖୁସି ହେବେ । ସେଥିଲାଗି ଶିକ୍ଷକଙ୍କୁ ସମ୍ମାନ ଦିଅନ୍ତୁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଓଡ଼ିଶା ଏବେ ବିକାଶ ପଥରେ ଆଗେଇ ଚାଲିଛି । ଭାରତ ବର୍ଷରେ କ୍ରୀଡ଼ାର ରାଜଧାନୀ ପାଲଟିଛି ଭୁବନେଶ୍ବର । ବିପର୍ଯ୍ୟୟ ମୁକାବିଲାରେ ବିଶ୍ବରେ ଓଡ଼ିଶା ସବୁଠାରୁ ଆଗରେ ରହିଛି । ଖାଦ୍ୟ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ପାଲଟିଛି । ଏହା ହେଉଛି ନୂଆ ଓଡ଼ିଶା ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ଆର୍ଥିକ ଓ ବିପର୍ଯ୍ୟୟ ପରିଚାଳନା ସହ ପୁଂଜି ନିବେଶରେ ଓଡ଼ିଶା ଏକ ନମ୍ବର ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।

 

ଆଜି ମୟୂରଭଞ୍ଜ ଗସ୍ତରେ ଯିବେ 5T ଅଧ୍ୟକ୍ଷ

ଭୁବନେଶ୍ବର: ମଙ୍ଗଳବାର ମୟୂରଭଞ୍ଜ ପାଳି । କେତେ ହୋଇଛି ଜିଲ୍ଲାର ବିକାଶ । ଜିଲ୍ଲାବାସୀଙ୍କ ନିକଟରେ କେତେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଜନହିତକର ଯୋଜନା । ଏସବୁର ସମୀକ୍ଷା ପାଇଁ ଆଜି ଦିନିକିଆ ଜିଲ୍ଲା ଗସ୍ତରେ ଯିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଛି । ଏହି କ୍ରମରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ଜିଲ୍ଲାର ଯୁବକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ 5T ଅଧ୍ୟକ୍ଷ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହାପରେ ବାରିପଦାର ଛଉ ପଡିଆରେ ଜନ ସାଧାରଣଙ୍କୁ ସମ୍ବୋଧିତ କରିବେ 5T ଅଧ୍ୟକ୍ଷ । ସୋମବାର କେନ୍ଦ୍ରାପଡ଼ି ଜିଲ୍ଲା ଗସ୍ତରେ ଯାଇ ବିକାଶର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।

୨୦୨୪ ଆଇପିଏଲ ଖେଳିବେ ତ? ଜାଣନ୍ତୁ କ’ଣ କହିଲେ ଋଷଭ ପନ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ ଆହତ ହେବା କାରଣରୁ ଦୀର୍ଘଦିନ ହେବ ଟିମରୁ ବାହାରେ ଅଛନ୍ତି । ମଙ୍ଗଳବାର ଆଇପିଏଲ ୨୦୨୪ ପାଇଁ ନିଲାମୀ ହେବାକୁ ଥିବାବେଳେ ଋଷଭ ପନ୍ଥ ଚଳିତ ଆଇପିଏଲ ଖେଳିବେ କି ନାହିଁ? ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଏକ ଭିଡିଓ ସାମନାକୁ ଆସିଛି । ଋଷଭ ପନ୍ଥ ଏହି ଭିଡିଓରେ କହିଛନ୍ତି କି, ସେ ଏବେ ସୁସ୍ଥ ଅଛନ୍ତି । ଆଇପିଏଲ ପାଇଁ କିଛି ମାସ ବାକି ଥିବାବେଳେ ସେ ଚଳିତ ଆଇପିଏଲ ଖେଳିପାରନ୍ତି । ସେ କହିଛନ୍ତି କି, ଯଦିଓ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନି ତଥାପି ପୁଣି ମଇଦାନକୁ ଫେରିବି । ଫ୍ୟାନ୍ସମାନେ ମୋତେ ବହୁତ ଭଲ ପାଆନ୍ତି । ସେମାନଙ୍କ ଭଲ ପାଇବା ମୋତେ ନୂଆ ଜୀବନ ଦେଇଛି । ମୁଁ କେବେ ଫେରିବି ତାକୁ ନେଇ ସମସ୍ତେ ମୋତେ ପଚାରୁଛନ୍ତି । ତେବେ ପନ୍ଥ ଆଇପିଏଲ ୨୦୨୪ରେ ଯଦି ଦଳକୁ ଫେରନ୍ତି ତାହେଲେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକଭାବେ ଖେଳିବେ ।