ଭୁବନେଶ୍ବର: ଗୁରୁବାରଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ କଲେଜରେ NEET ଓ JEE କୋଚିଂ। ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ । ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ । ଏଥିଲାଗି କଲେଜରେ ସ୍ମାର୍ଟ TV ଓ interactive panel install କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା, neet ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା jee ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି । ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ । ଅନଲାଇନ୍ କ୍ଲାସ ସମୟରେ କଲେଜ୍ କର୍ତ୍ତୃପକ୍ଷ ପିଲାଙ୍କୁ ସହାୟତା କରିବାକୁ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବେ ।
ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ମୁହଁରେ ହସ, ପରିଦର୍ଶନ କରିବେ ରାଜ୍ୟର ବିଭିନ୍ନ ସ୍ଥାନ
ସୁନ୍ଦରଗଡ଼: ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ମୁହଁରେ ହସ । ସୁନ୍ଦରଗଡ ଦୃଷ୍ଟିହୀନ ବଧିର ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିବେ । ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ ପକ୍ଷରୁ ସେମାନଙ୍କ ବୁଲାବୁଲିର ସମସ୍ତ ଖର୍ଚ୍ଚ ବହନ ହୋଇଛି । ପିଲାଙ୍କ ମୁହଁରେ ହସ ।
କିଏ ଶୁଣି ପାରେ ନାହିଁ , ଆଉ କିଏ କହିପାରେ ନାହିଁ । ହେଲେ ସାଧାରଣ ମଣିଷଟେ ପରି ତାଙ୍କର ବି ଇଚ୍ଛା କେବଳ ପାଠପଢା ନୁହେଁ ପିକନିକ ଋତୁର ମଜାନେବେ । ବୁଲାବୁଲି କରି ନୂଆନୂଆ ସ୍ଥାନ ଦେଖିବେ । ତାଙ୍କର ଏହି ଇଚ୍ଛା ପୂରଣ ହେଉଛି । ସୁନ୍ଦରଗଡ ଦୃଷ୍ଟିହୀନ ବଧିର ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ୫ ଦିନ ଧରି ରାଜ୍ୟର ବଭିନ୍ନ ସ୍ଥାନ ବୁଲି ପରିଦର୍ଶନ କରିବେ । ଦେବଗଡ, ଘଟଗାଁ , ଭୁବନେଶ୍ୱର , ପୁରୀ , କୋଣାର୍କ ଏବଂ ଚିଲିକା ଆଦି ସ୍ଥାନ ପରିଦର୍ଶନ କରି ଆସନ୍ତା ୭ ତାରିଖ ସୁନ୍ଦରଗଡ ଫେରିବେ । ଯେଉଁଥିପାଇଁ ବେଶ୍ ଖୁସି ଅଛନ୍ତି ଶିକ୍ଷାର୍ଥୀ ।
ରାଜବାଟୀ ସ୍ଥିତ ସମଲେଇ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଏକ ସ୍ୱତନ୍ତ୍ର ବସରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହିତ ଯାତ୍ରା ଆରମ୍ଭ କରିଥିଲେ । ଏହାକୁ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନର ସଭାପତି ସଞ୍ଜୟ ନନ୍ଦ ସବୁଜ ପତାକା ଦେଖାଇ ଶୁଭେଚ୍ଛା ଜଣାଇଥିଲେ। ଏହି ଯାତ୍ରାର ସମସ୍ତ ଖର୍ଚ୍ଚ ଆସୋସିଏସନ ବହନ କରିବ ବୋଲି କହିବା ସହିତ ଏପରି ଅସହାୟଙ୍କ ପ୍ରତି ସବୁବେଳେ ଅନୁଷ୍ଠାନ ସାହାଯ୍ୟର ହାତ ବଢାଇବ ବୋଲି କହିଛନ୍ତି ସଭାପତି ସଞ୍ଜୟ ନନ୍ଦ।
ପ୍ରେମିକକୁ ଦେଖାକରିବାରୁ ଜୀବନରୁ ମାରିଦେଲା ବାପା
ଉତ୍ତରପ୍ରଦେଶ:ଝିଅକୁ ମାରିଦେଲା ନୃଶଂସ ବାପା । ବୟଫ୍ରେଣ୍ଡ ସହ ଦେଖାକରିବାକୁ ଯାଇଥିବା ଜାଣି ଝିଅକୁ ମାରିଦେଲେ ବାପା । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଡାନ୍ ଜିଲ୍ଲାରେ । ସୂଚନା ଅନୁସାରେ ଝିଅ ବୟଫ୍ରେଣ୍ଡ ସହ ଦେଖାକରିବାକୁ ଭୋର୍ ୪ଟାରେ ଘରୁ ବାହାରିଥିଲା ବେଳେ ବାପା ମଧ୍ୟ ଝିଅର ପଛେ ପଛେ ଯାଇଥିଲେ। ଝିଅ ବୟଫ୍ରେଣ୍ଡ ସହ ଦେଖାକରିବାର ଦେଖି ବ୍ୟକ୍ତି ଜଣକ ଉଭୟଙ୍କୁ କୋଦାଳରେ ପିଟି ପିଟି ମାରିଦେଲେ । ପରେ ସେ ସେହି କୋଦାଳକୁ ନେଇ ପୋଲିସ୍ ଷ୍ଟେସନ୍ ରେ ପହଞ୍ଚି ଆତ୍ମସର୍ମପଣ କରିଥିଲେ । ବୁଡାନ୍ ର ସିନିୟର୍ ସୁପରିଟେଣ୍ଡେଡ୍ ଅଫିସର୍ କହିଛନ୍ତି ଯେ , ଗୋଟେ ୧୯ ବର୍ଷୀୟା ଝିଅ ଏବଂ ତାର ୨୦ ବର୍ଷୀୟ ବୟଫ୍ରେଣ୍ଡକୁ ଝିଅର ବାପା ଏବଂ ସମ୍ପର୍କୀୟ ମିଳିମିଶି ହତ୍ୟା କରିଛନ୍ତି । ଅଭିଯୁକ୍ତ ବାପା ମହେଶ ପୋଲିସ୍ ଷ୍ଟେସନରେ ପହଞ୍ଚି ଆତ୍ମସର୍ମପଣ କଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଆମେ ଆଇପିସି ଧାରା ୩୦୨ରେ ହତ୍ୟା, ୧୪୭ରେ ଦଙ୍ଗାରେ ମାମଲା ରୁଜୁ କରାଯାଇଛି । ଝିଅର ବାପା, ମାଆ ଏବଂ ଝିଅର ସମ୍ପର୍କୀୟଙ୍କୁ ଗିରଫ କରାଯାଇଛି । ଝିଅ ,ପୁଅ ଦୁଇଜଣ ଯାକ ଏକା ଜାତିର ହୋଇଥିବା ବେଳେ ଉଭୟେ ଉଭୟଙ୍କୁ ୨ବର୍ଷ ହେଲା ଜାଣିଥିଲେ। ଦୁଇଜଣଙ୍କ ମୃତଦେହକୁ ପୋଲିସ୍ ପୋଷ୍ଟମର୍ଟମ ପାଇଁ ପଠେଇଦେଇଛି । ଅଭିଯୁକ୍ତ ଝିଅର ବାପାକୁ ଜେରା କଲାବେଳେ ସେ ପୋଲିସ୍ କୁ କହିଥିଲେ ଯେ, ତାଙ୍କ ଝିଅ ପଡୋଶୀଙ୍କ ପୁଅ ସହ ଲୁଚି ପଳେଇଯାଇ ବାହାହୋଇଯିବ ବୋଲି ଜାଣିବାକୁ ପାଇଥିଲେ । ସେଥିପାଇଁ ସେ ଉଭୟଙ୍କ ଉପରେ ନଜର ରଖିଥିଲେ । ମଙ୍ଗଳବାର ଭୋର୍ ୪ଟାରେ ତାଙ୍କ ଝିଅ ଯେତେବେଳେ ବୟଫ୍ରେଣ୍ଡ ସହ ଦେଖାକରିବାକୁ ଯାଇଥିଲା । ଅଭିଯୁକ୍ତ ବାପା ତା ପଛେ ପଛେ ଯାଇଥିଲେ । ଏବଂ ଉଭୟଙ୍କୁ ଧରି ପକାଇ କୋଦାଳରେ ପିଟି ପିଟି ମାରିଦେଇଥିଲେ ।
ପିକନିକ୍ ପାଇଁ ଉଦୟଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ଯାଜପୁର: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଶୀତରେ ଚାଲିଛି ପିକନିକର ମଜା । ଯାଜପୁରର ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ଉଦୟଗିରିରେ ମଧ୍ୟ ଭିଡ । ବୌଦ୍ଧ ଐତିହ୍ୟକୁ ଦେଖିବା ପାଇଁ ଚଳିତ ଥର ମଧ୍ୟ ପରଞ୍ଚିଛନ୍ତି ପର୍ଯ୍ୟଟକ । ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ। ଏଠାକାର ସୁନ୍ଦର ଓ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ କରିଥାଏ ଆକର୍ଷିତ।
ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଶୀତରେ ଚାଲିଛି ପିକନିକର ମଜା । ସାଙ୍ଗ ସାଥୀ ପରିବାର ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲୁଛନ୍ତି ଲୋକେ । ଯାଜପୁରର ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ଉଦୟଗିରିରେ ମଧ୍ୟ ଭିଡ । ବୌଦ୍ଧ ଏୗତିହକୁ ଦେଖିବା ପାଇଁ ଚଳିତ ଥର ମଧ୍ୟ ପରଞ୍ଚିଛନ୍ତି ପର୍ଯ୍ୟଟକ । ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ। ଏଠାକାର ସୁନ୍ଦର ଓ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ କରିଥାଏ ଆକର୍ଷିତ। ବୌଦ୍ଧ ଏୗତିହ୍ୟ ମଧ୍ୟରୁ ଉଦୟଗିରିରେ ରହିଛି ଦୁଇଟି ବୌଦ୍ଧ ବିହାର, ବୁଦ୍ଧଙ୍କ ମୂର୍ତ୍ତି, ଅନେକ ବୌଦ୍ଧ ସ୍ତୁପ ସହ ବହୁ ପୁରାତନ ବାମ୍ଫି। ଯାହାକୁ ଦେଖିବାକୁ ଦୂର ଦୂରାନ୍ତରରୁ ଆସନ୍ତି ପର୍ଯ୍ୟଟକ ।
କେନ୍ଦ୍ର ପତ୍ନତତ୍ୱ ବିଭାଗ ପକ୍ଷରୁ ଉଦୟଗିରିରୁ ବହୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର କରାଯାଇଛି। ଏହାର ସଠିକ ଭାବେ ରକ୍ଷଣବେକ୍ଷଣ ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ପର୍ଯ୍ୟଟନ ସ୍ଥଳରେ ରାସ୍ତା , ଶୌଚାଳୟ ଆଦି କାମ ସଠିକ ହୋଇପାରିଲେ ବୁଲାବୁଲି ସମୟରେ ଆଉ କୌଣସି ସମସ୍ୟା ରୁହନ୍ତାନି ବୋଲି ପର୍ଯ୍ୟଟକ କୁହନ୍ତି ।
କେ.ଜେ.ଏସ୍. ଆଲ୍ଲୁଓ୍ବାଲିଆ ପ୍ଲାଣ୍ଟରେ ବିସ୍ଫୋରଣ
କେନ୍ଦୁଝର: କେନ୍ଦୁଝର ବରପଦା ଠାରେ ଥିବା କେ.ଜେ.ଏସ୍. ଆଲ୍ଲୁଓ୍ବାଲିଆ ପ୍ଲାଣ୍ଟରେ ବିସ୍ଫୋରଣ । ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ୍ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ୍ ଫର୍ନେସରୁ ତରଳ ଧାତୁ ଛିଟିକି ପାଖରେ ଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ଜଳି ଯାଇଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ପୋଲିସ କହିଛି । ଦୁର୍ଘଟଣା ସମୟରେ ପାଖରେ କେହି ଶ୍ରମିକ ନଥିବାରୁ ବଡ ଅଘଟଣ ଟଳିଛି ।
ଗେମ୍ ଖେଳୁଥିବା ବେଳେ ଭର୍ଚୁଆଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ମେଟାଭର୍ସରେ ୧୬ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ। ଗେମ୍ ଖେଳୁଥିବା ବେଳେ ଭର୍ଚୁଆଲରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବ୍ରିଟେନରେ ଏଭଳି ପ୍ରଥମ ମାମଲା ସାମନାକୁ ଆସିଛି। ନାବାଳିକା ଜଣକ ଭର୍ଚୁଆଲ୍ ରିୟଲିଟି ବା ଭିଆର ହେଡସେଟ୍ ପିନ୍ଧି ଗେମ୍ ଖେଳୁଥିବା ବେଳେ ତାଙ୍କ ଡିଜିଟାଲ୍ ଅବତାର ସହ କିଛି ଅଜଣା ଲୋକ ଗ୍ୟାଙ୍ଗରେପ୍ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କର ଶାରୀରିକ ଭାବେ କୌଣସି କ୍ଷତି ହୋଇନି। ହେଲେ ମାନସିକ ସ୍ତରରେ ସେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଜଣେ ଦୁଷ୍କର୍ମ ପୀଡ଼ିତା ଯେଉଁଭଳି ମାନସିକ ଭାବେ କ୍ଷତ ବିକ୍ଷତ ଅନୁଭବ କରନ୍ତି, ସେହିପରି ଭର୍ଚୁଆଲ ଗ୍ୟାଙ୍ଗରେପରେ ପୀଡ଼ିତା ଜଣକ ସମାନ ଅବସ୍ଥା ଅନୁଭବ କରିଛନ୍ତି ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ମେଟାଭର୍ସରେ ଏଭଳି ଅତ୍ୟାଚାର ମାମଲା ସାମନାକୁ ଆସିଛି । ହେଲେ ଗଣଦୁଷ୍କର୍ମର ଏହା ପ୍ରଥମ ମାମଲା ।

