spot_img
Home Blog Page 2416

‘ଚାରି ହାତ ବିଶିଷ୍ଟ ଲକ୍ଷ୍ମୀ କେମିତି ଜନ୍ମ ହେଲେ ?’ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ

ନନ୍ଦିଘୋଷ ବ୍ୟୁରୋ :  ପୁଣି ଥରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ସମାଜବାଦୀ ପାର୍ଟି ନେତା ପ୍ରସାଦ ମୌର୍ଯ୍ୟ । ଏଥର ସେ ମାତା ଲକ୍ଷ୍ମୀଙ୍କୁ ନେଇ ଦେଇଛନ୍ତି ଏକ ବିବାଦୀୟ ମନ୍ତବ୍ୟ ଯାହାକୁ ନେଇ ଅନେକ ମହଲରୁ ତାଙ୍କୁ ନିନ୍ଦା କରାଯାଉଛି । ସେ କହିଛନ୍ତି କି , ଚାରିହାତ, ଆଠ ହାତ, ଦଶ ହାତ, କୋଡିଏ ହାତ ଅବା ହଜାର ହାତ ବିଶିଷ୍ଟ ଶିଶୁ ଆଜି ଯାଏଁ ଜନ୍ମ ହୋଇନାହାନ୍ତି , ତେବେ ଚାରି ହାତ ବିଶିଷ୍ଟ ଲକ୍ଷ୍ମୀ କିପରି ଜନ୍ମ ହେଲେ?

ନିଜର ବିବାଦୀୟ ମନ୍ତବ୍ୟ ଦ୍ୱାରା ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ନେତା ପୁଣି ଥରେ ହିନ୍ଦୁ ଦେବା ଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଦିପାବଳୀ ଅବସରରେ କିଛି ଫେଟୋ ପୋଷ୍ଟ କରିଛନ୍ତି  । ଯେଉଁଥିରେ ସେ ନିଜ ସ୍ତ୍ରୀଙ୍କୁ ଟିକା ଲଗାଉଥିବା ଦେଖିବାକୁ ମିଳିଛି ।

ଫଟୋ ପୋଷ୍ଟ ସହ ସେ ସେଥିରେ ଲେଖିଛନ୍ତି , ‘ଦୀପୋତ୍ସବ ଅବସରରେ ତାଙ୍କ ପତ୍ନୀଙ୍କୁ ପୂଜା ଓ ସମ୍ମାନ ଦେବାବେଳେ ସେ କହିଥିଲେ ଯେ, ସମଗ୍ର ବିଶ୍ୱର ପ୍ରତ୍ୟେକ ଧର୍ମ,ଜାତି,ରଙ୍ଗ,ବର୍ଣ୍ଣରେ ଏବଂ ଦେଶରେ ଜନ୍ମିତ ଶିଶୁ ଦୁଇଟି ହାତ,ଦୁଇଟି ପାଦ, ଦୁଇଟି କାନ, ଦୁଇ ଆଖି, ଦୁଇ ଛିଦ୍ର ବିଶିଷ୍ଟ ନାକ ସହିତ ଗୋଟିଏ ମୁଣ୍ଡ, ପିଠି ଏବଂ ପେଟ ବିଶିଷ୍ଟ ହୋଇଥାଏ । ତାହେଲେ ଚାରି ହାତ, ଆଠ ହାତ, ଦଶ ହାତ, କୋଡିଏ ହାତ ବା ହଜାର ହାତ ବିଶିଷ୍ଟ ଶିଶୁ ଆଜି ଯାଏଁ ଜନ୍ମ ହୋଇ ନାହିଁ । ତେବେ ଚାଣି ହାତ ବିଶିଷ୍ଟ ଲକ୍ଷ୍ମୀ କିପରି ଜନ୍ମ ହେଲେ ? ଯଦି ଆପଣ ଦେବୀଲକ୍ଷ୍ମୀଙ୍କ ପୂଜା କରିବାକୁ ଚାହୁଁଛନ୍ତି ,ତେବେ ଆପଣ ନିଜ ସ୍ତ୍ରୀକୁ ପୂଜା ଏବଂ ସମ୍ମାନ କରନ୍ତୁ ଯିଏ ପ୍ରକୃତ ଅର୍ଥରେ ଦେବୀ, କାରଣ ସେ ତୁମ ପରିବାରର ପୋଷଣ, ସୁଖ-ସମୃଦ୍ଧି, ଖାଦ୍ୟ-ପେୟ ଆଦି ବୁଝିବା ସହ ଅତି ନିଷ୍ଠାର ସହ ସେ ଦାୟିତ୍ୱ ତୁଲାଇଥାନ୍ତି ।’

 

ପୁଣି ପାକିସ୍ତାନରେ ଅଜ୍ଞାତ ଆତତାୟୀର ଆତଙ୍କ,ଏଥର ଜୈଶ ଆତଙ୍କବାଦୀ ସଫା

ଇସଲାମାବାଦ: ପାକିସ୍ତାନରେ ଆତଙ୍କ ଖେଳାଇ ଚାଲିଛନ୍ତି ଅଜଣା ଆତତାୟୀ । ଏବେ ପୁଣି କରାଚିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । କରାଚିରେ ମୌଲାନା ରହିମୁଲ୍ଲା ତାରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୌଲାନା ରହିମୁଲ୍ଲା ଜୈଶ ମୁଖ୍ୟ ମାସୁଦ ଅଜହରଙ୍କ ନିକଟତର ବୋଲି କୁହାଯାଉଛି । ସେ ସମାବେଶରେ ଭାରତ ବିରୋଧୀ ଭାଷଣ ଦେଉଥିଲା ।

ପୋଲିସର କହିବା କଥା ହେଲା ଓରଙ୍ଗି ଟାଉନରେ ଭାରତ ବିରୋଧୀ ଏକ ରାଲି ଆୟୋଜନ କରାଉଥିଲା । ମୌଲାନା ରହିମୁଲ୍ଲା ଏହି ରାଲିରେ ଯୋଗ ଦେବାକୁ ଯାଉଥିଲା । ସେ ଏକ ଧାର୍ମିକ ସଭାରେ ଯୋଗ ଦେବାକୁ ଯାଉଥିଲାବେଳେ ଅଜଣା ଆତତାୟୀ ତା ଉପରକୁ ଗୁଳି ଚାଳନା କରାଯାଇଥିଲା । ପୂରା ଘଟଣାକୁ ନଜର ପକାଇଲେ ଏହା ଟାର୍ଗେଟ କିଲ୍ଲିଂ ବୋଲି ଜଣାପଡ଼ୁଛି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ପାକିସ୍ତାନରେ ଭାରତ ବିରୋଧୀ ଆତଙ୍କବାଦୀଙ୍କୁ ଅଜ୍ଞାତ ଆତତାୟୀ ଗୁଳି ମାରି ହତ୍ୟା କରିଛନ୍ତି । ଲସ୍କର-ଏ- ତୋଏବାର ପୂର୍ବ କମାଣ୍ଡର ଅକ୍ରମ ଖାନ ଓରଫ ଗାଜିକୁ ଗୁଳି କରି ହତ୍ୟା କରାଯାଇଥିଲା । ଅକ୍ରମ ଭାରତ ବିରୋଧରେ ସବୁବେଳେ ଭାଷଣ ଦେଉଥିଲା । ସେ ୨୦୧୮ ରୁ ୨୦୨୦ ଯାଏ ଲସ୍କର-ଏ- ତୋଏବାରେ ନିଯୁକ୍ତି ଦେବା କାମ କରୁଥିଲା । ଲସ୍କରର ବରିଷ୍ଠ କମାଣ୍ଡର ବି ଥିଲା ଅକ୍ରମ । ଦୀର୍ଘଦିନ ଧରି ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ବି ସପୃକ୍ତ ଥିଲା ।

ରାତି ୩ଟାରେ ଗରିବଙ୍କୁ ୫ଶହ ଟଙ୍କିଆ ନୋଟ ବାଣ୍ଟିଲେ ଆଫଗାନିସ୍ତାନ କ୍ରିକେଟର 

ଅହମ୍ମଦାବାଦ: ଆଫଗାନିସ୍ତାନ କ୍ରିକେଟର ଗୁରବାଜଙ୍କ ମହନୀୟତା । ଭୋର ୩ଟା ରାତିରେ ଯାଇ ଗରିବଙ୍କୁ ୫ଶହ ଟଙ୍କିଆ ନୋଟ ବାଣ୍ଟିଲେ ଆଫଗାନିସ୍ତାନର ଏହି କ୍ରିକେଟର  । ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରବାଜ ଭୋର ୩ ରାତିରେ ଯାଇ ଫୁଟପାଥରେ ଶୋଇଥିବା ଗରିବ ଲୋକଙ୍କୁ ଟଙ୍କା ବାଣ୍ଟିଥିଲେ  । ତେବେ ଲୋକେ ଶୋଇଥିବାରୁ ସେ କାହାକୁ ଉଠାଇନଥିଲେ  । ଶୋଇଥିବା ଲୋକଙ୍କ ପାଖରେ ଗୋଟିଏ ଲେଖାଏଁ ୫ଶହ ଟଙ୍କିଆ ନୋଟ ରଖି ଚାଲିଯାଇଥିଲା ।

ଦୀପାବଳି ଅବସରରେ ଉତ୍ସବ ପାଳନ କରିବାକୁ ଗରିବ ଶ୍ରେଣୀର ଲୋକଙ୍କୁ ସେ ଏହି ଟଙ୍କା ଦେଇଥିବା କହିଛନ୍ତି । ଏହି ଘଟଣା ଯେପରି କେହି ନଜାଣେ ସେଥିଲାଗି ସେ ଭୋର ୩ଟା ରାତିରେ ଯାଇଥିଲେ । ଅହମ୍ମଦାବାଦର ଫୁଟପାଥରେ ଶୋଇଥିବା ଗରିବ ଲୋକଙ୍କ ପାଖରେ ଗୋଟିଏ ଲେଖାଏଁ ୫ଶହ ଟଙ୍କିଆ ନୋଟ ରଖିଥିଲେ। ତେବେ ଏହି ସମୟରେ କେହି ଜଣେ ବ୍ୟକ୍ତି ଗୁରବାଜଙ୍କୁ ଚିହ୍ନ ତାଙ୍କର ଏହି ଭିଡିଓ କରିଥିଲେ।

ଗୁଜବାଜ ସେଠାରୁ କାରରେ ଚାଲିଗଲା ପରେ ଫୁଟପାଥରେ ଶୋଇଥିବା ଲୋକଙ୍କ ନିକଟକୁ ଯାଇ ଦେଖିଥିଲେ ଯେ ପ୍ରତି ଲୋକଙ୍କ ପାଖରେ ଗୋଟିଏ ଲେଖାଏଁ ୫ଶହ ଟଙ୍କିଆ ନୋଟ ରଖାହୋଇଛି  । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଆଫଗାନିସ୍ଥାନର ବ୍ୟାଟ୍ସମ୍ୟାନ ରହମାନୁଲ୍ଲା ଗୁରବାଜ ଆଇପିଏଲରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି  । ଗୁଜରାଟ ଟାଇଟନ୍ସର ପକ୍ଷରୁ ସେ ଖେଳୁଛନ୍ତି  । ଅହମ୍ମଦବାଦ ଗୁଜରାଟ ଟାଇଟାନ୍ସର ହୋମ ପିଚ୍  । ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅହମ୍ମଦାବାଦରେ ଶେଷ ଲିଗ୍ ମ୍ୟାଚ୍ ଖେଳିଥିଲା ।

ଦୀପ ବ୍ୟବସାୟୀଙ୍କ ଉପରେ ଚଢ଼ାଇଦେଲେ ଗାଡ଼ି, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବରରେ ମଦ୍ୟପ କାର ଡ୍ରାଇଭରର ବେପରୁଆ ଗାଡି ଚାଳନା । ବ୍ୟାକ ଗିୟର ପକାଇ ନେଇଗଲା ଜୀବନ । ରାଜଧାନୀ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ଗତକାଲି ରାତିରେ ଘଟିଛି ଏଭଳି ଘଟଣା । ଦୀପ ଓ କାଉଁରିଆ କାଠି ବିକ୍ରି କରିବାକୁ ଦିଗପହଣ୍ଡିରୁ ଆସିଥିବା ବେଳେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ସ୍ବାମୀକୁ ଏମ୍ସରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ଜାଣିବା ପାଇଁ ଦିଗପହଣ୍ଡି ପୋଲିସ ସହ ଯୋଗାଯୋଗ କରିଛି ଲିଙ୍ଗରାଜ ଥାନା ପୋଲିସ । ପୋଲିସ ଗାଡିକୁ ସିଜ କରିଛି । ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଛି । ଗାଡିଟି ପୁରୁଣା ଭୁବନେଶ୍ବର ଅଞ୍ଚଳର ଗୌତମ ମିଶ୍ରଙ୍କ ନାଁରେ ଥିବା ବେଳେ, ତାଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଥାନାଧିକାରୀ ।

ମୁଖ୍ୟମନ୍ତ୍ରୀ, 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ବିଭିନ୍ନ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ରାଜ୍ୟର ବିଭିନ୍ନ ସଂଗଠନର କର୍ମକର୍ତ୍ତା । ନବୀନ ନିବାସରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହିତ ନିଜ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏଥିସହ ଓଡ଼ିଶାର ବିକାଶ ପାଇଁ କାମ ଜାରି ରଖିଥିବାରୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ସେହିପରି ବିଭିନ୍ନ ବିଭାଗର ଉପଦେଷ୍ଟା, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା, ଭୁବନେଶ୍ୱର ମେୟର, କର୍ପୋରେଟର, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଉତ୍ତରକାଶୀ ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ, ଉଦ୍ଧାର କାମ ଜାରି

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଧସିବା ଘଟଣାରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ  ପକ୍ଷରୁ ଜାରି ରହିଛି ଉଦ୍ଧାର ପ୍ରକ୍ରିୟା । ଟନେଲ ଭିତରେ ଫସିଛନ୍ତି ୪୦ ଜଣ ଶ୍ରମିକ । ଟନେଲ ଭିତରେ ଫସିଥିବା ୪୦ ଜଣ ଶ୍ରମିକଙ୍କ ତାଲିକା ଘୋଷଣା କରିଛି ନବଯୁଗ କନଷ୍ଟ୍ରକସନ କମ୍ପାନି ।

୭ ରାଜ୍ୟ ମଧ୍ୟରୁ ଝଡଖଣ୍ଡରୁ ସର୍ବାଧିକ ୧୫ ଜଣ ଅଛନ୍ତି । ସେହିପରି ଓଡ଼ିଶାରୁ ୫ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି । ଏହି ୫ ଓଡ଼ିଆ ଶ୍ରମିକ ହେଲେ ତପନ ମଣ୍ଡଳ, ଭଗବାନ ପତ୍ରା, ବିଶ୍ବେଶ୍ବର ନାୟକ, ରାଜୁ ନାୟକ ଓ ଧୀରେନ୍ । ଫସିଥିବା ଶ୍ରମିକଙ୍କୁ ବାହାର କରିବାକୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏକ ମୋଟର ଜରିଆରେ ଶ୍ରମିକମାନେ ପାଣିକୁ ବାହାରକୁ କାଢିବାରେ ସକ୍ଷମ ହୋଇଛନ୍ତି । ଖୁବ ଶୀଘ୍ର ଧସିଥିବା ମାଟିକୁ ବାହାର କରାଯିବା ଆଶା ରହିଛି । କର୍ତ୍ତୃପକ୍ଷଙ୍କ ପକ୍ଷରୁ ହେଲପଲାଇନ ନମ୍ବର 7455991223 ଜାରି ହୋଇଛି ।

ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ, ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି । ବ୍ରହ୍ମଖାଲ-ଯମୁନେତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲରେ ଘଟିଛି ଏହି ଦୁର୍ଘଟଣା । ସିଲକୟାରା-ଡଣ୍ଡଲଗାଓଁକୁ ସଂଯୋଗ କରୁଥିବା ରାସ୍ତାରେ ଚାଲିଥିଲା ଏହି ଟନେଲ କାମ। ଫସି ରହିଥିବା ଭର୍ଟିକାଲ ଡ୍ରିଲିଂ ମେସିନ ଜରିଆରେ ଟନେଲ ଭିତରକୁ ଅମ୍ଳଜାନ ଛଡ଼ାଯାଉଛି । ଟନେଲର ଆରମ୍ଭ ସ୍ଥଳରୁ ୨୦୦ ମିଟର ପରେ ଟନେଲ ଧସିଛି ବୋଲି କହିଛନ୍ତି ଉତ୍ତରକାଶୀ ଏସପି ଅର୍ପଣ ଯଦୁବଂଶୀ । ଫସିଥିବା ଶ୍ରମିକଙ୍କ ନିକଟକୁ ଖାଦ୍ୟ ବି ପଠାଯାଉଛି । ସେମାନଙ୍କୁ ନିରାପଦରେ ବାହାର କରିବା ଲାଗି ସମସ୍ତ ପ୍ରୟାସ ଜାରି ରହିଛି ।

ଏହି ଟନେଲ ହେଉଛି ଚାରଧାମ ପ୍ରକଳ୍ପର ସବୁଦିନିଆ ରାସ୍ତା ପ୍ରକଳ୍ପ । ଏହି ପ୍ରକଳ୍ପ ଯୋଗୁ ଉତ୍ତରକାଶୀରୁ ଯମୁନେତ୍ରୀ ଦୂରତା ୨୬ କିଲୋମିଟର କମିବ ।

ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ, କ୍ୟାପିଟାଲ ହସ୍ପିଟାଲରେ ଶହେରୁ ଅଧିକ ଆହତ ଭର୍ତ୍ତି

ଭଦ୍ରକ: ଭଦ୍ରକରେ ବାଣ ବିସ୍ଫୋରଣରେ ୫ ଶିଶୁ ଗୁରୁତର । ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ସମୟରେ ଅଘଟଣ ଘଟି ୫ ଜଣ ପିଲା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲାର ସୁଗୋ, ଯାହାଙ୍ଗୀର, କେଦାରପୁର, ସରମରା ଅଂଚଳରେ ଅଘଟଣ ଘଟିଛି । ଟାଉନ ଥାନା ଚରମ୍ପା ଗୁଣ୍ଠୁଣିଆ ବଜାରରେ ବାଣ ବିସ୍ପୋରଣରେ ଜଣେ ଗୁରୁତର ହୋଇଛନ୍ତି । ଶଶିକାନ୍ତ ନାୟକଙ୍କ ଡାହାଣ ହାତର ଗୋଟିଏ ଆଙ୍ଗୁଠି ଉଡ଼ିଯାଇଥିବା ସୂଚନା ମିଳିଛି  ।

ସେପଟେ ଢେଙ୍କାନାଳ ସଦର ବ୍ଲକ ଠେଙ୍ଗିଆ ସାହିରେ ବାଣ ପଡ଼ି ଜଳିଗଲା ଘର । ପ୍ରଥମେ ବାଣ ପଡ଼ି ଏକ ଚାଳଘରେ ନିଆଁ ଲାଗିଯାଇଥିଲା । ପରେ ଆଉ ଏକ ଘରକୁ ନିଆଁ ବ୍ୟାପିଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି ।

ରାଜଧାନୀରେ ମଧ୍ୟ ବାଣ ଫୁଟାଇବା ସମୟରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବରମୁଣ୍ଡା, ସାମନ୍ତରାପୁର, ଟଙ୍କପାଣି ରୋଡ୍ , ବାଲିପାଟଣା, ଯଦୁପୁରରେ ବାଣ ଫୁଟି ଅନେକ ଆହତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ଆହତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ସମସ୍ତଙ୍କୁ କାଜୁଆଲଟିରେ ଚିକିତ୍ସା କରାଯାଉଛି  । କାହାର ଅବସ୍ଥା ଗୁରୁତର ନଥିବା ସୂଚନା ମିଳିଛି  । ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ ତରଫରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି  ।

ସୋରର ବିଭିନ୍ନ ସ୍ଥାନରୁ ବାଣ ଫୁଟାଇ ୧୦ରୁ ଉର୍ଦ୍ଧ୍ବ ଗୁରୁତର । ଆହତ  ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଟେଣ୍ଟେଇ ଗାଁରେ ବାଣ ନିଆଁରେ ଚାରି ବଖରା ଘର ଜଳି ଯାଇଛି। ଦୀପାବଳି ଅବସରରେ ସନ୍ଧ୍ୟାରେ ବ୍ଲକରେ ବିଭିନ୍ନ ଗ୍ରାମରେ ବାଣ ଫୁଟାଇଥିଲେ ଲୋକେ । ବାଣ ନିଆଁରେ ଜଣେ ଶିଶୁ ସମେତ ଦଶରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଦୀପାବଳିରେ ଦିଲ୍ଲୀରେ ଫୁଟିଲାନି ବାଣ

ନୂଆଦିଲ୍ଲୀ: ସଚେତନ ହେଲେ ଦିଲ୍ଲୀବାସୀ । ଦୀପାବଳିରେ ଫୁଟିଲାନି ବାଣ । ଗତ ୮ ବର୍ଷ ମଧ୍ୟରେ ଦିଲ୍ଲୀର ବାୟୁଗୁଣବତ୍ତା ଦୀପାବଳିରେ ଭଲ ରହିଥିବା ସୂଚନା ମିଳିଛି । ଗତବର୍ଷ ଦୀପାବଳିରେ ଏକ୍ୟୁଆଇ ୩୧୨ ଥିଲାବେଳେ ଚଳିତ ବର୍ଷ ଏକ୍ୟୁଆଇ ରହିଥିଲା ୨୧୮ । ୨୦୨୦ରେ ଏକ୍ୟୁଆଇ ୪୧୪ ଥିବାବେଳେ ୨୦୨୧ରେ ଏହା ଥିଲା ୩୮୨ । ବାଣ ଉପରେ ଦିଲ୍ଲୀ ସରକାର କଟକଣା ଲଗାଇଥିବାରୁ ଚଳିତ ବର୍ଷ ସ୍ଥିତି ହୋଇଛି ସୁଧାର ।

ତେବେ ଦିଲ୍ଲୀ ସୀମା ଅନ୍ତର୍ଗତ ପଞ୍ଜାବ, ହରିଆଣାରେ ନଡା ଜାଳିବା ଘଟଣା ବଢୁଥିବାରୁ ଏହାର ପ୍ରଭାବ ଦିଲ୍ଲୀ ପରିବେଶ ଉପରେ ପଡିଛି । ସେପଟେ ଖୋଲାରେ ବର୍ଜ୍ୟପଦାର୍ଥ ଜାଳିବା ନେଇ ୩୮୩ ଜଣଙ୍କ ବିରୋଧରେ ଚାଲାଣ କାଟିଛି ଦିଲ୍ଲୀ ମହାନଗର ନିଗମ । ସେହିପରି ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ୮୨୩ଟି ଚାଲାଣ ବି କଟାଯାଇଛି । ଉଭୟ କ୍ଷେତ୍ରରେ ୧ କୋଟି ୭୨ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି । ପ୍ରବଳ ଗହଳି ହେଉଥିବା ଅଞ୍ଚଳକୁ ନ ଯିବା ଲାଗି ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ଘରୁ ନବାହାରିବା ସହ ରାସ୍ତାରେ ଦୌଡିବା, ମର୍ଣ୍ଣିଂଓ୍ବାକ, ଶାରୀରିକ ବ୍ୟାୟାମ ନ କରିବା ଲାଗି ପରାମର୍ଶ ଦିଆଯାଇଛି । ନିୟମିତ ଆଖି ଧୋଇବା, କୁଳୁକୁଚା କରିବା ଲାଗି ମଧ୍ୟ କହିଛି ସ୍ବାସ୍ଥ୍ୟ ବିଭାଗ ।

ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୧୫ ତାରିଖରୁ ଭିଜିବ ଓଡ଼ିଶା

ଭୁବନେଶ୍ବର: ଆଜି ଆଣ୍ଡାମାନ ସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି । ପ୍ରଭାବରେ ୧୫ ତାରିଖରୁ ଭିଜିବ ଓଡ଼ିଶା ।

ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡା, କଟକ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାରେ ବର୍ଷା ହେବ । ୧୬ ତାରିଖରେ ବଢିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ଜିଲ୍ଲାରେ ବର୍ଷା ହେବ । ୧୭ ଏବଂ ୧୮ ତାରିଖରେ ସାରା ଓଡ଼ିଶାରେ ମେଘୁଆ ପାଗ ରହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଚାଷୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର  । ଅମଳ ଯୋଗ୍ୟ ହୋଇଥିବା ଧାନକୁ ଚାଷୀମାନେ ଯଥା ସମ୍ଭବ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ପରେ ଓଡ଼ିଶାକୁ ପ୍ରବେଶ କରିବ ପୂର୍ବାଳି ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । କିନ୍ତୁ ବାୟୁମଣ୍ଡଳରେ ଜଳୀବାପଷ୍ପର ପରିମାଣ ନ ଥିବାରୁ ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ସିଧାସଳଖ ପ୍ରଖର କିରଣ ପାଇଁ ଦିନରେ ଗରମ ବା ତାତି ଅନୁଭୁତ ହେଉଛି ।

ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଭାରତ

ବାଙ୍ଗାଲୋର: ଟିମ୍ ଇଣ୍ଡିଆର ବଡ଼ ବିଜୟ । ଚଳିତ ବିଶ୍ବକପରେ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି ରୋହିତ ବାହିନୀ । ଭାରତ ପକ୍ଷରୁ ବୁମରା, ଜାଡେଜା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସବୁଠାରୁ ବଡ଼ କଥା ହେଉଛି କି କୋହଲି ଏବଂ ରୋହିତଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମଧ୍ୟ ମିଳିଛି । ଭାରତୀୟ ଦଳର ୯ ଜଣ ବୋଲର ବୋଲିଂ କରିଥିଲେ । ଶୁଭମନ ଗିଲ ମଧ୍ୟ ବୋଲିଂ କରିଥିବା ନଜର ଆସିଥିଲା । ନେଦରଲାଣ୍ଡସ ଆଗରେ ୪୧୧ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ୨୫୦ ରନରେ ଅଲଆଉଟ ହୋଇଛି ଦଳ ।

ଚଳିତ ବିଶ୍ବକପ୍‌ରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ। ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍‌ ୫୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ । ଚଳିତ ବିଶ୍ବକପରେ ଭାରତ କରିଥିଲା ସର୍ବାଧିକ ସ୍କୋର । ଶ୍ରେୟସ ଆୟର ଓ କେ.ଏଲ ରାହୁଲ ଦମଦାର ଶତକ ସହାୟତାରେ ୫୦ ଓଭରରେ ୪ ଓ୍ବିକେଟ ହରାଇ ୪୧୦ ରନ କରିଥିଲା ଭାରତ । କେ.ଏଲ. ରାହୁଲ ୪ଟି ଛକା ଓ ୧୧ଟି ଚୌକା ସହାୟତାରେ ୬୪ ବଲରେ ୧୦୨ରନ ସଂଗ୍ରହ କରିଥିଲେ । ସେହିପରି ୯୪ବଲରେ ୫ଛକା ଓ ୧୦ଟି ଚୌକା ମାରି ୧୨୮ରନ କରିଥିଲେ ଶ୍ରେୟସ ଆୟର । ଶ୍ରେୟସ ଓ କେ ଏଲ ରାହୁଲଙ୍କ ୨୦୮ ରନ ପାର୍ଟନରସିପ ବଳରେ ଟିମ ଇଣ୍ଡିଆ ନେଦରଲାଣ୍ଡସ ଆଗରେ ବିଶାଳ ସ୍କୋର ଛିଡା କରିଥିଲା । ଭାରତୀୟ ହିସାବରେ ବିଶ୍ବକପରେ କେଏଲ ରାହୁଲଙ୍କ ଏହା ଦ୍ରୁତତମ ଶତକ । ସେହିପରି ୫୪ବଲରୁ ୬୧ରନ କରିଥିଲେ କ୍ୟାପଟେନ ରୋହିତ ଶର୍ମା । ରୋହିତଙ୍କ ଅର୍ଦ୍ଧଶତକୀୟ ଇନିଂସରେ ରହିଥିଲା ୨ଛକା ଓ ୮ଟି ଚୌକା । କୋହଲି ୫୬ବଲରେ ୫୧ ଏବଂ ଶୁଭମନ ଗିଲ ୩୨ ବଲରେ ୫୧ରନ କରିଥିଲେ । ଜବାବରେ ୪୧୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲାଣ୍ଡସ । ନିୟମିତ ଭାବେ ଦଳର ଓ୍ବିକେଟ ପତନ ନେଦରଲାଣ୍ଡସକୁ ପରାଜୟ ଦ୍ବାରଦେଶକୁ ନେଇଯାଇଥିଲା । ଶେଷରେ ୨୫୦ ରନରେ ଦଳ ଅଲଆଉଟ ହୋଇଯାଇଥିଲା ।