ନନ୍ଦିଘୋଷ ବ୍ୟୁରୋ: ଦମଦାର ପାଳି ପରେ ଆଇସିସି ରାଙ୍କିଂରେ ଉପରକୁ ଉଠିଲେ ରିଙ୍କୁ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ରେ ରିଙ୍କୁଙ୍କ ଧମାକାଦାର ବ୍ୟାଟିଂ ବେଶ ଦର୍ଶନୀୟ ଥିଲା । ୩୯ ବଲରୁ ୬୮ ରନର ଅପରାଜିତ ପାଳି ଖେଳିଥିଲେ । ଏଥିରେ ୨ଟି ଛକା ଏବଂ ୯ଟି ଚୌକା ସାମିଲ । ତେବେ ରିଙ୍କୁ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବାବେଳେ ଅଧିକ ବଲ ଖେଳିବାର ପ୍ରାୟତଃ ସୁଯୋଗ ପାଇ ନଥାନ୍ତି । ତଥାପି ୨୦୦ ପାଖାପାଖି ଷ୍ଟ୍ରାଇକ ରେଟରେ ଖେଳୁଛନ୍ତି । ଆୟାରଲାଣ୍ଡ ବିପକ୍ଷରେ ୩୭ ରନର ବାଳି ତାଙ୍କର ସର୍ବାଧିକ ସ୍କୋର ଥିଲା । ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ରିଙ୍କୁଙ୍କ ରାଙ୍କ ଥିଲା ୪୬୪ । କିନ୍ତୁ ସେ ଏବେ ସିଧା ସଳଖ ଟି-୨୦ରେ ୫୯ ନମ୍ବର ସ୍ଥାନକୁ ଲମ୍ଫ ମାରିଛନ୍ତି । ସେ ଯେଉଁଭାବେ ଖେଳୁଛନ୍ତି ଆଗାମୀ ଦିନରେ ଟିମ ଇଣ୍ଡିଆ ପାଇଁ ବଡ଼ ପ୍ଲସ ପଏଣ୍ଟ ହେବେ । ଜଣେ ଶ୍ରେଷ୍ଠ ଫିନିସରଭାବେ ତାଙ୍କୁ ମଧ୍ୟ ଗଣା ଯାଉଛି । ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ରିଙ୍କୁ ବହୁ ମ୍ୟାଚ ଦଳକୁ ବିଜୟ କରାଇଛନ୍ତି । ତେବେ ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ରିଙ୍କୁ ।
ଶହେ କୋଟିର ଡିଲ୍ ଫେଲ୍ ହେବାରୁ ରେଡ୍, ବିଜେଡି ଆଣିଲା ସାଂଘାତିକ ଅଭିଯୋଗ
ଭୁବନେଶ୍ବର: ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ରେଡ୍ ହେବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରରେ ବିଜେପିର ବଡ଼ ନେତାମାନେ ଭିନ୍ନ ମତ ଦେଉଥିବାବେଳେ ରାଜ୍ୟ ବିଜେପିର ଆଭିମୁଖ୍ୟ ଭିନ୍ନ ରହିଛି । ବୁଧବାର ବିଜେଡି ପକ୍ଷରୁ ଆୟୋଜିତ ପ୍ରେସମିଟରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଆୟକର ବିଭାଗର ଚଢ଼ାଉ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଏହି ପ୍ରେସମିଟ୍ କରାଯାଇଥିଲା । ତେବେ ବିଜେଡି ପକ୍ଷରୁ କୁହାଯାଇଛି କି, ଓଡ଼ିଶା ବିଜେପି କଂଗ୍ରେସର ଢ଼ାଲ ସାଜିଛି । କେନ୍ଦ୍ର ଓ ଓଡ଼ିଶା ବିଜେପିର ଆଭିମୁଖ୍ୟ ଭିନ୍ନ । କେନ୍ଦ୍ରୀୟ ନେତାମାନେ କଂଗ୍ରେସକୁ ଟାର୍ଗେଟ କରୁଥିବାବେଳେ ଓଡ଼ିଶାରେ ବିଜେପି ନେତାମାନେ ଗଣମାଧ୍ୟମ ସମ୍ମୁଖରେ ମିଥ୍ୟା କହୁଛନ୍ତି । ଓଡ଼ିଶା ବିଜେପି କଂଗ୍ରେସକୁ ବଞ୍ଚାକୁ ଉଦ୍ୟମ କରୁଛି । ଓଡ଼ିଶା ବିଜେପିର ପ୍ରବକ୍ତାମାନେ କଂଗ୍ରେସକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । କେନ୍ଦ୍ରୀୟ ନେତାମାନେ କହୁଛନ୍ତି କି, ଯେଉଁ ଟଙ୍କା ଧରା ହୋଇଛି ସେଥିରେ କଂଗ୍ରେସର ନେତାଙ୍କ ଟଙ୍କା ରହିଛି । ଏହାସହ କଂଗ୍ରେସ ନେତାଙ୍କୁ ଉତ୍ତରଦାୟୀ କରିଛନ୍ତି । କିନ୍ତୁ ଓଡ଼ିଶାରେ ବିଜେପି ଭିନ୍ନ ମତ ଦେଖିବାକୁ ମିଳିଛି ।
ପଡୋଶୀ ରାଜ୍ୟରୁ ରାଜ୍ୟସଭାକୁ ଯିବା ପାଇଁ କଂଗ୍ରେସ ସାଂସଦ ଧୀରଜ ସାହୁ ପରିବାର ସହ ଶହେ କୋଟିର ଡିଲ କରିଥିଲେ ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ। ଏଭଳି ଚର୍ଚ୍ଚା ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର। ଆୟକର ବିଭାଗ ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ରାଜ୍ୟ ବିଜେପି କଂଗ୍ରେସର ଢାଲ ସାଜି ସୁରକ୍ଷା ଦେବା ଘଟଣାରୁ ଏଭଳି ସନ୍ଦେହ ସୃଷ୍ଟି ହେଉଛି। ବିଜେପିର କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ସହ ରାଜ୍ୟ ବିଜେପି ନେତାଙ୍କ ତାଳମେଳ ନାହିଁ। କେନ୍ଦ୍ର ବିଜେପିର ତୁଙ୍ଗ ନେତାମାନେ ଆୟକର ଚଢାଉରେ ମିଳିଥିବା ବିପୁଳ ଟଙ୍କା କଂଗ୍ରେସର ବୋଲି କହୁଥିବା ବେଳେ ରାଜ୍ୟ ବିଜେପି ଏଠି ଓଡିଶା କଂଗ୍ରେସର ପ୍ରବକ୍ତା ସାଜି ସୁରକ୍ଷା ଦେବାକୁ ଚେଷ୍ଟା କରୁଛି। ରାଜ୍ୟ ବିଜେପି ନେତାଙ୍କ ଏଭଳି ଆଚରଣକୁ କଟୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର, ଗିରିରାଜ ସିଂହ ପ୍ରମୁଖ ଜବତ ଟଙ୍କାକୁ ନେଇ କଂଗ୍ରେସକୁ ସମାଲୋଚନା କରୁଛନ୍ତି । ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବିଜେପି ସାଂସଦ ଧାରଣାରେ ବସି କଂଗ୍ରେସ ଠାରୁ ଜବାବ ମାଗୁଛନ୍ତି। ଝାଡଖଣ୍ଡ ବିଜେପି ନେତା ଏହି ପ୍ରସଙ୍ଗରେ କଂଗ୍ରେସ ବିପକ୍ଷରେ ଆନ୍ଦୋଳନ କରୁଛନ୍ତି, ପ୍ରତିବାଦ ଚଳାଇଛନ୍ତି। ହେଲେ ଲାଗୁଛି କେନ୍ଦ୍ରମନ୍ତ୍ରୀ ହୋଇଥିବା ଓଡିଶାର ଜଣେ ବିଜେପି ନେତା ଯେମିତି ପ୍ରତିଜ୍ଞା କରିଛନ୍ତି, କଂଗ୍ରେସକୁ ପ୍ରାଣପଣେ ସୁରକ୍ଷା ଯୋଗାଇଦେବେ। କାରଣ ଶୁଣିବାକୁ ମିଳୁଛି, ନିର୍ବାଚନରେ ସାହାଯ୍ୟ କରିବାକୁ କୁଆଡେ ୧୦୦ କୋଟିର ଡିଲ୍ ହୋଇଥିଲା। ଡିଲ୍ କାର୍ଯ୍ୟକାରୀ ହୋଇନପାରିବାରୁ ଆଇଟି ରେଡ୍ ହୋଇଥିବା ବିଜେପି ମହଲରେ ଚର୍ଚ୍ଚା ହେଉଛି। ସେହିଭଳି ବିଜେପି ଶାସିତ ଉତ୍ତର ପ୍ରଦେଶରେ ୨୨ଟି ଡିଷ୍ଟିଲାରୀ ପ୍ଲାଣ୍ଟ ଥିବା ବେଳେ ମଧ୍ୟପ୍ରଦେଶରେ ୨୦, ମହାରାଷ୍ଟ୍ରରେ ୧୨୭, ରାଜସ୍ଥାନରେ ୧୬, କର୍ଣ୍ଣାଟକରେ ୩୮ ଓ ଛତିଶଗତରେ ୯ଟି ଡିଷ୍ଟିଲାରୀ ପ୍ଲାଣ୍ଟ ରହିଛି । ସେହି ଅନୁପାତରେ ଓଡିଶାରେ ମାତ୍ର ୨ଟି ଡିଷ୍ଟିଲାରୀ ପ୍ଲାଣ୍ଟ ରହିଛି । ବିଜେପି ନେତାମାନେ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଦେଇଥିବା ଭୁଲ ତଥ୍ୟ ପାଇଁ ଲଜ୍ଜିତ ହେଉଛନ୍ତି ବୋଲି ସେ କହିଛନ୍ତି । ବିଜେପିର ଏମିତି ଆଭିମୁଖ୍ୟ ପାଇଁ ଗତ ପଂଚାୟତ ନିର୍ବାଚରେ ବିଜେପିକୁ ରାଜ୍ୟବାସୀ ୩ନମ୍ବର ସ୍ଥାନକୁ ଠେଲିଦେଇଥିଲେ । ଆଗକୁ ମଧ୍ୟ ବିଜେପିକୁ ରାଜ୍ୟବାସୀ ଉଚିତ ଜବାବ ଦେବେ ବୋଲି କହିଛନ୍ତି ସ୍ୱୟଂପ୍ରକାଶ ।
ଠକିଦେଲା ବର, ଦିଅରକୁ ବାହା ହେଲେ ମହିଳା
କାନପୁର: ବାହା ବେଦୀ ସଜା ହୋଇଥାଏ । ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ମଧ୍ୟ ଜମିଥାଏ । ଅନେକ ଅସୁମାରୀ ସ୍ୱପ୍ନ ନେଇ ବରର ଆସିବା ବାଟକୁ ଚାହିଁ ବସିଥାଏ ଯୁବତୀଟିଏ । ହେଲେ ଆସିଲାନି ବର । ବାହାଘର ପୂର୍ବରୁ ବରକୁ ଅଟକ ରଖିଲା ପୋଲିସ୍ । । ଶେଷରେ ବରର ଭାଇ ଅର୍ଥାତ୍ ଦିଅର ହେବାକୁ ଯାଉଥିବା ଯୁବକଙ୍କୁ ବାହା ହେବେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ହମିରପୁର ଜିଲ୍ଲାରେ ।

ସୂଚନା ଅନୁସାରେ କାହ୍ନାଖେଡ଼ା ଗାଁ’ର ସୁରେନ୍ଦ୍ର ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କର ବିବାହ ନେଓ୍ୱଡ଼ା ଗାଁ’ର ଜଣେ ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା । ବାହା ହେବାକୁ ବାଜା ବଜେଇ ଡିଜେର ତାଳେ ତାଳେ ନାଚି ପ୍ରସେସନ୍ ନେଇ ଆସିବା ବେଳେ ହଠାତ୍ ବର ନିକଟରେ ପହଞ୍ଚିଲା ପୋଲିସ୍ । କାରଣ ଉକ୍ତ ଯୁବକଙ୍କ ନାଁ’ରେ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ପ୍ରେମିକା । ପ୍ରେମିକାକୁ ଠକି ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ ଯୁବକ ଜଣକ । ତେବେ ସୁରେନ୍ଦ୍ରଙ୍କୁ ପୋଲିସ ଉଠାଇ ନେବାପରେ ଗାଁ’ର ବରିଷ୍ଠ କିଛି ବ୍ୟକ୍ତି ଥାନାରେ ପହଞ୍ଚିଥିଲେ ଆପୋଷ ବୁଝାମଣା ପାଇଁ । ଏହା ବାଦ୍ ପୋଲିସ ତିନି ପରିବାରର ସଦସ୍ୟଙ୍କୁ ମଧ୍ୟ ଥାନାକୁ ଡାକିଥିଲା । ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ବିବାହ କରିବେ ଏବଂ ଅନ୍ୟ ଯୁବତୀ ଜଣକ ସୁରେନ୍ଦ୍ରଙ୍କ ଭାଇଙ୍କୁ ବିବାହ କରିବେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପରେ କାହିଁକି କ୍ଷମା ମାଗିଲେ ଯୁବ କ୍ରିକେଟର୍ ରିଙ୍କୁ ସିଂହ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କ ଆକ୍ରମଣାତ୍କକ ଖେଳ ପାଇଁ ସେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ବଡ଼ ବଡ଼ ସଟ ମାରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ରିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ରେ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ରିଙ୍କୁ । ଯଦିଓ ଟିମ ଇଣ୍ଡିଆ ଡିଏଲ ମେଥର୍ଡରେ ଏହି ମ୍ୟାଚଟି ହାରି ଯାଇଛି ତଥାପି ରିଙ୍କୁଙ୍କ ଦମଦାର ଇନିଂସ ସମସ୍ତଙ୍କ ବେଶ ମନେ ରହିବ । ତେବେ ଏହି ମ୍ୟାଚରେ ଏକ ଛକା ମାରିବାବେଳେ ମିଡିଆ ଗ୍ୟାଲେରୀରେ ଥିବା ଝକରାର କାଚ ଭାଙ୍ଗି ଦେଇଥିଲା । ମାତ୍ର ଏକଥା ରିଙ୍କୁଙ୍କୁ ଜଣା ନଥିଲା । ତେବେ ପରେ ଯେତେବେଳେ ସେ ଏହି କଥା ଜାଣିଥିଲେ ସେ କ୍ଷମା ମାଗିଥିବା ଦେଖିବାକୁ ମିଳିଥିଲା ।
୩୯ ଟି ବଲରେ ରିଙ୍କୁ ସିଂ ଅପରାଜିତ ୬୮ ରନ୍ ସଂଗ୍ରହ କରିଥିଲେ। ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ୭୦ ରନର ଭାଗିଦାରୀ କରିଥିଲେ। ରିଙ୍କୁ ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୩୮ ରନର ଭାଗିଦାରୀ ହୋଇଥିଲା | ବିସିସିଆଇ ସୋସିଆଲ ମିଡିଆ ଟ୍ବିଟର (ଏକ୍ସ)ରେ ଏକ ଭିଡିଓ ଅପଲୋଡ୍ କରିଛି ଯେଉଁଥିରେ ରିଙ୍କୁ ସିଂ ଏକ ସାକ୍ଷାତକାର ଦେଉଥିବାର ନଜର ଆସିଛନ୍ତି। ଗ୍ଲାସ ଭାଙ୍ଗିବା ପ୍ରଶ୍ନରେ ରିଙ୍କୁ ସିଂ କହିଛନ୍ତି ଯେ ମୁଁ ଜାଣେ ନାହିଁ ଯେ ଏହା ଘଟିଛି, ମୁଁ ତୁମଠାରୁ ଏହା ଜାଣିଛି। ଏଥିପାଇଁ ମୁଁ ଦୁଃଖିତ ।
Maiden international FIFTY 👌
Chat with captain @surya_14kumar 💬
… and that glass-breaking SIX 😉@rinkusingh235 sums up his thoughts post the 2⃣nd #SAvIND T20I 🎥🔽 #TeamIndia pic.twitter.com/Ee8GY7eObW— BCCI (@BCCI) December 13, 2023
ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା
କଟକ: ଚଳିତ ବର୍ଷ ଫେବୃୟାରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୨୦ରେ ସାହିତ୍ୟ ପରୀକ୍ଷା ରହିଥିବାବେଳେ ଫେବୃୟାରୀ ୨୩ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ ସଂସ୍କୃତ ଏବଂ ମାର୍ଚ୍ଚ ୨ରେ ବିଜ୍ଞାନଓ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।
ଦଶମ ବୋର୍ଡ ପରୀକ୍ଷା ନେଇ ପ୍ରେସମିଟ୍
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା
୫ଲକ୍ଷ ୫୧ହଜାର ୬୫୧ଜଣ ଫର୍ମ ଫିଲ୍-ଅପ୍ କରିଛନ୍ତି
ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା
ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ରହିବ ସିସିଟିଭି
ଓ୍ୱେବ ଟେଲିକାଷ୍ଟିଂ କରିବା ଯୋଜନା କରାଯାଉଛି
AI ଜରିଆରେ ପରିଚାଳନା ତ୍ରୁଟି ଜାଣିବାକୁ ବ୍ୟବସ୍ଥା
୬ମାର୍ଚ୍ଚରୁ ନବମ ପରୀକ୍ଷା
୬ମାର୍ଚ୍ଚରୁ ୧୫ମାର୍ଚ୍ଚ ଯାଏ ଚାଲିବ ନବମ ପରୀକ୍ଷା
ବୋର୍ଡରୁ ସ୍କୁଲକୁ ଯିବନି ପ୍ରଶ୍ନପତ୍ର, ହାଇଟେକ୍ ହେବ
ନବମ ଶ୍ରେଣୀ ପ୍ରଶ୍ନ ଅନଲାଇନରେ ଦିଆଯିବ
୨ଘଣ୍ଟା ପୂର୍ବରୁ ପ୍ରଶ୍ନ ଡାଉନଲୋଡ୍ କରିବେ ସମ୍ପୃକ୍ତ ସ୍କୁଲ
ଡାଉନଲୋଡ ପରେ ପ୍ରଶ୍ନପତ୍ର ପ୍ରିଣ୍ଟ କରି ଛାତ୍ରଛାତ୍ରୀଙ୍କୁ ଦେବେ
‘ଲୋକସଭାକୁ ବାଚସ୍ପତିଙ୍କ ଆଶ୍ୱାସନା, ଏହା ସାଧାରଣ ଧୂଆଁ ଚିନ୍ତାର କୌଣସି କାରଣ ନାହିଁ’
ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଲୋକସଭାକୁ ବାଚସ୍ପତି ଓମ୍ ବିର୍ଲାଙ୍କ ଆଶ୍ୱାସନା । ଯେତେବେଳେ ଗୃହ ପୁନଃ ଆରମ୍ଭ ହୋଇଥିଲା ତ୍ରୁଟିକୁ ନେଇ ସମସ୍ତ ସାଂସଦଙ୍କୁ ଆଶ୍ୱାସନା ଦେଇଛନ୍ତି ବାଚସ୍ପତି । ସେ କହିଛନ୍ତି, ବର୍ତ୍ତମାନ କୌଣସି ଚିନ୍ତାର କାରଣ ନାହିଁ । ଏହା ହେଉଛି ସାଧାରଣ ଧୂଆଁ। ଏହି ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ଗୃହରେ ସମସ୍ତଙ୍କୁ ଅବଗତ କରାଯିବ ବୋଲି ବାଚସ୍ପତି କହିଛନ୍ତି ।
ଦର୍ଶକ ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ସଂସଦ ବାହାରୁ ଆଉ ଦୁଇ ଅଭିଜ୍ଞଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଧରାପଡିଥିବା ଅଭିଯୁକ୍ତଙ୍କ ଠାରୁ ସମସ୍ତ ସାମଗ୍ରୀ ଜବତ କରାଯାଇଛି ବୋଲି ବାଚସ୍ପତି ଓମ୍ ବିର୍ଲା ଗୃହରେ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ସଂସଦ ଅଧିବେଶନ ଚାଲିଥିବାବେଳେ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଥିଲେ ଦୁଇ ଯୁବକ। ଘଟଣାର ଗୁରୁତ୍ୱ ସହ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଭିତରେ ହଙ୍ଗାମା କରିଥିବା ଦୁଇଜଣ ବ୍ୟକ୍ତି ହେଲେ ୪୨ ବର୍ଷ ବୟସ୍କ ନୀଲମ ଓ ୨୫ ବର୍ଷ ଅନମୋଲ ସିନ୍ଧୁ। ଏହି କାଣ୍ଡ ଘଟାଉଥିବା ବେଳେ ସେମାନେ ତାନାଶାହୀ ନେହିଁ ଚଲେଗା ନାରା ଦେଇଥିଲେ ।
ନବଜାତକକୁ ବୋରୱେଲରେ କିଏ ଫୋପାଡିଥିଲା? ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଖୋଳତାଡ଼ ଆରମ୍ଭ
ରେଙ୍ଗାଲୀ: କିଏ ସେ ନିର୍ଦ୍ଦୟୀ, କିଏ ସେ ନୃଶଂସ ? ନବଜାତକକୁ କିଏ ବୋରଓ୍ବେଲରେ ଫିଙ୍ଗିଥିଲା ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଶିଶୁ କନ୍ୟାକୁ ହତ୍ୟା ଉଦ୍ୟମ କରିଥିବା ଅଜଣା ଅଭିଯୁକ୍ତ ବିରୋଧରେ ରେଙ୍ଗାଲୀ ଥାନାରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ । IPC 307 ଦଫାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଗାଁ ଲୋକଙ୍କୁ ପଚରାଉଚରା ପରେ ଛାନଭିନ ଆରମ୍ଭ ହେବ ବୋଲି ସମ୍ବଲପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଚାଲିଛି ଖୋଳତାଡ । ଏଭଳି ଘଟଣାକୁ ଯେତେ ସମାଲୋଚନା, ନିନ୍ଦା କଲେ ବି କମ୍ ପଡ଼ିଯିବ । ଶିଶୁଟି କନ୍ୟା ହୋଇଥିବା ବେଳେ ଶିଶୁଟିର ବାପାମାଆଙ୍କ ପରିଚୟ ମିଳିପାରିନି । କିଏ ଏଭଳି ପଶୁ ଭଳି କାମ କରିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି ।
ଅଧିକ ପଢନ୍ତୁ:- କିଭଳି ରହିଛି ବୋରୱେଲରୁ ଉଦ୍ଧାର ନବଜାତ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା, ଜାଣନ୍ତୁ…
୫୦ ବର୍ଷ ତଳେ ଖୋଳା ଯାଇଥିଲା ବୋରଓ୍ବେଲ । ୨୫ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ଥିଲା ବୋରଓ୍ବେଲ । ରେଙ୍ଗାଲି ଅଞ୍ଚଳର ଶ୍ରୀରାମ ଅଗ୍ରୱାଲ କାଜୁ ଫିଲ୍ଡ ପାଇଁ ଖୋଲିଥିଲେ ବୋରଓ୍ବେଲ । ଅବୈଧ ସମ୍ପର୍କରୁ ଶିଶୁକନ୍ୟା ଜନ୍ମ ହେବା ପରେ ଶିଶୁ କନ୍ୟାକୁ ମାରିବା ପାଇଁ କେହି ବୋରଓ୍ବେଲ ପାଇପ ଭିତରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । କେହି ଜାଣିଦେବା ଭୟରେ ବୋରଓ୍ବେଲ ଉପରେ ପଥରକୁ ଘୋଡାଇ ଦିଆଯାଇଥିଲା । ହେଲେ ଶିଶୁ କନ୍ୟାଟି କାନ୍ଦିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।
ଖବର ପାଇବା କ୍ଷଣି ପୋଲିସ, ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ୩ଟି ଜେସିବି ସହାୟତାରେ ସମାନ୍ତରାଳ ଗାତ ଖୋଳିବା ଆରମ୍ଭ ହୋଇଥିଲା । ଡାକ୍ତରୀ ଦଳ ପହଞ୍ଚି ନବଜାତକର ପାଖକୁ ଅକ୍ସିଜେନ ପାଇପ ପଠାଇଥିଲେ । ତୁରନ୍ତ ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍ ଯାଇ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା । ଗାତ ଖୋଳି ପାଇପ ନିକଟରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ। ପରେ ଭୁବନେଶ୍ବରରୁ ବିମାନ ଯୋଗେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଯାଇଥିଲା। ଶିଶୁଟି ଉପରେ ନଜର ରଖିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଡିଏମ, ଉପଜିଲ୍ଲାପାଳ, ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ରେସ୍କ୍ୟୁ ଅପରେସନର ତଦାରଖ କରିଥିଲେ। ଶେଷରେ ୮ ଘଣ୍ଟାର ମାରାଥନ ଅପରେସନ ପରେ ସଫଳତା ମିଳିବା ସହ ଶିଶୁକନ୍ୟାଟିକୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଥିଲା ।
ହଟ୍ ଡଗ୍ ବିକୁଛନ୍ତି କମେଡିଆନ୍ ସୁନିଲ ଗ୍ରୋଭର
ମୁମ୍ବାଇ: କେବେ ଗୁଥି ତ କେବେ ଡାକ୍ତର ମଶହୁର ଗୁଲାଟି ଭାବରେ ଅଭିନୟ କରି ସୁନିଲ ଗ୍ରୋଭର ଦର୍ଶକଙ୍କୁ ଖୁବ୍ ହସାଇଛନ୍ତି । କପିଲ ଶର୍ମାଙ୍କ କମେଡ଼ି ଶୋ’ରେ ସେ ମାହୋଲକୁ ଖୁବ୍ ମଜାଦାର କରିଥିଲେ । କିନ୍ତୁ ଏକ ବିବାଦ ପରଠାରୁ ସୁନିଲ ଗ୍ରୋଭରଙ୍କୁ ଆଉ ଶୋ’ରେ ଦେଖିବାକୁ ମିଳିନଥିଲା । ଦୀର୍ଘ ଦିନ ହେବ ଦର୍ଶକ ଉଭୟଙ୍କୁ ପରଦାରେ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷର କରି ବସିଥିଲେ । ସୂଚନା ଅନୁସାରେ ଏବେ ଦର୍ଶକଙ୍କର ଏକ ଏହି ଆଶା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଉଭୟଙ୍କୁ ନେଟଫ୍ଲିକ୍ସରେ ଏକା ସାଙ୍ଗରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଏହା ମଧ୍ୟରେ ସୁନିଲ ଗ୍ରୋଭରଙ୍କର ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସେ ହଟ୍ ଡଗ୍ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଘଟଣା ସୁନିଲଙ୍କ ପାଇଁ ନୂଆ ନୁହେଁ ଏହା ପୂର୍ବରୁ ମଧ୍ୟ ତାଙ୍କୁ ଏଭଳି କିଛି କରୁଥିବାର ଦେଖିବାକୁ ମିଳିଥିଲା ।
https://www.instagram.com/reel/C0v_TwmrbNq/?utm_source=ig_web_copy_link
ସୁନିଲ ତାଙ୍କ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓ ଶେୟାର କରିଛନ୍ତି । ସେଥିରେ ସେ ରାସ୍ତା କଡ଼ରେ ହଟ୍ ଡଗ୍ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଏକ ବଡ଼ ତାଓ୍ୱାରେ ବ୍ରେଡ୍ ସେକୁଥିବାର ଦେଖିବାକୁ ମିଳିଛି । ଭିଡ଼ିଓରେ ତାଙ୍କୁ ପାଉଁଶିଆ ରଙ୍ଗର ଜ୍ୟାକେଟ୍ ଏବଂ କଳା ରଙ୍ଗର ପ୍ୟାଣ୍ଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି ?
ତେବେ ସୁନିଲ ବେଳେ ବଳେ ଦର୍ଶକଙ୍କୁ ହସାଇବା ପାଇଁ ହେଉ ବା ତାଙ୍କ ଧ୍ୟାନ ଆକର୍ଷଣ ପାଇଁ ଏହିଭଳି କାମ କରନ୍ତି । ଏମିତି କି ତାଙ୍କୁ ପରିବା ବିକ୍ରି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
ଗାଜାକୁ ନେଇ ଇସ୍ରାଏଲ ଉପରେ ବର୍ଷୁଥିଲେ ତୁର୍କୀ ସାଂସଦ, ଅଚାନକ ଟଳିପଡିଲେ; ଭିଡ଼ିଓ ଭାଇରାଲ୍
ତୁର୍କୀ: ଉଦବୋଧନ ଦେବାବେଳେ ସଂସଦ ଭିତରେ ତଳେ ପଡିଗଲେ ସାଂସଦ। ଇସ୍ରାଏଲ-ଗାଜା ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ନିଜ ମତ ରଖୁଥିଲେ ସାଂସଦ ହାସନ ବିତମେଜ। ଇସ୍ରାଏଲ ଭଗବାନଙ୍କ କୋପର ଶିକାର ହେବ ବୋଲି କହିବାବେଳେ ତଳେ ପଡିଯାଇଥିଲେ ସାଂସଦ।
🚨 Turkish Parliamentarian Suffers Heart Attack after Condemning Israel’s War on Gaza
Hasan Bitmez, a member of the Grand National Assembly, collapsed after delivering his speech, his last words to MPs, “You will not escape the wrath of Allah. I salute you all.”
Bitmez is… pic.twitter.com/zD9xJV5Bi3
— OSINTWarfare (@OSINTWarfare) December 12, 2023
ତୁର୍କୀର ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବ୍ଲିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା । ଆଲୋଚନାର ଲାଇଭ ବ୍ରଡକାଷ୍ଟ ବି ଚାଲିଥିଲା । ତେବେ ଆଲୋଚନାରେ ଭାଗ ନେବାବେଳେ ୫୩ ବର୍ଷ ବୟସ୍କ ବିତମେଜ ହଠାତ୍ ପଡିଯାଇଥିଲେ। ସେ ମଧୁମେହରେ ପୀଡ଼ିତ ଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲର ନିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ରହିଛି। ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ବିତମେଜ ତାଙ୍କୁ ହୃଦଘାତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ।
ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସ୍ ରେ ଲୋକସଭା ଆସିଥିଲେ ଅଭିଯୁକ୍ତ
ନୂଆଦିଲ୍ଲୀ: ଦର୍ଶକ ଗ୍ୟାଲେରିରୁ ଲୋକସଭା ମଧ୍ୟକୁ ଡେଇଁଥିବା ବ୍ୟକ୍ତିମାନେ କାହାଠାରୁ ପାସ୍ ନେଇ ଆସିଥିଲେ ତାହା ଜଣାପଡ଼ିଛି। ମିଳୁଥିବା ପ୍ରାଥମିକ ସୂଚନା ଅନୁସାରେ କର୍ଣ୍ଣାଟକରୁ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସରେ ସେମାନେ ଲୋକସଭାକୁ ଆସିଥିଲେ। ମହୀଶୂର କୋଡାଗୁ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରନ୍ତି ପ୍ରତାପ। ସେମାନେ ହାତରେ ଛୋଟ ଗ୍ୟାସ କଣ୍ଟେନର ଧରିଥିଲେ ।
ସୂଚନାଯୋଗ୍ୟ ଯେ, ସଂସଦ ଉପରେ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଦିବସରେ ବୁଧବାର ବଡ଼ ଧରଣର ସୁରକ୍ଷାଗତ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରିରୁ ଅଚାନକ ଲୋକସଭା ମଧ୍ୟକୁ ଡେଇଁପଡ଼ିଥିଲେ। ଉଭୟ ଗୃହ ମଧ୍ୟଭାଗକୁ ଯିବା ବେଳେ ସେମାନଙ୍କୁ କିଛି ସାଂସଦ କାବୁ କରିଥିଲେ। ଏହି ଘଟଣା ଘଟିବା ବେଳେ ଗୃହରେ ଆଲୋଚନା ଚାଲୁଥିଲା। ପଶ୍ଚିମ ବଙ୍ଗରୁ ବିଜେପି ସାଂସଦ ସ୍ୱଗେନ ମୁର୍ମୁ ନିଜ କଥା ଗୃହରେ ରଖୁଥିଲେ। ଅଚାନକ ଘଟିଥିବା ଏହି ଘଟଣାରେ ସମସ୍ତେ ଚକିତ ହୋଇ ପଡ଼ିଥିଲେ। ଗୃହ ମାଇକରୁ ଶୁଣିବାକୁ ମିଳିଥିଲା ଯେ,କେହି ଦର୍ଶକ ଗ୍ୟାଲେରିରୁ ଖସି ପଡ଼ିଛନ୍ତି।
ଏହା ପରେ .. ଧର.. ଧରର ସ୍ୱର ଶୁଣିବାକୁ ମିଳିଥିଲା । ଗୃହମଧ୍ଯରେ ଦୌଡୁଥିବା ବେଳେ ଯୁବକଙ୍କୁ କିଛି ସାଂସଦ କାବୁ କରିଥିଲେ । ଯୁବକଙ୍କର ନାମ ସାଗର । ଅନ୍ୟପକ୍ଷରେ ସଂସଦ ବାହାରେ ମଧ୍ଯ ବିରୋଧ ପ୍ରଦର୍ଶନ କରୁଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ଯରେ ଜଣେ ଯୁବତୀ ଅଛନ୍ତି । ସେମାନେଙ୍କର ନାମ ହେଉଛି ଅମୋଲ ସିନ୍ଦେ ଓ ନିଲମ । ଉଭୟ ସ୍ମୋକ୍ ବମ୍ ରଖିଥିଲେ ଓ ସେଥିରୁ ହଳଦିଆ ରଙ୍ଗର ଧୂଆଁ ବାହାରୁଥିଲା । ଅଭିଯୁକ୍ତଙ୍କୁ ସଂସଦ ମାର୍ଗ ଥାନାକୁ ନିଆଯାଇଛି । ସେଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି ।
ଏହି ଘଟଣାକୁ ବିରାଟ ସୁରକ୍ଷାଗତ ତ୍ରୁଟି ବୋଲି କୁହାଯାଉଥିବା ବେଲେ ସାଂସଦ ଅଭିଯୋଗ କରିଛନ୍ତି ଯେ, ଯୁବକ ଦୁଇଜଣଙ୍କୁ ଧରିବା ସମୟରେ ସୁରକ୍ଷାକର୍ମୀଙ୍କ ଚିହ୍ନବର୍ଣ୍ଣ ନଥିଲା । ସାଂସଦ ମାନେ ମେଳିକରି ଏହି ଯୁବକଦ୍ୱୟଙ୍କୁ ଧରିଥିଲେ ।

