ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରି ଥାନା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଅଏଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ସାରୁଅ ଶିଳ୍ପାଞ୍ଚଳରେ ଥିବା ୟୁନିଭରସାଲ ଇନଫ୍ରା ଏଣ୍ଡ ଏଗ୍ରି ଅଏଲ ପ୍ରାଇଭେଟ୍ ଲିମିଟେଡ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଘରେ ନିଆଁ ଲାଗିଯାଇଛି । ଘରେ ତେଲ ପାକିଙ୍ଗ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକରେ ନିଆଁ ଲାଗିଯାଇଛି । ସଟ୍ସର୍କିଟରେ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା କାମରେ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।
ଝିଅକୁ ନୃଶଂସ ଭାବେ ହତ୍ୟା କଲା ବାପା
ପାନିପତ୍: ବାପା ସାଜିଲା ରାକ୍ଷସ । ନିଜ ଝିଅକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ବାପା । ଯେଉଁ ଝିଅ କୁ ପାଳି ପୋଷି ଛୋଟରୁ ଏତେ ବଡ କରିଥିଲା ସେହି ଝିଅ କୁ ଆଜି ଗୁଳି କରି ହତ୍ୟା କରିଛି ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ହରିୟାଣା ର ପାନିପତ୍ ଜିଲ୍ଲା ରେ । ସୂଚନାଅନୁସାରେ , ଜଣେ ବ୍ୟକ୍ତି ନିଜର ୧୭ ବର୍ଷର ଝିଅ ଭାବନାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି । ବ୍ୟକ୍ତି ଜଣକ ଭାବନାଙ୍କ ଉପରକୁ ୪ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିର ଶଦ୍ଦ ଶୁଣିବା ମାତ୍ରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଯେତେବେଳେ ଆଖ ପାଖ ଅଞ୍ଚଳର ଲୋକେ କଣ ଗୁଳି ଶଦ୍ଦ ହେଲା ବୋଲି ଦେଖିବାକୁ ଯାଇଥିଲେ । ସେତେବେଳେ ଲୋକେ ଘଟଣାସ୍ଥଳରେ ଦେଖିଥିଲେ କି ଭାବନା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିରହିଛି । ଏହା ପରେ ପଡୋଶୀ ଭାବନାଙ୍କୁ ପାଖରେ ଥିବା ପାର୍କ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ୍ ର କହିବା ଅନୁସାରେ ତାଙ୍କୁ ୧୭ ବର୍ଷର ଝିଅର ହତ୍ୟା କରାଯାଇଥିବା ସୂଚନା ମିଳିଥିଲା । ଅଭିଯୁକ୍ତ ବାପା ଘଟଣାସ୍ଥଳରୁ ଫେରାର୍ ଅଛନ୍ତି । ପୋଲିସ୍ ଏହା ମଧ୍ୟ କହିଛି ଯେ , ଏହା ଅନରକିଲିଂ ମାମାଲା ପରି ଜଣାପଡୁଛି । ଭାବନାଙ୍କ ଶବ କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଅଭିଯୁକ୍ତ ପିତାକୁ ଖୋଜିବା ପାଇଁ ପୋଲିସ୍ ତନାଘନା ଆରମ୍ଭ କରିଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟା ର କାରଣ ଅସ୍ପଷ୍ଟ ରହିଛି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଯାତ୍ରୀଙ୍କ ମୃତ୍ୟୁ, ୧୭ ଯାତ୍ରୀ ଆହତ
ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶ ଗୁନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ଫର ସହିତ ବସଟି ଧକ୍କା ଫଳରେ ବସଟି ସଂପୂର୍ଣ୍ଣ ଜଳିଯାଇଛି । ଘଟଣାରେ ୧୩ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୧୭ ଯାତ୍ରୀ ଆହତ ହୋଇଛନ୍ତି । ଏକ ଘରୋଇ ବସଟି ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଗୁନା ଅଞ୍ଚଳରେ ଯାଉଥିଲା । ମାତ୍ର ହଠାତ୍ ବସଟି ସମ୍ମୁଖରୁ ଆସୁଥିବା ଏକ ଡମ୍ଫର ସହ ଧକ୍କା ହୋଇ ଜଳି ଯାଇଥିଲା । ଏହି ଦୁର୍ଘଟଣାରେ ୧୩ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁର୍ଘଟଣା ଯୋଗୁଁ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପାଇଁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି।

