spot_img
Home Blog Page 2442

ତେଲଙ୍ଗାନା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବା ପୂର୍ବରୁ ପୂର୍ବତନ କ୍ରିକେଟରଙ୍କୁ ବଡ଼ ଝଟକା

ନନ୍ଦିଘୋଷ ବ୍ୟୁରୋ : ଅଡୁଆରେ ମହମ୍ମଦ ଆଝାରୁଦ୍ଦିନ। ତେଲଙ୍ଗାନା ନିର୍ବାଚନ ତାତି ବଢୁଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଯାଉଥିବା ପୂର୍ବତନ କ୍ରିକେଟରଙ୍କୁ ଲାଗିଛି ଝଟକା  । ତାଙ୍କ ବିରୋଧରେ ରୁଜୁ ହୋଇଛି ୪ଟି ମାମଲା । ହାଇଦ୍ରାବାଦର ଜୁବିଲି ହିଲସ ବିଧାନସଭା ଆସନରୁ ସେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବାବେଳେ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଥିବାବେଳେ ସେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି  । ପାଣ୍ଠି ପରିଚାଳନାରେ ସେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । ଏ ନେଇ ରାଚାକୋଣ୍ଡା ପୋଲିସ ୪ଟି ମାମଲା ରୁଜୁ କରିଛି । ଏଥିରେ ଆଝାରୁଦ୍ଦିନଙ୍କ ସମେତ କିଛି ପୂର୍ବ ଅଫିସିଆଲସ ମଧ୍ୟ ସାମିଲ ଅଛନ୍ତି ବୋଲି କୁହାଯାଇଛି । ତେବେ ଏହା ବିରୋଧୀଙ୍କ ଚାଲ ବୋଲି କହିଛନ୍ତି ଆଝାରୁଦ୍ଦିନ । ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବାକୁ ବିରୋଧୀଙ୍କ ଏହି ଉଦ୍ୟମ ବୋଲି ସେ କହିଛନ୍ତି ।

ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୨୩ରୁ ଅଧିକ ଯାତ୍ରୀ ଆହତ

ପୁରୀ : ବସ୍ ଦୁର୍ଘଟଣାରେ ୨୩ରୁ ଅଧିକ ଯାତ୍ରୀ ଆହତ । ପୁରୀ ଜିଲ୍ଲା ନିରାକାରପୁର ଜଗନ୍ନାଥ ସଡ଼କ ରୁଆ ଛକରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ ବସ୍ ପିଟି ହେବାରୁ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ନୟାଗଡ଼ ଜିଲ୍ଲା ଆମ୍ବେରାପୁରରୁ ୪୦ ଜଣ ଯାତ୍ରୀ ଅସ୍ଥି ବିସର୍ଜନ ପାଇଁ ଏକ ବସ୍ ଭଡ଼ା କରି ପୁରୀ ଆସୁଥିଲେ । ଡ୍ରାଇଭର ମଦ୍ୟପାନ କରି ବସ୍ ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ

ଭଦ୍ରକ : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ଚଣ୍ଡୀମାଆ ପଡ଼ିଆ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ମଣିନାଥପୁର ଗାଁର ତପସ୍ବିନୀ ଦାସ । ସେ ଏକ ବର୍ଷ ପୂର୍ବରୁ ନପଙ୍ଗ ଗାଁର ସିପୁନ ଦାସଙ୍କୁ ବିବାହ କରିଥିଲେ । ସିପୁନ ପୂର୍ବରୁ ବିବାହ କରିଥିବା ବେଳେ ତପସ୍ବିନୀଙ୍କୁ ଭଲ ପାଇ ଦ୍ବିତୀୟ ବିବାହ କରିଥିଲେ । ବିବାହ ପରେ ତପସ୍ବିନୀଙ୍କୁ ସିପୁନ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ତପସ୍ବିନୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ହଠାତ ଆଜି ସକାଳୁ ନପଙ୍ଗ ଚଣ୍ଡୀମାଆ ପଡ଼ିଆ ନିକଟରୁ ତପସ୍ବିନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାଖରେ ଗୋଟିଏ ସ୍କୁଟି ଥିଲା । ଖବର ପାଇଁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତପସ୍ବିନୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

 

କାର୍ତ୍ତିକ ମାସର ଦ୍ବିତୀୟ ସୋମବାରରେ ଚଳଚଞ୍ଚଳ ବାବା ଧବଳେଶ୍ବରଙ୍କ ପୀଠ

କଟକ : ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର । ଏଥିପାଇଁ ବେଶ ଚଳଚଞ୍ଚଳ ବାବା ଧବଳେଶ୍ବରଙ୍କ ପୀଠ । ବିଶ୍ବାସ ରହିଛି, କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି । ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ନୂଆ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି ।our choudwar famous Dhabaleswar Temple's Swing-Bridge's beautiful ? view  ? - YouTube

ସେହିପରି ଆରଡି ଆଖଣ୍ଡଳମଣିଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି । ଆଜି ଭୋର ୫ ଟାରେ ମନ୍ଦିର ଦ୍ବାରଫିଟା ଯିବା ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଳଭୋଗ ଲାଗି କରାଯାଥିଲା । ପରେ ମଣିବାବାଙ୍କୁ ରୋପ୍ଯ ଅଳଙ୍କାର ଓ ଫୁଲ ବେଲପତ୍ର ଲାଗି କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଛି ।

ଜନ୍ମମାଟି ଅଭିମୁଖେ ସହିଦ ପ୍ରତାପ ପରିଡ଼ାଙ୍କ ପାର୍ଥିବ ଶରୀର

ପିପିଲି : ଜନ୍ମମାଟି ଅଭିମୁଖେ ସହିଦ ପ୍ରତାପ ପରିଡ଼ାଙ୍କ ପାର୍ଥିବ ଶରୀର ।  ମେଘାଳୟ ସୁରା କ୍ୟାମ୍ପରୁ ଘାଟୀକୁ ଯାଉଥିବା ସମୟରେ ସହିଦ ହୋଇଥିଲେ ବିଏସଏଫ୍‌ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ା । ତାଙ୍କ ଘର ପୁରୀ ଜିଲ୍ଲା ଗୋପ୍‌ ମଲ୍ଲ ଗାଁରେ । ଗତକାଲି ପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ପ୍ରତାପଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ଗୋପ୍‌ ମଲ୍ଲ ଗାଁକୁ ନିଆଯାଉଛି ।

ନଜର ପକାନ୍ତୁ ହି ଖବର ଉପରେ : ୨୦୦୦ ଟଙ୍କା ବଦଳାଇବା ପାଇଁ ସପ୍ତାହେ ପରେ ବି ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍

ପିପିଲି ଓ ହରିପୁରରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ମଲ୍ଲ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରତାପଙ୍କ ବଡ଼ଭାଇ ସିଆରପିଏଫରେ କାର୍ଯ୍ୟରତ ଥିବା ବେଳେ ସାନଭାଇଙ୍ର ଦୁଇ ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା I ପ୍ରତାପଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି I ପ୍ରତାପଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଆଜି ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ବିରାଟ ଶତକ ମାରିବା ଖୁସିରେ ଜଣେ ପ୍ରଶଂସକ ୫୦୦ ଲୋକଙ୍କୁ ମାଗଣାରେ ଦେଲେ ଚିକେନ୍ ବିରିୟାନୀ

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଶତକ ହାସଲ କରି ସେ ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକ ରେକର୍ଡ ସହ ସମାନ ହୋଇଥିଲେ। ଏହା ଦେଖି କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଆନନ୍ଦରେ ଡେଇଁପଡିଥିଲେ। ଦେଶର ବିଭିନ୍ନ ସ୍ଥାନରେ କ୍ରିକେଟ୍ ପ୍ରେମୀମାନେ ଏହି ଖୁସିକୁ ନିଜ ନିଜ ଢଙ୍ଗରେ ପାଳନ କରୁଛନ୍ତି | ୟୁପି, ମୁଜାଫରନଗରରେ, ବିରିୟାନ ବିକ୍ରେତା ବିରାଟ କୋହିଲ ଶତକ ମାରିବା ମାତ୍ରେ ଲୋକଙ୍କୁ ମାଗଣାରେ ଚିକେନ୍ ବିରିୟାନି ବାଣ୍ଟିଥିଲେ । ପ୍ରାୟ ୫୦୦ ଲୋକ ମାଗଣାରେ ଚିକେନ୍ ବିରିୟାନି ଖାଇଥିଲେ |

‘ମୁଜାଫରନଗର ଚିକେନ୍ ବିରିୟାନି’ ଦୋକାନି ଜିଲ୍ଲାରେ ପ୍ରସିଦ୍ଧ  

ବିଶ୍ୱକପ ସମୟରେ ବିରାଟ କୋହଲିଙ୍କ ରନ୍ ସମ୍ବନ୍ଧରେ ଏହାର ମାଲିକ ମହମ୍ମଦ ଡାନିଶ୍ ରିଜୱାନ୍ ଏକ ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି । ଯେଉଁ ଦିନ ବିରାଟଙ୍କର ସ୍କୋର ଯେତେ ହୋଇଥାଏ, ସେ ସେତିକି ଶତକଡ଼ା ରିହାତିରେ ଲୋକଙ୍କୁ ବିରିୟାନି ଦିଅନ୍ତି | ରିଜୱାନ୍ କହିଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚରେ କୋହଲି ୮୮ରନ୍ ସ୍କୋର କରିଛନ୍ତି ତେଣୁ ଆମେ ଗ୍ରାହକଙ୍କୁ ଏହି ପ୍ରତିଶତ ରିହାତି ଦେଇଛୁ । ଅର୍ଥାତ୍ ଚିକେନ୍ ବିରିୟାନି ଯାହା ୬୦ ଟଙ୍କାରେ ଉପଲବ୍ଧ ଥିଲା ତାହା ଗ୍ରାହକଙ୍କୁ ୭ ଟଙ୍କାରେ ଦିଅାଯାଇଥିଲା । ବିରାଟ କୋହଲିଙ୍କ ଜନ୍ମଦିନରେ ଆମେ ଶତପ୍ରତିଶତ ରିହାତି ପ୍ରତିଶୃତି ଦେଇଥିଲୁ। ତାଙ୍କ ଜନ୍ମଦିନରେ ବିରାଟ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ସମାନ କରିଥିଲେ। ଏହା ଆମ ପାଇଁ ଦ୍ୱିଗୁଣତ ସୁଖ ଥିଲା | ଏହି ଖୁସିର ଅବସରରେ, ଆମେ ୫୦୦ ଗ୍ରାହକଙ୍କୁ ମାଗଣା ଚିକେନ୍ ବିରିୟାନି ବାଣ୍ଟିଥିଲୁ |

ପଢନ୍ତୁ ଏହି ଖବର : ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପାଇଁ କ୍ରିକେଟ ବୋର୍ଡ ଭାଙ୍ଗିଦେଲେ ସରକାର

ଏହି ବିରିୟାନି ଦୋକାନରେ ବିରାଟ କୋହଲିଙ୍କ ଫଟୋ ସହିତ ପୋଷ୍ଟର ଅଛି | ଏଥିରେ ଲେଖା ହୋଇଛି ଯେ ବିରାଟ କୋହଲି ଯେତେ ସ୍କୋର କରିବେ, ସେହି ରିହାତିରେ ଗ୍ରାହକଙ୍କୁ ଚିକେନ୍ ବିରିୟାନି ଦିଅାଯିବ। ଏହି ଅବସରରେ ବିରାଟ କୋହଲିଙ୍କୁ ଭେଟିବାକୁ ରିଜୱାନ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ମୁଁ କୌଣସି ପ୍ରକାରେ କୋହଲିଙ୍କୁ ଭେଟିବାରେ ସଫଳ ହୁଏ, ତେବେ ମୁଁ ନିଶ୍ଚିତ ଭାବେ ତାଙ୍କୁ ମୋ ଦୋକାନର ସ୍ୱତନ୍ତ୍ର ଚିକେନ୍ ବିରିୟାନି ଖାଇବାକୁ ଦେବି | ଏହା ସହ କ୍ରିକେଟ୍ ପ୍ରଶଂସକ ମାନେ କହିଛନ୍ତି ଯେ ଆମ ଭାରତୀୟ ଦଳ ବହୁତ ଭଲ ଖେଳୁଛି । ଆମେ ପ୍ରାର୍ଥନା କରୁଛୁ ଯେ ମହେନ୍ଦ୍ର ସିଂ ଧୋନି ୨୦୧୧ରେ ଯେପରି ଆମକୁ ବିଶ୍ୱକପ୍ ଦେଇଥିଲେ, ଏଥର ମଧ୍ୟ ରୋହିତ ବାହିନୀ ବିଶ୍ୱକପ୍ ଟାଇଟଲ୍ ଦିଅନ୍ତୁ ।

୨୦୦୦ ଟଙ୍କା ବଦଳାଇବା ପାଇଁ ସପ୍ତାହେ ପରେ ବି ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର : ଆଜି ବି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବାକୁ ଆରବିଆଇ ସମ୍ମୁଖରେ ଲାଗିଛି ଲୋକଙ୍କ ଭିଡ଼ । ସପ୍ତାହେରୁ ଅଧିକ ଦିନ ହେଲାଣି ରିଜର୍ଭ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକ ସକାଳୁ ଆସି ଭିଡ଼ ଜମାଇଛନ୍ତି । ଏତେ ପରିମାଣର ଦୁଇ ହଜାର ଟଙ୍କିଆ ନୋଟ କେଉଁଠୁ ଆସୁଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଧାଡିରେ ଛିଡା ହୋଇଥିବା ଅଧିକାଂଶ ଲୋକ ୩ ଶହ ଟଙ୍କା କମିଶନ ପାଇଁ ଦଲାଲଙ୍କ ଠାରୁ ଟଙ୍କା ଆଣି ବଦଳାଉଥିବା ଜଣାପଡ଼ିଛି । ହଠାତ ଏତେ ପରିମାଣର ଦୁଇ ହଜାର ଟଙ୍କା କେଉଁଠୁ ଆସିଲା ତାର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ, ଇଡି ଓ ଆଇଟି ବିଭାଗ । ଏଥିପାଇଁ RBI ଠାରୁ ଗତ ସପ୍ତାହର ତଥ୍ୟ ସହ CCTV ଫୁଟେଜ୍ ନେଇଛି ତଦନ୍ତକାରୀ ସଂସ୍ଥା । ଯେଉଁମାନେ ବାରମ୍ବାର ଟଙ୍କା ବଦଳାଉଛନ୍ତି, ସଂପୂର୍ଣ୍ଣ ତଥ୍ୟ ନିଆଯାଇ ସେମାନକୁ ନୋଟିସ କରାଯିବ । Reserve Bank of India (RBI) | Odisha: Lens on note-exchange queues in front  of Reserve Bank of India - Telegraph India

EOW ଓ ED ତଥ୍ୟ ଅନୁସାରେ, ଯେଉଁମାନେ ବାରମ୍ବାର ଟଙ୍କା ବଦଳାଉଛନ୍ତି ସେମାନଙ୍କ ତଥ୍ୟ ନେବା ପରେ ଆକାଉଣ୍ଟ ଯାଞ୍ଚ କରାଯିବ । ଯଦି ସେମାନଙ୍କ କୌଣସି ଟଙ୍କା ସମ୍ବନ୍ଧରେ ତଥ୍ୟ ନଥାଏ, ତେବେ ନୋଟିସ କରି ପଚରାଉଚରା କରିବ ଦୁଇ ତଦନ୍ତକାରୀ ଟିମ । ଏଠି ପ୍ରଶ୍ନ, କେଉଁଠୁ ଆସୁଛି ପୁଳା ପୁଳା ଦୁଇ ହଜାର ଟଙ୍କିଆ ନୋଟ ? ଗରିବଙ୍କ ହାତରେ କିଏ ଧରାଉଛି ଗୋଲାପୀ ଟଙ୍କା ? ବଜାରରେ ଆଉ କେତେ ଦୁଇ ହଜାର ଟଙ୍କିଆ ନୋଟ ଅଛି । ଗୋଲାପୀ ଟଙ୍କାର ଗୋଲକଧନ୍ଦା ପଛର ମାଷ୍ଟରମାଇଣ୍ଡକୁ ଖୋଜୁଛି EOW ଓ ED ?

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେଲେ ରଘୁରାମ ମାଛ

କୋରାପୁଟ : ବିଜେଡିରୁ ବିଦା ହେଲେ ରଘୁରାମ ମାଛ । ଦଳ ବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ରଘୁରାମ ମାଛଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ । ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିସ୍କାର କରିଛନ୍ତି । ଶ୍ରୀ ମାଛ ଗତ କିଛି ମାସ ହେବ ଦଳୀୟ ବିଧାୟକ ଓ ନେତା ମାନଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ । ଅନେକ ସମୟରେ ଦଳ ବିରୋଧରେ ଯାଇ କାର୍ଯ୍ୟ କରୁଥିଲେ, ତେଣୁ ବିଜେଡି ସୁପ୍ରିମୋ ଆଜି ଏପରି ନିଷ୍ପତି ନେଇଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ ରଘୁରାମ ମାଛ ୨୦୧୪ ରେ ଶିକ୍ଷକତା ଚାକିରୀ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଓ ସେହି ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କୋରାପୁଟ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ବରଣ କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ୨୦୨୧ ଅକ୍ଟୋବରରେ ମଧ୍ୟ ଦଳରୁ ନିଲମ୍ୱିତ ହୋଇଥିଲେ ।

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି କାଳୀ ପୂଜା ପ୍ରସ୍ତୁତି ବୈଠକ

କଟକ : ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ କାଳୀପୂଜା । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି କାଳୀ ପୂଜା ପ୍ରସ୍ତୁତି ବୈଠକ । ସବୁ ନିୟମ ପରିଧି ମଧ୍ୟରେ ଚଳିତବର୍ଷ କାଳୀପୂଜା ସୁରୁଖୁରରୁରେ କଟକରେ ଅନୁଷ୍ଟିତ ହେବ ବୋଲି ଆଶା ରଖିଛନ୍ତି ପୂଜା କମିଟି, ଶାନ୍ତି କମିଟି ଓ ପ୍ରଶାସନ । ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ ଭସାଣି ଯାତ୍ରା । ଚଳିତ ବର୍ଷ କଟକ ଦୁର୍ଗାପୂଜା ଭଷାଣ ଶୋଭାଯାତ୍ରାରେ ଡିଜେର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇ ପାରିଛି  । କିନ୍ତୁ କିଛି ଶୋଭାଯାତ୍ରା ଶବ୍ଦ ମାତ୍ରା ଅଧିକ ଥିଲା, ତା ଉପରେ କାଳୀପୂଜା ଭସାଣିରେ ଦୃଷ୍ଟି ଦିଆଯିବ ବୋଲି କଟକ ଡିସିପି କହିଛନ୍ତି।Kali puja :Festive that outshines Bhadrak city – dhenkanaldiaries

ପୂଜା ପୂର୍ବରୁ ରାସ୍ତା ଘାଟ ପରିମଳ ଉପରେ ବିଶେଷ ଦୃଷ୍ଟି ଦେବ କଟକ ମହାନଗର ନିଗମ।  କାଳୀପୂଜା ଭସାଣି  ସମୟରେ  ସମସ୍ତ ପ୍ରକାର ସମସ୍ୟାର  ସମାଧାନ କିପରି ହେବ ସେଥିପ୍ରତି ଧ୍ୟାନ   ଦିଆଯିବ ବୋଲି ବୈଠକରେ ପ୍ରକାଶ କରିଥିଲେ ଜିଲା ପ୍ରଶାସନ ଓ ସିଏମସି । ମେଢ଼ଗୁଡିକ ବିସର୍ଜନ ବେଳେ ଟ୍ରାଫିକ ଜାମ ପରିସ୍ଥିତି କିଭଳି ସୃଷ୍ଟି ନହେବ ସେ ଦିଗରେ ଅଧିକ ଫୋକସ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି  ।

ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପାଇଁ କ୍ରିକେଟ ବୋର୍ଡ ଭାଙ୍ଗିଦେଲେ ସରକାର

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ ଲୁଚିକି ନାହିଁ। ଦଳର ପ୍ରଦର୍ଶନ ଏତେ ଖରାପ ଯେ, ବର୍ତ୍ତମାନ ଏହାର ପ୍ରଭାବ ଦେଖାଦେଇଛି । ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରଣାଳୟ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତୁରନ୍ତ ପ୍ରଭାବ ପକାଇ ସେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିଛନ୍ତି। ଅର୍ଥାତ୍ ଖେଳାଳିଙ୍କ ସହିତ ଆଲୋଚନା ପୂର୍ବରୁ ଦୋଷ ଅଧିକାରୀଙ୍କ ଉପରେ ପଡ଼ିଲା | ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସ୍ଥଗିତ ରଖି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ, ଯିଏ ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିଲା । ଏହା ବ୍ୟତୀତ ମଧ୍ୟବର୍ତ୍ତୀ କମିଟିରେ ଆହୁରି ୫ ଜଣ ଲୋକ ଅଛନ୍ତି, ଯେଉଁମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ରହିଛନ୍ତି। ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ଏହି ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର କାର୍ଯ୍ୟର ତଦାରଖ କରିବ ।

ଏହି ଖବର ଏପରେ ନଜର ପକାନ୍ତୁ : ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ କରିଥିଲେ ସେଇଠି କଲେ ୪୯ତମ ଶତକ

Sri Lanka cricket board claims ICC has cleared it of all corruption charges

ବିଶ୍ୱକପ୍ ୨୦୨୩ ରେ ଶ୍ରୀଲଙ୍କାର ରିପୋର୍ଟ କାର୍ଡ

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ହଠାତ୍ ନିଲମ୍ବିତ ହେବାର ମୁଖ୍ୟ କାରଣ ହେଉଛି ଭାରତରେ ଚାଲିଥିବା ବିଶ୍ୱକପ୍‌ରେ ଦଳର ଖରାପ ପ୍ରଦର୍ଶନ। ଏହି ଆଇସିସି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ଦଳ ଏପର୍ଯ୍ୟନ୍ତ ୭ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ମାତ୍ର ୨ଟି ମ୍ୟାଚ୍ ଜିତିଛି | ଅର୍ଥାତ୍ ସେ ୫ ଟି ମ୍ୟାଚ୍ ହାରିଛନ୍ତି।କେବଳ ଏତିକି ନୁହେଁ, ତାଙ୍କର ନେଟ୍ ରନ୍ ହାର ମଧ୍ୟ ମାଇନସ୍ ରେ ଅଛି | ଏହି ପରିସଂଖ୍ୟାନ ସହିତ ୧୦ଟି ଦଳ ମଧ୍ୟରେ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚରେ ଶ୍ରୀଲଙ୍କା ଦଳ ସପ୍ତମ ସ୍ଥାନରେ ରହିଛି | ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କାକୁ ୨ଟି ମ୍ୟାଚ୍ ଖେଳିବାକୁ ପଡିବ, ଗୋଟିଏ ବାଂଲାଦେଶ ଏବଂ ଅନ୍ୟଟି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ । କିନ୍ତୁ, ଯଦିଓ ସେମାନେ ଏହି ଦୁଇଟି ମ୍ୟାଚ୍ ଜିତନ୍ତି, ତେବେ ସେମାନେ କେବଳ ମୋଟ ୮ପଏଣ୍ଟ ପାଇପାରିବେ | ଅର୍ଥାତ, ଏହା ନିଶ୍ଚିତ ଯେ ଶ୍ରୀଲଙ୍କା ଦଳ ସେମିଫାଇନାଲରୁ ବାହାରିବ। ବର୍ତ୍ତମାନ ଦଳର ଅବସ୍ଥା ଏହିପରି ରହିଥିବାରୁ । ଶ୍ରୀଲଙ୍କାରେ ଉତ୍ତେଜନା ଦେଖାଦେଇଛି ।