spot_img
Home Blog Page 2498

ଓଡିଶାରୁ ଟଳିଲା ବାତ୍ୟା ବିପଦ !

ଭୁବନେଶ୍ବର: ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ। ତାମିଲନାଡୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁପାରେ ବାତ୍ୟା ମିଗଜାଉଂ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଓ୍ବେଲମାର୍କ ଲୋ ପ୍ରେସର ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

Cyclone Michaung: ఏపీకి పొంచివున్న సూపర్ సైక్లోన్ ముప్పు | Cyclone Michaung: may head towards Andhra Pradesh in these dates - Telugu Oneindia

ପରବର୍ତ୍ତୀ ସମୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ୩ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ । ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୪ ତାରିଖ ଭୋରରୁ ଉତ୍ତର ତାମିଲନାଡୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଞ୍ଚିବା ନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭିଜିଲାନ୍ସ ଚଢ଼ାଉ ବେଳେ ପଡୋଶୀଙ୍କ ଛାତକୁ ଡେଇଁ ଫେରାର୍ ହୋଇଗଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର: ଭିଜିଲାନ୍ସ ଚଢ଼ାଉ ବେଳେ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର୍ ହେଲେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ବର ସ୍ପେଶାଲ ଜଜଙ୍କ ଓ୍ବାରେଣ୍ଟ ବଳରେ ଭୁବନେଶ୍ବର ଓ ଗଞ୍ଜାମ ସମେତ ୫ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ ।

ଭୁବନେଶ୍ବର ଜାଗମରା ମଲ୍ଲିକ କମ୍ପ୍ଲେକ୍ସରେ ଥିବା ୩ ମହଲା କୋଠା, ଗଞ୍ଜାମ ଜିଲ୍ଲା ଆସିକାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ପୈତୃକ ବାସଭବନ, ଭଞ୍ଜନଗରରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ବରରେ ଥିବା କାର୍ଯ୍ୟାଳୟରେ ଏକାକଳୀନ ଚଢ଼ାଉ କରାଯାଇଛି । ଭୁବନେଶ୍ବର ଜାଗମରା ମଲ୍ଲିକ କମ୍ପ୍ଲେକ୍ସରେ ଥିବା ୩ ମହଲା କୋଠାରେ ଭିଜିଲାନ୍ସ ଚଢ଼ାଉ ବେଳେ କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀ ପଡ଼ୋଶୀ ଛାତକୁ ଡେଇଁ ଫେରାର୍ ହୋଇଯାଇଛନ୍ତି  । ଭିଜିଲାନ୍ସର ୬ ଜଣ ଡିଏସପି, ୩ ଇନ୍ସପେକ୍ଟର , ୭ ଜଣ ଏଏସଆଇ ଚଢ଼ାଉରେ ସାମିଲ ଅଛନ୍ତି ।

ମଣିପୁରୀ ପରମ୍ପରାରେ ବିବାହ କଲେ ବଲିଉଡ ଅଭିନେତା ରଣଦୀପ ହୁଡା

ଇମ୍ଫାଲ: ୪୭ ବର୍ଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ ରଣଦୀପ ହୁଡା । ନିଜ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲେଶରାମ୍ ଙ୍କ ହାତ ଧରିଲେ ରଣଦୀପ। ଲିନଙ୍କ ସହ ମଣିପୁରର ମୈତେଇ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି ।

Randeep Hooda Makes His Relationship Insta-Official With 'Mary Kom' Fame, Lin With This Cutesy Photo

ଉଭୟଙ୍କର ମଣିପୁରରେ ମୈତେଇ ସମ୍ପ୍ରଦାୟର ରୀତିନୀତି ପରମ୍ପରା ଗତ ବିବାହର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀର୍ଘ ଦିନ ଧରି ଏହି ଲଭ ବାର୍ଡ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ନିଜ ପ୍ରେମ ସମ୍ପର୍କକୁ ନୂଆ ନାଁ ଦେଇଛନ୍ତି। ମଣିପୁରର ଇମ୍ଫାଲରେ ବଲିଉଡ ଅଭିନେତା ରଣଦୀପ ହୁଡା ତାଙ୍କ ଗର୍ଲଫ୍ରେଣ୍ଡ ଲିନ ଲେଶରାମ୍ ବିବାହ କରିଛନ୍ତି।

Viral: Inside Randeep Hooda And Lin Laishram's Manipuri Wedding

ନେଟିଜେନଙ୍କୁ ଉଭୟଙ୍କ ବିବାହ ବେଳର ଦୃଶ୍ୟ ବେଶ ପସନ୍ଦ ଆସୁଛି। ବିବାହରେ ନବ ଦମ୍ପତିଙ୍କ ମଣିପୁରୀ ବେଶଭୂଷା ସମସ୍ତଙ୍କୁ ଆକୃଷ୍ଟ କରୁଛି । ଇନଷ୍ଟାଗ୍ରାମରେ ନବ ଦମ୍ପତିଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଏହି ଷ୍ଟାର କପଲଙ୍କ ମଣିପୁର ଲୁକ ଏବେ ଲାଇମଲାଇଟରେ ରହିଛି।
ବର୍ତ୍ତମାନ ସମସ୍ତ ସେଲିବ୍ରେଟି କିଛି ଭିନ୍ନ ଧରଣର ବିବାହ କରିବାକୁ ପସନ୍ଦ କରୁଥିବାବେଳେ ଏହି ଷ୍ଟାର କପଲ୍ ନିଜର ପରମ୍ପରା ଅନୁଯାୟୀ ସରଳ ଢଙ୍ଗରେ ବିବାହ କରିଥିଲେ। ଅନ୍ୟପଟେ ବିବାହର ପୂର୍ବଦିନ ରଣବୀର ନିଜ ଭାବି ସ୍ତ୍ରୀ ଲିନଙ୍କୁ ସାଥୀରେ ଧରି ଆଶୀର୍ବାଦ ନେବା ପାଇଁ ମନ୍ଦିରରେ ପହଞ୍ଚିଥିଲେ । ଉଭୟଙ୍କୁ ପାରମ୍ପାରିକ ରୂପରେ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିଥିଲା ।

 

View this post on Instagram

 

A post shared by RM MEDIA (@rm_media90)

ହୁଡାଙ୍କ ସାଥୀ ଲିନ ଲେଶରାମ୍ ହେଉଛନ୍ତି ଜଣେ ଅଭିନେତ୍ରୀ ଏବଂ ମଡେଲ ମଧ୍ୟ । ଏହା ସହିତ ସେ ଜଣେ ସଫଳ ଉଦ୍ୟୋଗୀ ଥିବାବେଳେ ତାଙ୍କର ଏକ ଅଳଙ୍କାର ବ୍ରାଣ୍ଡ ରହିଛି। । ବଲିଉଡ କିଛି ଚଳଚ୍ଚିତ୍ରରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ଅନ୍ୟପଟେ ରଣଦୀପ ଏବଂ ଲିନଙ୍କ ମଧ୍ୟରେ ବୟସର ବ୍ୟବଧାନ ମଧ୍ୟ ଅଧିକ ରହିଛି । ଅଭିନେତା ରଣଦୀପ ୪୭ ବର୍ଷର ହେଇଥିବାବେଳେ ଲିନଙ୍କୁ ୩୭ ବର୍ଷ ।

ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଉତ୍ତରକାଶୀ ଟନେଲରୁ ଉଦ୍ଧାର ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା  ହୋଇଛନ୍ତି 5T ଅଧ୍ୟକ୍ଷ । ଶ୍ରମିକଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ବୁଝିଛନ୍ତି ।

ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  5T  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ପ୍ରଦାନ କରିଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର ।  ହସ୍ପିଟାଲରୁ ଓଡ଼ିଆ ଶ୍ରମିକମାନେ ଡିସଚାର୍ଜ ହେବା ପରେ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଶ୍ରମ ବିଭାଗ ପକ୍ଷରୁ ବିମାନ ଯୋଗେ ଓଡ଼ିଶା ଅଣାଯିଵ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି ।

‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ମିନି ମାରାଥନ୍, ଆସନ୍ତୁ ସାମିଲ ହୁଅନ୍ତୁ…

ଭୁବନେଶ୍ବର: ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଉପଲକ୍ଷେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ୧ ଡିସେମ୍ବର ୨୦୨୩ରେ ଆୟୋଜନ କରାଯାଉଛି ‘ମିନି ମାରାଥନ’। ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ଆସନ୍ତାକାଲି ଶୁକ୍ରବାର ସକାଳ ଠିକ୍ ୫.୩୦ରେ ଦୌଡ଼ିବ ଓଡ଼ିଶା ।

କଟକ, ପୁରୀ, ରାଉରକେଲା, ବାଲେଶ୍ବର, ଅନୁଗୁଳ, ଜୟପୁର, ସମ୍ବଲପୁର ଏବଂ ବ୍ରହ୍ମପୁରରେ ଆୟୋଜନ ହେବ ଏହି ମିନି ମାରାଥନ । ପାଦରେ ମିଶିବ ପାଦ। ଏକାସାଥୀରେ ଦୌଡିବ ଓଡିଶା। ଏହି ମିନି ମାରାଥନ ଅବସରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ସହ ଆପଣ ବି ହୁଅନ୍ତୁ ସାମିଲ୍ । ଡିସେମ୍ବର ୧,ଶୁକ୍ରବାର ସକାଳ ୫.୩୦ରେ ।

୪ ପୌରାଞ୍ଚଳ ଉପ-ନିର୍ବାଚନ ଫଳ, ସବୁଠି ବିଜେଡିର ବମ୍ପର ବିଜୟ

ଭୁବନେଶ୍ବର : ବାହାରିଲା ୪ ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ଏଥିରେ ବିଜେଡିର ବମ୍ପର ବିଜୟ ହୋଇଛି । ସମସ୍ତ ସ୍ଥାନରେ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ବହୁ ସଂଖ୍ୟକ ଭୋଟରେ ହରାଇଛନ୍ତି ବିଜେଡି ପ୍ରାର୍ଥୀ ।  ଜି. ଉଦୟଗିରି NAC ଅଧକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀନୀ ଦେବଶ୍ମିତା ଶତପଥୀ ୨୩୫୫ ଭୋଟରେ  ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକଙ୍କୁ ପରାସ୍ତ କରିଛନ୍ତି । ବିଜେଡିର ଏହି ବିପୁଳ ବିଜୟରେ ବିଜେଡି କର୍ମୀମାନେ ଆରମ୍ଭ କରିଛନ୍ତି ବିଜୟ ଉତ୍ସବ ।

ଗତକାଲି ହୋଇଥିବା ଉପନିର୍ବାଚନରେ ଭୋଟରମାନେ ବିଜେଡିକୁ ପୁଣି ଭରସା କରିଛନ୍ତି । ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ପ୍ରାର୍ଥୀ ଦେବଶ୍ମିତାଙ୍କୁ ୩୧୧୧ ଖଣ୍ଡ ଭୋଟ ମିଳିଥିଲାବେଳେ ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୭୫୬ ଖଣ୍ଡ ଭୋଟ ମିଳିଛି । କଂଗ୍ରେସର ମଧୁଲିନା ଦିଗଲଙ୍କୁ ୬୧୪ଭୋଟ୍ ମିଳିଛି । ବିଜୟୀ ପ୍ରାର୍ଥୀନୀଙ୍କ ମାଆ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ଆସନ ଖାଲି ପଡ଼ିଥିଲା ।

ସେହିପରି ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ଜିତିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି ।

ଜଗତସିଂହପୁର ପୌର ପରିଷଦ ୬ନମ୍ବର ଓ୍ୱାର୍ଡରେ ମଧ୍ୟ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୪୦୭ ଖଣ୍ଡ ଭୋଟ୍‌ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ୪୦୬ ଖଣ୍ଡ ଭୋଟ ଏବଂ ବିଜେପିକୁ ୨୧ ଖଣ୍ଡ ଭୋଟ୍‌ ମିଳିଛି ।

ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ୫ ବିଜେଡି ପ୍ରାର୍ଥୀ ଶୁଭମ୍ ନାଏକ ୮୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟ ପାଇଛନ୍ତି ।

ବିଜେଡିର ଏହି ବିପୁଳ ବିଜୟ ପାଇଁ ବିଜୟୀ ପ୍ରାର୍ଥୀମାନେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଶାସନ ସହ ଜନ କଲ୍ୟାଣ ଯୋଜନାକୁ ଶ୍ରେୟ ଦେଇଛନ୍ତି । ଭୋଟରମାନେ ବିଜୁ ଜନତା ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଅର୍ପଣ କରିଛନ୍ତି ।

 

ହାତୀଙ୍କ ପାଇଁ ଛାନିଆ ଲୋକେ, ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ: ସୁନ୍ଦରଗଡ ବଡଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ଗାଁରେ ଗତ ସପ୍ତାହେ ହେଲା ହାତୀ ଉପଦ୍ରବ ଜାରି ରହିଛି । ହାତୀପଲ ଲଗାତାର ଫସଲ ନଷ୍ଟ କରିଚାଲିଥିବା ବେଳେ ଗତକାଲି ଜଣେ ବ୍ଯକ୍ତିଙ୍କୁ କଚାଡି ମାରିଛିନ୍ତି ହାତୀ । ଗତ ସପ୍ତାହେ ହେଲା କୁତ୍ରା ଓ ବଡଗାଁ ବନାଞ୍ଚଳରେ ୪୦ ଟିକିଆ ହାତୀ ପଲଙ୍କ ଉପଦ୍ରବ ଜାରିରହିଛି ।

ପଞ୍ଚରା, ନୂଆଗାଁ, ପତ୍ରାପଡା, କୁଲସର, ରାଏଡିହି, ଝିରପାଣି, କିରିଙ୍ଗସେରା ଅଞ୍ଚଳରେ ହାତୀପଲ ଉତପାତ କରିଛନ୍ତି । ଆଜି କରିଙ୍ଗସେରା ଅଞ୍ଚଳକୁ ଆସି ଗାଁର ଶ୍ମଶାନ ଛାରଖାର କରିଦେଇଛନ୍ତି  । ଧାନ ଫସଲ ଖାଇବା ସହ ଦଳମକଚି ନଷ୍ଟ କରିଛନ୍ତି । ହାତୀ ପଲଙ୍କ ଉପଦ୍ରବ ଦେଖି ପୁରା ଅଞ୍ଚଳ ଭୟଭିତ ଥିବାବେଳେ ସ୍କୁଲ ମଧ୍ୟ ଛୁଟି କରାଯାଇଛି  । ବନବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି  ।

ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ଝିଅ

ଭୁବନେଶ୍ବର: ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତି ପାଇଲେ ଓଡିଆ ଝିଅ ମନୀଷା ପାଢୀ। ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ମନୀଷା ଗଞ୍ଜାମ ଜିଲ୍ଲ ବ୍ରହ୍ମପୁର ବାସିନ୍ଦା। ତାଙ୍କର ମାତାପିତା ଭୁବନେଶ୍ବରରେ ରୁହନ୍ତି। ମନୀଷା ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର।

ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ପରିଚୟ କରାଯାଇଥିଲା। ମନୀଷା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି ।

ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ, ଆତ୍ମହତ୍ୟା କରିଥିବା ସନ୍ଦେହ

ଭୁବନେଶ୍ବର: ଟ୍ରେନ ଟଏଲେଟରେ ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ । ରାଜାରାଣୀ ଏକ୍ସପ୍ରେସ ଟଏଲେଟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ଗତକାଲି ରାତି ପ୍ରାୟ ୧୨ ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବେକରେ ଗାମୁଛା ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି GRP । ମୃତକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ।

ସହପାଠୀର ଘର ତିଆରି କରିବାକୁ ୮ ଲକ୍ଷ ଟଙ୍କା ଯୋଗାଡ଼ କରିଦେଲେ ଛାତ୍ରଛାତ୍ରୀ

ଥିରୁବନନ୍ତପୁରମ୍: ଘର ତିଆରି କରିବାକୁ ସ୍କୁଲ ପିଲା ଯୋଗାଡ଼ କରିଦେଲେ ୮ ଲକ୍ଷ ଟଙ୍କା । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି? ଆଜ୍ଞା ହଁ ଏ କଥା ପୁରାପୁରି ସତ । ଏମିତି କରି ପିଲାମାନେ ସାମାଜିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । କ’ଣ ରହିଛି ପୂରା ଘଟଣା ଜାଣନ୍ତୁ ।

ଏପରି ଘଟିଛି କେରଳର ଥିରୁବନନ୍ତପୁରମରେ । ସେଠାରେ ଥିବା ସ୍କୁଲ ପିଲା ନିଜ ସହପାଠୀର ଘର ତିଆରି ପାଇଁ ୮ ଲକ୍ଷ ଟଙ୍କା ଜମା କରିଛନ୍ତି । ଆଉ ତାହା ପୁଣି ଶହେ ଦିନରେ ।

ସୂଚନା ଅନୁସାରେ, ସ୍କୁଲର ଅନସିଆ ନାମକ ଜଣେ ଛାତ୍ରୀଙ୍କ ଘରର ଅବସ୍ଥା ବହୁ ଖରାପ ଥିଲା । ତାଙ୍କର ଆର୍ଥିକ ଅବସ୍ଥା ବି ଭଲ ନ ଥିଲା । ଛାତ୍ରୀଙ୍କ ବାପାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି । ଗୋଟିଏ ଘରେ ପୁରା ପରିବାର ଏକାଠି ରହିବା ବହୁ କଷ୍ଟ ହେଉଥିଲା । ଏତେସବୁ ଅସୁବିଧାକୁ ଦେଖି ସହପାଠୀ  ତାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଘର ତିଆରି କରିବାକୁ ବହୁତ ଟଙ୍କା ଦରକାର ଭାବି ପିଲାମାନେ ଏକ ଉପାୟ ଚିନ୍ତା କଲେ । ଏହା ପରେ ସହପାଠୀମାନେ ପାଣ୍ଠି ସଂଗ୍ରହ କରିବା ଆରମ୍ଭ କରିଦେଲେ । ଖାଇବା ଷ୍ଟଲ୍ ପକାଇ, ସାମଗ୍ରୀ ବିକ୍ରି କରି ଏବଂ ଖବରକାଗଜରେ ବାହାରୁଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପାଣ୍ଠି ସଂଗ୍ରହ କରିବାକୁ ଲାଗିଲେ ।

ଏ ନେଇ ଜଣେ ସହପାଠୀ କହିଛନ୍ତି ଯେ, ‘ଆମେ ଶହେ ଦିନରେ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲୁ । ଏଥିପାଇଁ ଏକ ଚାଟ୍ ପ୍ରସ୍ତୁତ କରିଥିଲୁ’ ।

ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଷା ଏ ଆର୍ କହିଛନ୍ତି ଯେ, ‘ପିଲାମାନେ ଅନସିଆଙ୍କ ଘରକୁ ଯାଇଥିଲେ । ତାଙ୍କର ଭଙ୍ଗା ଘର ଦେଖି ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମ ବିଦ୍ୟାଳୟ ପାଇଁ ଏଇଟା ସ୍ମରଣୀୟ ଦିନ ହୋଇକି ରହିବ‘ ।

ଏ ନେଇ ଅନସିଆ କୁହନ୍ତି, ‘ମୋ ବାପାଙ୍କ ଦେହାନ୍ତ ପରେ ଘରେ କେବଳ ମୁଁ ମୋ ବଡ଼ ଭଉଣୀ ଏବଂ ଜେଜେମା ଅଛନ୍ତି । ଘରର ଅବସ୍ଥା ଏତେ ଖରାପ ଥିଲା ଯେ, ଆମେ ରହିବା ସମ୍ଭବ ହେଉ ନ ଥିଲା । ସେମାନେ ମୋ ପାଇଁ ଟଙ୍କା ଯୋଗାଡ଼ କରିଥିବାରୁ ମୁଁ ଗର୍ବିତ’ ।

ଅନସିଆଙ୍କ ସହପାଠୀ କେବଳ ତାଙ୍କ ପାଇଁ କେବଳ ପାଣ୍ଠି ସଂଗ୍ରହ କରି ନଥିଲେ ଶହେ ଟି ଚାରା ରୋପଣ କରିଥିଲେ । ଅଭାବୀ ଲୋକଙ୍କୁ ଖାଦ୍ୟ ମଧ୍ୟ ବାଣ୍ଟିଥିଲେ । ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରିଥିଲେ ।