spot_img
Home Blog Page 2512

ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ନେଇ ଆସିପାରେ ସ୍ବତନ୍ତ୍ର ନୀତି

ଭୁବନେଶ୍ବର: ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ନେଇ ଆସିପାରେ ସ୍ବତନ୍ତ୍ର ନୀତି । ଦ ଗଭର୍ନାନସ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରୁ ଆସିଥିବା ମତାମତ ନେଇ ଏହି ନୀତି ପ୍ରସ୍ତୁତ କରାଯିବ। ଯାହା ଝିଅ ଓ ମହିଳାଙ୍କ ସଶକ୍ତୀକରଣ ଦିଗରେ କାର୍ଯ୍ୟକାରୀ ହେବ। ମହିଳା ସଶକ୍ତୀକରଣ ଦିଗରେ ମିଶନ ଶକ୍ତି ଅଭିଯାନ ବଡ଼ ଭୂମିକା ଗ୍ରହଣ କରିଛି। ଗତ ଦୁଇ ଦଶନ୍ଧୀରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯାହା ଭିତରୁ ମିଶନ ଶକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନସ ସନ୍ତାନ। ଏଥିରେ ମହିଳାଙ୍କୁ ଆର୍ଥିକ ସ୍ତରର ବିକାଶ ସହ ମିଶନ ଶକ୍ତି ମାଆମାନଙ୍କୁ ପରିଚୟ ଦେଇ ପାରିଛି ।

ଦେଶର ପ୍ରଥମ ରାଜ୍ୟ ଭାବେ ମହିଳାମାନଙ୍କୁ ରାଜ୍ୟ ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରିବାର ସୁଯୋଗ ଦିଆଯାଇଛି। ଯେଉଁଥି ପାଇଁ ମହିଳାମାନେ ନେତୃତ୍ବ ନେଇ ପାରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ଉଦ୍ୟୋଗୀ କରିବାକୁ ୫ ଲକ୍ଷ ଟଙ୍କା ଯାଏ ବିନା ସୁଧ ଋଣ ପ୍ରଦାନ କରୁଛନ୍ତି ସରକାର। ଏହି ଅବସରରେ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସଶକ୍ତ କରି ସାମାଜିକ ରୂପାନ୍ତର କରିବା ପାଇଁ ଯୁବ ସମାଜକୁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମିଶନ ଶକ୍ତି ସଚିବ ସୂଜାତା ରାଉତ କାର୍ତ୍ତିକେୟନ।

ରାଜ୍ୟ ସରକାର ଓ ସମଗ୍ର ପକ୍ଷରୁ ଆୟୋଜିତ ଦ ଗଭର୍ନାନସ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରେ ବିଟସୋମ, ଦିଲ୍ଲୀ ଏଫଏମଏସ୍, ଆଇଆଇଏମ ବ୍ୟାଙ୍ଗଲୋର, ଆଇଆଇଏମ କାଲକାଟା, ଆଇଆଇଏମ ଲକ୍ଷ୍ନୌ ଓ ଏକ୍ସଆଇଏମ ଭୁବନେଶ୍ବର ଭାଗ ନେଇଥିଲେ। ଓଡ଼ିଶାର ସାମଗ୍ରିକ ଚିତ୍ର ଦେଖି ମହିଳା ସଶକ୍ତୀକରଣ ନେଇ ମତମତା ଦେଇଥିଲେ। ମହିଳାଙ୍କ ସୁରକ୍ଷା ପାଇଁ ସେଫଟି ବ୍ୟାଣ୍ଡ, ମିଶନ ଶକ୍ତି ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା, ଘରୋଇ ସଂସ୍ଥା ସହ ଲିଙ୍କ ପରି ଅନେକ ପରାମର୍ଶ ଆସିଥିଲା । ଯାହାକୁ ତର୍ଜମା କରି ସ୍ବତନ୍ତ୍ର ନୀତି କାର୍ଯ୍ୟକାରୀ ଦିଗରେ କାମ କରାଯିବ। ଏସଡିଜି-୫ ପାଇଁ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଇଆଇଏମ ବାଙ୍ଗାଲୋର ପ୍ରଥମ, ଏକ୍ସଆଇଏମ ଭୁବନେଶ୍ବର ଦ୍ବିତୀୟ ଓ ଏଫଏମଏସ୍ ଦିଲ୍ଲୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ମହିଳା ସଶକ୍ତୀକରଣରେ ଓଡ଼ିଶାର ପ୍ରୟାସକୁ ସାରା ଦେଶ ପ୍ରଶଂସା କରୁଛି। ସେମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ତରରେ ଆଗକୁ ଆଣିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ଯାହା ଆଜି ଉପାନ୍ତ ମହିଳାଙ୍କ ଆର୍ଥିକ ବିକାଶର ପଥ ସୁଗମ କରିଛି।

ଆନନ୍ଦ ବଜାରରେ ଅଣାଯିବ ଶୃଙ୍ଖଳା, ସୁଆରଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରିବେ ନାହିଁ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ସବକମିଟି ବୈଠକ ଅନୁଷ୍ଠିତ । ଏହି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତେବେ ବୈଠକରେ ଅବଢ଼ା ଦର ଧାର୍ଯ୍ୟ ନେଇ ଆଲୋଚନା ହୋଇଥିବା ସତ୍ତ୍ୱେ ଦର ନିର୍ଦ୍ଧାରଣ ନେଇ ସ୍ପଷ୍ଟ ହୋଇନାହିଁ । ସୁଆର ମହାସୁଆର ନିଯୋଗ ପକ୍ଷରୁ ବର୍ତ୍ତମାନ ବଜାର ଦରକୁ ନେଇ ତାଲିକା ପ୍ରଦାନ କରାଯାଇଛି ।

ଆନନ୍ଦ ବଜାରରେ ଜରି ପାଲ ଖୋଲାଯାଇ ସ୍ଥାୟୀ ସେଡ୍ ହେବାକୁ ଥିବା ବେଳେ ୩ ଓ ୧୪ ନମ୍ବର ଖଜା ଦୋକାନ ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଛି । କୌଣସି ସେବାୟତ ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ଯିବେ ନାହିଁ । ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯିବ। ଆନନ୍ଦବଜାରେ ସୁଆରଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରିବେ ନାହିଁ  ବୋଲି ନିଷ୍ପତ୍ତି ନିଆଯାଇଛି।

ଅନନ୍ୟା ପାଣ୍ଡେଙ୍କୁ ଡେଟିଂ ଖବରରେ ଏହି ଉତ୍ତର ଦେଲେ ଆଦିତ୍ୟ, ଚୁପ୍‌ ରହିଲେ କରଣ

0

ନନ୍ଦିଘୋଷ ବ୍ୟୁରୋ: କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ କଫି ୱିଥ କରଣର ଚର୍ଚ୍ଚା ଏବେ ସବୁଠି. ବଡ ବଡ ସିନେ ଷ୍ଟାରମାନେ ପ୍ରତି ସପ୍ତାହରେ ଶୋ’ରେ ଅଂଶଗ୍ରହଣ କରୁଥିବା ଦେଖାଯାଏ  ।  ଏହି ସପ୍ତାହରେ ଆଦିତ୍ୟ ରୟ କପୁର ଏବଂ ଅର୍ଜୁନ କପୁର ସୋ’କୁ ଆସିଛନ୍ତି। ଶୋ’ର ପ୍ରୋମୋ ରିଲିଜ ହୋଇଥିବାବେଳେ କରଣ ଜୋହର ଉଭୟଙ୍କୁ ଅନେକ ମଜାଦାର ପ୍ରଶ୍ନ ପଚାରିଥିବାର ଦେଖିବାକୁ ମିଳିଛି  ।

 

ଡିଜନୀ ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ଏକ ନୂଆ ଏପିସୋଡର ପ୍ରମୋରେ ଆଦିତ୍ୟ ଏବଂ ଅର୍ଜୁନ ବହୁତ ମଜା କରୁଥିବା ଦେଖିବାକୁ ମିଳୁଛି  । ଏହି ସମୟରେ ସୋର ହୋଷ୍ଟ କରଣ ଜୋହର ଆଦିତ୍ୟଙ୍କୁ ଅନନ୍ୟା ପାଣ୍ଡେଙ୍କ ସହ ଜଡିତ ଏକ ମଜାଳିଆ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ସମସ୍ତେ ଜାଣିବାକୁ ଚାହାଁନ୍ତି। ତେବେ କରଣ ଜୋହରଙ୍କ ପ୍ରଶ୍ନ ଉପରେ ଆଦିତ୍ୟ ତାଙ୍କୁ ବୁଲାଇ ଉତ୍ତର ଦିଅନ୍ତି।

 

କରଣ ଜୋହର ପଚାରିଛନ୍ତି, ଗୁଜବ ହେଉଛି ଯେ ତୁମେ ଅନନ୍ୟା ପାଣ୍ଡେଙ୍କୁ ଡେଟ କରୁଛ? ଏହାର ଉତ୍ତର ରଖିବାକୁ ଯାଇ ଆଦିତ୍ୟ ରୟ କପୁର କୁହନ୍ତି, “ଯଦି ତୁମେ ମୋତେ କୌଣସି ସିକ୍ରେଟ ପଚାରିବ ନାହିଁ, ମୁଁ ମଧ୍ୟ ତୁମକୁ ମିଛ କହିବି ନାହିଁ।” ଏହାର ଅର୍ଥ ହେଉଛି ଆଦିତ୍ୟ ଡେଟିଂ ଖବରକୁ ହଁ କହି ନାହାଁନ୍ତି, କିନ୍ତୁ ସେ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ସିକ୍ରେଟର ଉତ୍ତର ଦେବାକୁ ଚାହୁଁନାହାଁନ୍ତି।

 

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଦୁଇଗୁଣ ହୋଇଛି ଇକୋନମୀ

ଶ୍ରୀନଗର: ଆଜି ଅର୍ଥାତ୍ ସୋମବାର ଦିନ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ତେବେ କିଛି ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରର ଅର୍ଥନୀତି ଉପରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ କିଛି ତଥ୍ୟ ଉପସ୍ଥାପନ କରିଥିଲେ। ଜାଣନ୍ତୁ ଦାରା ୩୭୦ ଉଚ୍ଛେଦ ପରେ କେମିତି ବଢିଛି ଜମ୍ମୁ କାଶ୍ମୀରର ଅର୍ଥନୀତି  ।

ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବାର ଚାରି ବର୍ଷ ପରେ ଜିଡିପିରେ ଉନ୍ନତି ଆସିଛି। ସରକାରୀ ତଥ୍ୟ ଅନୁଯାୟୀ, ଜାମ୍ମୁ କାଶ୍ମୀରର ଜିଏସଡିପି ଦ୍ୱିଗୁଣିତ ହୋଇ 2.25 ଲକ୍ଷ କୋଟିରୁ ଅଧିକ ହୋଇଛି, ଯାହା ଅଗଷ୍ଟ 2019 ରେ ଧାରା 370 ରଦ୍ଦ ହେବା ପୂର୍ବରୁ 1 ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ଅଭିବୃଦ୍ଧି ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ମାପିବା ପାଇଁ GSDP ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ  । ଏହା ଏକ ଉନ୍ନତ ଅର୍ଥନୀତି ଏବଂ ଲୋକଙ୍କ ଜୀବନଶୈଳୀକୁ ପ୍ରତିଫଳିତ କରେ  । ଜିଡିପି ହେଉଛି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳରେ ଏକ ରାଜ୍ୟ କିମ୍ବା ଦେଶରେ ଉତ୍ପାଦିତ ଉତ୍ପାଦ ଏବଂ ସେବାଗୁଡିକର ମୋଟ ବଜାର ମୂଲ୍ୟ  ।

ଗୃହମନ୍ତ୍ରୀ ନିଜେ ବିବୃତ୍ତି ଦେଇଛନ୍ତି

ଡିସେମ୍ବର 6 ରେ ସଂସଦରେ ଜାମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍, 2023 ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, 2023 ଉପରେ ହୋଇଥିବା ବିତର୍କର ଉତ୍ତରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଧାରା 370 ସ୍କ୍ରାପ୍ କରିବା ପୂର୍ବରୁ GSDP ଏହା 1 ଲକ୍ଷ ଟଙ୍କା ଥିଲା। କୋଟି ଯାହା କେବଳ ଚାରି ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇ ଆଜି 2,27,927 କୋଟି ଟଙ୍କା ହୋଇଛି  । ସେ ସୂଚନା ଦେଇ କହିଥିଲେ ଯେ ଧାରା 370 ହଟାଯିବା ପରେ କାଶ୍ମୀରରେ ଆତଙ୍କବାଦ ହ୍ରାସ ପାଇଛି, ଯେଉଁ କାରଣରୁ ସେଠାରେ ଏକ ଭଲ ପରିବେଶ ସୃଷ୍ଟି ହେବା ସହ ବିକାଶ ଘଟୁଛି।

 

ଅର୍ଥନୈତିକ ସର୍ଭେରେ ଏହି ଆକଳନ କରାଯାଇଥିଲା

ୟୁନିଅନ୍ ଟେରିଟୋରୀର ଅର୍ଥନୈତିକ ସର୍ଭେ 2022-23 ଅନୁଯାୟୀ ଜାମ୍ମୁ କାଶ୍ମୀରର ଜିଏସଡିପି ଶିଳ୍ପ, କୃଷି, ଉଦ୍ୟାନ କୃଷି, ପର୍ଯ୍ୟଟନ ଏବଂ ସେବା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଜାମ୍ମୁ କାଶ୍ମୀରର ଅର୍ଥନୀତି ଗତ ବର୍ଷ ତୁଳନାରେ ଜାତୀୟ ହାର ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶ୍ୱ ସ୍ତରୀୟ ଜାତୀୟ ରାଜପଥ, ଏକ୍ସପ୍ରେସୱେ, ଟନେଲ, ବ୍ରିଜ୍, ଫ୍ଲାଏଓଭର, ରିଙ୍ଗ ରୋଡ୍ ନିର୍ମାଣ କରାଯାଉଥିବାବେଳେ ରିପୋର୍ଟ ଅନୁଯାୟୀ ଜାମ୍ମୁ କାଶ୍ମୀରର ରେଳ ଲିଙ୍କ୍ 2023 ମସିହାରେ ଜାତୀୟ ନେଟୱାର୍କ ସହିତ ସଂଯୁକ୍ତ ହେବ ଏବଂ ବିମାନବନ୍ଦର ମଧ୍ୟ ନବୀକରଣ ହେବ।

ଜାମ୍ମୁ କାଶ୍ମୀର ହେଉଛି ଏକ କୃଷି ଅର୍ଥନୀତି, ଯେଉଁଠାରେ ଅଧାରୁ ଅଧିକ ଶ୍ରମିକ କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଡକ୍ଟର ମଙ୍ଗଳା ରାୟ କମିଟିର ସୁପାରିଶକୁ ଆଧାର କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିନିଯୋଗ କରି ଏହି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଯାହାଦ୍ୱାରା GSDP ରେ କୃଷିର ଅବଦାନ ଦ୍ୱିଗୁଣିତ ହେବ  ।  ଏହା ବ୍ୟତୀତ ଚାଷୀଙ୍କ ଆୟ ମଧ୍ୟ ଦ୍ୱିଗୁଣିତ ହେଉଛି।

 

ପୁଣି ବିବାଦରେ ଆନିମଲ, ସିନ୍‌ ହଟାଇବାକୁ ଶିଖ ସଙ୍ଗଠନର ଦାବି

ମୁମ୍ବାଇ: ରଣବୀର କପୁର ଓ ବବି ଦେୱଲଙ୍କ ଫିଲ୍ନ ଆନିମଲ ବକ୍ସ ଅଫିସରେ ଧୂମ ମଚାଇଛି  । ଫିଲ୍ମ ଯଦିଓ ଭଲ ରୋଜଗାର କରୁଛି କିନ୍ତୁ କିଛି ସିନ୍ସ ପାଇଁ ଫିଲ୍ମ ଏବେ ବିବାଦରେ  । ପ୍ରଥମେ ଫିଲ୍ମରେ ରଣବୀରଙ୍କ ଚରିତ୍ରକୁ ମହିଳା ବିରୋଧୀ ଓ ଟକ୍ସିକ କୁହାଯାଇଥିଲା  । ଏବେ ପୁଣି ଆନିମଲ ଫିଲ୍ମ ଶିଖ ଧର୍ମକୁ ଅପମାନ କରିଥିବା ଅଭିଯୋଗ ହୋଇଛି  । ଫିଲ୍ମର କିଛି ସିନ୍ସକୁ ନେଇ ଅଭିଯୋଗ କରିଛନ୍ତି ଶିଖ ସମ୍ପ୍ରଦାୟ  ।

ଅଲ ଇଣ୍ଡିଆ ଶିଖ ଷ୍ଟୁଡେଣ୍ଟ ଫେଡରେସନ ଅଧ୍ୟକ୍ଷ କର୍ଣ୍ଣଲ ସିଂ ପିର ମହମ୍ମଦ ସେନ୍ସର ବୋର୍ଡକୁ ଚିଠି ଲେଖି ଫିଲ୍ମରେ ଶିଖ ସମ୍ପ୍ରଦାୟଙ୍କୁ ନେଇ ବିବାଦିତ ସିନ ହଟାଇବା ପାଇଁ ଦାବି କରିଛନ୍ତି  । ଫିଲ୍ମର ସିନ୍‌ରେ ରଣବୀର କପୁର ଜମେ ଶିଖଗୁରୁଙ୍କ ମୁହଁରେ ଧୂଆଁ ଫୁଙ୍କୁଥିବା ଦେଖିବାକୁ ମିଳିଛି  । ସେହିପରି ଆଉ ଏକ ସିନ୍‌ରେ ଶିଖଗୁରୁଙ୍କ ଦାଢିରେ ସେ ଛୁରୀ ରଖିଥିବା ଦେଖିବାକୁ ମିଳିଛି  ।

ଏହା ସହ ସଂସ୍ଥା ଏନିମଲର ଲୋକପ୍ରିୟ ଗୀତ ଅର୍ଜନ ଭ୍ୟାଲିକୁ ନେଇ ଆପତ୍ତି କରିଛି  । ତାଙ୍କ କହିବା କଥା ଯେ ଏହି ପାରରମ୍ପାରିକ ଗୀତଟି ଶ୍ରୀ ଗୁରୁ ଗୋବିନ୍ଦ ସିଂ ଗାଇଥିବାବେଳେ ଫିଲ୍ମରେ ଗ୍ୟାଙ୍କୱାର ସମୟରେ ଏହି ଗୀତକୁ ବ୍ୟବହାର କରାଯାଇଛି  । ଏହା ଶିଖ ଧର୍ମାମ୍ବଲମ୍ବୀଙ୍କ ଉପରେ ଖରାପ ପ୍ରଭାବ ପକାଇବ  । ଏଣୁ ଫିଲ୍ମରୁ ଏଭଳି ସିନ୍ସକୁ ହଟାଯାଉ ବୋଲି ସେନ୍ସର ବୋର୍ଡକୁ ସଂସ୍ଥା ନିବେଦନ କରିଛି  ।

 

ସିଏମ୍‌ଙ୍କ ଝିଅ ଆଣିଲେ ସାଙ୍ଘାତିକ ଅଭିଯୋଗ, କହିଲେ ଆମେ ଚୁପ୍‌ ଅଛୁ ବୋଲି ପଦ ଅଛି

0

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଝିଅ ଆଣିଲେ ସାଙ୍ଘାତିକ ଅଭିଯୋଗ  । ଏକ ଭିଡିଓ ଜାରି କରି ନିଜ ବାପାଙ୍କ ବିରୁଦ୍ଧରେ କଲେ ସଙ୍ଗୀନ ଅଭିଯୋଗ  । ସିଏମ ମାନ୍‌ଙ୍କ ଝିଅ ସିରତ କୌର ବାପାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ ଆପ୍‌ ନେତା ତାଙ୍କ ମା ତଥା ପୂର୍ବତନ ପତ୍ନୀଙ୍କୁ ଶାରୀରି୍କ ଓ ମାନସିକ ନିର୍ଯାତନା ଦେଉଥିଲେ  । ତାଙ୍କୁ ଓ ତାଙ୍କ ଭାଇକୁ ଉପେକ୍ଷା କରିବା ସହ ଅଧରାତିରେ ସିଏମ ଆବାସରୁ ବାହାର କରିଦେଇଥିଲେ  ।

ଆଜି ଯାଏଁ ଆମେ ଚୁପ ରହିଲୁ  । ଏଯାଏଁ ତାଙ୍କ ଛୁଆକୁ ବି କିଛି କହିନୁ  । କିନ୍ତୁ ଏବେ ଲାଗୁଛି ଯେ ଆମର ମୌନକୁ ଆମର ଦୁର୍ବଳତା ସେ ଭାବିଛନ୍ତି  । ଆମେ ଚୁପ୍‌ ଅଛୁ ବୋଲି ସେ ମୁଖ୍ୟମନ୍ତ୍ରୀ ପଦରେ ଏବେଯାଏଁ ତିଷ୍ଠିଛନ୍ତି ବୋଲି କହିଛନ୍ତି ଝିଅ ସିରତ  ।

ଏକ ସାକ୍ଷାତକାରରେ ସେ କହିଛନ୍ତି କୌଣସି କାରଣରୁ ଆମକୁ ବାପାଙ୍କୁ ଭେଟିବାକୁ ଥିଲା  । କିନ୍ତୁ ବାହାନା ବନାଇ ତାଙ୍କୁ ପରେ ଆସିବାକପୁ କୁହାଯାଇଥିଲା  । ଯିଏ ନିଜ ପିଲାମାନଙ୍କର ଦାୟିତ୍ବ ନେଇ ନ ପାରିବେ ସେ ପଞ୍ଜାବର ଦାୟିତ୍ବ କେମିତି ନେବେ ବୋଲି ପ୍ରଶ୍ନ କରିଛନ୍ତି ଝିଅ  ।

ସେହିପରି ଭଗବନ୍ତ ମାନଙ୍କ ଝିଅ ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବ ସିଏମ ମଦ୍ୟପାନ କରି ଗୁରୁଦ୍ବାର ଯିବା ସହ ବିଧାନସଭା ବି ଯାଆନ୍ତି  । ଏହା ସହ ତାଙ୍କ ଭାଇ ଦୁଇ ଦୁଇ ଥର ମାନ୍‌ଙ୍କୁ ଭେଟିବା ପାଇଁ ଯାଇଥିଲେ ବି ସିଏମ ଆବାସରୁ ତାଙ୍କୁ ଭାଇଙ୍କୁ ଫେରାଇ ଦିଆଯାଇଥିଲା  ।

 

ପୁରୀରେ ପୋଲିସର ଏନକାଉଣ୍ଟର

ପୁରୀ : ପୁରୀରେ ପୋଲିସର ଏନକାଉଣ୍ଟର। ଅପରାଧି ସନ୍ତୁ ବାରିକକୁ ଏନକାଉଣ୍ଟର କରିଛି ପୋଲିସ। ସନ୍ତୁର ଗୋଡ଼ରେ ଗୁଳି ବାଜି ଥିବା ସୂଚନା ମିଳିଛି। ଗିରଳ ଜଙ୍ଗଲରେ ଲୁଚିଥିଲା ସନ୍ତୁ ବାରିକ। ବ୍ରହ୍ମଗିରି ସନ୍ତୁ ନାଁରେ ରହିଛି ଦୁଇଟି ମାମଲା । ଫେରାର ଥିଲା ସନ୍ତୁ ବାରିକ। ଖସିବାକୁ ଉଦ୍ୟମ ବେଳେ ପୋଲିସ ସହ ଗୁଳି ବିନିମୟ ହୋଇଥିଲା । ଅପରାଧୀ ସନ୍ତୁ ବାରିକ ଆହତ ହୋଇଥିବ ପୁରୀ ଏସପି ସୂଚନା ଦେଇଛନ୍ତି।

ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର : କଳିଙ୍ଗରେ ନୂଆ କୀର୍ତ୍ତିମାନ । କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା। କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି ଓଡ଼ିଶାର କ୍ରୀଡ଼ା କୀର୍ତ୍ତିକୁ ଆହୁରି ଉଜ୍ୱଳ କରିଛନ୍ତି। ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉଭୟ ଦିବ୍ୟାଙ୍ଗ ଓ ସକ୍ଷମଙ୍କ ପାଇଁ ଉଚ୍ଚକୋଟିର ବ୍ୟବସ୍ଥା ରହିଛି । ବିଶେଷକରି ଖେଳାଳିଙ୍କୁ ଫିଟ୍ ରଖିବାରେ ଏହା ବରଦାନ ସାଜିବ।

ଗୋଟିଏ ଛାତ ତଳେ କ୍ରୀଡ଼ାବିତଙ୍କ ପାଇଁ ରହିଛି ସବୁ ସୁବିଧା । ରହିବାଠୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ ସୁବିଧା କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉପଲବ୍ଧ ରହିଛି । ଯାହାକି ଖାଲି ଓଡ଼ିଶା ନୁହେଁ ବରଂ ସାରା ଦେଶର କ୍ରୀଡ଼ାବିତଙ୍କ ପାଇଁ ବରଦାନ ସାଜିବ। ଏଥିରେ ମାଇଣ୍ଡ ଲ୍ୟାବ୍ ସହ ରିହାବିଲିଟେସନ ଲ୍ୟାବ, ରିକୋଭରୀ ଲ୍ୟାବ, ଗେଟ୍ ଲ୍ୟାବ, ଫଙ୍କସ୍ନାଲ ଲ୍ୟାବ, ପୋଷ୍ଟୁରାଲ ଲ୍ୟାବ, ବାୟୋମେକାନିକ୍ସ ଲ୍ୟାବ, ପାରା-ଆଥଲେଟ୍ ପର୍ଫମାନ୍ସ ଲ୍ୟାବ ରହିଛି ।

ଏହା ସହିତ ବିଶ୍ବସ୍ତରୀୟ ଉପକରଣ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ତୃଣମୂଳ ସ୍ତରର ପ୍ରତିଭାଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରିବା ଆହତ କ୍ରୀଡ଼ାବିତଙ୍କୁ ଫିଟ୍ ରଖିବା, କ୍ରୀଡ଼ାବିତଙ୍କ ଶାରୀରିକ ଓ ମାନସିକ ଦକ୍ଷତା ପରଖିବା ଆଦି ଦିଗ ଉପରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ। ଏଥିପାଇଁ ଉଚ୍ଚ ପ୍ରଶିକ୍ଷିତ ଟ୍ରେନରଙ୍କୁ ନିଯୁକ୍ତି ଦିଆଯାଇଛି। ଫିଜିଓଥେରାପିଷ୍ଟ, ବାୟୋମେକାନିଷ୍ଟ, ଷ୍ଟ୍ରେନ୍ଥ ଆଣ୍ଡିସନିଂ ସ୍ପେଶାଲିଷ୍ଟ, କ୍ରୀଡ଼ା ବିଜ୍ଞାନୀ, କ୍ରୀଡ଼ା ମେଡିସିନ ଡାକ୍ତର ଏବଂ ସ୍ପୋର୍ଟ୍ସ ମସାଜ ଥେରାଫିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। କ୍ରୀଡ଼ାବିତଙ୍କ ଭବିଷ୍ୟତ ଗଠନ ଓ ପ୍ରେରଣା ଯୋଗାଇବା ନିମନ୍ତେ ଏହି କ୍ରୀଡ଼ା ବିଜ୍ଞାନକେନ୍ଦ୍ର ପେଣ୍ଠସ୍ଥଳ ସାଜିବ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ମଜା ନେଉଛନ୍ତି ଲୋକେ

କନ୍ଧମାଳ : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ହେଉଛି ବିକାଶ । ପର୍ଯ୍ୟଟନ ଋତୁରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଭିଡ ଜମୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ମଜା ନେଉଛନ୍ତି ଲୋକେ ।

ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସମେତ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟେ କନ୍ଧମାଳର ଦାରିଙ୍ଗବାଡ଼ିକୁ । ସୁସ୍ଥ ବାତାବରଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣେ ନିଜ କୋଳକୁ। ପର୍ଯ୍ୟଟନ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ରାଜ୍ୟ ସରକାର ଯେଉଁ ଇକୋ ରିଟ୍ରିଟର ବ୍ୟବସ୍ଥା କରିଛନ୍ତି ଏହାକୁ ନେଇ ପର୍ଯ୍ୟଟକଙ୍କ ମନରେ ବେସ୍ ଉତ୍ସାହ ଦେଖିବାକୁ ମିଳିଛି। ଜଙ୍ଗଲ ପାହାଡ଼ କୋଳରେ ଥିବା ଦାରିଙ୍ଗବାଡ଼ିର ଏହି ଇକୋ ରିଟ୍ରିଟରେ ତମ୍ବୁତଳେ ପଞ୍ଚ ତାରକା ହୋଟେଲର ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି ପର୍ଯ୍ୟଟକ ।

ଇକୋ ରିଟ୍ରିଟର ସମସ୍ତ କର୍ମଚାରୀ ଅତିଥି ମାନଙ୍କୁ ଉତ୍ତମ ସେବା ଯୋଗାଉଛନ୍ତି । ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଗାଇଡ୍ ମାନଙ୍କ ଦ୍ୱାରା ସୁରକ୍ଷିତ ଭାବେ ଭ୍ରମଣ କରାଉଛନ୍ତି। ଏଥିସହିତ ସନ୍ଧ୍ୟା ସମୟରେ ଅତିଥି ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରିଛନ୍ତି କର୍ତ୍ତୃପକ୍ଷ । ଏଠାକାର ପରିବେଶ ଅତି ସୁନ୍ଦର ଓ ମନଲୋଭା, ରାଜ୍ୟ ସରକାର ପର୍ଯ୍ୟଟକଙ୍କ ପାଇଁ ଏଭଳି ସ୍ୱ୍ତନ୍ତ୍ର ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ପର୍ଯ୍ୟଟକ ।

ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ସାବଧାନ୍ !

ବ୍ୟୁରୋ ରିପୋର୍ଟ : ସାଧାରଣ ମହିଳାଙ୍କ କ୍ଷେତ୍ରରେ ମାସିକ ଧର୍ମ ହେବା ଓ ରକ୍ତସ୍ରାବ ହେବା ଏକ ସାଧାରଣ କଥା ଅଟେ। କିନ୍ତୁ ମାସିକ ଧର୍ମରେ ଅଧିକ ରକ୍ତସ୍ରାବ ହେବା ଚିନ୍ତିର କାରଣ ହୋଇଥାଏ । ଏହି ସମୟରେ ଯୁବତୀମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହାକୁ ଅଣଦେଖା କରିବା ଅନୁଚିତ୍ ହୋଇଥାଏ । ଅନେକ ଲୋକ ଏହାକୁ ସାଧାରଣ ବୋଲି ଭାବିଥାନ୍ତି । କିନ୍ତୁ ଏହାକୁ ସାଧାରଣ ଭାବେ ନେବା ଉଚିତ୍ ନୁହେଁ ବୋଲି  ସ୍ୱାସ୍ଥ୍ୟବିଶେଷଜ୍ଞମାନେ କହିଛନ୍ତି । ପ୍ରଯୋଜନ ପ୍ରଣାଳୀ ବ୍ୟତୀତ ଏମିତି ଅନେକ କାରଣ ଅଛି ଯେଉଁ କାରଣରୁ ମହିଳାଙ୍କର ରକ୍ତସ୍ରାବ ଅଧିକ ହୋଇଥାଏ । ଯଦି ରକ୍ତସ୍ରାବ ଅଧିକ ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍।

ପିରିୟଡ୍ସର ଅବଧି ଚକ୍ର ଆରମ୍ଭ ହେବାର ଏକ ନିର୍ଦ୍ଧିଷ୍ଟ ବୟସ ଯଥା, ୧୨, ୧୩ କିମ୍ବା ୧୪ ବର୍ଷ ରହିଥାଏ । ସେହିପରି ପିରିୟଡ୍ସ ଅବଧି ଶେଷ ହେବାର ଏକ ବୟସ ଯଥା, ୪୦,୪୫ ଓ ୫୦ ବର୍ଷ ହୋଇଥାଏ । ସେହି ସମୟରେ ଯୁବତୀ ବା ମହିଳାଙ୍କ ମଧ୍ୟରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଯେମିତିକି ହରମୋନ୍ ଇନବାଲାନ୍ସ ବା ଅସୁନ୍ତଳନତା କାରଣରୁ ଅଧିକ ଋତୁସ୍ରାବ ହୋଇଥାଏ । ଚିନ୍ତା ଲାଗି ରହିବା ଯୋଗୁଁ ପିରିୟଡ୍ସ ସାଇକେଲକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ହରମୋନ୍ ଅସୁନ୍ତଳନତା ଦେଖାଯାଇଥାଏ । ଏହାଛଡା ପଲିଷ୍ଟିକ୍ ଓଭାରୀ ସିଣ୍ଡ୍ରୋମ୍ (PCOS) ପ୍ରସବ ସମୟରେ ଏହି ସମସ୍ୟା ଅଧିକ ଦେଖାଯାଏ ବୋଲି କୁହାଯାଏ । ଏହାଦ୍ୱାରା ଅନେକ ରୋଗ ମଧ୍ୟ ହେବାର ସମ୍ଭାବନା ରହିଛି ।

ଅଧିକ ପରିମାଣରେ ଋତୁସ୍ରାବ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହାସହ ଖାଦ୍ୟର ଧ୍ୟାନ ରଖିବା ଆବଶ୍ୟକ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସମୟ ସମୟରେ ସାନିଟାରୀ ନାପକିନ୍ ବଦଳାଇବା ଜରୁରୀ ହୋଇଥାଏ । ଋତୁସ୍ରାବ ସମୟରେ ସ୍ୱଚ୍ଛତାର ଯତ୍ନ ନେବା ସହ ପ୍ରତି ୩ରୁ ୪ ଘଣ୍ଟାରେ ନାପକିନ୍ ପରିବର୍ତ୍ତନ କରିବା ଉଚିତ।  ଉଷୁମ ପାଣି ସହିତ ନିୟମିତ ସ୍ନାନ କରନ୍ତୁ । ଯଦି ଅତ୍ୟଧିକ ରକ୍ତସ୍ରାବ ହୁଏ, ତେବେ ଆପଣ ସନ୍ଧ୍ୟାରେ ମଧ୍ୟ ସ୍ନାନ କରିପାରିବେ । ଏହି ସମୟରେ ସବୁଜ ପନିପରିବା, କଦଳୀ, ବନ୍ଧାକୋବି, କିୱି, ଧନିଆ ପତ୍ର, ଡାର୍କ ଚକୋଲେଟ୍ ଖାଇବା ଉଚିତ୍ ।  ଚା, କଫି, ବାହର ଖାଦ୍ୟ, ଖଟା ଜିନିଷ ଇତ୍ୟାଦିରୁ ଦୂରେଇ ରୁହନ୍ତୁ । ଯଦିଓ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା ଅଛି, ନିଶ୍ଚିତ ଭାବରେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।