ବଲାଙ୍ଗୀର: ବଲାଙ୍ଗୀର ଆୟକର ବିଭାଗ ତରଫରୁ ସୁଦପଡା ଦେଶୀ ମଦଭାଟିରେ ରେଡ ଘଟଣା । ଷଷ୍ଠ ଦିନରେ ମଧ୍ଯ ଚଢ଼ାଉ ଜାରି ରହିଛି । ଦିନ ରାତି ଏକ କରି ଖିଅ ଖୋଜୁଛନ୍ତି ଆୟକର ବିଭାଗ ଅଧିକାରୀ । ରବିବାର ସୁଦପଡା ମଦଭାଟି ମୁଖ୍ୟ ମ୍ୟାନେଜର୍ ରାଜେଶ ସାହୁ ଓ ଫାଇନାନସିଆଲ ମ୍ୟାନେଜର ବଣ୍ଟି ସାହୁଙ୍କ ଘରୁ ଜବତ ହୋଇଥିବା ଟଙ୍କାର ଗଣତି ଶେଷ ହୋଇଛି । ଚାରିଦିନ ଧରି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ମାରାଥନ ଗଣତି ଚାଲିଥିଲା । ଗଣତି ବେଳେ କେତେ ଟଙ୍କା ବାହାରିଛି ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୌଣସି ତଥ୍ଯ ଦିଆଯାଇ ନଥିବା ବେଳେ, ୧୭୬ଟି ବ୍ୟାଗରୁ ୩୦୦ରୁ ୩୫୦ କୋଟି ଟଙ୍କା ବାହାରିଥିବା ଆକଳନ କରାଯାଉଛି । ଟଙ୍କା ପରେ ଏବେ ଆଇଟି ବିଭାଗର ନଜର ଜବତ ହୋଇଥିବା ଦସ୍ତାବିଜ୍ ଉପରେ ପଡ଼ିଛି । ଜବତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରୁ କେତେ ଟଙ୍କା ଆୟ ବ୍ୟୟ ହୋଇଛି ତାହାର୍ ଅଟକଳ କରାଯାଉଛି । ଟଙ୍କା ପରେ ଏବେ ଆୟକର ବିଭଗ ନଜରରେ ରହିଛି ଜବତ ହୋଇଥିବା ଫାଇଲ । ଭାଟିରୁ କେଜି କେଜି ସୁନା ମଧ୍ୟ ଜବତ ହୋଇଥିବା ଚର୍ଚ୍ଚା ହେଉଛି । ଆଜି ସ୍ପଷ୍ଟ ହେବ ଜବତ ଟଙ୍କାର ପରିମାଣ ।
ପୁଣି ଲାଗିଲା ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର
ଅମୃତସର: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ କରିଥାନ୍ତି । ଗଦର-୨ର ସଫଳତା ପରେ ତାଙ୍କର କ୍ରେଜ୍ ବଢ଼ି ଯାଇଥିଲା । ମାତ୍ର ଏବେ ପୁଣି ନିଜ ସଂସଦୀୟ କ୍ଷେତ୍ରରେ ତାଙ୍କର ନିଖୋଜ ଥିବା ପୋଷ୍ଟ ଲାଗିଛି । ଯିଏ ତାଙ୍କୁ ଖୋଜି ଦେବ ସେ ୫୦ ହଜାର ଟଙ୍କାର ପୁରସ୍କାର ପାଇବ ବୋଲି କୁହାଯାଇଛି । ଏଭଳି ପୋଷ୍ଟର ଏବେ ବହୁମାତ୍ରାରେ ଲାଗିଛି । ବିଜେପି ପକ୍ଷରୁ ସାଂସଦ ହୋଇଥିବା ସନ୍ନି ଦେଓଲ ଗୁରୁଦାସପୁର-ପଠାନକୋଟରୁ ସାଂସଦ ଅଛନ୍ତି । ମାତ୍ର ସେ ନିଜର ସଂସଦୀୟ କ୍ଷେତ୍ରରେ ଦେଖା ଦେଉନାହାନ୍ତି । ବାରମ୍ବାର ଲୋକେ ଅଭିଯୋଗ ଆଣୁଥିବାବେଳେ ପୂର୍ବରୁ ମଧ୍ୟ ଏଭଳି ନିଖୋଜ ପୋଷ୍ଟର ମାରିଥିଲେ । ମାତ୍ର ଏହାପରେ ମଧ୍ୟ ସେ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉନଥିବା କହୁଛନ୍ତି ଲୋକେ । ଏପରିକି ଜନତାମାନେ କହିଛନ୍ତି କି, ମିଛ ପ୍ରତିଶୃତିରେ ଫସି ତାଙ୍କୁ ଭୋଟ୍ ଦେଇଥିଲୁ । ତାହା ଆମର ଭୁଲ୍ ହୋଇ ଯାଇଛି । ଆଉ କେବେ ଏଭଳି ଭୁଲ୍ ହେବ ନାହିଁ । ଯଦି ୨୦୧୪ ନିର୍ବାଚନରେ ତାଙ୍କୁ କୌଣସି ଦଳ ଟିକେଟ ଦିଏ ତାହେଲେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ସନ୍ନି ଦେଓଲଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ବସଷ୍ଟାଣ୍ଡ ଏବଂ ଷ୍ଟେସନରେ ମଧ୍ୟ ଏଭଳି ନିଖୋଜ ପୋଷ୍ଟର ଲଗାଯାଇଥିବାବେଳେ ଏହା ଚର୍ଚ୍ଚାରେ ରହିଛି ।
ବାଙ୍କୀ ରଣଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
ବାଙ୍କୀ: ବାଙ୍କୀ ରଣଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସ୍ୟମ ହରାଇ ଗଛରେ ପିଟିହେଲା ବାହାଘର ବରଯାତ୍ରୀ କାର ,ଦୁଇ ମୃତ ଜଣେ ଗୁରୁତର । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କାରଟି ଆଠଗଡ଼ ରୁ ବାଙ୍କୀ ମକୁନ୍ଦୁପୁର ଯାଉଥିବା ବାହାଘରିଆ ଯାଉଥିବା ସମୟରେ ଭାରସମ୍ୟ ହରାଇ ଗଛରେ ପିଟିହୋଇଥିଲା କାର ଫଳରେ କାର ରେ ଥିବା ତିନି ଜଣ ମଧ୍ୟରୁ ଦୁଇ ଜଣ ମୃତ ବରଣ କରିଥିବା ବେଳେ ଜଣେ ଗୁରୁତର ଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଭର୍ତି କରାଯିବା ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ ଖେଳି ନପାରନ୍ତି ଦୀପକ ଚହର
ଡର୍ବାନ: ରବିବାର ଦକ୍ଷିଣ ଆଫ୍ରିକା-ଭାରତ ପ୍ରଥମ ଟି-୨୦ ବର୍ଷା କାରଣରୁ ବାତିଲ ହୋଇଛି । ତେବେ ଏହି ମ୍ୟାଚରେ ଭାରତୀୟ ଦୃ୍ରତ ବୋଲର ଦୀପକ ଚହର ଏହି ମ୍ୟାଚରେ ଦଳରେ ନଥିଲେ । ଏବେ ଖବର ମିଳିଛି କି, ସମ୍ପୂର୍ଣ୍ଣ ଟି-୨୦ ମ୍ୟାଚ ଏବଂ ଦିନିକିଆ ସିରିଜରେ ମଧ୍ୟ ଖେଳି ନପାରନ୍ତି । ତାଙ୍କ ବାପାଙ୍କ ଦେହ ଅଚାନକ ଖରାପ ହେବାରୁ ସେ ମ୍ୟାଚ ନଖେଳିବାକୁ କହିଛନ୍ତି । ଘରକୁ ଫରିବା ସହ ମେଡିକାଲରେ ରହିବେ । ଏହାସହ ସେ କହିଛନ୍ତି କି, ମୋ ପାଇଁ ମୋ ପରିବାର ପ୍ରଥମ । ଏଣୁ ମୁଁ ପରିବାର ସହ ରହିବି । ତେବେ ଦୀପକ ଚହରଙ୍କ ରେକର୍ଡ ଭଲ ରହିଛି । ଯଦି ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଉପରେ ନଜର ପକାଇବା ତାହେଲେ ସେ ୧୩ଟି ଦିନିକିଆ ଏବଂ ୨୫ଟି ଟି-୨୦ ଖେଳିଛନ୍ତି । ଆହତ କାରଣରୁ ପ୍ରାୟତଃ ଦଳରୁ ବାଦ ଫଡ଼ିଛନ୍ତି ଦୀପକ । ଆଇପିଏଲରେ ତାଙ୍କର ରେକର୍ଡ ଭଲ ରହିଥିବାବେଳେ ଧୋନୀଙ୍କ ଅଧିନାୟକତ୍ବ ଖେଳି ଦଳକୁ ବହୁ ବିଜୟ ଭେଟି ଦେବାରେ ତାଙ୍କର ଅବଦାନ ରହିଛି ।
ଭାରତୀୟ ଓ୍ବେବସାଇଟ ଓ ଡିଜିଟାଲ ଭିତ୍ତିଭୂମି ଉପରେ ହୋଇପାରେ ଆଟାକ !
ନୂଆଦିଲ୍ଲୀ: ଭାରତୀୟ ଓ୍ବେବସାଇଟ ଓ ଡିଜିଟାଲ ଭିତ୍ତିଭୂମି ଉପରେ ହୋଇପାରେ ଆଟାକ । ପାକିସ୍ତାନ ଓ ଇଣ୍ଡୋନେସିଆର କେତେକ ପ୍ରମୁଖ ହ୍ୟାକର ଗ୍ରୁପ ଏକ ସାଇବର ପାର୍ଟି ଆୟୋଜନ କରୁଥିବା ଜଣାପଡ଼ିଛି । ଏନେଇ ସୂଚନା ମିଳିବା ପରେ ଦେଶରେ ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ସାଇବର ସିକ୍ୟୁରିଟି ନେଇ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏହି ହ୍ୟାକର ଗ୍ରୁପରେ ୪ ହଜାରରୁ ଅଧିକ ବ୍ୟକ୍ତିବିଶେଷ ସାମିଲ ରହିଛନ୍ତି । ବିଶେଷ କରି ଦେଶର ଡିଜିଟାଲ ଭିତ୍ତିଭୂମି ନଷ୍ଟ କରିବା ସେମାନଙ୍କ ଉଦ୍ଦେଶ୍ୟ ବୋଲି ବିଚାର କରିଛନ୍ତି ଗୁଇନ୍ଦା ବିଭାଗ ।
ବିଭିନ୍ନ ଓ୍ବେବସାଇଟରେ ଯେପରି ବେଆଇନ ଆକ୍ସେସ ହୋଇପାରିବ ନାହିଁ ସେଥିଲାଗି ଦିଆଯାଇଛି ଗୁରୁତ୍ବ । ଡାଟାଗୁଡିକର ସୁରକ୍ଷା ଲାଗି ସାଇବର ହାଇଜିନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି । କେନ୍ଦ୍ରୀୟ ସଂସ୍ଥା ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ କ୍ଷେତ୍ରର ସାଇବର ଭିତ୍ତିଭୂମିକୁ ପ୍ରାଇମ ଟାର୍ଗେଟ କରାଯାଇଛି । ହ୍ୟାକର ଗ୍ରୁପର ଟାର୍ଗେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ରହିଛି । ପୂର୍ବରୁ ଏହି ଗ୍ରୁପର ୧୨ ହଜାର ସରକାରୀ ଓ୍ବେବସାଇଟଙ୍କୁ ଟାର୍ଗେଟ କରିଥିଲା । ଏହି ସଂଗଠନ ପକ୍ଷରୁ ଆମେରିକା, ସୁଇଡେନ ଓ ଇସ୍ରାଏଲ ଉପରେ ବି ସାଇବର ଆକ୍ରମଣ କରାଯାଇଥିଲା ।
୮ ଦିନ ପରେ ଛିଣ୍ଡୁନି ଅଙ୍କକଷା, କିଏ ହେବେ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ?
ନନ୍ଦିଘୋଷ ବ୍ୟୁରୋ: ୮ ଦିନ ପରେ ବି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀକୁ ନେଇ ଲାଗି ରହିଛି ସସପେନ୍ସ । କିଏ ହେବ ରାଜସ୍ଥାନ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ ବିଜେପି ଘୋଷଣା କରିଥିବାବେଳେ ଆଜି ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପରଦା ହଟିପାରେ। ରାଜନାଥ ସିଂଙ୍କ ନେତୃତ୍ବରେ ୩ ଜଣିଆ ଟିମ ରାଜସ୍ଥାନ ପର୍ଯ୍ୟବେକ୍ଷକ ଭାବେ ଆଲୋଚନା କରୁଛନ୍ତି । ବସୁନ୍ଧରା ପିନ୍ଧିବେ ମୁଖ୍ୟମନ୍ତ୍ରୀ ମୁକୁଟ ନା ଆଉ କିଏ ହେବ ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ସେହିପରି ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ ନିଯୁକ୍ତ ହୋଇଛନ୍ତି ୩ ପର୍ଯ୍ୟବେକ୍ଷକ । ମଧ୍ୟପ୍ରଦେଶରେ ଶାସନ ବଜାୟ ରଖିଛି ବିଜେପି । ଏବେ ଶିବରାଜ ସିଂ ମୁଖ୍ୟମନ୍ତ୍ରୀ ଅଛନ୍ତି । ଶିବରାଜଙ୍କ ନେତୃତ୍ବରେ ଦଳ ପୁଣି ବିଜୟ ହୋଇଛି । ତେବେ ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ବିଜେପି । ତେଣୁ ମଧ୍ୟପ୍ରଦେଶରେ ନୂଆ ମୁହଁ ମିଳିବା ଆଶା କରାଯାଉଛି । ସୋମବାର ଉଭୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା ନେଇ ସମ୍ଭାବନା ରହିଛି ।
ଆଜି ଆସିବ ଧାରା ୩୭୦ର ରାୟ
ନୂଆଦିଲ୍ଲୀ: ସୋମବାର ଆସିବ ଧାରା ୩୭୦ର ରାୟ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ହୋଇଥିବା ମାମଲାର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ଆବେଦନ ଉପରେ କୋର୍ଟ ରାୟ ପ୍ରଦାନ କରିବେ । ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ । ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ମାମଲାର ମାରାଥନ ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୁଡ଼, ଜଷ୍ଟିସ୍ ସଞ୍ଜୟ କିଶାନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ୧୬ ଦିନ ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସେପ୍ଟେମ୍ବର ୫ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।
୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧଓ୍ବନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ବିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ ଥିଲା ବୋଲି ଦର୍ଶାଇ ଥିଲେ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଧାରା ଉଚ୍ଛେଦ କରିବା ସହ ଜାମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ ।
ବର୍ଷା ପାଇଁ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦
ଡର୍ବାନ: ଟସ୍ ପଡ଼ିବା ପୂର୍ବରୁ ମ୍ୟାଚ୍ ବାତିଲ । ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବର୍ଷା ସାଜିଲା ବାଧକ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବାକୁ ଥିଲା । ମାତ୍ର ମ୍ୟାଚ ପୂର୍ବରୁ ପାଗ ଖରାପ ରହିଥିଲା । ବର୍ଷା କାରଣରୁ ଟସ ପଡ଼ିବାରେ ବିଳମ୍ବ ହୋଇଥିଲା । ଆଉଟ୍ ଫିଲ୍ଡ ଶୁଖି ନଥିବାରୁ ଶେଷରେ ମ୍ୟାଚ ବାତିଲ କରାଯାଇଛି । ସେପଟେ ବର୍ଷା ଛାଡ଼ିବାର ମଧ୍ୟ ନାଁ ନେଇନଥିଲା । ଏଣୁ ମ୍ୟାଚ ଆରମ୍ଭ ହେବା ଅସମ୍ଭବ ଥିଲା । ସୁପର ସଣ୍ଡେରେ ସୁପର ମ୍ୟାଚ ରହିଥିବାବେଳେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଆଶା ରଖିଥିଲେ କ୍ରିକେଟପ୍ରେମୀ । ମାତ୍ର ବର୍ଷା ସବୁ ଫିକା ପକାଇ ଦେଇଛି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତ ବିଜୟ ହୋଇଥିବାବେଳେ ଦମଦାର ଫର୍ମରେ ରହିଛି ଦକ୍ଷିଣ ଆଫ୍ରିକା । ଏଣୁ ଟି-୨୦ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଥିଲା ।
୨ଟି ସ୍ଥାନରେ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ
ନନ୍ଦିଘୋଷ ବ୍ୟୁରୋ: ସାମାନ୍ୟ ଅସାବଧାନତାରୁ କ୍ଷେତରେ ଜଳିଗଲା ପାଚିଲା ଧାନ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ନାମ୍ପୋ, ବାଣିଦା ଓ ଓଲାଲପୁର ମୌଜାର ପ୍ରାୟ ୨୦ ଏକର ପାଚିଲା ଧାନ କ୍ଷେତରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧାନ ପୋଡି ନଷ୍ଟ ହେଇଯାଇଛି । ଅଲାଲପୁର ଗ୍ରାମର ଜଣେ ଚାଷୀ ତାଙ୍କ କ୍ଷେତରୁ ଧାନ ଅମଳ ପରେ ନଡାରେ ନିଆଁ ଲଗାଇଥିବା ବେଳେ ପବନରେ ଉଡ଼ି ପାଖ ଜମିରେ ପଡ଼ିଥିଲା । ଫଳରେ ପାଚିଲା ଧାନ କ୍ଷେତରେ ଲାଗିଯାଇଥିଲା ନିଆଁ । ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ବର୍ଷଯାକର ଫସଲ ଜଳିଯାଇଥିବାରୁ ଚିନ୍ତାରେ ଚାଷୀ ।
ଜମିରେ ଲାଗିଲା ନିଆଁ । ବହୁ ପରିମାଣର ଧାନ ପୋଡ଼ି ନଷ୍ଟ । ଅମଳ ପୂର୍ବରୁ ନିଆଁ ଲାଗି ପ୍ରାୟ ୩୦ ଏକର ଜମିରେ ଧାନ ପୋଡ଼ି ନଷ୍ଟ ହୋଇଯାଇଛି । ପାରଳାଖେମୁଣ୍ଡି ସୀତାସାଗର ହିଡ଼ ନିକଟସ୍ଥ ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଜମିରେ ଅଗ୍ନିକାଣ୍ଡ ଘଟିଛି । କ୍ଷୟକ୍ଷତିର ପରିମାଣ ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ । ଏ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳେକୁ ପ୍ରାୟ ୩୦ ଏକର ଜମିରେ ନିଆଁ ବ୍ୟାପି ଧାନ ପୋଡ଼ି ଯାଇଥିଲା।
ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ, ମାହୁନ୍ତକୁ କଚାଡି ପଳାଇଗଲା ହାତୀ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ମାହୁନ୍ତକୁ କଚାଡି ପଳାଇଗଲା ହାତୀ । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ଯାତ୍ରାରୁ ବାହାରି ହାତୀଟି ଗାଁ ମୁହାଁ ହୋଇଥିବା ଜଣାପଡିଛି । ଆଜି ଧନୁଯାତ୍ରାର ଚତୁର୍ଥ ରାତି ହୋଇଥିବାବେଳେ କଂସ ମହାରାଜଙ୍କ ପାଇଁ ଆସିଥିଲା ହାତୀ । ମାହୁନ୍ତ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ବୋଲ ନମାନି ହାତୀଟି ମାହୁନ୍ତଙ୍କୁ କଚାଡ଼ି ସେଠାରୁ ଚାଲିଯାଇଥିଲା । ବର୍ତ୍ତମାନ ସୁଦ୍ଧା ସଂଧାନ ମିଳି ନଥିବାବେଳେ ରାତି ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ହାତୀଟି ଚାଲିଯାଇଥିବାରୁ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

