spot_img
Home Blog Page 2522

ନରହନ୍ତା ଭାଲୁକୁ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ

ନବରଙ୍ଗପୁର: ନରହନ୍ତା ଭାଲୁକୁ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ । ନବରଙ୍ଗପୁର ଜିଲ୍ଲା ଭତ୍ରାସିଉନୀରେ ଠିକାଦର ବ୍ରିଜେଶ ଦ୍ବିବେଦୀଙ୍କୁ ଆକ୍ରମଣ କରି ମାରି ଦେଇଥିଲା । ପରେ ଅନ୍ୟ ଦୁଇଜଣ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା । ଶତାଧିକ ଲୋକେ ଭାଲୁଟିକୁ ଆକ୍ରମଣ କରି ପିଟି ପିଟି ମାରିଦେଇଛନ୍ତି । ଖବର ପାଇ ବନ ବିଭାଗ ଟିମ୍ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରି ଶବ ତଦନ୍ତ କରିଛନ୍ତି । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ନରହନ୍ତା ଭାଲୁ ଆକ୍ରମଣ କରି ଦୁଇଜଣଙ୍କ ଜୀବନ ନେଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକେ ଡରି ଡରି ରହୁଥିଲେ । ଆଉ ଆଜି ଏଭଳି ଏକ ଚରମ ପନ୍ଥା ଆପଣାଇଥିବା ଜଣାପଡ଼ିଛି ।

ମୁନିଗୁଡା ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ

ରାୟଗଡ଼ା: ମୁନିଗୁଡା ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ ଆରମ୍ଭ । ଷ୍ଟେସନ ଆଗରେ ଥିବା ରେଳବାଇ ଜାଗାକୁ ଶନିବାରଠାରୁ ଉଚ୍ଛେଦ କରାଯାଉଛି । ରେଳ ଷ୍ଟେସନ ଛକ ଠାରୁ ସହିଦ ଲକ୍ଷ୍ମଣ ନାୟକ ଛକ ପର୍ଯ୍ୟନ୍ତ ଦୋକାନ ଗୃହ ସବୁ ଭଙ୍ଗାଯିବାକୁ ନିଷ୍ପତି ନିଆଯାଇଛି । ଏହି ଦୋକାନୀ ମାନେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରୁଥିବାରୁ ଉଚ୍ଛେଦକାର୍ଯ୍ୟ କିଛିଦିନ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ତେବେ ରେଳବିଭାଗ ଉଛେଦ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲ୍ଲାପାଳ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପ୍ରଥମ ଦିନରେ  ୩୭ଟି ଦୋକାନ ଗୃହ ଭଙ୍ଗାଜିବାକୁ ନିଷ୍ପତି ହୋଇଥିବା ବେଳେ ମାସ ଶେଷ ସୁଦ୍ଧା ଅନ୍ୟ ଦୋକାନ ଗୃହ ଭଙ୍ଗାଯିବ । ସୁରକ୍ଷା ଦୃଷ୍ଟିରୁ ବିଷମକଟକ ଏସଡିପିଓ, ମୁନିଗୁଡା ଥାନା ଅଧିକାରୀ, ରେଳବାଇ ପୋଲିସ ଅଧିକାରୀ ଓ ଶତାଧିକ ପୋଲିସ ଫୋର୍ସ ମୃତୟନ ହୋଇଥିଲେ ।

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗୀରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ

ବଲାଙ୍ଗୀର: ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ । ‘ବ୍ଲକଚେନ୍‌’ ପରି ଟେକ୍ନୋଲୋଜି ବ୍ୟବହାର କରି ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଗ୍ରାହକମାନଙ୍କ ହାତ ପାଆନ୍ତାରେ ଆବଶ୍ୟକ ସୂଚନା ପହଞ୍ଚାଉଛି ‘ଓଭୋ ଫାର୍ମ’ । ବଜାରକୁ ଆସୁଥିବା ଓଭୋ ଫାର୍ମର ‘କେନକୋ’ ବ୍ରାଣ୍ଡର ଅଣ୍ଡା ପ୍ୟାକେଟରେ ଥିବା କ୍ୟୁଆର୍ କୋଡକୁ ମୋବାଇଲରେ ସ୍କାନ କଲେ ଗୁଣବତ୍ତା ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରୁଛି । କେନକୋ ଅଣ୍ଡା ଓଡ଼ିଶାର ପ୍ରମୁଖ ସହରରେ ଥିବା ଗ୍ରୋସରୀ ଆଉଟଲେଟ ସହିତ ଦେଶର ବିଭିନ୍ନ ସହରରେ ମିଳୁଛି।

ଏହାଛଡ଼ା କମ୍ପାନିର ନିଜସ୍ୱ ଆଉଟଲେଟ୍ ‘ଏଗ୍-ଷ୍ଟ୍ରା’ ମାଧ୍ୟମରେ ବିକ୍ରି କରାଯାଉଛି। ଏପରିକି କେନକୋ ପ୍ୟାକରେ ଆସୁଥିବା ପ୍ରତିଟି ଅଣ୍ଡା ଉପରେ ଏହାର ଉତ୍ପାଦନ ତାରିଖ ଛପାଯାଉଛି, ଯାହାକି ଗ୍ରାହକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଫାର୍ମକୁ ସମ୍ପୂର୍ଣ୍ଣ ରୋଗମୁକ୍ତ ରଖିବା ସହିତ ଅଟୋମେସନର ବ୍ୟବହାର ଏବଂ ‘କଣ୍ଟାକ୍ଟ ଲେସ୍‌’ ଉତ୍ପାଦନ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ଓଭୋ ଫାର୍ମ । ତା’ ସହିତ ଅଣ୍ଡାକୁ ପ୍ରତ୍ୟେକ ସ୍ତରରେ ଯାଞ୍ଚ କରାଯାଇ ଦେଶ ବିଦେଶକୁ ପଠାଯାଉଛି । ପ୍ରତିଟି ଅଣ୍ଡା ଡ୍ରାଏ କ୍ଲିନ୍‌, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପ୍ରକ୍ରିୟା ଦେଇ ଓଭୋ ଫାର୍ମରୁ ବାହାରୁଛି ।

ସେହିପରି ସେଠାରେ ପରିବେଶ-ଅନୁକୂଳ ପ୍ୟାକେଜିଂ ପଦ୍ଧତି ଅନୁସରଣ କରାଯାଇ ସୁସ୍ଥ ଅଣ୍ଡାକୁ ବଜାରକୁ ପଠାଯାଉଛି। ଓଭୋ ଫାର୍ମରେ ସୁସ୍ଥ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ‘ବାୟୋ ସିକ୍ୟୁରିଟି’ ବ୍ୟବସ୍ଥା ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗିରରେ ଥିବା ଏହି କୃଷିଭିତ୍ତିକ ଉଦ୍ୟୋଗ ‘ଓଭୋ ଫାର୍ମ’ ଆଜି ପୂର୍ବ ଭାରତର ଏକ ଅଗ୍ରଣୀ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚୟ ପାଇଛି। ଦିନକୁ ପ୍ରାୟ ୧୦ ଲକ୍ଷ ଅଣ୍ଡା ଉତ୍ପାଦନର କ୍ଷମତା ରଖିଛି ଏହି ଫାର୍ମ। ବଲାଙ୍ଗିରର ଦୁଇ ଉଦ୍ୟୋଗୀ ଭାଇ ସୌମେନ୍ଦ୍ର ମିଶ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ପ୍ରଚେଷ୍ଟାରେ ଏହି ଉଦ୍ୟୋଗ ରାଜ୍ୟର ଏକ ସଫଳ ଶିଳ୍ପ ହୋଇପାରିଛି। ଏହି ଅନୁଷ୍ଠାନରେ ବଲାଙ୍ଗିର ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ଲୋକଙ୍କୁ ମଧ୍ୟ ଜୀବିକା ମିଳିପାରିଛି। ବିଶେଷକରି, ଫାର୍ମର ଆଖପାଖ ଅଞ୍ଚଳରେ ରହୁଥିବା ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ପ୍ରତିଦିନ ଥରେ ମାଗଣାରେ ପୋଷଣଯୁକ୍ତ ଭୋଜନ ଦିଆଯାଉଛି।

ଛୋଟ ଶିଳ୍ପକୁ ବଡ଼ ସାହସ

ଭୁବନେଶ୍ବର: ଦ୍ରୁତ ଗତିରେ ବଢିଚାଲିଛି ଖୋର୍ଦ୍ଧା ଜିଲ୍ଲାରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ବୃହତ ଶିଳ୍ପ ତୁଳନାରେ ଏମଏସଏମଇ ସେକ୍ଟରରେ ୩୦ଗୁଣା ଅଧିକ ନିଯୁକ୍ତି ସୁଯୋଗ ଥିବାରୁ ରାଜ୍ୟ ତଥା ଦେଶ ବାହାରର ପୁଞ୍ଜି ଲାଗୁଛି ଖୋର୍ଦ୍ଧା ଜିଲ୍ଲାରେ । ଜିଲ୍ଲାରେ ଏବେ ୧୦ଟି ଶିଳ୍ପାଞ୍ଚଳ କାର୍ଯ୍ୟକ୍ଷମ ଥିବା ବେଳେ ଆଉ ୩ଟି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଶିଳ୍ପାଞ୍ଚଳ ପାଇଁ ଜାଗା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଏମଏସଏମ୍ଇ ସେକ୍ଟରର ବୃଦ୍ଧି ଯୋଗୁଁ ରୋଜଗାର ବି ବଢିଛି ।

ଖୋର୍ଦ୍ଧା ଜିଲ୍ଲାରେ ପ୍ରସ୍ତୁତି ପଥରେ ଆଉ ୩ଟି ଶିଳ୍ପାଞ୍ଚଳ । ଗୋଡ଼ିପଡ଼ା, ଟାଙ୍ଗୀ ଓ ବେଗୁନିଆ ଅଞ୍ଚଳରେ ଗଢିଉଠିବ ଶିଳ୍ପାନୁଷ୍ଠାନ । ଏମଏସମଏମ୍ଇ ଶିଳ୍ପ ପାଇଁ ଚିହ୍ନଟ ହୋଇଛି ଜାଗା । ଖୁବଶୀଘ୍ର ଇଡ଼କୋ ଲ୍ୟାଣ୍ଡ ବ୍ୟାଙ୍କରେ ଯୋଡ଼ିହେବ ଏହି ତିନୋଟି ଶିଳ୍ପାଞ୍ଚଳ । ଖୋର୍ଦ୍ଧା ଫୁଡ଼ ପାର୍କ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଜିଲ୍ଲାରେ ସର୍ଭିସିଙ୍ଗ କାରଖାନା ସବୁଠୁ ଅଧିକ । ଏବେ ଜିଲ୍ଲାର ୧୦ଟି ଶିଳ୍ପାଞ୍ଚଳରେ ଛୋଟ ବଡ଼ ଶିଳ୍ପ ସଂଖ୍ୟା ୧୦ ହଜାର ଉପରେ । ୫୦ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି କେବଳ ଖୋର୍ଦ୍ଧା ଜିଲ୍ଲାର ଏମ୍ଏସଏମ୍ଇ ସେକ୍ଟରରେ । ରାଜ୍ୟ ତଥା ଦେଶ ବାହାରେ ଥିବା ଉଚ୍ଚଶିକ୍ଷିତ ଓଡ଼ିଆ ଏବେ ନିଜ ମାଟିରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ମନ ବଳାଇଛନ୍ତି । ରାଜ୍ୟ ସରକାରଙ୍କ ଗୋ-ସ୍ବିଫ୍ଟ ପୋର୍ଟାଲ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟା ସହଜ ହୋଇଥିବାରୁ ଉଦ୍ୟୋଗୀଙ୍କ ସଂଖ୍ୟା ବଢିଚାଲିଛି ।

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଦୀର୍ଘଦିନର ସମସ୍ୟା 5-T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ହୋଇଛି । ତାଙ୍କ ଗସ୍ତ ସମୟରେ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ । ପାଣି, ବିଜୁଳି, ଟ୍ରକ ପାଇଁ ପାର୍କିଂ, ଟ୍ରାଫିକ ସମସ୍ୟା, ବର୍ଜ୍ୟ ପରିଚାଳନା ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସବୁ ସମସ୍ୟା ସମାଧାନ ପରେ ଅନେକ ପୁଞ୍ଜିପତିଙ୍କ ଲାଇନ ଲାଗୁଛି ଖୋର୍ଦ୍ଧାରେ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ । ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, କୃଷି ଭିତ୍ତିକ ଶିଳ୍ପ, କାଗଜ ଶିଳ୍ପ, ରବର ଶିଳ୍ପ, ଖଣି ଓ ଧାତବ କ୍ଷେତ୍ରର ଆନ୍ସିଲାରୀ ଇଣ୍ଡଷ୍ଟ୍ରୀର ଭିଡ଼ ଖୋର୍ଦ୍ଧା ଜିଲ୍ଲାରେ । ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସରକାର ସହାୟତାର ହାତ ବଢାଇଥିବାରୁ ଖୋର୍ଦ୍ଧାବାସୀ କୃତଜ୍ଞତା ଜଣାଇଛନ୍ତି ।

ଆସନ୍ତା ୧୫ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ, ପ୍ରତିଷ୍ଠା ଦିବସ ପାଇଁ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ । ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ପାଇଁ କାର୍ଯ୍ୟକ୍ରମ ସ୍ଥିର ହେବ । ନିଆଯିବ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୨୪ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ ରାଜ୍ୟ ସ୍ତରରେ ଯାଏ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବ ବିଜେଡି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖକୁ ନେବା ସହ ଓଡ଼ିଶାର ହକ୍‌ ପାଇଁ ଲଢ଼େଇକୁ ଜୋରଦାର କରିବା ଲାଗି ବଡ଼ ନିଷ୍ପତ୍ତି ନିଆଯିବ । ସେପଟେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମକୁ ବିଭିନ୍ନ ଜିଲ୍ଲାରେ ସଫଳତା ମିଳୁଛି । ଆଗକୁ ଯୁବ ସେନାପତିମାନେ ଗ୍ରାଉଣ୍ଡରେ ଜନସେବାକୁ ତ୍ବରାନ୍ବିତ କରିବା ପାଇଁ ବୈଠକରେ ଆଲୋଚନା ହେବ।

ବିଜେଡିର ବଡ଼ ଷ୍ଟ୍ରାଟେଜି । ୧୫ରେ ବସିବ କାର୍ଯ୍ୟକାରିଣୀ । ପ୍ରତିଷ୍ଠା ଦିବସ ପାଇଁ ସ୍ଥିର ହେବ କାର୍ଯ୍ୟକ୍ରମ । ଫୋକସରେ ବିକାଶ ଓ  ଲୋକାଭିମୁଖୀ ଯୋଜନା । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ  । ୨୦୦୦ ମସିହାରୁ ଏଯାଏ ଅପ୍ରତିଦ୍ବନ୍ଦ୍ବୀ ଆଞ୍ଚଳିକ ଦଳ ଭାବେ ରାଜ୍ୟରେ ଶାସନ ଭାର ଗ୍ରହଣ କରିଆସିଛି ।

ଲୋକାଭିମୁଖୀ ଯୋଜନା ଓ ସୁଶାସନ ପାଇଁ ପୂରା ଦେଶରେ ଶକ୍ତିଶାଳୀ ଓ ଲୋକପ୍ରିୟ ଆଞ୍ଚଳିକ ଦଳ ଭାବେ ବିଜେଡି ବେଶ୍‌ ପରିଚିତ । ରାଜନୈତିକ ଦଳରୁ ବିଜେଡି ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତିଷ୍ଠା ଦିବସ ପୂର୍ବରୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୫ ତାରିଖରେ ବସିବାକୁ ଯାଉଛି ଦଳର କାର୍ଯ୍ୟକାରିଣୀ । ଏଥିରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ ସହ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ । ବୈଠକରେ ଦଳର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମଧ୍ୟ ଆଲୋଚନା ହେବ ।

ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଘରେଘରେ ପହଞ୍ଚାବାରେ ବିଜେଡି ସଫଳ ହୋଇଛି  । ପ୍ରତିଷ୍ଠା ଦିବସ ପୂର୍ବରୁ ପଦଯାତ୍ରା ଓ ପ୍ରଶିକ୍ଷଣ ଶିବିର ସହ ତୃଣମୂଳ ସ୍ତରରେ ବିଭିନ୍ନ ଜନସେବା  କାର୍ଯ୍ୟକ୍ରମ ଜାରି ରହିଛି ଦଳ । ବିଭିନ୍ନ ଜିଲ୍ଲାରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ସଫଳ ହେଉଛି । ନିର୍ବାଚନ ପ୍ରସ୍ତୁତି ନୁହେଁ, ବରଂ ଓଡ଼ିଶାବାସୀଙ୍କ ସେବା କରିବାକୁ ବିଜେଡି ନେତା ଓ କର୍ମୀମାନେ ସବୁବେଳେ ପ୍ରସ୍ତୁତ ବୋଲି ଦଳର ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି । ଆଗାମୀ ୨୬ ତାରିଖରେ ପ୍ରତିଷ୍ଠା ଦିବସ ସହ ୨୪ ପାଇଁ ବିଜେଡି ଆରମ୍ଭ କରିଛି ସମରସଜ୍ଜା । ଲୋକପ୍ରିୟ ଓ ଶକ୍ତିଶାଳୀ ଆଞ୍ଚଳିକ ଦଳର ଖ୍ୟାତି ଅର୍ଜନ କରିଥିବା ବିଜେଡିର ଦାୟିତ୍ବ ଦିନକୁ ଦିନ ବଢୁଥିବାରୁ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ନବୀନ ଗୁରୁମନ୍ତ୍ର ଦେବେ ।

ଏଣିକି ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବ ରେଳ ଯାତ୍ରା, ଏକ୍ସପ୍ରେସ୍ ଟ୍ରେନରେ ରହିବନି ଜେନେରାଲ୍ ବଗି

ଭୁବନେଶ୍ବର: ଏଣିକି ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବ ରେଳ ଯାତ୍ରା । ଟ୍ରେନରେ ଜେନେରାଲ କମ୍ପାର୍ଟମେଣ୍ଟ୍ ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଚଳିତବର୍ଷଠାରୁ ଆସନ୍ତା ୨ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍ରେ ଏହି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି । ସେପଟେ ପ୍ଲାଟ୍ଫର୍ମ ଟିକେଟ୍ ଓ ଖାଦ୍ୟ ଦର ବୃଦ୍ଧି ରେଳ ଯାତ୍ରାକୁ ଆହୁରି ମହଙ୍ଗା କରିପକାଇଛି ।

ଏକ୍ସପ୍ରେସ୍ ଟ୍ରେନରେ ରହିବନି ଜେନେରାଲ୍ ବଗି । କେବଳ ରହିବ ଏସି କୋଚ । ମହଙ୍ଗା ହେବ ରେଳ ଯାତ୍ରା । ଯାତ୍ରୀ ଗଣିବେ ଏସି କୋଚ୍ ଫେୟାର୍ । ଯାତ୍ରୀଙ୍କ ଭିଡ କମାଇବା, ପରିଷ୍କାର ପରିଚ୍ଛନ୍ନତା ଓ ଟ୍ରେନ୍ ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଏପରି ଯୋଜନା କରାଯାଉଛି । ଏଥିପାଇଁ ଏକ୍ସପ୍ରେସ୍ ଟ୍ରେନ୍ରେ ଜେନେରାଲ କମ୍ପାର୍ଟମେଣ୍ଟ୍ ଓ ସ୍ଲିପର୍ କୋଚ୍ ଉଠାଇଦେବାକୁ ୨୦୨୦ରେ ରେଳବାଇ ବୋର୍ଡ ସରକାରଙ୍କୁ ସୁପାରିସ କରିଥିଲା ।

ଏବେ ଧୀରେ ଧୀରେ ବୋର୍ଡ ସୁପାରିସ କ୍ରମେ ଜେନେରାଲ୍ କମ୍ପାର୍ଟମେଣ୍ଟ୍ କୋଚ୍ ସଂଖ୍ୟା କମାଇଚାଲିଛି ରେଳ ବିଭାଗ । ରେଳ ବିଭାଗ ସୁତ୍ରରୁ ଜଣାପଡ଼ିଛି ଜେନେରାଲ୍ କମ୍ପାର୍ଟମେଣ୍ଟ୍ ଉତ୍ପାଦନ ହ୍ରାସ କରିବାକୁ ରେଳ କୋଚ୍ ଫ୍ୟାକ୍ଟ୍ରିକୁ ଆସିଛି ନିର୍ଦ୍ଦେଶ । ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଆର୍ସିଏଫ୍ ୧୧୪୨ଟି ଜେନେରାଲ୍ କମ୍ପାର୍ଟ୍ମେଣ୍ଟ୍ ଓ ସ୍ଲିପର୍ କୋଚ୍ ଓ ୩ ହଜାର ୪୪ଟି ଏସି କୋଚ୍ ନିର୍ମାଣ କରିବ । ପୂର୍ବରୁ ଧନୀ ଲୋକଙ୍କ ପାଇଁ ଏସି କୋଚ୍ ଲାଗୁଥିଲା । ଏବେ ରେଳ ପରିଚାଳନା ଦାୟିତ୍ବ କର୍ପୋରେଟ୍ ସଂସ୍ଥାକୁ ମିଳିବା ପରେ ଧୀରେ ଧୀରେ ରେଳ ସୁବିଧା ସାଧାରଣ ଲୋକଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଲାଣି ।

ଭାରତୀୟ ରେଳ ଲୋକଙ୍କ ଲାଇଫ୍ ଲାଇନ୍ । ଗରିବ ଲୋକଟିଏ ଦୂର ସ୍ଥାନକୁ ଅଳ୍ପ ଖର୍ଚ୍ଚରେ ଯାଇପାରୁଥିଲା । ଏବେ କିନ୍ତୁ ତାହା ଆଉ ସମ୍ଭବ ହେବନାହିଁ । ପ୍ଲାଟ୍ଫର୍ମ ଟିକେଟ୍କୁ ୧୦ ଟଙ୍କାରୁ ୫୦ ଟଙ୍କା ବୃଦ୍ଧି କରାଗଲା । ଏହାପରେ ଟ୍ରେନ୍ରେ ପୂର୍ବରୁ ଯାତ୍ରୀଙ୍କୁ ମିଳୁଥିବା ୬୦ ଟଙ୍କାର ମିଲ୍ ୪ ଗୁଣ ବୃଦ୍ଧି ହୋଇଥିବା ନେଇ ଅଭିଯୋଗ ଆସିଲା । ଖାଲି ସେତିକି ନୁହେଁ କରୋନା ବେଳେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ଟିକେଟ୍ ବୁକିଂ ବେଳେ ରିହାତି ବ୍ୟବସ୍ଥା ଥିଲା । କରୋନା ଗଲାଣି ପଛକେ ଏ ପର୍ଯ୍ୟନ୍ତ ଆଉ ସେ ରିହାତି ବ୍ୟବସ୍ଥାକୁ ଆଉ ଲାଗୁ କରାଯାଉନି ବୋଲି ଅଭିଯୋଗ ହୋଇଛି ।

ଶକ୍ତି ସଂସ୍କାରରେ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା, ଦୂର ହେବ ଲୋ-ଭୋଲଟେଜ୍ ସମସ୍ୟା

ଭୁବନେଶ୍ବର: ଶକ୍ତି ସଂସ୍କାରରେ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା । ନା ରହିବ ଲୋ-ଭୋଲଟେଜ ସମସ୍ୟା, ନା ହେବ ଟ୍ରାନସମିସନରେ ଅସୁବିଧା । ଆଗାମି ବର୍ଷେ ଭିତରେ ଏହି ସବୁ ସମସ୍ୟା ସମାଧାନ ଦିଗରେ କାମ ଆରମ୍ଭ କରିଛି ଶକ୍ତି ବିଭାଗ । ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଅକ୍ଷୟ ଶକ୍ତି ଉତ୍ପାଦନକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଚିଫ୍ ମିନିଷ୍ଟର ପାଓ୍ବାର ଡେଭଲପମେଣ୍ଟ ପ୍ରୋଗ୍ରାମ ଓ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଜରିଆରେ ଶକ୍ତି କ୍ଷେତ୍ରରେ ଆସିବାକୁ ଯାଉଛି ବଡ଼ ସଂସ୍କାର ।

ଦୂର ହେବ ଲୋ-ଭୋଲଟେଜ୍ ସମସ୍ୟା । ଆଗାମୀ ଏକ ବର୍ଷ ଭିତରେ ଲୋଡ ସେଡିଂ ଦୂର କରିବା ସହ ଲୋ-ଭୋଲଟେଜ୍ ସମସ୍ୟାରୁ ମିଳିବ ମୁକ୍ତି । ଘନ ଘନ ବିଦ୍ୟୁତ୍ କାଟ ବି ବନ୍ଦ ହେବ । ଏଥିପାଇଁ ଗ୍ରୀଡ଼ ଷ୍ଟେସନ ଅହେତୁକ ଭାବେ ବୃଦ୍ଧି କରାଯାଉଛି । ଟ୍ରାନସମିସନ ଓ ବିତରଣକୁ ଫୋକସ ଦିଆଯାଇ ନୂଆ ପ୍ରାଇମେରି ସବ-ଷ୍ଟେସନ ସ୍ଥାପନ କରାଯାଉଛି । ଟ୍ରାନସଫର୍ମର ସଂଖ୍ୟାରେ ବୃଦ୍ଧି ଅଣାଯାଉଛି । ଶକ୍ତି ଭିତ୍ତିଭୂମି ପାଇଁ ବାତ୍ୟା ଓ ଜଙ୍ଗଲ ଅନୁମତି ମଞ୍ଜୁରୀ ବାଧା ସାଜୁଛି । ଏହା ଉପରେ ଅଙ୍କୁଶ ଆଣିବାକୁ ଭୁତଳ କେବଲିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି ।

ଯାହା ଫଳରେ ବାତ୍ୟା ସମୟରେ ତୁରନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିବ । ଲୋ-ଭୋଲଟଜ ସମସ୍ୟା ବହୁ ମାତ୍ରାରେ ନିୟନ୍ତ୍ରଣକୁ ଅଣାଯାଇଛି । କାଁ ଭାଁ ସ୍ଥାନ ଯେଉଁଠି ଲୋ-ଭୋଲଟେଜ ସମସ୍ୟା ରହିଛି, ସେଠାରେ ନୂଆ ଗ୍ରୀଡ଼ ଷ୍ଟେସନ ବସାଉଛି ଶକ୍ତି ବିଭାଗ । ସେହିପରି ପରିବେଶକୁ ଧ୍ୟାନ ଦେଇ ବି କାମ କରାଯାଉଛି । ଝାରସୁଗୁଡ଼ା ଓ ତାଳଚେର ପରି ସହର ପ୍ରଦୂଷଣରେ ଧନ୍ଦି ହୋଇ ପଡ଼ିଲାଣି । ରାଜଧାନୀ ଭୁବନେଶ୍ବର ବି ଦିଲ୍ଲୀ ପରି ବିଷବଳୟ ଆଡ଼କୁ ଗତି କରୁଛି । ଯେଉଁଥି ପାଇଁ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତିରୁ ୧୦ ହଜାର ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟ ସରକାରଙ୍କ ଶକ୍ତି ସଂସ୍କାର କାର୍ଯ୍ୟକ୍ରମକୁ ରାଜ୍ୟ ଉପଭୋକ୍ତା ମହାସଂଘ ବି ପ୍ରଶଂସା କରିଛି । ହେଲେ କାମରେ ଢିଲା କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି ହୋଇଛି । ଅନେକ ସମୟରେ ଢିଲା କାମ ଯୋଗୁ ରାଜ୍ୟ ସରକାର ବିତରଣ କଂପାନୀ ଗୁଡ଼ିକୁ ତାଗିଦ୍ ବି କରିଛନ୍ତି ।  ୨୦୦୦ ମସିହାରେ ମାତ୍ର 18% ଘରେ ବିଦ୍ୟୁତ ସଂଯୋଗ ଥିଲା । ଯାହା ଏବେ 99% ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ଶକ୍ତି ସଂସ୍କାରରେ ଏହା ବଡ଼ ଉଦାହରଣ ସାଜିଛି ।

ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ

ନୟାଗଡ଼: ପୁଣି ଚାଞ୍ଚଲ୍ୟ। ନୟାଗଡ଼ ଜିଲ୍ଲାରୁ ଆସିଲା ଭୟଙ୍କର ଖରବ। ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ବାମୀ । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ବିଡ଼ାପାଜୁ ଗାଁର ଅର୍ଜୁନ ବାଘ ସ୍ତ୍ରୀକୁ ହତ୍ୟାକରି କଟାମୁଣ୍ଡ ଧରି ବାଣୀଗୋଛା ଥାନାରେ ପହଞ୍ଚିଛି । ପରକୀୟା ପ୍ରୀତି  ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଛି  ସ୍ବାମୀ । ସେପଟେ ଵାଣିଗୋଚ୍ଛା ପୋଲିସ ତଦନ୍ତ ଆରମ୍ଭ କରିଛି । ଏଭଳି ଅମାନୁଷିକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଭୟର ବାର୍ତ୍ତାବରଣ ଖେଳି ଯାଇଛି।

ସ୍ତ୍ରୀର ମୁଣ୍ଡରୁ ‌ଶରୀର ଅଲଗା କରିବା ପରେ ଅର୍ଜୁନ ବାଣୀଗୋଚ୍ଛା ଅଭିମୁଖେ ବାହାରିଥିଲା। କଟାମୁଣ୍ଡକୁ ଏକ ବସ୍ତାରେ ଭର୍ତ୍ତି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଛି। ଆଇଆଇସି ଲକ୍ଷ୍ମଣ ‌ଦଣ୍ଡସେନା କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ମୃତ ମହିଳା ଓ ଅଭିଯୁକ୍ତ ଅର୍ଜୁନଙ୍କର ଏକ ସନ୍ତାନ ଅଛି।

ଆମ ଓଡ଼ିଶା ନବୀନ ଓଡ଼ିଶାର ୧୬ ଜିଲ୍ଲା ପାଇଁ ସଂଯୋଜକ ନିଯୁକ୍ତ

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶାର ୧୬ ଜିଲ୍ଲା ପାଇଁ ୧୯ଜଣ ସଂଯୋଜକ ନିଯୁକ୍ତ । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକର୍ମର ସଫଳ ପରିଚାଳନା ପାଇଁ ସଂଯୋଜକଙ୍କୁ  ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ, ଭଦ୍ରକ ପାଇଁ ଡକ୍ଟର ସଂଜୟ ଦାସ, ଗଜପତି ପାଇଁ ଓ୍ୱାଇ ରାମଚନ୍ଦ୍ର ରାଓ, ଭବାନୀପାଟଣା ଉପଖଣ୍ଡ ପାଇଁ ବଦ୍ରିନାରାୟଣ ପଟ୍ଟନାୟକ, ଧର୍ମଗଡ଼ ଉପଖଣ୍ଡ ପାଇଁ ଆଦିତ୍ୟ ନନ୍ଦ, କନ୍ଧମାଳ ପାଇଁ ରାଜୀବ ପାତ୍ର, ଖୋର୍ଦ୍ଧା ପାଇଁ ଶ୍ରୀମୟୀ ମିଶ୍ର, କୋରାପୁଟ ଉପଖଣ୍ଡ ପାଇଁ ଲତା ସାହୁ, ଜୟପୁର ଉପଖଣ୍ଡ ପାଇଁ ତୁଳସୀ କିର୍ସାନିଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଭାବେ ନିଯୁକ୍ତ ଦିଆଯାଇଛି ।

ସେହିପରି ମାଲକାନଗିରି ପାଇଁ ଚିତ୍ତ ପଟ୍ଟନାୟକ, ରାଇରଙ୍ଗପୁର ଉପଖଣ୍ଡ ପାଇଁ ଅମରେନ୍ଦ୍ର କର, ବାରିପଦା ଉପଖଣ୍ଡ ପାଇଁ ସୁନୀଲ ଦାସ , ନବରଂଗପୁର ପାଇଁ ମଞ୍ଜୁଳା ମାଝୀ, ନୟାଗଡ଼ ପାଇଁ ଗଙ୍ଗାଧର ପଣ୍ଡା, ନୂଆପଡ଼ା ପାଇଁ ରାମଲାଲ ହଂସ, ରାୟଗଡ଼ା ପାଇଁ ପି. ଗୌରୀଶଙ୍କର ରାଓ, ସମ୍ବଲପୁର ପାଇଁ ସିଦ୍ଧାନ୍ତ ଦାସ, ସୁନ୍ଦରଗଡ଼ ଉପଖଣ୍ଡ ପାଇଁ ଯୋଗେନ୍ଦ୍ର ସିଂ ଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ ଦେଇଛନ୍ତି ।ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ନିକଟରେ ମୁଖ୍ୟମନ୍ତ୍ରୀ ନିକଟରେ ଆରମ୍ଭ କରିଛନ୍ତି  । ଏହାଦ୍ୱାରା ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ ,ରାଜ୍ୟର ଜଗନ୍ନାଥ ସଂସ୍କୃତି ଓ ସମୃଦ୍ଧ ଓଡିଆ ସଂସ୍କୃତିର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

ପ୍ରେସମିଟରେ ରାଜ୍ୟ ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ

ଭୁବନେଶ୍ବର: ରାଷ୍ଟୀୟ ନେତାଙ୍କ କଥା ଶୁଣୁ ନାହାନ୍ତି ରାଜ୍ୟ ବିଜେପି ନେତା । ନିଜର ପ୍ରଚାର କରିବା ପାଇଁ ସେମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ମନ୍ଦ ଉଦ୍ଦେଶ୍ୟ ରଖି ତିଆରି କରୁଛନ୍ତି ଏଜେଣ୍ଡା  । କିନ୍ତୁ ପ୍ରକୃତ କଥା ଜଣାପଡିବା ପରେ ସବୁ ଫସର ଫାଟୁଛି  । ଜବତ ଟଙ୍କା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରିସାରିଛନ୍ତି  । ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶ ପାଇଛି । ତଥାପି ନିଜର ବାହାଦୂରୀ ପାଇଁ ହୀନ ରାଜନୀତି କରୁଛନ୍ତି ରାଜ୍ୟ ବିଜେପି ନେତା ।

ପ୍ରେସମିଟ ଜରିଆରେ ବର୍ଷିଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଜବତ ଟଙ୍କା ଝାଡଖଣ୍ଡ ନେତା ଧୀରଜ ସାହୁଙ୍କର । ଏହିକଥା ଝାଡ଼ଖଣ୍ଡର ନେତାମାନେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ଝାଡଖଣ୍ଡ ନେତାମାନେ ଏହିଟଙ୍କା କଂଗ୍ରେସ ନେତାଙ୍କର ବୋଲି ସ୍ପଷ୍ଟ କରିଛନ୍ତି । ସବୁବେଳେ ଫେକ ନ୍ୟୁଜର ସାହାରା ନେଇ ମୁହଁ ଖୋଲୁଛନ୍ତି ବିଜେପି ନେତା । କିନ୍ତୁ ଅସଲ କଥା ସାମ୍ନାକୁ ଆସିବା ପରେ ଲୋକହସା ହେଉଛନ୍ତି  । ଓଡ଼ିଶା ବିଜେପି ୟୁନିଟ କଣ ରାଷ୍ଟ୍ରୀୟ ବିଜେପି ୟୁନିଟଠାରୁ ଅଲଗା କି ବୋଲି ପ୍ରଶ୍ନ କରିଛନ୍ତି ଇପ୍ସିତା ।