spot_img
Home Blog Page 254

ଓଲଟିଲା ତେଲ ଟ୍ୟାଙ୍କର, ସବୁ ବୋହିନେଲେ…

ନନ୍ଦିଘୋଷ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ତୈଳ ଟ୍ୟାଙ୍କର୍ ଗାଡ଼ି । ଡ୍ରାଇଭର ଗୁରୁତର । ଲୋକେ ଓଲଟିଥିବା ଗାଡିରୁ ବୋହି ନେଲେ ପେଟ୍ରୋଲ, ଡିଜେଲ୍ । କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ତ ୨୦ନମ୍ବର ଜାତୀୟ ରାଜପଥର ପୋଇଜାମୁଳା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତୈଳ ଟ୍ୟାଙ୍କର୍ ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପକ୍ଷରେ ଅନବରତ ଟ୍ୟାଙ୍କରରୁ ବୋହୁଥିବା ଡିଜେଲ ଓ ପେଟ୍ରୋଲକୁ ସ୍ଥାନୀୟ ଲୋକେ ବୋହି ନେଇଛନ୍ତି । ଡବା, ବାଲଟି, ବୋତଲ,ଗରା ବିଭିନ୍ନ ସାମଗ୍ରୀରେ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

 

ବନ୍ୟା ବିପନ୍ନଙ୍କ ଚିକିତ୍ସା ପାଇଁ AIIMS ଦିଲ୍ଲୀର ଏକ ଡାକ୍ତର ଦଳ ପଞ୍ଜାବରେ ପହଞ୍ଚିଛନ୍ତି

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହି ସମସ୍ୟାର ମୁକାବିଲା ପାଇଁ ସବୁ ଦିଗରୁ ପଞ୍ଜାବରେ ସାହାଯ୍ୟ ପହଞ୍ଚିବାରେ ଲାଗିଛି। ଏସବୁ ମଧ୍ୟରେ, AIIMS ନୂଆଦିଲ୍ଲୀର ଡାକ୍ତରଙ୍କ ଏକ ଦଳ ପଞ୍ଜାବ ଯାଉଛି। ଏଥିରେ AIIMSର ବିଭିନ୍ନ ବିଭାଗର ଡାକ୍ତର ଅଛନ୍ତି। ଏହା ବ୍ୟତୀତ, ନର୍ସ ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀ ମଧ୍ୟ ଅଛନ୍ତି। ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀ ବନ୍ୟା ପ୍ରଭାବିତ ରୋଗୀଙ୍କ ଚିକିତ୍ସା କରିବେ ଏବଂ ବନ୍ୟା ପରେ ବ୍ୟାପିବା ରୋଗରୁ ରକ୍ଷା ବିଷୟରେ ମଧ୍ୟ କହିବେ।

ସେଠାକାର ସ୍ଥିତିକୁ ଦେଖି  ରିପୋର୍ଟ ଅନୁସାରେ ପଞ୍ଜାବର ଅବସ୍ଥା ଆହୁରି ଖରାପ ହେଉଛି। ଏପରି ପରିସ୍ଥିତିରେ ଲୋକଙ୍କୁ ଚିକିତ୍ସା ସୁବିଧାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି। ଏହାକୁ ଧ୍ୟାନରେ ରଖି, ଡାକ୍ତରଙ୍କ ଏକ ବଡ଼ ଦଳ ପଞ୍ଜାବରେ ପହଞ୍ଚିଛି। ସେ କହିଛନ୍ତି ଯେ AIIMS ନୂଆଦିଲ୍ଲୀ ପଞ୍ଜାବ ଏବଂ ଉତ୍ତର ଭାରତର ବନ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ରିଲିଫ୍ ଏବଂ ମାନବୀୟ ସହାୟତା ଯୋଗାଇବା ପାଇଁ ଡାକ୍ତର ଏବଂ ନର୍ସମାନଙ୍କର ଏକ ଉତ୍ସର୍ଗୀକୃତ ଦଳକୁ ନିୟୋଜିତ କରିଛି। ସେମାନେ ବନ୍ୟା ପୀଡିତ ରୋଗୀଙ୍କ ଚିକିତ୍ସା କରିବେ। କାରଣ ପାଣି ସଂସ୍ପର୍ଶରେ ଆସିବା ପରେ ଅନେକ ପ୍ରକାରର ରୋଗ ହୁଏ। ଏହା ବିଭିନ୍ନ ପ୍ରକାରର ଭାଇରାଲ୍ ଜ୍ୱର ସହିତ ଫଙ୍ଗାଲ୍ ସଂକ୍ରମଣର ଆଶଙ୍କା ମଧ୍ୟ ସୃଷ୍ଟି କରେ।

ରୋଗରୁ ସୁରକ୍ଷା ଦେଇ ସଚେତନତା ମଧ୍ୟ ସୃଷ୍ଟି କରାଯିବ :

ଏହି ପଦକ୍ଷେପ ସମାଜ ପ୍ରତି ଏମ୍ସର ଚରିତ୍ର ଏବଂ ଦାୟିତ୍ୱକୁ ପ୍ରତିଫଳିତ କରେ, ଯାହା ରୋଗୀ ସେବା, ଶିକ୍ଷା ଏବଂ ଗବେଷଣାର ତ୍ରିମୂର୍ତ୍ତି ମିଶନ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ମାନବତାର ସେବାକୁ ଏହାର ମୂଳରେ ରଖିଛି । ଡାକ୍ତରମାନେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବେ ଏବଂ ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବେ ଏବଂ ବନ୍ୟା ପରେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ସେ ବିଷୟରେ ମଧ୍ୟ ସେମାନଙ୍କୁ କୁହାଯିବ। ବନ୍ୟା ପରେ କିଛି ରୋଗ ବ୍ୟାପିବାର ଆଶଙ୍କା ବୃଦ୍ଧି ପାଏ। ଏହାର ପ୍ରତିରୋଧ ପାଇଁ ଟିପ୍ସ ମଧ୍ୟ ଦିଆଯିବ।

ଏହି ବିଭାଗର ଡାକ୍ତରମାନେ  ନିୟୋଜିତ ଦଳରେ ସାମିଲ ଅଛନ୍ତି ;
ଔଷଧ,  ମନସ୍ତାତ୍ତ୍ୱିକ, ଶିଶୁରୋଗ, ସମ୍ପ୍ରଦାୟ ଔଷଧ, ଅସ୍ତ୍ରୋପଚାର, ରେଡିଓଡାଇଗ୍ନୋସିସ୍ ଏବଂ ପରୀକ୍ଷାଗାର ଔଷଧ ନର୍ସିଂ ଅଧିକାରୀ ମାନେ ନିୟାଜିତ ଅଛନ୍ତି |

 

ଅଟୋ-କାର ମୁହାମୁହିଁ ଧକ୍କା, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ-କାର ମୁହାମୁହିଁ ଧକ୍କା। ଦୁର୍ଘଟଣାରେ ୩ ମୃତ, ୩ ଗୁରୁତର। ମୃତକମାନେ ହେଲେ ବଂଶୀଧର ସେଠୀ, ସ୍ତ୍ରୀ କମଳା ସେଠୀ ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି। ଗୁରୁତର ମାନେ ହେଲେ ସୁନୀତା ସେଠୀ, ପୁଅ ଶ୍ରୀସାଇ ସେଠୀ ଓ ବିଶ୍ୱଜିତ୍।  ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧରଙ୍କ ଦେହ ଖରାପ ହେବାରୁ ଅନୁଗୋଳ ଚିକିତ୍ସାଳୟକୁ ଦେହ ଦେଖାଇବା ପାଇଁ ଏକ ଅଟୋ ଯୋଗେ ସ୍ତ୍ରୀ କମଳା, ବୋହୂ ସୁନୀତା ଓ ପୁଅ ଶ୍ରୀ ସାଇ  ଚିକିତ୍ସାଳୟ ଆସିଥିଲେ। ଦେହ ଦେଖାଇବା ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ। ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିବା ବେଳେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା। ଅଟୋ ଓ କାର ରାସ୍ତା କଡରେ ଥିବା ବିଲ ଭିତରକୁ ପଶିଯାଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ବଂଶୀଧର, ସ୍ତ୍ରୀ କମଳା ଓ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କ ମୃତ୍ୟୁ ଘଟିଥିଲା। କାର ମାଲିକ ଗୁରୁତର ଥିବା ବେଳେ କାର ଚାଳକ ଙ୍କର କୌଣସି ଖବର୍ ମିଳିନାହିଁ। ଖବର ପାଇ ଅନୁଗୋଳ ଅଗ୍ନିଶମ ବିଭାଗ ପହଁଚି ସମସ୍ତ୍ ମୃତ ଏବଂ ଗୁରୁତର ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଖବର ପାଇ ସଦର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ବିସିସିଆଇର ବଡ଼ ଘୋଷଣା, ଏହି ଟିମର ଅଧିନାୟକ ହେବେ ଶ୍ରେୟସ ଆୟାର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୯ ତାରିଖରୁ ଖେଳାଯିବାକୁ ଯାଉଛି ଏସୀଆ କପ । ଟିମ ଇଣ୍ଡିଆ ନିଜର ପ୍ରଥମ ମ୍ୟଚ ୧୦ ତାରିଖରୁ ଖେଳିବ । ମାତ୍ର ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇନାହାନ୍ତି ଟିମ ଇଣ୍ଡିଆର ଉଦୀୟମାନ କ୍ରିକେଟର ଶ୍ରେୟସ ଆୟାର । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିବାବେଳେ ଏହାରି ଭିତରେ ବିସିସିଆଇ ତାଙ୍କୁ ଏକ ଗୁରୁ ଦାୟିତ୍ବ ଦେଇଛି । ଭାରତ-ଏ ଦଳରେ ଆୟାରଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ । ତେବେ ଏହି ଦଳରେ ଧ୍ରୁବ ଜୁରେଲ ଏବଂ ନାରାୟଣ ଜଗଦିସନ ପ୍ରମୁଖ ସ୍ଥାନ ପାଇଛନ୍ତି ।

ଆସନ୍ତା ୧୬ ତାରିଖରୁ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଭାରତ ଏହି ମ୍ୟାଚ ଖେଳିବାକୁ ଯାଉଛି । ତେବେ ଦିଲ୍ଲିପ ଟ୍ରଫି ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ବାଡ ସହ ଇଶାନ କିଶାନଙ୍କୁ ଏହି ସିରିଜରେ ଅଣଦେଖା କରାଯାଇଛି । ତାଙ୍କୁ ଏହି ଦଳରେ ସାମିଲ କରାଯାଇନାହିଁ ।

ଭାରତୀୟ ଦଳ

ଶ୍ରେୟସ୍ ଆୟର (ଅଧିନାୟକ), ଅଭିମନ୍ୟୁ ଇଶ୍ବରନ୍, ନାରାୟଣ ଜଗଦେସନ (ୱିକେଟ୍ ରକ୍ଷକ), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ (ଉପ-ଅଧିନାୟକ ଏବଂ ୱିକେଟ୍ କିପର), ଦେବଦତ୍ତ ପାଡିକଲ୍, ହର୍ଷ ଦୁବେ, ଆୟୁଷ ବଦୋନି, ନୀତୀଶ କୁମାର ରେଡ୍ଡୀ, ତନୁଶ କୁଟ୍ରିନ୍, ପ୍ରସାଦ ଅକ୍ଷୟ, ସୁଥର, ୟଶ ଠାକୁର |

ଦାରିଙ୍ଗବାଡିରେ କଂଗ୍ରେସ କମିଟି ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ କଂଗ୍ରେସ କମିଟି ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହାର ଉଦେଶ୍ୟ ଗାଁ ଓ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଲୋକଙ୍କର ମତାମତ ନେଇ ଜିଲ୍ଲା ଅଧ୍ୟକ୍ଷ ଚୟନ କରାଯିବ। ଏହା ପ୍ରଥମେ ଗୁଜୁରାଟ ଠାରୁ ଆରମ୍ଭ ହୋଇ ଝାଡ଼ଖଣ୍ଡ,ହରିୟାଣା, ମଧ୍ୟପ୍ରଦେଶ ପରେ ଏବେ ଓଡ଼ିଶାରେ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ପ୍ରକାଶ ଯୋଶୀ ଯୋଗ ଦେଇଥିଲେ।କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ପାଇଁ ଲୋକଙ୍କ ଠାରୁ ମତାମତ ନେଇଥିଲେ।

ପାଣିକୋଇଲିକୁ ଏନଏସି ମାନ୍ୟତା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଯାଜପୁର ପାଣିକୋଇଲିକୁ ଏନଏସି ମାନ୍ୟତା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି। ପାଣିକୋଇଲିକୁ ରାଜ୍ୟ ସରକାର ଏନ.ଏ.ସି ମାନ୍ୟତା ଘୋଷଣା ନକରିବା ପ୍ରତିବାଦରେ ଆଜି କୋରେଇ ବିଜେଡ଼ି ପକ୍ଷରୁ ପାଣିକୋଇଲି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ବିଜେଡ଼ି ନେତା ଭବ ପ୍ରସାଦ ଦାସଙ୍କ ସମେତ ବିଜେଡ଼ିର ବହୁ ନେତା କର୍ମୀ, ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସରକାରଙ୍କ ପାଣିକୋଇଲି ପ୍ରତି ଟାଳଟୁଳ ନୀତି ଓ ପ୍ରତାରଣାକୁ ସମସ୍ତେ ଦୃଢ଼ ନିନ୍ଦା କରିଥିଲେ। ପୂର୍ବ ବିଜେଡ଼ି ସରକାର ପାଣିକୋଇଲି ଅଞ୍ଚଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ଏନ.ଏ.ସି କରିବାକୁ ଘୋଷଣା କରିଥିବାବେଳେ ଏବେକାର ବିଜେପି ସରକାର ଏହାକୁ ବାଦ୍ ଦେଇଛନ୍ତି। ତେଣୁ ପାଣିକୋଇଲିବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ସରକାର ଏହା ଉପରେ ପୁର୍ନବିଚାର କରିବାକୁ ଦାବି ହୋଇଛି।

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି । ଏଥିପାଇଁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜୋରଦାର କସରତ ଚଳାଇଛନ୍ତି । ବିହାରର ପାଟନା ସାଇନ୍ସ ସିଟି ଦେଖି ଫେରିବା ପରେ ରାଜଧାନୀ ଭୁବନେଶ୍ବରରେ ଏପରି ଏକ ସାଇନ୍ସ ସିଟି ପ୍ରତିଷ୍ଠା କରିବା ପାଇଁ ମନ ବଳାଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାକାର ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି ମନ୍ତ୍ରୀ । ଖୁବଶୀଘ୍ର ବିହାରର ଅଧିକାରୀ ଓଡିଶା ଆସିବେ ।ଭୁବନେଶ୍ୱରରେ ସାଇନ୍ସ ସିଟି ନିର୍ମାଣ ପାଇଁ ସେମାନଙ୍କର ପରାମର୍ଶ ନିଆଯିବ । ଭୁବନେଶ୍ୱରରେ 100 ଏକର ଜମିରେ ନିର୍ମାଣ ହେବ ସାଇନ୍ସ ସିଟି ।

ଗଂଜାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

ଗଂଜାମ ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି. ଜଗନ୍ନାଥପୁର ଗ୍ରାମର ଚନନ୍ଦ ବିଷୋୟୀ। ସେ କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ।ଗତ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ସେଠାରେ ବଚସା ପରେ ଘଟଣା ଉଗ୍ର ହୋଇଥିଲା। ସରପଞ୍ଚ ଓ ଚନ୍ଦନଙ୍କ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। ଘଟଣାସ୍ଥଳରେ ଛୁରୀ ସହ ଅନ୍ୟ ହତିଆର ପଡିରହିଛି। ଚନ୍ଦନଙ୍କ ମୃତଦେହକୁ ପୋଲିସ ଜବତ କରି ହିଂଜିଳିକାଟୁ ମେଡିକାଲରେ ରଖିଥିବା ବେଳେ ଅଧିକ ତଦନ୍ତ କରୁଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଭଉଣୀଙ୍କ ଉପରକୁ ଅଣ୍ଡାମାଡ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଭଉଣୀ ଆଲିମା ଖାନୁମଙ୍କ ଉପରକୁ ଅଣ୍ଡାମାଡ। ପାକିସ୍ତାନ ରାଓଲପିଣ୍ଡିର ଦୁଇ ମହିଳା ଗିରଫ। ତୋଷଖାନା ମାମଲାରେ ଗିରଫ ହୋଇ ଆଦିଆଲା ଜେଲରେ ବନ୍ଦୀ ଥିବା ଇମରାନଙ୍କ ଭଉଣୀ ଜେଲ ବାହାରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ତାଙ୍କ ଉପରେ ଅଣ୍ଡାମାଡ ହୋଇଥିଲା। ଗିରଫ ଦୁଇ ମହିଳା ପାକିସ୍ତାନ ତେହରିକ-ଇ-ଇନସାଫର କର୍ମୀ ବୋଲି ଜଣାଯାଇଛି। ଅଣ୍ଡାମାଡ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବାବେଳେ ଇମରାନଙ୍କ ପରିବାରକୁ ସୁରକ୍ଷା ଦାବି କରାଯାଇଛି। ସୁରକ୍ଷା ନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠିଛି। ଅଣ୍ଡାମାଡ଼ ଘଟଣା ପରେ ପିଟିଆଇ ସମର୍ଥକମାନେ ଏହାର ନିନ୍ଦା କରିଛନ୍ତି। ଏପରିକି ଘଟଣା ପଛରେ ପାକ୍ ସେନାମୁଖ୍ୟ ଅସିମ ମୁନୀର ଓ ନୁନ୍ ଲିଗର ହାତ ରହିଛି ବୋଲି ଅଭିଯୋଗ ହୋଇଛି।

ନୂତନ ସ୍କୁଲ ନିର୍ମାଣ ଦାବିରେ ଗେଟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ସ୍କୁଲ ଫାଟକରେ ପଡିଲା ତାଲା । ଗେଟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ନୂତନ ବିଦ୍ୟାଳୟ ନିର୍ମାଣ ନହେବା ପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ । ଏମିତି ପ୍ରତିବାଦରେ ଧାରଣା ଦେଇଛନ୍ତି ବାସୁଦେବପୁର ବ୍ଲକର କିସ୍ମତ କୃଷ୍ଣପୁର ପଞ୍ଚାୟତର ବହୁମାଘେରୀ ସ୍କୁଲର ଅଭିଭାବକ ଓ ଛାତ୍ରଛାତ୍ରୀ। ଗତକାଲି ବିଦ୍ୟାଳୟରେ ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ୩ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲୋ। ଗ୍ରାମବାସୀଙ୍କ ପକ୍ଷରୁ BDO, BEO, ଓ ଜିଲ୍ଲାପାଳଙ୍କୁ ଦେଖାକରି ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଗତକାଲି ଠାରୁ ଘଟଣା ଘଟିଥିଲେ ମଧ୍ଯ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ଉତ୍ତୋକ୍ତ ଗ୍ରାମବାସୀ ଫାଟକ ଅଗରେ ସକାଳ ଠାରୁ ଧାରଣା ବସି ରହିଛନ୍ତି । ନୂଆ ଘର ତିଆରି ନହେବା ଧାରଣା ହଟିବ ନାହିଁ ବୋଲି କହିଛନ୍ତି ଅବିଭାବକ ।