ନନ୍ଦିଘୋଷ ବ୍ୟୁରୋ: ଇତିହାସ ରଚିଲା ଇସ୍ରୋ। ସବୁଠୁ ଓଜନିଆ ସାଟେଲାଇଟର ସଫଳ ଉତକ୍ଷେପଣ। ବାହୁବଳି ରକେଟ LVM 3 ଜରିଆରେ ସାଟେଲାଇଟ BLUE BLACK BLOCK 2 କୁ କକ୍ଷପଥରେ ଅବସ୍ଥାପିତ କରାଯାଇଛି। ଏହି ସାଟେସାଇଟ ହେଉଛି ଆମେରିକାର AST ସ୍ପେସ୍ ମୋବାଇଲର। ଆଜି ସକାଳ ୮ଟା ୫୫ ରେ ଏହି ସାଟାଲାଇଟକୁ ଆନ୍ଧ୍ରର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା। ଏହାର ଓଜନ ହେଉଛି ହେଉଛି ୬୧୦୦ କେଜି। ଉଚ୍ଚତା ହେଉଛି ୪୩.୫ ମିଟର। ଏହି ମିଶନ ସଫଳ ହୋଇଥିବାରୁ ଏବେ ବିନା ଟାୱାରରେ ସିଧାସଳଖ ମୋବାଇଲରେ ମିଳିପାରିବ ହାଇସ୍ପିଡ୍ ଇଣ୍ଟରନେଟ। ପ୍ରାୟ ୧୦ ଗୁଣା ଅଧିକ ସ୍ପିଡ୍ ର ଇଣ୍ଟରନେଟ ମିଳିବ। ଏହି ମିଶନର ଆଉ ଏକ ବିଶେଷତ୍ଵ ହେଲା ବାହୁବଳୀ ରକେଟ LVM 3 ର ଏହା ହେଉଛି ନବମ ସଫଳ ଉତକ୍ଷେପଣ। ଏହା ଆଗରୁ ୮ଟି ମିଶନ ସଫଳ ହୋଇଛି। ଅର୍ଥାତ ଶହେ ପ୍ରତିଶତ ସଫଳ। ୨୦୨୩ରେ ଚନ୍ଦ୍ରଯାନ-୩ ମଧ୍ୟ ସଫଳ ହୋଇଥିଲା। ଆଜିର ମିଶନ ହେଉଛି ୩ୟ କମର୍ସିଆଲ୍ ଉତକ୍ଷେପଣ।
ଆଜିଠୁ ବିଜୟ ହଜାରେ ଟ୍ରଫି
ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ବିଜୟ ହଜାରେ ଟ୍ରଫି । ପ୍ରଥମ ଦିନରେ ଖେଳାଯିବ ୧୬ଟି ମ୍ୟାଚ । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଟିମ୍ ଇଣ୍ଡିଆର ଅନେକ ଷ୍ଟାର ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ବିରାଟ ଏବଂ ରୋହିତଙ୍କ ଆଗମନକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି । ୨୦୨୫-୨୬ ବିଜୟ ହଜାରେ ଟ୍ରଫି ସିଜିନରେ ମୋଟ ୩୮ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଜାନୁଆରୀ ୧୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୩୫ଟି ମ୍ୟାଚ୍ ଖେଳାଯିବାକୁ ସ୍ଥିର ହୋଇଛି। ଏହି ଦଳଗୁଡ଼ିକୁ ସାତଟି ଦଳର ଚାରିଟି ଗ୍ରୁପରେ ବିଭକ୍ତ କରାଯାଇଛି । ଯେଉଁଥିରେ ଛଅଟି ଦଳକୁ ଏକ ପ୍ଲେଟ୍ ଗୃପରେ ବିଭକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ମୋଟ ୧୬ଟି ମ୍ୟାଚ୍ ଖେଳାଯିବ। ବିରାଟ କୋହଲି ଦିଲ୍ଲୀ ଦଳ ପାଇଁ ଖେଳିବେ । ଯାହା ଆନ୍ଧ୍ରକୁ ଭେଟିବ। ରିଷଭ ପନ୍ତ ଏବଂ ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ଦିଲ୍ଲୀ ଦଳ ପାଇଁ ଖେଳୁଛନ୍ତି । ଅନ୍ୟ ଜଣେ ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ଦିଲ୍ଲୀ ଦଳ ପାଇଁ ଖେଳିବେ।
ପାରାଦୀପ ଜେଟ୍ଟି ପାଣିରୁ ଉଦ୍ଧାର ହେଲା ହରିଣ
ନନ୍ଦିଘୋଷ ବ୍ୟୁରୋ: ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ଜେଟ୍ଟି ପାଣିରେ ପଡିଯାଇଥିଲା ହରିଣ । ଦୀର୍ଘ ସମୟ ଚେଷ୍ଟା ପରେ ହରିଣକୁ ଉଦ୍ଧାର କଲେ ସିଆଇଏସଏଫ ଯବାନ । ବନ୍ଦରର ୱେଟ ବେସିନ ନିକଟରେ ଏକ ହରିଣ ପାଣିରେ ପହଁରୁଥିବା ଦେଖିବାକୁ ପାଇଥିଲେ କାର୍ଯ୍ୟରତ ଶ୍ରମିକ । ସଙ୍ଗେ ସଙ୍ଗେ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫକୁ ଶ୍ରମିକ ମାନେ ଖବର ଦେବାପରେ ବନ୍ଦର ମେରାଇନ ବିଭାଗ କର୍ମଚାରୀଙ୍କ ସହାୟତାରେ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ସିଆଇଏସଏଫ କର୍ମଚାରୀ । ସେହି ଉଦ୍ଧାର ହରିଣଟିକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।
ତିସ୍ତା ନଦୀରେ ରାଫ୍ଟିଂ ତାଲିମ ନେବା ବେଳେ ଯବାନଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ତିସ୍ତା ନଦୀରେ ରାଫ୍ଟିଂ ତାଲିମ ନେବା ବେଳେ ଯବାନଙ୍କ ମୃତ୍ୟୁ । ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲ୍ଲା ଦାର୍ଜିଲିଙ୍ଗ ପାହାଡରୁ ରାଫ୍ଟିଂ ତାଲିମ ବେଳେ ଘଟିଛି ଏହି ଅଘଟଣ । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ଯବାନଙ୍କ ନାମ ରାଜ ଶେଖର । ସେ ୧୯୧ ଆର୍ଟିଲାରୀ ରେଜିମେଣ୍ଟର ଲାନ୍ସ ନାୟକ ଯବାନ ଥିଲେ । ଆସନ୍ତା ନୂଆ ବର୍ଷରେ ଜାତୀୟ ସ୍ତରୀୟ ରାଫ୍ଟିଂ ପ୍ରତିଯୋଗିତା ପାଇଁ ତାଲିମ ନେଉଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ସିକିମର ବରଦାଙ୍ଗରୁ ତିସ୍ତା ନଦୀରେ ରାଫ୍ଟିଂ କରିବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ରାଜଙ୍କ ମୃତ୍ୟୁ ହୋଇଛି ।

