spot_img
Home Blog Page 2562

ସଂସଦ ସ୍ମୋକ କାଣ୍ଡ, ଶେଷ ମୁହୂର୍ତ୍ତରେ ବଦଳିଥିଲା ପ୍ଲାନ୍

ନୂଆଦିଲ୍ଲୀ: ୧୩ ଡିସେମ୍ବରରେ ସଂସଦ ସୁରକ୍ଷାକୁ ଭେଦ କରି କଲର ସ୍ମୋକ ସ୍ପ୍ରେ କରିଥିବା ଅଭିଯୁକ୍ତଙ୍କ ଖୋଲୁଛି ଗୁମର । ଅଭିଯୁକ୍ତମାନେ କେବଳ ସ୍ମୋକ ସ୍ପ୍ରେ କରିବାକୁ ଯୋଜନା କରି ନଥିଲେ । ତାଙ୍କ ପାଖରେ ଥିଲା ଏକାଧିକ ପ୍ଲାନ୍ । ସ୍ମୋକ୍ ସ୍ପ୍ରେ ସହ ଆଉ ଦୁଇଟି ପ୍ଲାନ ବି କରିଥିଲେ ଅଭିଯୁକ୍ତ । ସ୍ମୋକ ସ୍ପ୍ରେ ପୂର୍ବରୁ ଲୋକସଭାରେ ପଶି ଦେହରେ ନିଆଁ ଲଗାଇବା ଓ ଚିରିକୁଟି ବାଣ୍ଟିବାକୁ ମଧ୍ୟ ପ୍ଲାନ କରିଥିଲେ । ଦିଲ୍ଲୀ ପୋଲିସର ପଚରାଉଚରା ବେଳେ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝା ଏମିତି କିଛି ବୟାନ ଦେଇଛି ।

ପୋଲିସ ଅନୁସାରେ, ପ୍ରଥମେ ଅଭିଯୁକ୍ତମାନେ ସଂସଦ ବାହାରେ ଓ ଭିତରେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ । ଏହା ପୂର୍ବରୁ ସେମାନେ ଶରୀରରେ ନିଆଁରୁ ବର୍ତ୍ତିବା ପାଇଁ ମିଳୁଥିବା ଜେଲ୍ ଲଗାଇବାକୁ ଯୋଜନା କରିଥିଲେ । ହେଲେ ସେମାନଙ୍କୁ ଉକ୍ତ ଜେଲ ମିଳି ନଥିଲା । ଏହାପରେ ସେମାନେ ‘ପ୍ଲାନ ବି’କୁ ଯାଇଥିଲେ ଓ ସଂସଦ ଭିତରେ ପଶି ସ୍ମୋକ ସ୍ପ୍ରେ କରିଥିଲେ ।

ଅଭିଯୁକ୍ତମାନେ କେବଳ ଲୋକଲୋଚନକୁ ଆସିବାକୁ ଏମିତି କରି ନଥିବା ତଦନ୍ତାକରୀ ଟିମ୍ ଦାବି କରିଛି । ଘଟଣା ପରେ ଲଳିତ ନିଜର ଓ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଳକୁ ଜାଳି ଦେଇଥିବା ଦାବି କରିଛି । ଯାହାକୁ ପୋଲିସ ସତ ବୋଲି ଭାବୁନାହିଁ ।

ଲଳିତର ଦାବିକୁ ପୋଲିସ ବିଶ୍ବାସ କରୁନି

ସଂସଦ ଭିତରେ ସ୍ମୋକ ସ୍ପ୍ରେ କରିବା ପରେ ଲଳିତ ସମସ୍ତଙ୍କ ମୋବାଇଲ ଧରି ଫେରାର ହୋଇଯାଇଥିଲା । ଯାହାକୁ ସେ ନଷ୍ଟ କରି ଦେଇଥିବା କହିଛି । ହେଲେ ପୋଲିସକୁ ଲଳିତର ଏହି ଦାବି ଉପରେ ବିଶ୍ବାସ ନାହିଁ । ଏହି ମୋବାଇଲରେ ଯୋଜନାର ବହୁତ ପ୍ରମାଣ ଥିବା ଓ ଅନ୍ୟ ଲୋକଙ୍କ ନମ୍ବର ବି ଥିବ ଯେଉଁମାନେ ଯୋଜନାରେ ସାମିଲ ଥିଲେ । ତଦନ୍ତକୁ ଦିଗହରା କରିବାକୁ ଲଲିତ ଏମିତି କହୁଥିବା ପୋଲିସ ଭାବୁଛି । ତଦନ୍ତକାରୀ ଟିମ ଏମିତି ଚିନ୍ତା କରିବାରର ବି କାରଣ ରହିଛି । କାରଣ ତଦନ୍ତରେ ଲଳିତ ସହଯୋଗ କରୁନାହିଁ ଓ ବାରମ୍ବାର ନିଜର ବୟାନ ବଦଳାଉଛି ।

ମାଆ ସହ ଦାଦାଙ୍କ ମଜା ସହି ପାରିଲାନି ୧୧ ବର୍ଷର ପୁଅ, ଲଗାଇ ଦେଲା ରଶି

କାନପୁର: ଉତ୍ତରପ୍ରଦେଶର କାନପୁରରେ ଜଣେ ୫ମ ଶ୍ରେଣୀ ଛାତ୍ର ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କାରଣ, ସାହି ମହିଳାଙ୍କ ଆଗରେ ତା’ ମାଆଙ୍କ ସହ ଜଣେ ସମ୍ପର୍କୀୟ ଦାଦା ଥଟ୍ଟାମଜା କରିଥିଲେ । ଯାହା ତାକୁ ଗଭୀର ଆଘାତ ଦେଇଥିଲା । ସେହିଠାରେ ହିଁ ସେ ତା’ ମାଆକୁ ପଚାରିଥିଲା କାହିଁକି ସେ ମଜା କଲେ ଓ କାନ୍ଦିବାକୁ ଲାଗିଥିଲା । ଯେତେ ବୁଝାଇଲେ ବି ସେ ବୁଝି ନଥିଲା ଓ ଘରକୁ ଯାଇ ରଶି ଲଗାଇ ଦେଇଥିଲା ।

ସୂଚନା ଅନୁସାରେ, କାନପୁରର ସଚିଣ୍ଡି ଅଞ୍ଚଳର ଭୌତି ଅଞ୍ଚଳର ପ୍ରତାପପୁର ନଗର ରହିଛି । ସେଠାରେ ରାଧେଶ୍ୟାମ ପରିବାର ସହ ରୁହନ୍ତି । ତାଙ୍କର ତିନି ପୁଅ । ମଝିଆ ପୁଅ ୫ମ ଶ୍ରେଣୀରେ ପଢ଼େ । ବୟସ ପ୍ରାୟ ୧୧ ବର୍ଷ ହେବ । ତା’ ଦୁନିଆ ତା’ ମାଆକୁ ନେଇ । ସେ ତା’ ମାଆକୁ ଏତେ ଭଲ ପାଏ ଯେ, ତାଙ୍କୁ ଛାଡି କୁଆଡେ ଯାଏନାହିଁ । ସବୁବେଳେ ମାଆ ପାଖେ ପାଖେ ଥାଏ । ଯଦି କେହି ତା’ ମାଆ ଉପରେ ରାଗିଯାଏ ଏହାକୁ ସେ ସହଜରେ ଗ୍ରହଣ କରିପାରି ନଥାଏ ।

ଶୁକ୍ରବାର ଦିନ ପିଲାଟିର ମାଆ ସାହିର ମହିଳାଙ୍କ ସହ ବସିଥିଲେ । ଏହି ସମୟରେ ସାହିର ଜଣେ ଯୁବକ, ଯିଏ ମହିଳାଙ୍କ ସମ୍ପର୍କରେ ଦିଅର ହେବେ କିଛି ମଜା କରି ଦେଇଥିଲେ । ସମସ୍ତଙ୍କ ଆଗରେ ଏମିତି ମଜା କରିବା ପିଲାଟିକୁ ଭଲ ଲାଗି ନଥିଲା । ସେହିଠାରେ ହିଁ ସେ ତା’ ମାଆ ସହ ଝଗଡ଼ା ଆରମ୍ଭ କରି ଦେଇଥିଲା ଓ ପଚାରି ଥିଲା ସେ ତୁମ ସହ କାହିଁକି ମଜା କଲା ।

ମହିଳା ଜଣଙ୍କୁ ତାକୁ ବୁଝାଇଥିଲେ ଯେ, ସେ ଦିଅର ହେବେ ସେଥିପାଇଁ ମଜା କରିଦେଲେ । ଭାଉଜ ଓ ଦିଅର ସମ୍ପର୍କରେ ଏମିତି ଥଟ୍ଟାମଜା ହୋଇଥାଏ । ହେଲେ ପିଲାଟି ଶାନ୍ତ ହୋଇ ନଥିଲା । ଏପରିକି ପିଲାଟିର ପିଉସୀ ବି ତାକୁ ବୁଝାଇଥିଲେ ।

ଏହାପରେ ପିଲାଟି ଘରକୁ ପଳାଇ ଆସିଥିଲା । ହେଲେ ମାଆ ସହ ଏମିତି ମଜା ତାକୁ ଗଭୀର ଆଘାତ ଦେଇଥିଲା । ଘରେ ପହଞ୍ଚିବା ପରେ ବି ସେ କାନ୍ଦିବାକୁ ଲାଗିଥିଲା । ପରିବାର ଲୋକେ ବୁଝାଇବା ପରେ ସେ ଶାନ୍ତ ହୋଇ ଯାଇଥିଲା । ଏହାପରେ ତା’ ମାଆ ବଜାର ପରିବା କିଣିବାକୁ ଯିବାକୁ ଡାକିଥିଲେ । ହେଲେ ସେ ମାଆ ସହ ନଯାଇ ଘରେ ଖେଳିବ ବୋଲି କହିଥିଲା । ମାଆ ବଜାର ଚାଲିଯିବାର କିଛି ସମୟ ପରେ ସେ ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଦେଇଥିଲା । ପିଲାର ପିଉସୀ ଏହା ଦେଖି ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ । ହେଲେ ସେତେବେଳକୁ ପିଲାଟିର ମୃତ୍ୟୁ ଘଟି ଚାଲିଥିଲା ।

ମାବାପାଙ୍କ ମୁହଁକୁ ଚାହିଁ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ କାର୍ତ୍ତିକ ପାଣ୍ଡିଆନ

ବ୍ରହ୍ମପୁର: ୫ ବର୍ଷ ପରିଶ୍ରମ କରନ୍ତୁ ୫୦ ବର୍ଷ ମିଳିବ ଖୁସି  । ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  । ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଛାତ୍ରଛାତ୍ରୀଙ୍କୁ ଖୁସି ଖବର ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ  । ଆସନ୍ତା ମାସରୁ ହିଞ୍ଜିଳିରେ ଗଡିବ ଲକ୍ଷ୍ମୀ ବସ  । କଲେଜ ପିଲା ମାତ୍ର ୫ ଟଙ୍କା ଦେଇ ଯେକୌଣସି ପଞ୍ଚାୟତରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ପହଞ୍ଚିପାରିବେ  । କଲେଜ ରୂପାନ୍ତରଣ ନେଇ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ 5T ଅଧ୍ୟକ୍ଷ  । ୬ ମାସ ପୂର୍ବରୁ କଲେଜର ସ୍ଥିତି ଆଉ ଏବେକାର ସ୍ଥିତି ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କ ମତ ଲୋଡିଛନ୍ତି  ।

ସେହିପରି ନିଜ ମାତାପିତାଙ୍କ ମୁହଁକୁ ଚାହିଁ କଠିନ ପରିଶ୍ରମ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି  । ମାତା, ପିତା, ଗୁରୁଙ୍କୁ କେବେବି ନ ଭୁଲିବା ପାଇଁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ  ।

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ହିଞ୍ଜିଳିକାଟୁର ପୋଚିଲିମା ଖାମ୍ବିୟଦୋରା ଜୁନିୟର ସାଇନ୍ସ କଲେଜରେ ପ୍ରଥମେ ପହଞ୍ଚିବା ପରେ ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତ ଆରମ୍ଭ, ପହଞ୍ଚିଲେ ହିଞ୍ଜିଳିକାଟୁରେ

ହିଞ୍ଜିଳିକାଟୁ: ଦୁଇଦିନିଆ ଗଞ୍ଜାମ ଗସ୍ତରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ହିଞ୍ଜିଳିକାଟୁର ପୋଚିଲିମା କଲେଜରେ ପହଞ୍ଚିଥିଲେ । ରୂପାନ୍ତରିତ ଖାମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍ମାର୍ଟ କ୍ଲାସ ରୁମ ସହ ଲାଇବ୍ରେରୀ, କମ୍ପ୍ୟୁଟର ଓ ସାଇନ୍ସ ଲାବ ବୁଲି ଦେଖିଥିଲେ । କଲେଜର ରୂପରେଖ ୬ ମାସରେ ବଦଳି ଯାଇଥିବାରୁ ଖୁସି ପ୍ରକାଶ କରିଥିଲେ କାର୍ତ୍ତିକ ପାଣ୍ଡିଆନ । କଲେଜରେ ଭିତ୍ତିଭୂମିର ଉନ୍ନତିକରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଛାତ୍ରଛାତ୍ରୀମାନେ କୃତଜ୍ଞତା ଜଣାଇଥିଲେ ।

ପରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ କିପରି ଲାଗୁଛି ବୋଲି ପଚାରିବା ସହ ଏହାର ଉଦ୍ଦେଶ୍ୟ ବୁଝାଇଥିଲେ ପାଣ୍ଡିଆନ୍ । ଆଗରୁ କଲେଜଗୁଡିକରେ ଛାତ୍ରଛାତ୍ରୀ କେବଳ ପାଠ ପଢୁଥିଲେ । ଏବେ ସେମାନଙ୍କର ଆତ୍ମବିଶ୍ବାସ ବଢାଇବା ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯାହାଦ୍ବାରା ପାଠ ସହ ପିଲାମାନେ ଡିବେଟ୍, ଖେଳ, ମ୍ୟୁଜିକରେ ଭାଗ ନେଇ ସେମାନଙ୍କର ଦକ୍ଷତା ବୃଦ୍ଧି କରିବେ ବୋଲି ସେ କହିଛନ୍ତି । ଏହାସହ ଏପରି କାର୍ଯକ୍ରମ ପ୍ରତିବର୍ଷ କରିବା ପାଇଁ ପିଲାମାନଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଆସନ୍ତା ଜାନୁଆରୀ କିମ୍ବା ଫେବ୍ରୁଆରୀରେ ଜିଲ୍ଲାରେ ଲକ୍ଷ୍ମୀବସ ସେବାର ଶୁଭାରମ୍ଭ ହେବ  । ଏହାଦ୍ବାରା କଲେଜ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ  । ମାତ୍ର ୫ଟଙ୍କା ଦେଇ ଗାଁରୁ କଲେଜ ଯାଇପାରିବେ ବୋଲି କହିଛନ୍ତି ।  ଜୀବନରେ ସବୁବେଳେ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ କାର୍ତ୍ତିକ ପାଣ୍ଡିଆନ ପରାମର୍ଶ ଦେଇଥିଲେ  । ୫ ବର୍ଷର କଠିନ ପରିଶ୍ରମ ୫୦ ବର୍ଷ ସୁଖ ଜୀବନ ଆଣିଦେବ । ଏଣୁ ସଭିଏଁ କଠିନ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ  ।

ପରେ ହିଞ୍ଜିଳିକାଟୁରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଖଚାଖଚ ଭିଡ଼ରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସଭିଏଁ ପାଣ୍ଡିଆନଙ୍କ ସହ ହାତ ମିଳାଇ ବିକାଶ ପ୍ରତି ନିଜର ସମର୍ଥନ ପ୍ରଦାନ କରିଥିଲେ । ହିଞ୍ଜିଳିକାଟୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ପ୍ରତିଟି କ୍ଷେତ୍ରରେ ହିଞ୍ଜିଳିକାଟୁ ବିକାଶିତ ହୋଇଛି । ଆଗାମୀ ଦିନରେ ସବୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ରାଜକୋଟରେ ଶହ ଶହ ପିଆଜ ଚାଷୀଙ୍କ ବିକ୍ଷୋଭ

ଅହମ୍ମଦାବାଦ: ରାସ୍ତାରେ ଗଡ଼ିଲା ବସ୍ତା ବସ୍ତା ପିଆଜ ଲାଗି ହଙ୍ଗାମା । ପିଆଜ ଚାଷୀଙ୍କ ଧର୍ମଘଟ । ପିଆଜ ରପ୍ତାନି ଉପରେ ଜାରି ହୋଇଥିବା ନିଷେଧାଦେଶକୁ ବିରୋଧ କରି ଗୁଜରାଟ ରାଜକୋଟରେ ଶହ ଶହ ପିଆଜ ଚାଷୀଙ୍କ ବିକ୍ଷୋଭ । ରାଜକୋଟର ଗୋନ୍ଦାଲରେ ଶହ ଶହ ପିଆଜ ଚାଷୀ ଧର୍ମଘଟ କରିବା ସହ ନାରାବାଜି କରିଛନ୍ତି । ଏପରିକି କେତେକ ଚାଷୀ ଆତ୍ମହତ୍ୟା ଲାଗି ଧମକ ଦେଇଛନ୍ତି । ଗତ ସପ୍ତାହରେ ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ନିଷେଧାଦେଶ ଜାରି କରିବା ପରେ ରାଜକୋଟର ଚାଷୀ ଉତ୍ତ୍ୟକ୍ତ ହୋଇଛନ୍ତି । ସୌରାଷ୍ଟ୍ର ଅନ୍ତର୍ଗତ ବିସାବାଦର, ମହୁବା ଓ ଭାବାନଗର ପିଆଜ ଚାଷ ଲାଗି ପ୍ରସିଦ୍ଧ । ସ୍ଥାନୀୟ ମାର୍କେଟରେ ପିଆଜ ଦର ବ୍ୟାପକ ହ୍ରାସ ପାଇବା ପରେ ସ୍ଥାନୀୟ ଚାଷୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଖୁଚୁରା ବଜାରରେ ପିଆଜ ଦର କିଲୋଗ୍ରାମ ପିଛା ୭୦ ଟଙ୍କା ହେବା ପରେ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ଯାଏ ପିଆଜ ରପ୍ତାନି ଉପରେ ନିଷେଧାଦେଶ ଜାରି କରିଥିଲେ ସରକାର । ନାସିକରେ ଚାଲିଥିବା ପ୍ରତିବାଦ ଆନ୍ଦୋଳନରେ ସାମିଲ ହୋଇଥିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର ।

ରତନ ଟାଟାଙ୍କୁ ଧମକ, ଅଭିଯୁକ୍ତ ବିଷୟରେ ଜାଣିବା ପରେବି ଗିରଫ କଲାନି ପୋଲିସ

ମୁମ୍ବାଇ: ଦେଶର ଶ୍ରେଷ୍ଠ ଉଦ୍ଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କୁ ଧମକ ଦେଇଥିବା ଯୁବକର ପତ୍ତା ପାଇଛି ପୋଲିସ  । ଯୁବକ ଜଣକ ରତନ ଟାଟାଙ୍କୁ ହତ୍ୟା ଧମକ ଦେଇଥିଲା  । ଫୋନ କରିଥିବା ବ୍ୟକ୍ତି ସିଜୋଫ୍ରୋନିଆ ରୋଗରେ ପୀଡିତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି  ।

PTI ଅନୁସାରେ କିଛି ଦିନ ପୂର୍ବରୁ ବ୍ୟକ୍ତି ଜଣକ ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି ପାଇଁ ଦାବି କରିଥିଲେ  । ଏହାପରେ ସେ ଉଦ୍ଦ୍ୟୋଗ ଜଗତର ଜଣାଶୁଣା ଶିଳ୍ପପତିଙ୍କ ଅବସ୍ଥା ଟାଟା ସନ୍‌ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଭଳି ହେବ ବୋଲି ଧମକ ଦେଇଥିଲା  ।

କଲ୍‌ ମିଳିବା ପରେ ମୁମ୍ବାଇ ପୋଲିସ ହାଇଆଲର୍ଟରେ ଆସିଥିଲା  । ଏକ ସ୍ବତନ୍ତ୍ର ଟିମ ରତନ ଟାଟାଙ୍କ ସୁରକ୍ଷା ଦାୟିତ୍ବ ନେଇଥିଲା  । ସେହିପରି ଆଉ ଏକ ଟିମ ଫୋନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଯୋଗା କରିଥିଲା  । ଫୋନ କରିଥିବା ବ୍ୟକ୍ତିଙ୍କ ଲୋକେସନ୍‌ କର୍ଣ୍ଣାଟକରୁ ମିଳିଥିଲା  । କିନ୍ତୁ ସେ ପୁଣେରେ ରହୁଥିଲା  ।  ପୁଣେସ୍ଥିତ ବାସଭବନରେ ପୋଲିସ ପହଞ୍ଚିବା ବେଳକୁ ସେ ଘରେ ନଥିଲା  । ସେ ୫ ଦିନ ଧରି ନିଖୋଜ ଥିବା ତା ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲା  ।

ଯାଜପୁରରୁ ଧରାପଡ଼ିଲା କାଶ୍ମୀର ଆତଙ୍କବାଦୀ!

ଯାଜପୁର: ଯାଜପୁରରୁ ଧରାପଡ଼ିଲା କାଶ୍ମୀର ଆତଙ୍କବାଦୀ । କାଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀକୁ ଗିରଫ କଲା ଏସଟିଏଫ୍ । ସ୍ଥାନୀୟ ପୋଲିସ ସହାୟତାରେ ଯାଜପୁର ଧର୍ମଶାଳା ଅଞ୍ଚଳର ନେଉଳପୁରରେ ଚଢ଼ାଉ କରିଥିଲା ଏସଟିଏଫ୍ । ଶୁକ୍ରବାର ନେଉଳପୁରରୁ ଇଶାନ ବୁଖାରୀକୁ ଗିରଫ କରିଛି ଏସଟିଏଫ୍ । ନିଜକୁ ବିଭିନ୍ନ ନାଁରେ ପରିଚୟ ଦେଇ ବୁଲୁଥିଲା ସୟଦ ବୁଖାରୀ । ନିଜକୁ ସେନାର ଜଣେ ଡାକ୍ତର ଓ ପିଏମଓ ଅଧିକାରୀର ପରିଚୟ ଦେଉଥିଲା । ତେବେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବା ପରେ ପୋଲିସକୁ ସୂଚନା ଦେଇଥିଲେ । STF ତାକୁ ଗିରଫ କରିଥିବାବେଳେ ଅଭିଯୁକ୍ତ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଧରା ହୋଇଥିବା ଆତଙ୍କବାଦୀ ଇଶାବ ୬ରୁ ୭ ଜଣଙ୍କୁ ବିବାହ କରିଛି । ୟୁପି, ମହାରାଷ୍ଟ୍ର ଓ କାଶ୍ମୀରରେ ସେ ବିବାହ କରିଛି । କେରଳ ଓ ପାକିସ୍ତାନର ଅନେକ ସନ୍ଦିଗ୍ଧ ସଂଗଠନ ସହ ଯୋଗାଯୋଗରେ ଥିଲା । ତା ପାଖରୁ ଅନେକ ଆଇ-କାର୍ଡ, ଏଟିଏମ କାର୍ଡ, ଚେକ୍, ଆଧାର କାର୍ଡ ଏବଂ ଭିଜିଟିଙ୍ଗ କାର୍ଡ ଜବତ । NIA ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି, ତଦନ୍ତ ପରେ ସବୁ ସ୍ପଷ୍ଠ ହେବ । କାଶ୍ମୀରରେ ଠକେଇ ମାମଲାରେ ଅଭିଯୁକ୍ତ ବିରୋଧରେ NBW ଜାରି ହୋଇଛି । ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦(ଖ)ରେ ମାମଲା ରୁଜୁ । ଅଭିଯୁକ୍ତ ନିକଟରୁ ୪ଟି ମୋବାଇଲ ଜବତ ହୋଇଛି । ISI ସହ ଯୋଗାଯୋଗରେ ଥିଲା, ଟେରର ଲିଙ୍କ୍ ନେଇ ତଦନ୍ତ ଚାଲିଛି ।

ଘୋଡ଼ା ଉପରେ କନିଆଁ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ନିଜର ବିବାହକୁ ସ୍ମରଣ କରିବା କରିବା ସମସ୍ତେ ବିଭିନ୍ନ ପ୍ରକାର ପ୍ରସ୍ତୁତି କରିଥାନ୍ତି । କିଏ ବାଜା, ବାଣ, ରୋଷଣୀ ଧରି ନିଆରା ଉପାୟରେ ଆସିଥାଏ ତ ଆଉ କିଏ ଭଲ ଭୋଜି ଦେଇ ଅତିଥୀଙ୍କ ମନ ମୋହିଥାଏ । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ପାଇଁ ବର, କନିଆଁ ନିଆରା ଉପାୟମାନ ଆପଣାଇଥାନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କନିଆଁ ଜଣକ ଘୋଡ଼ା ଉପରେ ବସି ଏଣ୍ଟ୍ରି କରିଛନ୍ତି । ବେଶ ଖୁସିର ସହ ସେ ନଜର ଆସିଥିବାବେଳେ ଘୋଡ଼ାକୁ ମଧ୍ୟ ସୁନ୍ଦରଭାବେ ସଜା ଯାଇଛି । କନିଆଁଙ୍କୁ ଘୋଡ଼ା ଉପରେ ତାଙ୍କ ସ୍ବଜନମାନେ ଚଢ଼ାଉଥିବାବେଳେ ସେ ଖୁସି ନଜର ଆସିଛନ୍ତି । ଘୋଡ଼ା ଉପରେ ବସି କନିଆଁ ଜଣକ ନାଚୁଥିବା ଦେଖୁବାକୁ ମିଳିଛି । ’ଶୁଭ ବିବାହ’ ନାମକ ଜଣେ ୟୁଜର୍ସ ଏହି ଭିଡିଓଟି ପୋଷ୍ଟ କରିଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ, ସେୟାର କରୁଛନ୍ତି । ଏହାସହ ୟୁଜର୍ସମାନେ ମଜାଳିଆ ମଜାଳିଆ କମେଣ୍ଟମାନ ଦେଉଛନ୍ତି ।

https://www.instagram.com/p/CpfOlv8gwwK/?utm_source=ig_embed&utm_campaign=embed_video_watch_again

ଖୁବଶୀଘ୍ର ସରିବ କଟକ ସହରରେ ହେଉଥିବା ବକ୍ସ ଡ୍ରେନ୍

କଟକ: ଖୁବଶୀଘ୍ର ସରିବ କଟକ ସହରରେ ହେଉଥିବା ବକ୍ସ ଡ୍ରେନ୍ । ପଟ୍ଟାପୋଲରୁ ମାତୃଭବନ ପର୍ଯ୍ୟନ୍ତ ଥିବା ପୁରୁଣା ତଥା ବିରାଟ ନାଳ ଉପରେ ଚାଲିଥିବା ସରକାରଙ୍କ ସ୍ବପ୍ନର ବକ୍ସଡ୍ରେନ ଓ ସୁନ୍ଦର ରାସ୍ତାର କାମ ମାର୍ଚ୍ଚ ୩୧ ତାରିଖରେ ସରିବ । କଟକ ମେୟର ସୁବାସ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣ ବକ୍ସଡ୍ରେନ ଉପରେ ହେଉଥିବା ନୂଆ ବ୍ରିଜ କାମର ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି । ଦଶ ବର୍ଷ ହେବ ଜାଇକା ବକ୍ସଡ୍ରେନ କାମ କରୁଥିଲା । ତେବେ କାମର ଶୀଥିଳତାକୁ ଦେଖି ରାଜ୍ୟ ସରକାର ମାତ୍ର ବର୍ଷେ ତଳେ ୪୫୦ କୋଟି ଟଙ୍କାରେ ବକ୍ସଡ୍ରେନ ଓ ନୂଆ ରାସ୍ତାର କାମ ପାଇଁ ଅର୍ଥ ମଞ୍ଜୁର କରିଥିଲେ ।

ଏହା ପରେ ଦ୍ରୁତ ଗତିରେ କାମ ଚାଲି ତିନି କିଲୋମିଟର ଅର୍ଥାତ ଛତ୍ରବଜାର ପର୍ଯ୍ୟନ୍ତ କାମ ପ୍ରାୟ ସରି ଆସିଲାଣି । ବଜ୍ରକବାଟି ଓ ବକ୍ସିବଜାର ପାଖ ବ୍ରିଜ ଜାନୁଆରୀ ୧୫ ସୁଦ୍ଧା ସରିବ । ଏହା ପରେ ମାର୍ଚ୍ଚ ଶେଷ ସୁଦ୍ଧା କାମ ସରି ବକ୍ସଡ୍ରେନ ଉପରେ ଲୋକଙ୍କ ଯାତାୟତ ଆରମ୍ଭ ହେବ ବୋଲି କହିଛନ୍ତି କଟକ ମେୟର । ବକ୍ସଡ୍ରେନ କାମ ସରିଲେ ପଟ୍ଟାପୋଲ ଠାରୁ ବର୍ଷା ଜଳ ଓ ନର୍ଦ୍ଦମାର ପାଣି ସହଜରେ ନିଷ୍କାସିତ ହେବ । ଏହାସହ ପଟ୍ଟାପୋଲରୁ ବକ୍ସିବଜାର ଗମ୍ମାଢିଆ ପର୍ଯ୍ୟନ୍ତ ଦୁଇ ଥାକିଆ ଓ ସେଠାରୁ ଛତ୍ରବଜାର ପର୍ଯ୍ୟନ୍ତ ତିନିଥାକିଆ ରାସ୍ତା ଦେଇ ଛୋଟ ବଡ ସବୁ ଗାଡି ସହଜରେ ଯାତାୟତ କରିପାରିବ । ରାସ୍ତାର ଫୁଟପାଥ୍ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଶୀଘ୍ର କରାଯିବ ବୋଲି ସିଏମସି କମିଶନର କହିଛନ୍ତି ।

ସଂସଦରେ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଖୋଲୁଛି ଗୁମର

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଖୋଲୁଛି ଗୁମର। ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ। ପଚରାଉଚରାବେ ଅନେକ ସତ ଉଗାଳିଛି ଲଳିତ । ସରକାରଙ୍କୁ ନିଜର ଦାବି ପୂରଣ କରିବାକୁ ବାଧ୍ୟ କରିବାକୁ ଚାହୁଁଥିଲା ଲଳିତ। ସେଥିଲାଗି ଦେଶରେ ଅରାଜକତା ସୃଷ୍ଟି କରିବାକୁ ରଚିଥିଲା ଏହି ହଂଗାମା ଷଡ଼ଯନ୍ତ୍ର। ପାର୍ଲାମେଣ୍ଟରେ ଅଶାନ୍ତ ସୃଷ୍ଟି କରିବାକୁ ଲଳିତ ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଜନା  କରିଥିବା ଦିଲ୍ଲୀର ପଟିଆଲ ହାଉସ କୋର୍ଟରେ ସୂଚନା ଦେଇଛି ଦିଲ୍ଲୀ ପୋଲିସ। ଏକାଧିକ ଥର ଅନ୍ୟ ଅଭିଯୁକ୍ତଙ୍କୁ ଲଳିତ ସାକ୍ଷାତ କରିଥିଲା ।

ପ୍ରଥମେ ବାହାରୁ ବିରୋଧ କରିବାକୁ ଯୋଜନା କରିଥିଲେ । ତେବେ ପୁଣିଥରେ ସାହସ ବାନ୍ଧି ସଂସଦ ଭିତରେ ଅନୁପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଭିଯୁକ୍ତ ସୂଚନା ସଂଗ୍ରହ କରିବାକୁ ଗୁଗଲର ସହାୟତା ନେଇଥିଲେ । ସଂସଦ ସୁରକ୍ଷା ନେଇ ପୁରୁଣା ଭିଡିଓ ସବୁକୁ ଯାଞ୍ଚ କରିଥିଲେ।  ସୁରକ୍ଷା ବ୍ୟବସ୍ଥା ବିଷୟରେ ଅଧିକ ଜାଣିବା ସହ ଏହାପରେ ସମସ୍ତେ କଲର ସ୍କୋକ୍ ସ୍ପ୍ରେ କରିବାକୁ ସ୍ଥିର କରିଥିଲେ। ପରସ୍ପରକୁ ଯୋଗାଯୋଗ କରିବାକୁ ଏକ ଆପ୍ ର ବ୍ୟବହାର କରୁଥିଲେ। ଘଟଣା ଘଟାଇବା ସହ ତୁରନ୍ତ ଅଭିଯୁକ୍ତ ଲଳିତ ଝା ଅନ୍ୟ ରାଜ୍ୟକୁ ଫେରାର ହୋଇଯାଇଥିଲା।

ପ୍ରମାଣ ନଷ୍ଟ ପାଇଁ ସେ ତାର ଫୋନ ଫିଙ୍ଗିଦେବା ସହ ଅନ୍ୟ ୪ ସାଥୀଙ୍କ ଫୋନକୁ ଜଳାଇ ଦେଇଥିବା କହିଛି। ରାଜସ୍ଥାନର ନାଗୋରକୁ ଯାଇ ସମ୍ପର୍କୀୟ କୈଳାସ ଓ ମହେଶକୁ ସାକ୍ଷାତ କରିଥିଲା ଲଳିତ। ଉଭୟ ଲଳିତର ସେଠାରେ ରହିବା ବନ୍ଦୋବସ୍ତ କରିଥିଲେ। ବେକାରୀ ସମସ୍ୟାକୁ ନେଇ ଲଳିତ ଏହି ହଙ୍ଗାମା କରିଥିବା କାରଣ ଦର୍ଶାଉଛି । ଲଳିତ ସମେତ ଅନ୍ୟ ୪ ପାର୍ଲାମେଣ୍ଟ ପରିସରରେ ଆତ୍ମାହୁତି କରିବାକୁ ମଧ୍ୟ ଯୋଜନା କରିଥିବା ଜଣାପଡିଛି । ତେବେ ଶେଷ ମୁହୂର୍ତ୍ତରେ ଏହି ପ୍ଲାନକୁ ରୋକି କଲର ସ୍ମୋକ ସ୍ପ୍ରେ କରିବାକୁ ସ୍ଥିର କରିଥିଲେ। ତେବେ ପୋଲିସ ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରୁଛି। ଯୋତା ମଧ୍ୟରେ ସ୍କୋକ କାନିଷ୍ଟର ନେବାକୁ ଯୋତା ପ୍ରସ୍ତୁତକାରୀକୁ ଖୋଜୁଛି ପୋଲିସ ।

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି ତନାଘନା କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ସାଗର ଶର୍ମା ଓ ମନୋରଂଜନ, ନୀଲମ ଓ ଅମୋଲ ସିନ୍ଦେଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ପୋଲିସ ।  ଲଳିତର ଅନ୍ୟ କୌ୍ଣସି ଦେଶ କିମ୍ବା ଆତଙ୍କୀ ସଂଗଠନ ସହ ଲିଙ୍କ ଅଛି ନା ନାହିଁ ଏହାର ତନାଘନା କରିବ ପୋଲିସ ।ରାଜସ୍ଥାନରେ ସେ ୨ ଦିନ ରହିଥିଲା। ତାପରେ ଦିଲ୍ଲୀ ଫେରି ଆସି ଆତ୍ମସମର୍ପଣ କରିଥିଲା।  ରାଜସ୍ଥାନ ଯାଇ କଣ ସବୁ କରିଥିଲା ଏଥିଲାଗ ତାଙ୍କୁ ପୁଣିଥରେ ରାଜସ୍ଥାନ ନେଇପାରେ । ତେବେ କେମିତି ଘଟାଇଥିଲା ଏ କାଣ୍ଡ ଏହାକୁ ନେଇ ସିନ୍ ରିକ୍ରିଏଟ କରିପାରେ ଦିଲ୍ଲୀ ପୋଲିସ । ଏଥିଲାଗି ଦିଲ୍ଲୀ ପୋଲିସକୁ ସଂସଦର ଅନୁମତି ନେବାକୁ ପଡିପାରେ।