spot_img
Home Blog Page 2564

ରାଉରକେଲାରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ

ରାଉରକେଲା: ଚିନ୍ତାରେ ଲୋକେ । ରାଉରକେଲା ସହରରେ ଝାଡ଼ାବାନ୍ତି ଆତଙ୍କ । ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାରେ ଶହେରୁ ଅଧିକ ଲୋକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଔଷଧ ବଣ୍ଟନ କରାଯିବା ସହ ପ୍ରତିକାର ବ୍ୟବସ୍ଥା କରାଯାଉଛି । ଝାଡାବାନ୍ତି ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ୧୨ ଟି ଟିମ ପକ୍ଷରୁ ଔଷଧ ବଣ୍ଟନ କରୁଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୬ଟି ଟିମ୍ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତ କରି ଔଷଧ ବଣ୍ଟନ ଓ ପାନୀୟ ଜଳ ପରୀକ୍ଷା କରୁଛନ୍ତି । ଝାଡାବାନ୍ତି ବୃଦ୍ଧି ପାଇବାର ନିର୍ଦ୍ଧିଷ୍ଟ କାରଣ କଣ ଅନୁସନ୍ଧାନ କରାଯାଉଥିବା ବେଳେ, ପାନୀୟ ଜଳ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନମୁନା ଯାଞ୍ଚ ଆରମ୍ଭ ହୋଇଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟ ବରଣ କରିଥିବା ୪ ଜଣ ହେଲେ ଗ୍ଲାସନ ସମାନ୍ତ, ନାନସୀ ଦୁବେ, ଫୁଲଟୋଲୀ ଗୌଡ ଓ ଅହଲ୍ୟା ନାୟକ ।

ସାକ୍ଷୀଗୋପାଳ ଭଣ୍ଡାରୀଦଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ

ସାକ୍ଷୀଗୋପାଳ: ପୁରୀ ସାକ୍ଷୀଗୋପାଳ ଭଣ୍ଡାରୀ ଦଣ୍ଡା ନିକଟରେ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟରେ ବାଇକ୍ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଦୁଇ ଯୁବକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଓ ପୁପୁନା ପାଢ଼ୀ । ପୁରୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଏହି ମୃତ୍ୟୁ କବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା ।

ଜାଡ଼ର ମାଡ଼ରେ ଥରୁଛି ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଶୀତ ଲହରୀ । ଉପାନ୍ତରୁ ଉପକୂଳ ଥରୁଛି ଓଡ଼ିଶା । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ସାରା ରାଜ୍ୟ । ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାବେଳେ ସକାଳୁ ଘନ କୁହୁଡ଼ି ଅନୁଭୂତ ହେୁଛି । ଲୋକେ ବାଇକରେ ଯାତାୟତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭନ୍ନ ସ୍ଥାନରେ ଲୋକେ ନିଆଁ ପୁଆଁଇ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଶୀତ ପାଇଁ ସଂନ୍ଧ୍ୟାହେଲେ ବଜାର ଘାଟ ଖାଁ ଖାଁ ଲାଗୁଛି । ସେପଟେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅସହ୍ୟ ଜାଡ। ଜଙ୍ଗଲ ପାହାଡ ଘେରା ଟାଙ୍ଗଣା ନଈ ଓ ସୋନ ନଈ ଥିବା କାରଣରୁ ଅତ୍ୟଧିକ ଶୀତ ବଢ଼ୁଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ସନ୍ଧ୍ୟା ହେଲେ ଶୁଖିଲା କାଠ ଓ କୁଟାକୁ ଛକ ଛକରେ ନିଆଁ ପୋଇଁ ହୋଇ ବସୁଛନ୍ତି ।

ଚାକିରି ନାଁରେ ଯୁବକଙ୍କୁ ଠକିଦେଲା କମ୍ପାନୀ

କେନ୍ଦ୍ରାପଡ଼: ପୁଣି ସାମନାକୁ ଆସିଲା ଠକାମି ଖବର । ଚାକିରି ନାଁରେ ଯୁବକଙ୍କୁ ଠକିଦେଲା କମ୍ପାନୀ । ଚାକିରୀ ଦେବା ନାଁରେ ବେକାର ଯୁବକ ମାନଙ୍କୁ ଠକିଛି ୱାନ ଟୁ ୱାନ କମ୍ପାନୀ ନାମକ ଘରୋଇ ସଂସ୍ଥା । ମୋଟା ଅଙ୍କର ଦରମା ଦେବାର ପ୍ରଲୋଭନ ଦେଖାଇ କୋରୋନା ଲକଡାଉନ ପରେ କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ଅନେକ ଯୁବକ ମାନଙ୍କୁ ଇଲେକ୍ଟ୍ରି ଡିପାର୍ଟମେଣ୍ଟରେ ଚାକିରୀ ଦେବାକୁ କହି ଜଣକା ୩୫ ହଜାର ଟଙ୍କା ଓ କିସାନ କାର୍ଡ ପଞ୍ଚାୟତ କୋଡିନେଟରର ନକଲି ଆଇ କାର୍ଡ ଦେଇ ଟଙ୍କା ଆଦାୟ କରି ୩୦ ଲକ୍ଷ ଠକି ନେଇଛନ୍ତି ୱାନ ଟୁ ୱାନ କମ୍ପାନି । ପ୍ରତାପ ମହାନ୍ତି ନାମକ ବ୍ୟକ୍ତି ନିଜେ ପିଲାଙ୍କ ଠାରୁ ଟଙ୍କା କଲେକ୍ସନ କରିଥିଲେ ।ଦରମା ଦେବାପାଇଁ ଯୁବକ ମାନଙ୍କ ସହ ମଧ୍ୟ ଠକ ପ୍ରତାପ ମହାନ୍ତି ଦରମା ଓ ଟିଏ ଦିଏ ଦେବାକୁ ଏଗ୍ରିମେଣ୍ଟ କରିଥିଲେ ।

କିଛି ପିଲାଙ୍କୁ ଏକ ମାସ ନିଜ ସଂସ୍ଥା ମାଧ୍ୟମ ରେ  ନିଯୁକ୍ତି ଦେଇ କାର୍ଯ୍ୟ ରେ ଲଗାଇଥିଲେ, ହେଲେ ହଠାତ କମ୍ପାନୀ ନାମରେ ଟଙ୍କା ଆଦାୟ କରି ପ୍ରତାପ ମହାନ୍ତି ଓ ତାଙ୍କ ସହଯୋଗୀ ମାନେ ଚମ୍ପଟ ମାରିଥିଲେ । କମ୍ପାନୀ ଫର୍ଡ ବୋଲି ସମସ୍ତେ ଜାଣି ପାରିଲେ.ଏନେଇ ପୂର୍ବରୁ ପାଟକୁରା ଥାନା ରେ ଏକାଧିକ ଅଭିଯୋଗ ହୋଇଥିଲା ।ପ୍ରତାପ ଙ୍କ ଘର ପାଖରେ ପହଂଚି ଟଙ୍କା ଦେଇ ଥିବା ଯୁବକ ମାନେ ପ୍ରତାପ ଙ୍କୁ କାବୁ କରିଥିଲେ. କିନ୍ତୁ ପୋଲିସ ଙ୍କ ନୀରବତା ପାଇଂ ପ୍ରତାପ ଖସି ଯାଇଥିଲେ । ଶେଷରେ ଠକାମୀ ର ଶିକାର ହୋଇଥବା ଯୁବକ ମାନେ କେନ୍ଦ୍ରାପଡ଼ା କୋର୍ଟ ରେ ପ୍ରତାପ ମହାନ୍ତି ଓ ତାଙ୍କ ସଂସ୍ଥା ନାମ ରେ ଠକେଇ ଅଭିଯୋଗ ରେ ୱାନ ସି ସି କେଶ କରିଛନ୍ତି ।

ଆଜି ପବିତ୍ର ଧନୁ ସଂକ୍ରାନ୍ତି

ଭୁବନେଶ୍ବର: ଆଜି ଧନୁ ସଂକ୍ରାନ୍ତି । ଏଥିପାଇଁ ଶ୍ରୀମନ୍ଦିରରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଧନୁ ସଂକ୍ରାନ୍ତିରେ ଠାକୁରଙ୍କ ପାଖରେ ଧନୁ ମୁଆଁ ଭୋଗ ଲାଗି ହୁଏ । ପୌଷ ମାସର ପ୍ରଥମ ଦିନ ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏହି ଦିନ ଶ୍ରୀଜଗନ୍ନାଥଙ୍କ ପାଖରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ । ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ପାଳିତ ହୋଇଥାଏ । ଧନୁ ସଂକ୍ରାନ୍ତିରେ ଲିଙ୍ଗରାଜ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ସକାଳୁ ସକାଳୁ ଭୋଳାଶଙ୍କରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜିଠୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଧରି ଲିଙ୍ଗରାଜଙ୍କ ପାଖରେ ଧନୁ ମୁହାଁ ଭୋଗ ହେବ। ବାକି ୧୧ ମାସ ସୁଖିଲା ଭୋଗ ଭାବେ କୋରା ଖଇ ଭୋଗ ହେବ। ସେହିପରି ଓଡ଼ିଶାର ବ୍ରହ୍ମପୁର ସହରରେ ଧନୁମୁଆଁର ଚାହିଦା ବେଶ ରହିଛି ।

 

 

ଦେଢ଼ ଲକ୍ଷ କମିଲା ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ସଂଖ୍ୟା, ଫ୍ୟାନ୍ସ କହିଲେ..

ମୁମ୍ବାଇ: ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ନିଷ୍ପତ୍ତି ପରେ ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ପାଖାପାଖି ଦେଖ ଲକ୍ଷରୁ ଅଧିକ ଫଲୋର୍ସ କମିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତ୍ତିକୁ ପ୍ରଂଶସକମାନେ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ଚାମ୍ପିୟନ କରିଥିବା ରୋହିତ ବଦଳରେ ହାର୍ଦ୍ଦିକଙ୍କୁ ଅଧିନାୟକଭାବେ ଅଧିକାଂଶ ଫ୍ୟାନ୍ସ ପସନ୍ଦ କରୁଥିବା ନଥିବା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।

ସୂଚନା ଥାଉକି, ରୋହିତ ଶର୍ମାଙ୍କ ଯୁଗ ଶେଷ  । ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁଦାୟିତ୍ୱ । ୨୦୨୪ ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ସହ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ହୋଇଛି । ରୋହିତ ଶର୍ମା ୨୦୧୩ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା । ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକତ୍ବ ହରାଇଛନ୍ତି । କିନ୍ତୁ ସେ ଦଳ ସହ ରହିବେ । ଜଣେ ସାଧାରଣ ଖେଳାଳି ଭାବେ ୨୦୨୪ ଆଇପିଏଲ ସିଜିନରେ ନଜର ଆସିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା କରିବେ ଟିମ୍ ପରିଚାଳନା ବିଭାଗ  ।

 

ଭାରତର ବିରଳ ଗାଁର ବିଚିତ୍ର ପ୍ରଥା, ବିବାହ ପରେ ଘରଜ୍ୱାଇଁ ପାଲଟିଯାଏ ବର

ନନ୍ଦିଘୋଷ ବ୍ୟୁରୋ: ଭାରତର ବିରଳ ଗାଁର ବିଚିତ୍ର ପ୍ରଥା । ଏଠି ଝିଅ ହୁଏନି ବିଦା ,ବିବାହ ପରେ ଘରଜ୍ୱାଇଁ ପାଲଟିଯାଏ ବର। ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହା ହେଉଛି ରାଜସ୍ଥାନ ମାଉଣ୍ଟଆବୁ ନିକଟସ୍ଥ ଜୱାଇ ଗାଁର ଘଟଣା । ଯେଉଁଠି ୭୦୦ ବର୍ଷର ପୁରୁଣା ପରମ୍ପରା ଆଜିବି ବଞ୍ଚିଛି । ଭାରତ ଭଳି ବିଭିନ୍ନ ପ୍ରଥା ଓ ପରମ୍ପରା  ଉପରେ ଆଧାରତି ଦେଶରେ ଆଜିବି ଏଭଳି ଅଦ୍ଭୁତ ପ୍ରଥା ଆଜିବି ବ଼ଞ୍ଚିଛି । ଏହି ଗାଁର ପରମ୍ପରା ଅନୁସାରେ ଝିଅର ବିବାହ ପରେ କନ୍ୟାର ବିଦାୟୀ ହୋଇନଥାଏ ।

ପୁଅ ନିଜ ଘରୁ ବିଦାହୋଇକି ଆସି ଝିଅ ଘରେ ଘରଜ୍ୱାଇଁ ହୋଇକି ରହିଥାଏ । ଜନସ୍ରୃତି ମୁତାବକ ଜୱାଇ ଗାଁରେ ଝିଅଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ପାଇଁ ବିବାହ ପାଇଁ ପ୍ରାର୍ଥି ଖୋଜିବା ଅତ୍ୟନ୍ତ କଷ୍ଟ ହେଉଥିଲା । ଠିକ୍ ସେହିସମୟରେ ଆଜିଠୁ ପ୍ରାୟ ୭୦୦ ବର୍ଷ ପୂର୍ବରୁ ଦୁଇ ଭାଇ ଜୀବାଜୀ ଏବଂ କାହ୍ନା ଏହି ଗାଁର ଦୁଇ ଝିଅଙ୍କୁ ବିବାହ କରିଥିଲେ  । ଜୀବାଜୀ ରମ୍ଭାକୁ ବିବାହ କରି ଘର ଜ୍ୱାଇ ସାଜିଥିବା ବେଳେ ଅନ୍ୟ ଭାଇ କାହ୍ନା ଜୱାଇ ଗାଁଠୁ ୧୦ କିଲୋମିଟର ଦୂରରେ ଥିବା କଂନାରୀ ଢାଣୀର ପବନାକୁ ବିବାହ କରି ଘର ଜ୍ୱାଇ ସାଜିଥିଲେ  । ସେବେଠାରୁ ଏଭଳି ବିଚିତ୍ର ପରମ୍ପରା ଗ୍ରାମରେ ଏବେବି ଜାରି ରହିଛି ।

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ: ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ଏକ ମାସ ମା’ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ଖାଦ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ଲାଗି କରାଯାଇଛି । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ବଢିବା ପରେ ପହିଲି ଭୋଗ ଲାଗି କରାଯାଏ ।

ପୁଣି ତେଜିଲା ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପୁଣି ତେଜିଲା । ଦକ୍ଷିଣ ଗାଜାରେ ଜାତିସଂଘ ଦ୍ବାରା ପରିଚାଳିତ ସ୍କୁଲ ଏବଂ ରେସିଡେନ୍ସ ଏରିଆରେ ରକେଟ ମାଡ଼ କରିଛି ଇସ୍ରାଏଲ । ଏଭଳି ଆକ୍ରମଣ ଯୋଗୁଁ ଟେଲିକମ୍ୟୁନିକେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପାଲେଷ୍ଟାଇନ ପକ୍ଷରୁ ଯୋଗାଯାଉଥିବା ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି  । ଯୋଗାଯୋଗ ବ୍ୟାହତ ଯୋଗୁଁ ରେସକ୍ୟୁ ମିଶନରେ ବାଧା ସୃଷ୍ଟି ହୋଇଛି । ଏହି ଯୁଦ୍ଧ ଆରମ୍ଭ ହେବାଠାରୁ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲର ୪୫୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସେପଟେ ୬୦ ଘଣ୍ଟା ଧରି ଜେନିନରେ ଚାଲିଥିବା ଅପରେସନର ଅନ୍ତ ହୋଇଛି । ଇସ୍ରାଏଲର ଏହି ଅପରେସନରେ ୧୧ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହୋଇଛି । ଗାଜା ଓ ଇଜିପ୍ଟ ସୀମା ନିକଟରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଛି । ଏହି ଆକ୍ରମଣରେ ଏକାଧିକ ଫଟୋ ସାମ୍ବାଦିକ ଗୁରୁତର ହୋଇଛନ୍ତି ।

ସକାଳୁ ସକାଳୁ ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଚାରିପଟ ବୁଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଶ୍ରୀ ମାର୍ଗ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିବା ବେଳେ, ନୂତନ କରି ଶ୍ରୀମନ୍ଦିର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସେଡେଡ୍ ଚଲାପଥ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯିବାକୁ ଥିବା ବିଶ୍ରାମ ସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି 5T ଅଧ୍ୟକ୍ଷ । ବଡ଼ଦାଣ୍ଡରେ ନିର୍ମାଣ ହେଉଥିବା ଶୀତ ତାପ ସେଡେଡ୍ ଚଲାପଥରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯାଉଥିବା ବିଶ୍ରାମ ଗୃହରେ ଅବସ୍ଥାନ କରିବେ । ସେହିପରି ଶ୍ରୀମନ୍ଦିର ନିକଟରେ ଗତ ସପ୍ତାହରେ ଅଧିଗ୍ରହଣ ହୋଇଥିବା ନରେନ୍ଦ୍ର ମହଲା ଜମିରେ ଏକ ପାର୍କିଂ ନିର୍ମାଣ ସମ୍ପର୍କରେ ମଧ୍ୟ ବୁଲି ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି 5T ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।