ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ କଡ଼ା ସୁରକ୍ଷା; ସମୀକ୍ଷା କଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ

ପୁରୀ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପୁରୀରେ କଡ଼ା ସୁରକ୍ଷା । ଆଜି ପୁରୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଟିକିନିଖି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଡିଜି । ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ପୁରୀରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ବରିଷ୍ଠ ଅଫିସରଙ୍କ ସହ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୪ଟି ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ ହେବେ ।

ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଛି । କଣ୍ଟ୍ରୋଲ ରୁମ୍ ମନିଟରିଂ ପାଇଁ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି । ଆଇନ ଶୃଙ୍ଖଳା ଏଡିଜି, କେନ୍ଦ୍ରାଞ୍ଚଳ ଆଇଜି ଓ ଏସପିଙ୍କ ସହ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।