spot_img
Home Blog Page 263

ଆସନ୍ତାକାଲି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବେ ନବୀନ ପଟ୍ଟନାୟକ

ନୂଆପଡ଼ା : ଆସନ୍ତାକାଲି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତାକାଲି ଓ ୭ ତାରିଖ ଶୁକ୍ରବାର ନବୀନ କରିବେ ପ୍ରଚାର। ନୂଆପଡ଼ାବାସୀଙ୍କୁ ଦେବେ ବିକାଶର ବାର୍ତ୍ତା। ଗସ୍ତକୁ ନେଇ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଦେଖିବାକୁ ମିଳିଛି ଉତ୍ସାହ। ଉପ ନିର୍ବାଚନରେ ପ୍ରଥମ ଥର ପାଇଁ ନୂଆପ଼ଡ଼ାରେ କରିବେ ପ୍ରଚାର। ଆସନ୍ତାକାଲି କୋମନା ଆସି ସାଧାରଣ ସଭାରେ ଯୋଗଦେବେ ନବୀନ। ଯେତେବେଳେ ଅଞ୍ଚଳବାସୀଙ୍କ ପ୍ରିୟ ନେତା ନବୀନ ତାଙ୍କ ନିକଟକୁ ଆସୁଛନ୍ତି, ଏହାକୁ ନେଇ ଉତ୍ସାହିତ ବିଜେଡି କର୍ମୀ ଓ ନେତା।

ଆଜି ବି ଜନତାଙ୍କ ହୃଦୟରେ ରହିଛନ୍ତି ନବୀନ। ୨୪ ବର୍ଷର ସୁଶାସନକୁ ଝୁରୁଛନ୍ତି ଜନତା। ନୂଆପଡ଼ା ଗଡ଼ ଜିତିବାକୁ ପଣ କରିଛି ବିଜେଡି। ନୂଆପଡ଼ାକୁ ଯେବେ ଯେବେ ବିଜେଡି ସଭାପତି ନବୀନ ଆସିଛନ୍ତି, ସେତେବେଳେ ପୂରା ପରିବେଶ ଚଳଚଞ୍ଚଳ ହୋଇପଡେ। ଜନତାଙ୍କ ମଧ୍ୟରେ ଭରିଯାଏ ଅନେକ ଉତ୍ସାହ। ନବୀନଙ୍କ ନୂଆପଡ଼ା ଗସ୍ତ ଘୋଷଣା ପରେ ବିପକ୍ଷ ଦଳ ମଧ୍ୟରେ ପଡ଼ିଲାଣି ଭାଲେଣି। ନବୀନ ପଟ୍ଟନାୟକଙ୍କ ଏହି ଗସ୍ତକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ନୂଆପଡାରେ ବିଜୁ ଜନତା ଦଳର ବୃହତ୍ ବିଜୟ ହେବ ବୋଲି କହିଛନ୍ତି ବିଜେଡି ନେତା ଓ କର୍ମୀ।

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ; ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ବ୍ରହ୍ମପୁର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ବଡ଼ ଅପଡେଟ୍। ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଗିରଫ। ନେପାଳ ସୀମାକୁ ଲାଗିଥିବା ଉତ୍ତରାଖଣ୍ଡରୁ କରାଯାଇଛି ଗିରଫ। କେଳେଙ୍କାରୀ ଘଟଣାରେ ଗିରଫଙ୍କ ସଂଖ୍ୟା ୧୦କୁ ବୃଦ୍ଧି। ଘଟଣା ପରଠାରୁ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି। କ୍ରାଇମବ୍ରାଞ୍ଚ କୌଣସି ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରିଥିଲା। ଗିରଫ ପରେ ଟିମ୍ ଶଙ୍କରକୁ ଧରି ଟିମ୍ ଓଡିଶା ଆସୁଥିବା ସୂଚନା ମିଳିଛି। ୯୩୩ ପୋଷ୍ଟ ଲାଗି ଗତ ମାର୍ଚ୍ଚ ୮ ଓ ୯ରେ ପରୀକ୍ଷା ହେବା ଲାଗି ତାରିଖ ସ୍ଥିର ହୋଇଥିଲା। ମାତ୍ର ଜାଲିଆତି ଜଣାପଡ଼ିବା ପରେ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷା ପୁଣି ବାତିଲ ହୋଇଥିଲା। ଗତ ସେପ୍ଟେମ୍ବର ୨୯ରେ ଆନ୍ଧ୍ର ଶ୍ରୀକାକୁଲମରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ ଧରିଥିଲା ଓଡ଼ିଶା ପୋଲିସ । ପରେ ୩୦ରେ ପରୀକ୍ଷା ହୋଇଥିଲା ବାତିଲ।

ଏନେଇ ସେପ୍ଟେମ୍ବର ୩୦ରେ ଗୋଳନ୍ଥରା ଥାନାରେ ୩୧୯(୨), ୩୧୮(୪), ୩୩୮, ୩୩୬(୩) ଅନୁସାରେ ୩୪୦(୨), ୧୧୧, ୬୧(୨), ୩(୫) ଅନୁସାରେ ମାମଲା ରୁଜୁ ହୋଇଥିଲା। ଗତ ଅକ୍ଟୋବର ୪ରେ ବାରଙ୍ଗ ବିଦ୍ୟାଧରପୁରର ଚତୁର୍ଥ ଦଲାଲ ବିଶ୍ଵରଂଜନ ବେହେରା ହୋଇଥିଲା ଗିରଫ । ଅକ୍ଟୋବର ୫ରେ ପଞ୍ଚମ ଦଲାଲ ଅରବିନ୍ଦ ଦାସ ହୋଇଥିଲା ଗିରଫ। ଅକ୍ଟୋବର ୬ରେ ବାଲେଶ୍ବର ରଣସାହି ପଞ୍ଚାୟତର ଷଷ୍ଠ ଦଲାଲ ଚନ୍ଦନ ମଲ୍ଲିକ ହୋଇଥିଲା ଗିରଫ। ଗତ ଅକ୍ଟୋବର ୨୯ରେ ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିଥିଲା। ଶେଷରେ ନଭେମ୍ବର ୧ରେ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ ହୋଇଛି ଶଙ୍କର ପୃଷ୍ଟି।

ଜାଭେଦ ଅଖତରଙ୍କୁ ମିଳିବ ସୋଆ ସାହିତ୍ୟ ସମ୍ମାନ

ଭୁବନେଶ୍ବର : ପ୍ରଖ୍ୟାତ ବଲିଉଡ ଗୀତିକାର, ସ୍କ୍ରିନ ରାଇଟର, କବି ଜାଭେଦ ଅଖତର ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବେ ଭାରତୀୟ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ଅବଦାନ ନିମନ୍ତେ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବ   ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଆସୁଅଛି ବିଶିଷ୍ଟ ଲେଖକ, କବି ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ

ଜାଭେଦ ଅଖତରଙ୍କ ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି ପାଞ୍ଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମଭୂଷଣ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି ତାଙ୍କର କବିତା ସଂକଳନତର୍କଷ ଲାଭା ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି ଉନ୍ନତ ଚିନ୍ତାଧାରା ସମ୍ପନ୍ନ ଅଖତର ହାର୍ଭାଡ, ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍ ଭଳି ପୃଥିବୀର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ପ୍ରଫେସର ମାନଙ୍କୁ ସମ୍ବୋଧିତ କରିଛନ୍ତି

ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରି ଆସିଛି ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଉତ୍ତରୀୟ ପ୍ରଦାନ କରାଯିବ

ସୋଆ ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନସିଏଣ୍ଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆପ୍ରାଚୀନ ପକ୍ଷରୁ ଆସନ୍ତା ନଭେମ୍ବର ୨୯ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ଚଳିତ ବର୍ଷର ପ୍ରସଙ୍ଗ ହେଉଛିକଲ୍ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଏହି ସୂଚନା ଦେଇଛନ୍ତି ପ୍ରାଚୀନର ମୁଖ୍ୟ ତଥା ଉତ୍ସବର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ଶହେରୁ ଅଧିକ ବିଶିଷ୍ଟ ଲେଖକ, କବି, ଚିତ୍ରକର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଦୁଇ ଦିନିଆ ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ବୋଲି ପ୍ରଫେସର ପଣ୍ଡା ସୂଚନା ଦେଇଛନ୍ତି

ଏଥର ୪ ଦିନିଆ ପଞ୍ଚୁକ: ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ଏଥର ୪ ଦିନିଆ ପଞ୍ଚୁକ: ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ପଞ୍ଚୁକ । ଚଳିତବର୍ଷ ୪ ଦିନ ପାଳନ ହେବ ପଞ୍ଚକ ବ୍ରତ । ଆଜି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ସରୁଥିବାରୁ ଶେଷ ଦିନରେ ଏହି ଅନନ୍ଯ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଚଳିତବର୍ଷ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବା ହେତୁ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି

ବିଶ୍ୱାସ ରହିଛି ପଞ୍ଚୁକ ବ୍ରତ ପାଳନ କଲେ କାର୍ତ୍ତିକ ବ୍ରତ ପାଳନ ସହ ସମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ l ତେବେ ଚଳିତବର୍ଷ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଆଶ୍ବିନ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ ଏକ ମାସ ଧରି ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶରେ ଦର୍ଶନ ଦେଉଥିଲେ ମହାପ୍ରଭୁ । ତେଣୁ ଶେଷ ଦିନରେ ମହାପ୍ରଭୁଙ୍କ ଏହି ଅନନ୍ଯ ବେଶ ଦର୍ଶନ ପାଇଁ ପୁରୀରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଚଳିତବର୍ଷ ୪ ଦିନ ପଞ୍ଚୁକ ଥିବାରୁ ପ୍ରଶାସନ ପକ୍ଷରୁ ଜାରି ହେଇଛି କଟକଣା । ଏହି ୪ ଦିନ ମଧ୍ଯରେ କେବଳ ପୂର୍ଣ୍ଣମୀ ଦିନ ଭିତରକାଠ ଦର୍ଶନ ପାଇବେ ଶ୍ରଦ୍ଧାଳୁ ।

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହୁଏ ପଞ୍ଚୁକ ବ୍ରତ । ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟଦଶୀରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଓ ପୂର୍ଣ୍ଣିମାରେ ରାଜ ରାଜେଶ୍ୱରୀ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ l ଯେଉଁ ବର୍ଷ ପଞ୍ଚୁକ ୬ ଦିନ ପଡେ ସେହି ବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ମଧ୍ୟ କରାଯାଇଥାଏ  l ତେବେ ଦ୍ବାଦଶୀ ତିଥି କ୍ଷୟ ହେତୁ ଚଳିତବର୍ଷ ୪ ଦିନ ପଞ୍ଚୁକ ବ୍ରତ ପାଳନ କରାଯିବ । ତେଣୁ ଏଥର ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

କଟକ ବାଲିଯାତ୍ରା: ପ୍ରଚାର ପ୍ରସାର ପାଇଁ ବାହାରିଲା ପ୍ରଜ୍ଞାପନ ମେଢ଼, ଉପର ପଡ଼ିଆରେ ଷ୍ଟଲ ପାଇଁ ବ୍ଯବସ୍ଥା ନଥିବା ପଛରେ ଅଛି କି ଷଡ଼ଯନ୍ତ୍ର ?

କଟକ ବାଲିଯାତ୍ରା: ପ୍ରଚାର ପ୍ରସାର ପାଇଁ ବାହାରିଲା ପ୍ରଜ୍ଞାପନ ମେଢ଼, ଉପର ପଡ଼ିଆରେ ଷ୍ଟଲ ପାଇଁ ବ୍ଯବସ୍ଥା ନଥିବା ପଛରେ ଅଛି କି ଷଡ଼ଯନ୍ତ୍ର ?

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସିଲାଣି କଟକ ଐତିହାସିକ କଟକ ବାଲିଯାତ୍ରା । ୫ ତାରିଖରୁ ଦୁଲୁକିବ ମହାନଦୀ ପଠା । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରାର ପ୍ରଚାର ପ୍ରସାର ପାଇଁ ପ୍ରଜ୍ଞାପନ ମେଢ଼ ବାହାରିଛି । ବୋଇତ ସଦୃଶ ଏହି ପ୍ରଜ୍ଞାପନ ମେଢ଼ ୧୦ ଜିଲ୍ଲା ବୁଲି ଯାତ୍ରା ପାଇଁ ଲୋକଙ୍କୁ ନିମନ୍ତ୍ରଣ ଜଣାଇବ । ଏଥିରେ ସାଧବ ବୋହୂ ଓ ସାଧବ ପୁଅମାନେ ସାମିଲ ହୋଇ ବୋଇତ ବନ୍ଦାଣ କରିଥିଲେ । ସେପଟେ ତଳ ପଡିଆର ପ୍ରସ୍ତୁତି ଜୋରସୋର ଚାଲିଥିବାବେଳେ ଉପର ପଡିଆ ପାଇଁ ବ୍ଯବସାୟୀ ସେତେଟା ଆଗ୍ରହ ପ୍ରକାଶ କରୁ ନଥିବା ଦେଖିବାକୁ ମିଳିଛି । ତେବେ ଉପର ପଡ଼ିଆକୁ ଖାଲି ରଖିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ମେୟର ।

କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ୫ ତାରିଖରୁ କମ୍ପିବ ମହାନଦୀ ପଠା । ରାଜ୍ଯ ଓ ରାଜ୍ଯ ବାହାର ବ୍ଯବସାୟୀଙ୍କ ଖୋଲିବ ବିପଣୀ । ଯାତ୍ରାର ପ୍ରଚାର ପ୍ରସାର ପାଇଁ ବାହାରିଲା ପ୍ରଜ୍ଞାପନ ମେଢ଼ । ୧୦ ଉପକୂଳବର୍ତ୍ତି ଜିଲ୍ଲା ବୁଲି ଲୋକଙ୍କୁ ଯାତ୍ରା ପାଇଁ କରାଯିବ ନିମନ୍ତ୍ରଣ । ଜିଲ୍ଲାପାଳ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବାଲିଯାତ୍ରାର ଏକ ଟାଇଟଲ ଗୀତକୁ ମଧ୍ଯ ଉନ୍ମୋଚନ କରାଯାଇଛି ।

ସେପଟେ ତଳ ପଡ଼ିଆରେ ଷ୍ଟଲ ନିର୍ମାଣ କାମ ଜୋରସୋର ଚାଲିଥିବାବେଳେ ଉପର ପଡ଼ିଆରେ ସେତେଟା ଉତ୍ସାହ ଦେଖିବାକୁ ମିଳିନାହିଁ । ହାଇକୋର୍ଟଙ୍କ ଗ୍ରୀନ ସିଗନାଲ ଓ ବିଭିନ୍ନ ଦଳର ଦାବି ସତ୍ତ୍ବେ ଉପର ପଡିଆରେ ଯାତ୍ରା ଆୟୋଜନ ନେଇ ସେତେଟା ଆଗ୍ରହ ଦେଖାଯାଉନାହିଁ । ଉପର ପଡିଆରେ ବାଲିଯାତ୍ରା ନକରିବାକୁ ଏହା ପ୍ରଶାସନର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି । ସେପଟେ ଉପର ପଡ଼ିଆ ପାଇଁ ବ୍ଯବସାୟୀ ସେତେଟା ଆଗ୍ରହ ଦେଖାଉ ନଥିବା ସଫେଇ ଦେଇଛନ୍ତି ଜିଲ୍ଲାପାଳ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମେୟର ସୁବାସ ସିଂ ।

ସଜେଇ ହେଲାଣି ଦୋଳି, ଷ୍ଟଲ ବାନ୍ଧିଲେଣି ବ୍ଯବସାୟୀ । ଆଉ ୩ ଦିନ ପରେ ଐତିହାସିକ ବାଲିଯାତ୍ରା ପାଇଁ ଲୋକାରଣ୍ଯ ହେବେ ମହାନଦୀ ପଠା । ୮ ଦିନ ଧରି ଯାତ୍ରାର ମଜା ଉଠାଇବେ ରାଜ୍ଯବାସୀ ।

ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀ ନାସିରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା

ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀ ନାସିରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା

ନନ୍ଦିଘୋଷ ବ୍ୟୁରୋ: ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ବିରଳ ସାମୁଦ୍ରିକ ପ୍ରଜାତିର ଅଲିଭ ରିଡଲେଙ୍କ ଆଗମନ ପାଇଁ କଟକଣା ଜାରି ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସିରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା । ଆଜିଠୁ ଆସନ୍ତାବର୍ଷ ମେ’ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆସିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କଟକଣା ଉଲ୍ଲଂଘନ କଲେ ମଟର ଚାଳିତ ଡଙ୍ଗା ଓ ଟ୍ରଲର ଜବତ ସହିତ ଗଣିବେ ତଣ୍ଡ, ବାତିଲ ହେବ ଲାଇସେନ୍ସ ।

ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ ୧୦ କିଲୋମିଟର ଓ ଦକ୍ଷିଣ ପାର୍ଶ୍ୱ ୧୦ କିଲୋମିଟର ପରିମିତ ସ୍ଥାନ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହି ସ୍ଥାନରେ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ମାଛଧରା ନିଷେଧ ଅଞ୍ଚଳରେ ଟ୍ରଲର ନିୟମ ଭଙ୍ଗ କଲେ ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିୟମ ଭଙ୍ଗକାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଅସ୍ତରଙ୍ଗ ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି । କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅସ୍ତରଙ୍ଗ ବନ ବିଭାଗ ତରଫରୁ ୪ଟି  ହାଚେରୀ କରାଯାଇଛି । ଗଙ୍ଗାଦେବୀ, ଦେବୀନାସି, ଡ଼ାଳୁଅକଣି ଓ ଜାହାନିଆ ହାଚେରୀ କରାଯାଇଛି । ଏହି ସମୟରେ ମାଛ ଧରା ଉପରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ପୋଲିସ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ ।

ପ୍ରତିବର୍ଷ ନଭେମ୍ବର ୧ରୁ ମେ’ ୩୧ ତାରିଖ ମଧ୍ୟରେ ଅଣ୍ଡାଦାନ ପାଇଁ ଦେବୀ ନଦୀ ମୁହାଣ ନିକଟକୁ ଆସିଥାନ୍ତି ଅଲିଭ ରିଡଲେ । ଅନ୍ୟପଟେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ଲଘୁଚାପ ପାଇଁ ମାଛ ମାରିବା ବନ୍ଦ ରହୁଛି । ଫଳରେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଆଉ ଏବେ କଇଁଛଙ୍କ ଅଣ୍ଡାଦାନ ସମୟ ଆସିଥିବାରୁ ସମୁଦ୍ରରେ ମାଛ ମାରିବା ନେଇ କଟକଣା ଲାଗିଛି । ତେଣୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ମତ୍ସ୍ୟଜୀବୀ ।

ପ୍ରାକୃତିକ ଜୈବ ବିବିଧତା ରକ୍ଷା ଓ ସମୁଦ୍ରରେ ସନ୍ତୁଳନ ରକ୍ଷା ଦିଗରେ ଅଲିଭ ରିଡେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେମାନଙ୍କ ସୁରକ୍ଷା ଓ ଅଣ୍ଡାଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ତୀକ୍ଷ୍ନ ନଜର ରଖିବାର ଆବଶ୍ୟକତା ରହିଛି ।

୪୭ ଦିନ ପରେ କଳିଙ୍ଗା ଘାଟିରେ ଆରମ୍ଭ ହେଲା ଗାଡି ଚଳାଚଳ

୪୭ ଦିନ ପରେ କଳିଙ୍ଗା ଘାଟିରେ ଆରମ୍ଭ ହେଲା ଗାଡି ଚଳାଚଳ

ନନ୍ଦିଘୋଷ ବ୍ୟୁରୋ: ୪୭ ଦିନ ପରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି । ଅସ୍ଥାୟୀ ରାସ୍ତା ନିର୍ମାଣ ପରେ ଚାଲିଛି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚଳାଚଳ । ଭୂସ୍ଖଳନରେ ରାସ୍ତା ଧସି ଯାଇଥିଲା । ସେବେଠାରୁ ଊକ୍ତ ରାସ୍ତାରେ ଗାଡି଼ ଚଳାଚଳ ବନ୍ଦ ଥିଲା ।

ଏବେ ଅସ୍ଥାୟୀ ରାସ୍ତା ନିର୍ମାଣ କାମ ସରିଛି । ବିପଦ ସଙ୍କୁଳ ଅବସ୍ଥାରେ ଅଟକି ରହିଥିବା ପଥରକୁ ବ୍ଳାଷ୍ଟିଂ କରାଯିବା ପରେ ରାସ୍ତା ଉପରୁ ମାଟି ବାଲି ପଥର ହଟାଯାଉଛି । ଦୁଇ ଚାରି ଚକିଆ ଯାନ କଳିଙ୍ଗା ଘାଟି ଦେଇ ଚଳାଚଳ କରିବା ନିମନ୍ତେ ଜାତୀୟ ରାଜପଥ ବିଭାଗ ତରଫରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଏନଏଚ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଅବଗତ କରିଥିବା ଜଣାପଡିଛି ।

ବୟସରେ ୧୦ ବର୍ଷ ବଡ଼ ଅଭିନେତାଙ୍କୁ ବିବାହ କଲେ ୫୨ ବର୍ଷିୟ ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ

ବୟସରେ ୧୦ ବର୍ଷ ବଡ଼ ଅଭିନେତାଙ୍କୁ ବିବାହ କଲେ ୫୨ ବର୍ଷିୟ ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ

ନନ୍ଦିଘୋଷ ବ୍ୟୁରୋ: ଏକତା ନିଜ ଅଭିନୟରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ଼ର ଚୁଲବୁଲି ନାୟିକା ମହିମା ଚୌଧୁରୀ ବିବାହ କରିଛନ୍ତି । ଶୁଣିକି ଝଟକା ଲାଗିଥିବ ନିଶ୍ଚିତ । ଦୁଇଟି ପିଲାର ମା’ ୫୨ ବର୍ଷିୟ ମହିମା ପୁଣି ଥରେ ବିବାହ କରିବାକୁ କେହି ସହଜରେ ଗ୍ରହଣ କରିପାରିବେ ନାହିଁ । ଆଉ ବଡ଼ କଥା ହେଲା, ତାଙ୍କଠାରୁ ୧୦ ବର୍ଷ ବଡ଼ ଅଭିନେତାଙ୍କୁ ମହିମା ବିବାହ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି । ଯେଉଁଥିରେ ବଧୂ ବେଶରେ ମହିମା ଚୌଧୁରୀଙ୍କୁ ଅଭିନେତା ସଞ୍ଜୟ ମିଶ୍ରାଙ୍କ ସହ ଦେଖିବାକୁ ମିଳୁଛି । ସଞ୍ଜୟ ମିଶ୍ରା ମଧ୍ୟ ତାଙ୍କ ସହ ଫଟୋ ପୋଜ୍ ଦେଉଛନ୍ତି । ଏହାପରେ ମହିମା ଉପସ୍ଥିତ ପାପରାଜିଙ୍କୁ କହୁଛନ୍ତି ମିଠାଇ ଖାଇକି ଯିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହେଲେ ଆଶ୍ଚର୍ଯ୍ୟ ହେବାର କିଛଇ ନାହିଁ । କାରଣ ମହିମା ଚୌଧୁରୀ ସତରେ ଦ୍ବିତୀୟ ବିବାହ କରିନାହାନ୍ତି । ଅପକମିଂ ଫିଲ୍ମ ‘ଦୁର୍ଲଭ ପ୍ରସାଦ କି ଦୁସରୀ ସାଦି’ର ପ୍ରମୋସନ ପାଇଁ ମହିମା ବଧୂ ଓ ସଞ୍ଜୟ ବର ବେଶରେ ସଜ୍ଜେଇ ହୋଇଥିଲେ । ଫିଲ୍ମର ଫଟୋସୁଟ ଚାଲିଥିଲା । ହେଲେ ଏମିତି ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ରିଆକ୍ସନ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ମହିମା ଚୌଧୁରୀ ତାଙ୍କ ଅପକମିଂ ଫିଲ୍ମ ‘ଦୁର୍ଲଭ ପ୍ରସାଦ କି ଦୁସରୀ ସାଦି’ର ମୋଶନ ପୋଷ୍ଟର ସେୟାର କରିଥିଲେ । ଏଥିରେ ମହିମା ଏବଂ ସଞ୍ଜୟ ନିଜ ନିଜ ଚରିତ୍ରରେ ଦେଖିବାକୁ ମିଳିଥିଲେ । ଏଥିରେ ମହିମା କ୍ୟାପସନ ଦେଇଥିଲେ, ଜଣେ ଦ୍ବିତୀୟ ବିବାହ ପାଇଁ ଫର୍ମ ଛାପୁଥିବା ଦେଖିବାକୁ ମିଳୁଛି । କନ୍ୟା ମିଳିଯାଇଛି, ଏବେ ପ୍ରସ୍ତୁତ ହୋଇଯାଅ । କାରଣ ଆପଣଙ୍କ ପାଖ ସିନେମା ଘରୁ ଶୀଘ୍ର ବରଯାତ୍ରୀ ବାହାରିବେ ।

ମହିଳା ବିଶ୍ବକପ୍: ଏଥର ବିଜୟୀ ଟିମ୍ ଉପରେ ହେବ ଟଙ୍କା ବର୍ଷା, ରନର୍ସ ଅପ୍ ବି ହେବ ମାଲାମାଲ

ମହିଳା ବିଶ୍ବକପ୍: ଏଥର ବିଜୟୀ ଟିମ୍ ଉପରେ ହେବ ଟଙ୍କା ବର୍ଷା, ରନର୍ସ ଅପ୍ ବି ହେବ ମାଲାମାଲ

ନନ୍ଦିଘୋଷ ବ୍ୟୁରୋ: ଆଇସିସି ମହିଳା ବିଶ୍ବକପ୍ ଫାଇନାଲିଷ୍ଟ ସ୍ପଷ୍ଟ ହୋଇ ସାରିଛି । ଆସନ୍ତାକାଲି ଅର୍ଥାତ ନଭେମ୍ବର ୨ ତାରିଖରେ ହେବ ମହା ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଆଉ ଗୁରୁତପୂର୍ଣ୍ଣ କଥା ହେଲା ଚଳିତ ଇଭେଣ୍ଟରେ ଯିଏ ବି ବିଜୟୀ ହେବେ ସେ ହେବେ ଏହି ଫର୍ମାଟରେ ନୂଆ ଚାମ୍ପିୟନ । ଅର୍ଥାତ, ୨୦୨୫ ମହିଳା ବିଶ୍ବକପରେ ମିଳିବ ନୂଆ ଚାମ୍ପିୟନ । ଆଉ ଏହାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଚଳିତ ବିଶ୍ବକପରେ ଆଇସିସି ରେକର୍ଡ ପରିମାଣରେ ପ୍ରାଇଜ୍ ମନି ଦେବାକୁ ଯାଉଛି । ନବି ମୁମ୍ବାଇରେ ଅପରାହ୍ନ ୩ଟାରୁ ଆରମ୍ଭ ହେବ ଏହି ଡାଇଭୋଲଟେଜ ମ୍ୟାଚ୍ । ତେବେ ଜାଣିଛନ୍ତି କି ଚାମ୍ପିୟନ ଓ ରନର୍ସ ଅପ୍‌ ଟିମକୁ କେତେ ଟଙ୍କା ମିଳିବ ଓ ଅନ୍ୟ ଟିମମାନେ କେତେ ଟଙ୍କା ପାଇଛନ୍ତି ।

ଉଭୟ ଦଳ ଦମଦାର ପ୍ରଦର୍ଶନ କରି ଫାଇନାଲ ଟିକେଟ ହାତେଇଛନ୍ତି । ଉଭୟ ଟିମ୍ ପ୍ରଥମ ଟ୍ରଫି ହାତେଇବାକୁ ଯାଉଥିବାରୁ ମ୍ୟାଚ ରୋମାଞ୍ଚକର ହେବ ।

ବିଶ୍ବକପରେ ଚଳିତ ଥର ଚାମ୍ପିୟନ ଟିମ୍ ଉପରେ ଟଙ୍କାର ବର୍ଷା ହେବ । ୧୩ ତମ ସଂସ୍କରଣର ବିଜୟୀ ଟଇମକୁ ୪.୪୮ ମିଲିୟନ ଡଲାର (ପ୍ରାୟ ୪୦ କୋଟି ଟଙ୍କା) ମିଳିବ । ଏହି ପ୍ରାଇଜ୍ ମନି ୨୦୨୨ରେ ଅଷ୍ଟ୍ରେଲିଆକୁ ମିଳିଥିବା ପୁରସ୍କାରର ୨୩୯ ପ୍ରତିଶତ (୧.୩୨ ମିଲିୟନ ଡଲାର) ଅଧିକ ।

ସେହିପରି ରନର୍ସ ଅପ୍ ଟିମକୁ ୨.୨୪ ମିଲିୟନ ଡଲାର (ପ୍ରାୟ ୨୦ କୋଟି ଟଙ୍କା) ମିଳିବ । ଯାହା ଗତ ଥରର ରନର୍ସ ଅପ୍ ଟିମ୍ ଇଂଲଣ୍ଡକୁ ମିଳିଥିବା ପ୍ରାଇଜ ମନିର ୨୭୩ ପ୍ରତିଶତ (୬ ଲକ୍ଷ ଡଲାର) ଅଧିକ ।

ସେମିଫାଇନାଲରେ ହାରିଥିବା ଦୁଇ ଟିମ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସମାନ ପରିମାଣର ୧.୧୨ ମିଲିୟନ ଡଲାର (ପ୍ରାୟ ୯.୩ କୋଟି ଟଙ୍କା) ମିଳିବ । ଗତଥର ଏହି ରାଶି ପ୍ରାୟ ୩ କୋଟି ଟଙ୍କା ଥିଲା ।

ତାଲିକାର ୫ମ ଓ ୬ଷ୍ଠ ସ୍ଥାନରେ ଥିବା ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଟିମକୁ ପ୍ରାୟ ୫.୮ କୋଟି ଟଙ୍କା ମିଳିବାକୁ ଲାଗିବ ।

ସେହିପରି ୭ମ ଓ ୮ମ ସ୍ଥାନରେ ଥିବା ବାଂଲାଦେଶ ଓ ପାକିସ୍ତାନକୁ ୨.୩ କୋଟି ଲେଖାଏଁ ଟଙ୍କା ମିଳିବ ।

ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ପ୍ରତି ଟିମକୁ ପ୍ରାୟ ୨ କୋଟି ଲେଖାଏଁ ଟଙ୍କାର ଗ୍ୟାରେଣ୍ଟି ମନି ଅଲଗା ଦିଆଯାଇଛି । ଏହାସହ ଗ୍ରୁପ୍ ଷ୍ଟେଜର ପ୍ରତି ମ୍ୟାଚ ପାଇଁ ଦଳଙ୍କୁ ପ୍ରାୟ ୨୮ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା ।

ପୁଅ-ଝିଅଙ୍କ ବିବାହ ପ୍ରସ୍ତୁତି ଭିତରେ ଚାଲିଥିଲା ସମୁଦି-ସମୁଦୁଣିଙ୍କ ପ୍ରେମ, ହୋଇଗଲେ ଛୁ ମନ୍ତର…

ପୁଅ-ଝିଅଙ୍କ ବିବାହ ପ୍ରସ୍ତୁତି ଭିତରେ ଚାଲିଥିଲା ସମୁଦି-ସମୁଦୁଣିଙ୍କ ପ୍ରେମ, ହୋଇଗଲେ ଛୁ ମନ୍ତର…

ନନ୍ଦିଘୋଷ ବ୍ୟୁରୋ: ପୁଅ ବହାଘର ଠିକ ହୋଇ ସାରିଥିଲା । କେବଳ ନିର୍ବନ୍ଧ ବାକି ଥିଲା । ଏହାପରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାନ୍ତି । ହେଲେ ଯୁବକଙ୍କ ମାଆ ହୋଇଗଲେ ନିଖୋଜ । ଖୋଜଖବର ପରେ ଯେତେବେଳେ ମହିଳାଙ୍କ ସୂଚନା ମିଳିଲା, ସମସ୍ତେ ହୋଇଗଲେ ହତବାକ୍ । କାରଣ ଯୁବକଙ୍କ ମାଆ ଆଉ କାହା ସହ ନୁହେଁ, ତାଙ୍କ ପୁଅର ବିବାହ ଠିକ ହୋଇଥିବ ଝିଅ ବାପାଙ୍କ ସହ ଫେରାର ହୋଇଯାଇଥିଲେ । କାରଣ, ପୁଅ, ଝିଆଙ୍କ ବିବାହ ଠିକ କରିବା ଭିତରେ ଉଭୟ ପ୍ରେମରେ ପଡ଼ି ଯାଇଥିଲେ ଓ ଘଣୁ ପଳାଇଯାଇଥିଲେ । ଏମିତି ଘଟଣା ଉଜ୍ଜୟନରେ ଦେଖିବାକୁ ମିଳିଛି ।

ମିଳିଥିବା ଖବର ଅନୁସାରେ ଉଜ୍ଜୟନ ଜିଲ୍ଲା ବଡ଼ନଗରରେ ୪୫ ବର୍ଷିୟ ମହିଳା ନିଜର ହେବାକୁ ଥିବା ସମୁଦିଙ୍କ ସହ ଘର ଛାଡି ପଳାଇଥିଲେ । ମହିଳାଙ୍କ ପରିବାର ଲୋକେ ନିଖୋଜ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଖୋଜଖବର ପରେ ପୋଲିସ ଯେତେବେଳେ ଉଭୟଙ୍କୁ ପାଇଥିଲା, ଏହି ସତ ପଦାକୁ ଆସିଥିଲା ।

ପୋଲିସ ସୂଚନା ଅନୁସାରେ, ବଡ଼ନଗର ଥାନା ଅନ୍ତର୍ଗ ଉଣ୍ଟବାସା ଗ୍ରାମର ମହିଳା ଜଣଙ୍କୁ ଦୁଇଟି ପିଲାର ମାଆ । ୮ ଦିନ ହେବ ସେ ନିଖୋଜ ଥିଲେ । ପରିବାର ଓ ସମ୍ପର୍କୀୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ । ଉଦ୍ଧାର ପରେ ମହିଳା ଜଣଙ୍କ କହିଥିଲେ, ସେ ନିଜ ଇଚ୍ଛାରେ ସ୍ବାମୀ ଓ ଦୁଇ ପିଲାଙ୍କୁ ଛାଡି ନିଜ ପ୍ରେମୀକଙ୍କ ସହ ରହୁଥିଲେ ।

ମାମଲା ବ୍ୟକ୍ତିଗତ ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ପୋଲିସ  ମହିଳାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲେ ।