spot_img
Home Blog Page 264

ପୋଲିସ ହେପାଜତରୁ ଆପ୍ ବିଧାୟକ ହରମିତ ସିଂ ପଠାନମାଜରା ଫେରାର

ନନ୍ଦିଘୋଷ ବ୍ୟୁରୋ ; ପୋଲିସ ହେପାଜତରୁ ପଞ୍ଜାବ ଆପ୍ ବିଧାୟକ ହରମିତ ସିଂ ପଠାନମାଜରା ଫେରାର। ଦୁଷ୍କର୍ମ ଅଭିଯୋଗରେ ଗିରଫ ବିଧାୟକ ଫେରାର ହୋଇଥିବା ସୂଚନା ମିଳିଛି। ସେ ପୋଲିସ ଉପରକୁ ଗୁଳି କରି ଫେରାର ହୋଇଥିବା କୁହାଯାଉଥିବାବେଳେ ତାଙ୍କର କିଛି ସହଯୋଗୀ ପୋଲିସ ଉପରକୁ ଗୁଳି କରିଥିବା କୁହାଯାଉଛି।  ସାନାଉର ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ହରମିତଙ୍କୁ ହରିଆଣାର କର୍ଣ୍ଣଲରୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା। ତେବେ ପୋଲିସ ହେପାଜତରେ ଥିବାବେଳେ  ତାଙ୍କର କିଛି ସହଯୋଗୀ ପୋଲିସ ଉପରକୁ ଗୁଳିମାଡ କରିଥିଲେ। ପରେ ସେ ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ପୂର୍ବତନ ଦ୍ବିତୀୟ ପତ୍ନୀଙ୍କ ବିଭିନ୍ନ ଅଭିଯୋଗ ସମେତ ଅଶ୍ଳୀଳ ଭିଡିଓ ସ୍କାଣ୍ଡାଲ ବି ରହିଛି। ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଉଥିବାବେଳେ ତାଙ୍କ କିଛି ସହଯୋଗୀ ପୋଲିସ ଉପରକୁ ଗୁଳି କରିଥିଲେ। ଗୁଳିମାଡରେ ଜଣେ ପୋଲିସ ଆହତ ହୋଇଛନ୍ତି। ହରମିତ ଓ ତାଙ୍କ ସହଯୋଗୀମାନେ ଗୋଟିଏ ସ୍କର୍ପିଓ ଓ ଗୋଟିଏ ଫର୍ଚୁନରରେ ଫେରାର ହୋଇଥିବା କୁହାଯାଉଛି। ପୋଲିସ ଫର୍ଚୁନରକୁ ଜବତ କରିଥିବା ସତ୍ତ୍ବେ ସେ ସ୍କର୍ପିଓରେ ଫେରାର ହୋଇଯାଇଛନ୍ତି। ଗିରଫ ପୂର୍ବରୁ ବିଧାୟକ ଏକ ଭିଡିଓ ରିଲିଜ କରିଥିଲେ। ସେ କହିଥିଲେ ତାଙ୍କ ପୂର୍ବତନ ପତ୍ନୀଙ୍କ ଅଭିଯୋଗ ଆଧାରରେ ଆଇପିସିର ୩୭୬ ଧାରା ଅନୁସାରେ ପଞ୍ଜାବ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ଏହା ସହ ପଞ୍ଜାବ ରାଜନୀତିରେ ତାଙ୍କ ସ୍ବର ଚାପିଦେବାକୁ ଆପର ଦିଲ୍ଲୀ ଟିମ ଉଦ୍ୟମ କରୁଛନ୍ତି।

ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା , ଟି-୨୦ରୁ ସନ୍ୟାସ ନେଲେ ମିଚେଲ ଷ୍ଟାର୍କ

ନନ୍ଦିଘୋଷ ବ୍ୟୁରୋ : ଟି୨୦ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ଟେଷ୍ଟ ଏବଂ ୱାନଡେ ଫର୍ମାଟରେ ଖେଳ ଜାରି ରଖିବାକୁ ଏଭଳି ନିଷ୍ପତ୍ତି ନେଇଥିବା ଦେଲେ ସୂଚନା । ୩୫ ବର୍ଷୀୟ ଷ୍ଟାର୍କ କହିଛନ୍ତି ଯେ ସେ ଭାରାତର ଟେଷ୍ଟ ଗସ୍ତ ଓ ୨୦୨୭ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ଏହି ନିଷ୍ପିତି ନେଇଛନ୍ତି ।  ୨୦୧୨ରେ ସେ ଟି-ଟ୍ବେଣ୍ଟି କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୩ ବର୍ଷ ପରେ ସେ ଏହି ଫର୍ମାଟକୁ ଅଲବିଦା କହିଛନ୍ତି । ଜୁନ ୨୦୨୪ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଥିଲେ । ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଷ୍ଟାର୍କଙ୍କ ଏଭଳି ନିଷ୍ପତ୍ତି ଅଷ୍ଟ୍ରେଲିଆ ପାଇଁ ଏକ ଶକ୍ତ ଧକ୍କା ବୋଲି ବିବେଚନା କରାଯାଉଛି । ଟି୨୦ ଫର୍ମାଟରେ ମୋଟ ୬୫ଟି ମ୍ୟାଚ ଖେଳିଛନ୍ତି ଷ୍ଟାର୍କ।

ଆଗାମୀ ବର୍ଷ ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟରେ କାର୍ଯ୍ୟସୂଚୀ ରହିଛି। ଏଥିରେ ବାଂଲାଦେଶ ବିପକ୍ଷରେ ଟି୨୦ ସିରିଜ୍, ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଟି ମ୍ୟାଚ୍‌ର ସିରିଜ୍ ଅନ୍ତର୍ଭୁକ୍ତ। ୨୦୨୭ ଜାନୁଆରୀରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ୫ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବ, । ଏହାପରେ ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ଜିମ୍ବାବେରେ ଦିନିକିଆ ବିଶ୍ୱକପ ୨୦୨୭ର ଆୟୋଜନ ହେବ, ଯେଉଁଥିରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଡିଫେଣ୍ଡିଂ ଚାମ୍ପିଅନ ଭାବେ ଅବତୀର୍ଣ୍ଣ ହେବ। ସେ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ଧ୍ୟାନ ଦେବା ପାଇଁ  ଟି୨୦କୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।  ଷ୍ଟାର୍କ ୨୦୧୨ରେ  ଟି ୨୦ ଖେଳିବା ଆରମ୍ଭ କରିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ପ୍ରାଥମିକତା ହେଉଛି ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ତାଙ୍କ କ୍ୟାରିୟରକୁ ଲମ୍ବା କରିବା । ସେ ଜୁନ ୨୦୨୪ ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିଥିଲେ।

ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ନିଜ ହାତରେ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ନିଜ ହାତରେ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ।ଏହି ଜଘନ୍ୟକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଡଙ୍ଗରପଡ଼ା ଗାଁରେ। ଆଜି ସକାଳୁ ଗାଆଁ ଦାଣ୍ଡରେ ସନ୍ତୋଷ ପରାଭୁଏଙ୍କ କ୍ଷତବିକ୍ଷତ ଶରୀର ପଡ଼ିଥିଲା। କିଏ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ପରି ଲାଗୁଛି। ପରିବାରର ଲୋକେ ସନ୍ତୋଷକୁ ଟିଟିଲାଗଡ଼ ହସ୍ପିଟାଲ ଆଣିଥିଲେ । ଡାକ୍ତର ସେଠାରେ ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ଅନୁସାରେ ସନ୍ତୋଷ ଓ ତା ସ୍ତ୍ରୀ ଭବାନୀ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହୋଇଥାଏ। ରାତିରେ ଭବାନୀ ଛୁରୀରେ ଆକ୍ରମଣ କରି ସନ୍ତୋଷକୁ ମାରି ଦେଇଥିବା ପରିବାର ଲୋକେ କହିଛନ୍ତି। ୪ ପୁଅ ଝିଅଙ୍କୁ ଧରି ସେ ଫେରାର ହୋଇ ଯାଇଛିନ୍ତି।

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ । ପୋଲିସ ସୂଚନାଦାତା ସନ୍ଧେହରେ ଦୁଇଜଣଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାର କେରାଲାପାଲ ଥାନା ଅନ୍ତର୍ଗତ  ନନ୍ଦପଡ଼ାରେ ନକ୍ସଲମାନେ ଦୁଇ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ନକ୍ସଲମାନେ ଗ୍ରାମବାସୀଙ୍କୁ ଟାର୍ଗେଟ କରିଥିଲେ। ଘଟଣାର ଖବର ପାଇ  କେରାଲାପାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଦାତା ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

 

 

 

 

ସମ୍ବଲପୁର ବୁର୍ଲା ଭିସୁଟ୍‌ର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପିସି ବ୍ରିଜ ତଳୁ ମିଳିଛି ମୃତଦେହ

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ବୁର୍ଲା ଭିସୁଟ୍‌ର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପିସି ବ୍ରିଜ ତଳୁ ମିଳିଛି ମୃତଦେହ । ମୃତ ଛାତ୍ର ଜଣକ ହେଉଛନ୍ତି ଅଞ୍ଜନେୟ ଦାସ। ଅଞ୍ଜନେୟ ମେକାନିକାଲ ଇଂଜିନିୟରିଂ ଶେଷ ବର୍ଷର ଛାତ୍ର । କେମିତି ମୃତ୍ୟୁ ହୋଇଛି, ପିସି ବ୍ରିଜକୁ କେମିତି ଆସିଲା ମୃତଦେହ, ତାହା ସ୍ପଷ୍ଟ ହୋଇନି। ପୋଲିସ ତଦନ୍ତ କରୁଛି।  ତେବେ ପରିବାର ଲୋକ ଅଭିଯୋଗ  କରିଛନ୍ତି, ପୁଅକୁ ହତ୍ୟା କରାଯାଇଛି। ପ୍ରଥମେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଥିଲା। ବର୍ତ୍ତମାନ ଛାତ୍ରଙ୍କ ମାମୁଁ ହତ୍ୟା ଅଭିଯୋଗ ଆଣିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରୁଛି l ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୮ ଟା ସମୟରେ ସେ ବୁର୍ଲା ପିସି ବ୍ରିଜକୁ ଆସିଥିଲେ ଓ ତାପରେ ରାତି ୧୧ ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି।

 

ଅଧ ରାତିରେ ଘରେ ପଶି କଚାଡ଼ି ଦଳିଲା ଦନ୍ତା , ମେଡିକାଲ ନେବାବେଳେ ଅଧବାଟରେ ଚାଲିଗଲା ଜୀବନ

ନନ୍ଦିଘୋଷ ବ୍ୟୁରୋ : ହିନ୍ଦୋଳରେ ପୁଣି ଆଜି ଜଣଙ୍କୁ କଚାଡି ମାରିଲା ଦନ୍ତା। ଖାଦ୍ୟ ସନ୍ଧାନରେ ଆସି ହିନ୍ଦୋଳ ଫରେଷ୍ଟ ରେଞ୍ଜ ନୂଆଗାଁରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ତାଙ୍କୁ ଆକ୍ରମଣ କରିଥିଲା। ରାତି ପ୍ରାୟ ୧ ଟା ୩୦ ରେ ଏପରି ଘଟଣା ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ସଂସାର ଗଡ଼ନାୟକଙ୍କୁ ଗାଁ ଲୋକେ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ହିନ୍ଦୋଳ ରେଞ୍ଜରେ ଗୋଟିଏ ମାସ ମଧ୍ୟରେ ମୋଟ ୬ ଜଣଙ୍କ ମୃତ୍ୟୁ ହେଲାଣି।

 

ଘୂର୍ଣ୍ଣିବଳୟ ପ୍ରଭାବରେ ୫ ଦିନ ଧରି ଭିଜିବ ଓଡିଶା

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା। ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ଉତ୍ତରରୁ ଦକ୍ଷିଣ ସବୁଠି ବର୍ଷା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ଲାଗି ରହିଛି। ଏହି ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ଏହାର ପ୍ରଭାବରେ ୫ ଦିନ ଧରି ବର୍ଷା ହେବ। ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ ଓ ଅନ୍ୟ ସଂଲଗ୍ନ ଜିଲ୍ଲାମାନଙ୍କରେ କିଛି କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେଉଛି । ଆଜି କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ I ସେପଟେ ଆସନ୍ତା ୩ ଘଣ୍ଟା ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ,କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

 

ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟୀକାଳୀନ ସମ୍ବର୍ଦ୍ଧନା

ନନ୍ଦିଘୋଷ ବ୍ୟୁରୋ : ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟୀକାଳୀନ ସମ୍ବର୍ଦ୍ଧନା। ସୁବର୍ଣ୍ଣପୁର ଜିଲ୍ଲା ମୟୁରଉଡାନ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ଚରଣ ଭୁଏଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବିଦ୍ୟାଳୟରେ ଦିର୍ଘ ୨୨ ବର୍ଷ କାଳ ଚାକିରୀ କରିବା ପରେ ସେ ଅବସର ନେଇଛନ୍ତି।  ୪୪ ବର୍ଷର ଚାକିରୀ କାଳ ଭିତରେ ସେ ଅନେକ ପିଲାଙ୍କ ଭବିଷ୍ୟତ ଗଢିବାରେ ସଫଳ ହୋଇଛନ୍ତି  । ସମସ୍ତଙ୍କର ଅତିପ୍ରିୟ ଭୋଏ ସାର ଚାକିରୀରୁ ଅବସର ନେଉଥିବାରୁ ସମସ୍ତଙ୍କ ଆଖିରେ ଲୁହ । ସେଥିପାଇଁ ପୁରା ଗ୍ରାମବାସୀ ଆୟୋଜନ କରିଛନ୍ତି ବିଦାୟକାଳିନ ସମ୍ବର୍ଦ୍ଧନା । ଗାଁର ପେକ୍ସ ପରିସରରେ  ଛାତ୍ର ଛାତ୍ରୀଠୁ ଆରମ୍ଭକରି ଅଭିଭାବକ, ଗ୍ରାମବାସୀ ଆଉ ଅଂଚଳର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଏକତ୍ରିତ ହୋଇଛନ୍ତି  । ଗାଁରେ ସଂକୀର୍ତ୍ତନ କରି ପୂରା ଗାଁ ଲୋକ ଦେଇଛନ୍ତି ଭାବବିହ୍ୱଳ ବିଦାୟ ।

 

ସାର ପାଇଁ ଆଜି ମଧ୍ୟ ହଙ୍ଗାମା , ଚାଷୀ ଦୂର ଦୁରାନ୍ତର ଗ୍ରାମରୁ ଆସି ଲଗାଇଛନ୍ତି ଧାଡି

ନନ୍ଦିଘୋଷ ବ୍ୟୁରୋ : ସାର ପାଇଁ ଆଜି ମଧ୍ୟ ହଙ୍ଗାମା। ଗଂଜାମ ଜିଲ୍ଲା ଆସିକା ବହୁ ମୁଖୀ କେନ୍ଦ୍ର ସମବାୟ ସମିତି ସମ୍ମୁଖରେ ଭୋରରୁ ରୁ ଚାଷୀଙ୍କ ଲମ୍ବା ଧାଡି ଲାଗିଛି। ଚାଷୀ ଦୂର ଦୁରାନ୍ତର ଗ୍ରାମରୁ ଆସି ଲଗାଇଛନ୍ତି ଧାଡି। ମୁଖ୍ୟ ଗେଟ ଆଗରେ ପାଟି ତୁଣ୍ଡ କରୁଛନ୍ତି ଚାଷୀ ମାନେ l ଗତ କାଲି ଘଣ୍ଟା ଘଣ୍ଟା ଧାଡିରେ ରହିବା ପରେ ଦିନ ଦୁଇଟା ରୁ ନିରାଶ ହୋଇ ଘରକୁ ଫେରିଥିଲେ। ତେଣୁ ଆଜି ପୁଣି ସାର ବସ୍ତାଏ ପାଇଁ ଆସି ଛିଡ଼ା ହେଲେଣି।

ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଆଜି ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହେବ ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏ ଆସନ୍ତା ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁମୋଦନ ହେବା ସହ ସେପ୍ଟେମ୍ବର ୧୫ ତାରିଖରୁ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଛତିଶାନିଯୋଗ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ ।  ସେପଟେ ଛତିଶାନିଯୋଗ ବୈଠକର ପରଦିନ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଅଧ୍ୟକ୍ଷତା କରିବେ ଗଜପତି ମହାରାଜା। ବୈଠକରେ ସରକାରଙ୍କ ଦ୍ବାରା ମନୋନୀତ ୧୦ ଜଣ ନୂତନ ସଦସ୍ୟକୁ ସ୍ୱାଗତ କରାଯିବା ସହ ନୂତନ ସବକମିଟି ଗଠନ କରାଯିବ। ଛତିଶାନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ଉପରେ ଅନୁମୋଦନ ହୋଇଥିବା ନୀତିନିର୍ଘଣ୍ଟକୁ ପରିଚାଳନା କମିଟି ମୋହର ମାରିବ ଓ ଏହାସହ ନାଟମଣ୍ଡପରେ ଧାଡି ଦର୍ଶନ,ରତ୍ନ ଅଳଙ୍କାର ଗଣତିମଣତି,ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ଆଲୋଚନା ହେବାସହ ଶ୍ରୀମନ୍ଦିର ଆଇନ୍ ରେ ଶଂସୋଧନ ପାଇଁ ମଧ୍ୟ ଆଲୋଚନା କରାଯିବ।