spot_img
Home Blog Page 2671

ଭୟଙ୍କର ହେଉଛି ଗାଜା ଉପରେ ଇସ୍ରାଏଲ ଆଟାକ

ଗାଜା: ଭୟଙ୍କର ହେଉଛି ଗାଜା ଉପରେ ଇସ୍ରାଏଲ ଆଟାକ। ଗତକାଲି ରାତିରେ ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଯାଏଁ ୪ ହଜାର ୬ଶହରୁ ଅଧିକ ପାଲେଷ୍ଟାଇନ ନାଗିରକଙ୍କ ମୃତ୍ୟୁ ହେଲାଣି। ହମାସକୁ ସଂପୂର୍ଣ୍ଣ ନିପାତ କରିବା ପାଇଁ ଯୋଜନା କରୁଛି ଇସ୍ରାଏଲ। ସେଥିପାଇଁ ଗାଜା ସୀମାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଆଟାକ ପାଇଁ ପ୍ରସ୍ତୁତ ରହିଛନ୍ତି।

ସେପଟେ ଉତ୍ତରସୀମାରେ ଲେବାନନ ସହ ଗୁଳି ବିନିମୟ ହୋଇଛି। ଇରାନ ସମର୍ଥିତ ହିଜବୁଲ୍ଲାକୁ ଯୁଦ୍ଧରେ ଏଣ୍ଟ୍ରି ନକରିବା ପାଇଁ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ହିଜବୁଲ୍ଲା ଜାଣିଶୁଣି ସ୍ଥିତିକୁ ଅଧିକ ଗମ୍ଭୀର କରୁଛି । ସେଥିପାଇଁ ହିଜବୁଲ୍ଲାକୁ ଇସ୍ରାଏଲ ସେନା ଚେତାବନୀ ଦେଇଛି। କୌଣସି ମୂଲ୍ୟରେ ଗାଜାରେ ଯେପରି ମାନବିକ ସହାୟତା ନପହଞ୍ଚେ ସେଥିପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ନେତାନ୍ୟାହୁ।

ଅନ୍ୟପଟେ ଯଦି ଇସ୍ରାଏଲ ଓ ଆମେରିକା ଗଣହତ୍ୟା ବନ୍ଦ ନକରନ୍ତି ତେବେ ଗାଜାରେ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯିବ ବୋଲି ଇରାନ ଚେତାଇ ଦେଇଛି। ହମାସ ହାତରେ ବିପଜ୍ଜନକ ରାସାୟନିକ ଅସ୍ତ୍ର ଥିବା ନେଇ ଦାବି କରିଛି ଇସ୍ରାଏଲ। ଅକ୍ଟୋବର ୭ରେ ମ୍ୟୁଜିକ ଫେଷ୍ଟିଭାଲରେ ହୋଇଥିବା ହମାସ ଆକ୍ରମଣରେ ମୃତ ଆତଙ୍କବାଦୀଙ୍କ ନିକଟରୁ ରାସାୟନିକ ଅସ୍ତ୍ର ପ୍ରସ୍ତୁତକାରୀ ସାମଗ୍ରୀ ମିଳିଛି। ଖାଲି ଏତିକି ନୁହେଁ ଜବତ ସାମଗ୍ରୀର ଅଲକାଏଦା ସହ କନେକ୍ସନ ଥିବା କୁହାଯାଉଛି।

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ବର: ଆଗାମୀ ୬ ଘଣ୍ଟାରେ ବଙ୍ଗୋପସାଗରରେ ବାତ୍ୟା । ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୩ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି ଗଭୀର ଅବପାତ । ଏହା ବର୍ତମାନ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଆସନ୍ତା ୨୫ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଖେପୁପଡ଼ା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଏହା ଅତିକ୍ରମ କରିବ । ଉପକୂଳ ଅତିକ୍ରମ ସମୟରେ ଗଭୀର ଅବପାତର ରୂପ ନେବ ବାତ୍ୟା । ଏହାର ପ୍ରଭାବରେ  ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ । ପାରାଦୀପ ଓ କୁଜଙ୍ଗ ଅଞ୍ଜଳରେ ବର୍ଷା ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

 

ଢ଼େଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଛକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୨ ଅଟକ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଛକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଟକ, ଗାଡ଼ି ଜବତ । ଆଉ ୩ ଜଣଙ୍କ ପରିଚୟ ପାଇଛି ପୋଲିସ । ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି । ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ତାଙ୍କ ସ୍ବାମୀଙ୍କ ସହ ଘରକୁ ଯିବା ବେଳେ ଭୁବନ ବାରୁଆ ଛକରେ ୫ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଗତକାଲି ଅଭିଯୋଗ ହୋଇଥିଲା ।  ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି, ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଆସିନାହିଁ । ତେବେ ଗଣଦୁଷ୍କର୍ମ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଖୁବ୍ ଶୀଘ୍ର ଅନ୍ୟ ୩ଜଣଙ୍କୁ ଗିରଫ କରାଯିବ । ଛାତ୍ରୀ ଓ ଯୁବକ ରେଜିଷ୍ଟ୍ରି ବିବାହ କରିଛନ୍ତି । ବାହାଘର ବୈଦିକ ରୀତିନୀତିରେ ହୋଇ ନାହିଁ  । ଗଣଦୁଷ୍କର୍ମ ଅଭିଯୁକ୍ତ ଆଉ ତିନିଜଣଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି ।

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଅଞ୍ଚଳରେ କଲେଜ ପଢୁଆ ବିବାହିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସ୍ବାମୀ ଆଗରେ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । କଲେଜ ଛୁଟି ପରେ ନିଜ ଘର କାଳିଆପାଣିକୁ ସ୍ବାମୀ ସହିତ ଯାଉଥିବା ବେଳେ କାଜୁ ଜଙ୍ଗଲରେ ୫ ଜଣ ବଳପୂର୍ବକ ଦୁଷ୍କର୍ମ କରିଥିବା ପୀଡ଼ିତା ଭୁବନ ଥାନାରେ ଅଭିଯୋଗ କରିଥିଲେ । ଭୁବନ ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଛାତ୍ରୀଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ସହିତ ଅଭିଯୁକ୍ତମାନେ ତାଙ୍କ ସ୍ଵାମୀଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରାଯାଇଛି ।

 

ସିଆଚୀନରେ ସହିଦ ହେଲେ ଦେଶର ପ୍ରଥମ ଅଗ୍ନିବୀର, ଜାଣନ୍ତୁ ପରିବାରବର୍ଗଙ୍କୁ କେତେ ଆର୍ଥିକ ସହାୟତା ମିଳିବ…

ନୂଆଦିଲ୍ଲୀ: ସିଆଚିନରେ ନିୟୋଜିତ ଅଗ୍ନିବୀର ଯବାନ ଗାୱତ ଅକ୍ଷୟ ଲକ୍ଷ୍ମଣ ଲାଇନ୍ ଅଫ୍ ଡ୍ୟୁଟିରେ ନିୟୋଜିତ ଥିଲେ। ଏକ ଅପରେସନ୍ ସମୟରେ ପ୍ରାଣ ହରାଇଛନ୍ତି । ଲକ୍ଷ୍ମଣ ହେଉଛନ୍ତି ଦେଶର ପ୍ରଥମ ଅଗ୍ନିବୀର ଯିଏକି ଡ୍ୟୁଟିରେ ଥିବା ସମୟରେ ସହିଦ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଲକ୍ଷ୍ମଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ଫୋର୍ସର ସମସ୍ତ ବଡ଼ ଅଫିସର ମହାରାଷ୍ଟ୍ରରେ ପହଞ୍ଚି ଅଗ୍ନିବୀର ଗାଭେଟ ଅକ୍ଷୟ ଲକ୍ଷ୍ମଣଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।

ଗାୱତ କାରାକୋରମ୍ ରେଞ୍ଜର ପାଖାପାଖି ୨୦ ହଜାର ଫୁଟ୍ ଉଚ୍ଚରେ ସ୍ଥିତ ସିଆଚିନ ଗ୍ଲାସିୟର ଉପରେ ମୁତୟନ ଥିଲେ। ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧ ସ୍ଥଳ ଭାବେ ଏହି ଗ୍ଲାସିୟର ଜଣାଶୁଣା।  ଏଠାରେ ଅତ୍ୟଧିକ ବରଫପାତ ସହ ଝଡ଼ର ସାମ୍ନା କରିବାକୁ ପଡିଥାଏ ସେନାବାହିନୀଙ୍କୁ । ତେବେ ଏହା ଭାରତର ସବୁଠୁ ବଡ଼ ଓ ଦୁନିଆର ଦ୍ୱିତୀୟ ବଡ଼ ଗ୍ଲାସିୟର ଅଟେ।

ତେବେ ସେନାର ନିୟମ ଅନୁଯାୟୀ, ସହିଦ ଗାୱତଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।  ସାହାଯ୍ୟ ଦିଆଯିବ ଜାଣନ୍ତୁ

ସହିଦ ଲକ୍ଷ୍ମଣଙ୍କ ପରିବାରବର୍ଗଙ୍କୁ ବୀମା ସ୍ୱରୂପ ୪୮ ଲକ୍ଷ ଟଙ୍କା ମିଳିବ । ଏହାବ୍ୟତୀତ ଅନୁକମ୍ପା ରାଶି ଭାବେ ୪୪ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେବା ନିଧି ଅନୁଯାୟୀ (୩୦%) ଯୋଗଦାନ ମିଳିବ, ଯେଉଁଥିରେ ସରକାରଙ୍କ ଦ୍ୱାରା ସମାନ ଯୋଗଦାନ ଏହା ଉପରେ ସୁଧ ହାର ଅନ୍ତର୍ଭୁକ୍ତ ମଧ୍ୟ ରହିବମୃତ୍ୟୁର ତାରିଖରୁ ବର୍ଷ ଶେଷ ହେବା ପର୍ଯ୍ୟନ୍ତ ଦରମା ମିଳିବ। ଶେଷ କାର୍ଯ୍ୟକାଳ ବେଳକୁ ଏହି ରାଶି ୧୩ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ହେବ । ସଶସ୍ତ୍ର ବାହିନୀ ଯୁଦ୍ଧ କାଜୁଆଲିଟି ପାଣ୍ଠିରୁ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ଖାଲି ଏତିକି ନୁହେଁ ଆର୍ମି ୱାଇସ୍ ୱେଲଫେୟାର ଆସୋସିଏସନ୍ ତରଫରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ତେବେ କହିବାକୁ ଗଲେ ଏହି ଧନରାଶି ସର୍ବମୋଟ୍ ୧ କୋଟି ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ

ଦିଲ୍ଲୀରେ ଫୁଟଓଭର ବ୍ରିଜ ସହିତ ଧକ୍କା ହେଲା କ୍ରେନ, ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଫୁଟଓଭର ବ୍ରିଜ ସହିତ ଧକ୍କା ହେଲା କ୍ରେନ। ମୁହାଁମୁହିଁ ହେବାରୁ ଖସିଲା ଫୁଟଓଭର ବ୍ରିଜ। ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ। ରବିବାର ରାତିରେ ଦିଲ୍ଲୀ ଓ ନୋଏଡା ଲିଙ୍କ ରୋଡରେ ଏକ ହାଇଡ୍ରା କ୍ରେନ ଫୁଟଓଭର ବ୍ରିଜରେ ଧକ୍କା ହେବା ଯୋଗୁଁ ବ୍ରିଜର ଏକ ବଡ ଭାଗ ଭାଙ୍ଗି ତଳେ ପଡିଯାଇଛି। କ୍ରେନଟି ଅକ୍ଷରଧାମରୁ ବୁରାଡି ଆଡକୁ ଯାଉଥିଲା।

ଅନ୍ଧାର ହେବା କାରଣରୁ ଘଟିଛି ଅଘଟଣ। ସୌଭାଗ୍ୟବଶତଃ ଘଟଣାରେ କେହି ଆହତ ହୋଇନାହାଁନ୍ତି। ଘଟଣାସ୍ଥଳରେ ପାଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଗାଡି ଚାଳକଙ୍କ ଉପରେ ମାମଲା ରୁଜୁ କରିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ରିଜ ଉପର ଦେଇ ଲୋକଙ୍କ ଯାତାୟତକୁ ବନ୍ଦ କରିଦେଇଛି ପୋଲିସ।

ନବରାତ୍ରୀର ଶେଷ ଦିନରେ ମା’ ସିଦ୍ଧିଦାତ୍ରୀଙ୍କ ପାଖରେ ଏହି ଭୋଗ ଲଗାଇଲେ ପୂରଣ ହୁଏ ମନବାଞ୍ଛା

ଅଯୋଧ୍ୟା: ମହାମାୟାଙ୍କ ମହାନବମୀ । ଉତ୍ସବ ମୁଖର ଗାଁଠୁ ସହର । ଚାଲିଛି ଶାରଦୀୟ ଦୁର୍ଗାପୂଜା । ସୋମବାର ନବରାତ୍ରୀର ଶେଷ ଦିନ । ଧାର୍ମିକ ଶାସ୍ତ୍ର ଅନୁଯାୟୀ ଆଜି ମା’ ଦୁର୍ଗାଙ୍କ ସ୍ୱରୂପ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । କୁହାଯାଏ ଯେ, ଏହି ଦିନ ସିଦ୍ଧିଦାତ୍ରୀଙ୍କୁ ପୂଜା କଲେ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ବିଶ୍ୱାସ କରାଯାଏ, ଆଜି ଦିନରେ ମା’ଙ୍କୁ ପୂଜା କରିବାର ଅର୍ଥ ହେଉଛି ସମସ୍ତ ଦେବୀଙ୍କୁ ପୂଜା କରିବା ସହ ସମାନ ।

ଅଯୋଧ୍ୟାର ଜ୍ୟୋତିଷ ପଣ୍ଡିତ କଳକି ରାମ କହିଛନ୍ତି ଯେ, ନବରାତ୍ରୀର ନବମ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରିବାର ବିଧି ରହିଛି । ଆଜି ମା’ ସିଂହବାହିନୀ ପଦ୍ମ ଉପରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା’ ସିଦ୍ଧିଦାତ୍ରୀଙ୍କୁ ସରସ୍ୱତୀଙ୍କ ରୂପ ବୋଲି ବିବେଚନା କରାଯାଏ । ଯଦି ଆଜିର ଦିନରେ ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ମା’ଙ୍କୁ ପୂଜା କରନ୍ତି ତେବେ ମା’ ସିଦ୍ଧିଦାତ୍ରୀ ଖୁସି ହୋଇ ମନବାଞ୍ଛା ପୂରଣ କରିଥାନ୍ତି । ଏହାସହ ମାଆଙ୍କୁ ରାଶି ଲଡୁ ଭୋଗ ଲଗାନ୍ତୁ । ଯଦି ନବମୀ ତିଥି ଦିନ ଆପଣ ଏହା କରନ୍ତି ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଏହାସହ କିଛି ସମୟ ମା’ଙ୍କ ମନ୍ତ୍ର ଏବଂ ସ୍ତୁତି ଜପ କରନ୍ତୁ। ଦେଖିବେ ଆପଣଙ୍କ ମନବାଞ୍ଛିତ ଫଳ ପ୍ରାପ୍ତ ହେବ ।

କୁକୁର ଆକ୍ରମଣରେ ବାଘ-ବକରି ଚା’ କମ୍ପାନି ମାଲିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପରଲୋକରେ ବାଘ ବକରି ଚା’ କମ୍ପାନୀର ମାଲିକ ପରାଗ ଦେଶାଇ । ବ୍ରେନ୍ ହାମରେଜ୍ ହେବା କାରଣରୁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଓ୍ବାଘ୍ ବକରୀ ଟି’ କମ୍ପାନୀର ସେ ଏବେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରହିଥିଲେ । ତାଙ୍କ ପରଲୋକ ଖବର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ସେ ପଡ଼ି ଯାଇଥିଲେ । ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିବାବେଳେ ସେ ମେଡିକାଲରେ ଚିକତ୍ସିତ ହେଉଥିଲେ । ରବିବାର ସଂନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗତ ସପ୍ତାହରେ ସେ ନିଜ ବାସ ଭବନରୁ ବାହାରକୁ ବାହାରୁଥିବାବେଳେ କୁକୁରମାନେ ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲେ । ଏହି ସମୟରେ ସେ ତଳେ ପଡ଼ିଯିବା ସହ ଗଭୀର ଆଘାତ ପାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ବ୍ରେନ୍ ହାମରେଜ କାରଣରୁ ନିଧନ ଘଟିଥିବା ସୂଚନା ମିଳିଛି ।

ପରାଗ ଦେଶାଇ ହେଉଛନ୍ତି ‘ବାଘ୍‌ ବକ୍‌ରି ଟି ଗ୍ରୁପ୍‌’ର ପରିଚାଳନା ନିର୍ଦେଶକ ରାସେଶ ଦେଶାଇଙ୍କ ପୁଅ। ୧୯୪୭ରେ ଜନ୍ମିତ ରାସେଶ ଦେଶାଇ ହେଉଛନ୍ତି ‘ବାଘ୍‌ ବକ୍‌ରି’କୁ ଭାରତର ତୃତୀୟ ବୃହତ୍‌ ‘ପ୍ୟାକେଜଡ୍‌ ଟି ବ୍ରାଣ୍ଡ୍‌’ରେ ପରିଣତ କରିଥିବା ତୃତୀୟ ପିଢ଼ିର ଉଦ୍ୟୋଗୀ। କମ୍ପାନି ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି, ଯୁକ୍ତରାଷ୍ଟ୍ର ଆମେରିକାର ‘ଲଙ୍ଗ୍‌ ଆଇଲାଣ୍ଡ୍‌ ୟୁନିଭର୍ସିଟି’ରୁ ପରାଗ ଦେଶାଇ ‘ଏମ୍‌ବିଏ’ କରିଥିଲେ। ସେ ତାଙ୍କ କମ୍ପାନିର ସେଲ୍‌ସ୍‌, ମାର୍କେଟିଙ୍ଗ୍‌ ଓ ଏକ୍ସପୋର୍ଟ ବିଭାଗର ମୁଖ୍ୟ ଥିଲେ।

ସୂଚନା ଥାଉକି, ୱାଘ ବକରି ଟି ଗ୍ରୃପର ମାଲିକ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ଦେହାନ୍ତ। ଅକ୍ଟୋବର ୧୫ରେ ପରାଗ ଦୁର୍ଘଟଣାର ଶିକାର ହୋଇଥିଲେ। ମର୍ଣ୍ଣିଂ ଓ୍ବାକ୍ ବେଳେ ବୁଲା କୁକୁରଙ୍କଠୁ ନିଜକୁ ରକ୍ଷା କରିବାକୁ ଯାଇ ସେ ଦୌଡୁଥିବା ବେଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ତାଙ୍କର ବ୍ରେନ ହାମରେଜ ହୋଇଯାଇଥିଲା। ତାଙ୍କୁ ଅହମ୍ମଦବାଦର ଏକ ପ୍ରାଇଭେଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଅସ୍ତ୍ରୋପଚାର ପାଇଁ ଜାଏଡୁସ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ୭ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା। ଗତକାଲି ୪୯ ବର୍ଷ ବୟସରେ ପରାଗ ଦେଶାଇଙ୍କର ମୃତ୍ୟୁ ହୋଇଛି।

ଦିପାବଳୀ ପୂର୍ବରୁ ଦିଲ୍ଲୀରେ ବିଷାକ୍ତ ହେବାରେ ଲାଗିଛି ପବନ

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ଦିଲ୍ଲୀରେ ବିଷାକ୍ତ ହେବାରେ ଲାଗିଛି ପବନ। ରାଷ୍ଟ୍ରୀୟ ରାଜଧାନୀରେ ବାୟୁର ଗୁଣାବତ୍ତାର ସୂଚକାଙ୍କ ୩୧୩ ସହିତ ଖରାପ ଶ୍ରେଣୀକୁ ଖସିଯାଇଛି । ଦିଲ୍ଲୀରେ ବାୟୁପ୍ରଦୂଷଣ ରୋକିବା ନିମନ୍ତେ ବିଏମସି ପକ୍ଷରୁ  ନିମନ୍ତେ ଗାଇ଼ଡଲାଇନ ଜାରି କରାଯାଇଛି । ଏନେଇ ସୋମବାର ଅଧିକାରୀଙ୍କ ସହିତ ବୈଠକ କରିବେ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ। ଦିଲ୍ଲୀରେ ପ୍ରତିକୂଳ ମୋସୁମୀ କାରଣରୁ ରବିବାର ଦିନ ବାୟୁର ଗୁଣବତ୍ତା ବହୁତ ଖରାପ ହେବାରେ ଲାଗିଛି । ରାଜଧାନୀ ରେ ୧୭ ମେ ପରଠୁ ପ୍ରଥମ ଥର ବାୟୁର ଗୁଣବତ୍ତା ବହୁତ ମାତ୍ରାରେ ଖରାପ ହେବାରେ ଲାଗିଛି । ଏନେଇ ଦିଲ୍ଲୀରେ GRAP-II ଲାଗୁ କରାଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ ଫରିଦାବାଦରେ ଏକ୍ୟୁଆଇ ୩୨୨, ଗାଜିୟାବାଦରେ ୨୪୬, ନଏଡାରେ ୩୫୪ ରହିଛି । ସେପଟେ ଚଳିତ ବର୍ଷ ଦିଲ୍ଲୀରେ ଦୀପାବଳି ସମୟରେ ବାଣ ନିଷିଦ୍ଧ କରାଯାଇଛି । ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀରେ ପ୍ରଦୁଷଣର ମାତ୍ରା ଅଧିକ ରହୁଥିବାବେଳେ ବାଣ ଫୁଟାଇବାକୁ ରୋକ୍ ଲଗାଯାଇଛି ।

 

 

ବଢ଼ୁଛି କ୍ରେଜ୍, ଜାଣନ୍ତୁ କେତେ ରୋଜଗାର କଲାଣି ’ଲିଓ’?

ମୁମ୍ବାଇ: ସାଉଥ୍ ଫିଲ୍ମ ’ଲିଓ’କୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ କମାଲ କରୁଛନ୍ତି । ଚତୁର୍ଥ ଦିନରେ ବିଶ୍ବବ୍ୟାପି କଲେକ୍ସନ ଭଲ ହୋଇଛି । କୁହାଯାଉଛି କି, ଗଦର-୨ ଏବଂ ଜଓ୍ବାନକୁ ଟକ୍କର ଦେଉଛି । କୁହାଯାଉଛି କି ରୋଜଗାରରେ ରେକର୍ଡ କରିପାରେ ’ଲିଓ’ । ଭାରତ ସମେତ ବିଦେଶରେ ମଧ୍ୟ ଭଲ କଲେକ୍ସନ କରୁଛି ’ଲିଓ’ । ରିଲିଜ ଦିନ ୬୪.୮୦ କୋଟି ଟଙ୍କା ରୋଜଗାର କରିଛି । ଦ୍ବିତୀୟ ଦିନରେ ୩୬ କୋଟି, ତୃତୀୟ ଦିନରେ ୪୦ କୋଟି ଏବଂ ଚତୁର୍ଥ ଦିନରେ ୪୧.୫୦ କୋଟି ଟଙ୍କା ସଂଗ୍ରହ କରିଛି । ୧୯ ଅକ୍ଟୋବରରେ ଏହି ଫିଲ୍ମ ରିଲିଜ ହୋଇଥିବାବେଳେ ବିଶ୍ବବ୍ୟାପୀ କଲେକ୍ସନ ମଧ୍ୟ ଭଲ ରହିଛି । ୨୦୦ କୋଟି ରୋଜଗାର ଅଭିମୁଖେ ’ଲିଓ’ । ଫିଲ୍ମର କାହାଣୀ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଛି । ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଥଲାପତି ବିଜୟଙ୍କ ସହ ବଲିଉଡ ଷ୍ଟାର ସଞ୍ଜୟ ଦତ୍ତଙ୍କ ନିଖୁଣ ଅଭିନୟକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମର କାହାଣୀ ସାଙ୍ଗକୁ ଅଭିନୟ ଦର୍ଶକଙ୍କ ମହଲରେ ଆଦୃତ ହୋଇପାରିଛି । 

 

ଆଜି ପାକିସ୍ତାନକୁ ଭେଟିବ ଆଫଗାନିସ୍ତାନ

ଚେନ୍ନାଇ: ବିଶ୍ବକପ କ୍ରିକେଟରେ ସୋମବାର ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଚେନ୍ନାଇର ଏମ.ଏ ଚିଦାମ୍ବର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ପାକିସ୍ତାନ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୨ଟି ବିଜୟ ଓ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଅଛି । ତେଣୁ ଆଜିର ମ୍ୟାଚ ଜିତି ପଏଣ୍ଟରେ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ ପାକିସ୍ତାନ । ପୂରା ଫର୍ମରେ ଅଛନ୍ତି ବାବର ବ୍ରିଗେଡ୍ । ଅନ୍ୟପଟେ ଟକ୍କର ଦେବାକୁ ପ୍ରସ୍ତୁତ ଆଫଗାନିସ୍ତାନ । ଆଫଗାପିସ୍ତାନ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଓ ୩ଟି ପରାଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି । ଆଫଗାନିସ୍ତାନ ଇଂଲଣ୍ଡକୁ ହରାଇବା ପରେ ଦଳର ମନୋବଳ ଦୃଢ଼ ରହିଛି । ତେଣୁ ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ରବିବାର ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବକପର ଟେବୁଲ ଟପରେ ରହିଛି।

ଚେନ୍ନାଇର ଏମ୍.ଚିଦାମ୍ବରମ ଷ୍ଟାଡିୟମ ସ୍ପିନରଙ୍କୁ ସୁହାଉଥିବାବେଳେ ଆଫଗାନିସ୍ତାନ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଆଫଗାନିସ୍ତାନ ଦଳରେ ଦକ୍ଷ ସ୍ପିନର ରହିଥିବାବେଳେ ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଭାରତ ଅଷ୍ଟ୍ରେଲିଆ ମ୍ୟାଚ ଏହି ଷ୍ଟାଡିୟମରେ ଖେଳାଯାଇଥିବାବେଳେ ଭାରତୀୟ ସ୍ପିନରମାନେ ଦମଦାର ବୋଲିଂ କରି ଅଷ୍ଟ୍ରେଲିଆକୁ ଧୂଳି ଚଟାଇଥିଲେ । ତେବେ ଆଜିର ମ୍ୟାଚରେ ଆଫଗାନିସ୍ତାନ ବୋଲରମାନେ ଭଲ ପ୍ରଦର୍ଶନ କରିବେ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି ।

ସୂଚନା ଥାଉକି, ବିଶ୍ବକପରେ ଭାରତର ଲଗାତାର ପଞ୍ଚମ ବିଜୟ । ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଆଇସିସି ଇଭେଣ୍ଟରେ ମାତ ଦେଲା ଟିମ୍ ଇଣ୍ଡିଆ । ଏହା ସହିତ ୨୦୧୯ ବିଶ୍ବକପର ବଦଲା ନେଇଛି ଭାରତ । ଧର୍ମଶାଳାରେ କଡ଼ା ମୁକାବିଲାରେ ଭାରତର ଦମଦାର ବିଜୟ । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ବିଶ୍ବକପରେ ଅପରାଜେୟର ରେକର୍ଡ ରଖିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ମେନ୍ ଇନ ବ୍ଲୁ । ମ୍ୟାଚରେ ଦେଖିବାକୁ ମିଳିଲା ବିରାଟ ଓ ଜାଡେଜା ଜଲଓ୍ବା । ବିରାଟ ୧୦୪ ବଲ ଖେଳି ୯୫ ରନ କରିଥିବାବେଳେ ୪୪ ବଲରେ ୩୯ ରନ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୧୯ ବିଶ୍ବକପ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ହିଁ ବିଦା କରିଥିଲା । ଅନ୍ୟପଟେ ଗତ ୨୦ ବର୍ଷ ଧରି ଆଇସିସି ଇଭେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନଥିଲା ଭାରତ  ।

ଚଳିତ ବିଶ୍ବକପରେ ଏହି ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଥି ଟିମ ଇଣ୍ଡିଆ  । ବିଶ୍ବକପରେ ନିଜର ପଞ୍ଚମ ମୁକାବିଲାରେ ଭାରତ ଟସ ଜିତି ବୋଲିଂ କରିଥିଲା । ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା  । ନ୍ୟୁଜିଲାଣ୍ଡ ଦଳୀୟ ସ୍କୋର ୧୯ ହୋଇଥିବାବେଳେ  ଓପନର କନଓ୍ବେ ଓ ଓ୍ବିଲୟଙ୍ଗ ପାଭିଲିଅନ ଫେରିଥିଲେ । ପରେ ରାଚିନ ରବୀନ୍ଦ୍ର ଓ ଡାରିଲ ମିସେଲ ଲଢୁଆ ବ୍ୟାଟିଂ କରି ଦଳକୁ ଆଗେଇ ନେଇଥିଲେ  ।  ମିସେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ  । ରବୀନ୍ଦ୍ର ୭୫ ରନ କରି ପାଭିଲିଅନ ଫେରିଥିଲେ । ଭାରତୀୟ ବୋଲରମାନେ ଭଲ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ଭାଙ୍ଗିବାକୁ ସଫଳ ହୋଇଥିଲେ । ଫଳରେ ବଜଡ଼ ସ୍କୋର ଅଭିମୁଖେ ଯାଉଥିବା ନ୍ୟୁଜିଲାଣ୍ଡ ୨୭୩ ରନରେ ଅଲଆଉଟ ହୋଇଯାଇଥିଲା ।