spot_img
Home Blog Page 2684

ଦଶହରା ପାଇଁ କଡ଼ା ସୁରକ୍ଷା : ରାଜଧାନୀ ଜଗିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ଦଶହରା ପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା । ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ ହେବ କଡାକଡି  । ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ ଏବଂ ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି ।

୬ଟି ଜାଗାରେ କଣ୍ଟ୍ରୋଲ ରୁମ କରିଛି କମିଶନରେଟ ପୋଲିସ । ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୁରା ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ । ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହର ର ଛକ ଓ ଗଳିକନ୍ଦି । ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କଲେ ପୋଲିସ କମିଶନର ।

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ, ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର :  ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ । ଲକ୍ଷ୍ମୀ ପୂଜା ପଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲା ସଂଘ । ମହାସଂଘର ଆନ୍ଦୋଳନ ଡାକରା ପରେ ଗତ କାଲି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ବିଏମ୍‌ସି ଡେପୁଟି କମିସନର୍ କମିସନରେଟ୍ ପୋଲିସର ଜୋନ-1 ଏସିପି, ଆଇଆଇସି ଓ ଜେଡିସି ପ୍ରମୁଖ ଉପସ୍ଥିତ ଥିଲେ। ମହାସଂଘର ଦାବିଗୁଡିକ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ସେପଟେ ଦାବି ପୂରଣ କରିବାକୁ ପ୍ରଶାସନ ପକ୍ଷରୁ ସମୟ ମଗାଯାଇଛି। ସେହିପରି ପାର୍ବଣ ଚାଲିଥିବାରୁ ହଠାତ ପରିବାର ବ୍ୟବସାୟ ବନ୍ଦ କଲେ ଜନସାଧାଣ ଲୋକ ଅସୁବିଧାର ସମ୍ମୁଖୀନ ହେବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ୭ଦଫା ଦାବି ଉପରେ ଆଲୋଚନା ହୋଇଛି । ୨୦ ତାରିଖରୁ ବନ୍ଦ ଡାକରା ଦେଇଥିଲା ସଙ୍ଘ । ଆନ୍ଦୋଳନ ସ୍ଥଗିତ ନେଇ ରାଜଧାନୀ କଞ୍ଚା ପନି ପରିବା ମହାଜନ ସଙ୍ଘ ସମ୍ପାଦକ କବିରାଜ ସ୍ଵାଇଁ ସୂଚନା ଦେଇଛନ୍ତି ।

 

ବାଇଡେନଙ୍କ ପରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ :  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୂନକ ଇସ୍ରାଏଲ ଯିବେ । ସେଠାରେ ଯୁଦ୍ଧର କ୍ଷୟକ୍ଷତି ଓ ହମାସ ବିରୋଧରେ ଚାଲିଥିବା ଯୁଦ୍ଧ ପରିଣାମ ସମ୍ପର୍କରେ ଆଲୋଚନା କରିବେ । ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ଋଷି ସୁନକ । ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଏହି ଗସ୍ତରେ ଯାଉଛନ୍ତି ସୂନକ ।
ଆମେରିକା ଭଳି ଭୁଲ ନକରିବାକୁ ଇସ୍ରାଏଲକୁ ଚେତାଇ ଦେଲେ ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ଉପରେ ହୋଇଥିବା ୯-୧୧ ଆତଙ୍କବାଦୀ ଆକ୍ରମଣ ପରେ ରାଗରେ ବହୁ ଭୁଲ କରିଛି ଆମେରିକା । ଏଭଳି ଭୁଲକୁ ଆଦୌ ନକରୁ ଇସ୍ରାଏଲ । ଆମେରିକା ଉପରେ ହୋଇଥିବା ଆକ୍ରମଣଠୁ ହମାସର ଆକ୍ରମଣ ବହୁତ ବଡ଼ । ଇସ୍ରାଏଲ ଗୋଟିଏ ଛୋଟିଆ ଦେଶ ।

ସେଠାରେ ଗୋଟିଏ ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ଆଦୌ ଠିକ୍‌ ହୋଇନାହିଁ । ଏଥିସହ ପାଲେଷ୍ଟାଇନ ସମର୍ଥନରେ ମଧ୍ୟ କହିଛନ୍ତି ବାଇଡେନ । ହମାସକୁ ସମର୍ଥନ କରୁନାହିଁ ପାଲେଷ୍ଟାଇନ୍‌ । ହମାସ ପାଲେଷ୍ଟାଇନକୁ ପ୍ରତିନିଧିତ୍ବ କରେ ନାହିଁ । ଏହା ଗୋଟିଏ ଆତଙ୍କୀ ସଂଗଠନ । ଗାଜାରେ ସାଧାରଣ ଲୋକଙ୍କର ହୋଇଥିବା କ୍ଷତିକୁ ସୁଧାରିବା ପାଇଁ ୧୦୦ ମିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି ଜୋ ବାଇଡେନ । ଏହି ଅର୍ଥ ଯେମିତି ହମାସ ପାଖରେ ନପହଞ୍ଚେ ସେଥିପାଇଁ ଏକ ମେକାନିଜିମ ପ୍ରସ୍ତୁତ ହେବ ବୋଲି କହିଛନ୍ତି ବାଇଡେନ ।

ତେବେ ଇସ୍ରାଏଲ ଆମେରିକା ଭଳି ଭୁଲ କରିବାକୁ ଚେତାଇଛନ୍ତି ବାଇଡେନ । ୯-୧୧ର ଘଟଣା ପରେ ଆମେରିକାବବାସୀ କ୍ରୋଧିତ ହୋଇଥିଲେ । ନ୍ୟାୟ ଚାହିଁଥିଲେ ଏବଂ ନ୍ୟାୟ ପାଇଥିଲେ ମଧ୍ୟ ସେତେବେଳେ ଅନେକ ଭୁଲ୍ କରିଥିଲା ଆମେରିକା । ଏହାର ପୁନରାବୃତ୍ତି କରନ୍ତୁନାହିଁ ବୋଲି ଇସ୍ରାଏଲକୁ କହିଛନ୍ତି ବାଇଡେନ । ଅନ୍ୟ ପଟେ ଗାଜା ଡାକ୍ତରଖାନା ଆକ୍ରମଣ ଘଟଣାରେ ଇସ୍ରାଏଲକୁ କ୍ଲିନ୍ ଚିଟ୍ ଦେଇଛି ଆମେରିକା । ମହାକାଶରୁ ପ୍ରାପ୍ତ ଚିତ୍ର ଏବଂ ହସ୍ତଗତ ହୋଇଥିବା ଗୁଇନ୍ଦା ତଥ୍ୟକୁ ଆଧାର କରି ଆମେରିକୀୟ ଗୁପ୍ତଚର ଏଜେନ୍ସି ଦର୍ଶାଇଛନ୍ତି ଯେ ଗାଜା ଡାକ୍ତରଖାନା ଉପରେ ହୋଇଥିବା ରକେଟ୍ ଆକ୍ରମଣ ପଛରେ ଇସ୍ରାଏଲର ହାତ ନାହିଁ। ଏଠାରେ ଘଟିଥିବା ଶହ ଶହ ଲୋକଙ୍କ ମୃତ୍ୟୁ ପାଇଁ ଇସ୍ରାଏଲର ଦାୟୀ ନୁହେଁ।

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟରେ ୧୨ ରୁ ଅଧିକ ପ୍ରସ୍ତାବ ଆସିବ । ମେଟ୍ରୋ ଟ୍ରେନ୍ କ୍ୟାଡର୍ ପୁନଃଗଠନ ସହ ନଗର ଉନ୍ନୟନ ଗଣଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗର ପ୍ରସ୍ତାବ ଆସିବ । ନିକଟରେ ରାଜ୍ୟସରକାର ମେଟ୍ରୋ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ କରିବା ସହ ଡିପିଆର୍କୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପକୁ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।.

କ୍ରୀଡ଼ା ଜଗତରେ ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା: କଳିଙ୍ଗର ଇନଡୋର ଆଥଲେଟିକ ଷ୍ଟାଡିୟମକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : କ୍ରୀଡ଼ା ଜଗତରେ ଜଗତର ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା । ହକି ପରେ ଏବେ ଓଡ଼ିଶାର ଇନଡୋର ଆଥଲେଟିକ ଷ୍ଟାଡିୟମକୁ ନେଇ ବିଶ୍ବରେ ଚର୍ଚ୍ଚା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମିତ ହୋଇଛି ଭାରତ ତଥା ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ ଷ୍ଟାଡିୟମ । ପ୍ରଥମେ ସୋସିଆଲ ମିଡିଆରେ ଏହାର ଫଟୋକୁ ସେୟାର କରିଥିଲେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ।

୨୦୩୬ ଅଲିମ୍ପିକ୍ସ ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି ଫାଇଭ-ଟି ସଚିବ କହିଥିଲେ । ଇନଡୋର ଆଥଲେଟିକ ଷ୍ଟାଡିୟମ ନିର୍ମାଣ କରିବାରେ ଓଡ଼ିଶା କେବଳ ଦେଶରେ ନୁହେଁ ସାରା ଦକ୍ଷିଣ ଏସିଆରେ ପ୍ରଥମ । ଯାହାକି ଆଥଲେଟିକ ଖେଳର ବିକାଶକୁ ଆହୁରି ଗତିଶୀଳ କରାଇବ । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବେ । ଏହି ଆଥଲେଟିକ ଇନଡୋର ଷ୍ଟାଡିୟମକୁ ଓଡ଼ିଶାର ଜାଭେଲିନ ହିରୋ ତଥା ସିଲଭର ବୟ କିଶୋର ଜେନାଙ୍କୁ ବୁଲାଇ ଦେଖାଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ।

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ରାଉରକେଲାରେ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇପରଫରର୍ମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଣ୍ଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରାତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ କ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ବିଭିନ୍ନ ଆନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ନିଜର ଦକ୍ଷତା ମଧ୍ୟ ପ୍ରତିପାଦିତ କରିସାରିଛି ।

ତୈଳଦର ଉପରେ ପଡ଼ୁଛି ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ , ଆଗକୁ ବଢିବ କି ପେଟ୍ରୋଲ ଓ ଡିଜେଲ ଦର ?

ନୂଆଦିଲ୍ଲୀ : ଆଗକୁ ବଢିବ କି ପେଟ୍ରୋଲ ଓ ଡିଜେଲ ଦର । ତୈଳଦର ଉପରେ ପଡ଼ୁଛି ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୧.୬୮ ଡଲାର ରହିଛି । ଆଗକୁ ଏହି ଦର ଆହୁରି ବଢିପାରେ । ଫଳରେ ପେଟ୍ରୋଲ-ଡିଜେଲ ଦର ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଦେଶରେ ଦୀର୍ଘଦିନ ଧରି ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ପଇସା ଥିବାବେଳେ, ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ୨୩ ତାରିଖ ପରେ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା !

ଭୁବନେଶ୍ୱର :  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ହେଲେ ଲଘୁଚାପର ପ୍ରଭାବ କେଉଁଠି ରହିବ ତାହା ଏବେ ଆକଳନ କରାଯାଇ ନାହିଁ । ସାରା ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ଉପରେ ରହୁଛି ।

ତେବେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସଂପୂର୍ଣ୍ଣ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ୨୩ ତାରିଖ ପରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ ଆଦି ଜିଲ୍ଲାରେ ବର୍ଷାର ପରିମାଣ ବଢିପାରେ । ଯଦି ଲଘୁଚାପଟି ଘନୀଭୁତ ହୁଏ ଏବଂ ଓଡ଼ିଶା ଉପକୂଳକୁ ଆସେ ତେବେ ବର୍ଷାର ପରିମାଣ ଅଧିକ ରହିପାରେ ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଲଘୁଚାପ ପ୍ରଭାବରେ ଓଡ଼ିଶାରେ କେତେ ପରିମାଣର ବର୍ଷା ହେବ ସେ ନେଇ ଆଇଏମଡି କୌଣସି ସୂଚନା ପ୍ରଦାନ କରିନାହିଁ । କିନ୍ତୁ ଅନ୍ୟାନ୍ୟ ମଡେଲ ଗୁଡିକର ଆକଳନ ହିସାବରେ ଲଘୁଚାପଟି ଆହୁରି ଅଧିକ ଘନୀଭୁତ ହେବାକୁ ପାଗ ଅନୁକୂଳ ରହିଛି । ଯଦି ତାହା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମୁହାଁ ହେବ ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଯଦି ତାହା ପଶ୍ଚିମବଙ୍ଗ –ବାଂଲାଦେଶ ମୁହାଁ ହୁଏ ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ।

ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ନୂଆଦିଲ୍ଲୀ : ଆଜି ବିଶ୍ବକପରେ ପୁଣି ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ପୁଣେରେ ଦିନ ୨ଟାରେ ମ୍ୟାଚ୍ ଖେଳାଯିବ । ଚଳିତ ବିଶ୍ବକପରେ ଏଯାଏ ଭାରତ ଅପରାଜିତ ରହିଛି । ୩ଟି ମ୍ୟାଚ ଖେଳି ବିଜୟ ସହିତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ବାଂଲାଦେଶ ୩ଟିରୁ ଗୋଟିଏ ମ୍ୟାଚ ଜିତିଛି ।

ଆଜି ଭାରତ ମ୍ୟାଚ ଜିତି ଅପରାଜେୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଦ୍ବିତୀୟ ବିଜୟ ଆଶାରେ ରହିଛି ବାଂଲାଦେଶ । ବିଶ୍ବକପରେ ୪ଟି ସଂସ୍କରଣରେ ମାତ୍ର ୪ ଥର ମୁକାବିଲା କରିଛନ୍ତି ଦୁଇ ଭାରତ-ବାଲାଦେଶ । ଭାରତ ୩ଟି ମ୍ୟାଚ ଜିତିଥିବାବେଳେ ବାଂଲାଦେଶ ଗୋଟିଏରେ ବିଜୟ ହାସଲ କରିଛି ।

୨୦୦୭ ବିଶ୍ବକପରେ ଉଭୟ ଦେଶ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା । ଏଥିରେ ବାଂଲାଦେଶ ଭାରତକୁ ୫ ଓ୍ବିକେଟରେ ପରାଜିତ କରିଥିଲା । ପରେ ୨୦୧୧ରେ ଭାରତ ୮୭ ରନରେ ବାଂଲାଦେଶକୁ ହରାଇ ପ୍ରଥମ ପରାଜୟର ପ୍ରତିଶୋଧ ନେଇଥିଲା । ୨୦୧୫ ବିଶ୍ବକପରେ ମଧ୍ୟ ଭାରତ ୧୦୯ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଥିବାବେଳେ ବାଂଲାଦେଶ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ରଖିଛି । ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି ।

ଜାଣନ୍ତୁ ଚନ୍ଦା ହେବା ପଛର ୭ କାରଣ

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନର ପରିବର୍ତ୍ତନଶୀଳ ଦୁନିଆରେ ଆଧୁନିକ ଜୀବନଶୈଳୀକୁ ନେଇ ସମସ୍ତେ ବ୍ୟସ୍ତ। ଖାଦ୍ୟପେୟରେ ଅନିୟମିତତା ସହ ଆବଶ୍ୟକୀୟ ପୁଷ୍ଟିସାରର ଅଭାବ ଯୋଗୁ ଯୁବାବସ୍ଥାରେ ହିଁ ଲୋକଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ସେହିଭଳି ଏକ ସମସ୍ୟା ହେଉଛି ଅତ୍ୟଧିକ କେଶ ଝଡ଼ିବା। ମହିଳାଙ୍କଠାରେ ଅଧିକ କେଶ ଜନିତ ସମସ୍ୟା ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ପୁରୁଷମାନେ ମଧ୍ୟ ଏହାର ସମ୍ମୁଖୀନ ହୋଇଥାନ୍ତି। ମହିଳାଙ୍କ କେଶ ପତଳା ହୋଇଯାଉଥିବା ବେଳେ ପୁରୁଷମାନେ ଚନ୍ଦା ହୋଇଯାଉଛନ୍ତି। ତେବେ ପୁରୁଷମାନେ ବୟସ ବଢ଼ିବା ସହ କାହିଁକି ଚନ୍ଦା ହୋଇଯାଆନ୍ତି ଆସନ୍ତୁ ଜାଣିବା ତାହାର କାରଣ ଏକ ଗବେଷଣା ମୁତାବକ ୭୦ ପ୍ରତିଶତ ପୁରୁଷ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାର ପରିମାଣ ମହିଳାଙ୍କ ଠାରେ ମାତ୍ର ୪୦ ପ୍ରତିଶତ ହୋଇଥାଏ। ପୁରୁଷଙ୍କଠାରେ ଦେଖାଦେଉଥିବା ଚନ୍ଦାପଣକୁ ଏଣ୍ଡୋଜେନିକ ଏଲୋପୋସିୟା ବା ପେଟର୍ନ ବୋଲ୍ଡନେସ୍ କୁହାଯାଏ। ଏଭଳିସ୍ଥିତିରେ କପାଳରୁ କେଶ ପ୍ରବଳମାତ୍ରାରେ ଝଡ଼ିବାରେ ଲାଗେ। ଏହା ଧୀରେ ଧୀରେ ମୁଣ୍ଡର ଉପର ଭାଗ ପର୍ଯ୍ୟନ୍ତ ବ୍ୟାପେ।

ପୁରୁଷଙ୍କ ଚନ୍ଦାପଣର ମୁଖ୍ୟ କାରଣ ହେଉଛି ଜେନେଟିକ୍ସ ଏବଂ ଡି ହାଇଡ୍ରୋ ଟେଷ୍ଟୋଷ୍ଟେରୋନ୍ ନାମକ ପୁରୁଷ ପ୍ରଜନନ ହରମୋନ୍। ଏକ ତଥ୍ୟ ମୁତାବକ, ଯୌବନ ଅବସ୍ଥା ଆରମ୍ଭରେ ପୁଅଙ୍କ ମସଲ୍ସ ଓ ହେଡ୍ ଟିସୁ ପ୍ରସାରିତ ହୋଇଥାଏ। ଏ ଅବସରରେ ଡି ହାଇଡ୍ରୋ ଟେଷ୍ଟୋଷ୍ଟେରୋନ୍ ମଧ୍ୟ ପୁଅଙ୍କ ଶରୀରରେ ଅଧିକ କ୍ଷରିତ ହୋଇଥାଏ। ଏହାର ପରିମାଣ ଶରୀରରେ ବୃଦ୍ଧି ପାଇଲେ ହେୟାର ଫଲିକ୍ସରେ ଉପସ୍ଥିତ କେଶକୁ ସୁସ୍ଥ ରଖିବାରେ ବ୍ୟବହୃତ ହେଉଥିବା ଏଣ୍ଡ୍ରୋଜନ ରିସେପ୍ଟର୍ସକୁ ଶୋଷଣ କରିଥାଏ। ଶରୀରରେ ଏହାର ପରିମାଣ ବୃଦ୍ଧି ପାଇବା ଦ୍ୱାରା ଫଲିକ୍ସ ସଙ୍କୋଚିତ ହୋଇଥାଏ। ଫଳରେ କେଶକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିପାରିନଥାଏ ଓ ଏହା ଝଡ଼ିବାକୁ ଲାଗିଥାଏ। ଏକ ଗବେଷଣା ଅନୁସାରେ, ୩୫ ବର୍ଷ ପର୍ଯ୍ୟନ୍ତ ଦୁଇ-ତୃତୀୟାଂଶ ପୁରୁଷ ଚନ୍ଦାପଣ ସମସ୍ୟାର ଶିକାର ହୋଇଥାନ୍ତି। ସେହିପରି ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରାୟ ୮୦ ପ୍ରତିଶତ ପୁରୁଷ କେଶ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ୱୀକାର କରିଛନ୍ତି।

ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ରାଜ୍ୟପାଳ ହେବେ ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଇଛନ୍ତି ନିଯୁକ୍ତି ।ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ଉତ୍ତରାଧିକାରୀ ଭାବରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ।

ରଘୁବର ୫ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ। ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର ମଧ୍ୟ କାର୍ଯ୍ୟ କରିଛନ୍ତି।

୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମ୍ୟାଟ୍ରିିକ ଓ ଜାମସେଦପୁର କୋ-ଅପରେଟିଭ୍‌‌ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ।

ଆର୍‌‌ଏସ୍‌‌ଏସ୍‌‌ ପୃଷ୍ଠଭୂମି ସହ ଘନିଷ୍ଠ ଭାବରେ ଜଡ଼ିତ ରଘୁବର ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ। ଜାମସେଦପୁର (ପୂର୍ବ) ବିଧାନସଭା ଆସନରୁ ସେ ବିହାର ବିଧାନସଭାକୁ ୧୯୯୫ରେନିର୍ବାଚିତ ହୋଇଥିଲେ ଏବଂ ୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ। ୨୦୦୫ରେ ଅର୍ଜୁୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ। ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ। ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା। ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ।