spot_img
Home Blog Page 272

ଡି-କମ୍ପାନୀ ପିଆଦା ଦାନିଶ୍ ଚିକନା ଗୋଆରୁ ଗିରଫ, ମୁମ୍ବାଇରେ ଚଳାଉଥିଲା ଡ୍ରଗ୍ ଫ୍ୟାକ୍ଟ୍ରି

ଏନସିବି ଦାଉଦ ଇବ୍ରାହିମର ନିକଟବର୍ତ୍ତୀ ଦାନିଶ୍ ଚିକନାକୁ ଗୋଆରୁ ଗିରଫ୍ କରିଛି। ସେ ଦାଉଦର ଡ୍ରଗ୍ସ ସିଣ୍ଡିକେଟ୍ ସମ୍ଭାଳୁଥିଲା ଏବଂ ଡୋଙ୍ଗରୀରେ ତାର ଫ୍ୟାକ୍ଟ୍ରି ଚଳାଉଥିଲା। ପୂର୍ବରୁ ମଧ୍ୟ ଗିରଫ୍ ହୋଇସାରିଥିବା ଦାନିଶ୍ ମର୍ଚ୍ଚଣ୍ଟ୍, ଯିଏ ଦାନିଶ୍ ଚିକନା ନାମରେ ଜଣାଶୁଣା, ମୁମ୍ବାଇରେ ଡ୍ରଗ୍ସର ବଡ଼ ନେଟୱର୍କ୍ ଚଳାଉଥିଲା।

ପୁଲିସ୍ ଦାନିଶ୍ ଚିକନାକୁ ପଚରାଉଚରା କରୁଛି । ଏହା ପୂର୍ବରୁ ମଧ୍ୟ ତାକୁ ଗତ ବର୍ଷ ଗିରଫ୍ କରାଯାଇଥିଲା। ସେହିପରି ୨୦୧୯ରେ ଏନସିବି ଡୋଙ୍ଗରୀ ଅଞ୍ଚଳରେ ଦାଉଦର ଡ୍ରଗ୍ସ ଫ୍ୟାକ୍ଟ୍ରିର ପର୍ଦ୍ଦାଫାସ କରି କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା। ସେତେବେଳେ ପରିବା ଦୋକାନ ଆଢୁଆଳରେ ଡ୍ରଗ୍ କରାବାର ହେଉଥିଲା ।

ସେତେବେଳେ, ମର୍ଚ୍ଚଣ୍ଟକୁ ପୁଲିସ୍ ରାଜସ୍ଥାନରୁ ଗିରଫ୍ କରିଥିଲା। ଯଦିଓ ସେ କିଛି ସମୟ ପରେ ଜେଲ୍ରୁ ବାହାରକୁ ଆସିଯାଇଥିଲା। ଚିକନା ହିଁ ଦାଉଦର ପୁରା ଡ୍ରଗ୍ କାରବାର ପରିଚାଳନା କରୁଥିଲା। ପୁରା ମୁମ୍ବାଇ ସହିତ ଦେଶବ୍ୟାପୀ ତାର ନେଟୱର୍କ୍ କାମ କରୁଥିଲା। ଅନେକ ଥର ଗିରଫ୍ ହେବା ପରେ ମଧ୍ୟ ସେ ଡ୍ରଗ୍ କାରବାର ଚଳାଉଥିଲା। ଯଦିଓ ପୁଲିସ୍ ପୂର୍ବରୁ ହିଁ ତାର ଫ୍ୟାକ୍ଟ୍ରିକୁ ଧ୍ୱଂସ କରିଦେଇଥିଲା।

ଦାଉଦର ଖାସ୍ ୟୁସୁଫର ଖାସ୍ ହେଉଛି ଚିକନା

ଦାନିଶ୍, ଦାଉଦର ଖାସ ୟୁସୁଫ ଚିକନାର ବଡ଼ ପୁଅ। ଦାଉଦ ସହିତ ମଧ୍ୟ ତାର ଭଲ ସମ୍ପର୍କ ଅଛି। ପୁଲିସ୍ ଦୀର୍ଘ ସମୟ ଧରି ତାର ଖୋଜରେ ଲାଗିଥିଲା। ଯଦିଓ ସେ ପ୍ରତ୍ୟେକ ଥର ପୁଲିସ୍କୁ ଠକିବାରେ ସଫଳ ହେଉଥିଲା। ଗୋଆରୁ ଗିରଫ୍ ହେବା ପରେ ପୁଲିସ୍ ତାକୁ ମୁମ୍ବାଇକୁ ଆଣିବ। ଯେଉଁଠାରେ ତାଠାରୁ ପୁରା ଡ୍ରଗ୍ କାରବାର ସମ୍ପର୍କରେ ପଚରାଉଚରା କରାଯିବ। ଏହା ବିଶ୍ୱାସ କରାଯାଉଛି ଯେ ଏହି ପଚରାଉଚରାରେ ଅନେକ ବଡ଼ ଖୁଲାସା ହୋଇପାରେ।

ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୫ରୁ ଅଧିକ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ, ମେଡିକାଲରେ ଭର୍ତ୍ତି

କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୫ରୁ ଅଧିକ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ । ଆକ୍ରାନ୍ତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ରାତିରେ ଇଷ୍ଟ ହଷ୍ଟେଲର ଛାତ୍ର ମାନେ ଖାଦ୍ୟ ଖାଇବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତ ଛାତ୍ରଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି । ଦୂଷିତ ପାଣିରୁ ଏଭଳି ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି।

ନୂଆପଡା ଉପ ନିର୍ବାଚନରେ ବିଜେପିକୁ ଝଟକା: ବିଜେଡିରେ ମିଶିଲେ ବିଜେପିର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା

ନୂଆପଡା ଉପ ନିର୍ବାଚନରେ ବିଜେପିକୁ ଝଟକା । ବିଜେଡିରେ ମିଶିଲେ ବିଜେପିର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା। ନୂଆପଡାର ଦୁଇ ବିଜେପି ସଂଗଠକ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ଦୁଇଜଣ ହେଲେ ସରପଞ୍ଚ ସଙ୍ଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପସଭାପତି ଟେକରାମ ସାହୁ, ପୂର୍ବତନ ନୂଆପଡା ନଗର ସଭାପତି ଉମେଶ ସହିଷ । ତିନି ଯୁବନେତା ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେଡିରେ ସାମିଲ ହୋଇଛନ୍ତି ।

ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ତାଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟଶଙ୍କର ମିଶ୍ର ସ୍ୱାଗତ କରିଥିଲେ । ହରିଶଚନ୍ଦ୍ର ପଣ୍ଡା ନୂଆପଡାରେ ଜଣେ ଦୃଢ଼ ସଂଗଠକ । ନିର୍ବାଚନ ପରିଚାଳନାରେ ତାଙ୍କ ସକ୍ରିୟ ଅନୁଭୂତି ରହିଛି । ନୂଆପଡାରେ ବିଜେଡି ସ୍ଥିତି ମଜବୁତ ରହିଛି । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ନୂଆପଡା ଜିଲ୍ଲା ଗଠନ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି, ଯାହାକୁ ଆଜି ବି ନୂଆପଡାବାସୀ ମନେ ରଖିଛନ୍ତି । ଗତ ୧୬ ମାସରେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେବ । ବିଜେପି ଜୟ ଢୋଲକିଆଙ୍କୁ ନିଜ ଦଳକୁ ନେଇ ପ୍ରାର୍ଥୀ କରି ବିଜେପି କର୍ମକର୍ତ୍ତାଙ୍କୁ ଅଣଦେଖା କରିଛନ୍ତି । ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭା ସାଂସଦ ଓ ତାଙ୍କ ପୁତ୍ର ଅଭିନନ୍ଦନଙ୍କୁ ନିଗମ ଅଧ୍ୟକ୍ଷ ପଦର ପ୍ରତିଶ୍ରୁତି ଦେଇଛି ବିଜେପି । ନୀତି ଆଦର୍ଶ କଥା କହୁଥିବା ବିଜେପି କେବଳ ଡିଲ୍ କରୁଛି ବୋଲି କହିଛନ୍ତି ହରିଶଚନ୍ଦ୍ର ପଣ୍ଡା । ଏହାଦ୍ୱାରା ଅସଲ କର୍ମକର୍ତ୍ତାମାନେ ପ୍ରତାରିତ ହେଉଛନ୍ତି । ଆଗାମୀ ସପ୍ତାହରେ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେବେ । ନୂଆପଡାବାସୀ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବେ ବୋଲି କହିଛନ୍ତି ହରିଶଚନ୍ଦ୍ର ।

ସାଇବର ଠକେଇ ମାମଲା: ଭୁବନେଶ୍ୱରରେ ପଶ୍ଚିମବଙ୍ଗ ପୋଲିସ

ସାଇବର ଠକେଇ ମାମଲା। ଭୁବନେଶ୍ୱରରେ ପଶ୍ଚିମବଙ୍ଗ ପୋଲିସ । ସେୟାର ମାର୍କେଟ ଠକେଇ ଘଟଣାର ତଦନ୍ତ ପାଇଁ ଆସିଛି ପଶ୍ଚିମବଙ୍ଗ ଟିମ । ଭୁବନେଶ୍ୱର ସାଇବର ଥାନା ସହାୟତରେ ତଦନ୍ତ ଜାରି । ଅଭିଯୁକ୍ତ ଦୀପକ ବଳିଆରସିଂକୁ ଧରିବା ପାଇଁ ଆସିଛି ଟିମ । ପାଖାପାଖି ୨୮ ଲକ୍ଷ ଟଙ୍କା ଠକେଇ ନେଇ ହୋଇଥିଲା ଅଭିଯୋଗ।

ବାତ୍ୟା ପ୍ରଭାବ : ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ମୋନ୍ଥା ଯୋଗୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପବନର ଗତି ୪୫-୫୫ କିମି ପ୍ରତି ଘଣ୍ଟା ଓ ଝଟକା ପବନର ବେଗ ୬୫ କିଲୋମିଟର ପ୍ରତି ଘଣ୍ଟା ରହିବ । ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ୩୫-୪୫ କିମି ପ୍ରତି ଘଣ୍ଟା ପବନର ବେଗ ରହିବ ଓ ଝଟକା ପବନ ୫୫ କିମି ପ୍ରତିଘଣ୍ଟା ରହିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ସନ୍ଧ୍ୟା ୭ ରୁ ରାତି ୧ ପର୍ଯ୍ୟନ୍ତ ଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ସର୍ବାଧିକ ବର୍ଷା ମୟୂରଭଞ୍ଜରେ ରେକର୍ଡ କରାଯାଇଛି । ବାଲେଶ୍ବରରେ ୯୩.୮ ମିଲିମିଟର, ଚାନ୍ଦବାଲିରେ ୭୪.୪ ମିଲିମିଟର, ଖୋର୍ଦ୍ଧାରେ ୯୮ ମିଲିମିଟର ଓ ମୟୂରଭଞ୍ଜରେ ୧୦୫ ମିଲିମିଟର ବର୍ଷା ହୋଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ଆଜି ବର୍ଷା ହୋଇପାରେ ଏଥିପାଇଁ ସତର୍କ କରାଯାଇଛି । ଆଜି ମଧ୍ୟ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ବାରଣ କରାଯାଇଛି।.

ଦୁର୍ବଳ ହେଲା ଭୀଷଣ ବାତ୍ୟା ମୋନ୍ଥା

ନନ୍ଦିଘୋଷ ବ୍ୟୁରୋ: ଦୁର୍ବଳ ହେଲା ଭୀଷଣ ବାତ୍ୟା ମୋନ୍ଥା। ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବା ପରେ ଏହା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ବିଭିନ୍ନ ଉପକୂଳ ଜିଲ୍ଲାରେ ସାମାନ୍ୟ ଅଧିକ ବେଗରେ ପବନ ବହିବା ପରିଲକ୍ଷିତ ହୋଇଛି। ଗତ ୬ ଘଣ୍ଟା ଧରି ଏହା ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଗୋପାଳପୁରଠାରୁ ୪୬୦ କିଲୋମିଟର ଦୂରରେ ରହିଛି ମୋନ୍ଥା। ଆନ୍ଧ୍ର ଉପକୁଳର ମଛଲିପାଟ୍ଟନମ ଓ କଳିଙ୍ଗପାଟ୍ଟନମ ମଧ୍ୟରେ ରାତି ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା। କାକିନାଡ଼ାର ଦକ୍ଷିଣରେ ନରସାପୁର ନିକଟରେ ସ୍ଥଳଭାଗ ଛୁଇଁଥିଲା ଭୀଷଣ ବାତ୍ୟା ମୋନ୍ଥା। ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଥିଲା ବାତ୍ୟା। ଥଣ୍ଡା ଜଳୀୟବାଷ୍ପ ପ୍ରଭାବରେ ସ୍ଥଳ ଭାଗରେ ଦୁର୍ବଳ ହୋଇଯାଇଥିଲା ବାତ୍ୟା। ବାୟୁମଣ୍ଡଳରେ ଆବଶ୍ୟକ ତାତି ନପାଇବାରୁ ବଳ ଗୋଟାଇ ପାରିଲାନି ବାତ୍ୟା। ବାତ୍ୟା ପ୍ରଭାବରେ କିଛି ଆନ୍ଧ୍ରର କିଛି ସ୍ଥାନରେ ଗଛ ଭାଙ୍ଗିଛି। ପଶ୍ଚିମ ଗୋଦାବରୀ, କ୍ରିଷ୍ଣା, ପୂର୍ବ ଗୋଦାବରୀ ଜିଲ୍ଲାରେ ବର୍ଷା ହୋଇଥିବା ଜଣାଯାଇଛି।

ରାଫେଲରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ: ରାଫେଲରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ବାୟୁସେନାର ଲଢୁଆ ବିମାନରେ ଉଡ଼ିବେ ରାଷ୍ଟ୍ରପତି। ହରିଆଣାର ଅମ୍ବାଲାରୁ ସେ ଭରିବେ ଉଡ଼ାଣ। ପୂର୍ବରୁ ୨୦୨୩ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇ-୩୦ଏମକେଆଇରେ ଉଡ଼ାଣ ଭରିଥିଲେ। ଭାରତୀୟ ବାୟୁସେନାର ରୂପାନ୍ତରିତ ରାଫେଲ ବିମାନରେ ଉଡ଼ାଣ ଭରିବା କ୍ଷେତ୍ରରେ ଦ୍ରୌପଦୀ ହେଉଛନ୍ତି ପ୍ରଥମ ମହିଳା ରାଷ୍ଟ୍ରପତି। ଫ୍ରାନସ ପକ୍ଷରୁ ନିର୍ମିତ ରାଫେଲ ଭାରତୀୟ ବାୟୁସେନା ଲାଗି ଅତି ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 4 POINT 5 ଜେନେରେସନର ଫାଇଟର ଏୟାରକ୍ରାଫ୍ଟର ରହିଛି ବହୁମୁଖୀ ସାମର୍ଥ୍ୟ। ରାଫେଲର ଭାରତ ଲାଗି ନିର୍ଦ୍ଧାରିତ ବୈଶିଷ୍ଟ ଅନୁସାରେ ଏହାକୁ ରୂପାନ୍ତରିତ କରାଯାଇଛି। ଏଥିରେ ଇସ୍ରାଏଲ ହେଲମେଟ ମାଉଣ୍ଟେଡ ଡିସପ୍ଲେ, ରାଡାର ୱାର୍ଣ୍ଣିଂ ରିସିଭର, ଲୋ-ବ୍ୟାଣ୍ଡେଡ ଜାମର, ୧୦ ଘଣ୍ଟାର ଫ୍ଲାଇଟ ଡାଟା ରେକର୍ଡିଂ ବ୍ୟବସ୍ଥା ଆଦି ରହିଛି।

ଏବେ ମୋବାଇଲରେ ନାଁ ସହିତ ଆସିବ କଲ…

ନନ୍ଦିଘୋଷ ବ୍ୟୁରୋ : ଖୁବଶୀଘ୍ର ଆପଣଙ୍କ ମୋବାଇଲ ସ୍କ୍ରିନରେ ନାଁ ସହିତ ଦେଖାଯିବ ନମ୍ବର । ସୂଚନା ଅନୁସାରେ,  ଦୂରସଞ୍ଚାର ବିଭାଗ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ଏକ ସର୍କିଲରେ ଏହି ସୁବିଧା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୁବିଧା ଏକ ସପ୍ତାହ ମଧ୍ୟରେ ଆରମ୍ଭ କରିବା ପାଇଁ କୁହାଯାଇଛି । ଏଥିରେ କଲ କରିବା ଲୋକଙ୍କ ନାଁ ସହିତ ନମ୍ବର ଆସିବ ।

କମ୍ପାନୀଗୁଡ଼ିକ ସେମାନଙ୍କ ପସନ୍ଦର ସର୍କଲ ବାଛିପାରିବେ। ସେମାନଙ୍କୁ ପ୍ରାୟ 60 ଦିନ ପାଇଁ ଏହି ପରୀକ୍ଷଣ କରିବାକୁ ପଡିବ। ସଫଳ ହେବା ପରେ, ସେବା ସାରା ଦେଶରେ କାର୍ଯ୍ୟକାରୀ ହେବ। କମ୍ପାନୀଗୁଡ଼ିକୁ ସରକାରଙ୍କୁ ସାପ୍ତାହିକ ରିପୋର୍ଟ ଦାଖଲ କରିବାକୁ ପଡିବ। ରିପୋର୍ଟ ଆଧାରରେ, ସରକାର ଯେକୌଣସି ସମସ୍ୟାର ସମାଧାନ କରିବେ।

ଭୋଡାଫୋନ୍ ଆଇଡିଆର ଅସ୍ତିତ୍ୱ ପାଇଁ ବଡ଼ ଆଶ୍ୱସ୍ତି!

ଏହି ସମୟରେ, କୋର୍ଟଙ୍କ ରାୟ ଭୋଡାଫୋନ ଆଇଡିଆର ବଞ୍ଚିବା ପାଇଁ ଏକ ବଡ଼ ଆଶ୍ୱସ୍ତି ହୋଇପାରେ। ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ସରକାରଙ୍କୁ ଭୋଡାଫୋନ ଆଇଡିଆ ଲିମିଟେଡର ୫୬୦୬ କୋଟିର AGR ବକେୟା ପୁନଃବିଚାର ଏବଂ ସଜାଡ଼ିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଏକ କୋର୍ଟଙ୍କ ନିର୍ଦ୍ଦେଶ ଟେଲିକମ୍ କମ୍ପାନୀ ପାଇଁ ଜୀବନରେଖା ପ୍ରମାଣିତ ହୋଇପାରେ।

ବ୍ରୋକରେଜ୍ ଫାର୍ମ ସିଟି ଏକ ରିପୋର୍ଟରେ କହିଛି, “ସୁପ୍ରିମ କୋର୍ଟର ଏହି ନିଷ୍ପତ୍ତି ଟେଲିକମ୍ କ୍ଷେତ୍ର ଉପରେ, ବିଶେଷକରି ଭୋଡାଫୋନ୍ ଆଇଡିଆ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇପାରେ। କମ୍ପାନୀ ଏହି ନିଷ୍ପତ୍ତିରୁ ଆଂଶିକ ଛାଡ଼, ଦେୟ ସମୟସୀମା ବୃଦ୍ଧି କିମ୍ବା ଉଭୟ ଆକାରରେ ଆଶ୍ୱସ୍ତି ପାଇପାରେ। କମ୍ପାନୀର ସ୍ଥିରତାକୁ ନେଇ ଅନିଶ୍ଚିତତା ମଧ୍ୟ ଦୂର ହେବ।”

କମ୍ପାନୀ ୨୫ ହଜାର କୋଟି ବ୍ୟାଙ୍କ ପାଣ୍ଠି ସଂଗ୍ରହ ପ୍ରକ୍ରିୟାରେ ଅଛି, ଯାହା AGR ବିବାଦ ଯୋଗୁଁ ଅଟକି ଯାଇଥିଲା। ଯଦି ଆଶ୍ୱସ୍ତି ମିଳେ, ତେବେ ଭୋଡାଫୋନ୍ ଆଇଡିଆ ପ୍ରତି ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବ। ଏହା କମ୍ପାନୀକୁ ଅତିରିକ୍ତ ଇକ୍ୱିଟି ସଂଗ୍ରହ କରିବାରେ ମଧ୍ୟ ସାହାଯ୍ୟ କରିପାରେ, ଯାହା ସରକାରଙ୍କ ବର୍ତ୍ତମାନର ଅଂଶଧନକୁ ହ୍ରାସ କରିପାରିବ।

ନିଆରା ପ୍ରେମ : କ୍ୟାନସର ପୀଡ଼ିତ ଯୁବକଙ୍କ ସହ ମହିଳା କିଡନୀ ରୋଗୀଙ୍କ ବିବାହ, ସର୍ତ୍ତ ଥିଲା ଏମିତି

ନନ୍ଦିଘୋଷ ବ୍ୟୁରୋ: ଯୁବତୀଙ୍କୁ କିଡନୀ ରୋଗ । ଡୋନର ନମିଳିବାରୁ ରଖିଲେ ଏମିତି ସର୍ତ୍ତ ଯାହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । କ୍ୟାନସର ପିଡ଼ୀତ ରୋଗୀଙ୍କୁ ସର୍ତ୍ତ ରଖି କଲେ ବିବାହ । ଆଉ ସର୍ତ୍ତ ଥିଲା, ଯୁବକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ତାଙ୍କର ସେବା କରିବେ । ଆଉ ବଦଳରେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କୁ ଯୁବତୀଙ୍କୁ ତାଙ୍କ କିଡନୀ ମିଳିବ । ହେଲେ ବିଧିର ବିଧାନ ଥିଲା ଅଲଗା । ସର୍ତ୍ତରୁ ଆରମ୍ଭ ହୋଇଥିବା ଏହି ବୈବାହିକ ଜୀବନ କେତେବେଳେ ଅତୁଟ ପ୍ରେମରେ ପରିଣତ ହୋଇଗଲା ତାହା ଉଭୟଙ୍କୁ ଜଣାପଡ଼ି ନଥିଲା ।
ଏକ ନିଆରା ପ୍ରେମ କାହାଣୀ
ଚୀନର ଏହି ଘଟଣା ଏବେ ଚର୍ଚ୍ଚାର କାରଣ ପାଲଟିଛି । ସର୍ତ୍ତମୂଳକ ବିବାହ ପରେ ଉଭୟ ଏକାଠି ରହିବାକୁ ଲାଗିଥିଲେ । ଆଉ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାକୁ ଲାଗିଥିଲା । ସେତିକି ନୁହେଁ ଉଭୟ ପରସ୍ପରକୁ ଭଲପାଇ ବସିଥିଲେ । ନିକଟରେ କ୍ୟାନସରରୁ ବଞ୍ଚିଥିବା ପ୍ରେରଣାଦାୟୀ କାହାଣୀ ମଧ୍ୟରେ ୨୦୧୪ର ଏହି ଘଟଣା ଏବେ ଲୋକଙ୍କ ପ୍ରତି ଧ୍ୟାନ ଆକର୍ଷଣ କରୁଛି ।
କେମିତି ହେଲା ଭେଟ୍ ?
ମ୍ୟାଗେଜିନ ମ୍ୟାରେଜ ଆଣ୍ଡ ଫେମିଲି ଅନୁସାର ଶାଂକ୍ସି ପ୍ରାନ୍ତର ୨୪ ବର୍ଷିୟ ଓ୍ବଙ୍ଗ ଜିୟାଓଙ୍କୁ ୟୁରିମିୟା ରୋଗ ଥିଲା । ତାଙ୍କୁ କୁହାଯାଇଥିଲା କିଡନୀ ଟ୍ରାନ୍ସପ୍ଲାଣ୍ଟି ବିନା ତାଙ୍କ ପାଖରେ ମାତ୍ର ଏକବର୍ଷ ସମୟ ରହିଛି । ସମ୍ପର୍କୀୟଙ୍କ ପାଖରୁ ନିରାଶ ହେବା ପରେ ଓ୍ବାଙ୍ଗ ଏକ ନିଆରା ପଦକ୍ଷେପ ନେଇଥିଲେ । ଜଣଙ୍କ ପରାମର୍ଶ ଅନୁସାରେ, ଏକ କ୍ୟାନସର ସହାୟତା ଗ୍ରୁପରେ ଏକ ବିବାହ ବିଜ୍ଞାପନ ପୋଷ୍ଟ କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ, ମୁଁ ବିବାହ କରିବାକୁ ଏମିତି ଜଣେ ରୋଗୀ ଖୋଜୁଛି, ଯାହାଙ୍କ ରୋଗ ଭଲ ହେବାର ସମ୍ଭାବନା ନଥିବ । ତାଙ୍କର ମୃତ୍ୟୁ ପରେ ତାଙ୍କ କିଡ଼ନୀ ମୋତେ ମିଳିବ । ଏଥିରେ ସେ ଲେଖିଥିଲେ, ବିବାହ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭଲରେ ସେବା କରିବି । ମୋତେ କ୍ଷମା କରିବେ । କାରଣ, ମୁଁ ବଞ୍ଚିବାକୁ ଚାହୁଁଛି ।
କିଛିଦିନ ପରେ ୨୭ ବର୍ଷିୟ ୟୁ ଜିୟାନପିଙ୍ଗ ନାମକ ଯୁବକ ଓ୍ବାଙ୍ଗଙ୍କ ବିଜ୍ଞାପନରେ ପ୍ରତିକ୍ରିୟା ଦେଇଥିଲେ । ତାଙ୍କର ବ୍ଲାଡ ଗ୍ରୁପ୍ ଓ୍ବାଙ୍ଗଙ୍କ ସହ ମେଳ ଖାଉଥିଲା । ବିଜନେସ ମ୍ୟାନେଜର ଥିବା ୟୁ କ୍ୟାନସର ପୀଡ଼ିତ ଥିଲେ । ଚିକିତ୍ସା ପାଇଁ ତାଙ୍କ ବାପା ଘର ପର୍ଯ୍ୟନ୍ତ ବିକ୍ରି କରିଦେଇଥିଲେ । ଔଷଧ ସାହାରାରେ ସେ ଜୀବିତ ଥିଲେ । ୨୦୧୩ରେ ଉଭୟ ଚୁପଚାପ ବିବାହ ପଞ୍ଜିକରଣ କରିଥିଲେ । ସେମାନେ ନିଜ ବିବାହକୁ ଗୁପ୍ତ ରଖିବା, ଆର୍ଥିକ ନେଣଦେଣକୁ ନିଜେ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାସହ ସର୍ତ୍ତ ଅନୁସାରେ ୟୁଙ୍କ ମୃତ୍ୟୁ ପରେ ତାଙ୍କ କିଡ଼ନୀ ଓ୍ବାଙ୍ଗଙ୍କୁ ଦାନରେ ମିଳିବ ।
ଦେଖାରଖାରୁ ପ୍ରେମ
ସର୍ତ୍ତ ଅନୁସାରେ କିଡନୀ ବଦଳରେ ଓ୍ବାଙ୍ଗଙ୍କୁ ୟୁଙ୍କ ସେବା କରିବାର ଥିଲା । ଧୀରେ ଧୀରେ ଏହା ସେମାନଙ୍କୁ ପରସ୍ପର ପ୍ରତି ଆକୃଷ୍ଟ କରିଥିଲା । ଆଉ ଉଭୟ ପ୍ରେମରେ ପଡ଼ିଯାଇଥିଲେ । ଉଭୟ ପ୍ରତିଦିନ କଥା ହେବା ସହ ସ୍ବାସ୍ଥ୍ୟ ଓ ନିଜକୁ ନେଇ କଥା ହେବାକୁ ଲାଗିଲେ । ଓ୍ବାଙ୍ଗଙ୍କ ଚଞ୍ଚଳ ସ୍ବଭାବ ସବୁବେଳେ ୟୁଙ୍କୁ ହସାଉଥିଲା । ଓ୍ବାଙ୍ଗଙ୍କ ଆଶା ୟୁଙ୍କ ଉତ୍ସାହ ବଢ଼ାଇବାର କାମ କଲା । ଏପରିକି ଓ୍ବାଙ୍ଗଙ୍କ ମୁହଁରେ ହସ ଟିକିଏ ଦେଖିବାକୁ ସେ ତାଙ୍କ ପାଇଁ ସୁପ୍ ବନାଇବା ଆରମ୍ଭ କରି ଦେଇଥିଲେ । ଏମିତିକି ବିଭିନ୍ନ କାର୍ଯ୍ୟକ୍ରମକୁ ଉଭୟ ଏକାଠି ଯିବାକୁ ଲାଗିଥିଲେ ।
ୟୁଙ୍କ ବୋନମ୍ୟାରୋ ପାଇଁ ଓ୍ବାଙ୍ଗ ବିକି କରୁଥିଲେ ଫୁଲ
ୟୁଙ୍କ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଖର୍ଚ୍ଚରେ ସହାୟତା କରିବା ପାଇଁ ଓ୍ବାଙ୍ଗ ରାସ୍ତାରେ ଏକ ଷ୍ଟଲ ପକାଇ ଫୁଲତୋଡ଼ା ବିକ୍ରି କରିବା ଆରମ୍ଭ କରିଥିଲେ । ଫୁଲ ସହ ସେ କାର୍ଡ ବି ରଖିଥିଲେ । ଯେଉଁଥିରେ ଫୁଲର କାହାଣୀ ଲେଖା ରହୁଥିଲା । ଆଉ ଏହା ତାଙ୍କ ଦୋକାନ ପ୍ରତି ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା ।
ଫୁଲ ବିକ୍ରି ଓ ନିଜେ ରଖିଥିବା କିଛି ଟଙ୍କାକୁ ମିଶାଇ ଓ୍ବାଙ୍ଗ ୫ ଲକ୍ଷ ୟୁଆନ (୭୦ ହଜାର ଡଲାର) ଯୋଗାଡ଼ କରିବାକୁ ସଫଳ ହୋଇଥିଲେ । ଯାହା ୟୁଙ୍କ ସର୍ଜରୀ ପାଇଁ ପର୍ଯ୍ୟାପ୍ତ ଥିଲା । ୨୦୨୪ ଜୁନ ପର୍ଯ୍ୟନ୍ତ ୟୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହୋଇଯାଇଥିଲା । ଏହାସହ ଓ୍ବାଙ୍ଗଙ୍କ ସ୍ବାସ୍ଥାବସ୍ଥାରେ ବି ସୁଧାର ଆସିଯାଇଥିଲା । ତାଙ୍କର ଡାଇଲେସିସି ସପ୍ତାହକୁ ଦୁଇଥରରୁ କମି ମାସକୁ ଥରେକୁ ଚାଲି ଆସିଥିଲା । ଏପରିକି ଡାକ୍ତର ବି କହି ସାରିଥିଲେ, ଏବେ ତାଙ୍କୁ ଆଉ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ନାହିଁ ।
ସ୍ବାସ୍ଥ୍ୟ ଜୀବନ ଜିଉଁଛନ୍ତି ଉଭୟ
୨୦୧୫ ଫେବୃଆରୀରେ ଉଭୟ ନିଜ ପ୍ରେମର ଓ ସୁସ୍ଥ ହେବା ଖୁସିରେ ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରେ ବିବାହ ଭୋଜିର ଆୟୋଜନ କରିଥିଲେ । ସେମାନଙ୍କ କାହାଣୀ ପରେ ‘ବିବା ଲା ବିଡ଼ା’ ଫିଲ୍ମ ଆକାରରେ ପରଦାକୁ ଆସିଥିଲା । ଯାହାର ପ୍ରିମିୟର ୨୦୨୪ରେ ଚୀନରେ ହୋଇଥିଲା । ଏହି ଫିଲ୍ମ ୨୭୬ ମିଲିୟନ ୟୁଆନ (୩୮ ମିଲିୟନ ଆମେରିକୀୟ ଡଲାର)ରୁ ଅଧିକ ରୋଜଗାର କରିଥିଲା ।
ଆଜି ବି ଏହି ଦମ୍ପତି ସୁସ୍ଥ ଅଛନ୍ତି ଓ ଫୁଲ ଦୋକାନ କରି ନିଜ ପରିବାର ଚଲାଉଛନ୍ତି ।

କଟକ ବସୁନ୍ଧରା ଆଶ୍ରମରେ ଖୁସିର ମାହୋଲ, ୨୬ ବର୍ଷ ପରେ ଫେରିଛି ସୁନା ଝିଅ ସୁଧନ୍ୟା

କଟକ : ଯଶୋଦା ମାଆ ଆଖିରେ ଲୁହ । ହେଲେ ଏହା ଦୁଃଖର ନୁହେଁ ଖୁସିର । ବସୁନ୍ଧରାକୁ ଫେରିଛି ସୁନା ଝିଅ ସୁଧନ୍ଯା । ଖୁସିରେ ନାଚୁଛି କଟକ ବିଡ଼ାନାସୀ ସ୍ଥିତ ବସୁନ୍ଧର ଆଶ୍ରମ । ୨୬ ବର୍ଷ ପରେ ଝିଅ ଫେରିଥିବାରୁ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ଆଶ୍ରମର ପାଳିତ ମାଆ ଶୈଳ । ଆଖିରେ ଭାସି ଯାଇଛି ୧୯୯୪ର ସେହି ଦୃଶ୍ଯ । ୨ ମାସର ଝିଅକୁ ବେସାହାରା କରି ବସୁନ୍ଧରା ଦୁଆରେ ଛାଡ଼ି ଚାଲି ଯାଇଥିଲା ମାଆ । ସେହି କଅଁଳ ଶିଶୁର ହସ, କାନ୍ଦରେ ପୂରି ଉଠିଥିଲା ଆଶ୍ରମ ପରିସର । ୧୯୯୯ରେ ତାର ଭାଗ୍ଯ ବଦଳିଥିଲା । ଆମେରିକାର ଦମ୍ପତି ତାକୁ କୋଳେଇ ନେଇଥିଲେ । ୨୬ ବର୍ଷ ପରେ ବସୁନ୍ଧରାର ସୁଧନ୍ଯା ବିବାହ କରି ଆଜି ସ୍ବାମୀ, ଶାଶୂ, ଶ୍ବଶୁର, ମାଆଙ୍କ ସହ ନିଜ ଘରକୁ ଫେରିଛି । ଆମେରିକାର ସୁଡି ର ସ୍ବାଗତ ପାଇଁ ଉତ୍ସବମୁଖର ହୋଇଛି ବସୁନ୍ଧରା ।

ବସୁନ୍ଧରାର ସୁନା ଝିଅ ସୁଧନ୍ଯା ଓ ସ୍ବାମୀ ହର୍ଷଙ୍କ ସ୍ବାଗତ ପାଇଁ ସୁନ୍ଦର ଆଲୋକମାଳାରେ ଝଟକି ଉଠିଛି ବସୁନ୍ଧରା ଆଶ୍ରମ । ସମସ୍ତେ ମିଶି ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ବସୁନ୍ଧରାରେ ମାଆ ଓ ନିଜ ଭାଇ, ଭଉଣୀଙ୍କୁ ଦେଖି ସୁଧନ୍ଯା ଓ ତାଙ୍କ ସ୍ବାମୀ ବି ଖୁସି । ଉଭୟ ପରିବାରର ସମ୍ପର୍କୀୟ ଓ ଅତିଥି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ଦେଇଛନ୍ତି । ସୁଡି ଖାଲି ସ୍ବାମୀ ଡ. ହର୍ଷଙ୍କ ସହ ଫେରିନି, ଏହାରି ଭିତରେ ସେ ମାଆ ହେବାକୁ ଯାଉଛି । ଏଥିପାଇଁ ସମସ୍ତଙ୍କ ମନରେ ଡବଲ ଖୁସି । ସମସ୍ତେ ମିଶି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଇଛା କରିଛନ୍ତି । ବିବାହର ପୁରୁଣା ସ୍ମୃତିକୁ ମନେ ପକେଇବା ପାଇଁ ସୁଧନ୍ୟା ଏବଂ ହର୍ଷ ପରସ୍ପରକୁ ଅତିଥିଙ୍କ ଗହଣରେ ବରଣମାଳା ପିନ୍ଧାଇବା ସହ ଖୁସି ବାଣ୍ଟିଥିଲେ । ଭବିଷ୍ୟତରେ ବସୁନ୍ଧରାକୁ ସହଯୋଗର ହାତ ବଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।