ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅବପାତରେ ପରିଣତ ହୋଇ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ମୁଁହା ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଏବଂ ପବନ ବୋହିବାର ଆଶଙ୍କା ରହିଛି। ଏହି ବାତ୍ୟା ମୋନ୍ଥା ପ୍ରଭାବ ଚିଲିକାରେ ଦେଖିବାକୁ ମିଳିଛି। ଦେଖନ୍ତୁ ନନ୍ଦିଘୋଷ ଟିଭିରେ EXCLUSIVE ଦୃଶ୍ୟ ଚିଲିକା ବର୍ତ୍ତମାନ ଅଶାନ୍ତ ହୋଇପଡିଛି। ସୁ ସୁ ପବନ ସହିତ ବର୍ଷା ମଧ୍ୟ ଲାଗିରହିଛି। ଚିଲିକା ମଧ୍ୟରେ ଥିବା କାଳିଜାଈ ପୀଠ ସମ୍ପୂର୍ଣ୍ଣ ଜନଶୂନ୍ୟ ରହିଛି। ଚିଲିକା ଜଳରାଶି ଲହଡ଼ି କାଳିଜାଈ ପୀଠରେ ତୁହାକୁ ତୁହା ମାଡ ହୋଇଛି। ଚିଲିକା ମଧ୍ୟକୁ କୌଣସି ଡ଼ଙ୍ଗା ନ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।.
ଫୁଲୁଛି ବାହୁଦା ନଦୀ, ଖୋଲିଲା ବାଘଲଟି ଡ୍ୟାମର ତିନୋଟି ଗେଟ୍
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଚିକିଟି ବାହୁଦା ନଦୀରେ ଫୁଲୁଛି ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବାଘଲଟି ଡ୍ୟାମର ତିନୋଟି ଗେଟ ଖୋଲିଛି । ଜଳଭଣ୍ଡାରରୁ ସକାଳ ୯ ଘଣ୍ଟା ବେଳେ ଉପରମୁଣ୍ଡରୁ ୨୦୦ କ୍ୟୁସେକ ପାଣି ଆସୁଥିବା ବେଳେ ୩ଟି ଗେଟ ଖୋଲି ବର୍ଷା ଜଳ ୧୫୦ କ୍ୟୁସେକ ଜଳ ବାହୁଦା ନଦୀକୁ ଛଡା ଯାଇଥିବା ସୂଚନା ମିଳିଛି । ନୂଆପଡା ତଥା ଆଖପାଖ ଅଞ୍ଚଳର ସମସ୍ତ ଜନସାଧରଣଙ୍କୁ ସତର୍କ କରାଯାଇଛି । ନଦୀର ତଳ ମୁଣ୍ଡରେ ଥିବା ଗ୍ରାମ ଗୁଡିକରେ ବନ୍ୟା ଗ୍ରାମକୁ ପ୍ରବେଶ କରିପାରେ ବୋଲି ସତର୍କ କରାଯାଇଛି । ତେବେ ଜମିରେ ଅଣ୍ଟାଏ ଲେଖାଏଁ ପାଣି ପଶି ଧାନ ସଫଲ ସମ୍ପୂର୍ଣ ବୁଡି ରହିଛି ।
ରାୟଗଡା ଜିଲ୍ଲାରେ ବାତ୍ଯା ମୋନ୍ଥାର ପ୍ରଭାବ, ରାତିରୁ ଆରମ୍ଭ ହେଲାଣି ବର୍ଷା
ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲାରେ ବାତ୍ଯା ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ମଧ୍ଯ ରାତ୍ରିରୁ ଜିଲ୍ଲାର କିଛି କିଛି ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଅନ୍ଯପଟେ ବାତ୍ଯାକୁ ନେଇ ଜିଲ୍ଲା ପ୍ରଶାସନ ବେଶ୍ ସଜାଗ ହୋଇଛି। ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାର ଙ୍କ ସମେତ ଅନ୍ଯ ଅଧିକାରୀଙ୍କୁ ସଜାଗ ରହିଛନ୍ତି। ଭୂସ୍କଳନ ସମ୍ଭାବ୍ଯ ସ୍ଥାନକୁ ଚିହ୍ନଟ କରାଯାଇଥିବା ବେଳେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ କୁ ଉକ୍ତ ଅଞ୍ଚଳରେ ନିୟୋଜିତ କରାଯାଇଛି।। ଅନ୍ଯପଟେ ଗର୍ଭବତୀ ମାନଙ୍କୁ ମଧ୍ଯ ମାଁ ଗୃହ ଓ ପାଖ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି ରାୟଗଡା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିବା ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

